Categories
ଆଜିର ଖବର ରାଜ୍ୟ ଖବର

07 ଷ୍ଟେସନରେ 19 ଟି ଟ୍ରେନର ଅତିରିକ୍ତ ରହଣି ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭିତ୍ତିରେ 07 ଷ୍ଟେସନରେ 19 ଟି ଟ୍ରେନର ଅତିରିକ୍ତ ରହଣି ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

A. 18107/18108 ରାଉରକେଲା-ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ରାଉରକେଲା ଠାରୁ ଜୁନ ପହିଲା ଠାରୁ ଏବଂ ଜଗଦଳପୁରରୁ ଜୁନ ୨ ତାରିଖ ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ। ରାଉରକେଲାରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ପୂର୍ବାହ୍ନ 8ଘ.45ମି.ରେ ପହଞ୍ଚି ପୂର୍ବାହ୍ନ 8ଘ.47ମି.ରେ ଛାଡିବ। ଫେରିବା ମାର୍ଗରେ ଜଗଦଳପୁରରୁ ଏହି ଟ୍ରେନ୍ ଅପରାହ୍ନ 2ଘ.43ମି.ରେ ପହଞ୍ଚି ଅପରାହ୍ନ 2ଘ.45ମି.ରେ ଛାଡିବ।

B. 18447/18448 ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ଜୁନ ପହିଲା ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ପୂର୍ବାହ୍ନ 9ଘ.55ମି.ରେ ପହଞ୍ଚି ପୂର୍ବାହ୍ନ 9ଘ.57ମି.ରେ ଛାଡିବ। ଫେରିବା ମାର୍ଗରେ ଜଗଦଳପୁରରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ସନ୍ଧ୍ୟା 5ଘ.03ମି.ରେ ପହଞ୍ଚି ସନ୍ଧ୍ୟା 5ଘ.05ମି.ରେ ଛାଡିବ।

C. 18514/18513 ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖାପାଟନମ୍ ଏକ୍ସପ୍ରେସ୍ ବିଶାଖାପାଟନମ୍ ଠାରୁ ଜୁନ ପହିଲା ଠାରୁ ଏବଂ କିରାଣ୍ଡୁଲ୍ ଠାରୁ ଜୁନ 2 ତାରିଖ ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ। ବିଶାଖାପାଟନମରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ଭୋର 4ଘ.13ମି.ରେ ପହଞ୍ଚି ଭୋର 4ଘ.15ମି.ରେ ଛାଡିବ। ଫେରିବା ମାର୍ଗରେ କିରାଣ୍ଡୁଲରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ସନ୍ଧ୍ୟା 7 ଘଟିକାରେ ପହଞ୍ଚି ସନ୍ଧ୍ୟା 7ଘ.02ମି. ଛାଡିବ।

D. 18117/18118 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲାରୁ ଜୁନ 4 ତାରିଖ ଠାରୁ ଏବଂ ଗୁଣୁପୁରରୁ ଜୁନ 5 ତାରିଖ ଠାରୁ କାଳୁପଡାଘାଟ ଷ୍ଟେସନରେ ରହଣି କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ସକାଳ 7ଘ.13ମି.ରେ ପହଞ୍ଚି 7ଘ.15ମି.ରେ ଛାଡିବ। ଫେରିବା ମାର୍ଗରେ ଗୁଣୁପୁରରୁ ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ରାତ୍ରି 8ଘ.46ମି.ରେ ପହଞ୍ଚି ରାତ୍ରି 8ଘ.48ମି.ରେ ଛାଡିବ।

E. 12843/12844 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ 6 ଜୁନ୍ ଠାରୁ ଏବଂ ଅହମ୍ମଦାବାଦରୁ 5 ଜୁନ୍ ଠାରୁ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସନ୍ଧ୍ୟା 5ଘ.47ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା 5ଘ.49ମି.ରେ ଛାଡିବ। ଫେରିବା ମାର୍ଗରେ ଅହମ୍ମଦାବାଦରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସକାଳ 7ଘ.30ମି.ରେ ପହଞ୍ଚି ଏବଂ ସକାଳ 7ଘ.32ମି.ରେ ଛାଡିବ।

F. 12822/12821 ପୁରୀ-ଶାଲୀମାର-ପୁରୀ ଧଉଳି ଏକ୍ସପ୍ରେସ 6 ଜୁନ୍ ଠାରୁ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ପୂର୍ବାହ୍ନ 10ଘ.41ମି.ରେ ପହଞ୍ଚି ଏବଂ ପୂର୍ବାହ୍ନ 10ଘ.43ମି.ରେ ଛାଡିବ। ଫେରିବା ମାର୍ଗରେ ଶାଲୀମାରରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସନ୍ଧ୍ୟା 5ଘ.15ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା 5ଘ.17ମି.ରେ ଛାଡିବ।

G. 20809/20810 ସମ୍ବଲପୁର-ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ଉଭୟ ଦିଗରୁ ଜୁନ୍ ପହିଲା ଠାରୁ ଅତ୍ତାବିରା ଷ୍ଟେସନରେ ରହଣି କରିବ। ସମ୍ବଲପୁରରୁ ଏହି ଟ୍ରେନ୍ ଅତ୍ତାବିରା ଷ୍ଟେସନରେ ପୂର୍ବାହ୍ନ 11ଘ.13ମି.ରେ ପହଞ୍ଚି ପୂର୍ବାହ୍ନ 11ଘ.15ମି.ରେଛାଡିବ। ଫେରିବା ମାର୍ଗରେ ନନ୍ଦେଡରୁ ଏହି ଟ୍ରେନ୍ ଅତ୍ତାବିରା ଷ୍ଟେସନରେ ସନ୍ଧ୍ୟା 5ଘ.38ମି.ରେ ପହଞ୍ଚି ସନ୍ଧ୍ୟା 5ଘ.40ମି.ରେ ଛାଡିବ।

H. 20837/20838 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ ଜୁନ୍ 3 ତାରିଖରୁ ଏବଂ ଜୁନାଗଡ ରୋଡରୁ 4 ଜୁନ୍ ଠାରୁ ଲାଞ୍ଜିଗଡ଼ ରୋଡରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ ଲାଞ୍ଜିଗଡ଼ ରୋଡରେ ସକାଳ 7ଘ.20ମି.ରେ ପହଞ୍ଚି 7ଘ.22ମି.ରେ ଛାଡିବ। ଫେରିବା ମାର୍ଗରେ ଜୁନାଗଡ ରୋଡରୁ ଏହି ଟ୍ରେନ୍ ଲାଞ୍ଜିଗଡ଼ ରୋଡରେ ସନ୍ଧ୍ୟା 6ଘ.45ମି.ରେ ପହଞ୍ଚି ସନ୍ଧ୍ୟା 6ଘ.47ମି.ରେ ଛାଡିବ।

I. 18410 ପୁରୀ-ଶାଲୀମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀରୁ 30 ମଇ 2023 ଠାରୁ ସୋରୋ ଷ୍ଟେସନରେ ରହଣି କରୁଛି। ପୁରୀରୁ ଏହି ଟ୍ରେନ୍ ସୋରୋ ଷ୍ଟେସନରେ ଭୋର 3ଘ.02ମି.ରେ ପହଞ୍ଚି ଭୋର 3ଘ.03ମି.ରେ ଛାଡିବ।

J. 18477 ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 30 ମଇ 2023 ଠାରୁ ସୋରୋ ଷ୍ଟେସନରେ ରହଣି କରୁଛି। ପୁରୀରୁ ଏହି ଟ୍ରେନ୍ ସୋରୋ ଷ୍ଟେସନରେ ରାତ୍ରି 1ଘ.02ମି.ରେ ପହଞ୍ଚି ରାତ୍ରି 1ଘ.03ମି.ରେ ଛାଡିବ।

K. 18449 ପୁରୀ-ପାଟନା ବୈଦ୍ୟନାଥଧାମ ପୁରୀରୁ 5 ଜୁନ୍ 2023 ଠାରୁ ବିଦ୍ୟାସାଗରରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ବିଦ୍ୟାସାଗରରେ ଭୋର 3ଘ.14ମି.ରେ ପହଞ୍ଚି ଭୋର 3ଘ.16ମି.ରେ ଛାଡିବ।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଭୁବନେଶ୍ୱର ନୂତନ ଷ୍ଟେସନରେ ଅତିରିକ୍ତ ରହଣି କରିବ ଚାରୋଟି ଟ୍ରେନ୍

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ଯାହାକି ପୂର୍ବ ବିଜ୍ଞପ୍ତିରେ ଦର୍ଶାଯାଇପାରିନଥିଲା।

କୋଭିଡ଼୧୯ ମହାମାରୀ ସମୟରେ ସମସ୍ତ ଟ୍ରେନର ସେବା ବାତିଲ କରାଯାଇଥିଲା।  କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପ୍ରୋଟୋକଲ୍ ଅନୁଯାୟୀ, କିଛି ଟ୍ରେନକୁ ସୀମିତ ରହଣି ସହିତ ବିଶେଷ ଟ୍ରେନ ଭାବରେ ପୁନଃ ଚଳାଚଳ କରାଗଲା ଯାହାଦ୍ୱାରା ଯାତ୍ରୀମାନେ ସେମାନଙ୍କର ଜରୁରୀ କାର୍ଯ୍ୟ ପାଇଁ ଯାତାୟାତ କରିପାରିବେ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ବର୍ତ୍ତମାନ ପର୍ଯ୍ୟାୟକ୍ରମେ ଟ୍ରେନ ଚଳାଚଳ କରୁଅଛି।  ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ବର୍ତମାନ ବିଶେଷ ଟ୍ରେନ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ପାସେଞ୍ଜର (ଯାହାକି ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ଓ କେନ୍ଦୁଝରଗଡ଼ ମଧ୍ୟରେ ଚଳାଚଳ କରୁଛି) ଟ୍ରେନ୍ ଗୁଡିକୁ ଭୁବନେଶ୍ୱର ନୂତନ ଷ୍ଟେସନରେ ଚଳିତ ମାସ ୧୦ ତାରିଖ ଠାରୁ ରହଣି ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଅଛି।

ପୁରୀ-କଟକ-ପୁରୀ ମେମୁ:

ପୁରୀରୁ ୬୮୪୧୬/୬୮୪୧୫ ପୁରୀ-କଟକ-ପୁରୀ ମେମୁ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୦୫ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୦୬ମି.ରେ କଟକ ଆଡକୁ ଯିବ।  କଟକରୁ ଏହି ଟ୍ରେନ୍ ଅପରାହ୍ନ ୫ଘ.୨୦ମି.ରେ ପହଞ୍ଚି ଏବଂ ଅପରାହ୍ନ ୫ଘ.୨୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ:

୬୮୪୨୬/୬୮୪୨୫ ଭୁବନେଶ୍ୱରରୁ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୫୪ମି.ରେ ପହଞ୍ଚି ଅପରାହ୍ନ ୪ଘ.୫୫ମି.ରେ କେନ୍ଦୁଝରଗଡ଼ ଅଭିମୁଖେ ଯାତ୍ରା କରିବ। କେନ୍ଦୁଝରଗଡ଼ରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଠାରେ ପୂର୍ବାହ୍ନ ୧୦ଘ.୧୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୧୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ରେଳବାଇ ମଧ୍ୟ ପାଲାସା-କଟକ-ପାଲାସା ପାସେଞ୍ଜର ଏବଂ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ଟ୍ରେନକୁ ଭୁବନେଶ୍ୱର ନୂତନ ଷ୍ଟେସନରେ ରହଣି ପାଇଁ ସ୍ଥିର କରିଛି। ଏହି ଟ୍ରେନଦ୍ବୟ ଏମାନଙ୍କର ଚଳାଚଳ ପ୍ରାରମ୍ଭ କରିବା ପରେ ଭୁବନେଶ୍ୱର ନୂତନ ଷ୍ଟେସନରେ ଅତିରିକ୍ତ ରହଣି କରିବ।

ପାଲାସା-କଟକ-ପାଲାସା ପାସେଞ୍ଜର:

୫୮୫୩୪/୫୮୫୩୩ପଲାସା ଠାରୁ ପଲାସା-କଟକ-ପାଲାସା ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୦୯ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୦୯ଘ.୫୫ମି.ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୩୮ମି.ରେ ପହଞ୍ଚି ଅପରାହ୍ନ ୪ଘ.୩୯ମି.ରେ ପଲାସା ଅଭିମୁଖେ ଯାତ୍ରା କରିବ।

ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର:

ଖଡ଼ଗ୍ପୁର ଠାରୁ ୫୮୫୦୦୫/୫୮୫୦୦୬ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୫ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ। ଖୋର୍ଦ୍ଧା ରୋଡ଼ରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୫ଘ.୨୯ମି.ରେ ପହଞ୍ଚି ଅପରାହ୍ନ ୫ଘ.୨୯ମି.ରେ ଖଡ଼ଗ୍ପୁର ଅଭିମୁଖେ ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥ ମଧ୍ୟରେ ପାଞ୍ଚ ଯୋଡ଼ା ଟ୍ରେନର ହେବ ଅତିରିକ୍ତ ରହଣି

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ନିୟମିତ ଟ୍ରେନ୍ ଗୁଡିକ ସ୍ୱାଭାବିକ ଭାବେ ଚଳାଚଳ କରିବା ପରେ, ପୂର୍ବ ତଟ ରେଳପଥ ମଧ୍ୟରେ ନିମ୍ନଲିଖିତ ଷ୍ଟେସନରେ ପ୍ରଦତ୍ତ ଟ୍ରେନ୍ ଗୁଡିକ ଅତିରିକ୍ତ ରହଣି କରିବ। ଏହା ବ୍ୟତୀତ, କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡି ଟ୍ରେନ୍ କେତେକ ଷ୍ଟେସନ ଠାରେ ସମୟ ସଂଶୋଧିତ କରିବ।

କୋଭିଡ ୧୯ ମହାମାରୀ ସମୟରେ ଏହି ଟ୍ରେନ୍ ଗୁଡିକ ରେଳ ଚଳାଚଳ ସମ୍ବନ୍ଧୀୟ କୋଭିଡ ନିୟମାବଳୀକୁ ଦୃଷ୍ଟିରେ ରଖି ସୀମିତ ରହଣି ସହିତ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିଲା। ଅତିରିକ୍ତ ରହଣି ଯୋଗାଇବାକୁ ଥିବା ଟ୍ରେନ୍ ଗୁଡିକ ହେଉଛି ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ, ହାଓଡ଼ା-ପୁରୀ-ହାଓଡ଼ା ସୁପର ଫାଷ୍ଟ ଏକ୍ସପ୍ରେସ, ପୁରୀ- ଅହମ୍ମଦାବାଦ-ପୁରୀ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ, ବିଶାଖାପାଟନମ୍- କୋରବା-ବିଶାଖାପାଟନମ୍ ଏକ୍ସପ୍ରେସ୍ ଏବଂ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ।

୧- ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ:

୨୨୮୭୪/୨୨୮୭୩ ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ସାପ୍ତାହିକ ସୁପର ଫାଷ୍ଟ ବିଶାଖାପାଟନମରୁ ଡିସେମ୍ବର ୯ ତାରିଖ ଠାରୁ ଏବଂ ଦିଘାରୁ ଡିସେମ୍ବର ୧୦ ତାରିଖ ଠାରୁ ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନରେ ରହଣି କରିବ। ବିଶାଖାପାଟନମରୁ ଛାଡୁଥିବା ଏହି ଟ୍ରେନ୍ ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ରାତ୍ରି ୧୧ଘ.୪୮ମି.ରେ ପହଞ୍ଚିବ ଏବଂ ରାତ୍ରି ୧୧ଘ.୫୦ମି.ରେ ଦିଘା ଅଭିମୁଖେ ଯାତ୍ରା କରିବ। ଦିଘା ଠାରୁ ଫେରିବା ଦିଗରେ ଏହି ଟ୍ରେନ୍ ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନରେ ରାତ୍ରି ୧୧ଘ.୧୬ମି.ରେ ପହଞ୍ଚିବ ଏବଂ ରାତ୍ରି ୧୧ଘ.୧୮ମି.ରେ ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

୨- ହାଓଡ଼ା-ପୁରୀ-ହାଓଡ଼ା ସୁପର ଫାଷ୍ଟ ଏକ୍ସପ୍ରେସ:

୧୨୮୭୩/୧୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ସୁପର ଫାଷ୍ଟ ଏକ୍ସପ୍ରେସ ଉଭୟ ଦିଗରୁ ଡିସେମ୍ବର ମାସ ୮ ତାରିଖ ଠାରୁ କଣାସ ରୋଡ୍ ଏବଂ ଡେଲାଙ୍ଗ ଷ୍ଟେସନ ଠାରେ ରହଣି କରିବ। ହାଓଡ଼ାରୁ ଛାଡୁଥିବା ଏହି ଟ୍ରେନ୍ କଣାସ ରୋଡ଼ ଠାରେ ଭୋର ୬ଘ.୦୫ମି.ରେ ପହଞ୍ଚିବ ଏବଂ ଭୋର ୬ଘ.୦୬ମି.ରେ ଛାଡିବ। ଡେଲାଙ୍ଗରେ ଏହି ଟ୍ରେନ୍ ଭୋର ୦୬ଘ.୧୧ମି.ରେ ପହଞ୍ଚିବ ଏବଂ ଭୋର ୦୬ଘ.୧୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ। ପୁରୀରୁ ଫେରିବା ଦିଗରେ ଏହି ଟ୍ରେନ୍ ଡେଲାଙ୍ଗ ଠାରେ ରାତି ୮ଘ.୪୭ମି.ରେ ପହଞ୍ଚି ୮ଘ.୪୮ମି.ରେ ଛାଡିବ। ଏହି ଟ୍ରେନ୍ କଣାସ ରୋଡ଼ ଠାରେ ରାତି ୮ଘ.୫୨ମି.ରେ ପହଞ୍ଚି ରାତି ୮ଘ.୫୩ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

୩- ପୁରୀ- ଅହମ୍ମଦାବାଦ-ପୁରୀ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ:

୨୦୮୬୧/୨୦୮୬୨ ପୁରୀ- ଅହମ୍ମଦାବାଦ-ପୁରୀ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ ପୁରୀରୁ ଡିସେମ୍ବର ମାସ ୮ ତାରିଖ ଠାରୁ ଏବଂ ଅହମ୍ମଦାବାଦରୁ ଡିସେମ୍ବର ମାସ ୧୦ ତାରିଖ ଠାରୁ ଛାଡୁଥିବା ଟ୍ରେନ ବାଗବାହାର ଷ୍ଟେସନ ଠାରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ବାଗବାହାର ଠାରେ ଭୋର ୬ଘ.୫୮ମି.ରେ ପହଞ୍ଚି ସକାଳ ୭ ଘଣ୍ଟାରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ। ଅହମ୍ମଦାବାଦରୁ ପ୍ରତ୍ୟାବର୍ତ୍ତନ ଦିଗରେ ଏହି ଟ୍ରେନ୍ ବାଗବାହାର ଠାରେ ଅପରାହ୍ନ ୫ଘ.୩୬ମି.ରେ ପହଞ୍ଚି ଅପରାହ୍ନ ୫ଘ.୩୮ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

୪- ବିଶାଖାପାଟନମ୍-କୋର୍ବା-ବିଶାଖାପାଟନମ୍ ଏକ୍ସପ୍ରେସ୍:

୧୮୫୧୮/୧୮୫୧୭ ବିଶାଖାପାଟନମ୍-କୋର୍ବା-ବିଶାଖାପାଟନମ୍ ଏକ୍ସପ୍ରେସ ଉଭୟ ଦିଗରୁ ୮ ଡିସେମ୍ବର ଠାରୁ ବାଗବାହାର ଠାରେ ରହଣି କରିବ। ବିଶାଖାପାଟନମରୁ ଏହି ଟ୍ରେନ୍ ବାଗବାହାର ଠାରେ ଭୋର ୪ଘ.୪୫ମି.ରେ ପହଞ୍ଚି ଏବଂ ୪ଘ.୪୭ମି.ରେ କୋର୍ବା ଅଭିମୁଖେ ଯାତ୍ରା କରିବ। କୋର୍ବା ଠାରୁ ପ୍ରତ୍ୟାବର୍ତ୍ତନ ଦିଗରେ ଏହି ଟ୍ରେନ୍ ବାଗବାହାର ଠାରେ ରାତ୍ରି ୯ଘ.୩୫ମି.ରେ ପହଞ୍ଚି ୯ଘ.୩୭ମି.ରେ ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

୫- ଗାନ୍ଧୀଧାମ-ପୁରୀ ଗାନ୍ଧୀଧାମ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ୍:

୨୨୯୭୩/୨୨୯୭୪ ଗାନ୍ଧୀଧାମ-ପୁରୀ ଗାନ୍ଧୀଧାମ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ୍ ଗାନ୍ଧୀଧାମ ଠାରୁ ୮ ଡିସେମ୍ବରରୁ ଏବଂ ପୁରୀରୁ ୧୧ ଡିସେମ୍ବର ଠାରୁ ବବିଲି ଷ୍ଟେସନ ଠାରେ ରହଣି କରିବ। ଗାନ୍ଧୀଧାମରୁ ଏହି ଟ୍ରେନ୍ ବବିଲିରେ ରାତ୍ରି ୧୧ଘ.୫୭ମି.ରେ ପହଞ୍ଚିବ ଏବଂ ରାତ୍ରି ୧୧ଘ.୫୯ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ। ପୁରୀରୁ ପ୍ରତ୍ୟାବର୍ତ୍ତନ ଦିଗରେ ଏହି ଟ୍ରେନ୍ ବବିଲି ଠାରେ ସନ୍ଧ୍ୟା ୬ଘ.୪୮ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଘ.୫୦ମି.ରେ ଗାନ୍ଧୀଧାମ ଅଭିମୁଖେ ଯାତ୍ରା କରିବ।

ନନ୍ଦୁରା ଏବଂ ମାଲକାପୁର ଷ୍ଟେସନରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସର ସଂଶୋଧିତ ସମୟ ସାରଣୀ:

୧୨୮୪୩ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ନନ୍ଦୁରା ଷ୍ଟେସନ ଠାରେ ସନ୍ଧ୍ୟା ୭ଘ.୩୯ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୭ଘ.୪୦ମି.ରେ ଛାଡିବ। ଏହି ଟ୍ରେନ୍ ମାଲକାପୁର ଷ୍ଟେସନ ଠାରେ ସନ୍ଧ୍ୟା ୮ଘ.୦୩ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ସନ୍ଧ୍ୟା ୮ଘ.୦୫ମି.ରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ।

ଭୁସାୱଲ ଏବଂ ଜଲଗାଓଁ ଷ୍ଟେସନରେ ପୁରୀ-ସୁରଟ ଏକ୍ସପ୍ରେସର ସଂଶୋଧିତ ସମୟ ସାରଣୀ:

୨୨୮୨୭ ପୁରୀ-ସୁରଟ ଏକ୍ସପ୍ରେସ ଭୁସାୱଲ ଷ୍ଟେସନ ଠାରେ ରାତ୍ରି ୯ଘଟିକାରେ ପହଞ୍ଚିବ ଏବଂ ରାତ୍ରି ୯ଘ.୦୫ମି.ରେ ଛାଡିବ। ଏହି ଟ୍ରେନ୍ ଜଲଗାଓଁ ଷ୍ଟେସନରେ ରାତ୍ରି ୯ଘ.୨୭ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୯ଘ.୩୦ମି.ରେ ସୁରଟ ଅଭିମୁଖେ ଯାତ୍ରା କରିବ।

ବିଭିନ୍ନ ସ୍ଥାନରେ ଉପରୋକ୍ତ ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ଷ୍ଟେସନ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଛଅଟି ଷ୍ଟେସନରେ ଅତିରିକ୍ତ ରହଣି କରିବ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ବିଶେଷ ଟ୍ରେନ

ଭୁବନେଶ୍ବର: ୮ ନଭେମ୍ବର ଠାରୁ ଭୁବନେଶ୍ୱର ଠାରୁ ଏବଂ ୯ ନଭେମ୍ବର ଠାରୁ ପଲାସା ଠାରୁ ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱର ଏବଂ ପାଲାସା ମଧ୍ୟରେ ଆଉ ଛଅ ଟି ଷ୍ଟେସନ ଠାରେ ଅତିରିକ୍ତ ରହଣି କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ୍ ସଂଶୋଧିତ ସମୟ ଏବଂ ସଂଶୋଧିତ ଗଠନ ସହିତ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଣସଂରକ୍ଷିତ କୋଚ ସହିତ ଚଳାଚଳ କରିବ।

ଏହି ଟ୍ରେନ୍ ଭୁବନେଶ୍ୱର ଏବଂ ପାଲାସା ମଧ୍ୟରେ ଏହାର ନିର୍ଧାରିତ ରହଣି ଷ୍ଟେସନ ସହିତ ଭୂଷଣ୍ଡପୁର, କୁହୁଡ଼ି, ଗଙ୍ଗାଧରପୁର, ଗଞ୍ଜାମ, ଗୋଲନ୍ଥରା ଏବଂ ସୁରଲା ରୋଡ୍ ଠାରେ ଅତିରିକ୍ତ ରହଣି କରିବ।

ଏହି ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୬ଘ.୩୫ମି. ପରିବର୍ତ୍ତେ ୬ଘ.୧୦ମି.ରେ ଛାଡି ରାତ୍ରି ୧୦ଘ.୩୫ମି.ରେ ପାଲାସରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ପାଲାସାରୁ ସକାଳ ଛଅ ଘଟିକାରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ଘ.୪୫ମି.ରେ ଏହାର ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ। ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ନିରାକାରପୁର, କାଳୁପଡାଘାଟ, ଏବଂ ବାଲୁଗାଁ ଷ୍ଟେସନ ଠାରେ ଏହି ଟ୍ରେନର ସମୟ ସମୟ ସାରଣୀକୁ ସଂଶୋଧିତ କରାଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୩ ଟି ରେଳ ଷ୍ଟେସନରେ ଅତିରିକ୍ତ ରହଣି କରିବ ତପସ୍ୱିନୀ ବିଶେଷ ଟ୍ରେନ

ଭୁବନେଶ୍ବର: ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷା ମୂଳକ ଭାବେ ତିନି ମାସ ପାଇଁ ରେଢ଼ାଖୋଲ, ବଇଣ୍ଡା ଓ ଗଡ଼ପୋଷ ଠାରେ ତପସ୍ୱିନୀ ସ୍ପେଶାଲ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୮୪୫୨/୦୮୪୫୧ ପୁରୀ-ହାତିଆ-ପୁରୀ ତପସ୍ୱିନୀ ସ୍ପେଶାଲ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୩୦ ତାରିଖ ଠାରୁ ତିନିମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ଗଡ଼ପୋଷ ଠାରେ ରହଣି କରିବ।

୦୮୪୫୨ ପୁରୀ-ହାଟିଆ ତପସ୍ୱିନୀ ସ୍ପେଶାଲ ଗଡ଼ପୋଷ ଠାରେ ଭୋର ୦୬ଘ.୧୬ମି.ରେ ପହଞ୍ଚିବ ଏବଂ ଭୋର ୦୬ଘ.୧୭ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ।

ସେହିଭଳି, ୦୮୪୫୧ ହାତିଆ-ପୁରୀ ସ୍ପେଶାଲ୍ ଗଡ଼ପୋଷ ଠାରେ ରାତ୍ରି ୮ଘ.୧୦ମି.ରେ ପହଞ୍ଚିବ ଏବଂ ରାତ୍ରି ୮ଘ.୧୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

୦୮୪୫୨/୦୮୪୫୧ ପୁରୀ-ହାତିଆ-ପୁରୀ ତପସ୍ୱିନୀ ସ୍ପେଶାଲ ଉଭୟ ପାର୍ଶ୍ୱରୁ ଅକ୍ଟୋବର ୧ ତାରିଖ ଠାରୁ ତିନିମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ବଇଣ୍ଡା ଏବଂ ରେଢ଼ାଖୋଲରେ ଷ୍ଟପେଜ୍ ପ୍ରଦାନ କରିବ।

୦୮୪୫୨ ପୁରୀ-ହାତିଆ ତପସ୍ୱିନୀ ସ୍ପେଶାଲ ବଇଣ୍ଡା ଠାରେ ରାତ୍ରି ୦୧ଘ.୫୦ମି.ରେ ପହଞ୍ଚି ରାତ୍ରି ୦୧ଘ.୫୨ମି.ରେ ଛାଡିବ। ସେହିଭଳି ଏହା ରେଢ଼ାଖୋଲ ଠାରେ ରାତ୍ରି ୦୨ଘ.୨୮ମି.ରେ ପହଞ୍ଚିବ ଏବଂ ରାତ୍ରି ୦୨ଘ.୩୦ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ।

ଫେରିବା ମାର୍ଗରେ ୦୮୪୫୧ ହାତିଆ-ପୁରୀ ସ୍ପେଶାଲ୍ ରେଢ଼ାଖୋଲ ଠାରେ ରାତ୍ରି ୧୧ଘ.୩୦ମି.ରେ ପହଞ୍ଚିବ ଏବଂ ରାତ୍ରି ୧୧ଘ.୩୨ମି.ରେ ଛାଡିବ। ସେହିଭଳି, ଏହା ବଇଣ୍ଡା ଠାରେ ରାତ୍ରି ୧୨ଘ.୧୨ମି.ରେ ପହଞ୍ଚିବ ଏବଂ ରାତ୍ରି ୧୨ଘ.୧୪ମି.ରେ ପୁରୀ ଅଭିମିଖେ ଯାତ୍ରା କରିବ।

Categories
ବିଶେଷ ଖବର

ବିଶେଷ ଟ୍ରେନ୍ ପାଇଁ ଅତିରିକ୍ତ ରହଣି: ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ମାସ ପହିଲା ଓ ତା ପରଠାରୁ ପୂର୍ବତଟ ରେଳପଥ ଦ୍ୱାରା ଚଳାଚଳ କରୁଥିବା ବିଶେଷ ଟ୍ରେନର ଅନ୍ୟ ଷ୍ଟେସନ ମାନଙ୍କ ଠାରେ ଅତିରିକ୍ତ ରହଣି ଏବଂ କେତେକ ବିଶେଷ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନ ଗୁଡିକର ସମ୍ପ୍ରସାରଣ ଏବଂ ଅତିରିକ୍ତ ଷ୍ଟପେଜ୍ ପାଇଁ ପ୍ରସ୍ତୁତି କରିବାକୁ ପୂର୍ବତଟ ରେଳପଥ ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ସମୟ ଦଇଛି।

A: ଅକ୍ଟୋବର ମାସ ପହିଲା ଠାରୁ ଟ୍ରେନ ଗୁଡିକର ର ଅତିରିକ୍ତ ରହଣି:

01. ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ

01019/01020 ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।

02. ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ

02704/02703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।

03. ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ

02510/02509 ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।

04. ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ 

02663/02664 ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ଉଭୟ ଦିଗରୁ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।

05. ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ 

02843/02844 ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଦିଗରୁ କାଳୁପଡାଘାଟ, ବାଲୁଗାଁ, ଖଲିକୋଟ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।

06. ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ

02843/02844 ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁରରେ ଅତିରିକ୍ତ ରହଣି କରିବ।

07. ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ

02973/02974 ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ମୁନିଗୁଡା ଠାରେ ଅତିରିକ୍ତ ରହଣି କରିବ।

08. ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର

02843/02844 ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର ଉଭୟ ଦିଗରୁ ବଇଣ୍ଡା, ରେଢ଼ାଖୋଲ, ହୀରାକୁଦ ଠାରେ ଅତିରିକ୍ତ ରହଣି କରିବ।

09. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସାମଲପୁର

08425/08426 ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ପେଶାଲ ଉଭୟ ଦିଗରୁ ବରପାଲି, ବଡ଼ମାଳ, ହରିଶଙ୍କର ରୋଡ ଏବଂ ନୱାପଡା ରୋଡରେ ଅତିରିକ୍ତ ରହଣି କରିବ।

10. ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ବିଶେଷ ଟ୍ରେନ

08518/08517 ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ ଉଭୟ ଦିଗରୁ ମୁନିଗୁଡା ଏବଂ ହରିଶଙ୍କର ରୋଡରେ ଅତିରିକ୍ତ ରହଣି କରିବ।

B. ଅକ୍ଟୋବର ମାସ ପହିଲା ଠାରୁ ପୁରୀ କୁ ସମ୍ପ୍ରସାରିତ ହେବାକୁଥିବା ଟ୍ରେନ:

01. ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍

02801/02802 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ ଉଭୟ ଦିଗରୁ ଅକ୍ଟୋବର ମାସ ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ କରାଯାଇଛି।

02. ଭୁବନେଶ୍ୱର-ସିଆଲଦଇ-ଭୁବନେଶ୍ୱର ଦୁରନ୍ତ ସ୍ପେଶାଲ୍

02202/02201 ଭୁବନେଶ୍ୱର-ସିଆଲଦI-ଭୁବନେଶ୍ୱର ଦୁରନ୍ତ ସ୍ପେଶାଲ୍ ସିଆଲଦଇ ରୁ 30 ସେପ୍ଟେମ୍ବରରୁ ଏବଂ ଭୁବନେଶ୍ୱରରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।

03. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ବିଶେଷ ଟ୍ରେନ

08425/08426 ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ଦୁର୍ଗ ଏବଂ ଭୁବନେଶ୍ୱରରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।

04. ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ

02843/02844 ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଖୋର୍ଦ୍ଧା ରୋଡ଼ ଏବଂ ଅହମ୍ମଦାବାଦ ରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।

05. ଭୁବନେଶ୍ୱର-ଅହମ୍ମଦାବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ

08405/08406 ଭୁବନେଶ୍ୱର-ଅହମ୍ମଦାବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ 30 ସେପ୍ଟେମ୍ବରରୁ ଏବଂ ଅହମ୍ମଦାବାଦରୁ ଅକ୍ଟୋବର ୨ ତାରିଖ ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।

06. ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ

08401/08402 ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ଼ / ପୁରୀ ରୁ ଅକ୍ଟୋବର ୪ ତାରିଖ ଠାରୁ ଏବଂ ଓ଼ଖାରୁ 7 ଅକ୍ଟୋବର ରୁ ପୁରୀକୁ ସମ୍ପ୍ରସାରିତ ହେବ।

07. ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ

02974/02973 ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ଗାନ୍ଧୀଧାମ ଠାରୁ 1 ଅକ୍ଟୋବରରୁ ଏବଂ ଗାନ୍ଧୀଧାମ / ପୁରୀ ରୁ 3 ଅକ୍ଟୋବରରୁ ପୁରୀକୁ ସମ୍ପ୍ରସାରିତ ହେବ।