Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ରାତିରୁ ଏ ପର୍ଯ୍ୟନ୍ତ ଚାଲିଛି ଗୁଳି ବିନିମୟ, ଦୁଇଜଣଙ୍କର ମୃତ୍ୟୁ ହେଲାଣି, ଆହୁରି ଲୁଚି ରହିଛନ୍ତି

ଜାମ୍ମୁକାଶ୍ମୀର, ଗତକାଲି ରାତିରୁ ଜାମ୍ମୁକାଶ୍ମୀରର କୁଲଗାଁଓ ଜିଲ୍ଲାର ଚିନଗୁମ ଅଞ୍ଚଳରେ ଚାଲିଛି ଗୁଳି ବିନିମୟ। ଏହି ଅଞ୍ଚଳରେ କେତେକ ସନ୍ତ୍ରାସବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ସେହି ଖବର ଅନୁସାରେ ରାତି ଅଧରେ ସୁରକ୍ଷା କର୍ମି ନିର୍ଦ୍ଦିଷ୍ଠ ଅଞ୍ଚଳକୁ ସିଲ୍ କରି ଚଢାଉ ଆରମ୍ଭ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର। ଏଥିରେ ସେଠାରେ ଲୁଚି ରହିଥିବା ଦୁଇଜଣ ଅଜଣା ସନ୍ତ୍ରାସବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ସେଠାରେ ଏ ପର୍ଯ୍ୟନ୍ତ ଏନକାଉଣ୍ଟର ଚାଲିଛି ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ସକାଳୁ ଦକ୍ଷିଣ କାଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର, ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଗୁରୁବାର ଦିନ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ପୁଲୱାମାର ମାଗାମାରେ ଆତଙ୍କବାଦୀମାନେ ଅଛନ୍ତି ବୋଲି ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ପ୍ରଥମେ ଜନଶୂନ୍ୟ କରିବା ପରେ ଏନକାଉଣ୍ଟର ଆରମ୍ଭ କରିଥିଲେ। ଏଥିରେ ଜଣେ ଅଜଣା ଅତଙ୍କବାଦୀ ମରିଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଗୁଳିବିନମୟ ଚାଲିଛି।
Categories
ଅପରାଧ ଆଜିର ଖବର ଜାତୀୟ ଖବର

 ଏନକାଉଣ୍ଟର ନେଇ ଅନେକ ପ୍ରଶ୍ନ, କାର ଓଲଟିଲା ? ନା ଓଲଟାଇ ଦିଆଗଲା ?

କାନପୁର:  କୁଖ୍ୟାତ ଅପରାଧୀ ବିକାଶ ଦୁବେ ପ୍ରକୃତରେ ଏନକାଉଣ୍ଟରରେ ମଲା ନା ତାକୁ ମାରି ଦିଆଗଲା, ସେ ନେଇ ଏବେ ଉଠିଲାଣି ଅନେକ ପ୍ରଶ୍ନ। ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ କାଠଗଡ଼ାରେ। ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି।
STF କମାଣ୍ଡୋଙ୍କ କବଜାରୁ କିପରି ଖସିଗଲା ବିକାଶ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ବିକାଶ ଭଳି କୁଖ୍ୟାତ ଅପରାଧୀ ହାତରେ ହାତକଡୀ ଥିଲା କି ନାହିଁ ତାହା ବି ଏବେ ତଦନ୍ତ ସାପେକ୍ଷ। ଯଦି ହାତକଡୀ ଥିଲା ତେବେ ସେ କିପରି କମାଣ୍ଡୋଙ୍କ ବନ୍ଧୁକ ଛଡାଇ ନେଇ ପାରିଲା ? କାରଟି ଓଲଟି ଯିବା ପରେ 3 ଜଣ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ବିକାଶ ଖସିଗଲା କେମିତି?

ବିକାଶକୁ ରାଜନୈତିକ ଆଶ୍ରୟ ଦିଆଯାଉଥିଲା କି? ଏଥିପାଇଁ ପ୍ରମାଣ ନଷ୍ଟ କରିବା ସକାଶେ ତାକୁ ମାରିଦେଇ ଏନକାଉଣ୍ଟରର ରୂପ ଦିଆଗଲା କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆସିଲେ ସ୍ପଷ୍ଟ ହୋଇଯିବ ବିକାଶ ସତରେ ପାଉଥିଲା କି ରାଜନୈତିକ ଆଶ୍ରୟ।

ଏତେବଡ କୁଖ୍ୟାତ ଅପରାଧୀ ଯେତେବେଳେ 8 ଜଣ ପୋଲିସଙ୍କୁ ମାରିବା ପରେ ବି ସମସ୍ତଙ୍କୁ ଚକମା ଦେଇ କାନପୁରରୁ ଫରିଦବାଦ ଦେଇ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ପହଞ୍ଚି ପାରୁଛି, ସେହି ଅପରାଧୀକୁ ଯେତିକି ସୁରକ୍ଷା ଦେଇ ଆଣିବା କଥା ତାହା ହୋଇଥିଲା କି ନାହିଁ, ତାହା ବି ତଦନ୍ତ ସାପେକ୍ଷ। ଗିରଫ ପରେ ବି ବିକାଶକୁ ଏନକାଉଣ୍ଟର କରାଯିବ ବୋଲି ଗତକାଲି ଠାରୁ ହିଁ ଆଶଙ୍କା ପ୍ରକାଶ ପାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

8 ଦିନରେ ସଫା କାନପୁର ହତ୍ୟାକାରୀ, ହିସାବ ବରାବର, ଏନକାଉଣ୍ଟରରୁ ଆରମ୍ଭ, ଏନକାଉଣ୍ଟରରେ ଶେଷ

କାନପୁର: ଆଠ ଦିନରେ ସଫା ହେଲା କାନପୁର ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ଠିକ 8 ଦିନ ପୂର୍ବେ ଜୁଲାଇ 2 ଏବଂ 3 ତାରିଖ ରାତିରେ କାନପୁରରେ ବିକାଶ ଦୁବେ ଓ ତା’ର ସହଯୋଗୀମାନେ 8 ଜଣ ପୋଲିସ କର୍ମଚାରୀଙ୍କୁ ଘେରି ଅତର୍କିତ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲେ। ସେହି ଏନକାଉଣ୍ଟରରୁ ଆରମ୍ଭ କାହାଣୀ ଏନକାଉଣ୍ଟରରେ ଶେଷ ହୋଇଛି। ନିହତ ହୋଇଛି ଦେଶରେ ଚହଳ ପକାଇଥିବା ଅପରାଧ ସମ୍ରାଟ ଉତ୍ତର ପ୍ରଦେଶ କାନପୁରର ବିକାଶ ଦୁବେ।
ଗତକାଲି ମଧ୍ୟପ୍ରଦେଶ ଉଜ୍ଜୟିନୀର ମହାକାଳୀ ମନ୍ଦିରରୁ ଗିରଫ ହୋଇଥିଲା most wanted ଅପରାଧୀ ବିକାଶ। ଉତ୍ତର ପ୍ରଦେଶ ଏସ ଟି ଏଫ ତାକୁ ସେଠାରୁ କାନପୁର ଆଣୁଥିବା ବେଳେ ଆଜି ସକାଳୁ ହିନ୍ଦୀ ଫିଲ୍ମର କାହାଣୀ ଭଳି ଘଟିଥିବା ଘଟଣାରେ ପୋଲିସ ଗୁଳିରେ ନିହତ ହୋଇଛି କୁଖ୍ୟାତ ଅପରାଧୀ ବିକାଶ ଦୁବେ। ପୂର୍ବରୁ କାନପୁର ଘଟଣା ପରେ ପରେ ପୋଲିସ ଏନକାଉଣ୍ଟରରେ ତାର ସମସ୍ତ ସହଯୋଗୀ ନିହତ ହୋଇ ସାରିଛନ୍ତି। ଏଥିସହିତ ନିପାତ ହୋଇଛି ବିକାଶର କ୍ରାଇମ ଦୁନିଆ।