Categories
ଆଜିର ଖବର ରାଜ୍ୟ ଖବର

ଆର୍ ଏସ୍ ଏସ୍ ତରଫରୁ ଭୁବନେଶ୍ବରରେ ହେବ ପଥ ସଂଚଳନ କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ବର୍ଷ ସଂଘ ଶିକ୍ଷାବର୍ଗ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଉଅଛି । ଏହି ସଂଘ ଶିକ୍ଷାବର୍ଗର ଶିକ୍ଷାର୍ଥୀମାନଙ୍କୁ ନେଇ ଏକ ଭବ୍ୟ ପଥ ସଂଚଳନ ଆସନ୍ତା ୧ ଜୁନ ୨୦୨୨, ବୁଧବାର ଦିନ ଅନୁଷ୍ଠିତ ହେବ। ଏହି ପଥ ସଂଚଳନ ଅପରାହ୍ନ ୫.୧୫ ମିନିଟ୍ ରୁ ଆରମ୍ଭ ହୋଇ ସଂଧ୍ୟା ୬ ଘଟିକା ସମୟରେ ଶେଷ ହେବ।

ଉତ୍କଳ ବିପନ୍ନ ସହାୟତା ସମିତି ପରିସରରୁ ଏହି ପଥ ସଂଚଳନ ବାହାରି ଚକେଇସିଆଣିହାଟ, ମଂଚନାଥ ବିଦ୍ୟାଳୟ, ବ୍ରିଜ ଛକ, ସ୍କିଲ ଡେଭଲପମେଂଟ, ବ୍ଲୁ ହୁଇଲି ହସ୍‌ପିଟାଲ, ନିତିଦିନ ଖବର କାଗଜ ଛକ, ଶିଳ୍ପାଚଂଳ ବିଦ୍ୟାଳୟ, ଷ୍ଟେସନ ରୋଡ, ସମୟପ୍ରେସ ହୋଇ ପୁଣି ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ପହଁଚିବ ।