Categories
ଆଜିର ଖବର ଜାତୀୟ ଖବର

ବ୍ରାଜିଲର ବିଏମ୍-ସିଏଲ୍-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବ୍ରାଜିଲର ବିଏମ୍-ସିଲ୍-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଫଳରେ ଏହି ପ୍ରକଳ୍ପରେ ଭାରତୀୟ କମ୍ପାନୀ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ଏହି ପ୍ରକଳ୍ପରେ ଅଧିକ ପୁଞ୍ଜିନିବେଶ କରିବାର ଅନୁମତି ପାଇଛି। ଏହି କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରସନ ଲିମିଟେଡର ଏକ ଅଧିସ୍ୱୀକୃତ ସହଯୋଗୀ ସଂସ୍ଥା।

କ୍ୟାବିନେଟର ଅନୁମୋଦନ ଫଳରେ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ବ୍ରାଜିଲର ବିଏମ୍-ସିଲ-୧୧ ପ୍ରକଳ୍ପରେ ଅତିରିକ୍ତ ୧୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏହାଫଳରେ ଏହି ପ୍ରକଳ୍ପରେ ଭାରତ ପେଟ୍ରୋ ରିସୋର୍ସେସର ଅଂଶଧନ ପରିମାଣ ୨୦ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ।

ବ୍ରାଜିଲ ପଟ୍ରୋଲିୟମ ଲିମିଟେଡ ଦ୍ୱାରା ପରିଚାଳିତ ବିଏମ୍-ସିଲ୍-୧୧ ପ୍ରକଳ୍ପରେ ଏବେ ଭାରତ ପେଟ୍ରୋ ରିସୋର୍ସେସ (ବିପିଆରଏଲ) ସଂସ୍ଥାର ଅଂଶ ଧନ ମାତ୍ର ୫୦୦୦ କୋଟି ଟଙ୍କା ରହିଛି। ଏହାର ବିକାଶ ପାଇଁ ବିପିଆର୍ଏଲ୍ ଆଉ ୧୫୦୦କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପରୁ ୨୦୨୬-୨୭ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବାର ଆଶା କରାଯାଉଛି।

ଏହାଫଳରେ ଭାରତ ସେହି ପ୍ରକଳ୍ପରୁ ଯେଉଁ ତୈଳ ପାଇବ ତାହା ଦେଶର ଇନ୍ଧନ ଆବଶ୍ୟକତା ପୂରଣରେ ସହାୟକ ହେବ। ଭାରତ ବ୍ରାଜିଲରୁ ଅଧିକ ଅଶୋଧିତ ତୈଳ ମଧ୍ୟ ଶସ୍ତାରେ ପାଇବ। ୨୦୦୮ରୁ ଭାରତ ବ୍ରାଜିଲ ସହିତ ମିଶି ତୈଳ ଉତ୍ତୋଳନ କ୍ଷେତ୍ରରେ କାମ କରୁଛି। ଏହା ଫଳରେ ଦୁଇ ଦେଶ ମଧ୍ୟରେ ତୈଳ ଉତ୍ତୋଳନ କ୍ଷେତ୍ରରେ ସହଯୋଗ ବଢିଛି।