ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚ: ସିରିଜ କବଜା କରିବା ଲକ୍ଷ୍ୟରେ ବିରାଟ ବାହିନୀ

Published: Dec 6, 2020, 12:26 pm IST

ସିଡନୀ: ଆଜି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧ ଟା ୪୦ ମିନିଟ ରେ ଅନୁଷ୍ଠିତ ହେବ। ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବିଜୟ ହୋଇ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ଵିତୀୟ ମ୍ୟାଚ ଜିତି ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି। ସେପଟେ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ। ତେଣୁ କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଅନ୍ୟପଟେ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ହୋଇ ସିରିଜରୁ ବାଦ୍ ପଡ଼ିଛନ୍ତି। ତେଣୁ ଏଥର ଚୂଡ଼ାନ୍ତ ଏକାଦଶରେ ଟିମ୍ ଇଣ୍ଡିଆର ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।

ସେହିପରି ଅଷ୍ଟ୍ରେଲିଆ ଦଳକୁ ମଧ୍ୟ ବଡ ଝଟକା ଲାଗିଛି। ଅଧିନାୟକ ଫିଞ୍ଚ ଆହତ ହୋଇଥିବା ବେଳେ ପ୍ରଥମ ମ୍ୟାଚରେ ଖେଳିଥିବା ଆଉ କେତେ ଜଣ ଖେଳାଳି ଆହତ ହୋଇଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳରେ କିଛି ଖେଳାଳି ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଯାଇଛି। ତେବେ ସୁପର ସଣ୍ଡେର ଏହି ସୁପର ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ଜଣାପଡୁଛି।

Related posts