ଭୋପାଳ, ବାହାର ରାଜ୍ୟରେ ଓଡିଶା ଗଂଜେଇର ବେଶ୍ ଚାହିଦା ରହିଛି। ଏ କଥା ଅଭିନେତ୍ରୀ ରିୟା ବାନାର୍ଜିଙ୍କ ହ୍ବାଟସପ ଚାର୍ଟରୁ ଜଣାପଡିଥିଲା। ସେ ଲେଖିଥେଲ ଯେ, ଭୁବନେଶ୍ବର ଗଂଜେଇ ବେଶ୍ ଭଲ। ହେଲେ ସେତେବେଳେ ଏହାକୁ କେହି ବିଶ୍ବାସ କରୁ ନ ଥିଲେ। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଓଡିଶା ଗଂଜେଇ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଛି। ଡ୍ରଗ ମାଫିଆମାନଙ୍କର ବର୍ତ୍ତମାନ ଓଡିଶା ଗଂଜେଇ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି।
ଏହିପରି ଏକ ଘଟଣା ଆଜି ପର୍ଦ୍ଦା ଫାର୍ସ କରିଛି ମଧ୍ୟପ୍ରଦେଶର ସିଂହପୁର ଏବଂ ଖୌରାହା ପୋଲିସ। ଉଭୟ ପୋଲିସ ଆଜି ଜାତୀୟ ରାଜପଥରେ ଭାରୀଯାନକୁ ତଦାରଖ କରୁଥିଲେ। ଏହି ସମୟରେ ଏକ ଟ୍ରକ ଡ୍ରାଇଭର ସିଟ ତଳୁ ଅଶି କିଲୋର ଗଂଜେଇ ମିଳିଥିଲା। ଏହି ସମୟରେ ଡ୍ରାଇଭର ସେଠାରୁ ଫେରାର ହେଉଥିବା ବେଳେ ପୋଲିସ ତାକୁ ଧରି ଗିରଫ କରିଛି। ଜେରାପରେ ଜଣାପଡିଛି ଯେ, ମଧ୍ୟପ୍ରଦେଶର ପୁରୁଷୋତ୍ତମ ଶର୍ମା ଏହି ଗଂଜେଇକୁ ଓଡିଶାରୁ କିଣିଛନ୍ତି। ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ଘର ଚଢାଉ କରି ଆଉ ପଚିଶ କିଲୋ ଗଂଜେଇ ଜବତ କରିଛି। ପୋଲିସ ଜାଣିବାକୁ ପାଇଛି ଯେ, ଶର୍ମା ଜଣେ ଗଂଜେଇ ଚୋରା ବ୍ୟାବସାୟୀ।ସେ କେବଳ ଓଡିଶା ଗଂଜେଇ ନେଇ ବେପାର କରିଥାଏ ବୋଲି ସ୍ବୀକାର କରିଛି।