Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଚୁଣୀ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ: ଆଗାମୀ ଭବିଷ୍ୟତଙ୍କୁ ସମ୍ବୋଧିତ କଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ: ଆଗାମୀ ଭବିଷ୍ୟତଙ୍କୁ ସମ୍ବୋଧିତ କଲେ ଆଇନ ମନ୍ତ୍ରୀ

August 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚ଼ିଲିକା: ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନାଚୁଣୀ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ରାଜ୍ୟ ତଥା ଦେଶର ଆଗାମୀ ଭବିଷ୍ୟତଙ୍କୁ ସମ୍ବୋଧିତ କରିଥିଲେ।

ମହାବିଦ୍ୟାଳୟ ହେଉଛି ଏକ ମନ୍ଦିର। ବିଦ୍ୟାର ଏହି ମନ୍ଦିରରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା, ସଂସ୍କାର ଓ ଉତ୍ତମ ଚରିତ୍ର ଗଠନର ମାର୍ଗପ୍ରାପ୍ତ କରିଥାନ୍ତି, ଯାହା ସେମାନଙ୍କ ଭବିଷ୍ୟତକୁ ସରସ ଓ ସୁନ୍ଦର କରି ଗଢି ତୋଳିବାରେ ସହାୟକ ହୁଏ। ଏଥିପ୍ରତି ପ୍ରତ୍ୟେକ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଦାୟିତ୍ୱବାନ ଏବଂ କର୍ତ୍ତବ୍ୟନିଷ୍ଠ ହେବା ଆବଶ୍ୟକ।

ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଲକ୍ଷ୍ୟ କରି ରାଜ୍ୟର ଯୁବବର୍ଗଙ୍କୁ ଦକ୍ଷ ଓ ସଶକ୍ତ କରିବା ସହ ଉତ୍ତମ ଶିକ୍ଷା ଭିତ୍ତିକ ଯୁବଶକ୍ତି ମାଧ୍ୟମରେ ସମୃଦ୍ଧ ତଥା ବିକଶିତ ଓଡିଶା ଗଠନ ଆମର ମୁଖ୍ୟ ଉଦ୍ଦେଶ୍ୟ।ଏଥିରେ ନାଚୁଣୀ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ସୂଚାରୁରୂପେ ନିର୍ବାହ କରିବା ପାଇଁ ଆଗେଇ ଆସିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ନାଚୁଣୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଡ଼ାଃ ବିଭୂତି ଭୂଷଣ ହରିଚନ୍ଦନ , ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ,ନାଚୁଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ, ନାଚୁଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀଙ୍କ ସମେତ ଅନ୍ୟ ବରିଷ୍ଠ ଅତିଥି ଗଣ ପ୍ରମୁଖ ଉପସ୍ଥିତ ଥିଲେ।

chilika
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Latest News

ଶ୍ରମିକଙ୍କୁ ବଡ ଉପହାର : ୧୫ ଲକ୍ଷ ଶ୍ରମିକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା

May 1, 2026

RDC ତଦନ୍ତ କୁ ବ୍ୟାଙ୍କ ସଂଘର ଚ୍ୟାଲେଞ୍ଜ

May 1, 2026

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦୈନିକ ୧୦୦ ଉଡ଼ାଣ ହ୍ରାସ ହେବ

May 1, 2026

ରଣନୈତିକ ଗୁରୁତ୍ୱ ଓ ସନ୍ତୁଳିତ ବିକାଶର ପ୍ରକୃଷ୍ଟ ଉଦାହରଣ ସାଜୁଛି ‘ଗ୍ରେଟ୍ ନିକୋବର ପ୍ରକଳ୍ପ’

May 1, 2026

ସୁଧୀର ହତ୍ୟା ମାମଲା : ଆଉ ଦୁଇ ଦିନ ରିମାଣ୍ଡ ଅନୁମତି

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.