Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଗଷ୍ଟରୁ ଏମ୍ସରେ ଆରମ୍ଭ ହେବ ବୃକକ ପ୍ରତିରୋପଣ (ରେନାଲ ଟ୍ରାନ୍ସପ୍ଲାଣ୍ଟ) ସେବା

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହା ଦେଶର ଏକ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ନେଇ କୌଣସି ସଂଶୟ ନାହିଁ। ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଏହି ଜାତୀୟ ଅନୁଷ୍ଠାନ ଅନେକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏକ ଗୌରବମୟ ଭବିଷ୍ୟତର ବିଶ୍ୱାସ ସୃଷ୍ଟି କରିଛି। ରୋଗୀ ସେବା, ଗବେଷଣା ଅଥବା ଅନ୍ୟାନ୍ୟ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟ, ଏମ୍ସ ଭୁବନେଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ରଶଂସା ଅର୍ଜନ କରିଥିବା ଏହି ଅନୁଷ୍ଠାନର ଦଶମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି।

ଚଳିତ ମାସ ୧୫ରେ ଅନୁଷ୍ଠିତ ଏମ୍ସର ଦଶମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଏମ୍ସ ଯୋଧପୁରର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମ ଦଶନ୍ଧିର ସଫଳ ଯାତ୍ରା ପାଇଁ ଏମ୍ସ ଭୁବନେଶ୍ୱରର ଚିକିତ୍ସକ, କର୍ମଚାରୀ ଏବଂ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ଗବେଷଣାରେ ଡିଜିଟାଲ ନବସୃଜନ ପାଇଁ ଟେକ୍ନୋଲୋଜିର ସହଯୋଗ ଉପରେ ପ୍ରଫେସର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଆଭାଷୀ ସମ୍ଭାଷଣରେ ଏମ୍ସ ଭୁବନେଶ୍ୱର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁପରିଚାଳନା ପାଇଁ ଉନ୍ନତ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍ସକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଭାବରେ ପରିଣତ କରିବା ପାଇଁ ସେ ପ୍ରତିବଦ୍ଧ ରହିବେ ବୋଲି ଡାକ୍ତର ବିଶ୍ୱାସ ପ୍ରକାଶ କରିଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ ଏମ୍ସ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ବୃକକ (ରେନାଲ୍ ଟ୍ରାନ୍ସପ୍ଲାଣ୍ଟ) ସର୍ଜରୀ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ଜାତୀୟ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟ (ଡିଏମଇଟି)ଙ୍କ ଠାରୁ ଆବଶ୍ୟକ ଅନୁମତି ପାଇସାରିଛି। ଏଥିସହିତ ଖୁବ୍ ଶୀଘ୍ର ଏଠାରେ ଏକ ଉତ୍ସର୍ଗୀକୃତ ଵର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ୱାର୍ଡ, ନୂତନ ଟ୍ରମା ଏବଂ ଜରୁରୀକାଳୀନ ୱାର୍ଡ ଏବଂ ଧର୍ମଶାଳା ସେବା ଆରମ୍ଭ ହେବାକୁ ଯାଉଥିବା ଡକ୍ଟର ତ୍ରିପାଠୀ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ (ଏକାଡେମିକ୍) ଡାକ୍ତର ଦେବାଶିଷ ହୋତା, ମେଡିକାଲ୍ ଅଧୀକ୍ଷକ ଡାକ୍ଟର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍ ରିସର୍ଚ୍ଚ ଡାକ୍ଟର ବିନୋଦ କୁମାର ପାତ୍ର, ଡିନ୍ ପରୀକ୍ଷା ଡାକ୍ଟର ମନୋଜ କୁମାର ମହାନ୍ତି ଏହି ଜାତୀୟ ଅନୁଷ୍ଠାନର ବିଭିନ୍ନ ସଫଳତା ଏବଂ ଭବିଷ୍ୟତର ଦୃଷ୍ଟିକୋଣ ଉପରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏମ୍ସ କୁଳସଚିବଙ୍କ ସମେତ ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟଯେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଏବଂ ଏହି ଅନୁଷ୍ଠାନ ୨୦୧୨ ରେ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୧୪ ରେ ହସ୍ପିଟାଲ ଉଦ୍ଘାଟିତ ହୋଇଥିଲା। ଏମ୍ସ ଭୁବନେଶ୍ୱର ହେଉଛି ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହା ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସଦ୍ୟ ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ପ୍ରତିଦିନ ସାଢ଼େ ଚାରି ହଜାରରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗତକାଲି ଠାରୁ ସାମାନ୍ୟ ହ୍ରାସ ପାଇଲା ସଂକ୍ରମଣ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୭୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୭

ବାଲେଶ୍ଵର ଜିଲ୍ଲାରୁ- ୧୩

ବରଗଡ ଜିଲ୍ଲାରୁ- ୭

ଭଦ୍ରକ ଜିଲ୍ଲାରୁ- ୮

ବଲାଙ୍ଗୀରି ଜିଲ୍ଲାରୁ- ୧୦

ବୌଦ୍ଧ ଜିଲ୍ଲାରୁ- ୧୧

କଟକ ଜିଲ୍ଲାରୁ- ୭୮

ଦେବଗଡ ଜିଲ୍ଲାରୁ- ୫

ଢେଙ୍କାନାଳ ଜିଲ୍ଲାରୁ- ୬

ଗଜପତି ଜିଲ୍ଲାରୁ- ୯

ଜଗତସିଂହପୁର ଜିଲ୍ଲାରୁ- ୧୩

ଯାଜପୁର ଜିଲ୍ଲାରୁ- ୨୬

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୧୨

କନ୍ଧମାଳ ଜିଲ୍ଲାରୁ- ୭

କେନ୍ଦ୍ରାପଡା ଜିଲ୍ଲାରୁ- ୧୩

କେନ୍ଦୁଝର ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୨୧୮

କୋରାପୁଟ ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୨୯

ନବରଙ୍ଗପୁର ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୨୬

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୨୦

ରାୟଗଡା ଜିଲ୍ଲାରୁ- ୬

ସମ୍ବଲପୁର ଜିଲ୍ଲାରୁ- ୫୭

ସୋନପୁର ଜିଲ୍ଲାରୁ- ୧୪

ସୁନ୍ଦରଗଡ ଜିଲ୍ଲାରୁ- ୧୪୧

ଷ୍ଟେଟ ପୁଲରୁ- ୪୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୯ ହଜାର ୯୨୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୮୩୫ ଏବଂ ବର୍ତ୍ତମାନ ୫୯୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ କ୍ରମାଗତ ୨ ଦିନ ପାଇଁ ୧ ହଜାର ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୬୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୨୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୪୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧୪

ଭଦ୍ରକ ଜିଲ୍ଲାରୁ- ୫

ବଲାଙ୍ଗୀରି ଜିଲ୍ଲାରୁ- ୮

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୩୫

ଦେବଗଡ ଜିଲ୍ଲାରୁ- ୫

ଢେଙ୍କାନାଳ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୩

ଗଞ୍ଜାମ ଜିଲ୍ଲାରୁ- ୬

ଜଗତସିଂହପୁର ଜିଲ୍ଲାରୁ- ୨୧

ଯାଜପୁର ଜିଲ୍ଲାରୁ- ୨୧

ଝାରସୁଗୁଡା ଜିଲ୍ଲାରୁ- ୧୮

କଳାହାଣ୍ଡି ଜିଲ୍ଲାରୁ- ୧୪

କନ୍ଧମାଳ ଜିଲ୍ଲାରୁ- ୬

କେନ୍ଦ୍ରାପଡା ଜିଲ୍ଲାରୁ- ୧୮

କେନ୍ଦୁଝର ଜିଲ୍ଲାରୁ- ୪

ଖୋର୍ଦ୍ଧା ଜିଲ୍ଲାରୁ- ୩୬୧

କୋରାପୁଟ ଜିଲ୍ଲାରୁ- ୩

ମାଲକାନଗିରିରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୫୨

ନବରଙ୍ଗପୁର ଜିଲ୍ଲାରୁ- ୫

ନୟାଗଡ ଜିଲ୍ଲାରୁ- ୧୮

ନୂଆପଡା ଜିଲ୍ଲାରୁ- ୧୧

ପୁରୀ ଜିଲ୍ଲାରୁ- ୪୪

ରାୟଗଡା ଜିଲ୍ଲାରୁ- ୧୩

ସମ୍ବଲପୁର ଜିଲ୍ଲାରୁ- ୫୮

ସୋନପୁର ଜିଲ୍ଲାରୁ- ୩୧

ସୁନ୍ଦରଗଡ ଜିଲ୍ଲାରୁ- ୧୧୧

ଷ୍ଟେଟ ପୁଲରୁ- ୭୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୮ ହଜାର ୨୪୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୮୩ ଏବଂ ବର୍ତ୍ତମାନ ୫୩୭୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିନ୍ତା ବଢାଉଛି କରୋନା, ଆଜି ରାଜ୍ୟରେ ୫୦୦ରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୫୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୦୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୧୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୩

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୮୯

ଦେବଗଡ ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୮

ଯାଜପୁର ଜିଲ୍ଲାରୁ- ୧୦

ଝାରସୁଗୁଡା ଜିଲ୍ଲାରୁ- ୭

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୨୩୭

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୮

ନୟାଗଡ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୨୯

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୬

ସୋନପୁର ଜିଲ୍ଲାରୁ- ୧୫

ସୁନ୍ଦରଗଡ ଜିଲ୍ଲାରୁ- ୨୯

ଷ୍ଟେଟ ପୁଲରୁ- ୫୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୯୨୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୯୫୪ ଏବଂ ବର୍ତ୍ତମାନ ୨୭୯୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୪୭୦ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୭୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୯

ଭଦ୍ରକ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୯୪

ଗଜପତି ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୨୨୧

ମୟୂରଭଞ୍ଜ ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୧୭

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୯

ସୋନପୁର ଜିଲ୍ଲାରୁ- ୪

ସୁନ୍ଦରଗଡ ଜିଲ୍ଲାରୁ- ୨୪

ଷ୍ଟେଟ ପୁଲରୁ- ୫୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୪୧୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୭୫୦ ଏବଂ ବର୍ତ୍ତମାନ ୨୪୮୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରୁ ଛାଡୁଥିବା ଆଉ ତିନିଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ଭଳି କୋଚ ବ୍ୟବସ୍ଥା

ଭୁବନେଶ୍ୱର: କେଏସଆର ବେଙ୍ଗାଲୁରୁ – ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲାରେ ବର୍ତ୍ତମାନ ଆଧୁନିକ LHB କୋଚ ଉପଲବ୍ଧ।

ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି। ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଆହୁରି ଦୁଇଟି ଟ୍ରେନରେ ଏହି ସୁବିଧା ଯୋଗାଇବାକୁ ମଧ୍ୟ ଘୋଷଣା କରିଥିଲେ।

ଏହି ଟ୍ରେନ ଦ୍ବୟ ହେଲା ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଉପରୋକ୍ତ ଟ୍ରେନରେ ଆଧୁନିକ LHB କୋଚ୍ ସଂଯୋଗ କରାଇ ଏହି ସୁବିଧା ଯୋଗାଇ ଦେଇଛି। ଏହି କୋଚଗୁଡ଼ିକ ହେଉଛି ଅଗ୍ନି ନିରାପତ୍ତା, କମ୍ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ଅଧିକ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା।

18463/18464 ଭୁବନେଶ୍ୱର – କେଏସଆର ବେଙ୍ଗାଲୁରୁ ସିଟି – ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଦ୍ୱାରା LHB କୋଚ ସହିତ ସେବା 05.07.2022 ଠାରୁ ଭୁବନେଶ୍ୱରରୁ ଏବଂ 06.07.2022 ଠାରୁ ବେଙ୍ଗାଲୁରୁ ଠାରୁ ଉପଲବ୍ଧ କରାଯାଇ ଅଛି।

12281/12282 ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଦ୍ୱାରା LHB କୋଚ ସୁବିଧା ସହିତ ଚଳାଚଳ 13.07.2022 ଠାରୁ ଭୁବନେଶ୍ୱରରୁ ଏବଂ 14.07.2022 ଠାରୁ ନୂଆଦିଲ୍ଲୀରୁ ଚଳାଚଳ କରାଯିବ।

ସେହିଭଳି 22805/22806 ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା ଟ୍ରେନ ରେ LHB କୋଚ ସୁବିଧା 16.07.2022 ଠାରୁ ଭୁବନେଶ୍ୱରରୁ ଏବଂ 18.07.2022 ଠାରୁ ଆନନ୍ଦ ବିହାରରୁ ଚଳାଚଳ କରାଯିବ।

ଏହା ସହିତ ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ଆହୁରି ଅଧିକ ଟ୍ରେନ ମାନଙ୍କରେ ମଧ୍ୟ ଏହି ସୁବିଧା ଯୋଗାଇଦିଆଯାଇଅଛି। ଏହି ଟ୍ରେନ ଗୁଡିକ ହେଲା 22869/22870 ବିଶାଖାପାଟଣା-ଚେନ୍ନାଇ-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଜୁଲାଇ ମାସ 11 ତାରିଖ ଠାରୁ ଏବଂ ଚେନ୍ନାଇ ଠାରୁ ଜୁଲାଇ ମାସ 12 ତାରିଖ ଠାରୁ ସେବା ଯୋଗାଇବ।

ଏହି ସୁବିଧା ମଧ୍ୟ 18503/18504 ବିଶାଖାପାଟଣା-ସାଇ ନଗର ସିରିଡ଼ି-ବିଶାଖାପାଟଣା ଏକ୍ସପ୍ରେସରେ ଉପଲବ୍ଧ କରାଯାଇଅଛି। ଏହି ସୁବିଧା ବିଶାଖାପାଟଣା ଠାରୁ ଜୁଲାଇ ମାସ 7 ତାରିଖ ଠାରୁ ଏବଂ ସାଇ ନଗର ସିରିଡ଼ି ଠାରୁ ଜୁଲାଇ ମାସ 8 ତାରିଖ ଠାରୁ ଉପଲବ୍ଧ କରାଯାଇଅଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଟ୍ରେନ ମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 49 ଟି ଟ୍ରେନ ରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଯାଇଅଛି।

ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ ଟ୍ରେନ ଯଥା 12839/12840 ହାଓଡ଼ା-ଚେନ୍ନାଇ-ହାଓଡ଼ା ମେଲ ଏବଂ 12841/12842 ହାଓଡ଼ା-ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ମଧ୍ୟ ଏହି ସୁବିଧା 5 ଜୁଲାଇ, 2022 ଠାରୁ ହାଓଡ଼ା / ଶାଲୀମାର ଠାରୁ ଯୋଗାଇ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଦୃତ ଗତିରେ ବଢୁଛି କରୋନା, ୨୩ ଟି ଜିଲ୍ଲାକୁ ବ୍ୟାପିଲା ସଂକ୍ରମଣ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୨୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୫୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୭୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୨୨

ଭଦ୍ରକ ଜିଲ୍ଲାରୁ- ୫

କଟକ ଜିଲ୍ଲାରୁ- ୮୮

ଦେବଗଡ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୬

ଯାଜପୁର ଜିଲ୍ଲାରୁ- ୫

ଝାରସୁଗୁଡା ଜିଲ୍ଲାରୁ- ୪

କଳାହାଣ୍ଡି ଜିଲ୍ଲାରୁ- ୧

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧୮୩

କୋରାପୁଟ ଜିଲ୍ଲାରୁ- ୧

ମାଲକାନଗିରି ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୮

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୧୧

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୯

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୨୦

ଷ୍ଟେଟ ପୁଲରୁ- ୪୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୯୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୫୩୨ ଏବଂ ବର୍ତ୍ତମାନ ୨୨୩୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ବିଶେଷ ଖବର

ପ୍ରଥମ ଥର ଲାଗି ପ୍ରକାଶ ପାଇଲା ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’: ୧ ନମ୍ବର ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’। ଏହି ମାନ୍ୟତାର ସାଧାରଣ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶକୁ ଦ୍ବିତୀୟ ଏବଂ ଆନ୍ଧ୍ର ପ୍ରଦେଶକୁ ତୃତୀୟ ସ୍ଥାନ ମିଳିଛି। ସ୍ବତନ୍ତ୍ର ବର୍ଗର ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ୟରେ ତ୍ରିପୁରା ପ୍ରଥମ ସ୍ଥାନରେ ରହିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ସିକ୍କିମ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଆହୁରି ଯେଉଁ ତିନୋଟି କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)-କ୍ୟାଶ୍‌ କାର୍ଯ୍ୟକାରୀ ହୋଇଛି ସେମାନଙ୍କ ମଧ୍ୟରେ ଦାଦ୍ରା ଓ ନଗର ହାଭେଳୀ ଏବଂ ଡାମନ ଡିଉ ଶୀର୍ଷ ସ୍ଥାନରେ ରହିଛନ୍ତି।

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନଶିଳ୍ପ ଓ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ, ଆଜି ନୂଆଦିଲ୍ଲୀ ଠାରେ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ଖାଦ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ର ପ୍ରଥମ ସଂସ୍କରଣ ଫଳାଫଳ ପ୍ରକାଶ କରିଥିଲେ। ‘ଭାରତରେ ଖାଦ୍ୟ ପୋଷଣ ଏବଂ ସୁରକ୍ଷା’  ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି, ଡିଏଫପିଡି ସଚିବ ଶ୍ରୀ ସୁଧାଂଶୁ ପାଣ୍ଡେଙ୍କ ସମେତ ୮ଟି ରାଜ୍ୟର ଖାଦ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ରେ ଏନଏଫଏସଏର କାର୍ଯ୍ୟକାରିତା ସ୍ଥିତି ଏବଂ ଅଗ୍ରଗତିକୁ ନେଇ ତଥ୍ୟ ରହିଛି। ଦେଶର ବିଭିନ୍ନ ରାଜ୍ୟମାନଙ୍କ ସହିତ ପରାମର୍ଶ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଏଥିରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନର ସୂଚକାଙ୍କରେ ଏନଏଫଏସଏ ବିତରଣକୁ ସାମିଲ କରାଯାଇଥିବା ବେଳେ ଆଗାମୀ ଦିନରେ ଖାଦ୍ୟଶସ୍ୟ କ୍ରୟ ଏବଂ ପିଏମଜିକେଏୱାଇ ବିତରଣକୁ ଏଥିରେ ସାମିଲ କରାଯିବ। ଏନଏଫଏସଏ-କଭରେଜ, ଟାର୍ଗେଟିଂ ଏବଂ ଆଇନର ବ୍ୟବସ୍ଥା, ବିତରଣ ପ୍ଲାଟଫର୍ମ ଏବଂ ପୋଷଣ ପଦକ୍ଷେପ ଆଦି ତିନୋଟି ସ୍ତମ୍ଭକୁ ନେଇ ଏହି ମାନ୍ୟତା ପ୍ରସ୍ତୁତ କରାଯାଇଛି।

ଜୁଲାଇ ୫, ୨୦୧୩ରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଥିଲା। ଏହି ଦିନକୁ ପାଳନ କରିବା ସହିତ ପୋଷଣ ସୁରକ୍ଷା, ଖାଦ୍ୟ ସୁରକ୍ଷା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶ୍ରେଷ୍ଠ ପଦ୍ଧତି, ଫସଲ ବିବିଧକରଣ, ପିଡିଏସ ବ୍ୟବସ୍ଥାରେ ସଂସ୍କାର ଏବଂ ସଂରକ୍ଷଣ କ୍ଷେତ୍ର ଉପରେ ଆଲୋଚନା ଏବଂ ବିଚାରବିମର୍ଶ କରିବା ଲାଗି ସମ୍ମିଳନୀ ଆୟୋଜନ କରାଯାଇଛି।

ଏଥିରେ ଉଦବୋଧନ ଦେଇ ଶ୍ରୀ ଗୋୟଲ କହିଥିଲେ ଯେ ଭାରତ ବର୍ତ୍ତମାନ ଏକ ରାଷ୍ଟ୍ର ଏକ ରାସନ କାର୍ଡ (ଓଏନଓଆରସି) ଯୋଜନା ଅଧୀନରେ ୧୦୦% ଯୋଡ଼ି ହୋଇପାରିଛି । ଏହି ଯୁଗାନ୍ତକାରୀ ଯୋଜନାର ପରିକଳ୍ପନା କରିଥିବାରୁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ବତ୍ତର୍ମନା ସୁଦ୍ଧା ୪୫ କୋଟିରୁ ଅଧିକ ପରିବର୍ତ୍ତନ ହୋଇସାରିଲାଣି ଯାହାଫଳରେ ହିତାଧିକାରୀମାନେ ଦେଶର ଯେକୌଣସି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରୁ ସେମାନଙ୍କ ହକ୍‌ ବାବଦ ଖାଦ୍ୟଶସ୍ୟ ଉଠାଇ ପାରୁଛନ୍ତି। କୋଭିଡ ସମୟରେ ଓଏନଓଆରସି ଯୋଜନା ପ୍ରବାସୀ ଶ୍ରମିକମାନଙ୍କୁ ସହାୟକ ହୋଇଥିଲା।

ଶ୍ରୀ ଗୋୟଲ କହିଥିଲେ ଯେ, ଡିଜିଟାଲ ବ୍ୟବସ୍ଥା, ଆଧାର ସଂଯୁକ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଉପଯୋଗ କରାଯାଇ ଆୟୁଷ୍ମାନ ଭାରତ କାର୍ଡ ଜାରି କରାଯିବ। ଏହି ବ୍ୟବସ୍ଥାକୁ ଉପଯୋଗ କରି ଉତ୍ତର ପ୍ରଦେଶ ଆୟୁଷ୍ମାନ ଭାରତ କାର୍ଡ ଜାରି କରୁଛି। ପୋଷଣ ସୁରକ୍ଷା ସହିତ ସ୍ବାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଅନ୍ୟ ରାଜ୍ୟମାନେ ମଧ୍ୟ ଏ ସମ୍ପର୍କରେ ବିଚାର କରିବା ଆବଶ୍ୟକ ବୋଲି ଶ୍ରୀ ଗୋୟଲ କହିଥିଲେ। ସେ କହିଥିଲେ ଯେ, ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କର ଟିକାକରଣକୁ ମଧ୍ୟ ଏହି ବ୍ୟବସ୍ଥା ସହିତ ଯୋଡ଼ିବା ଆବଶ୍ୟକ।

ରାଜ୍ୟମାନଙ୍କୁ ଦିଆଯାଉଥିବା ଖାଦ୍ୟ ସବସିଡି ସମ୍ପର୍କରେ ମତବ୍ୟକ୍ତ କରି ଶ୍ରୀ ଗୋୟଲ ଗୋୟଲ କହିଥିଲେ ଯେ, ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ସବସିଡି ଅର୍ଥରାଶି ପାଇବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ଅଗଷ୍ଟ ୧୫, ୨୦୨୨ ସୁଦ୍ଧା ସେମାନଙ୍କର ଦାବି ଦାଖଲ କରିବା ଆବଶ୍ୟକ। ସେ ଦୋହରାଇଥିଲେ ଯେ, ଏହି ଅବଧି ପରେ ଦାଖଲ କରାଯାଇଥିବା କୌଣସି ବକେୟା ଦାବିକୁ ବିଚାର କରାଯିବ ନାହିଁ। ସେ ଆହୁରି କହିଥିଲେ ଯେ, ସବସିଡି ବକେୟା ଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନେ ୧୫ ଅଗଷ୍ଟ, ୨୦୨୨ ସୁଦ୍ଧା ସେମାନଙ୍କ ଆକାଉଣ୍ଟର ଅଡିଟ୍‌ ଚୁଡ଼ାନ୍ତ କରିବା ସହ ଏ ସଂକ୍ରାନ୍ତ ଦସ୍ତାବିଜ ଦାଖଲ କରିବା ଜରୁରି। ଏସବୁ ଦସ୍ତାବିଜ ହସ୍ତଗତ ହେଲେ ଆସନ୍ତା ୬୦ ଦିନ ମଧ୍ୟରେ ଅର୍ଥାତ୍‌ ୧୫ ଅକ୍ଟୋବର, ୨୦୨୨ ସୁଦ୍ଧା ସମସ୍ତ ବକେୟା ପଇଠ କରି ଦିଆଯିବ। ତେବେ ଯେଉଁ ରାଜ୍ୟମାନେ ପରବର୍ତ୍ତୀ ତିନି ମାସ ଅର୍ଥାତ୍‌ ଜୁଲାଇ-ସେପ୍ଟେମ୍ବର ୨୦୨୨ ରେ ସେମାନଙ୍କର ଦାବି ଦାଖଲ କରିବେ ସେମାନଙ୍କର ବିଲ୍‌ ୩୧ ଜାନୁଆରୀ, ୨୦୨୩ ସୁଦ୍ଧା ପଇଠ କରାଯିବ। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପାଖରେ ପାଣ୍ଠିର ଅଭାବ ନାହିଁ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ଆବଶ୍ୟକ ଦସ୍ତାବିଜ ଦାଖଲ କରୁନଥିବାରୁ ସବସିଡି ପଇଠରେ ବିଳମ୍ବ ହେଉଛି। କେତେକ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସିଏଜି ଅଡିଟରେ ବିଳମ୍ବକୁ ନେଇ ଆପତ୍ତି ଉଠାଇଛନ୍ତି। ଅଡିଟ୍‌ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ସବୁ ଦାବିର ଡିଜିଟାଲ କରଣ କରାଯିବ। ତେଲଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ ଓ ନାଗାଲାଣ୍ଡ ଭଳି ରାଜ୍ୟର ଅନୁପସ୍ଥିତି ଏକ ନକାରାତ୍ମକ ବାର୍ତ୍ତା ଦେଇଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଏଥିପୂର୍ବରୁ ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, ଚାଉଳ ପୌଷ୍ଟିକରଣ ଏବଂ ଖାଦ୍ୟ ବାସ୍କେଟର ବିବିଧକରଣ ଉପରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା
ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବା ବେଳେ ଜୁଲାଇ ୮ ତାରିଖ ବେଳକୁ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି।

ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଅଂଚଳଗୁଡ଼ିକରେ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବ ବୋଲି ସିଇସି ସୂଚନା ଦେଇଛି।

ସେହିପରି ଜୁଲାଇ ୧୧ ତାରିଖ ବେଳକୁ ଉତର-ପଶ୍ଚିମ ବଙ୍ଗୋପ ସାଗରରେ ତୃତୀୟ ଥର ପାଇଁ ଲଘୁଚାପ ସୃଷ୍ଟି ହେବା ସହ ଜୁଲାଇ ୧୩ ତାରିଖ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ମୂଶଳ ଧାରାରେ (୨୦ ସେମି ରୁ ଅଧିକ) ବର୍ଷା ହେବାର ଆଶଙ୍କା ରହିଛି।

ବିଶେଷ କରି ମହାନଦୀ, ବଂଶଧାରା ଏବଂ ଋଷିକୁଲ୍ୟା ନଦୀର କ୍ୟାଚ୍‌ମେଂଟ ଅଂଚଳରେ ଏହି ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ୍ ମାସରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଜୁଲାଇ ମାସର ବର୍ଷା ଏହି ଅଭାବକୁ ପୂରଣ କରିଥିଲେ।

ଜୁଲାଇ ୧୨ ରୁ ୧୫ ମଧ୍ୟରେ କୃଷକମାନେ ଧାନଫସଲ ରୋପଣ କରିପାରିବେ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା ସଂକ୍ରମଣ, ୧୮ ଟି ଜିଲ୍ଲାରେ ୨୪୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୩୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୩୮

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୪

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧୩୫

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୨

ପୁରୀ ଜିଲ୍ଲାରୁ- ୨

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୯

ଷ୍ଟେଟ ପୁଲରୁ- ୨୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୭୮୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୧୧୪ ଏବଂ ବର୍ତ୍ତମାନ ୧୪୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନର ‘ଆଚିଭର୍ସ’ ଶ୍ରେଣୀରେ ଓଡିଶା

ଦିଲ୍ଲୀ: ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ (ବିଆର୍‌ଏପି)ର ‘ଆଚିଭର୍ସ’ ଶ୍ରେଣୀରେ ଓଡିଶା ସ୍ଥାନ ପାଇଛି। ଏଥିପାଇଁ ଟପ୍ ଆଚିଭର୍ସ, ଆଚିଭର୍ସ, ଅସ୍ପାୟାର୍ସ ଏବଂ ଇମର୍ଜିଙ୍ଗ ବିଜନେସ୍ ଇକୋସିଷ୍ଟମ୍ ଭଳି ଚାରୋଟି ଶ୍ରେଣୀ ରଖା ଯାଇଥିବା ବେଳେ ଓଡିଶା ଆଚିଭର୍ସ ଶ୍ରେଣୀରେ ରହିଛି।

ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ ଆଧାରରେ ଆନ୍ଧ୍ର ପ୍ରଦେଶ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ଏବଂ ତେଲଙ୍ଗାନା ଶୀର୍ଷ ଉପଲବ୍ଧି ହାସଲ କରିଥିବା (ଟପ୍ ଆଚିଭର୍ସ) ରାଜ୍ୟ ଅଟନ୍ତି। ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ଉପଲବ୍ଧି ହାସଲକାରୀ (ଆଚିଭର୍ସ) ଶ୍ରେଣୀରେ ଆସିଛନ୍ତି। ଯେତେବେଳେ କି ଆସାମ, ଛତିଶଗଡ, ଗୋଆ, ଝାଡଖଣ୍ଡ, କେରଳ, ରାଜସ୍ଥାନ ଏବଂ ପଶ୍ଚିମ ବଙ୍ଗକୁ ମହତ୍ୱାକାଂକ୍ଷୀ (ଆସ୍ପିରର୍ସ) ଶ୍ରେଣୀରେ ରଖା ଯାଇଛି। ଆଣ୍ଡାମାନ ଏବଂ ନିକୋବର, ବିହାର, ଚଣ୍ଡୀଗଡ, ଡାମନ ଏବଂ ଡିୟୁ, ଦାଦରା ଏବଂ ନଗର ହବେଲି, ଦିଲ୍ଲୀ, ଜାମ୍ମୁ ଏବଂ କାଶ୍ମୀର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ ଏବଂ ତ୍ରିପୁରାକୁ ଉଦୀୟମାନ ବ୍ୟବସାୟ ପାରିବେଶିକ ବ୍ୟବସ୍ଥା (ଇମର୍ଜିଂ ବିଜନେସ୍ ଇକୋସିଷ୍ଟମ୍‌) ଶ୍ରେଣୀରେ ରଖା ଯାଇଛି।

ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀ ଠାରେ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ (ବିଆର୍‌ଏପି), ୨୦୨୦ ଅନୁସାରେ ଏହାର ୫ମ ସଂସ୍କରଣରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ଆକଳନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଘୋଷଣା ଗୁଡିକ ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋଏଲ୍‌, ଡିପିଆଇଆଇଟି ସଚିବ ଅନୁରାଗ ଜୈନ ଏବଂ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କର ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କ ଉପସ୍ଥିତିରେ ହୋଇଥିଲା।

ମୂଲ୍ୟାଙ୍କନ ରିପୋର୍ଟ ପ୍ରକାଶ କରିବା ପରେ ଶ୍ରୀମତୀ ସୀତାରମଣ କହିଥଲେ ଯେ, ୧୯୯୧ ପର ଠାରୁ ସଂସ୍କାରର ପ୍ରକୃତିରେ ପରିବର୍ତନ ଆସିଛି। “ଏବେ ଯେଉଁ ସଂସ୍କାର ହେଉଛି, ସେସବୁ ପ୍ରତିକ୍ରିୟାତ୍ମକ ସଂସ୍କାର ଅଟେ। ୧୯୯୧ର ସଂସ୍କାର ପରି, ଯାହା ଆମକୁ କାର୍ଯ୍ୟକାରୀ କରିବା ପାଇଁ ଦିଆ ଯାଇଥିଲା, ଏବେ ସେଭଳି କୌଣସି ବାଧ୍ୟବାଧକତା ନାହିଁ । ଆମର ଉଦ୍ଦେଶ୍ୟ ହେଉଛି ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ସନସ୍ତଙ୍କ ପାଇଁ ଉନ୍ନତ ଜୀବନ ସୁନିଶ୍ଚିତ କରିବା। ସରକାରଙ୍କର ସମସ୍ତ ସ୍ତରରେ ପରୋକ୍ଷରେ ଚାପ ଦେବା (ନଜିଂ) ଭଳି ଏକ ଉପାଦାନ ଅଣା ଯାଇଛି। ନଜିଂ କେବଳ ସରକାରଙ୍କ ଦ୍ୱାରା କରାଯାଇ ପାରିବ ନାହିଁ, ଉଦ୍ୟୋଗ ଗୁଡିକୁ ମଧ୍ୟ ସେଥିରେ ବଡ ଭୂମିକା ନିର୍ବାହ କରିବାକୁ ପଡିବ” ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଅର୍ଥ ମନ୍ତ୍ରୀ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ ଅନୁସାରେ କାର୍ଯ୍ୟାନ୍ୱୟନର ମୂଲ୍ୟାଙ୍କନ ଢାଂଚାରେ କରାଯାଇଥିବା ପରିବର୍ତନ ଗୁଡିକର ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ୍ କହିଥିଲେ ଯେ, ଏହି ଆକଳନ ତଥ୍ୟ – ଆଧାରିତରୁ ଆରମ୍ଭ ହୋଇ ବହୁଭାଷୀ ପ୍ରାରୂପରେ ୧୦୦% ପ୍ରତିକ୍ରିୟାର ଆଧାରକୁ ନେଇ ବିକଶିତ ହୋଇଛି। ସେ କହିଥିଲେ ଯେ ଏହି ବିଆର୍‌ଏପି ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ପରସ୍ପରର ସର୍ବୋତମ ପ୍ରଥା ଗୁଡିକରୁ ଶିଖିବାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଭାରତକୁ ସାରା ବିଶ୍ୱରେ ସବୁଠାରୁ ପସନ୍ଦଯୋଗ୍ୟ ନିବେଶ ସ୍ଥାନ ଭାବରେ ମୁଣ୍ଡ ଟେକିବା ପାଇଁ ଏକ ଏକୀକୃତ ଉଦ୍ଦେଶ୍ୟ ସହିତ ପ୍ରତ୍ୟେକ ରାଜ୍ୟ   /କେନ୍ଦ୍ର ଶାସିତ ପ୍ରଦେଶର ପରିବେଶରେ ସଂସ୍କାର ଆଣିବା।

“ଯେତେବେଳେ ମାନନୀୟ ପ୍ରଧାନମନ୍ତ୍ରୀ ୨୦୧୪ରେ ବ୍ୟବସାୟକୁ ସୁଗମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ସେତେବେଳେ ଏହା ଉପରେ ଗୁରୁତ୍ୱ ଦିଆ ଯାଇଥିଲା ଯେ, ଯଦି ଆମେ ନିଜର ତାଲିକାରେ ନିଜର ସ୍ଥାନ (ରାଙ୍କିଂ)ରେ ପରିବର୍ତନ ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ କାମ କରୁଛେ, ତେବେ ଆମକୁ ସେଥିରେ ସମସ୍ତ ହିତାଧିକାରୀଙ୍କୁ ସାମିଲ୍ କରାଇବା ଉଚିତ୍ ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ ବୋର୍ଡକୁ ଆଣିବା ପାଇଁ ଆମର ପ୍ରୟାସ ରହିବ, ଯାହା ଫଳରେ ଲୋକମାନେ ବାସ୍ତବରେ ନିଜର ପାରିବେଶିକ ବ୍ୟବସ୍ଥାରେ ବ୍ୟବଧାନ ଏବଂ ପରିବର୍ତନକୁ ଅନୁଭବ କରିପାରିବେ, ଯେଉଁଥିରେ ଜୀବନ ସହଜ ଏବଂ ସୁଗମ ହେବ” ବୋଲି ଶ୍ରୀ ଗୋଏଲ୍ କହିଛନ୍ତି।

୨୦୧୪ରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏବେ ଫଳ ଦେବା ଆରମ୍ଭ କରି ଦେଇଛି କାରଣ ଆମେ ସମସ୍ତେ ଏକା ସାଙ୍ଗରେ ଆଗକୁ ବଢ଼ୁଛେ। ବ୍ୟବସାୟ କରିବାରେ ସୁଗମତା କିଛି ଅଂଚଳ, କିଛି ସହର ଏବଂ କିଛି ବ୍ୟବସାୟ ଭିତରେ ସୀମୀତ ହେବା ବଦଳରେ, ଆମେ ଏହାକୁ ପ୍ରତିଯୋଗିତାମୂଳକ ସଂଘୀୟ ଏବଂ ସହଯୋଗର ଭାବନା ମାଧ୍ୟମରେ ମଧ୍ୟ ସମ୍ପୂର୍ଣ୍ଣ ଦେଶରେ ପ୍ରତିଫଳିତ ହେଉଥିବା ଦେଖି ପାରୁଛେ” ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ କହିଥିଲେ।

ଡିପିଆଇଆଇଟିର ସଚିବ ଅନୁରାଗ ଜୈନ କହିଥଲେ ଯେ, ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ମଧ୍ୟରେ ରହିଥିବା ବ୍ୟବଧାନ ଏତେ କମ୍ ରହିଥିଲା ଯେ, ସେମାନଙ୍କୁ ତାଲିକାରେ ଭିନ୍ନ ଭିନ୍ନ ସ୍ଥାନ ଦେବାର ଅର୍ଥ କିଛି ନାହିଁ। କିନ୍ତୁ ସେମାନଙ୍କୁ ବିଭିନ୍ନ ଶ୍ରେଣୀରେ ରଖା ଯାଇଥିଲା।

ବିଆର୍‌ପିଏ ୨୦୨୦ରେ ୧୫ ବ୍ୟବସାୟିକ ନିୟାମକ କ୍ଷେତ୍ର ଗୁଡିକ, ଯେମିତି ସୂଚନା ପର୍ଯ୍ୟନ୍ତ ପହଂଚିବା, ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍‌, ଶ୍ରମ, ପରିବେଶ, ଭୂମି ପ୍ରଶାସନ ଏବଂ ସମ୍ପତିର ହସ୍ତାନ୍ତରଣ, ଉପଯୋଗିତା ଅନୁମତି ଏବଂ ଅନ୍ୟାନ୍ୟକୁ ପରିସରଭୁକ୍ତ କରାଯାଇଥିବା ୩୦୧ ସଂସ୍କାର ପଏଂଟ ସାମିଲ୍ ଅଟେ। ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢ଼େଇବା ପାଇଁ ୧୧୮ଟି ସଂସ୍କାରକୁ ସାମିଲ୍ କରା ଯାଇଛି। ସଂସ୍କାର ଏଜେଣ୍ଡା/କାର୍ଯ୍ୟସୂଚୀର ସୀମାକୁ ବିସ୍ତାର କରିବା ନିମନ୍ତେ ପ୍ରଥମ ଥର ବାଣିଜ୍ୟ ଅନୁମତି, ସ୍ୱାସ୍ଥ୍ୟସେବା, ଲିଗାଲ ମେଟ୍ରୋଲୋଜି, ସିନେମା ହଲ୍‌, ଆତିଥେୟତା, ଫାୟାର ଏନ୍‌ଓସି, ଟେଲିକମ୍‌, ମୁଭି ସୁଟିଂ ଏବଂ ପର୍ଯ୍ୟଟନ ଭଳି ୯ଟି କ୍ଷେତ୍ର ଗୁଡିକରେ ବ୍ୟାପୀ ହୋଇ ରହିଥିବା ୭୨ ପଏଂଟ ସହିତ ଆଂଚଳିକ ସଂସ୍କାର ଆରମ୍ଭ କରା ଯାଇଥିଲା।

ଏହାର ବ୍ୟାପକ ଉଦ୍ଦେଶ୍ୟ ହେଉଛି ନିବେଶକଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବା, ବ୍ୟବସାୟ ଅନୁକୂଳ ପରିବେଶକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟ ସଂସ୍କାର କର୍ମ ଯୋଜନାର କାର୍ଯ୍ୟନ୍ୱୟନ ପାଇଁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଆଧାର କରି ରାଜ୍ୟ ଗୁଡିକର ମୂଲ୍ୟାଙ୍କନ ପ୍ରଣାଳୀ ମାଧ୍ୟମରେ ସୁସ୍ଥ ପ୍ରତିଯୋଗିତାର ଏକ ଉପାଦାନ ଉପସ୍ଥାପନ କରି ସାରା ଦେଶରେ ବ୍ୟବହାୟକୁ ସୁଗମ କରିବା। ଗତ ବର୍ଷ ଗୁଡିକରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ତାଲିକାରେ ସ୍ଥାନ ଦିଆ ଯାଇ ଥିଲା, ଏହି ବର୍ଷ ସେମାନଙ୍କୁ ଚାରୋଟି ଶ୍ରେଣୀରେ ରଖା ଯାଇଛି, ଯଥା: ଟପ୍ ଆଚିଭର୍ସ, ଆଚିଭର୍ସ, ଆସ୍ପିରର୍ସ ଏବଂ ଏମର୍ଜିଂ ବିଜନେସ୍ ଇକୋସିଷ୍ଟମ୍ । ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ଆକଳନ କରିବାର ଉଦ୍ଦେଶ୍ୟ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ମଧ୍ୟରେ କେବଳ ଏକ ପଦାନୁକ୍ରମ ପ୍ରସ୍ତୁତ କରିବା ନୁହେଁ, ଏମିତି ଏକ ସକ୍ଷମ ଡାଂଚା ପ୍ରସ୍ତୁତ କରିବା, ଯେଉଁଥିରେ ରାଜ୍ୟ/ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ମଧ୍ୟରେ ଶିକ୍ଷଣର ବଂଟନ କରା ଯାଇ ପାରିବ, ଯାହା ଫଳରେ ସାରା ଦେଶରେ ଭଲ ପ୍ରଥା ଗୁଡିକର ପ୍ରସାର କରିବ । ତୃଣମୂଳ ସ୍ତରରେ ବାସ୍ତବିକ ବ୍ୟବହାରକାରୀ / ପ୍ରତିକ୍ରୟା ପ୍ରଦାନକାରୀ ମାନଙ୍କ ଠାରୁ ପ୍ରାପ୍ତ ପ୍ରତିକ୍ରିୟାକୁ ବହୁତ ମହତ୍ୱ ପ୍ରଦାନ କରା ଯାଇଛି, ଯେଉଁମାନେ ସଂସ୍କାରର ପ୍ରଭାବଶାଳୀ କାର୍ଯ୍ୟନ୍ୱୟନ ସମ୍ପର୍କରେ ସେମାନଙ୍କର ପ୍ରତିକ୍ରୟା ଦେଇଛନ୍ତି ।

ଡିପିଆଇଆଇଟି ୨୦୧୪ରୁ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ଆକଳନ ବ୍ୟବସାୟ ସଂସ୍କାର କର୍ମ ଯୋଜନା (ବିଆର୍‌ଏପି) ଅଭ୍ୟାସରେ ନିର୍ଦ୍ଧାରିତ ସଂସ୍କାର ଗୁଡିକର କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନକୁ ଆଧାରକୁ ନେଇ କରିଛି । ଏବେ ସୁଦ୍ଧା ୨୦୧୫, ୨୦୧୬, ୨୦୧୭ – ୧୮ ଏବଂ ୨୦୧୯ ନିମନ୍ତେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ଆକଳନ ପ୍ରକାଶ କରା ଯାଇ ସାରିଛି ।

ସଂସ୍କାରକୁ ଲାଗୁ କରିବା କ୍ଷେତ୍ରରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର କାର୍ଯ୍ୟକୁ ଉଲ୍ଲେଖ କରାଯିବା ପ୍ରସଂଶନୀୟ ଅଟେ ଏବଂ ସେହି ଭାବନା ସହିତ, ଡିପିଆଇଆଇଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଦ୍ୱାରା କରା ଯାଇଥିବା ଅନୁକରଣୀୟ ସଂସ୍କାର ପଦ୍ଧତିକୁ ଚିହ୍ନଟ କରିବା ଏବଂ ଚିହ୍ନଟ କରିବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ବ୍ୟବସାୟିକ ପରିବେଶରେ ସଂସ୍କାର ଆଣିବା ପାଇଁ ବ୍ୟାପକ ଶ୍ରେଣୀ   ବିଭାଜନ ଆଧାରରେ ବର୍ଗୀକୃତ କରା ଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଉପର ମୁହାଁ କରୋନା, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୮

ବରଗଡ ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୧୬

ଢେଙ୍କାନାଳ ଜିଲ୍ଲାରୁ- ୧

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୬୯

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୯

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୧୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୭୫୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୮୪୯ ଏବଂ ବର୍ତ୍ତମାନ ୭୨୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାମସାର ତାଲିକାରେ ସାମିଲ ହେବ ଓଡ଼ିଶା ସମେତ ୪ ରାଜ୍ୟର ୫ଟି କୋଇଲା ଖଣି ପିଟ୍‌ ଲେକ୍‌

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ କୋଇଲା କ୍ଷେତ୍ର ଅଧିକରୁ ଅଧିକ କୋଇଲା ଉତ୍ପାଦନ ମାଧ୍ୟମରେ ଦ୍ରୁତ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ନିମନ୍ତେ ନିରନ୍ତର ପ୍ରୟାସ କରି ଆସୁଛି। ଅନୁରୂପ ଭାବେ, ଦେଶର କୋଇଲା କ୍ଷେତ୍ର ପରିବେଶ ସୁରକ୍ଷା ଉପରେ ଜୋର ଦେବା ସହିତ ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରୁଛି। ଦୀର୍ଘସ୍ଥାୟୀ ବିକାଶ ମାର୍ଗକୁ ଗ୍ରହଣ କରିବାର ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଉଛି। ବିଭିନ୍ନ ଦୀର୍ଘସ୍ଥାୟୀ କାର୍ଯକ୍ରମ ଅଧୀନରେ, କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ) ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି)ର ସହାୟତାରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏସବୁ ପଦକ୍ଷେପ ମଧ୍ୟରେ ରହିଛି କୋଇଲା ଖଣି ଗର୍ତ୍ତ ହ୍ରଦ ବା ପିଟ୍‌ ଲେକ୍‌ର ସଂରକ୍ଷଣ, ଆର୍ଦ୍ର ଭୂମିର ପ୍ରାକୃତିକ ସ୍ବରୂପକୁ ବଜାୟ ରଖିବା ଏବଂ ପିଟ୍‌ ଲେକ୍‌ଗୁଡ଼ିକୁ ସମ୍ମାନଜନକ ରାମସାର ତାଲିକାରେ ସାମିଲ କରିବା। ରାମସାର ତାଲିକାରେ ସ୍ଥାନିତ କରିବା ପାଇଁ ଆର୍ଦ୍ର ଭୂମିଗୁଡ଼ିକୁ ଚିହ୍ନଟ କରିବା ଲାଗି ପରିବେଶ ମନ୍ତ୍ରଣାଳୟ ନୋଡାଲ ମନ୍ତ୍ରଣାଳୟ ଭାବରେ କାମ କରୁଛି।

କୋଇଲା ଖଣିର ପିଟ୍‌ ଲେକ୍‌କୁ ଏହି ରାମସାର ତାଲିକାରେ ସାମିଲ କରିବା ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପରିବେଶ ମନ୍ତ୍ରଣାଳୟ ସହିତ ଆଲୋଚନା କରାଯାଇଛି। ପରିବେଶ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶର ପାଞ୍ଚଟି କୋଇଲା ଖଣି ପିଟ୍‌ ଲେକ୍‌କୁ ରାମସାର ତାଲିକାରେ ସାମିଲ କରିବା ନିମନ୍ତେ କୋଲ୍‌ ଇଣ୍ଡିଆ ଲିମିଟେଡ ଚିହ୍ନଟ କରିଛି। କୋଲ୍‌ ଇଣ୍ଡିଆ ରାମସାର ସୂଚନା ପତ୍ର (ଆରଇଏସ) ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଖଣି ଖନନ ଯୋଗୁ ସୃଷ୍ଟି ହୋଇଥିବା ଗର୍ତ୍ତ ଏବେ ଜଳ ଭର୍ତ୍ତି ହୋଇଥିବା ବେଳେ ଏହାକୁ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀମାନେ ନିୟମିତ ଆସୁଛନ୍ତି ଏବଂ ଏହି ସ୍ଥାନ କେତେକ ପକ୍ଷୀମାନଙ୍କର ବାସସ୍ଥଳୀ ପାଲଟିଛି। କୋଲ ଇଣ୍ଡିଆ ଦ୍ବାରା ବ୍ୟାପକ ବନୀକରଣ ଏବଂ ଅନ୍ୟ ମୃର୍ତ୍ତିକା ଆର୍ଦ୍ରତା ସଂରକ୍ଷଣ ପଦକ୍ଷେପ କାରଣରୁ ଏସବୁ ଜଳାଶୟ ଚାରି ପାଖରେ ଥିବା ପରିବେଶ ଏବେ ଉନ୍ନତ ହୋଇପାରିଛି।

ବନ୍ଦ ପଡ଼ିଥିବା ଏସବୁ କୋଇଲା ଖଣିକୁ ନିରାପଦ, ପରିବେଶ ଦୃଷ୍ଟିରୁ ଦୀର୍ଘସ୍ଥାୟୀ ଏବଂ ଉପଯୁକ୍ତ ବାଣିଜ୍ୟିକ ବ୍ୟବହାର ନିମନ୍ତେ ଉପଯୋଗ କରିବା ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯାଉଛି। ଏସବୁ କୋଇଲା ଖଣିକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବ ବ୍ୟାଙ୍କ, ଜିଆଇଜେଡ୍‌ ଏବଂ ଅନ୍ୟ ବିଶ୍ବ ସଂସ୍ଥାର ସହାୟତା ଲୋଡ଼ାଯାଇଛି। ପୁନରୁଦ୍ଧାର ହୋଇଥିବା କୋଇଲା ଖଣି ଭୂମିକୁ ଭିନ୍ନ ଆର୍ଥିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ପ୍ରସ୍ତାବ ରହିଛି। ସୌର ପାର୍କ, ପର୍ଯ୍ୟଟନ, କ୍ରୀଡ଼ା, ବନୀକରଣ, କୃଷି, ଉଦ୍ୟାନକୃଷି, ସହରୀବିକାଶ ଆଦି ଉଦ୍ଦେଶ୍ୟରେ ଏହି ଭୂମି ବ୍ୟବହାର କରାଯିବ। ଏସବୁ ସଂସ୍ଥାର ବିଭିନ୍ନ ଦେଶରେ ଖଣି ବନ୍ଦ ମାମଲା ପରିଚାଳନା କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଶ୍ରେଷ୍ଠ ବିଶ୍ବସ୍ତରୀୟ ପଦ୍ଧତିକୁ ଗ୍ରହଣ କରିବା ଏବଂ ଭାରତୀୟ କୋଇଲା ଖଣି କ୍ଷେତ୍ରକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ଏହି ଅଭିଜ୍ଞତା ବିଶେଷ ଉପଯୋଗୀ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଦେଶରେ ଓଡ଼ିଶାକୁ ମିଳିବ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ରାଜ୍ୟ ଅତିଥିଭବନରେ ଓଡ଼ିଶାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ବିଭାଗ, ଜଙ୍ଗଲ ବିଭାଗ, କାର୍ଯ୍ୟନିର୍ବାହୀ ଏଜେନ୍ସି, ଏଚସିଏଲ, ଇପିଆଇଏଲର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦାସର୍ବଦା ଓଡ଼ିଆ ଓ ଜନଜାତିଙ୍କ ହିତଲାଗି ବିଭିନ୍ନ ଯୋଜନା କରିଥାନ୍ତି। ୨୦୨୪ସୁଦ୍ଧା ମୋଦୀ ସରକାର ବନବାସୀ ପିଲାଙ୍କ ଲାଗି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଖୁବଶୀଘ୍ର ସଫଳ ହେବ ବୋଲି ଶ୍ରୀ ଟୁଡୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଦେଶରେ ସର୍ବାଧିକ ୮୭ ଏକଲବ୍ୟ ସ୍କୁଲ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏଥି ସହିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ଟି ଏକଲବ୍ୟ ସ୍କୁଲର ଭୂମି ପୂଜନ ସରିଛି ଯାହା ଦେଶରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହିସାବରେ ୧ନଂ ସ୍ଥାନରେ ଅଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ୪୫ଟି ଏକଲବ୍ୟ ସ୍କୁଲର ଭୂମିପୂଜନ କାର୍ଯ୍ୟକ୍ରମ ସରିଛି ବୋଲି ଶ୍ରୀ ଟୁଡୁ ସୂଚନା ଦେଇଛନ୍ତି।

କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର ପାହାଡିଆ ହୋଇଥିବାରୁ ମନ୍ତ୍ରୀ ଜଙ୍ଗଲ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ କଥା ହୋଇଛନ୍ତି। ରାଜ୍ୟ ସରକାର ଯଥାଶୀଘ୍ର ଏକଲବ୍ୟ ସ୍କୁଲ ପାଇଁ ଜମି ଯୋଗାଇ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଟୁଡୁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶବ୍ୟାପୀ ୭୫ଟି ଐତିହ୍ୟ ସ୍ଥଳୀରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱ: ମଙ୍ଗଳବାର ବିଶ୍ୱ ବ୍ୟାପୀ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ମହାସମାରୋହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ତିନି ଜଣ କେନ୍ଦ୍ର ମନ୍ତ୍ରୀ ରାଜ୍ୟରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ନିୟମ ପାଳନ ପୂର୍ବକ ଯୋଗାଭ୍ୟାସ କରିଥିଲେ।

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ସଚେତନ ଜନସାଧାରଣ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ। ଅନୁରୂପ ଭାବେ ମୟୂରଭଞ୍ଜ ଜିଲ୍ଲାର ପ୍ରାଚୀନ ଐତିହ୍ୟ ସ୍ଥଳୀ ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ। ଖିଚିଂର ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିର ଠାରେ ଏହି ଯୋଗ ଦିବସ ସମାରୋହ ଆୟୋଜନ କରାଯାଇଥିଲା।

ଓଡ଼ିଶାର ତିନୋଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା। କର୍ଣ୍ଣାଟକର ମହୀଶୂର ପାଲେସ ଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ। ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ବା ଆଜାଦୀ ଅମୃତ ମହୋତ୍ସବ ଅନ୍ତର୍ଗତ ଓଡ଼ିଶାର ତିନୋଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥର ଯୋଗ ଦିବସର ବିଷୟବସ୍ତୁ ରହିଛି ‘ମାନବତା ପାଇଁ ଯୋଗ’। ଯୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କୋଣାର୍କ ଠାରେ ସମବେତ ଜନସାଧାରଣ ଯୋଗ ପ୍ରଦର୍ଶନ କରିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀଅଶ୍ୱିନୀ ବୈଷ୍ଣବ ଉଦବୋଧନ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ଯୋଗକୁ ଜୀବନ ଧାରଣର ଏକ ମାର୍ଗ ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କାରଣରୁ ଆଜି ଟୋକିଓ ଠାରୁ ଆମେରିକା ପର୍ଯ୍ୟନ୍ତ ଯୋଗ ଦିବସ ପାଳନ କରାଯାଉଛି। ବହୁ ପୂର୍ବରୁ ଯୋଗ ଭାରତୀୟମାନଙ୍କ ଜୀବନ ଶୈଳୀର ଅଂଶବିଶେଷ ହୋଇସାରିଛି।

ପୁରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ କହିଥିଲେ ଯେ, ଯୋଗ ହେଉଛି ଶରୀର ଓ ମନ, ବିଚାର ଓ କାର୍ଯ୍ୟ, ସଂଯମ ଓ ଉପଲବ୍ଧିର ସମାହାର। ଏହା ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟର ପ୍ରତୀକ। ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏହା ଏକ ସାମଗ୍ରିକ ଦୃଷ୍ଟିକୋଣ। ଯୋଗ କେବଳ ଏକ ବ୍ୟାୟମ ନୁହେଁ ବରଂ ଆତ୍ମା ସହିତ, ଜଗତ ଏବଂ ପ୍ରକୃତି ସହିତ ଯୋଡ଼ି ହେବା, ସମ୍ପର୍କ ସ୍ଥାପନ କରିବାର ଏକ ସାଧନ।

ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଯୋଗାଭ୍ୟାସ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଠାରେ କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସମବେତ ଜନସାଧାରଣଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଏଠାରେ ସମସ୍ତଙ୍କ ସହ ମିଶି ବିଭିନ୍ନ ଯୋଗ ମୁଦ୍ରା ପ୍ରଦର୍ଶନ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ଉପରେ ଯୋଗର ବିଶେଷ ପ୍ରଭାବ ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ କାରଣରୁ ସାରା ବିଶ୍ୱରେ ଆଜି ଯୋଗ ଅଧିକ ଲୋକପ୍ରିୟ ହୋଇପାରିଛି।

ଅନ୍ୟପକ୍ଷରେ ଆଜି ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦେଶବାସୀ ସାମିଲ ହୋଇଥିଲେ। ବୟସ ନିର୍ବିଶେଷରେ ସମସ୍ତେ ଉତ୍ସାହର ସହିତ ଯୋଗାଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ଜୁନ୍‌ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳନ କରାଯାଇ ଆସୁଛି। ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ପରିଷଦ ଅନ୍ତର୍ଜାତୀୟ ଯୋଗ ଦିବସକୁ ମାନ୍ୟତା ଦେଇଥିଲା।

Categories
ବିଶେଷ ଖବର

ରାଷ୍ଟ୍ରପତି ନିର୍ବାଚନ ପାଇଁ କିଏ ହେବ ବିଜେପିର ପ୍ରାର୍ଥୀ?, ଜାଣନ୍ତୁ ଓଡିଶାର କାହାର ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପିରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ତୀବ୍ର ହୋଇଛି। ଗତ ସନ୍ଧ୍ୟାରେ ବିଜେପି ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପରିଚାଳନା କମିଟିର ବୈଠକ କରି ଭବିଷ୍ୟତର ରଣନୀତି ଉପରେ ଆଲୋଚନା କରିଥିଲା। କିନ୍ତୁ ତଥାପି ସମସ୍ତଙ୍କ ସାମ୍ନାରେ ଏକ ପ୍ରଶ୍ନ ଉଠିଛି ଯେ ,ବିଜେପି ଏବଂ ଏନଡିଏର ଚେହେରା କିଏ ହେବ? ବିଜେପି କାହା ଉପରେ ବାଜି ଲଗାଇବ?

ସୂଚନାଯୋଗ୍ୟ ଯେ ଆସନ୍ତା ମାସର ଜୁଲାଇ ୨୪ ତାରିଖରେ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ନିର୍ବାଚନ ପାଇଁ ନାମାଙ୍କନ ପାଇଁ ମାତ୍ର ୯ ଦିନ ବାକି ଥିବାବେଳେ ଆସନ୍ତା ଜୁନ୍ ୨୯ ତାରିଖରେ ନାମାଙ୍କନ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କରାଯାଇପାରେ। ଏଭଳି ପରିସ୍ଥିତିରେ ବିଜେପି କ୍ୟାମ୍ପରୁ ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ହଲଚଲ ଆହୁରି ଜୋର ଧରିଛି। ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ବିଜେପି ପ୍ରସ୍ତୁତି ଶେଷ କରିଛି।

ଉଦାହରଣ ସ୍ୱରୂପ, ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନଡିଏ ଏବଂ ୟୁପିଏର ସମସ୍ତ ଦଳ ସହ ଆଲୋଚନା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ କାର୍ଡ ଖୋଲି ନାହାଁନ୍ତି। ଯଦି ଉତ୍ସଗୁଡିକୁ ବିଶ୍ଵାସ କରାଯାଏ, ତେବେ ଆସନ୍ତା ଏକ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ହାଇକମାଣ୍ଡ ପ୍ରାର୍ଥୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି। ଯାହାକି ଏନଡିଏ ପକ୍ଷରୁ ପ୍ରାର୍ଥୀଙ୍କ ନାମରେ ଅନ୍ତିମ ମୋହର ଲାଗିବ।

ଏମାନେ ପ୍ରାର୍ଥୀ ହୋଇପାରନ୍ତି:

ବିଜେପି ପକ୍ଷରୁ କିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବେ, ବର୍ତ୍ତମାନ ବିଜେପି ଏହା ପ୍ରକାଶ କରିନାହିଁ। କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପି ଆଲୋଚନା ଜାରି ରଖିଛି। ବର୍ତ୍ତମାନ, ଏପରି ଅନେକ ନାମ ଅଛି ଯାହାର ଆଲୋଚନା ତୀବ୍ର ହେଉଛି। ଏବେ ବିଜେପି କାହାର ନାମ ଉପରେ ମୋହର ମାରୁଛି, ତାହା ଦେଖିବା ବାକି ରହିଲା।

୧- ଆନନ୍ଦି ବେନ୍ ପଟେଲ (୮୦ ବର୍ଷ)- ଆନନ୍ଦି ବେନ୍ ପଟେଲ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜ୍ୟପାଳ ଏବଂ ଅତୀତରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଆନନ୍ଦି ବେନ୍ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମଧ୍ୟ ମନ୍ତ୍ରୀ ରହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବୁଠାରୁ ବିଶ୍ୱାସଯୋଗ୍ୟ ବୋଲି ବିବେଚନା କରାଯାଉଛି। ଗୁଜୁରାଟ ନିର୍ବାଚନକୁ ଧ୍ୟାନରେ ରଖି ଦେଶର ଓବିସି ବର୍ଗକୁ ଏକ ବଡ଼ ବାର୍ତ୍ତା ଦେବା ପରେ ବିଜେପି ଆନନ୍ଦି ବେନ୍ ଉପରେ ବାଜି ଲଗାଇପାରେ ବୋଲି ବିଶ୍ୱାସ ରହିଛି।

ଦୁର୍ବଳତା- ଆନନ୍ଦି ବେନ୍ ପଟେଲଙ୍କ ସବୁଠାରୁ ବଡ ଶକ୍ତି ମଧ୍ୟ ତାଙ୍କର ଦୁର୍ବଳତା। ଉଦାହରଣ ସ୍ୱରୂପ, ଗୁଜୁରାଟର ହୋଇଥିବାରୁ ରାଷ୍ଟ୍ରପତି ମଧ୍ୟ ଗୁଜରାଟର ହେବା ଉଚିତ୍ ନୁହେଁ ବୋଲି ବିଜେପି ଚେଷ୍ଟା କରିବ। ଦ୍ୱିତୀୟତଃ ତାଙ୍କ ବୟସ ମଧ୍ୟ ୮୦ ବର୍ଷରେ ପହଞ୍ଚିଛି, ଯାହା ତାଙ୍କ ପାଇଁ ସବୁଠୁ ବଡ ସମସ୍ୟା ଅଟେ।

୨- ଡ ତାମିଲଇସାଇ ସୌନ୍ଦର୍ଯ୍ୟରାଜନ (୬୧ ବର୍ଷ)- ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଚିବ ଡ ତାମିଲସାଇ ବର୍ତ୍ତମାନ ତେଲେଙ୍ଗାନାର ରାଜ୍ୟପାଳ ଅଟନ୍ତି ଏବଂ ପଣ୍ଡିଚେରୀର ଉପରାଜ୍ୟପାଳର ଅତିରିକ୍ତ ଦାୟିତ୍ଵ ନେଉଛନ୍ତି। ବୃତ୍ତି ଅନୁଯାୟୀ ପେସାଦାର ଡାକ୍ତର ଡ ତାମିଲସାଇ ମୂଳତଃ ତାମିଲନାଡୁ ଚେନ୍ନାଇର ଅଟନ୍ତି। ସେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଜିତିଛନ୍ତି। ସେ ଜଣେ ବିଜେପିର ବିଶ୍ୱାସୀ। ଦକ୍ଷିଣରେ ବିଜେପି ବିସ୍ତାର ଯୋଜନା ଅଧୀନରେ ବାର୍ତ୍ତା ପହଞ୍ଚାଇବା ପାଇଁ ତାମିଲସାଇ ଉପରେ ବିଜେପି ବାଜି ଲଗାଇପାରେ।

ଦୁର୍ବଳତା- ତାମିଲସାଇ ଜନତା ନେତା ଭାବରେ ଏପର୍ଯ୍ୟନ୍ତ ଜଣାଶୁଣା ନୁହେଁ। ଏଥିସହ ତାମିଲ ସାଇଙ୍କ ନାମରେ ବିଜେପିର ସହଯୋଗୀମାନେ ପ୍ରସ୍ତୁତ ନ ହୋଇପାରନ୍ତି।

୩- ଥାୱରଚାନ୍ଦ ଗେହଲୋଟ୍ (୭୪ ବର୍ଷ)- ବିଜେପିର ଜଣେ ବିଶ୍ୱସ୍ତ ଦଳୀୟ ନେତା। ଦଳିତଙ୍କୁ ବାର୍ତ୍ତା ଦେବା ଏବଂ ମଧ୍ୟପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ ​​ରାଜ୍ୟର ଭୋଟରଙ୍କୁ ବାର୍ତ୍ତା ଦେବା ପାଇଁ ଥାୱରଚାନ୍ଦ ଗେହଲୋଟ୍ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇପାରିବ।

ଦୁର୍ବଳତା- ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ଜଣେ ଦଳିତ। ଏଭଳି ପରିସ୍ଥିତିରେ ବିଜେପି ଏକ ନୂଆ ରାସ୍ତା ନେଇପାରେ। ଏହା ବ୍ୟତୀତ ଗେହଲୋଟ୍ ଙ୍କ ବୟସ ମଧ୍ୟ ତାଙ୍କ ପାଇଁ ଏକ ପ୍ରତିବନ୍ଧକ ହୋଇପାରେ।

୪- ଆଚାର୍ଯ୍ୟ ଦେବବ୍ରତ (୬୩ ବର୍ଷ)- ପିଏମ ମୋଦୀଙ୍କ ଟ୍ରଷ୍ଟି, ସାଙ୍ଗକୁ ଅତି ପ୍ରିୟ ଏବଂ ଅତି ପରିଷ୍କାର ପ୍ରତିଛବି। ସେ ଦୀର୍ଘ ଦିନ ଧରି ସଂଘର ପ୍ରଚାରକ ମଧ୍ୟ ରହିଆସିଥିଲେ। ଗୁରୁକୁଲଙ୍କ ମାଧ୍ୟମରେ ସେ ଶିକ୍ଷାର ଏକ ନୂତନ ଅଧ୍ୟାୟ ଲେଖିଛନ୍ତି। ବର୍ତ୍ତମାନ ସେ ଗୁଜରାଟର ରାଜ୍ୟପାଳ ଅଟନ୍ତି। ତାଙ୍କ ମାଧ୍ୟମରେ ବିଜେପି ଜାତି ରାଜନୀତିକୁ ମଧ୍ୟ ଏଡାଇ ଦେଇପାରେ। ତାଙ୍କର ସଫା ସୁତୁରା ଛବିକୁ ଆଗକୁ ଆଣିପାରେ।

୫- ଦ୍ରୌପଦୀ ମୁର୍ମୁ (୬୪ ବର୍ଷ)- ଦେଶର ୪୭ ଟି ଏସଟି ସଂରକ୍ଷିତ ଲୋକସଭା ଆସନ ଏବଂ ଦେଶର ଆଦିବାସୀମାନଙ୍କୁ ବାର୍ତ୍ତା ଦେବା ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବାଜି ଲଗାଇ ପାରେ। ଭବିଷ୍ୟତରେ, ଓଡିଶା ବିସ୍ତାରରେ ମୁର୍ମୁଙ୍କ ନାମକୁ ବିଜେପି ମଧ୍ୟ ବିଚାର କରିପାରେ।

୬- ଭେଙ୍କୟା ନାଇଡୁ- ଦେଶର ଉପରାଷ୍ଟ୍ରପତି ତଥା ପୂର୍ବତନ ବିଜେପି ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନାମରେ ବିଜେପି ‘ପ୍ଲାନ ସାଉଥ’ ଅଧୀନରେ ମଧ୍ୟ ବାଜି ଲଗାଇପାରେ।

୭- ନିର୍ମଳା ସୀତାରମଣ- ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚେନ୍ନାଇର ଅଟନ୍ତି। ‘ପ୍ଲାନ ସାଉଥ’ ଅଧୀନରେ ଭାରତୀୟ ଜନତା ପାର୍ଟି ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ବିଚାର କରିପାରେ। ଯଦି ଆମେ ଅତ୍ୟନ୍ତ ବିଶ୍ୱସ୍ତ ପ୍ରଧାନମନ୍ତ୍ରୀ ନିର୍ମଳାଙ୍କ ରାଜନୈତିକ ଯାତ୍ରାକୁ ଦେଖିବା, ତେବେ କିଛି ବି ହୋଇପାରେ।

୮- ଏହା ବ୍ୟତୀତ କେରଳ ରାଜ୍ୟପାଳ ଆରିଫ ମହମ୍ମଦ, ଦେଶର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କ ନାମ ଉପରେ ମଧ୍ୟ ବିଜେପି ବିଚାର କରୁଛି। ଏହା କରି ବିଜେପି ବିଶ୍ଵର ମୁସଲମାନମାନଙ୍କୁ ଏକ ବାର୍ତ୍ତା ଦେଇପାରେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଟ୍ରାଇ ତଥ୍ୟ: ଜିଓ ଓଡ଼ିଶାରେ ଏକ ନମ୍ବର ସ୍ଥିତିକୁ ସୁଦୃଢ଼ କରିବା ସହ ଏପ୍ରିଲ୍‌ରେ ଯୋଡ଼ିଲା ସର୍ବାଧିକ ଗ୍ରାହକ

ଭୁବନେଶ୍ୱର: ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ଏପ୍ରିଲ୍ ମାସରେ ପ୍ରାୟ ୭୧,୦୦୦ ନୂଆ ମୋବାଇଲ୍ ଗ୍ରାହକ ଓ ୮୧୦୦ରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଓଡ଼ିଶାରେ ଜିଓର ମୋଟ ମୋବାଇଲ ଗ୍ରାହକ ସଂଖୃା ୧.୩୪ କୋଟିକୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ କଂପାନି ମୋଟ ଉପରେ ୪୧.୩ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଏଥି ସହିତ ଗୁରୁତ୍ୱପୂର୍ଣ୍ଣ କ୍ରମରେ ସକ୍ରିୟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ଜିଓ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିବା ସହ ୨୦୨୨ ଏପ୍ରିଲ୍ ସୁଦ୍ଧା ଏହା ୯୯.୯୧ ପ୍ରତିଶତରେ ପହଂଚିଛି। ରାଜ୍ୟର ମୋଟ ସକ୍ରିୟ ମୋବାଇଲ ଗ୍ରାହକଙ୍କ ମଧ୍ୟରୁ ଜିଓ ପ୍ରାୟ ୪୫% ବଜାର ଅଂଶ ହାସଲ କରିଛି।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଟେଳିକମ୍ ଗ୍ରାହକ ତଥ୍ୟରୁ ଅନୁସାରେ ଏପ୍ରିଲ୍‌ରେ ରାଜ୍ୟରେ ନୂଆ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୩,୦୦୦ ବୃଦ୍ଧି ସହିତ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୨୫ କୋଟିରେ ପହଂଚିଛି। ଜିଓ ସର୍ବାଧିକ ୭୧,୦୦୦ ନୂଆ ଗ୍ରାହକ ଯୋଡିଥିବା ବେଳେ ଏହା ପଛକୁ ବିଏସଏନଏଲ୍ ସେହି ମାସରେ ୧୭,୦୦୦ ନୂଆ ଗ୍ରାହକ ଯୋଡ଼ିଛି। ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଏପ୍ରିଲ ମାସରେ ରାଜ୍ୟରେ ସେମାନଙ୍କ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛନ୍ତି ବୋଲି ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ସଂଖ୍ୟକ ୧୬.୮୨ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଦୁଇ ଗୁଣାରୁ ଅଧିକ।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଏପ୍ରିଲ ମାସରେ ଜିଓ ସର୍ବାଧିକ ୮୧୦୦ ନୂଆ ଜିଓଫାଇବର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ କଂପାନି ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି। ଦେଶର ସବୁଠୁ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଦ୍ରୁତ ଗତିରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହର ଓ ନଗରରେ ସମ୍ପ୍ରସାରଣ କରାଯାଉଥିବାରୁ ଏହା ସମ୍ଭବ ହୋଇଛି। ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢ଼େଙ୍କାନାଳ, ସେମିଳିଗୁଡ଼ା ଓ ବରଗଡ଼ ଭଳି ଓଡ଼ିଶାର ୨୯ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ରହିଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ୱାକ୍‌-ଇନ୍ ଡ୍ରାଇଭ କରିବ ଏଚସିଏଲ୍ ଟେକ୍‌ନୋଲୋଜିସ୍: ୧୦୦୦ ଫ୍ରେସରଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ

ଭୁବନେଶ୍ଵର: ଏଚସିଏଲ୍ ଟେକ୍‌ନୋଲୋଜି (ଏଚସିଏଲ୍‌), ଏକ ଅଗ୍ରଣୀ ଗ୍ଲୋବାଲ୍  ଟେକ୍‌ନୋଲୋଜି କମ୍ପାନୀ। ଓଡ଼ିଶାର ଛଅଟି ସହରରେ ଏହାର ଫ୍ଲାଗ୍‌ସିପ୍ ପ୍ରାକ୍ କ୍ୟାରିୟର ପ୍ରୋଗ୍ରାମ ‘ଟେକ୍‌-ବି’ ଅନ୍ତର୍ଗତ ୱାକ-ଇନ୍ ଡ୍ରାଇଭର ପରିଚାଳନା ଜୁନ୍ ୧୮ ରୁ ଜୁଲାଇ ୨୩, ୨୦୨୨ ମଧ୍ୟରେ କରୁଛି। ଏହି ୱାକ୍ ଇନ୍ ଡ୍ରାଇଭ୍ ମାଧ୍ୟମରେ ୧୨ଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି, ଯଦ୍ୱାରା ସେମାନେ ଆର୍ଥିକ ସ୍ୱାଧୀନତା ହାସଲ କରିପାରିବେ।

ଏଚସିଏଲ୍ ଟେକ୍‌ନୋଲୋଜି କ୍ରମାଗତ ଭାବରେ ଏହାର ସଂପ୍ରସାରଣ ଓ ବୃଦ୍ଧି କରୁଛି ଏବଂ ଏହା ଓଡ଼ିଶାରୁ ୧୦୦୦ ରୁ ଅଧିକ ନୂତନ ପ୍ରତିଭାଙ୍କୁ ଗ୍ରହଣ କରିବାର ଲକ୍ଷ୍ୟ ରଖିଛି। ଟେକ୍‌ବି, ଏଚ୍‌ସିଏଲ୍ ଟେକ୍‌ନୋଲୋଜି ର ପ୍ରାକ୍ କ୍ୟାରିୟର ପ୍ରୋଗ୍ରାମ। ଏହା ହେଉଛି ଏକ କାର୍ଯ୍ୟ ସମନ୍ୱିତ ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ ଯାହାକି ସରକାରଙ୍କର “ସ୍କିଲ୍ ଇଣ୍ଡିଆ” ମିଶନ୍‌
ଅନ୍ତର୍ଗତ କାର୍ଯ୍ୟ କରିଥାଏ।

ଏଚସିଏଲ୍‌ର ନୂତନ ବ୍ୟକ୍ତି କୌଶଳ ଅନୁସାରେ, ଏହି ପ୍ରୋଗ୍ରାମ ମାଧ୍ୟମରେ ଆଇଟି ଇଞ୍ଜିନିୟରିଂ ନିଯୁକ୍ତି ପ୍ରଦାନ କରାଯାଉଛି ଓ ବଛା ବଛା ୧୦+୨ ଛାତ୍ରମାନଙ୍କୁ ଭବିଷ୍ୟତ ଉପଯୋଗୀ ଦକ୍ଷତା ପ୍ରଦାନ କରାଯାଉଛି।

ଏଚସିଏଲ୍ ଟେକ୍‌-ବି ପ୍ରୋଗ୍ରାମ ଛାତ୍ରମାନଙ୍କୁ ଟେକ୍‌ନିକାଲ୍ ଓ ପେଶାଗତ ଭାବରେ ଏଚସିଏଲ୍‌ରେ ଏଂଟ୍ରି ଲେଭଲ ଆଇଟି ଜବ୍ ପାଇଁ ପ୍ରସ୍ତୁତ କରୁଛି। ଏଥିରେ ଛାତ୍ରମାନଙ୍କୁ ୧୨ ମାସର ତାଲିମ୍ ପ୍ରଦାନ କରାଯାଉଛି। ଛାତ୍ରମାନେ ମଧ୍ୟ ଏଚସିଏଲ୍ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇ ପାରିବେ। ଏଚଏସିଏଲ୍‌ ସହିତ କାର୍ଯ୍ୟ କରିବା ସମୟରେ ଛାତ୍ରମାନେ ମଧ୍ୟ ପ୍ରତିଷ୍ଠିତ ପାର୍ଟନର ଅନୁଷ୍ଠାନ ଯଥା ବିଟ୍‌ସ ପିଲାନ,ି ସସ୍ତ୍ର ୟୁନିଭର୍ସିଟି ଓ ଅମିତି ୟୁନିଭର୍ସିଟିରେ ଅଣ୍ଡର ଗ୍ରାଜୁଏଟ୍ ଡିଗ୍ରୀ ପ୍ରୋଗ୍ରାମ ପାଇଁ ନାମାଙ୍କିତ କରିପାରିବେ। ଏକ ବର୍ଷର ଟେକ୍‌-ବି ଟ୍ରେନିଂ ପ୍ରୋଗ୍ରାମ ସମାପ୍ତ କରିବା ପରେ, ଛାତ୍ରମାନେ ଟ.୧.୭୦ -୨.୨୦ ଲକ୍ଷର ବାର୍ଷିକ ବେତନ ପାଇପାରିବେ।

ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ, ବଛା ବଛା ଛାତ୍ରମାନେ ଏଚସିଏଲ୍ ଟେକ୍‌ନୋଲୋଜିରେ ଏହି ତାଲିମ୍ ସମାପ୍ତ କରିବା ପରେ ଆଶ୍ୱସ୍ତ ନିଯୁକ୍ତି ପାଇପାରିବେ ଯେଉଁଥିରେ କ୍ଲାସରୁମ୍ ଟ୍ରେନିଂ ଓ ଇଂଟର୍ଣ୍ଣସିପ୍ ଅନ୍ତର୍ଭୁକ୍ତ ରହିଛି। ଏହି ଇଂଟର୍ଣ୍ଣସିପରେ ମାସିକ ଟ.୧୦,୦୦୦ ର ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

ସୂଚୀ- ଜିଲ୍ଲା ପରାମର୍ଶ/ ପରୀକ୍ଷା ତାରିଖ ସ୍ଥାନ:

ଭୁବନେଶ୍ୱର: ୧୮ ଜୁନ୍ ୨୨ ସିୱାଇଏସଡ,ି ଇଗନୁ ନିକଟରେ, ଭୁବନେଶ୍ୱର

ରାଉରକେଲା: ୨୫ ଜୁନ୍ ୨୨ କଚେରି ରୋଡ୍‌, ଚନ୍ଦ୍ରପୁର, ଉଦିତ୍ ନଗର, ରାଉରକେଲା, ଓଡ଼ିଶା – ୭୬୯୦୧୨

ବ୍ରହ୍ମପୁର: ୯ ଜୁଲାଇ ୨୨ ଜିଲ୍ଲା ଏମ୍ପଲଏମେଂଟ ଏକ୍ସଚେଞ୍ଜ, ଗଞ୍ଜାମ, ବ୍ରହ୍ମପୁର

ସମ୍ବଲପୁର: ୧୬ ଜୁଲାଇ ୨୨ ଜିଲ୍ଲା ଏମ୍ପଲଏମେଂଟ ଏକ୍ସଚେଞ୍ଜ, ସମ୍ବଲପୁର, ଭୁତପଡ଼ା ଛକ, ଜେଲରୋଡ୍‌, ସମ୍ବଲପୁର

କୋରାପୁଟ: ୨୩ ଜୁଲାଇ ୨୨ ଜିଲ୍ଲା ଏମ୍ପଲଏମେଂଟ ଏକ୍ସଚେଞ୍ଜ, କୋରାପୁଟ୍‌, ଓଡ଼ିଶା

କଟକ: ୨ ଜୁଲାଇ ୨୨ ସତୀଚଉରା, ସିଡଏି ଏରିଆ, କଟକ, ଓଡ଼ିଶା – ୭୫୩୦୧୪

ଯେଉଁ ଛାତ୍ରମାନେ ୨୦୨୧ ରେ ଶ୍ରେଣୀ ୧୨ ସମାପ୍ତ କରିଛନ୍ତି ବା ୨୦୨୨ ରେ ଶ୍ରେଣୀ ୧୨ ପରୀକ୍ଷା ମ୍ୟାଥମେଟିକ୍‌ସ ଓ ବିଜ୍‌ନେସ୍ ମ୍ୟାଥମେଟିକ୍‌ସ ସହିତ ଦେଉଛନ୍ତି ସେମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ପ୍ରୋଗ୍ରାମରେ ଜାରି ରଖିବା ପାଇଁ ବଛା ଯାଇଥିବା ଛାତ୍ରମାନେ ୧୨ଶ ଶ୍ରେଣୀ ପରୀକ୍ଷାରେ ୬୦% ରୁ ଅଧିକ ସ୍କୋର କରିବା ଆବଶ୍ୟକ।

ଯୋଗ୍ୟ ଛାତ୍ରମାନଙ୍କୁ ଅନଲାଇନ୍ କ୍ୟାରିୟର ଆପ୍‌ଟିଚ୍ୟୁଡ୍ ଟେଷ୍ଟ (ଏଚସିଏଲ୍ କ୍ୟାଟ୍‌) ଦେବାକୁ ହେବ। ଯେଉଁମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଇଂଟରଭ୍ୟୁ ଆଲୋଚନା ପାଇଁ ଡକାଯିବ। ଏହାପରେ ଏଚସିଏଲ୍ ଲେଟର ଅଫ୍ ଇଂଟେଟ୍‌/ଅଫର ଲେଟର ପ୍ରଦାନ କରିବ। ଏଚସିଏଲ୍ କ୍ୟାଟ୍ ହେଉଛି ଏକ ଅନଲାଇନ୍ ଆକଳନ ଟେଷ୍ଟ ଯାହାକି କ୍ୱାଂଟିଟେଟିଭ୍ ରିଜନିଂ (ମ୍ୟାଥମେଟିକ୍‌ସ), ଲଜିକାଲ୍ ରିଜନିଂ ଓ ଇଂରାଜୀ ଭାଷାରେ ଆପ୍ଟିଚ୍ୟୁଡ୍‌କୁ ଚେକ କରିଥାଏ।

ଏହି ତାଲିମ୍ କାର୍ଯ୍ୟକ୍ରମ ପାଇଁ ଫି ହେଉଛି ଟ.୧୦୦,୦୦୦+ ଟିକସ। ଏହି ଟ୍ୟୁସନ ଫି ପାଇଁ ଲୋନ୍ ସୁବିଧା ପାର୍ଟନର ଆର୍ଥିକ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଛି ଯାହାକୁ ଇଏମଆଇ ଦ୍ୱାରା ପରିଶୋଧ କରାଯାଇପାରିବ।

ଅଧିକ ସୂଚନା ପାଇଁ, ପରିଦର୍ଶନ କରନ୍ତୁ : www.hcltechbee.com.

ଏହି ଅବସରରେ ସୁବାରମଣ୍ ବି, ଭାଇସ୍ ପ୍ରେସିଡେଂଟ, ଏଚସିଏଲ୍ ଟେକ୍‌ନୋଲୋଜି କହିଛନ୍ତି ଯେ, “ସର୍ବୋତ୍ତମ ପ୍ରତିଭାକୁ ଆହରଣ କରିବା ପାଇଁ ଟେକ୍ ବି କୁ ୨୦୧୭ ରେ ଆରମ୍ଭ କରାଯାଇଥିଲା, ଯଦ୍ୱାରା ସେମାନେ ସେମାନଙ୍କର କ୍ୟାରିୟରର ଆରମ୍ଭରେ ଆର୍ଥିକ ସ୍ୱାଧୀନତା ଲାଭ କରିପାରିବେ। ଏପର୍ଯ୍ୟନ୍ତ ୭୦୦୦ ଛାତ୍ରମାନଙ୍କୁ ଟେକ୍ ବି କାର୍ଯ୍ୟକ୍ରମ ପାଇଁ
ବଛା ଯାଇଛି ଓ ସେମାନେ ଏଚସିଏଲ୍ ସହିତ ବିଭିନ୍ନ କ୍ୟାରିୟର ଯାତ୍ରାରେ ସାମିଲ୍  ହୋଇଛନ୍ତି।

ଆମେ ଓଡ଼ିଶା ଓ ଏହାର ଆଖପାଖରର ଛାତ୍ରମାନଙ୍କ ଠାରେ ଅନେକ ପ୍ରତିଭା ଓ ଆଗ୍ରହକୁ ଦେଖିବାକୁ ପାଇଛୁ। ଏହି କାରଣରୁ ଆମେ ଏଠାରେ ୱାକ୍‌-ଇନ୍‌ ଡ୍ରାଇଭ୍ କରବା ପାଇଁ ବାଛିଛୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ (ଏମଓପିଏସଡବ୍ଲୁ) ପକ୍ଷରୁ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଦେଶରେ ରୋ-ରୋ (ରୋଲ୍‌ – ଅନ୍‌, ରୋଲ୍‌ ଅଫ୍‌) ଫେରୀ ଏବଂ ଜଳମାର୍ଗ ପରିବହନକୁ ପ୍ରୋତ୍ସାହନ ଦେବା ଲାଗି ଏକ ଇକୋସିଷ୍ଟମ ବିକଶିତ କରିବା ଲାଗି ନିଷ୍ପତ୍ତି ନେଇଛି। ଏହି ପରିବହନ ସାଧନର ଅନେକ ଲାଭ ରହିଛି। ଉଦାହରଣ ସ୍ବରୂପ, ଏହାଦ୍ବାରା ଯାତ୍ରା ସମୟ ହ୍ରାସ ପାଇବ, ଲଜିଷ୍ଟିକ୍‌ ଖର୍ଚ୍ଚ କମିବ ଏବଂ ପରିବହନର ପାରମ୍ପରିକ ସାଧନ ତୁଳନାରେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।

ଫେରୀ ସେବା କ୍ଷେତ୍ରରେ ଅପାର ସମ୍ଭାବନା ଏବଂ ବିଶେଷ ଲାଭକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ୪୫ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏସବୁର ମୋଟ୍‌ ପ୍ରକଳ୍ପରେ ୧୯୦୦ କୋଟି ଟଙ୍କା ବ୍ୟୟ କରାଯିବ। ସାଗରମାଳା କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁଜରାଟର ଘୋଘା-ହାଜିରା ଏବଂ ମହାରାଷ୍ଟ୍ରର ମୁମ୍ବାଇ-ମଣ୍ଡୱା ମଧ୍ୟରେ ରୋ ପ୍ୟାକ୍ସ ସେବା ଆରମ୍ଭ କରାଯାଇଛି। ଏ ଦୁଇଟି ସ୍ଥାନରେ ୭ ଲକ୍ଷରୁ ଅଧିକ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ ସମ୍ଭବ ହୋଇପାରୁଛି। ଫଳରେ ସ୍ବଚ୍ଛ ପରିବେଶ ଏବଂ ଲୋକ କଲ୍ୟାଣ ଦିଗରେ ଯୋଗଦାନ ହୋଇପାରୁଛି।

ଏସବୁ ପ୍ରକଳ୍ପର ସଫଳତା ଏବଂ ଅଧିକ ଚାହିଦା ଓ କ୍ଷମତାକୁ ଦେଖି ଗୁଜରାଟରେ ପିପାବାଓ ଓ ମୂଳଦ୍ବାରକା, ମହାରାଷ୍ଟ୍ରର ଘୋଡ଼ବନ୍ଦର, ୱେଲଦୁର, ୱସଇ, କାଶୀଦ, ରେୱାସ, ମନୋରୀ ଏବଂ ଜେଏନ୍‌ ପୋର୍ଟ ଆଦିରେ ଅତିରିକ୍ତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ଏହାଛଡ଼ା ଆନ୍ଧ୍ର ପ୍ରଦେଶରେ ୪ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଓଡ଼ିଶାରେ ଦୁଇଟି ପ୍ରକଳ୍ପ ଏବଂ ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି।

ଅଂଶୀଦାରମାନଙ୍କ ଠାରୁ ପ୍ରାରମ୍ଭିକ ଇନପୁଟ୍‌ ବା ପରାମର୍ଶ ସାମିଲ କରିବା ପରେ ‘‘ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବାର ପରିଚାଳନା ପାଇଁ ମାର୍ଗଦର୍ଶିକା’’ର ଚିଠା ପ୍ରସ୍ତୁତ କରାଯାଇଛି। ଏହି ମାର୍ଗଦର୍ଶିକାରେ ଫେରୀ ପରିଚାଳନାର ଦୁଇଟି ଦିଗକୁ ସାମିଲ କରାଯାଇଛି – ଟର୍ମିନାଲ ପରିଚାଳନା ଲାଗି ରିହାତି ଏବଂ ରୋ-ପ୍ୟାକ୍ସ ଜାହାଜ ପରିଚାଳନା ପାଇଁ ଲାଇସେନ୍ସ।

ଏହି ମାର୍ଗଦର୍ଶିକା ଫେରୀ ସେବାର ବିକାଶ ଏବଂ ପରିଚାଳନାକୁ ଏକସମାନ ଏବଂ ସୁବ୍ୟବସ୍ଥିତ କରିବ। ଏଥିସହିତ, ଅନାବଶ୍ୟକ ବିଳମ୍ବ ଏବଂ ଅସହମତି ଦୂର ହେବ। ଗ୍ରାହକ ଇଣ୍ଟରଫେସରେ ଡିଜିଟାଲ ହସ୍ତକ୍ଷେପ ଆରମ୍ଭ କରାଯାଇ ବ୍ୟବସାୟିକ ସୁଗମତା ପାଇଁ ମାର୍ଗ ପ୍ରଶସ୍ତ ହେବ। ଏହାବ୍ୟତୀତ ଏହି ମାର୍ଗଦର୍ଶିକା ପ୍ରକ୍ରିୟାର ମାନକୀକରଣ କରିବା ସହିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କୁ ସହାୟକ ହେବ। ଅନୁରୂପ ଭାବେ ଘରୋଇ କମ୍ପାନୀଗୁଡ଼ିକ ମଧ୍ୟରେ ବିଶ୍ବାସ ବଢ଼ାଇବାର ସହାୟତା କରିବ, ଯାହାଫଳରେ ସେମାନଙ୍କର ଭାଗିଦାରୀ ବଢ଼ିବ ଏବଂ ଏପରି ପ୍ରକଳ୍ପରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ମିଳିବ।

ଏବେ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ନିମନ୍ତେ ଚିଠା ମାର୍ଗଦର୍ଶିକା’’ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଆହ୍ବାନ କରାଯାଇଛି। ଏଥିପାଇଁ ଆବଶ୍ୟକ ଦସ୍ତାବିଜ ମନ୍ତ୍ରଣାଳୟ ଏବଂ ସାଗରମାଳାର ୱେବସାଇଟ https://shipmin.gov.in/ ଏବଂ https://sagarmala.gov.in/ ରେ ଉପଲବ୍ଧ ରହିଛି। ପ୍ରକାଶନର ୨୧ ଦିନ ମଧ୍ୟରେ ମାର୍ଗଦର୍ଶିକାର ସଂଲଗ୍ନକ (ଆନେକ୍ସଚର) ୧ ରୂପରେ ସଂଲଗ୍ନ ପ୍ରୋଫର୍ମା ମାଧ୍ୟମରେ ଆବଶ୍ୟକ ପରାମର୍ଶ [email protected] କୁ ପଠାଇ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାବାସୀଙ୍କୁ ମିଳିବ ଆଶ୍ଵସ୍ତି!, ଆଉ କିଛି ଘଣ୍ଟା ପରେ ଓଡ଼ିଶା ଛୁଇଁବ ମୈାସୁମୀ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ପ୍ରଚଣ୍ଡ ରୌଦ୍ରତାପରୁ ଓଡିଶାବାସୀଙ୍କୁ ଆଶ୍ଵସ୍ତି ମିଳିପାରେ। କାରଣ ଆସନ୍ତା ୨୪ ଘଣ୍ଟା ମଧ୍ୟ ଦକ୍ଷିଣ-ପଶ୍ଚିମ ମୈାସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ଅନେକ ସ୍ଥାନରେ ପ୍ରାକ୍ ମୈାସୁମି ବର୍ଷା ଆରମ୍ଭ ହୋଇଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଗତକାଲି ମୌସୁମୀ ବାୟୁ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି। ଓଡ଼ିଶାରେ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିଛି। ଆଜି ମୌସୁମୀ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ। ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତେଣୁ ଏହାର ପ୍ରଭାବରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ଆକଳନ କରାଯାଇଛି।

Categories
ଆଞ୍ଚଳିକ

ଆମେରିକାରେ ବୈଜ୍ଞାନିକ ଦିଲ୍ଲୀରେ ବାହାଘର, ଓଡ଼ିଶାରେ ଭୋଜି

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ନାକଟିଦେଉଳ ମାଟିର ବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି।

ଯୁବବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ବିହାରର ଭାଗଲପୁର ବାସିନ୍ଦା ଶାଳିନୀ ସିଂଙ୍କୁ ଦିଲ୍ଲୀର ଏକ ହୋଟେଲରେ ବୈଦିକ ରୀତିନୀତିରେ ବିବାହ ହୋଇଛନ୍ତି। ଉଭୟଙ୍କ ବାହା ଘରରେ ଓଡ଼ିଶା ତଥା ବାହାର ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇ ଉଭୟଙ୍କୁ ଆର୍ଶିବାଦ ଦେଇଛନ୍ତି।

ଏହି ବିବାହ ଉତ୍ସବରେ ବହୁ ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ। ଉଭୟ ଆମେରିକାରେ ରହୁଛନ୍ତି। ବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ଆମେରିକାର “ଓଆକ୍ ରାଇଡ଼୍ ନ୍ୟାଶନାଲ୍ ଲାବରେଟୋରିରେ” ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ବେଳେ ନବବିବାହିତା ପତ୍ନୀ ଆମେରିକାର “ପେନ୍ସିଲ୍ ଭାନିଆ ଷ୍ଟେଟ୍ ୟୁନିଭର୍ ସିଟିରେ” ବୈଜ୍ଞାନିକ ଭାବରେ କାର୍ଯ୍ୟରତ।

ବୈଜ୍ଞାନିକ ଧିରେନ୍ ପ୍ରଧାନଙ୍କ ଠାରୁ ତାଙ୍କ ପତ୍ନୀ ୧ ହଜାର କିମି ଦୂରରେ କାର୍ଯ୍ୟରତ ଥିବା ପ୍ରକାଶ କରିଛନ୍ତି।