Categories
ଆଜିର ଖବର ରାଜ୍ୟ ଖବର

ରାୟଗଡା-ବିଜୟନଗରମ ରେଳ ସେକ୍ସନର ଗୁମଡା ଷ୍ଟେସନ ୟାର୍ଡ଼ ଠାରେ ବିଫଳ ହେଲା ଓଏଚଇ

ଭୁବନେଶ୍ଵର: ରାୟଗଡା-ବିଜୟନଗରମ ରେଳ ସେକ୍ସନରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଓଭର ହେଡ଼ ଇକୁଇପମେଣ୍ଟ ବିଫଳ ହେବା କାରଣରୁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ତିନି ଯୋଡ଼ା ଟ୍ରେନ୍ ବାତିଲ୍, ଗୋଟିଏ ଟ୍ରେନର ସମୟ ପରିବର୍ତ୍ତନ ଏବଂ ଦୁଇଟି ଟ୍ରେନର ମାର୍ଗ ପରିବର୍ତ୍ତନ।

ଟ୍ରେନ୍ ବାତିଲ୍:

A. ତା’ 05.05.2022 ରେ ବିଶାଖାପାଟନମ୍ ରୁ ଛାଡ଼ିବାକୁଥିବା 18528 ବିଶାଖାପାଟନମ୍-ରାୟଗଡା ଏକ୍ସପ୍ରେସ୍।

B. ତା’ 06.05.2022 ରେ ରାୟଗଡ଼ାରୁ ଛାଡ଼ିବାକୁଥିବା 18527 ରାୟଗଡା-ବିଶାଖାପାଟନମ ଏକ୍ସପ୍ରେସ।

C. ତା’ 06.05.2022 ରେ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁଥିବା 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ଏକ୍ସପ୍ରେସ୍।

D. ତା’ 06.05.2022 ରେ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁଥିବା 08546/08545 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ୍।

ଟ୍ରେନ ସମୟ ପରିବର୍ତ୍ତନ:

18518 ବିଶାଖାପାଟନମ୍ ରୁ ତା’ 05.05.2022 ରେ ଛାଡ଼ିବାକୁଥିବା ବିଶାଖାପାଟନମ୍-କୋରବା ଏକ୍ସପ୍ରେସ୍ ଏହାର ନିର୍ଦ୍ଧାରିତ ସମୟଠାରୁ ଦୁଇ ଘଣ୍ଟା ବିଳମ୍ବରେ ବିଶାଖାପାଟନମ୍ ଠାରୁ ଛାଡିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

A. ତା’ 04.05.2022 ରେ ଗାନ୍ଧୀଧାମ ଠାରୁ ଛାଡିଥିବା 22973 ଗାନ୍ଧୀଧାମ – ପୁରୀ ଏକ୍ସପ୍ରେସ ଏହାର ନିର୍ଧାରିତ ମାର୍ଗ ଟିଟିଲାଗଡ-ରାୟଗଡା-ବିଜୟନଗରମ-ଖୋର୍ଦ୍ଧା ରୋଡ ପରିବର୍ତ୍ତେ ଟିଟିଲାଗଡ-ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ ମାର୍ଗ ଚଳାଚଳ କରିବ।

B. ତା’ 05.05.2022 ରେ ଜଗଦଲପୁରରୁ ଛାଡିଥିବା 18448 ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଏହାର ନିର୍ଧାରିତ ମାର୍ଗ କୋରାପୁଟ-ରାୟଗଡା-ବିଜୟନଗରମ ମାର୍ଗ ପରିବର୍ତ୍ତେ କୋରାପୁଟ-ଆରକୁ-କୋଟାଭାଲାସା-ବିଜୟନଗରମ ମାର୍ଗ ଚଳାଚଳ କରିବ।