Categories
ଜାତୀୟ ଖବର ବିଶେଷ ଖବର ସିନେମା

ସୁଟିଂ ବେଳେ ଆହତ ହେଲେ ଅଭିନେତା ଶହୀଦ କାପୁର, ଡାକ୍ତରମାନେ ଚିକିତ୍ସା ପରିବର୍ତ୍ତେ ତାଙ୍କୁ ଦେଖିବାକୁ କଲେ ଭିଡ

ଚଣ୍ଡିଗଡ-ଆଜି ଚଳଚିତ୍ର ‘ଜେର୍ସି’ ସୁଟି ଚାଲିଥିବା ବେଳେ ଅଭିନେତା ଶହୀଦ କାପୁର ଆହତ ହୋଇଛନ୍ତି। ଏହି ଚଳଚିତ୍ରଟି ଚଣ୍ଡିଗଡରେ ସୁଟିଂ ଚାଲିଥିଲା। ଦୃଶ୍ୟ ଥିଲା ଏକ କ୍ରିକେଟ ଖେଳରେ ଶହୀଦ କାପୁର ସାମିଲି ହେବେ। ସେଥିପାଇଁ ସୁଟିଂ ପୂର୍ବରୁ ସାଥୀ କଳାକାରଙ୍କ ସହିତ ଶହୀଦ କ୍ରିକେଟ ଅଭ୍ୟାସ କରୁଥିଲେ। ତାଙ୍କ ସାମର୍ଥରେ ଶହୀଦ ବେଶେ ଭଲ ପ୍ରଦର୍ଶନ କରୁଥିଲେ। ହେଲେ ହଠାତ ଗୋଟିଏ ବଲକୁ ସେ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ବଲଟି ତାଙ୍କର ପେଣ୍ଡାରେ ଜୋରରେ ଆଘାତ ଦେଇଥିଲା। ସେହି ସ୍ଥାନରେ ହିଁ ଶହୀଦଙ୍କ ପେଣ୍ଡାରୁ ପ୍ରବଳ ରକ୍ତଶ୍ରାବ ଆରମ୍ଭ ହୋଇଯାଇଥିଲା। ଟିମର ଅନ୍ୟ ସଦସ୍ୟମାନେ ଶହୀଦଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କଲେ। ହେଲେ ଡାକ୍ତରମାନେ ଶହୀଦଙ୍କୁ ଦେଖିବାକୁ ଭିଡ କରିଥିଲେ। ଏହା ଦେଖି ଟିମ ସଦସ୍ୟମାନେ ପାଟି କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ଶହୀଦଙ୍କ ପେଣ୍ଡାରେ ତିନୋଟି ଷ୍ଟିଚ୍ ପଡିଛି। ସେ ପାଞ୍ଚ ଦିନ ପର୍ଯ୍ୟନ୍ତ ବିଶ୍ରାମ କରବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

‘ଜେର୍ସି’ ହେଉଛି ତେଲୁଗୁ ଚଳଚିତ୍ରର ଏକ ରିମେକ। ହିନ୍ଦିରେ ମଧ୍ୟ ଏହାର ନାମ ସମାନ ରଖାଯାଇଛି। ହିନ୍ଦିରେ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଗୌତମ ଟିନ୍ନାୱାରୀ। ଏହି ଚଳଚିତ୍ରର ବିଷୟବସ୍ତୁ ରହିଛି ଅର୍ଜ୍ଜୁନ ନାମକ ଜଣେ ଯୁବକ ଭଲ କ୍ରିକେଟ ଖେଳେ ହେଲେ ତାଙ୍କୁ କୌଣସି ସଫଳତା ମିଳେ ନାହିଁ। ସହରକୁ ରୋଜଗାର ପାଇଁ ଯାଇଥିଲେ ମଧ୍ୟ ସେଥିରେ କୌଣସି ସଫଳତା ମିଳିଲା ନାହିଁ। ବିତୃଷ୍ଣା ହୋଇ ସେ ଛାଡିଦେଇଥିବା କ୍ରିକେଟ ଖେଳକୁ ପୁଣି ଆରମ୍ଭ କଲେ, ଆଉ ଭାରତ ପାଇଁ ତାକୁ ଖେଳିବାକୁ ସୁଯୋଗ ମିଳିବା ପରେ ଆରମ୍ଭ ହେଲା ନୂଆ ଜୀବନ।