Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଅଗଷ୍ଟ ୨୦ରୁ ନୃତ୍ୟଧାମର ଶାସ୍ତ୍ରୀୟ ନୃତ୍ୟ ଉତ୍ସବ, ଅରୁଣା ମହାନ୍ତି ରଞ୍ଜନା ଗୌହର ହେବେ ସମ୍ମାନିତ

ଭୁବନେଶ୍ୱର : ସର୍ବଭାରତୀୟ ଓଡିଶାନୃତ୍ୟ ଅନୁଷ୍ଠାନ ନୃତ୍ୟଧାମ ପକ୍ଷରୁ ଜାତୀୟ ସ୍ତରୀୟ ସମସ୍ତ ଲବ୍ଧପ୍ରତିଷ୍ଠିତ ଓଡିଶୀ ନୃତ୍ୟ ଗୁରୁମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୨୦ ଓ ୨୨ ତାରିଖ ଦିନ ରବୀନ୍ଦ୍ର ମଣ୍ଡପରେ ନୃତ୍ୟଧାମର ସପ୍ତମ ଶାସ୍ତ୍ରୀୟ ନୃତ୍ୟ ଓ ଗୁରୁନମନ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।

ଦୁଇ ଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଜାତୀୟସ୍ତରୀୟ ନୃତ୍ୟ ସମାରୋହରେ ଅଗଷ୍ଟ ୨୦ ତାରିଖ ଦିନ ପଦ୍ମଶ୍ରୀ ରଞ୍ଜନା ଗୌହର, ପଦ୍ମଶ୍ରୀ ଅରୁଣା ମହାନ୍ତି, ଉସ୍ତାଦ ବିସ୍‌ମିଲାଖାଁ ସମ୍ମାନିତ ବିନୋଦ କେଭିନ ବଚନ ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଜୀବନବ୍ୟାପୀ ସାଧନା ନିମନ୍ତେ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ‘ନୃତ୍ୟଧାମ ଜୀବନବ୍ୟାପୀ ସାଧନା ସମ୍ମାନ-୨୦୨୪’ ପ୍ରଦାନ କରାଯିବ। ସେହିପରି ଅଗଷ୍ଟ ୨୨ ତାରିଖ ଦିନ ପଦ୍ମଶ୍ରୀ ଗୀତା ମହାଲିକ, ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ଆଲୋକା କାନୁନ୍‌ଗୋ, ଗୁରୁ ସୁଜତା ମହାପାତ୍ର ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିବେ।

ଏହି ପରିପ୍ରେକ୍ଷୀରେ ପଦ୍ମଶ୍ରୀ ଗୀତା ମହାଲିକ ଓ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଗୁରୁ ନମନ ଜୀବନ ବ୍ୟାପୀ ଓଡିଶୀ ନୃତ୍ୟ ସାଧନା ନିମନ୍ତେ ୨୦୨୪ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ନୃତ୍ୟଧାମ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ଡଃ ଶୁଭଶ୍ରୀ ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତା ୯ ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ବର: ଆସନ୍ତା ୯ ତାରିଖରୁ ଭୁବନେଶ୍ବରର ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦଦେଶରେ ଆରମ୍ଭ ହେବ ଧଉଳି କଳିଙ୍ଗ ମହୋତ୍ସବ। ଏହା ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡିଶା ଡ୍ୟାନସ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହୋଇ ଆସୁଛି। ଏହି ଉତ୍ସବ ଫେବୃୟାରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ଉତ୍ସବର ପ୍ରଥମ ଦିନ ଓଡିଶୀ ସଂଗୀତ ଓ ନୃତ୍ୟ ସହିତ ରାୟବନସେ ନୃତ୍ୟ ପରିବେଷଣ କରାଯିବ। ଏଥିରେ କଣ୍ଠଶିଳ୍ପୀ ରୂପକ କୁମାର ପରିଡା ଓଡିଶୀ ସଂଗୀତ ପରିବେଷଣ କରିବେ। ସେହିପରି ଆୟୋଜକ ସଂସ୍ଥା ଓଡିଶୀ ଡ୍ୟାନସ ଏକାଡେମୀ ଓଡିଶୀ ନୃତ୍ୟ ପରିବେଷଣ କରିବେ।

ସେହିପରି ଅନ୍ୟଦିନଗୁଡିକରେ କଥକ ନୃତ୍ୟ, ମିରା ଦାସଙ୍କ ଓଡିଶୀ ନୃତ୍ୟ, ମୟୁରଭଂଜ ଛଉ ଏବଂ ଭାରତନାଟ୍ୟମ ପରିବେଷଣ କରାଯିବ। ଏ ନେଇ ଆଜି ସଂସ୍କୃତି ବିଭାଗ ଓ ଓଡିଏ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏଥିରେ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ଓଡିଏ ନିର୍ଦ୍ଦେଶିକା ତଥା ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ଏକ ପୋଷ୍ଟର ଉନମୋଚନ କରାଯାଇଛି।