Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆପଣଙ୍କର ଇନଣ୍ଡେନ ଗ୍ୟାସ ଅଛି କି, ଆଜିଠାରୁ ବୁକିଂ ନମ୍ବରଟି ବଦଳିଗଲା, ଜାଣନ୍ତୁ ନୂଆ ନମ୍ବରଟି କଣ

ନୂଆଦିଲ୍ଲୀ, ଇଣ୍ଡିଆନ ଅଏଲ ଦ୍ବାରା ଦିଆଯାଉଥିବା ଇନଣ୍ଡେନ ଗ୍ୟାସର ବୁକିଂ ମାଧ୍ୟମ ଆଜିଠାରୁ ଅର୍ଥାତ ନଭେମ୍ବର ଏକ ତାରିଖରୁ ପରିବର୍ତ୍ତନ ହେଲା। ପୂର୍ବରୁ ଗ୍ରାହକମାନେ ବୁକିଂ କରିବା ପାଇଁ ଯେଉଁ ନମ୍ବର ବ୍ୟବହାର କରୁଥିଲେ ତାହା ବନ୍ଦ କରାଯାଇଛି। ଅକ୍ଟୋବର 31 ତାରିଖରୁ ଇନଣ୍ଡେନ ଗ୍ୟାସ ତାହାର ପୁରୁଣା ନମ୍ବରକୁ ଅଚଳ କରିଦେଇଛି। ବର୍ତ୍ତମାନ ଗ୍ରାହକମାନେ ସେହି ନମ୍ବରରେ ବୁକିଂ କଲେ ତାହା ଗ୍ରହଣୀୟ ହେବ ନାହିଁ। ବୁକିଂ ପାଇଁ ବର୍ତ୍ତମାନ ନୂଆ ନମ୍ବର ଜାରୀ କରାଯାଇଛି।

ଇଣ୍ଡିଆନ ଅଏଲ ସାରା ଭରତର ବର୍ଷର ଇନଣ୍ଡେନ ଗ୍ରାହକଙ୍କ ପାଇଁ ଗୋଟିଏ  ନମ୍ବର ଜାରୀ କରିଛି। ଏହି ନମ୍ବରଟି ଦିନରାତି 24 ଘଣ୍ଟା କାର୍ଯ୍ୟ କରିବ। ହେଲେ ପ୍ରଥମେ ଆପଣ ଆପଣଙ୍କର ଗ୍ରାହକ ନମ୍ବରୁ ପୁଣି ଥରେ ସେହି ନମ୍ବରରେ ଯୋଡିବାକୁ ପଡିବ। ଏହି ନୂଆ ନମ୍ବରଟି ଦୟାକରି ଆପଣଙ୍କ ରେଜିଷ୍ଟ୍ରେସନ ମୋବାଇଲ ନମ୍ବରରେ ସଂରକ୍ଷିତ କରି ନିଅନ୍ତୁ। ସେହି ନମ୍ବରଟି ହେଲା-7718955555 । ଏହା କରିବାର ଉଦ୍ଦେଶ୍ୟ ହେଲା ଜଣେ ଗ୍ରାହକ ଗୋଟିଏ ଟେଲିକମ ସର୍କଲରୁ ପରିବର୍ତ୍ତନ କଲେ ମଧ୍ୟ ନମ୍ବର ପରିବର୍ତ୍ତନ ହେବ ନାହିଁ। ଭାରତର ଯେଉଁ ସ୍ଥାନକୁ ଗଲେ ମଧ୍ୟ ସେହି ଗୋଟିଏ ନମ୍ବରରେ ଫୋନ କରିବାକୁ ପଡିବ।