ଟି–୨୦ ମ୍ୟାଚ୍‌ରେ ନୂଆ ଜର୍ସିରେ ଦେଖାଦେବେ ଅଷ୍ଟ୍ରେଲିଆ ଖେଳାଳୀ, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ

Published: Dec 4, 2020, 1:14 pm IST

କେନବରା: ଆଜି ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି–୨୦ ସିରିଜ୍‌ଆରମ୍ଭ ହେବ। ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଖେଳାଳୀମାନେ ଏକ ସ୍ବତନ୍ତ୍ର ଜର୍ସିରେ ଦେଖିବାକୁ ମିଳିବେ। ସ୍ବଦେଶୀ ଜର୍ସିକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି ଅଷ୍ଟ୍ରେଲିଆା ଖେଳାଳି। ତିନି ମ୍ୟାଚ୍‌ ବିଶିଷ୍ଟ ଟି–୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ କେନବରାରେ ଆଜି ଦ୍ବିପ୍ରହର ୧.୪୦ ସମୟରେ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦୁଇଟି ମ୍ୟାଚ୍‌ ଯଥାକ୍ରମେ ଡିସେମ୍ବର ୬ ଓ ଡିସେମ୍ବର ୮ ରେ ସିଡ୍‌ନୀଠାରେ ଅନୁଷ୍ଠିତ ହେବ।

ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଅ ଖେଳାଳୀମାନେ ପିନ୍ଧିଥିବା ଜର୍ସିଟି ବେଶ୍‌ ସ୍ବତନ୍ତ୍ର ରହିଛି। ସ୍ବଦେଶୀ ଜର୍ସିଟିକୁ ପ୍ରସ୍ତୁତ କରିଛନ୍ତି ତାଙ୍କ ଦେଶର ଦୁଇ ମହିଳା। ଏକୁ ସୁନ୍ଦର ବାର୍ତ୍ତା ନେଇ ଏହି ଜର୍ସିଟି ପ୍ରସ୍ତୁତ କରାଯାଇଛି। ଏହିଜର୍ସିଟିକୁ ସିଏମ୍‌ ଅକ୍ଟୋବର ମାସରେ ଅନାବରଣ କରିଥିଲା।

ଅଷ୍ଟ୍ରେଲିଆର ଏହି ସ୍ବଦେଶୀ ଜର୍ସିଟି ମହାନ୍‌ ପୂର୍ବ ପୁରୁଷଙ୍କ ପ୍ରତିନିଧିତ୍ବ କରୁଛି। ଏହି ଜର୍ସିଟି ଷାଠିଏ ହଜାର ବର୍ଷ ପୂର୍ବରୁ ଚାଲି ଆସିଥିବା ସଂସ୍କୃତିକୁ ଧରି ରଖିଥିବା ସେହି ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରୁଛି।

ଏହି ଜର୍ସିର ଗାଢ ସବୁଜ ରଙ୍ଗଟି ମେଣ୍ଡାଲିଆଙ୍କ ଏକତା ଓ ନିରନ୍ତରତାକୁ ଦର୍ଶାଉଛି। ସେହିପରେ ଏଥିରେ ଚିତ୍ରିତ ହୋଇଥିବା ଅନ୍ୟ ସମସ୍ତ ଚିତ୍ର ବା ବସ୍ତୁ ଅଷ୍ଟ୍ରେଲିଆର ସ୍ବାଧୀନତା, ଇତିହାସ ଓ ସଂସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତେବେ ଏହି ଜର୍ସିଟିକୁ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଚଳିତ ବର୍ଷ  ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ପିନ୍ଧିଥିଲେ।

ଏହି ଜର୍ସିରେ ନଦୀ ଓ ପଷ୍ଠଭୂମି ରହିଛି। ଯାହା ପରିବାର ମଧ୍ୟରେ ସମ୍ପର୍କକୁ ଦର୍ଶାଉଛି। ସେହିପରି ଏଥିରେ ଥିବା ସର୍କଲ ବା ବର୍ତ୍ତୁଳାକାର ଚିତ୍ରଗୁଡିକ ଶକ୍ତି ଏବଂ ଲୋକଙ୍କ ମଧ୍ୟରେ ଯାତ୍ରାକୁ ଦର୍ଶାଉଛି। ସେହିପରି ତାରକା ଚିହ୍ନଗୁଡିକ ତାଙ୍କ ପୂର୍ବ ପୁରୁଷଙ୍କୁ ସୂଚାଉଛି। ସେହିପରି ଏହି ଜର୍ସିରେ ମଧ୍ୟଭାଗରେ ଥିବା ଚକ୍ରଟି କ୍ରିକେଟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ସୂଚାଉଛି। ସେହିପରି ସେଥିରେ ଥିବା ପଛ ପଟର ଚିତ୍ରଟି ମଣିଷର ସଂଘର୍ଷକୁ ବୟାନ କରୁଛି। ଶହ ଶହ ବର୍ଷ ଧରି ସମାଜରେ ମଣିଷ ବଞ୍ଚିବା ପାଇଁ କରୁଥିବା ସଂଘର୍ଷକୁ ସୂଚାଉଛି।

ଏକ ଭିନ୍ନ ବାର୍ତ୍ତା ବହନ କରୁଥିବା ଅଷ୍ଟ୍ରେଲିଆ ଜର୍ସିଟିକୁ ପ୍ରସ୍ତୁତ କରିଛନ୍ତି ଆଣ୍ଟି ଫିଆନୋ କ୍ଲାକ୍‌ ଓ କର୍ଣ୍ଟିନ୍‌ ହାଗେନ୍‌। (ଏଜେନ୍ସି)

Related posts