Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବିକଶିତ ଗାଁ ବିକଶିତ ଓଡ଼ିଶା ସମୃଦ୍ଧି ଓଡ଼ିଶାର ନୂତନ ପରିଭାଷା କାର୍ଯ୍ୟକ୍ରମ ଭଦ୍ରକ ସହର ମଠସାହି ଶ୍ରୀ ଗୋପାଳ ଜୀଉ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ରହିଛି ୨୯୪୭ ମସିହା ବିକଶିତ ଭାରତରେ ପରିଣତ ହେବା ସହ ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ର ମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସ୍ବପ୍ନ ରହିଛି ୨୦୩୬ ରେ ଆମ ରାଜ୍ୟ ବିକଶିତ ହେବ। ଏଥି ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ସହୋଯୋଗ କରିବାକୁ ମତ ରଖିବା ସହ ଶିକ୍ଷା, କ୍ରୀଡ଼ା  ଭିତ୍ତିଭୂମିର ଅଗ୍ରଗତି, ସାଧାରଣ ଲୋକଙ୍କ ସୁଖ ଦୁଃଖର ସରକାର ତୃଣମୂଳ ସ୍ବରରୁ ଗୁରୁତ୍ବ ଦେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟ ୟତିରାଜ ମନ୍ତ୍ରୀ ଙ୍କୁ ମନ୍ତ୍ରୀ ଶ୍ରୀ ସୁରଜ କୃତଜ୍ଞତା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବିଧାୟକ, ପ୍ରତିନିଧି ଭାସ୍କର ଚନ୍ଦ୍ର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ ଦତ୍ତ, ଗୋଷ୍ଟି ଉନ୍ନୟନ ଅଧୂକାରୀ ରଶ୍ମି ରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ପାଳିତ ହେଲା ଗୋଦାବରୀଶ ମିଶ୍ରଙ୍କ ୬୮ ତମ ପୁଣ୍ୟତିଥି: ଯୋଗଦେଲେ ଆଇନ ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ

ବାଣପୁର (ସୀତାରାମ ଅଗ୍ରୱାଲ): ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୮ ତମ ପୁଣ୍ୟତିଥି ଅବସରରେ ଗୋଦାବରୀଶ ମିଶ୍ରଙ୍କ ମାନସ ପୁତ୍ର ଗୋଦାବରୀଶ ମହାବିଦ୍ୟାଳୟ ପାଳନ କରିଛି ତାହାର ୬୧ତମ ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ କଲେଜ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମରେ ଏକ ଭବ୍ୟ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସ୍ୱତନ୍ତ୍ର ଅତିଥି ଭାବେ ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗ ଦେଇଥିଲେ। ମହାବିଦ୍ୟାଳୟରେ ଅତିଥିମାନେ ପହଂଚି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କଲେଜ ତରଫରୁ ଏକ ଭବ୍ୟ ଶୋଭାଯାତ୍ରାରେ ସଭାଗୃହକୁ ପାଛୋଟି ନେଇଥିଲେ।

ଶୋଭାଯାତ୍ରାରେ ଓଡ଼ିଆ ପ୍ରାଧ୍ୟାପକ ପାର୍ଥସାରଥୀ ସାମନ୍ତରାୟଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୋଦାବରୀଶ ମହାପାତ୍ରଙ୍କ ନୀଳ ମାଷ୍ଟ୍ରାଣୀ, ଉଠକଙ୍କାଳ ଛିଡ଼ୁ ଶୃଙ୍ଖଳ ପଥପ୍ରାନ୍ତ ନାଟକ ଅତିଥି ମାନଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା। ପରିଚାଳନା ସମିତି ସଭାନେତ୍ରୀ ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ସ୍ୱାଗତ ଭାଷଣ ଦେଇଥିଲେ।

ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୁରଜ ଛାତ୍ରଛାତ୍ରୀମାନଙ୍କୁ ତିନି ଗୋଟି ବାର୍ତ୍ତା ପାଳନ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମ ପରାମର୍ଶ ଭାବରେ ବର୍ଷକୁ ଗୋଟିଏ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ। କାହାକୁ ଦାନ କରିବାକୁ ହେଲେ ଗୀତା ଦାନ କରିବାକୁ ଏବଂ ତୃତୀୟ ପରାମର୍ଶ ଭାବରେ ସାବାଳକ ହେଲେ ନିଶ୍ଚିତ ଭାବରେ ରକ୍ତଦାନ କରିବାକୁ କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ବର୍ଣ୍ଣନା କରିବା ସହ ଉକ୍ତ ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରିଣତ କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବୁଦ୍ଧିଜୀବୀମାନଙ୍କ ନିକଟରେ ବକ୍ତବ୍ୟ ରଖିଥିଲେ।

ଗୋଦାବରୀଶ ମହାପାତ୍ରଙ୍କ ନାମରେ ସାମ୍ବାଦିକମାନଙ୍କୁ ପୁରସ୍କାର ଦିଆଯିବ ବୋଲି ସରକାର ଘୋଷଣା କରିଥିବା ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ। ପରିଶେଷରେ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଜପତି ଜିଲ୍ଲାର ଦୁଇ ବିଧାୟକଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ ଓ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ଵର: ଓଡ଼ିଶାର ସ୍ୱନାମଧନ୍ୟ ତଥା ନବ ଉତ୍କଳର ନିର୍ମାତା ତଥା ପୁର୍ବତନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଆମ ଓଡ଼ିଶା ପାଇଁ ଅନନ୍ୟ ପ୍ରତିଭା। ତାଙ୍କରି ଉଦ୍ୟମରେ ଓଡ଼ିଶାର ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିଛି। ତା’ମଧ୍ୟରେ ପାରଳାଖେମୁଣ୍ଡି ଠାରେ ଅବସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଅନ୍ୟତମ।

ଉକ୍ତ ମହାବିଦ୍ୟାଳୟ ୧୯୮୦ ମସିହାରେ ସ୍ବୟଂ ଶାସିତ ମହାବିଦ୍ୟାଳୟ ଭାବେ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ଓ ଅତି ପୁରାତନ ମହାବିଦ୍ୟାଳୟ ଅଟେ। କିନ୍ତୁ ପରିତାପର ବିଷୟ ଉକ୍ତ ମହାବିଦ୍ୟାଳୟ ପରେ ଗଠିତ ଅନୁଷ୍ଠାନ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଥିବା ବେଳେ ଏସ୍ କେ ସି ଜି ମହାବିଦ୍ୟାଳୟ ଅବହେଳିତ।

ଏଭଳି ପରିସ୍ଥିତିରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଉକ୍ତ ସମସ୍ୟାର ସମାଧାନ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି +3 କଳା ବାଣିଜ୍ୟ ବିଜ୍ଞାନରେ ପଢାଯିବ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’, ଉନମୋଚିତ ହେଲା ପୁସ୍ତକ

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିଶାସ୍ତ୍ର ଓ ମୂଲ୍ୟବୋଧ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏକ ସଂପୂର୍ଣ୍ଣ ପାଠ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଉଚ୍ଚଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ କେବଳ ସଫଳ ନୁହେଁ ଜଣେ ଜଣେ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହି ପାଠ୍ୟଖସଡ଼ା ଲାଗୁ କରିବାକୁ ଯାଉଛନ୍ତି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ପ୍ରକାଶ କରିଛନ୍ତି।

ଭୁବନେଶ୍ବରର ଭୋଇନଗରସ୍ଥିତ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦ ବ୍ୟୁରୋ ବୋର୍ଡରୁମ୍‌ରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ଶିକ୍ଷା ପାଠ୍ୟଖସଡ଼ାର ପ୍ରଥମ ଭାଗ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି।

ସଂପୂର୍ଣ୍ଣ ସିଲାବସ୍‌କୁ ୬ଟି ୟୁନିଟ୍‌ରେ ବିଭକ୍ତ କରାଯାଇଛି ଏବଂ ଯୁକ୍ତ-୩ ସ୍ତରର ସମସ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ୬ଟି ସେମିଷ୍ଟାରରେ ଗୋଟିଏ ଲେଖାଏଁ ୟୁନିଟ୍‌ ସାମିଲ କରାଯାଇଛି । ପ୍ରତ୍ୟେକ ୟୁନିଟ୍‌ ୨୫ ମାର୍କ ବିଶିଷ୍ଟ ହେବ ଏବଂ ଯୁକ୍ତ-୩ର ପ୍ରତ୍ୟେକ ସେମିଷ୍ଟାରରେ ଏକ ୟୁନିଟ୍‌ ହିସାବରେ ସଂଯୁକ୍ତ ହେବ । ଗୋଟିଏ ୟୁନିଟ୍‌ ବିଷୟ ପଢ଼ାଯିବା ପାଇଁ ୧୫ଟି ପିିରିୟଡ୍‌ ରହିବ।