Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ଯୋଜନା ୧.୬୦ ଲକ୍ଷ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଯୋଜନା ୧.୬୦ ଲକ୍ଷ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ରକୁ ବିସ୍ତାର ହେବାକୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଗରିବଙ୍କ ପାଇଁ ଉନ୍ନତମାନର ତଥା ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ଆମର ପ୍ରୟାସ ଗତିଶୀଳ ହେବାରେ ଲାଗିଛି’।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପାଞ୍ଚ କୋଟି ହସ୍‌ପିଟାଲ ଆଡ୍‌ମିଶନକୁ ଅନୁମୋଦନ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍‌ଜେଏୱାଇ) ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏହି ଯୋଜନାରେ ଦେଶର ପାଞ୍ଚ କୋଟି ଗରିବ ହିତାଧିକାରୀଙ୍କୁ ଦେଶ ଆଗଧାଡିର ହସ୍‌ପିଟାଲରେ ମାଗଣାରେ ୬୧,୫୦୧ କୋଟି ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଭାରତ ସରକାରଙ୍କ ଏହି ଅତି ଗୁରୁତ୍ୱପୂର୍ଣ୍ଣ ଯୋଜନାଟି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ବା ଏନ୍‌ଏଚ୍‌ଏ ଦ୍ୱାରା କାର୍ଯ୍ୟକାରୀ ହେଉଛି।

ଏହି ଯୋଜନାରେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି। ପଞ୍ଜୀକୃତ ହୋଇଥିବା ୨୮, ୩୫୧ଟି ଦ୍ୱିତୀୟକ ଓ ତୃତୀୟକ ବର୍ଗର ହସ୍‌ପିଟାଲରେ ଏହି ମାଗଣା ଚିକିତ୍ସା ସୁବିଧା ଯୋଗାଣର ବ୍ୟବସ୍ଥା କରାଯାଇଛି। ହିତାଧିକାରୀ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ଦେଖାଇ ଚିକିତ୍ସା ସୁôବିଧା ପାଇବାର ବନ୍ଦୋବସ୍ତ ହୋଇଛି। ଚିକିତ୍ସା  ବାବଦ ଖର୍ଚ୍ଚ ହସ୍‌ପିଟାଲ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ପାଉଛନ୍ତି। ଏହି ଯୋଜନାରେ ଦେଶର ୧୨କୋଟି ଗରିବ ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ଯୋଜନାର ସଫଳତା ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍‌ଏଚଏର ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାଟି ସାର୍ବଜନୀନ   ସ୍ୱାସ୍ଥ୍ୟସେବା ଯୋଗାଣ ଲକ୍ଷ୍ୟ ହାସଲ ପାଇଁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଏବେ ପଞ୍ଚମ ବର୍ଷରେ ପହଂଚିଛି। ଏହି ଯୋଜନାରେ କୋଟି କୋଟି ଗରିବ ଓ ଅସହାୟ ଲୋକ ଉପକୃତ ହେଉଛନ୍ତି। ଜଟିଳ ବ୍ୟାଧିର ବ୍ୟୟବହୁଳ ଚିକିତ୍ସା ପାଇଁ ସେମାନଙ୍କୁ ଉନ୍ନତ ହସ୍‌ପିଟାଲରେ ମାଗଣା ସୁବିଧା ମିଳୁଛି। ଏଥିପାଇଁ ହିତାଧିକାରୀଙ୍କୁ ନିଜ ପକେଟରୁ  ପଇସାଟିଏ ଖର୍ଚ୍ଚ କରିବାକୁ ପଡୁନାହିଁ। ଏହି ଯୋଜନାର ନିରନ୍ତର କାର୍ଯ୍ୟକାରିତା ଫଳରେ ଚଳିତବର୍ଷ ଏକାଧିକ ସଫଳତା ମିଳିଛି। ଯୋଜନାର ହିତାଧିକାରୀଙ୍କୁ ୯.୨୮ କୋଟି କାର୍ଡ ପ୍ରଦାନ କରାଯାଇଛି। ସେମାନଙ୍କୁ ଏ ବାବଦ ମଞ୍ଜୁର ଅର୍ଥର ଶତ ପ୍ରତିଶତ ବିନିଯୋଗ କରିବାକୁ ଅନୁମତି ମିଳିଛି।

ସେହିଭଳି ୨୦୨୨-୨୩ ବର୍ଷରେ ଯୋଜନାର ହିତାଧିକାରୀଙ୍କୁ ମଧ୍ୟରୁ ୧. ୬୫ କୋଟିଙ୍କୁ ହସ୍‌ପିଟାଲରେ ଭର୍ତ୍ତି ହେବା (ହସ୍‌ପିଟାଲ ଆଡମିଶନ) ସଂକ୍ରାନ୍ତ ଅନୁମୋଦନ ଦିଆଯାଇଛି। ଏହା ଫଳରେ ସେମାନଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ସମ୍ପୃକ୍ତ ହସ୍‌ପିଟାଲ ସବୁକୁ ମିଳିବ। ମୋଟାମୋଟି ଭାବେ ୨୦୨୨-୨୩ ବର୍ଷଟି ଆୟୁଷ୍ମାନ ଭାରତ ଯୋଜନା ପାଇଁ ଅତ୍ୟନ୍ତ ସଫଳତାର ବର୍ଷ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶର ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ  କାର୍ଯ୍ୟକାରୀ ହେଉଛି। ତେବେ ଓଡିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ସରକାର ଏହି ଯୋଜନାକୁ  କାର୍ଯ୍ୟକାରୀ କରୁନାହାନ୍ତି। ଏଯାବତ୍ ଏହି ଯୋଜନାରେ ୨୩. ୩୯କୋଟି ହିତାଧିକାରୀଙ୍କ ଯୋଗ୍ୟତା ଓ ବୈଧତାକୁ ପରଖି କର୍ତ୍ତୃପକ୍ଷ ସେମାନଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରିଛନ୍ତି। ଏହି ବୀମା କାର୍ଡ ଦେଖାଇ ସେମାନେ ପଞ୍ଜୀକୃତ ହସ୍‌ପିଟାଲରେ ମାଗଣରେ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ। ଏହି ଯୋଜନାରେ ହିତାଧିକାରୀଙ୍କୁ କୋ-ବ୍ରାଣ୍ଡେଡ୍ ପିଭିସି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି।

ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ହସ୍‌ପିଟାଲ ପଞ୍ଜୀକୃତ ହୋଇଛି। ସେଥିରେ ୧୨,୮୨୪ ଘରୋଇ ହସ୍‌ପିଟାଲ ଅନ୍ତର୍ଭୁକ୍ତ। ୨୦୨୨-୨୩ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍‌ପିଟାଲ ହୋଇଥିବାବେଳେ ୪୪%ଙ୍କ ଚିକିତ୍ସା ସରକାରୀ ହସ୍‌ପିଟାଲରେ ହୋଇଛି।

ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ  ମୋଟ ୧୯୪୯ ପଦ୍ଧତିରେ ଚିକିତ୍ସା ସୁବିଧା ମିଳୁଛି। ତୃତୀୟକ ଚିକିତ୍ସା ଓ ଯତ୍ନ ବର୍ଗରେ ହିତାଧିକାରୀଙ୍କୁ କ୍ୟାନସର, ଜରୁରୀ ଚିକିତ୍ସା ଓ ଯତ୍ନ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ ବୃକକ୍ ସଂକ୍ରାନ୍ତ ବ୍ୟାଧିର ଚିକିତ୍ସା ସେବା ମାଗଣାରେ ମିଳୁଛି। ଆହୁରି ମଧ୍ୟ ଏହି ଯୋଜନାରେ ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏବେ ଆୟୁଷ୍ମାନ କାର୍ଡଧାରୀଙ୍କ ମଧ୍ୟରେ ୪୯ ପ୍ରତିଶତ ମହିଳା। ସେହିଭଳି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାରେ ମହିଳାଙ୍କ ସଂଖ୍ୟା ୪୮%। ମହିଳାଙ୍କ ପାଇଁ ଏହି ଯୋଜନାରେ ୧୪୧ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ  ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

10 ଲକ୍ଷ ରୋଗୀଙ୍କ ସମୟ ସଞ୍ଚୟ କରିଛି ଆଭା ଆଧାରିତ ସ୍କାନ୍ ଆଣ୍ଡ ସେୟାର ସେବା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଏହାର ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ଯୋଗାଣରେ ପାରଦର୍ଶିତା ଆଣିବା ପାଇଁ ଡିଜିଟାଲ୍ ହସ୍ତକ୍ଷେପକୁ ସକ୍ଷମ କରୁଛି। ଏପରି ଏକ ହସ୍ତକ୍ଷେପ ‘ସ୍କାନ୍ ଆଣ୍ଡ ସେୟାର’, ଯେଉଁଥିରେ ଓପିଡିରେ ରୋଗୀଙ୍କର ତୁରନ୍ତ ପଞ୍ଜୀକରଣ ହୋଇଥାଏ। ଏହି ସେବା ଏହି ପ୍ରକ୍ରିୟାରେ ସାମିଲ୍ ଥିବା ହସ୍ପିଟାଲରେ ଉପଲବ୍ଧ ରହିଛି। ଏହି ସେବାର ବ୍ୟବହାର କରୁଥିବା ରୋଗୀମାନଙ୍କର ସଂଖ୍ୟା ବୃଦ୍ଧି ହୋଇଛି ଏବଂ ନିଜର ପ୍ରାରମ୍ଭିକ ଛଅ ମାସରେ ହିଁ ଏହି ସଂଖ୍ୟା 10 ଲକ୍ଷ ପଞ୍ଜୀକରଣକୁ ଅତିକ୍ରମ କରିଛି। ଏହା ଉଲ୍ଲେଖନୀୟ ଯେ ଗତ ମାସରେ (23 ଫେବୃୟାରୀ, 2023 ସନ୍ଦର୍ଭରେ) ହିଁ ପାଞ୍ଚ ଲକ୍ଷ ରୋଗୀ ପଞ୍ଜୀକରଣ କରାଇଥିଲେ। ସ୍କାନ-ଆଣ୍ଡ-ସେୟାର ସେବାର ପ୍ରଭାବ ଏବଂ ଏହାର ସ୍ବୀକୃତି ଏହି ବିଷୟରେ ପ୍ରମାଣିତ ହୋଇଯାଏ ଯେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହେଉଛି।

ସ୍କାନ-ଆଣ୍ଡ-ସେୟାର ସେବା ବିଷୟରେ ଏନଏଚଏ ର ସିଇଓ କହିଛନ୍ତି – ‘‘ଏବିଡିଏମ୍ ର ଲକ୍ଷ୍ୟ ଡିଜିଟାଲ୍ ସମାଧାନର ଉପଯୋଗ ଦ୍ବାରା ନିରନ୍ତର ସ୍ବାସ୍ଥ୍ୟ ଯୋଗାଣ ପ୍ରସ୍ତୁତ କରିବା ଅଟେ। ସ୍କାନ-ଆଣ୍ଡ-ସେୟାର ପଦକ୍ଷେପ ମାଧ୍ୟମରେ ହସ୍ପିଟାଲ୍ ରୋଗୀଙ୍କର ଆଭା (ଏବିଏଚଏ) ପ୍ରୋଫାଇଲ୍ ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ତାଙ୍କର ଡିଜିଟାଲ୍ ପଞ୍ଜୀକରଣ ସେବାର ଉପସ୍ଥାପନ କରୁଛନ୍ତି। ଏହାଦ୍ବାରା ରୋଗୀଙ୍କୁ ତୁରନ୍ତ ପଞ୍ଜୀକରଣ ଟିକେଟ୍ ମିଳି ଯାଇଥାଏ ଏବଂ ତାଙ୍କୁ ଲାଇନରେ ଛିଡ଼ା ହେବା ଏବଂ ସମ୍ପୂର୍ଣ୍ଣ ବିବରଣୀ ଲେଖିବାରୁ ମୁକ୍ତି ମିଳି ଯାଇଥାଏ। ଏହି ସମୟରେ, ପ୍ରତି ଦିନ ହାରାହାରି 25,000 ଓପିଡି ଟୋକନ୍ ପ୍ରଦାନ କରାଯାଉଛି। ଆମର ଉଦ୍ଦେଶ୍ୟ ହେଉଛି ଖୁବ ଶୀଘ୍ର ଏହି ପରିମାଣକୁ ପ୍ରତି ଦିନ ଏକ ଲକ୍ଷ ଟୋକନରୁ ଅଧିକ କରିବା। ଏହା ବ୍ୟତୀତ ଆମେ ରୋଗୀ ଓ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅନ୍ୟ ପ୍ରକାର ଯୋଗାଯୋଗ ପାଇଁ ଏହି ପଦକ୍ଷେପକୁ ଆଗକୁ ନେଉଛୁ।

ସ୍କାନ-ଆଣ୍ଡ-ସେୟାର ସେବା କ୍ୟୁଆର କୋଡ୍ ଆଧାରିତ ଅଟେ ଏବଂ ଏହି ସୂଚନା ପ୍ରଦାନ କରିବାର ଏକ ସରଳ ମାଧ୍ୟମ ଉପରେ କାମ କରିଥାଏ। ଭାଗ ନେଉଥିବା ହସ୍ପିଟାଲ୍ ନିଜର ରୋଗୀ ପଞ୍ଜୀକରଣ କାଉଣ୍ଟରରେ ନିଜର ବିଶେଷ କ୍ୟୁଆର କୋଡ୍ ପ୍ରଦର୍ଶିତ କରିଥାନ୍ତି। ରୋଗୀ ସେବା ପାଇଁ ସମର୍ଥିତ ମୋବାଇଲ୍ ଆପ୍ (ବର୍ତ୍ତମାନ କ୍ଷେତ୍ରରେ ଏବିଏଚଏ ଆପ୍, ଆରୋଗ୍ୟ ସେତୁ, ଡ୍ରିଫକେସ୍, ପେଟିଏମ୍, ବଜାଜ୍ ହେଲ୍ଥ ଏବଂ ଏକୋକେୟାରରେ ଉପଲବ୍ଧ) ର ଉପଯୋଗ କରି କ୍ୟୁଆର କୋଡ୍ ସ୍କାନ କରିବା ପାଇଁ ନିଜର ସ୍ମାର୍ଟଫୋନର ବ୍ୟହବାର କରିଥାନ୍ତି। ଏହାପରେ ରୋଗୀ ନିଜର ଆଭା (ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ) ପ୍ରସ୍ତୁତ କରିଥାନ୍ତି ବା ନିଜର ପ୍ରଚଳିତ ଆଭା ଆକଉଣ୍ଟରେ ଲଗଇନ୍ କରିଥାନ୍ତି। ଲଗ୍ ଇନ୍ କରିବା ପରେ ରୋଗୀ କୌଣସି ପ୍ରକାର ଫର୍ମ ପୂରଣ ନକରି ପଞ୍ଜୀକରଣ ପୂରଣ କରିବା ପାଇଁ ପ୍ରତ୍ୟକ୍ଷ ଭାବରେ ହସ୍ପିଟାଲ୍ ସହିତ ନିଜର ଆଭା ପ୍ରୋଫାଇଲ୍ ସେୟାର କରିପାରିବେ। ଏହି କାଗଜମୁକ୍ତ ପଞ୍ଜୀକରଣର ପରିଣାମସ୍ବରୂପ ତତ୍କାଳ ଟୋକନ୍ ପ୍ରସ୍ତୁତ ହୋଇ ଯାଇଥାଏ। ଏହିପରି ଆଭାର ବ୍ୟବହାର କରି ରୋଗୀଙ୍କୁ ଲମ୍ବା ଲାଇନରେ ଆଉ ଛିଡ଼ା ହେବାକୁ ପଡ଼ିବ ନାହିଁ।

ଏହି ସେବା ଲେଡି ହାର୍ଡ଼ିଂ ମେଡିକାଲ୍ କଲେଜ୍ (ଏଲଏଚଏମସି) ଏବଂ ଶ୍ରମୀତୀ ସୁଚେତା କ୍ରିପଲାନୀ ହସ୍ପିଟାଲ୍ (ଏସଏସକେଏଚ୍) ହସ୍ପିଟାଲ୍, ନୂଆ ଦିଲ୍ଲୀରେ 6 ଅକ୍ଟୋବର 2022 ରେ ଆରମ୍ଭ କରାଯାଇଥିଲା। ସେହି ଦିନ ଠାରୁ 443 ଜିଲ୍ଲାରେ 147 ରୁ ଅଧିକ ହସ୍ପିଟାଲ୍ ଏହି ସେବାକୁ ଗ୍ରହଣ କରିଛନ୍ତି ଯେଉଁ କାରଣରୁ ନିୟମିତ ଓପିଡିରେ ପଞ୍ଜୀକରଣ କରାଇବା ପାଇଁ ଲାଇନରେ ଛିଡ଼ା ହେବାର ସମୟ ବଞ୍ଚି ପାରୁଛି। ଏମସ ରାୟପୁର, ଏନଡିଏମସି ଚରକ ପାଲିକା ହସ୍ପିଟାଲ୍ – ନୂଆ ଦିଲ୍ଲୀ, ଏଲଏଚଏମସି ଓ ଏସଏସକେଏଚ୍ – ନୂଆ ଦିଲ୍ଲୀ, ସାର ସି ଭି ରମନ୍ ଜେନେରାଲ୍ ହସ୍ପିଟାଲ୍-ବେଙ୍ଗାଲୁରୁ ଓ ଏଲ ବି ଆର ଜଏଣ୍ଟ ହସ୍ପିଟାଲ୍, କାନପୁର ରୋଡ୍, ଲକ୍ଷ୍ମୌ ଏବିଏଚ୍ଏ ଆଧାରିତ ସ୍କାନ-ଆଣ୍ଡ-ସେୟାର ସେବାର ଉପଯୋଗ କରି ନିୟମିତ 25,000 ରୁ ଅଧିକ ରୋଗୀମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ସ୍କାନ-ଆଣ୍ଡ-ସେୟାର ସେବାର କାର୍ଯ୍ୟକାରୀ ସମ୍ବନ୍ଧିତ ଅଧିକ ବିବରଣୀ ଏବିଡିଏମ୍ ପବ୍ଲିକ୍ ଡାସବୋର୍ଡ଼ https://dashboard.abdm.gov.in/abdm/ ରେ ଉପଲବ୍ଧ ରହିଛି।

ଯେଉଁ ହସ୍ପିଟାଲ୍ ଏବଂ ଡିଜିଟାଲ୍ ସମାଧାନ କମ୍ପାନୀ ସ୍ବାସ୍ଥ୍ୟ ସୁବିଧାକୁ ନିଜର ପ୍ରଯୁକ୍ତି ପ୍ରଦାନ କରୁଛନ୍ତି, ତାଙ୍କ ଦ୍ବାରା ସ୍କାନ-ଆଣ୍ଡ-ସେୟାର ସେବାକୁ ଗ୍ରହଣ କରିବାର ପ୍ରକ୍ରିୟାକୁ ବଢ଼ାଇବା ପାଇଁ ଏବିଡିଏମ୍ ଡିଜିଟାଲ୍ ହେଲ୍ଥ ଇନ୍ସେନଟିଭ୍ ସ୍କିମ୍ (ଡିଏଚଆଇଏସ୍) ଅନ୍ତର୍ଗତ ସ୍କାନ-ଆଣ୍ଡ-ସେୟାର ଟ୍ରାନ୍ଜାକ୍ସନକୁ ମଧ୍ୟ ସାମିଲ୍ କରିଛନ୍ତି। ଆଭା ଆଧାରିତ ସ୍କାନ-ଆଣ୍ଡ-ସେୟାର ସେବାର ଉପସ୍ଥାପନା କରୁଥିବା ସ୍ବାସ୍ଥ୍ୟ ସୁବିଧାକୁ ଆଭା ଆଧାରିତ ଡିଜିଟାଲ୍ ସ୍ବାସ୍ଥ୍ୟ ଟ୍ରାନ୍ଜାକ୍ସନ ସଂଖ୍ୟାର ଆଧାରରେ ଡିଏଚଆଇଏସ୍ ଅନ୍ତର୍ଗତ ଚାରି କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରିବାର ସୁଯୋଗ ମିଳୁଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ହସ୍‌ପିଟାଲର ପ୍ରଦର୍ଶନକୁ ମାପି ଗ୍ରେଡ ପ୍ରଦାନ କରିବାକୁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ପକ୍ଷରୁ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାର ମାନକୁ ବିଚାରକୁ ନେଇ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ମାପିବା ଲକ୍ଷ୍ୟରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନ୍‌ଏଚ୍‌ଏ ଏକ ବ୍ୟବସ୍ଥା ପ୍ରବର୍ତ୍ତନ କରୁଛି। ଏଥିରେ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଓ ଯତ୍ନକୁ ବିଚାରକୁ ନେଇ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ଓ ଗ୍ରେଡ୍ ନିର୍ଦ୍ଧାରିତ ହେବ। ଯେଉଁସବୁ ହସ୍‌ପିଟାଲ ଆୟୁଷ୍ମାନ  ଭାରତ-ପିଏମ୍‌-ଜେଏୱାଇ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି ଏଣିକି ସେମାନଙ୍କର ପ୍ରଦର୍ଶନ ଓ ଗ୍ରେଡ ନୂଆ ବ୍ୟବସ୍ଥାରେ ନିର୍ଦ୍ଧାରିତ ହେବ।

ପାରମ୍ପାରିକ ଭାବେ, ଅର୍ଥ ପ୍ରଦାନକାରୀଙ୍କ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ସେବାର ଢାଞ୍ଚା ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ଉପରେ ଗୁରୁତ୍ୱ ଦିଏ। ଏଥିରେ ରୋଗୀର ଚିକିତ୍ସା ପାଇଁ ହସ୍‌ପିଟାଲକୁ ଯେଉଁ ଅର୍ଥ ପ୍ରଦାନ କରାଯାଏ ସେଥିରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ଚିକିତ୍ସା ସେବାକୁ ହିସାବକୁ ନିଆଯାଏ ଏବଂ ଏହା ବଣ୍ଡଲ ପେମେଣ୍ଟ ନାମରେ ପରିଚିତ। ତେବେ ନୂଆ ବ୍ୟବସ୍ଥାରେ ଏକଥା ରହିବ ନାହିଁ। ଏଥିରେ ରୋଗୀଙ୍କୁ  ଯୋଗାଇ ଦିଆଯାଉଥିବା ମୂଲ୍ୟ ମିଶ୍ରିତ ସେବା ବା ଭ୍ୟାଲ୍ୟୁ ବେସ୍‌ଡ କେୟାର ଗୁରୁତ୍ୱ ପାଇବ। ସୁତରାଂ ଏଥିରେ ବଣ୍ଡଲ ପେମେଣ୍ଟ  ନ ହୋଇ ଚିକିତ୍ସାର ନିର୍ଯାସ ବା ଫଳାଫଳକୁ ଗୁରୁତ୍ୱ ଦିଆଯିବ। କୌଣସି ସେବା ଯୋଗାଣ ଦ୍ୱାରା ରୋଗୀର ଯଦି କିଛି ଉପକାର ନ ହୁଏ, ସେ କ୍ଷେତ୍ରରେ ସେହି ଚିକିତ୍ସା ପାଇଁ ହସ୍‌ପିଟାଲ ଅର୍ଥ ନେବାକୁ ହକ୍‌ଦାର ହେବ ନାହିଁ। ଅତଏବ ହସ୍‌ପିଟାଲ ସମୂହ ସେମାନଙ୍କର ଚିକିତ୍ସା ଓ ସେବାର ମାନ ଏବଂ ଫଳାଫଳ ବିଚାରରେ ପୁରସ୍କୃତ ହେବେ। ନୂଆ ମଡେଲରେ ରୋଗୀ ଚିକିତ୍ସା ଗୁରୁତ୍ୱ ପାଇବ। ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଲେ ବା ସେମାନେ ସୁସ୍ଥ ହେଲେ ହସ୍‌ପିଟାଲକୁ ତାହାର ଆଧାରରେ ଗ୍ରେଡ ପ୍ରଦାନ କରାଯିବ। ଏହା ଦ୍ୱାରା ହସ୍‌ପିଟାଲଗୁଡିକୁ ବିଭିନ୍ନ ସେବା ଯୋଗାଣର ପ୍ରାବଲ୍ୟ ପରିବର୍ତ୍ତେ ରୋଗୀଙ୍କର ଉପଯୁକ୍ତ ଚିକିତ୍ସା ଓ ଯତ୍ନ୍ ଉପରେ ଗୁରୁତ୍ୱ ଦେବେ। ଏହା ଫଳରେ ଲୋକଙ୍କ ବ୍ୟାଧିର ବୋଝ ଓ ପ୍ରଭାବ ଦୀର୍ଘମିଆଦି ନୀତିରେ ହ୍ରାସ ପାଇବ।

ଏହି ପଦକ୍ଷେପ ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ବ୍ୟବସ୍ଥାରେ ବିଶେଷ ଉନ୍ନତି ଆସିବାର ସମ୍ଭାବନା ଅଧିକ। ଏହା ଦ୍ୱାରା ଉଭୟ ରୋଗୀ ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଉପକୃତ ହେବେ ଏବଂ କାହାର କ୍ଷତି ଘଟିବ ନାହିଁ। ତା’ଛଡା ରୋଗୀଙ୍କ ବୀମା ବାବଦ ଅର୍ଥ ଯୋଗାଉଥିବା ସରକାର ବା ସମ୍ପୃକ୍ତ ପକ୍ଷ ମଧ୍ୟ ନିଜର ଲକ୍ଷ୍ୟ ସାଧନରେ ସଫଳ ହୋଇପାରିବେ। ରୋଗୀ ଆରୋଗ୍ୟ ଲାଭ କରି ଖୁସି ହେବେ ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଅର୍ଥ ପାଇବେ। ବୀମାବାବଦ ଅର୍ଥ ପ୍ରଦାନକାରୀ ଏହି ବ୍ୟବସ୍ଥାରେ ନିଜର ଖର୍ଚ୍ଚ ତୁଳନ।।ରେ ପୂର୍ବାପେକ୍ଷା ଅଧିକ ସଫଳତା ପାଇବେ।

ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର୍‌.ଏସ. ଶର୍ମା କହିଛନ୍ତି ଯେ ପ୍ରତ୍ୟେକ ତାଲିକାଭୁକ୍ତ ହସ୍‌ପିଟାଲରେ ପ୍ରଧାନମନ୍ତ୍ରୀ  ଜନ ଆରୋଗ୍ୟ ଯୋଜନାର ପ୍ରତ୍ୟେକ ହିତାଧିକାରୀ ଯେପରି କ୍ୟାସଲେସ ବ୍ୟବସ୍ଥାରେ ଉଚ୍ଚମାନର ଚିକିତ୍ସା ସେବା ପାଆନ୍ତି ତାହାକୁ ସୁନିଶ୍ଚିତ କରିବାକୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଯୋଜନା ଅନ୍ତର୍ଭୁକ୍ତ ଚିକିତ୍ସାର ଖର୍ଚ୍ଚକୁ ମାନକୀକୃତ ବା ଷ୍ଟାଣ୍ଡାଡାଇଜ୍ କରିବା ଏବଂ ଅତ୍ୟାଧୁନିକ ଓ ଅଗ୍ରଣୀ ଚିକିତ୍ସା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା  ଆଦି ରହିଛି। ଅତିରିକ୍ତ ଭାବେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏକ ବ୍ୟବସ୍ଥା କରିଛି, ଯେଉଁଥିରେ ଯେଉଁ  ହସ୍‌ପିଟାଲ ସବୁ ଉଚ୍ଚମାନର ଚିକିତ୍ସା ସେବା ରୋଗୀଙ୍କୁ ଯୋଗାଉଛନ୍ତି ସେମାନଙ୍କ ପ୍ରଦର୍ଶନକୁ ବିଚାରକୁ ନେଇ ସମ୍ପୃକ୍ତ ହସ୍‌ପିଟାଲଗୁଡିକୁ ପ୍ରୋତ୍ସାହିତ କରାଯିବ।

ମୂଲ୍ୟଭିତ୍ତିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅର୍ଥ ଦେଉଥିବା ପକ୍ଷ ମଧ୍ୟ ଖର୍ଚ୍ଚ ନିୟନ୍ତ୍ରଣ ଉପରେ ନିଜର କ୍ଷମତା ଦୃଢଭାବେ ଜାହିର କରିପାରିବେ। ଏକ ସୁସ୍ଥ ଜନସଂଖ୍ୟାର ଅର୍ଥ ହେଲା ଏଥିରେ ଚିକିତ୍ସା ବାବଦ ବୀମା କ୍ଲେମ କମ୍। ଏଭଳି ସ୍ଥିତିରେ ବୀମା ପ୍ରଦାନକାରୀଙ୍କ ଉପରେ ଚାପ ହ୍ରାସ ପାଏ ଓ ତାଙ୍କର ଖର୍ଚ୍ଚ କମେ। ସେହିଭଳି ଯୋଗାଣକାରୀ ନିଜର ଉତ୍ପାଦ ଓ ସେବାକୁ ରୋଗୀଙ୍କ ଆଡକୁ ମୁହାଁଇ ସକାରାତ୍ମକ ଫଳାଫଳ ପାଇବାକୁ ଗୁୁରୁତ୍ୱ ଦେବେ। ମୋଟାମୋଟି ଏହି ମୂଲ୍ୟଭିତ୍ତିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ପ୍ରୋତ୍ସାହିତ ଓ ଅନୁପ୍ରାଣିତ କରିବ ଏବଂ ସେମାନେ ରୋଗୀ କୈନ୍ଦ୍ରିକ ସେବା ଉପରେ ଅଧିକ ଗୁରୁତ୍ୱ ଦେବେ।

ଏହି ମୂଲ୍ୟଭିତ୍ତିକ ସେବା ଅଧୀନରେ ଆୟୁଷ୍ମାନ ଭାରତ  ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହସ୍‌ପିଟାଲ ସମୂହଙ୍କ ପ୍ରଦର୍ଶନ ପାଞ୍ଚଟି ସୂଚକାଙ୍କ ଭିତିରେ ମପାଯିବ। ସେଗୁଡିକ ହେଲା-୧) ହିତାଧିକାରୀଙ୍କ ସନ୍ତୋଷ, ୨) ହସ୍‌ପିଟାଲ ରିଆଡମିଶନ ହାର, ୩)ରୋଗୀଙ୍କ ପକେଟରୁ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣ, ୪) ରୋଗୀଙ୍କ ଆପତ୍ତି ଅଭିଯୋଗର ସତ୍ୟାସତ୍ୟ ନିର୍ଦ୍ଧାରଣ ଓ ୫) ଇନ-ପେସେଣ୍ଟଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ଜୀବନର ମାନରେ ଉନ୍ନତି।

ଏହି ସୂଚକାଙ୍କ ଭିତ୍ତିରେ ପ୍ରସ୍ତୁତ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ତାଲିକାକୁ ପବ୍ଲିକ ଡ୍ୟାସବୋର୍ଡରେ ସ୍ଥାନିତ କରାଯିବ। ଏହାର ଏକ ଉତ୍ତମ ପ୍ରଭାବ ରୋଗୀ ଏବଂ ହିତାଧିକାରୀଙ୍କ ଉପରେ ପଡିବ। ସେମାନେ ପ୍ରଦର୍ଶନ ଦେଖି ହସ୍‌ପିଟାଲ ବାଛିବେ ଓ ବିଚାରବନ୍ତ ନିଷ୍ପତ୍ତି ନେବେ। ସୁତରାଂ ଏହା ଦ୍ୱାରା ହସ୍‌ପିଟାଲ ପ୍ରଦର୍ଶନ ତାହାର ଆର୍ଥିକ ପ୍ରୋତ୍ସାହନକୁ ତ୍ୱରାନ୍ୱିତ କରିବ। ଭଲ ଚିକିତ୍ସା ପାଇଁ ଅଧିକରୁ ଅଧିକ ବୀମାକୃତ ରୋଗୀ ଆସିଲେ ହସ୍ପିଟାଲର ଆୟ ବଢିବ।

ହସ୍‌ପିଟାଲର ପ୍ରଦର୍ଶନଜନିତ ଏହି ପ୍ରୟାସ ସହିତ ମୂଲ୍ୟଭିତ୍ତିକ ପ୍ରୋତ୍ସାହନ, ସ୍ୱାସ୍ଥ୍ୟ ଟେକ୍‌ନୋଲୋଜି ବ୍ୟବହାରର ଆକଳନ ଏବଂ ଚିକିତ୍ସାସେବାର ମାନ ତଦାରଖ କରିବାକୁ ଡିଜିଟାଲ ଟୁଲ୍ସର ବ୍ୟବହାର ଆଦି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଏକ ନୂତନ ଉନ୍ନତ ରୂପ ଦେବ। ଏହାଦ୍ୱାରା ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭଲ୍ୟୁମ୍ ବେସ୍‌ଡ୍‌ରୁ ଭ୍ୟାଲ୍ୟୁ ବେସ୍‌ଡ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବ୍ୟବସ୍ଥାରେ ପରିଣତ ହେବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୧,୫୦,୦୦୦  ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ 

ଦିଲ୍ଲୀ: ଭାରତ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ମାଇଲ୍‌ଖୁଂଟକୁ ଅତିକ୍ରମ କରିଛି – ୩୧ ଡିସେମ୍ବର ପୂର୍ବରୁ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି) କାର୍ଯ୍ୟକ୍ଷମ ହୋଇଛି। ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ସଫଳତା ହାସଲ କରିବା ନିମନ୍ତେ ଦେଶର ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ତଥା ସୁଯୋଗ ପାଇବା କ୍ଷେତ୍ରରେ ଏହି କେନ୍ଦ୍ର ଗୁଡିକ ସମଗ୍ର ଦେଶରେ ନାଗରିକ ମାନଙ୍କୁ ସହାୟତା  କରିବେ ବୋଲି ସେ ପ୍ରଶଂସା କରି କହିଛନ୍ତି।

ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାହା ସଫଳତାର ସହ ହାସଲ କରିଛି ବୋଲି ସେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦର୍ଶନକୁ ବାସ୍ତବିକତାରେ ପରିବର୍ତ୍ତିତ କରି, ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଏବଂ କେନ୍ଦ୍ର ସରକାରଙ୍କ ସାମୂହିକ ତଥା ସହଯୋଗାତ୍ମକ ପ୍ରୟାସ ଭାରତକୁ ସୁନିଶ୍ଚିତ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମଡେଲରେ ପରିଣତ କରିଛି।

କାହାକୁ ପଛରେ ନ ଛାଡି, “ଆନ୍ତୋଦୟ” ର ସିଦ୍ଧାନ୍ତ ଗୁଡିକ ପୂରଣ କରିବାରେ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି) ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଣରେ ପରିବର୍ତ୍ତନ ଆଣିଛି ଯାହା ସର୍ବଭାରତୀୟ ସ୍ତରରେ ମାଗଣାରେ ଏବଂ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକ ମାନଙ୍କୁ ଯତ୍ନର ଏକ ନିରନ୍ତର ଉପାୟ ମାଧ୍ୟମରେ ସେବା ଯୋଗାଇଥାଏ। ବିଭିନ୍ନ ପଦକ୍ଷେପ ଗୁଡିକ ମାଧ୍ୟମରେ ଦେଶର ଭିତର ଅଂଚଳରେ ସ୍ୱାସ୍ଥ୍ୟସେବା ପହଂଚିବାକୁ ସୁନିଶ୍ଚିତ କରି ଏବି – ଏଚ୍‌ଡବ୍ଲ୍ୟୁସି ଇ- ସଞ୍ଜିବନୀ ମାଧ୍ୟମରେ ୮.୫  ଟେଲି ପରାମର୍ଶକୁ ଅତିକ୍ରମ କରିଛି, ଯେଉଁଠାରେ ଦୈନିକ ପ୍ରାୟ ୪ ଲକ୍ଷ ଟେଲି ପରାମର୍ଶ ଦିଆ ଯାଇଥାଏ।

ସାରା ଦେଶରେ ୧୩୪ କୋଟିରୁ ଅଧିକ ଲୋକ ଏବି – ଏଚ୍‌ଡବ୍ଲ୍ୟୁସି ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ୮୬.୯୦ କୋଟିରୁ ଅଧିକ ହିତାଧିକାରୀ ମାନଙ୍କର ଅଣ ସଂକ୍ରାମକ ରୋଗ ପାଇଁ  ଯାଂଚ କରାଯାଇଛି , ଯେଉଁଥିରେ ଉଚ୍ଚ ରକ୍ତଚାପ ପାଇଁ ୨୯.୯୫  କୋଟି, ମଧୁମେହ ପାଇଁ ୨୫.୫୬ କୋଟି, ମୁଖ କର୍କଟ ପାଇଁ ୧୭.୪୪ କୋଟି, ସ୍ତନ କର୍କଟ ପାଇଁ ୮.୨୭ କୋଟି ଏବଂ ଗର୍ଭାଶୟ କର୍କଟ ପାଇଁ ୫.୬୬ କୋଟି ହିତାଧିକାରୀ ଅନ୍ତର୍ଭୁକ୍ତ।

ଏବି – ଏଚ୍‌ଡବ୍ଲ୍ୟୁସି ଗୁଡ଼ିକର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର – ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର (ପିଏଚ୍‌ସି – ଏଚ୍‌ଡବ୍ଲ୍ୟୁସି)ରେ ଅତ୍ୟାବଶ୍ୟକ ଔଷଧ ଗୁଡିକର ସଂଖ୍ୟା ୧୭୨ କୁ ଏବଂ ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର (ଏସ୍‌ଏଚ୍‌ସି- ଏଚ୍‌ଡବ୍ଲ୍ୟସି)ରେ ୧୦୫ କୁ ବୃଦ୍ଧି ପାଇଛି  ଏବଂ ଆବଶ୍ୟକୀୟ ନିଦାନ ମଧ୍ୟ ପିଏଚ୍‌ସି – ଏଚ୍‌ଡବ୍ଲ୍ୟୁସିରେ ୬୩ ଏବଂ ଏସ୍‌ଏଚ୍‌ସି- ଏଚ୍‌ଡବ୍ଲ୍ୟସି  ରେ ୧୪ କୁ ବିସ୍ତାର ହୋଇଛି। ଏବି – ଏଚ୍‌ଡବ୍ଲ୍ୟୁସି ଗୁଡିକ ଯୋଗ, ଜୁମ୍ବା, ସାଇକ୍ଲାଥନ୍‌, ୱାକାଥନ୍ ଉପରେ ସୁସ୍ଥତା ଅଧିବେଶନକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥାଏ ଏବଂ ସାମୁଦାୟିକ କଲ୍ୟାଣ ପାଇଁ ଏକ ମାନସିକତା ସୃଷ୍ଟି କରିବା ନିମନ୍ତେ ଖାଦ୍ୟ, ଶାରୀରିକ କାର୍ଯ୍ୟକଳାପ, ସକାରାତ୍ମକ ପାଳନ – ପୋଷଣ, ତମାଖୁ, ମଦ୍ୟପାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରଦାନ କରିଥାଏ।

ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ଗୁଡିକରେ ୧.୬୦ କୋଟିରୁ ଅଧିକ କଲ୍ୟାଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି।

ଏହା ସହିତ, ଏବି – ଏଚ୍‌ଡବ୍ଲ୍ୟୁସି ଗୁଡିକ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର – ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ୟୁପିଏଚ୍‌ସି – ଏଚ୍‌ଡବ୍ଲ୍ୟୁସି) ଅଧୀନରେ ସହରାଂଚଳରେ ୨ – ୩  ଟି କେନ୍ଦ୍ର କାର୍ଯ୍ୟକ୍ଷମ କରିଛନ୍ତି, ଆଉଟ୍‌ପେସେଂଟ ଚିକିତ୍ସାକୁ ମଜବୁତ କରିଛନ୍ତି ଏବଂ ୧୫,୦୦୦ ରୁ  ୨୦,୦୦୦ ଲୋକ ମାନଙ୍କୁ ଏହାର ପରିସରଭୁକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ ସ୍କାନ୍ ଏବଂ ସେୟାର ସେବା ମାଧ୍ୟମରେ ତ୍ବରିତ ଓପିଡି ପଞ୍ଜୀକରଣ ସୁବିଧା

ନୂଆଦିଲ୍ଲୀ: ଜାତୀୟ ସ୍ବାସ୍ଥ୍ୟ ପ୍ରାଧୀକରଣ (ଏଚଏନଏ) ନିଜର ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ସ୍କାନ୍ ଏବଂ ସେୟାର ମାଧ୍ୟମରେ ରୋଗୀମାନଙ୍କ ପାଇଁ ତ୍ବରିତ ଓପିଡି ପଞ୍ଜୀକରଣ ସେବା ପ୍ରଦାନ କରୁଛି। ଅକ୍ଟୋବର 2022 ରେ ନୂଆଦିଲ୍ଲୀ ସ୍ଥିତ ଏକ ହସ୍‌ପିଟାଲରେ ଏହି ସେବାକୁ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଥିଲା। ଏବେ ଏହାକୁ ଭାରତର 18 ଟି ରାଜ୍ୟରେ 200 ରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରହଣ କରାଯାଇଛି। ଏହାର ଶୁଭାରମ୍ଭ ପରେ 75 ଦିନର ଅବଧି ମଧ୍ୟରେ ସ୍କାନ୍ ଓ ସେୟାର ସେବା ପ୍ରାୟ 1 ଲକ୍ଷରୁ ଅଧିକ ରୋଗୀମାନଙ୍କୁ ଓପିଡି ପରାମର୍ଶ ପାଇଁ ତତ୍କାଳ ପଞ୍ଜୀକରଣ ସୁବିଧା ପ୍ରଦାନ କରିଛି। ଏହାଦ୍ବାରା ତାଙ୍କର ସମୟ ସଞ୍ଚୟ ହେବା ସହିତ ଓପିଡି ପଞ୍ଜୀକରଣର ସହଜ ହୋଇ ପାରିଛି। କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତର ପ୍ରଦେଶ ସେହି ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି ଯେଉଁମାନେ ରୋଗୀମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଏହି ସୁବିଧାର ବ୍ୟବହାର କରୁଛନ୍ତି।

ଏହି ସେବା ରୋଗୀମାନଙ୍କୁ ନିଜ ପସନ୍ଦର କୌଣସି ସ୍ବାସ୍ଥ୍ୟ ଆପ୍ଲିକେସନ (ଯେପରିକି ଏବିଏଚଏ ଆପ୍, ଆରୋଗ୍ୟ ସେତୁ ଆପ୍, ଏକା କେୟାର, ଡ୍ରିଫ୍‌କେସ୍, ବଜାଜ୍ ହେଲ୍‌ଥ, ପେଟିଏମ୍‌) ର ଉପଯୋଗ କରି ଏଥିରେ ଭାଗୀଦାର ହସ୍‌ପିଟାଲ୍/ସ୍ବାସ୍ଥ୍ୟ ସୁବିଧାର ୟୁନିକ୍ କ୍ୟୁଆର କୋଡ୍ କୁ କେବଳ ସ୍କାନ କରିବା ସହିତ ନିଜର ଏବିଏଚଏ ପ୍ରୋଫାଇଲ୍ ଆଦାନ ପ୍ରଦାନ କରିବାର ସୁବିଧା ପ୍ରଦାନ କରିଥାଏ। ନିଜର ଏବିଏଚଏ (ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଆକାଉଣ୍ଟ) ରୁ ରୋଗୀଙ୍କ ନାମ, ଅଭିଭାବକଙ୍କ ନାମ, ବୟସ, ଲିଙ୍ଗ, ଠିକଣା, ମୋବାଇଲ୍ ନମ୍ବର ଆଦି ପରି ଡେମୋଗ୍ରାଫିକ୍ ବିବରଣୀ ପ୍ରତ୍ୟକ୍ଷ ଭାବରେ ହସ୍‌ପିଟାଲ୍ ମ୍ୟାନେଜମେଣ୍ଟ ଇନ୍‌ଫରମେସନ ସିଷ୍ଟମ (ଏଚଏମଆଇଏସ୍‌) ସହିତ ଆଦାନ ପ୍ରଦାନ କରାଯାଇଥାଏ। ଏହାପରେ ଡିଜିଟାଲ୍ ପଞ୍ଜୀକରଣର ପ୍ରକ୍ରିୟା ପୂରଣ ହୋଇଥାଏ। ଏହାପରେ ରୋଗୀ ନିଜର ଆଉଟ୍ ପେସେଣ୍ଟ ସ୍ଲିପକୁ ଗ୍ରହଣ କରି ଡାକ୍ତରଙ୍କ ସହିତ ସାକ୍ଷାତ କରିବାକୁ କାଉଣ୍ଟରକୁ ଯାଇପାରେ।

ଏନଏଚଏ ର ସିଇଓ ଡା. ଆର.ଏସ୍. ଶର୍ମା ଏହି ସେବା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘‘ଏବିଡିଏମ୍‌ ଅନ୍ତର୍ଗତ ଆମେ ଇଣ୍ଟର-ଅପରେବିଲିଟି ର ନିର୍ମାଣ କରୁଛୁ ଏବଂ ସ୍ବାସ୍ଥ୍ୟ ଦେଖାଶୁଣା ବିତରଣ ପ୍ରକ୍ରିୟାରେ ସୁଗମତାକୁ ପ୍ରୋତ୍ସାହନ ଦେଉଛୁ। ସ୍କାନ୍ ଏବଂ ସେୟାର କାର୍ଯ୍ୟ ପ୍ରଣାଳୀ ଏକ ଏପରି ବିଶେଷତା ଅଟେ, ଯାହାକି ଭାରତରେ ଦୈନିକ ଆଧାରରେ ହଜାର ହଜାର ରୋଗୀମାନଙ୍କୁ ସହାୟତା ପ୍ରଦାନ କରୁଛି। ଆମର ଟିମ୍ ଏହି ତ୍ବରିତ ପଞ୍ଜୀକରଣ ସେବାକୁ ଲାଗୁ କରିବା ପାଇଁ ସାରା ଦେଶରେ ବିଭିନ୍ନ ହସ୍‌ପିଟାଲ୍ ସହିତ ମିଶି କାମ କରୁଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶଗ୍ରହଣ କରିବା ପାଇଁ ୟୁଜରଙ୍କୁ ଚୟନିତ ଆପ୍ଲିକେସନ ଏବଂ ଏଚଏମଆଇଏସ୍ ମଧ୍ୟରେ ସରଳ ଇଣ୍ଟର-ଅପରେବିଲିଟିର ମାଧ୍ୟମରେ ଦୁଇଜଣ ଅର୍ଥାତ୍ ହସ୍‌ପିଟାଲ୍ ଏବଂ ରୋଗୀମାନେ ଲାଭାନ୍ବିତ ହୋଇ ପାରିବେ।’’

ଏହି ସ୍କାନ୍ ଏବଂ ସେୟାର କାର୍ଯ୍ୟପ୍ରଣାଳୀ ମାଧ୍ୟମରେ ଓପିଡି ପଞ୍ଜୀକରଣକୁ ସହଜ, ସୁଗମ ଏବ ସଠିକ୍ କରାଯାଇଛି। ଏହା ସହିତ ଏହି ପ୍ରକ୍ରିୟାରେ ରିଭିଜିଟ କ୍ଷେତ୍ରରେ ରୋଗୀଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଏହା କେବଳ ରୋଗୀମାନଙ୍କୁ ତତ୍କାଳ ଓ ବାସ୍ତବିକ ଲାଭ ପ୍ରଦାନ କରୁ ନାହିଁ ବରଂ ସେମାନଙ୍କୁ ନିଜର ସ୍ବାସ୍ଥ୍ୟ ଆବଶ୍ୟକତା ପାଇଁ ଡିଜିଟାଲ୍ ସମାଧାନ ସ୍ବୀକାର କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରୁଛି।

ଏବିଡିଏମ୍ ପବ୍ଲିକ୍ ଡାସବୋର୍ଡ଼  https://dashboard.abdm.gov.in/abdm/ ରେ ହେଲ୍‌ଥ ଫାସିଲିଟି ଟୋକନ୍ ଜେନେରେଟଡ୍‌ ଟ୍ୟାବ ଅନ୍ତର୍ଗତ ସ୍କାନ୍ ଓ ସେୟାର ସେବା ମାଧ୍ୟମରେ ଓପିଡି ଟୋକନ୍ ଜେନେରେସନ୍ ବିଷୟରେ ଅପଡେଟ୍ ଉପଲବ୍ଧ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦଗଣ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏଓ୍ୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଚାହୁଁଥିବା ୪.୫ କୋଟି ଓଡ଼ିଆଙ୍କ ସମେତ ବାହାରେ କାମ କରୁଥିବା ୧ କୋଟି ପ୍ରବାସୀ ଓଡ଼ିଆ ଲୋକଙ୍କ ବୃହତ ହିତ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସାଂସଦଗଣ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତମ ଚିକିତ୍ସା ସେବାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ପ୍ରାୟ ୨୦.୮୭ କୋଟି ପରିବାର ତଥା ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତି ।

ଦେଶରେ ପ୍ରାୟ ୨୬,୨୬୭ ତାଲିକାଭୂକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ (ଇଏଚସିପି)ର ନେଟଓ୍ୱାର୍କ ମାଧ୍ୟମରେ ୪୮,୯୩୪ କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି, ଯାହା ଏହି ଯୋଜନାର ସଫଳ କାର୍ଯ୍ୟକାରିତାକୁ ଦର୍ଶାଉଛି ।

ଲୋକଙ୍କ କଲ୍ୟାଣ ପାଇଁ ଦେଶର ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବେଳେ ଓଡ଼ିଶା ଭଳି ଅଳ୍ପ କିଛି ରାଜ୍ୟ ସର୍ବଭାରତୀୟ ସ୍ୱାସ୍ଥ୍ୟ ଯୋଜନାର ଲାଭରୁ ନାଗରିକଙ୍କୁ ବଞ୍ଚିତ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି, ଯାହା ରାଜ୍ୟ ଏବଂ ରାଜ୍ୟ ବାହାରେ ବସବାସ କରୁଥିବା ଓଡିଆ ଲୋକଙ୍କ ପାଇଁ ଏକ ଅଭିଶାପ ସାବ୍ୟସ୍ତ ହୋଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଏବଂ ଛତିଶଗଡ ରାଜ୍ୟ ଠାରୁ ମଧ୍ୟ କମ୍ । ୨୦୧୪ ପର ଠାରୁ ନବଜାତ ମୃତ୍ୟୁହାର, ୫ ବର୍ଷରୁ କମ୍ ମୃତ୍ୟୁ ହାର, ଶିଶୁ, କିଶୋର,ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶଜନକ ।

ଏହାବ୍ୟତିତ ଓଡ଼ିଶାରେ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ । ଗାଁରେ ଦୁର୍ବଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ମେଡିକାଲ ଏବଂ ପାରାମେଡିକ କର୍ମଚାରୀଙ୍କ ମଧ୍ୟରେ ଦୂରତା ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଏକ ପ୍ରମୁଖ ଆହ୍ୱାନ । ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ୩୧ ପ୍ରତିଶତ ଖାଲି ପଡିଛି ।

ରାଜ୍ୟରେ ଚିକିତ୍ସା କର୍ମଚାରୀ ଏବଂ ପ୍ରଶାସନିକ ପଦବୀରେ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ଅଛି । ଦେଶରେ ମୁଣ୍ଡ ପିଛା ଡାକ୍ତର ଏବଂ ହସ୍ପିଟାଲ ମଧ୍ୟ ଓଡ଼ିଶାରେ ବହୁତ କମ୍ ରହିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥାସେବା ମିଳିବା ଅଳ୍ପ କିଛିରେ ସୀମିତ ଅଛି । ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଥିବା ସତ୍ତ୍ୱେ ମଧ୍ୟ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ହିତାଧିକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ରାଜ୍ୟରେ ଥିବା ଚିକିତ୍ସା ସୁବିଧା ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ । କଟକରେ ସରକାରୀ ଏମସିଏଚ୍ ସହ ଭୁବନେଶ୍ୱର ଓ କଟକ ଟ୍ୱିନ ସିଟିରେ ଥିବା କିଛି ହସ୍ପିଟାଲ ବ୍ୟତିତ ଅଧିକାଂଶ ଓଡ଼ିଆ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ କୋଲକାତା, ଭେଲ୍ଲୋର, ମୁମ୍ବାଇ, ଭାଇଜାଗ ଓ ଦିଲ୍ଲୀ ଯାଉଛନ୍ତି ।

ସେହିପରି ଓଡ଼ିଶାରୁ ୩୩.୪୫ ପ୍ରତିଶତ ପରିବାର କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାର ପ୍ରାୟ ୧ କୋଟି ଲୋକମାନେ ଜୀବନଜୀବିକା ପାଇଁ ବାହାରେ କାମ କରୁଥିବା ଆକଳନ କରାଯାଇଛି । ଏହି ପ୍ରବାସୀ ଓଡ଼ିଆ ଲୋକମାନେ ନିଜ ଆୟର ୩୩ ପ୍ରତିଶତ ଖର୍ଚ୍ଚ ନିଜ ପରିବାରର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି । ଆୟୁଷ୍ମାନ ଭାରତ ଯୋଜନା କ୍ରିୟାନ୍ୱୟନ ନ ହେବା କାରଣରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି ।

ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତ ସରକାର ନିକଟରେ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନା ସମେତ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ କରିପାରିବେ । ଆୟୁଷ୍ମାନ ଭାରତର ସଂଶୋଧିତ ବ୍ୟବସ୍ଥା ଅନୁସାରେ ହିତାଧିକାରୀମାନେ ଆୟୁଷ୍ମାନ ଭାରତର କାର୍ଡକୁ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ଯୋଜନାରେ ବି ବ୍ୟବହାର କରିପାରିବେ । କାର୍ଯ୍ୟକାରୀ ଯୋଜନା ଅନ୍ତର୍ଗତ ଯଦି ରାଜ୍ୟ ସରକାରମାନେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁବିଧା ପ୍ରଦାନ କରିବା ପାଇଁ ଚାହାନ୍ତି ତେବେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ । ଯଦି ୨୦୧୧ ସାମାଜିକ, ଆର୍ଥିକ ଓ ଜାତିଭିତିକ ଗଣନା ବ୍ୟତିତ ଅତିରିକ୍ତ ହିତାଧିକାରୀ ଅଛନ୍ତି, ସେମାନେ ମଧ୍ୟ ଏହି କାର୍ଡର ଉପଯୋଗ କରିପାରିବେ ।

ଭାରତ ସରକାର ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା ଅନୁସାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ଥିବା କାର୍ଡ ପାଇଁ ଆର୍ଥିକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହାବ୍ୟତିତ ଗଣନା ବାହାରେ କେନ୍ଦ୍ର ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ଥିବା ହିତାଧିକାରୀ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ । ଦେଶର ୨୦ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା ସମେତ ରାଜ୍ୟର ନିଜସ୍ୱ ଯୋଜନା ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହେଉଛି ।

ଏହା ଦ୍ୱାରା ଏସଇସିସି ପରିଧି ବାହାରେ ଥିବା ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବା ସହ ୫ ଲକ୍ଷରୁ ଅଧିକ ଆର୍ଥିକ ସହାୟତା ପାଇଛନ୍ତି । ଏହି ସବୁ ବ୍ୟବସ୍ଥା ସତ୍ତ୍ୱେ ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି, ଯାହା ଓଡ଼ିଆ ଲୋକଙ୍କ ପାଇଁ ବଡ ଚିନ୍ତାର ବିଷୟ ବୋଲି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀ ଠାରେ ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡକ୍ଟର ବିନୋଦ ପଲ, ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ ଏବଂ ଜାତୀୟ ସ୍ବସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଆର. ଏସ ଶର୍ମା ଉପସ୍ଥିତ ଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜୟ)କୁ ୪ ବର୍ଷ ପୂର୍ତ୍ତି ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ ବିଶ୍ବର ସର୍ବବୃହତ ଜନ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିଏମଜେଏୱାଇ ହିତାଧିକାରୀମାନେ ହେଉଛନ୍ତି ସବୁଠୁ ବଡ଼ ଅଂଶୀଦାର। ଦେଶର ୩୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୧୯ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବିତରଣ କରାଯାଇଛି। ୨୪ କୋଟିରୁ ଅଧିକ ଏବିଏଚଏ ନମ୍ବର ସୃଷ୍ଟି କରାଯାଇଛି। ଦେଶରେ ସ୍ବାସ୍ଥ୍ୟ ରେକର୍ଡର ଡିଜିଟାଲକରଣରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଥିଲେ। ସେ ସୂଚନା ଦେଇଥିଲେ ଯେ ଏବେ ଦେଶରେ ଦୈନିକ ୪.୫ ଲକ୍ଷ କାର୍ଡ ବିତରଣ କରାଯାଉଛି। ନିକଟ ଭବିଷ୍ୟତରେ ଦୈନିକ କାର୍ଡ ବିତରଣ ସଂଖ୍ୟା ୧୦ ଲକ୍ଷକୁ ବୃଦ୍ଧି ପାଇବ।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ମାଧ୍ୟମରେ ବିତରଣ ଶୃଙ୍ଖଳାର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ବ୍ୟକ୍ତିକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ସରକାର ଧ୍ୟାନ ଦେଉଛନ୍ତି। ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ, ପିଏମ-ଜେଏୱାଇ ସ୍ବାସ୍ଥ୍ୟ ସେବା ଉପଲବ୍ଧତା କ୍ଷେତ୍ରରେ ଦେଶର ଧନୀ ଓ ଗରିବଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟ ଦୂର କରିଛି।

ସମାରୋହକୁ ସମ୍ବୋଧିତ କରି ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ପ୍ରଯୁକ୍ତି ଏବଂ ସ୍ବାସ୍ଥ୍ୟ ସେବା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ଏ ଦୁଇଟିର ସମ୍ମିଶ୍ରଣ ମାଧ୍ୟମରେ ସମସ୍ତଙ୍କୁ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ସାକାର ହୋଇପାରିବ। ସେ କହିଥିଲେ ଯେ ଦେଶର ସବୁ ଗାଁକୁ ହାଇସ୍ପିଡ୍ ଅପ୍ଟିକାଲ ଫାଇବର ସଂଯୋଗ ଆଗାମୀ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏହା ସମସ୍ତଙ୍କ ପାଇଁ କନେକ୍ଟିଭିଟୀ ଏବଂ ନିରନ୍ତର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବ। ଶ୍ରୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ସରକାର ଯଥେଷ୍ଟ ଆଇନଗତ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି।

ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଥିଲେ ଯେ ଭାରତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଯୁକ୍ତିକୁ ଉପଯୋଗ କରିବା କ୍ଷେତ୍ରରେ କେବଳ ଅଗ୍ରଣୀ ହୋଇନାହିଁ ବରଂ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ପିଏମଜେଏୱାଇ, ଏବିଡିଏମ ଭଳି ଯୋଜନା ଦେଶରେ ଡିଜିଟାଲ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବହୁଗୁଣିତ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହେଲଥ୍‌ କ୍ଲେମ୍ସ ଏକ୍ସଚେଞ୍ଜ (ଏଚସିଏକ୍ସ), ନେସନାଲ ଇ-ରୂପି ପୋର୍ଟାଲ ଏବଂ ଡିଜିଟାଲକରଣ ପାଇଁ ରୋଡମ୍ୟାପ ସମେତ ବିଭିନ୍ନ ନୂଆ ଯୋଜନାର ଆରମ୍ଭ କରିଥିଲେ। ଏହି ଅବସରରେ ଏନଏଚଏର ବାର୍ଷିକ ରିପୋର୍ଟ, ଏକ ସୂଚନା ପୁସ୍ତିକା ଏବଂ ଶ୍ରେଷ୍ଠ ପଦ୍ଧତିକୁ ନେଇ ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା। ଏସବୁ ପ୍ରକାଶନୀ pmjay.gov.in. ରେ ଉପଲବ୍ଧ ରହିଛି।

ଡକ୍ଟର ମାଣ୍ଡଭ୍ୟ କାର୍ଯ୍ୟକ୍ରମ ପରିସରରେ ‘‘ଡିଜିଟାଲ ସ୍ବାସ୍ଥ୍ୟ ପ୍ରଦର୍ଶନୀ’’କୁ ଉଦଘାଟନ କରିଥିଲେ। ଏଥିରେ ଏନଆଇସି, ସି-ଡ୍ୟାକ, ସମେତ ବିଭିନ୍ନ ଘରୋଇ ସଂସ୍ଥାର ନବୋନ୍ମେଷକାରୀମାନେ ଅଂଶଗ୍ରହଣ କରିଥିଲେ। ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସୂଚନାପ୍ରଦ ଅଧିବେଶନ ଆୟୋଜନ କରାଯାଇଥିଲା। ଡିଜିଟାଲ ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତରେ ଫଳପ୍ରଦ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କିନ୍ନରମାନେ ପାଇବେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ କିନ୍ନର ମାନଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ.ଏଚ୍.ଏ.) ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଫଳରେ ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ। ଏହି ବୁଝାମଣାପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର୍ ଆର୍ ଶର୍ମା ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସଚିବ ଆର. ସୁବ୍ରମଣ୍ୟମ୍ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଛନ୍ତି।

ଏହାକୁ ଏକ ଐତିହାସିକ ଦିବସ ଭାବେ ବର୍ଣ୍ଣନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଜିର ବୁଝାମଣାପତ୍ର ଦେଶର କିନ୍ନର ସମୁଦାୟଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟକ ହେବ। ଏହା ଦ୍ୱାରା ସେମାନେ ସମାଜରେ ଉପଯୁକ୍ତ ମର୍ଯ୍ୟାଦାଜନକ ସ୍ଥାନ ପାଇପାରିବେ। ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ ହୋଇ ରହିବ। ଏହା ମଧ୍ୟ ସମାଜରେ ଏକ ଐତିହାସିକ ପରିବର୍ତ୍ତନ ନିମନ୍ତେ ଆଧାରଶୀଳା ଭାବେ କାର୍ଯ୍ୟ କରିବ। ଏହି ଚୁକ୍ତି ଫଳରେ କିନ୍ନରମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେବଳ ସମାନ ଅଧିକାର ପାଇବେ ନାହିଁ; ଏହା ମଧ୍ୟ ଏକାଧିକ କ୍ଷେତ୍ରରେ ସଫଳତାର ବାଟ ଦେଖାଇବ।

ଏହି ବୁଝାମଣାପତ୍ର ମାଧ୍ୟମରେ ଦେଶର ସମଗ୍ର କିନ୍ନର ସମୁଦାୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଲାଭ ପାଇ ଉପକୃତ ହେବେ । ସେ ଆହୁରି କହିଛନ୍ତି ଯେ ସରକାର ଓ ସମାଜର ସହଯୋଗରେ ଦୁର୍ଦ୍ଦଶା ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭର ହୋଇପାରିବେ। କିନ୍ନରନମାନଙ୍କ ପ୍ରତି ଏକ ଭିନ୍ନ ମନୋଭାବ ସମାଜରେ ରହିଛି ଏବଂ ସେମାନେ ମୁଖ୍ୟଧାରାରୁ ଅଲଗା ହୋଇ ରହିଛନ୍ତି। ଅତଏବ ଏହି ବୁଝାମଣାପତ୍ର ଦ୍ୱାରା ସେମାନେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ସୁବିଧା ପାଇ ଅନ୍ୟମାନଙ୍କ ସହିତ ସମାନ ଅଧିକାର ଓ ସୁଯୋଗ ଉପଭୋଗ କରିବ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏହି ଚୁକ୍ତି ଏକ ଆଧାରଶୀଳା ପାଲଟିବ। ଏକ ସମାବେଶୀ ସମାଜ ଗଠନ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି ବୁଝାମଣାପତ୍ର ନୂଆଦିଲ୍ଳୀର ଡକ୍ଟର ଆମ୍ବେଦକର ଇଣ୍ଟର ନ୍ୟାଶନାଲ ସେଣ୍ଟରରେ ସ୍ୱାକ୍ଷରିତ ହେବା ଏକ ବିରଳ ସଂଯୋଗ; କାରଣ ବାବାସାହେବ ଏକ ଶ୍ରେଣୀହୀନ ସମତା ଭିତ୍ତିକ ସମାଜ ଗଠନର ପ୍ରମୁଖ ସମର୍ଥକ ଥିଲେ ବୋଲି ଡଃ ମାଣ୍ଡବୀୟ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଅନ୍ତ୍ୟୋଦୟ ମାଧ୍ୟମରେ ସୁବିଧା ସୁଯୋଗରୁ ବଂଚିତ ଶେଷତମ ନାଗରିକର କଲ୍ୟାଣ ପାଇଁ ଅଭିପ୍ରେତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ। କିନ୍ନର ସମୁଦାୟଙ୍କୁ ସମସ୍ତ ପ୍ରକାର ଅଧିକାର ପ୍ରଦାନ ସହିତ ସେମାନଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ଉଲ୍ଲେଖ କରିଥିଲେ। ଏହି ସମୁଦାୟ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ନାନାବିଧ ପଦକ୍ଷେପ ନେଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ତାହାକୁ ସ୍ୱାଗତ କରି ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ।

ସେ କହିଥିଲେ ଯେ କିନ୍ନର ସୁରକ୍ଷା ଓ ଅଧିକାର ଆଇନ ୨୦୧୯, ଗରିମା ଗୃହ, ପିଏମ୍ ଦକ୍ଷ ଭଳି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି ସମ୍ପୃକ୍ତ ସମୁଦାୟର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀଙ୍କ ‘ନୂଆ ଭାରତ’ ଲକ୍ଷ୍ୟ ହାସଲରେ ଏକ ସମାବେଶୀ ସମାଜ ଗଠନ ଗୁରୁତ୍ୱ ପାଇଛି। ତାହାକୁ ସାକାର କରିବାକୁ ସମାଜର ସବୁ ବର୍ଗ ସାହାଯ୍ୟ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ ସରକାର ଓ ସମାଜର ମିଳିତ ସହଯୋଗରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ।

ଯେଉଁମାନେ ତୃତୀୟଲିଙ୍ଗ ବା କିନ୍ନର ସାର୍ଟିଫିକେଟ ପାଇଛନ୍ତି ସେମାନେ ଆଜିର ବୁଝାମଣାପତ୍ରର ଲାଭ ସ୍ୱରୂପ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇପାରିବେ। କିନ୍ନର ପ୍ରମାଣପତ୍ର ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ପୋର୍ଟାଲରୁ ଉପଲବ୍ଧ ହେଉଛି। ପ୍ରତ୍ୟେକ ସାର୍ଟିଫିକେଟଧାରୀ ଅନ୍ୟାନ୍ୟ ଉଦ୍ଦିଷ୍ଟବର୍ଗଙ୍କ ଭଳି ଉନ୍ନତ ହସ୍ପିଟାଲରେ ପାଂଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଏହାଛଡା ସେମାନଙ୍କୁ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ ପାଇଁ ମଧ୍ୟ ଏହି ଯୋଜନାର ଲାଭ ମିଳିବ। ଏହାଛଡା ସେମାନେ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ପ୍ରାୟୋଜିତ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଥିଲେ ଯେ ଦୃଢ ରାଜନୀତିକ ଇଚ୍ଛାଶକ୍ତି ଯୋଗୁଁ ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ହୋଇଛି। ତାଙ୍କ ମନ୍ତ୍ରଣାଳୟ ଶିକ୍ଷା, ମର୍ଯ୍ୟାଦାବନ୍ତ ଜୀବନ, ସ୍ୱାସ୍ଥ୍ୟସେବା ସହାୟତା, ଜୀବିକାର୍ଜନ ପାଇଁ ସମସ୍ତଙ୍କୁ ସୁଯୋଗ ପ୍ରଦାନ ଓ ଦକ୍ଷତାବିକାଶ ଏହି ପାଞ୍ଚଟି କ୍ଷେତ୍ରରେ ସମର୍ପିତ ସେବା ଯୋଗାଇ ସମାଜରେ ପରିବର୍ତ୍ତନ ଆଣିବାକୁ କାର୍ଯ୍ୟ କରୁଛି। ଏହା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ସରାକର ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି।

ଏସବୁ ପଦକ୍ଷେପ ଦ୍ୱାରା ସାମାଜିକ ଦୃଷ୍ଟିରୁ ଉପେକ୍ଷିତ ଓ ବଞ୍ଚିତତ ବର୍ଗର ଲୋକମାନେ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ସୁବିଧା ପାଇବେ ବୋଲି ସେ କହିଛନ୍ତି
ଦୁଇ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ଓ କିନ୍ନର ସମୁଦାୟର ସମସ୍ୟାଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। (ପିଆଇବି)

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସାମିଲ ହେଲେ ଏକ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ର

ନୂଆଦିଲ୍ଲୀ:  ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍)ଅନ୍ତର୍ଗତ ହେଲ୍ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ(ଏଚଏଫ୍ଆର୍)ରେ ଏକ ଲକ୍ଷରୁ ଅଧିକ ସରକାରୀ ଓ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର( ହେଲଥ୍ କେୟାର ଫ୍ୟାସିଲିଟି) ସଫଳତାର ସହ ସଂଯୁକ୍ତ ହୋଇଛି। ଏହି ଐତିହାସିକ ସଫଳତା ଦେଶରେ ଡିଜିଟାଲ ହେଲ୍ଥ ପ୍ଲାଟଫର୍ମ ଓ ସେବାକୁ ଅଧିକରୁ ଅଧିକ ପ୍ରସାରିତ କରିବାରେ ବିଶେଷ ସହାୟକ ହେବ। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ନେଶନାଲ ହେଲଥ ଅଥରିଟି (ଏନଏଚ୍ଏ)ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ। ଏହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର‌୍ୟ୍ୟକାରୀ ହେଉଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ଯେଉଁ ହେଲଥ ଫ୍ୟାସିଲିଟି ରେଜିଷ୍ଟ୍ରୀ ବା ଏଚଏଫ୍ଆର୍ ତିଆରି ହେଉଛି ସେଥିରେ ଦେଶର ପାରମ୍ପରିକ ଓ ଆଧୁନିକ ଚିକିତ୍ସା ସେବା ପ୍ରଦାନ କରୁଥିବା କେନ୍ଦ୍ରଗୁଡିକର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ସେଗୁଡିକୁ ଡିଜିଟାଲ ବ୍ୟବସ୍ଥା ସହ ଯୋଡା ଯାଉଛି । ଏଥିରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗର ହସ୍ପିଟାଲ, କ୍ଲିନକ୍, ଡାଇଗ୍ନୋଷ୍ଟିକ କେନ୍ଦ୍ର ଓ ଇମେଜିଂ ସେଣ୍ଟ ଆଦି ଅନ୍ତର୍ଭୁକ୍ତ ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶରେ ଏକ ପୂର୍ଣ୍ଣାଙ୍ଗ ଅନ୍ଲାଇନ ପ୍ଲାଟଫର୍ମ ସୃଷ୍ଟି କରିବା ଲକ୍ଷ୍ୟରେ କାମ କରୁଛି। ଏହି ପ୍ଳାଟଫର୍ମରେ ସମସ୍ତ ତଥ୍ୟ ଯେପରି ନିର୍ବିଘ୍ନରେ ଜନସାଧାରଣ ପାଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ତଃକ୍ରିୟା (ଇଣ୍ଟର ଅପରେବିଲିଟି)କୁ ସହଜ ଓ ସୁଗମ କରିବ । ଏଥିପାଇଁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବିଲ୍ଡିଂ ବ୍ଲକ ଓ ଇଣ୍ଟରଅପରେବଲ ଏପିଆଇଜ୍ (ଆପ୍ଲିକେସନ ପ୍ରୋଗାମିଂ ଇଣ୍ଟରଫ୍ରେସ)ବିକଶିତ କରିଛି। ଏହା ମାଧ୍ୟମରେ ଡିଜିଟାଲ ସ୍ୱାସ୍ଥ୍ୟସେବା ଓ ଯତ୍ନ ସଂକ୍ରାନ୍ତ ଅନୁଭୂତି ଓ ଉପଲବ୍ଧି ସବୁ ସମ୍ପୃକ୍ତ ପକ୍ଷଙ୍କୁ ସହଜରେ ଯୋଗାଇ ଦେଇ ହେବ।

ଏହା ମାଧ୍ୟମରେ ଚିକିତ୍ସା ସୁବିଧା, ଚିକିତ୍ସା କେନ୍ଦ୍ର, ରୋଗୀ ଓ ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ବିଷୟରେ ସବିଶେଷ ତଥ୍ୟ ସହଜରେ ମିଳିପାରିବ। ଯେଉଁ ଟେକ୍ନିକାଲ ବିଲ୍ଡିଂ ବ୍ଲକ ସବୁ ତିଆରି ହେଊଛି ସେଥିମଧ୍ୟରୁ ଅନ୍ୟତମ ହେଲା ହେଲ୍ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ।
ଏଚ୍ଏଫ୍ଆର୍ର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ ଏନ୍ଏଚଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଡକ୍ଟର ଆର.ଏସ. ଶର୍ମା କହିଛନ୍ତି- “ଆମର ଲକ୍ଷ୍ୟ ହେଲା ଏକ ବିଶ୍ୱସନୀୟ ଜାତୀୟ ପ୍ଳାଟଫର୍ମ ତିଆରି କରିବା, ଯେଉଁଠୁ ରୋଗୀ ପଞ୍ଜୀକୃତ ଚିକିତ୍ସିକ, ଚିକିତ୍ସା ସୁବିଧା ଓ କେନ୍ଦ୍ର ସମ୍ପର୍କରେ ସମଗ୍ର ଦେଶରେ ଯେକୌଣସି ଅଞ୍ଚଳରୁ ସହଜରେ ସୂଚନା ପାଇପାରିବେ।”

“ଏ କ୍ଷେତ୍ରରେ ଆମେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନକାରୀ ଅନୁଷ୍ଠାନ/ ସଂସ୍ଥାଙ୍କଠାରୁ ଉତ୍ସାହଜନକ ସହଯୋଗ ପାଉଛୁ। ସେମାନେ ବିଶେଷ ଆଗ୍ରହର ସହିତ ଏଥିରେ ସାମିଲ ହେଉଛନ୍ତି । ଏହି ପ୍ରକ୍ରିୟାରେ ଅନେକ ସରକାରୀ ଓ ବେସରକାରୀ ଚିକିତ୍ସା ପ୍ରଦାନକାରୀ ସଂସ୍ଥା/ସଂଗଠନ ଜାତୀୟ ହେଲ୍ଥ ରେଜିଷ୍ଟ୍ରୀରେ ସାମିଲ ହୋଇଛନ୍ତି ।

ରୋଗୀ ସହଜରେ ଏବିଡିଏମ୍ ନେଟୱାର୍କକୁ ସର୍ଚ୍ଚ କରି ଦେଶର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ପ୍ରକାର ଚିକିତ୍ସା ସୁବିଧା ସମ୍ପର୍କରେ ତଥ୍ୟ ପାଇପାରିବେ। ଏସବୁ ଚିକିତ୍ସା କେନ୍ଦ୍ର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାସବୁ ଏବିଡିଏମ୍ ସହିତ ସହବନ୍ଧିତ ଏବଂ ପଞ୍ଜୀକୃତ। ଏସବୁ କେନ୍ଦ୍ରରେ ଏଲୋପାଥି ଭଳି ଆଧୁନିକ ଚିକିତ୍ସାଠାରୁ ଆରମ୍ଭ କରି ଆୟୁର୍ବେଦ, ଦନ୍ତଚିକିତ୍ସା, ହୋମିଓପାଥି, ଫିଜିଓଥେରାପୀ, ୟୁନାନୀ, ସିଦ୍ଧ କିମ୍ବା ସୋୱା ରିଗ୍ପା ଭଳି ଚିକିତ୍ସା ସୁବିଧା ଏସବୁ ପଞ୍ଜୀକୃତ ଚିକିତ୍ସାଳୟ/ ହସ୍ପିଟାଲରେ ଉପଲବ୍ଧ।”

ସେ ଆହୁରି କହିଛନ୍ତି ଯେ ଆମେ ମଧ୍ୟ ରୋଗୀ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବିଶେଷଜ୍ଞ ଓ ପେସାଦାରଙ୍କ ପାଇଁ ରେଜିଷ୍ଟ୍ରୀରେ “ଆଭା” ନମ୍ବରର ବ୍ୟବସ୍ଥା କରିଛୁ। ରୋଗୀ ଏହି ନମ୍ବର ମାଧ୍ୟମରେ ଚିକିତ୍ସକ, ନର୍ସ ଓ ପାରାମେଡିକାଲ କର୍ମୀ ତଥା ପେସାଦାରଙ୍କ ସହିତ ଯୋଗାଯୋଗ କରିପାରିବେ। ଏହି ଜାତୀୟ ରେଜିଷ୍ଟ୍ରୀ ଦେଶରେ ଉନ୍ନତମାନର ଚିକିତ୍ସା ସୁବିଧା ସମସ୍ତଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରିବାରେ ସହାୟକ ହେବ ବୋଲି ଡକ୍ଟର ଶର୍ମା କହିଛନ୍ତି।

ଏଚଏଫ୍ଆର୍ରେ ପଞ୍ଜୀକରଣ ଦ୍ୱାରା ସ୍ୱାସ୍ଥ୍ୟାସେବା ପ୍ରଦାନକାରୀ ହସ୍ପିଟାଲ ଓ କ୍ଲିନିକ ଆଦି ଏକ୍ ବିଶ୍ୱସନୀୟ ଜାତୀୟ ପ୍ଲାଟଫର୍ମରେ ସ୍ଥାନିତ ହେବାର ସୁଯୋଗ ପାଇବେ। ଏହା ମାଧ୍ୟମରେ ସେସବୁ ଏବିଡିଏମ୍ ଅନୁକୂଳ ସଫ୍ଟଓୟାର ସଲ୍ୟୁସନ୍ସ ସହିତ ସମ୍ପୃକ୍ତ ହୋଇ ଦେଶର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବେ। ଏହାଫଳରେ ଜନସାଧାରଣ ଭରସାଯୋଗ୍ୟ ଚିକିତ୍ସା ସୁବିଧା ସଂକ୍ରାନ୍ତ ତଥ୍ୟ ସହଜରେ ପାଇପାରିବେ। ଏଥିପାଇଁ ଖୁବ୍ ଶୀଘ୍ର ଏକ ୟୁନିଫାଏଡ୍ ହେଲ୍ଥ ଇଣ୍ଟରଫେସ୍ ଆରମ୍ଭ ହେବ। ସମ୍ପୃକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା https://facility.abdm.gov.in/ ୱେବସାଇଟ୍ କିମ୍ବା ହେଲଥ୍ ଟେକ୍ ପ୍ଲେୟାରଙ୍କ ଭଳି ବିଭିନ୍ନ ଇଣ୍ଟ୍ରିଗ୍ରେଟରଙ୍କ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ।

ଏଯାଏ ପଞ୍ଜୀକୃତ ଓ ପ୍ରମାଣିକୃତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା/ସଂଗଠନ ମଧ୍ୟରୁ ୯୭% ସରକାରୀ କ୍ଷେତ୍ରର। ଏଥିରେ ସର୍ବାଧିକ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡର ସଂସ୍ଥା/ ସଂଗଠନ ରହିଛନ୍ତି। ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଏଡିଏମ୍ ପବ୍ଲିକ ଡ୍ୟାଶବୋର୍ଡ https://dashboard.abdm.gov.in/abdm/ ରୁ ମିଳିପାରିବ।

ଏହି ଜାତୀୟ ସ୍ତରର ରେଜିଷ୍ଟ୍ରୀରୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକର ତଥ୍ୟ ଦୈନିକ, ମାସିକ ଓ ସାମଗ୍ରିକ ଧାରା ଅନୁସାରେ ମିଳିପାରିବ । ରେଜିଷ୍ଟ୍ରୀର ଅନ୍ତର୍ଭୁକ୍ତ ହୋଇଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟସେବା ଯୋଗାଣକାରୀ କେନ୍ଦ୍ରକୁ ଏକ ୟୁନିକ ଆଇଡେଣ୍ଟିଫାୟାର ପ୍ରଦାନ କରାଯାଇଛି । ଏହାକୁ ବ୍ୟବହାର କରି ଏବିଡିଏମ୍ ବ୍ୟବସ୍ଥାରେ ଥିବା ଦେଶର ସବୁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା/କେନ୍ଦ୍ରଙ୍କ ବିଷୟରେ ତଥ୍ୟ ଜାଣିହେବ ଏବଂ ସେସବୁର ଅବସ୍ଥିତି ସମ୍ପର୍କରେ ରୋଗୀ ସୂଚନା ପାଇପାରିବେ।

ଏହି ୟୁନିକ୍ ଆଇଡେଣ୍ଟିଫାୟରକୁ ସମ୍ପୃକ୍ତ କେନ୍ଦ୍ର/ସଂସ୍ଥାର ସମ୍ମତିକ୍ରମେ ଅନ୍ୟମାନେ ବ୍ୟବହାର କରିପାରିବେ। କେଉଁଠି କି ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ତାହା ଏହା ଦ୍ୱାରା ସହଜରେ ଜାଣିହେବ। ଏବିଡିଏମ୍ ଅନୁକୂଳ ସଲ୍ୟୁସନ୍ସ ଏ ସଂକ୍ରାନ୍ତ ସମସ୍ତ ପୂର୍ଣ୍ଣାଙ୍ଗ ତଥ୍ୟ ରୋଗୀ ଓ ଅନ୍ୟ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଯୋଗାଇ ଦେବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ

ନୂଆଦିଲ୍ଲୀ: ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆକାଉଣ୍ଟ “ଆଭା”ର ପୁନଃବିନ୍ୟାସ କରାଯାଉଛି। ପ୍ରାଧିକରଣ ପକ୍ଷରୁ ଏହା ଘୋଷଣା କରାଯାଇ କୁହାଯାଇଛି ଯେ  ଆଭା ଆପ୍‌, ଯାହା ପୂର୍ବରୁ ଏନ୍‌ଡିଏଚଏମ୍ ହେଲଥ ରେକର୍ଡ ଆପ୍ ଭାବେ ପରିଚିତ ଥିଲା ଏବେ ତାହା ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବାକୁ ଉପଲବ୍ଧ। ଇତିମଧ୍ୟରେ ୪ଲକ୍ଷରୁ ଅଧିକ ଆଭା ଆପ୍ ଡାଉନଲୋଡ ହୋଇସାରିଲାଣି।

ଏହି ପୁନର୍ବିନ୍ୟସ୍ତ ଆଭା ଆପ୍‌ରେ ଅନେକ ନୂଆ ସୁବିଧା ରହିଛି ଓ ବ୍ୟବହାରକାରୀ ଏଥିରୁ ଅଧିକ ସେବା ପାଇପାରିବେ। ଅପ୍‌ଡେଟେଡ୍ ଆଭା ଆପ୍ ମାଧ୍ୟମରେ ବ୍ୟକ୍ତିବିଶେଷ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ଆକ୍‌ସେସ୍ କରିପାରିବେ। ପୂର୍ବର ଆଭା ଆପ୍‌କୁ ୟୁଜରମାନେ ନିଜର ପୂର୍ବ ଆପ୍ ଭର୍ସନକୁ ମଧ୍ୟ ନୂଆ ଭର୍ସନକୁ ଅପଡେଟ କରିପାରିବେ ବୋଲି ସରକାରୀଭାବେ ଘୋଷଣା କରାଯାଇଛି।

ଆଭା ମୋବାଇଲ ଆପ୍ଲିକେସନ ବ୍ୟକ୍ତି ବିଶେଷଙ୍କୁ ଏକ ଆଭା  ଆଡ୍ରେସ କ୍ରିଏଟ କରିବାକୁ ସୁବିଧା ଦେଇଥାଏ। ଏହି ଠିକଣା ହେଲା  (username@abdm )ଏହି ୟୁଜର୍ସ  ଆଡ୍ରେଶକୁ ମନେ ରଖିବା ସହଜ। ଏହାକୁ ୧୪ସଂଖ୍ୟା ବିଶିଷ୍ଟ ର‌୍ୟାଣ୍ଡମଲୀ ଜେନେରେଟଡ୍ ଆଭା ନମ୍ବର ସହିତ ଲିଙ୍କ୍ କରି ହେବ। ଏହି ଆପ୍ ମାଧ୍ୟମରେ ୟୁଜରମାନେ ଏବିଡିଏମ୍ ଅନୁକୂଳ ହେଲ୍‌ଥ ଫ୍ୟାସିଲିଟିରେ ସୃଷ୍ଟି ହୋଇଥିବା ନିଜର ସ୍ୱାସ୍ଥ୍ୟ ରେକର୍ଡ ସହିତ ସଂଯୋଗ ସ୍ଥାପନ କରିପାରିବେ। ନିଜର ସ୍ମାର୍ଟଫୋନ ଦ୍ୱାରା ଏହି ଲିଙ୍କ ସ୍ଥାପନ କରି ବ୍ୟବହାରକାରୀ ଏହାକୁ ଦେଖି ପାରିବେ।

ଏହି ଆପ୍ ମାଧ୍ୟମରେ ମଧ୍ୟ ନିଜର ଫିଜିକାଲ ହେଲଥ ରେକର୍ଡକୁ ଏବିଡିଏମ୍ ଅନୁକୂଳ ହେଲଥ ଲକରରେ ଅପଲୋଡିଂ କରିହେବ। ଏହାଛଡା ବ୍ୟବହାରକାରୀ ନିଦାନ ରିପୋର୍ଟ, ପ୍ରେସକ୍ରିପସନ, କୋୱିନ ଭ୍ୟାକସିନ୍ ସାର୍ଟିଫିକେଟ ଆଦିକୁ ଡିଜିଟାଲ ହେଲ୍‌ଥ ରେକର୍ଡକୁ ସେୟାର କରିହେବ। ତେବେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସମ୍ମତି ଏବିଡିଏମ ମାଧ୍ୟମରେ ହାସଲ କରିବାକୁ ପଡିବ।

ଏହା ସହିତ ଆଭା ମୋବାଇଲ ଆପ୍ଲିକେସନରେ ଆଉ କେତେକ ନୂଆ ବିଶେଷତ୍ୱ ରହିଛି। ସେଗୁଡିକ ମଧ୍ୟରୁ ଏଡିଟ୍ ପ୍ରୋଫାଇଲ ଓ ଆଭା ଆଡ୍ରେସ ସହିତ ୧୪ ଡିଜିଟ୍ ବିଶିଷ୍ଟ ଆଭା ନମ୍ବରର ଲିଙ୍କ ଓ ଅନଲିଙ୍କ୍ ସୁବିଧା ଅନ୍ୟତମ। ଆହୁରି ମଧ୍ୟ ଲଗ୍‌ଇନ୍ ଭାୟା ଫ୍ରେସ ଆଥେଣ୍ଟିକେସନ /ପିଙ୍ଗରପ୍ରିଣ୍ଟ୍‌/ବାୟୋ ମେଟ୍ରିକ ଓ ସ୍କାନ କୋଡ୍ କ୍ୟୁଆର୍ ସୁବିଧା ଉପଲବ୍ଧ।

ଆଭା ମୋବାଇଲ ଆପ୍ ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର୍ ଏସ୍ ଶର୍ମା କହିଛନ୍ତି ଯେ ବ୍ୟବହାରକାରୀ ଏହା ସାହାଯ୍ୟରେ ନିଜର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ରେକର୍ଡ ରଖିପାରିବେ। ଆବଶ୍ୟକ ସମୟରେ ରୋଗୀ/ବ୍ୟକ୍ତିବିଶେଷ ନିମିଷକ ମଧ୍ୟରେ ଆଭା ଆଡ୍ରେସରେ ଏହାକୁ ପାଇପାରିବେ। ଏହା ଫଳରେ ସେମାନେ ଉପକୃତ ହେବେ। ଗୋଟିଏ ସ୍ଥାନରେ ଲୋକେ ନିଜର ସମସ୍ତ ସ୍ୱାସ୍ଥ୍ୟ ଗତ ତଥ୍ୟ ଠୁଳ କରି ରଖିବାର ସୁବିଧା ଏହା ମାଧ୍ୟମରେ ପାଇବେ। ଆବଶ୍ୟକସ୍ଥଳେ ସେମାନେ ଏହି ତଥ୍ୟକୁ ଯେତେବେଳେ ଯାହା ପାଖକୁ ଚାହିଁବେ ସେୟାର କରିପାରିବେ। ଏହା ଫଳରେ ସେମାନଙ୍କୁ ଚିକିତ୍ସାଗତ ସୁବିଧା ଅଧିକ ସୁଗମ ହେବ।

ଆୟୁଷ୍ମାନ ଭାରତ ହେଲ୍ପ ଆକାଉଂଟ (ଆଭା) ମୋବାଇଲ ଆପ୍ (ପୂର୍ବରୁ ଏନ୍‌ଡିଏଚଏମ ବା ହେଲଥ ରେକର୍ଡ ବା ପିଏଚଆର୍ ଆପ୍ ନାମରେ ପରିଚିତ)କୁ https:// play.google.com/ store/apps/ details ?id= in. ndhm. phr .  ଲିଙ୍କରେ ଗୁଗୁଲ ପ୍ଲେ ଷ୍ଟୋରକୁ ଡାଉନଲୋଡ କରିହେବ। ଆଭା ମୋବାଇଲ ଆପ୍‌ର ଆଇଓଏସ୍ ଭର୍ସନ ଖୁବ୍ ଶୀଘ୍ର ଆରମ୍ଭ ହେବ।

ଏବିଡିଏମ୍ ବିଷୟରେ ଅଧିକ ତଥ୍ୟ https://abdm.gov.in/ରେ ଉପଲବ୍ଧ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୨ ଏପ୍ରିଲ୍‌ରେ ଆୟୁଷ୍ମାନ ଭାରତ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା: ୧୭,୦୦୦ ପିଏମ୍‌ଜେଏୱାଇ ଗୋଲ୍‌ଡେନ କାର୍ଡ ଜାରି

ଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଗୁଡିକର ସହଯୋଗରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୧୬ ଏପ୍ରିଲ୍‌ରୁ ୨୨ ଏପ୍ରିଲ୍‌, ୨୦୨୨ ପର୍ଯ୍ୟନ୍ତ ଆଜାଦୀର ମହୋତ୍ସବ ଚାଲିଥିବା ଅବସରରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି) ଗୁଡିକର ଚତୁର୍ଥ ବାର୍ଷିକୋତ୍ସବ ପାଳନ କରୁଛି। ସମଗ୍ର ଦେଶରେ ପୂର୍ଣ୍ଣ ଉତ୍ସାହ ଏବଂ ଆଗ୍ରହର ସହିତ ଏହି ସମାରୋହର ଆୟୋଜନ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ  ଗୁଡିକର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ/ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ  ଗୁଡିକର ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ପ୍ରତିନିଧି ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏବି – ଏଚ୍‌ଡବ୍ଲ୍ୟୁସିକୁ ପରିଦର୍ଶନରେ ଯାଉଛନ୍ତି ଏବଂ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରିବା କ୍ଷେତ୍ରରେ ଏବି – ଏଚ୍‌ଡବ୍ଲ୍ୟୁସିର ମହତ୍ୱ ପ୍ରତି ଲୋକ ମାନଙ୍କର ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛନ୍ତି।

୧୮ ରୁ ୨୨ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ସାରା ଦେଶରେ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକର ପ୍ରତ୍ୟେକ ଜିଲ୍ଲାର ଅତି କମ୍‌ରେ ଗୋଟିଏ ବ୍ଲକ୍‌ରେ, ଏକ ଲକ୍ଷରୁ ଅଧିକ ଏବି – ଏଚ୍‌ଡବ୍ଲ୍ୟୁସିରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଛି। ପ୍ରତ୍ୟେକ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳାର ଆୟୋଜନ ଗୋଟିଏ ଦିନ ପାଇଁ ହେବ ଏବଂ ଏହା ଅନୁସାରେ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକର ପ୍ରତ୍ୟେକ ବ୍ଲକ୍‌କୁ ପରିସରଭୁକ୍ତ କରାଯିବ।

ସ୍ୱାସ୍ଥ୍ୟ ମେଳାର ପଂଚମ ଦିବସରେ, ସାରା ଦେଶରେ ୪ ଳକ୍ଷ ୫୩ ହଜାରରୁ ଅଧିକ ଲୋକ ଏଥିରେ ଭାଗ ନେଇଛନ୍ତି ଏବଂ ପାଖାପାଖି ୪୯୬ଟି ବ୍ଲକ୍ ଏହି ସ୍ୱାସ୍ଥ୍ୟ ମେଳାର ଆୟୋଜନ କରିଛନ୍ତି। ଏହା ବ୍ୟତୀତ, ୫୯,୦୦୦ରୁ ଅଧିକ ଆଭା ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଛି ଏବଂ ୧୭,୦୦୦ ପିଏମ୍‌ଜେଏୱାଇ ଗୋଲଡେନ୍ କାର୍ଡ ଜାରି କରାଯାଇଛି, ଏହା ସହିତ ଉଚ୍ଚ ରକ୍ତଚାପ, ମଧୁମେହ, ଯକ୍ଷ୍ମା ଆଦି ରୋଗର ଯାଂଚ ପାଇଁ ହଜାର ହଜାର ଲୋକଙ୍କର ପରୀକ୍ଷଣ କରା ଯାଇଛି।

୧୬ ଏପ୍ରିଲ୍ ୨୦୨୨ରେ ଆୟୁଷ୍ମାନ୍ ଭାରତ – ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚ୍‌ଡବ୍ଲ୍ୟୁସି)ରେ ଗୋଟିଏ ଦିନରେ ଇ- ସଞ୍ଜୀବନୀ ପ୍ଲାଟଫର୍ମ (ମଂଚ) ମାଧ୍ୟମରେ ରେକର୍ଡ ପରିମାଣର ୩ ଲକ୍ଷ ଟେଲି – ପରାମର୍ଶ (ଟେଲିକନସେଲଟେସନ୍‌) ଦିଆଯାଇଛି। ଏହା ଗୋଟିଏ ଦିନରେ ଏବି – ଏଚ୍‌ଡବ୍ଲ୍ୟୁସିରେ ହୋଇଥିବା ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଟେଲିକନସଲ୍‌ଟେସନ୍ (ଟେଲି – ପରାମର୍ଶ) ଅଟେ ଏବଂ ଏହା ପୂର୍ବରୁ ରହିଥିବା ରେକର୍ଡ, ଗୋଟିଏ ଦିନରେ ଏବି – ଏଚ୍‌ଡବ୍ଲ୍ୟୁସିରେ ଦୈନିକ  ୧.୮ ଲକ୍ଷ ଟେଲି – ପରାମର୍ଶର ରେକର୍ଡକୁ ଅତିକ୍ରମ କରିଯାଇଛି। ୨୨ ଏପ୍ରିଲ୍ ୨୦୨୨ରେ ସମଗ୍ର ଦେଶରେ ୨୮,୦୦୦ରୁ ଅଧିକ ଟେଲି – ପରାମର୍ଶ କରାଯାଇଛି।

୨୨.୦୪.୨୦୨୨ର ସ୍ଥିତି ଅନୁସାରେ ସାରା ଦେଶରେ ବ୍ଲକ୍ ସ୍ୱାସ୍ଥ୍ୟ ମେଳାର ରିପୋର୍ଟ ଏହି ପ୍ରକାରର ଅଟେ। (ପିଆଇବି)

Categories
ଆଜିର ଖବର ସ୍ବାସ୍ଥ୍ୟ

ଦେଶବ୍ୟାପୀ ଆୟୋଜିତ ହେଉଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହଭାଗିତାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା ହେବାର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏପ୍ରିଲ୍‌ ୧୬ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।

ଏହି ଅବସରରେ ଦେଶର ବିଭିନ୍ନ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପରିଦର୍ଶନ କରୁଛନ୍ତି । ଏସବୁ କେନ୍ଦ୍ରରେ ଯୋଗାଇ ଦିଆଯାଉଥିବା ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସେମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।

ଏପ୍ରିଲ୍‌ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଦେଶର ଏକ ଲକ୍ଷରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି। ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେଉଛି। ପ୍ରତି ବ୍ଲକ୍‌ରେ ଦିନିକିଆ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯିବ ଏବଂ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସାରା ଦେଶର ୪୬୪ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଥିବା ବେଳେ ପ୍ରଥମ ଦିନରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି। ହଜାର ହଜାର ଲୋକ ଉଚ୍ଚରକ୍ତଚାପ, ମଧୁମେହ ଆଦି ରୋଗର ଯାଞ୍ଚ କରାଇଛନ୍ତି। ଏଥିସହିତ ୬୪ ହଜାର ଆଭା ସ୍ୱାସ୍ଥ୍ୟ ପରିଚୟପତ୍ର ସୃଷ୍ଟି କରାଯାଇଛି ଏବଂ ୧୭ ହଜାରରୁ ଅଧିକ ପିଏମଜେଏୱାଇ ଗୋଲ୍ଡେନ୍‌ କାର୍ଡ ଜାରି କରାଯାଇଛି।

ଏପ୍ରିଲ ୧୮ ତାରିଖରେ ଓଡ଼ିଶାର ୨୬ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଥିବା ବେଳେ ଏଥିରେ ୨୦ ହଜାରରୁ ଅଧିକ ଲୋକ ପଞ୍ଜୀକରଣ କରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି।

ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ୧୬ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ଇ-ସଞ୍ଜିବନୀ ପ୍ଲାଟଫର୍ମ ମାଧ୍ୟମରେ ରେକର୍ଡ ୩ ଲକ୍ଷ ଟେଲି ପରାମର୍ଶ ଦିଆଯାଇଛି। ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଆରମ୍ଭ ହେବା ପରଠାରୁ ଏହା ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟେଲି ପରାମର୍ଶ ସେବା। ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୧.୮ ଲକ୍ଷ ଟେଲି ପରାମର୍ଶ ଦିଆଯିବାର ରେକର୍ଡ ରହିଥିଲା।

ସୂଚନାଯୋଗ୍ୟ ଯେ, ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ର ଉଦ୍ଦେଶ୍ୟ ସାଧିତ କରିବା ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଥିଲା। ଏହି ଲକ୍ଷ୍ୟ ନେଇ ସାରା ଦେଶରେ ୧ ଲକ୍ଷ ୫୦ ହଜାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୨୦୧୮ ମସିହା ଫେବୃଆରୀ ମାସରେ ଘୋଷଣା କରାଯାଇଥିଲା।

ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ଚୟନାତ୍ମକ ପରିବର୍ତ୍ତେ ବିସ୍ତୃତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକ ବ୍ୟାପକ ପରିବର୍ତ୍ତନ ଆଣିପାରିଛନ୍ତି। ଏସବୁ କେନ୍ଦ୍ରରେ ପ୍ରୋତ୍ସାହନମୂଳକ, ନିରାକରଣଯୋଗ୍ୟ, ଉପଚାର ଆଧାରିତ, ପୁନର୍ବାସ ଓ ଉପଶମ ଆଧାରିତ ସମାବେଶୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଚିକିତ୍ସା କ୍ଷେତ୍ରରେ ରୋଗ-କୈନ୍ଦ୍ରିକ ପରିବର୍ତ୍ତେ କଲ୍ୟାଣ କୈନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଥିସହିତ ‘ସମସ୍ତଙ୍କ ପାଇଁ ସୁସ୍ଥତା’ ଆଭିମୁଖ୍ୟକୁ ସମର୍ଥନ କରୁଥିବା ‘ସମସ୍ତଙ୍କ ଠାରେ ସୁସ୍ଥତା’ର ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଅନୁରୂପ ଆନ୍ତଃକ୍ଷେତ୍ରୀୟ ସମନ୍ବୟ ଉପରେ ଗୁରୁତ୍ବାରୋପ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ପୁରୀ:  ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦ୍ୱାରା ଓଡ଼ିଆ ଲୋକମାନେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବା ଅବସରରେ ଶ୍ରୀ ମାଣ୍ଡଭୀୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ଓ ମହାପ୍ରସାଦ ସେବନ କରିବା ଆମ ପାଇଁ ଗର୍ବର ବିଷୟ ।

ସେହି ପବିତ୍ର ଧାମରେ ରହି ମେଡ଼ିକାଲ ଶିକ୍ଷା ଲାଭ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରହିଛି ସ୍ୱାସ୍ଥ୍ୟସେବା ସୁଲଭ ଏବଂ ସର୍ବବ୍ୟାପୀ ହେବା ଦରକାର । ଏଥିପାଇଁ ଏକ ଡ଼ାକ୍ତର ରୂପରେ ଛାତ୍ରଛାତ୍ରୀଙ୍କୁ ଦୂର, ସୁଦୂର, ଗାଁ ଯେଉଁଠି ବି ଦାୟିତ୍ୱ ମିଳୁଛି, ସେମାନେ ଗରିବଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରଖନ୍ତୁ ।

ମୋଦି ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଆରମ୍ଭ କରିଛନ୍ତି ଏବଂ ଆଗାମୀ ଦିନରେ ଅନେକ ମେଡ଼ିକାଲ କଲେଜ କାର‌୍ୟ୍ୟକ୍ଷମ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ନେଇ ଉତ୍ତମ ଡ଼ାକ୍ତର ହୁଅନ୍ତୁ ଏବଂ ସରକାରୀ ବ୍ୟବସ୍ଥାକୁ ଉପଯୋଗ କରି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ରଖନ୍ତୁ ।

ସୁନ୍ଦରଗଡ଼ରେ ଏନଟିପିସି ତରଫରୁ ହସ୍ପିଟାଲ ହୋଇଛି । ତାଳଚେରରେ କୋଲ ଇଣ୍ଡିଆ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ କଲେଜ ନିର୍ମାଣ କରିଛି । ମୋଦି ସରକାରଙ୍କ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧା, ମେଡ଼ିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ।

Categories
ଆଜିର ଖବର

ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ ପୂରଣ କଲା ତିନିବର୍ଷ-ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ଯତ୍ନ ଯୋଜନା ଆୟୁଷ୍ମାନ ଭାରତ (ପିଏମ୍‌ଜେ ଏୱାଇ) ତିନିବର୍ଷ ସମ୍ପୂର୍ଣ୍ଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିଛନ୍ତି । ମାଇ ଗଭ୍ ଇଣ୍ଡିଆକୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

“ସ୍ୱାସ୍ଥ୍ୟ ସେବା ଯତ୍ନର ମହତ୍ୱ ବିଗତ ବର୍ଷରେ ଜନସାଧାରଣ ଠିକ୍ ବୁଝି ପାରିଛନ୍ତି ।”
ଆମ ନାଗରିକମାନଙ୍କୁ ସର୍ବୋତ୍ତମ ଗୁଣାତ୍ମକ ଓ ଅଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆମେ ଅଙ୍ଗୀକାରବଦ୍ଧ । ଆୟୁଷ୍ମାନ ଭାରତ-ପିଏମ୍‌ଜେୱାଇ ଏହି ଲକ୍ଷ୍ୟ ହାସଲ କରିବାର ମୁଖ୍ୟ ଆୟୁଧ ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କଶ୍ମୀରରେ ଆୟୁଷ୍ମାନ ଭାରତ ପିଏମ୍‌-ଜେଏୱାଇ ସେହତ୍ କାର୍ଯ୍ୟକ୍ରମ ଡିସେମ୍ବର ୨୬ରେ ହେବ ଶୁଭାରମ୍ଭ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୬ ତାରିଖରେ ସମସ୍ତ ଜମ୍ମୁ ଓ କଶ୍ମୀରବାସୀଙ୍କ ପାଇଁ ପିଏମ୍ ଜନଆରୋଗ୍ୟ ଯୋଜନା ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିଦିନ ମଧ୍ୟାହ୍ନ ୧୨ଟା ସମୟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର‌୍ୟ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେବ।

ଏହି ଯୋଜନାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ସମସ୍ତ ନାଗରିକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହି ଯୋଜନାର ହିତାଧିକାରୀମାନେ ସ୍ୱାସ୍ଥ୍ୟବୀମା ଯୋଜନା ମାଧ୍ୟମରେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ଉପସ୍ଥିତ ରହିବେ।

ଏହି ଯୋଜନା ଅନୁସାରେ ଜମ୍ମୁ କଶ୍ମୀରର ସବୁ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ବୀମା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ସେମାନଙ୍କୁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ପରିବାର ପିଛା ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ମେଡିକାଲ ଓ ଚିକିତ୍ସା ଖର୍ଚ୍ଚ ବୀମା କଂପାନୀ ବହନ କରିବେ ।

ଏହି କେନ୍ଦ୍ର ଶାସିତ ଅଞ୍ଚଳର ସବୁ ନାଗରିକଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯାଇଥିବାରୁ ଏଥିରେ ଅତିରିକ୍ତ ପ୍ରାୟ ୧୫ ଲକ୍ଷ ପରିବାର ସାମିଲ ହେବେ । ସୂଚନାଯୋଗ୍ୟ ଯେ ଯେଉଁମାନେ ଏହି ବୀମା ସୁବିଧା ପାଇବେ ବା ପାଇଛନ୍ତି ସେମାନେ ଦେଶର ଯେକୌଣସି ସ୍ଥାନରେ ଥିବା ହସ୍‌ପିଟାଲରେ ନିଜର ଚିକିତ୍ସା ବ୍ୟବସ୍ଥା କରିପାରିବେ। ତେବେ କେବଳ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଓ ସରକାରୀ ହସପିଟାଲରେ ଏହି ସୁବିଧା ମିଳିବ।