Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଠକେଇ ଅଭିଯୋଗରେ ଉଚ୍ଚ ଶିକ୍ଷିତା ମହିଳାଙ୍କ ସମେତ ୩ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିଜକୁ ଏମ୍ସ ହସ୍ପିଟାଲ ଭୁବନେଶ୍ୱରର ଜଣେ ଉଚ୍ଚ ପଦାଧିକାରୀ ବୋଲି ପରିଚୟ ଦେଇ ଆଜକୁ ୩ ବର୍ଷ ହେଲା ଶୈଳବାଳା ମିଶ୍ର ନାମ୍ନୀ ଜଣେ ଉଚ୍ଚ ଶିକ୍ଷିତା ମହିଳା କିଛି ଠକ ଏଜେଣ୍ଟ୍ ମାନଙ୍କ ଦ୍ଵାରା ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ ପୋଲସରା ପୋଲିସ ଦ୍ବାରା ନିଜର ସହଯୋଗୀ ଚିରିକିପଡା ଶାସନ ଗ୍ରାମର ନାରାୟଣ ପ୍ରଧାନ, ଯଦୁମଣି ପ୍ରଧାନ ଓ ଭଞ୍ଜନଗର ଅଞ୍ଚଳର ଶିବରାମ ଗୌଡ଼ଙ୍କ ସହ ଗିରଫ ହୋଇ ଜେଲରେ ଅଛନ୍ତି।

ଘଟଣାରୁ ପ୍ରକାଶ ଯେ, ଚିରିକିପଡା ଶାସନର ରଞ୍ଜନ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଙ୍କୁ ଏମ୍ସ ହସ୍ପିଟାଲ ଭୁବନେଶ୍ୱରରେ କ୍ୟାଣ୍ଟିନ୍ କରାଇଦେବି ବୋଲି ଉକ୍ତ ମହିଳା ରଞ୍ଜନଙ୍କ ଠାରୁ ନଗଦ ୫୬ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିଲା ସିନା କୌଣସି ସଫଳତା ନପାଇ ରଞ୍ଜନ ଉକ୍ତ ମହିଳାଙ୍କୁ ଟଙ୍କା ଫେରାଇବାକୁ ଦାବି କରିଥିଲେ। ଯାହା ଫଳରେ ଉଭୟ ଙ୍କ ମଧ୍ୟରେ ଉଚ୍ଚ ବାଚ୍ଚ ମଧ୍ୟ ହୋଇଥିଲା।

ପରବର୍ତ୍ତୀ ସମୟରେ ରଞ୍ଜନ ଉକ୍ତ ମହିଳାଙ୍କ ସମେତ ତାଙ୍କର ସହଯୋଗୀ ଙ୍କ ନାମରେ ପୋଲସରା ଥାନା ରେ ଅଭିଯୋଗ କରିଥିଲେ। ଏତଦବ୍ୟତୀତ ପୋଲସରା ର ଏକ ଘରୋଇ ବ୍ୟାଙ୍କ ରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଚାକିରି କରାଇ ଦେବାକୁ କହି ତାଠାରୁ ୬ ଲକ୍ଷ ଠକିଥିବା ଅଭିଯୋଗ ପୋଲସରା ଥାନା ରେ ଅଭିଯୋଗ ଅନୁଯାୟୀ ଥାନା ଅଧିକାରୀ ଜିତେନ୍ଦ୍ର ମଲିକ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଉକ୍ତ ୪ ଜଣ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।