Categories
ଆଜିର ଖବର ରାଜ୍ୟ ଖବର

ଇସ୍ପାତ ଏକ୍ସପ୍ରେସ ​କଣ୍ଟାବାଞ୍ଜୀକୁ ସମ୍ପ୍ରସାରିତ: ଶୁଭାରମ୍ଭ କଲେ ବଲାଙ୍ଗୀର ସାଂସଦ

ଭୁବନେଶ୍ବର: ବଲାଙ୍ଗୀରର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ବିଧାୟକ ସନ୍ତୋଶ ସିଂ ସାଲୁଜାଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜୀ ରେଳ ଷ୍ଟେସନରୁ ଇସ୍ପାତ ଏକ୍ସପ୍ରେସର ​​କଣ୍ଟାବାଞ୍ଜୀ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇଛନ୍ତି।

ସମ୍ପ୍ରସାରିତ ଅଂଶର ଉଦ୍ଘାଟନୀ ଚଳାଚଳରେ ଏହି ଟ୍ରେନ୍ କଣ୍ଟାବାଞ୍ଜିରୁ ପୂର୍ବାହ୍ନ 10 ଘଟିକାରେ ଛାଡି ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ହାଓଡ଼ା ଯାତ୍ରା କରିଛି। ଏହି ଟ୍ରେନର ନିୟମିତ ସେବା 14 ଏପ୍ରିଲ, 2022 ଠାରୁ ହାଓଡ଼ା ରୁ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଦିନମାନଙ୍କରେ ଏବଂ 15 ଏପ୍ରିଲ, 2022 ଠାରୁ କଣ୍ଟାବାଞ୍ଜି ରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ଚଳାଚଳ କରିବ। ସମ୍ପ୍ରସାରିତ ଅଂଶରେ ଏହି ଟ୍ରେନ୍ ସପ୍ତାହରେ 4 ଦିନ କଣ୍ଟାବାଞ୍ଜି ଓ ହାଓଡ଼ା ମଧ୍ୟରେ ଚଳାଚଳ କରିବ।

16 ଏପ୍ରିଲରୁ 13 ଅଗଷ୍ଟ, 2022 ମଧ୍ୟରେ ଏହି ଟ୍ରେନ ହାଓଡ଼ା ଠାରୁ ପ୍ରତି ସୋମବାର, ବୁଧବାର ଏବଂ ଶନିବାର ଦିନ ମାନଙ୍କରେ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ 17 ଏପ୍ରିଲରୁ 14 ଅଗଷ୍ଟ 2022 ପର୍ଯ୍ୟନ୍ତ ଟିଟିଲାଗଡ଼ ଠାରୁ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ମାନଙ୍କରେ ଯାତ୍ରା ପ୍ରାରମ୍ଭ କରି ହାଓଡ଼ା ଯାତ୍ରା କରିବ।

ଏହାପୂର୍ବରୁ, ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ କଣ୍ଟାବାଞ୍ଜି ରେଳ ଷ୍ଟେସନ ଠାରେ ପ୍ଲାଟଫର୍ମ ନମ୍ବର -1 ରୁ 2 କୁ ସଂଯୋଗ କରୁଥିବା ଫୁଟ୍ ଓଭର ବ୍ରିଜ୍ (FOB) ଏବଂ ଟ୍ରେନ କୋଚ ରହଣି ସ୍ଥାନ ଜାଣିବା ପାଇଁ କୋଚ୍ ଇଣ୍ଡିକେସନ୍ ବୋର୍ଡର ଉଦଘାଟନ କରିଥିଲେ।

ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠୁ ଚାଲିବ କଣ୍ଟାବାଞ୍ଜିରୁ ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍: ସପ୍ତାହରେ ଚାରି ଦିନ ଯାତ୍ରା

ଭୁବନେଶ୍ବର: ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସର ସେବାକୁ ଆଜିଠାରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ପ୍ରସାରିତ ଅଂଶର ଉଦଘାଟନୀ ଉତ୍ସବରେ, ଏହି ଟ୍ରେନ୍ କଣ୍ଟାବାଞ୍ଜିରୁ ପୂର୍ବାହ୍ନ ୧୦ ଘଟିକାରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଯାତ୍ରା କରିବ ଏବଂ ରାତ୍ରି ୧୧ ଘ.୩୦ମି.ରେ ହାଓଡ଼ାରେ ପହଞ୍ଚିବ। ମାର୍ଗରେ, ଏହି ଟ୍ରେନ୍ ଟିଟିଲାଗଡରୁ ପୂର୍ବାହ୍ନ ୧୦ ଘ. ୫୫ମି.ରେ, ବଲାଙ୍ଗୀରରୁ ପୂର୍ବାହ୍ନ ୧୧ ଘ. ୫୦ମି.ରେ, ବରଗଡ ରୋଡ୍ ରୁ ଅପରାହ୍ନ ୧୨ ଘ. ୫୪ମି.ରେ, ସମ୍ବଲପୁରରୁ ଅପରାହ୍ନ ୧ ଘ. ୫୫ ମି.ରେ, ଝାରସୁଗୁଡାରୁ ଅପରାହ୍ନ ୨ ଘ. ୫୦ ମି.ରେ, ରାଉରକେଲାରୁ ଅପରାହ୍ନ ୪ ଘ. ୪୩ମି.ରେ, ଟାଟାରୁ ସନ୍ଧ୍ୟା ୭ ଘ. ୧୫ମି.ରେ, ଘଟଶିଳାରୁ ସନ୍ଧ୍ୟା ୮ ଘ. ୨୦ମି.ରେ ଏବଂ ଖଡ଼ଗକପୁର ଠାରୁ ସନ୍ଧ୍ୟା ୮ ଘ. ୫୬ମି.ରେ ଛାଡି ହାଓଡ଼ା ଯାତ୍ରା କରିବ। ଏହି ଟ୍ରେନ୍ ସଇଁତଳା, ଲୋଇସିଙ୍ଗା, ବରପାଲି, ହିରାକୁଦ୍, ରେଙ୍ଗାଲୀ, ରାଜଗାଙ୍ଗପୁର, ମନୋହରପୁର, ଚକ୍ରଧରପୁର, ରାଜଖରସୁଆନ୍, ସିନି, ରଖା ମାଇନ୍ସ,, ଚକୁଲିଆ, ଝାରଗ୍ରାମ, ସାନ୍ତ୍ରାଗଛି ଠାରେ ମଧ୍ୟ ରହଣି କରିବ।

ସମ୍ପ୍ରସାରଣ ଉଦ୍‌ଘାଟନୀ ଦିବସରେ ବଲାଙ୍ଗୀରର ସାଂସଦ (ଲୋକସଭା) ସଂଗୀତା ସିଂଦେଓ ଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ସବୁଜ ପତାକା ପ୍ରଦର୍ଶନ କରାଇ ସମ୍ପ୍ରସାରଣର ଶୁଭାରମ୍ଭ କରିବେ।

ଏହି ଟ୍ରେନର ନିୟମିତ ସେବା ହାଓଡ଼ା ଠାରୁ ଏପ୍ରିଲ ୧୪ ତାରିଖରୁ ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଏବଂ ଏପ୍ରିଲ ୧୫ ତାରିଖଠାରୁ କଣ୍ଟାବାଞ୍ଜିରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ସମ୍ପ୍ରସାରିତ ଅଂଶରେ ସପ୍ତାହରେ ୪ ଦିନ ଚଳାଚଳ କରିବ।

ଏପ୍ରିଲ ୧୬ ତାରିଖରୁ ଅଗଷ୍ଟ ୧୩ ତାରିଖ ମଧ୍ୟରେ ଏହି ଟ୍ରେନ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ହାଓଡ଼ାରୁ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଏପ୍ରିଲ ୧୭ ତାରିଖରୁ ଅଗଷ୍ଟ ୧୪ ତାରିଖ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରି ହାଓଡ଼ା ଯାତ୍ରା କରିବ।

୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ନମ୍ବର କୁ ପାରିବର୍ତ୍ତିତ କରାଯାଇ ୨୨୮୬୧/୨୨୮୬୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଭାବରେ ନାମିତ କରାଯିବ। ଅଗଷ୍ଟ ୧୬ ତାରିଖ ୨୦୨୨ ଠାରୁ ହାଓଡ଼ାରୁ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଏବଂ ଅଗଷ୍ଟ ୧୭ ତାରିଖ ୨୦୨୨ ଠାରୁ କଣ୍ଟାବାଞ୍ଜିରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ୨୨୮୬୧/୨୨୮୬୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଚଳାଚଳ କରିବ।

୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ହାଓଡ଼ାରୁ ଅଗଷ୍ଟ ୧୫ ତାରିଖ ୨୦୨୨ ଠାରୁ ପ୍ରତିଦିନ ପରିବର୍ତ୍ତେ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ଏବଂ ଟିଟିଲାଗଡ଼ରୁ ଅଗଷ୍ଟ ୧୬ ତାରିଖ ୨୦୨୨ ଠାରୁ ପ୍ରତିଦିନ ପରିବର୍ତ୍ତେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ହାଓଡ଼ା ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ।