Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ୨ହଜାର ୮୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦,୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪,୫୮୨ ଜଣ ଚିକିତ୍ସାଧୀନ  ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୬୧ ହଜାର ୩୭୯ କରୋନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କରୋନା ନମୁନା ପରାକ୍ଷଣ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। ଗୋଟିଏ ଦିନରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୬୧ ହଜାର ୩୭୯ ନମୁନା ପରୀକ୍ଷା କରାଯାଇଛି । ମୋଟ୍‌ ପରୀକ୍ଷା ମଧ୍ୟରୁ ୫୪ ହଜାର ୨୪୩ଟି ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିବାବେଳେ ଆର୍‌ଟିପିସିଆର ମାଧ୍ୟମରେ ୭ ହଜାର ୫୪ଓ ଟ୍ରୁନାଟ୍‌ ମାଧ୍ୟମରେ ୮୨ଟି ସାମ୍ପଲ୍‌ ପରୀକ୍ଷା ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୬୦୩ ଜଣ ଙ୍କ ପରୀକ୍ଷା ହୋଇଛି।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨ ଲକ୍ଷ ୩୩ ହଜାର ୮୦୫ ସାମ୍ପଲ ପରୀକ୍ଷା ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆରୋଗ୍ୟ ଲାଭ କଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ: ଆରୋଗ୍ୟ ସଂଖ୍ୟା ୫୦ ହଜାର ଡେଇଁଲା

ଭୁବନେଶ୍ବର: ଆଜି ରାଜ୍ୟରେ ୧୯୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୪୬ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡରୁ ୧୫୧, ରାୟଗଡାରୁ ୧୪୬, ସୁନ୍ଦରଗଡରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗୀରିରୁ ୭୫, ଯାଜପୁରରୁ ୭୪, ବାଲେଶ୍ବରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ୩୦, ଭଦ୍ରକରୁ ୨୮, ନୂଆପଡାରୁ ୨୭, କଳାହାଣ୍ଡିରୁ ୨୧, କେନ୍ଦ୍ରାପଡାରୁ ୧୯, କେଉଁଝରରୁ ୧୮, ଦେବଗଡରୁ ୧୭, ଝାରସୁଗୁଡାରୁ ୧୩, ବରଗଡରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬, ଅନୁଗୁଳରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୦, ୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୬୪୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୬୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସେହିପରି ସୁନ୍ଦରଗଡରୁ ୯୧, ଯାଜପୁରରୁ ୮୬, ଗଜପତି ଜିଲ୍ଲାରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, ନ୍ଧମାଳରୁ ୫୦, ରାୟଗଡାରୁ ୪୨, ନୟାଗଡରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗୀରିରୁ୩୫, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୩୩, ବାଲେଶ୍ବରରୁ ୩୧, କେଉଁଝରରୁ ୨୯, ବରଗଡରୁ ୨୫, ଭଦ୍ରକରୁ ୨୪, ଝାରସୁଗୁଡାରୁ ୨୧, ପୁରୀରୁ ୨୧, ସମ୍ବଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୧୬, ନବରଙ୍ଗପୁରରୁ ୧୧, ଦେବଗଡରୁ ୨, ଅନୁଗୁଳ ଏବଂ ବୌଦ୍ଧରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୪୮,୫୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା ରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୯୧ ଜଣ ଆକ୍ରାନ୍ତ କଟକ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଗଜପତିରୁ ୮୮, କୋରାପୁଟରୁ ୬୬, ଖୁର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡରୁ ୩୨, ନୟାଗଡରୁ ୩୦, ସୁବର୍ଣ୍ଣପୁରରୁ ୨୫, କନ୍ଧମାଳରୁ ୨୦, କେନ୍ଦୁଝର ଓ ଢେଙ୍କାନାଳରୁ ୧୮,  ଭଦ୍ରଖରୁ ୧୬, ସମ୍ବଲପୁରରୁ ୧୫, ଜଗତସିଂପୁରା ଓ ଯାଜପୁରରୁ ୧୪, ଦେବଗଡରୁ ୧୩, ମୟୂରଭଞ୍ଜ ଓ ପୁରୀରୁ ୧୦, ଝାରସୁଗୁଡା ଓ କଳାହାଣ୍ଡି ରୁ ୭, ବଲାଙ୍ଗୀରରୁ ୬, ଅନୁଗୁଳ, ବାଲେଶ୍ବର ଓ ମାଲକାନଗିରିରୁ ୫, କେନ୍ଦ୍ରାପଡା ରୁ ୪ ଓ ବୌଦ୍ଧ ରୁ ଜଣେ ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ  ସମୁଦାୟ ୨୧,୯୫୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି।

Categories
ଆଜିର ଖବର ରାଜ୍ୟ ଖବର

ଖୋଲିଲା ଲକ ଡାଉନ, ଫେରିଲା ସାପ୍ତାହିକ ସଟଡାଉନ

ଭୁବନେଶ୍ବର: ଆଜି ରାଜ୍ୟସରକାର ଅନଲକ୍‌ 3.0ର ଗାଇଡ ଲାଇନ ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାରେଟି ଜିଲ୍ଲା ଓ ଦୁଇଟି ମହାନଗର ନିଗମକୁ ଜୁଲାଇ 31 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ତେବେ ଏହି ଅନ୍‌ଲକ୍‌ 3.0ରେ ଲକ୍‌ଡାଉନ୍‌କୁ ଖୋଲି ଦେଇଥିବାବେଳେ ପୁଣି ଥରେ ସଟ୍‌ଡାଉନକୁ ଲାଗୁ କରିଛନ୍ତି। ଗଞ୍ଜାମ, ଖୋର୍ଦ୍ଧା,କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପୂର୍ବବତ୍‌ ଲାଗୁ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସଟ୍‌ଡାଉନ୍‌ରେ ପୂର୍ବରୁ ଥିବା ସମସ୍ତ କଟକଣା ଲାଗୁ ହେବ ବୋଲି ସୂଚନା ରହିଛି। ସେହିପରି କେନ୍ଦ୍ର ସରକାର ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ବଳବତ୍ତର ରଖିଛନ୍ତି। ରାତ୍ରି 9ଟାରୁ ସକାଳ 5ଟା ଯାଏ ସାଧାରଣ ଆତଯାତ ବନ୍ଦ ରହିବ। ତେବେ ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ।

ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍‌ କଟକଣା ଓ ଜରିମାନାକୁ ଅଧିକ କଡାକଡି କରିଛନ୍ତି। ମାସ୍କ ନ ପିନ୍ଧିଲେ ପ୍ରଥମ ଦୁଇ ଥର ନିୟମ ଉଲ୍ଳଂଘନ ପାଇଁ 1000 ଟଙ୍କାର ଜରିମାନା ରଖାଯାଇଥିବାବେଳେ ପରବର୍ତ୍ତୀ ଥର ନିୟମ ଭଙ୍ଗ ପାଇଁ ଏହା 5000 ଟଙ୍କାକୁ ବୃଦ୍ଧି କରାଯାଇଛି। ବାହାଘର, ଶୁଦ୍ଧିରେ ଗାଇଡଲାଇନ୍‌ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ବାହାଘର ସର୍ବାଧିକ 50 ଜଣ ଲୋକଙ୍କୁ ଯୋଗ ଦେବାର ଅନୁମତି ରହିଛି। ଏହି ନିୟମ ଉଲ୍ଲଂଘନ କଲେ 10 ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ସୂଚନା ରହିଛି। ସେହିପରି ଶୁଦ୍ଧିକ୍ରିୟାରେ 20ରୁ ଅଧିକ ଲୋକ ରହିପାରିବେନି ବୋଲି ସୂଚନା ରହିଛି। ସେହିପରି ସାମାଜିକ ଦୂରତ୍ବ ଭଙ୍ଗ କରୁଥିବା ଦୋକାନୀଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରତି ସପ୍ତାହର ଶନିବାର ଦିନ ସମସ୍ତ ସରକାରୀ ଅଫିସ୍‌ ବନ୍ଦ ରହିବ। ନୂଆ କଟକଣା ନେଇ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଅନଲକ୍‌ 3.0ର ଗାଇଡଲାଇନ ଜାରି କରି କହିଛନ୍ତି ଯେ, ଜୀବନ ଜୀବିକାକୁ ଆଖିଆଗରେ ରଖି ଏହାକୁ ସ୍ବାଭାବିକ କରିବାକୁ ଚେଷ୍ଟା ଚାଲିଛି। ଏହା ଏକ ଚାଲେଞ୍ଜିଂ ରୋଗ, ପରିଚାଳନା କରିବାକୁ ସମୟ ଲାଗିବ। ମାତ୍ର 10 ପ୍ରତିଶତ ଅମାନିଆଙ୍କ ପାଇଁ 90 ପ୍ରତିଶତ ବିପଦରେ ପଡୁଛନ୍ତି  ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

Categories
ଆଜିର ଖବର ରାଜ୍ୟ ଖବର

ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡିବ ପାଞ୍ଚ ହଜାର ଟଙ୍କା

ଭୁବନେଶ୍ବର: କରୋନା କଟକଣାକୁ ଆଖିଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆଜି ପ୍ରେସ୍‌ ମିଟ୍‌ କରାଯାଇଛି। ଗତକାଲି କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ୍‌ 3.0ର ଗାଇଡଲାଇନ୍‌ ଜାରି କରାଯାଇଥିବାବେଳେ ଆଜି ରାଜ୍ୟସରକାର ଅନ୍‌ଲକ 3.0ର ଗାଇଡଲାଇନ୍‌ ଜାରି କରିଛନ୍ତି। ତେବେ ଏହି ଗାଇଡ ଲାଇନ୍‌ରେ କଟକଣା ଓ ଜରିମାନାକୁ କଡାକଡି କରିଛନ୍ତି।

ମାସ୍କ ନ ପିନ୍ଧିଲେ ପ୍ରଥମ ଦୁଇ ଥର ନିୟମ ଉଲ୍ଲଂଘନ ଅଭିଯୋଗ ପାଇଁ 1000 ଟଙ୍କାର ଜରିମାନା ଆଦାୟ ହେବ। ସେହିପରି ପରବର୍ତ୍ତୀ ସମୟରେ ବିନା ମାସ୍କରେ ଧରାପଡିଲେ ଏହା 5000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କୋଭିଡ୍‌ ନିୟମ ନ ମାନି ବାହାଘର କଲେ 10 ହଜାର ଟଙ୍କାର ଜରିମାନା ଦେବାର ପ୍ରାବଧାନ ରହିଛି। ତେବେ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି ହେଲେ 10 ହଜାରରୁ ଅଧିକ ଜରିମାନା ଆଦାୟ ହେବା ନେଇ ନିଷ୍ପତ୍ତି ନିଆଯିବ। ସେହିପରି ବିବାହ ମଣ୍ଡପ ସିଲ୍‌ ହେବ। ସାମାଜିକ ଦୂରତ୍ବ ବଜାୟ ନ ରଖିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଦୋକାନୀମାନେ  ସାମାଜିକ ଦୂରତ୍ବ ନ ମାନିଲେ ବା ପ୍ରଥମ ଥର ନିୟମ  ଭଙ୍ଗ ପାଇଁ  ଜରିମାନା ସହ ଏକ ସପ୍ତାହ ପର୍ଯ୍ୟନ୍ତ ଦୋକାନ ସିଲ୍‌ କରାଯିବ। ଦ୍ବିତୀୟ ଥର ନିୟମ ଉଲ୍ଲଂଘନ କଲେ ଦୋକାନକୁ ମାସେ ପାଇଁ ସିଲ୍‌ ସହ ଜରିମାନା ଆଦାୟ ହେବ।

Categories
ଆଜିର ଖବର ରାଜ୍ୟ ଖବର

28 ଜିଲ୍ଲାରୁ ମୋଟ୍‌ 1503 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟର 28ଟି ଜିଲ୍ଲାରୁ 1503 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 491 ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 223, କଟକରୁ 136, କନ୍ଧମାଳ ଓ ଗଜପତିରୁ 73ଜଣ ଲେଖାଏଁ,  ରାୟଗଡାରୁ 68, ସୁନ୍ଦରଗଡରୁ 57, ଯାଜପୁରରୁ 51,  କେଉଁଝରରୁ 43, ମାଲକାନଗିରି ଓ କୋରାପୁଟରୁ 34 ଜଣ ଲେଖାଏଁ ରହିଥିବାବେଳେ ଢେଙ୍କାନାଳରୁ 32, ମୟୂରଭଞ୍ଜରୁ 28, ଭଦ୍ରକରୁ 25, ବରଗଡରୁ 23, ବଲାଙ୍ଗିରରୁ 21, ବାଲେଶ୍ବରରୁ 19, ସମ୍ବଲପୁରରୁ 17, ଝାରସୁଗୁଡା ଓ କଳାହାଣ୍ଡିରୁ 10 ଜଣ ଲେଖାଏଁ ରହିଛନ୍ତି। ସେହିପରି କେନ୍ଦ୍ରାପଡାରୁ 9, ନୟାଗଡରୁ 8, ଜଗତସିଂହପୁରରୁ 6, ସୋନପୁର ଓ ପୁରୀରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁରରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ଓ ଅନୁଗୁଳୁର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଜି 1503 ପଜିଟିଭ୍‌ ଚିହ୍ନଟ, ମୋଟ୍‌ ସଂକ୍ରମିତଙ୍କ 26 ହଜାର 892କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି 1503 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1002ଜଣ ଚିହ୍ନଟ ହୋଇଥିବାବେଳେ 501ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 26ହଜାର 892କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 16ହଜାର 792ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର919ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 140ଜଣ । ସେହିପରି 34 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

24 ଘଣ୍ଟାରେ ଓଡ଼ିଶାରେ 1500ରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 6 ମୃତ, ଜାଣନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 1594 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ ପଜିଟିଭଙ୍କ ସଂଖ୍ୟା 22 ହଜାର 693ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 120ରେ ପହଞ୍ଚିଛି । ସେହିପରି 33 ଜଣ କୋଭିଡ୍‌ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ଯାଜପୁର, ଗଜପତି, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସ୍ଥିତି ବେଶ ଗମ୍ଭୀର ରହିଛି ।

ଆଜି 28ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ 6ଜଣଙ୍କ ଜୀବନ ନେଇଛି କରୋନା । ଜୁଲାଇ ମାସରେ ସଂକ୍ରମଣ ମାମଲା ବେଶ୍‌ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ଆଣ୍ଟିଜନି ଟେଷ୍ଟ ଓ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯାଇଛି ।

ତେବେ ରାଜ୍ୟର କେଉଁ ଜିଲ୍ଲାରେ କରୋନା ସ୍ଥିତି କିପରି ରହିଛି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 7634 4483 3076 70 5
ଖୋର୍ଦ୍ଧା 2676 1375 1278 15 8
କଟକ 1567 1043 512 9 3
ଯାଜପୁର 1065 889 174 1 1
ସୁନ୍ଦରଗଡ 973 731 237 2 3
ଗଜପତି 819 568 244 7 0
ବାଲେଶ୍ବର 785 587 196 0 2
ଜଗତସିଂହପୁର 617 425 190 2 0
ମୟୂରଭଞ୍ଜ 531 379 150 0 2
ପୁରୀ 496 341 151 2 2
କେଉଁଝର 483 375 107 0 1
ଭଦ୍ରକ 483 328 150 2 3
ରାୟଗଡା 422 139 280 3 0
ନୟାଗଡ 420 276 142 1 1
କୋରାପୁଟ 414 158 256 0 0
କେନ୍ଦ୍ରାପଡା 406 322 81 2 1
ମାଲ୍‌କାନଗିରି 381 201 180 0 0
ବରଗଡ 331 223 107 1 0
କନ୍ଧମାଳ 314 213 100 1 0
ବଲାଙ୍ଗିର 304 266 38 0 0
ଝାରସୁଗୁଡା 271 199 72 0 0
ସମ୍ବଲପୁର 247 119 128 0 0
ଅନୁଗୁଳ 247 159 86 2 0
ନବରଙ୍ଗପୁର 183 142 40 0 1
ଢେଙ୍କାନାଳ 152 102 50 0 0
ବୌଦ୍ଧ 123 53 70 0 0
କଳାହାଣ୍ଡି 110 82 28 0 0
ନୂଆପଡା 102 100 2 0 0
ଦେବଗଡ 69 66 3 0 0
ସୋନପୁର 68 49 19 0 0
Categories
ବିଶେଷ ଖବର

ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଉଚ୍ଛେଦ, କରୋନା ପାଇଁ ବେକାରି ଓ ଦାରିଦ୍ର୍ୟର ପ୍ରଦର୍ଶନୀ ପଡିଆ ପାଲଟିବ ଓଡିଶା

କେଦାର ମିଶ୍ର

ଆମ ଲାଗି ଜୀବନ ବଞ୍ଚାଇବା ବହୁତ ଗୁରୁତ୍ୱପୂର୍ଣ୍ଣ- ବାରମ୍ବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକଥା କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ଜରିଆରେ କରୋନା ଭୂତାଣୁରୁ ପ୍ରତିଟି ଜୀବନ ବଞ୍ଚାଇବା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି କହୁଛନ୍ତି। ତେବେ ସରକାରଙ୍କର କଥା ଓ କାମ ଭିତରେ ବହୁତ ବଡ ଫାଙ୍କ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସରେ ଯେତେବେଳେ ସରକାର ଲୋକଙ୍କ ଉପରେ ଲକ ଡାଉନ ଲଦିଦେଲେ, ସେତେବେଳେ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି  ଦିଆଗଲା ଯେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା କଥା ସରକାର ଚିନ୍ତା କରିବେ। ସମୟ କ୍ରମେ କରୋନା ଜନିତ କଟକଣା ବଢିଲା ଓ ଲକ ଡାଉନ ଯୋଗୁଁ ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଶୁଡିବା ଆରମ୍ଭ କଲା। ସଂକ୍ରମଣର  ଚାରି ମାସ ପରେ ମଧ୍ୟ ଓଡିଶାରେ ଅର୍ଥନୈତିକ ଗତିବିଧି ଓ ଜନଜୀବନ ସ୍ଵାଭାବିକ ହୋଇନି, ବରଂ ଅଧିକ ଜଟିଳ ହୋଇଛି। ଯଦିଓ ରାଜ୍ୟରେ ସାମଗ୍ରିକ ଲକ ଡାଉନ ନାହିଁ, ହେଲେ ରାଜ୍ୟର ୯୦ ଭାଗ ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ହୋଇ ରହିଛି। ଲୋକଙ୍କର ଜୀବିକା ସହିତ ଜୀବନ ଆଜି ସବୁଠୁ ଅଧିକ ବିପନ୍ନ ହୋଇଛି। ଏଥିଲାଗି ସରକାର ନିଜକୁ ଦାୟୀ କରିବା ଉଚିତ ହେବନାହିଁ କି?

ଲକ ଡାଉନର ପ୍ରଥମ ପର୍ଯ୍ୟାୟରେ ସରକାର ଘରୋଇ ସଂସ୍ଥାମାନଙ୍କୁ ନିଜର କର୍ମଚାରୀମାନଙ୍କ ଦରମା ନ କାଟିବାକୁ ଓ ଛଟେଇ ନ କରିବାକୁ ଅନୁରୋଧ କରୁଥିଲେ। ଓଡିଶା ସରକାର ତାଙ୍କର ନିୟମିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସାଧାରଣ ଲୋକେ ନିଜ ଘରେ କାମ କରୁଥିବା ଲୋକଙ୍କ ପ୍ରତି ସଂବେଦନଶୀଳ ହେବାକୁ ଓ ସେମାନଙ୍କ ଦରମା ନ କାଟିବାକୁ ପରାମର୍ଶ ଦେଉଥିଲେ। ହେଲେ ଗତ ଚାରିମାସର ଆର୍ଥିକ ଦୁର୍ଗତି ସରକାରଙ୍କର ମାନବିକ ଅଙ୍ଗକୁ ଅଚଳ କରି ଦେଇଛି। ଏବେ ଖୋଦ ଓଡିଶା ସରକାର ରାଜ୍ୟର ଲକ୍ଷାଧିକ ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଚାକିରୀ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ କାମ କରୁଥିବା ଅସ୍ଥାୟୀ ତଥା ଠିକା ଭିତ୍ତିକ କର୍ମଚାରୀଙ୍କ କାର୍ୟକାଳ ସମ୍ପ୍ରସାରିତ କରିବାକୁ ସରକାର ମନା କରି ଦେଇଛନ୍ତି। ଏହି କର୍ମଚାରୀମାନେ ପ୍ରାୟତଃ ୩ ମାସିଆ କିମ୍ବା ବାର୍ଷିକ ଠିକା ରେ କାମ କରିଥାନ୍ତି। ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୨ ଲକ୍ଷ ପରିବାର ଆକ୍ରାନ୍ତ ହେବେ ଇଂରାଜୀ ଖବର କାଗଜ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” କହିଛି।

କରୋନା କଟକଣା ଆଳରେ ଓଡିଶା ସରକାର ପ୍ରଥମେ ନୂଆ ନିଯୁକ୍ତି ଆଉ ହେବନାହିଁ ବୋଲି କହିଥିଲେ। ଏହା ସହିତ ଗତ ୫ ପାଞ୍ଚ ବର୍ଷ ଭିତରେ ସରକାରରେ ଖାଲି ପଡିଥିବା ପଦବୀ ଆଉ ପୂରଣ କରିବେ ନାହିଁ ବୋଲି ମଧ୍ୟ ଘୋଷଣା କଲେ। ଏ ପ୍ରକାର ନିଷ୍ପତ୍ତିର ପ୍ରତ୍ୟେକ୍ଷ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବା ସ୍ଵାଭାବିକ। ତେବେ କୌଣସି ସରକାରୀ ନିଷ୍ପତ୍ତି କୁ ବିରୋଧ କରିବାର ସ୍ଥିତି ବର୍ତ୍ତମାନ ଆମ ପାଖରେ ନାହିଁ। ମହାମାରୀର ଆତଙ୍କ ସହିତ ସରକାରୀ କଟକଣା ଭିତରେ ସାଧାରଣ ଲୋକ ଡରି ମରି ବଞ୍ଚୁଛନ୍ତି। ସେହି ସମୟରେ ଲକ୍ଷାଧିକ ଲୋକଙ୍କୁ ସରକାରୀ ଚାକିରିରୁ ବିଦା କରିବାର ନିଷ୍ପତ୍ତି, ଅତ୍ୟନ୍ତ ଅମାନବୀୟ। ଆଜିର ମହାମାରୀ ସମୟରେ ସରକାର ନିଜ କର୍ମଚାରୀ (ସେ ଅସ୍ଥାୟୀ ବା ଠିକା କର୍ମଚାରୀ ହୁଅନ୍ତୁ ପଛକେ)ଙ୍କ ପ୍ରତି ଏ ପ୍ରକାର ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ।

ସଂକ୍ରମଣ ସମୟରେ ଗତ ଚାରି ମାସ ହେଲା ସରକାରୀ ଅଫିସ ଗୁଡିକ ପ୍ରାୟତଃ କାମ କରୁନାହିଁ। ଅନେକ ଅଫିସକୁ ଲୋକଙ୍କ ପ୍ରବେଶ ବାରଣ କରା ଯାଇଛି। ୩୦% କର୍ମଚାରୀଙ୍କୁ ନେଇ କାମ କରନ୍ତୁ ବୋଲି ସରକାରୀ ନିର୍ଦ୍ଦେଶ  ପଛରେ ବାକି ୭୦% କର୍ମଚାରୀଙ୍କୁ ବିଦା କରିବାର ଏକ ଗୋପନ ଇଙ୍ଗିତ ରହିନାହିଁ ତ! ପ୍ରଲମ୍ବିତ ଲକ ଡାଉନ ଓ ଆର୍ଥିକ ଦୁର୍ଗତିକୁ ଆଖି ଆଗରେ ରଖି ଅନେକ ବିଭାଗ ଓ ଅଫିସର ସଂକୋଚନ ତଥା ଉଚ୍ଛେଦ କଥା ସରକାର ଚିନ୍ତା କରିପାରନ୍ତି। ଓଡିଶା ଭଳି ରାଜ୍ୟ ଯେଉଁଠି ସଂଖ୍ୟାଧିକ ଶିକ୍ଷିତ ଯୁବକ ଯୁବତୀ ସରକାରୀ ଚାକିରିକୁ ଆଶା କରି ରହିଛନ୍ତି, ସେମାନଙ୍କ ଅବସ୍ଥା ଆଗାମୀ ଦିନରେ ଶୋଚନୀୟ ହେବାକୁ ଯାଉଛି।

କରୋନା ଭୂତାଣୁରୁ ହୁଏତ ବର୍ତ୍ତିବା ସହଜ, କାରଣ ଦେଶରେ ମୃତ୍ୟୁହାର ୨% ରୁ ସାମାନ୍ଯ ଅଧିକ ରହିଛି। ହେଲେ ଭୋକ, ବେକାରି ଓ ଅର୍ଥନୈତିକ ଦୁଃସ୍ଥିତି ରୁ ବଞ୍ଚିବା ସହଜ ନୁହେଁ। ଆଗକୁ ଲକ୍ଷ ଲକ୍ଷ ଲୋକଙ୍କ ଚାକିରୀ ଚାଲିଯିବା ଓ ବ୍ୟବସାୟ ଉଜୁଡି ଯିବାର ସଙ୍କଟ ବିଷୟରେ ରାଜ୍ୟ ସରକାରଙ୍କର ବିଶେଷ କିଛି ଯୋଜନା ଥିଲା ଭଳି ଦେଖା ଯାଉନାହିଁ। ବର୍ଷ ବର୍ଷ ଧରି ଅଳ୍ପ ଦରମାରେ  ଅଧିକ କାମ କରୁଥିବା ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ଜୀବିକାରୁ ବଞ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ସବୁ ସ୍ତରରେ କଡା ବିରୋଧ ହେବା ଉଚିତ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 543 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି 543 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 354 ଜଣ ଚିହ୍ନଟ ହୋଇଥିବାବେଳେ 189ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 14ହଜାର 280ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 929ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର255ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 74ଜଣ । ସେହିପରି 22ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ପଢନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।  ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୦୬ ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ କଟକରୁ ୭୧, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରୁ ୩୮, ଯାଜପୁରରୁ ୨୫, ନବରଙ୍ଗପୁରରୁ ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୨୨ ଜଣ, ଖୋର୍ଦ୍ଧାରୁ ୧୫, ବାଲେଶ୍ବରରୁ ୯, ବରଗଡ଼ରୁ ୬ ଜଣ, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ କଳାହାଣ୍ଡିରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର ଏବଂ କୋରାପୁଟରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ, କେନ୍ଦୁଝର, ବୌଦ୍ଧରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ଏବଂ ନୟାଗଡରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାରେ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସ୍ଥିିତି ସଂଗୀନ ହେବାରେ ଲାଗିଛି। ତେବେ ଏପର୍ଯ୍ଯନ୍ତ ରାଜ୍ୟରୁ ୮୭୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୨୮୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛିଡୁନି ମହାନଦୀ ଜଳ ବିବାଦ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କଲେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ : ଛିଡୁନି ମହାନଦୀ ଜଳ ବିବାଦ। ଆପୋସ ଆଲୋଚନାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କରିଛନ୍ତି ଟ୍ରିବ୍ୟୁନାଲ। ସବୁ ପକ୍ଷରୁ ଦାବି ଶୁଣିବା ପରେ 40ରୁ 45ଟି ଇସ୍ୟୁ ଫ୍ରେମ୍ କରାଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡଖଣ୍ଡ ଓ ମହାରାଷ୍ଚ୍ର ଏ ନେଇ ଟ୍ରିବ୍ୟୁନାଲରେ ଆଜି ନିଜ ନିଜର ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଆଉ କିଛି ଅତିରିକ୍ତ ଦସ୍ତାବିଜ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି।

ଛତିଶଗଡ଼ କେନ୍ଦ୍ରଠାରୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ ନୋଟିସ ଜାରି କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣୀ ବେଳେ ଯଦି କିଛି ଇସ୍ୟୁ ଆସିବ ତାହା ମଧ୍ୟ ଫ୍ରେମ୍ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଅଗଷ୍ଟ 8 ତାରିଖ ଧାର୍ଯ୍ୟ ହୋଇଛି।

Mahanadi Water Dispute: Odisha, Chhattisgarh To Conduct Second ...

ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ହୋଇଥିଲେ ବି କୌଣସି ପ୍ରକାର ସହମତି ହୋଇପାରି ନାହିଁ। ଗତ ଜାନୁଆରିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା। ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲ‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନ ବାଟ ବାହାର କରିବା ଲାଗି ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇପାରିବେ ବୋଲି ଟ୍ରିବ୍ୟୁନାଲ ମତ ଦେଇଥିଲେ।

ଇତିମଧ୍ୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି), କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ (ସିଜିଡବ୍ଲ୍ୟୁବି) ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ଠାରୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଟ୍ରିବୁନାଲରେ ଆବେଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା ୧୨ଟି ଶୁଣାଣି କରିସାରିଛନ୍ତି। ହେଲେ ଟ୍ରିବ୍ୟୁନାଲଙ୍କ ଦ୍ବାରା କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ। ଗତବର୍ଷ ମାର୍ଚ୍ଚରୁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଛନ୍ତି। ଆପୋସ ବୁଝାମଣା ଦ୍ବାରା ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେବା ପରେ ଦୁଇ ରାଜ୍ୟ ବିଚାର ବିମର୍ଶ ଓ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 456 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 9,526କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି 456 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 309ଜଣ ଚିହ୍ନଟ ହୋଇଥିବାବେଳେ 147ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 9,526କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3254 ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6224 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 36ଜଣ । ସେହିପରି 10 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ପଙ୍ଗପାଳ ମୁକାବିଲା ପାଇଁ  କୃଷି ବିଭାଗ ଜାରି କଲା ଏସ୍‌ଓପି

ଭୁବନେଶ୍ବର : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ପଙ୍ଗପାଳ ମୁକାବିଲା ନେଇ କୃଷି ବିଭାଗ ଏସ୍‌ଓପି ଜାରି କରିଛି । ଜିଲ୍ଲା ଓ ବ୍ଲକର କୃଷି ଅଧିକାରୀ ମନିଟରିଂ କରିବା ପାଇଁ କୁହାଯାଇଛି। ଏହା ସହ ସର୍ଭେ କରିବେ କେଉଁ ଏରିଆ ରେ ପଙ୍ଗପାଳ ଆସିଲେ । ଏହା ସହ ପଙ୍ଗପାଳ କଣ୍ଟ୍ରୋଲ କରିବା ନେଇ ଟ୍ରେନିଂ ଦିଆଯାଇଛି ।

ପଙ୍ଗପାଳ ନିୟନ୍ତ୍ରଣ ନେଇ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଛି । ତିରିଶିଟି ଜିଲ୍ଲାରେ ନୋଡାଲ୍‌ ଅଫିସର୍‌ମାନେ ଏନେଇ  ଏହାସହ ଜିଲ୍ଲା ସ୍ତରୀୟ ଏକ ମନିଟରିଂ କମିଟି ଗଠନ କରାଯାଇଛି । ଏଥିପାଇଁ ପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରିରହିଛି । ମୌସୁମୀ ଏବଂ ପବନର ଦିଗ ଉପରେ ନିର୍ଭର କରୁଛି ଯେ ପଙ୍ଗପାଳ ଓଡିଶା ଆଡେ ଆସିବ କି ନାହିଁ । ତଥାପି ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି କୃଷି ନିର୍ଦ୍ଦେଶକ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ ଛୁଇଁଲେ ପଙ୍ଗପାଳ

ଛତିଶଗଡ : ପଡୋଶୀ ଛତିଶଗଡ ରାଜ୍ୟରେ ପ୍ରବେଶ କଲେ ପଙ୍ଗପାଳ ପଲ। ଛତିଶଗଡ କୋରିଆ ଜିଲ୍ଲାର ଭରତପରୁ ଜଙ୍ଗଲରେ ପଙ୍ଗପାଳ ପହଞ୍ଚିଥିବାର ସୂଚନା ରହିଛି। ମଧ୍ୟପ୍ରଦେଶରୁ ଆସି କୋରିଆଁ ଜିଲ୍ଲାରେ ପହଞ୍ଚିଛନ୍ତି ପଙ୍ଗପାଳ।  ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଛନ୍‌କା ପଶିଛି। ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ଗାଁ ଲୋକ ମାନେ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି। ବାଣଫୁଟାଇ, ଟିଣ ବାଡେଇ ପଙ୍ଗପାଳଙ୍କୁ ଘଉଡାଉଥିବା ସୂଚନା ରହିଛି। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ କୀଟନାଶକ ସ୍ପ୍ରେ କରୁଥିବାର ସୂଚନା ରହିଛି। ଛତିଶଗଡକୁ ଆସିଥିବା ପଙ୍ଗପାଳ ଦଳ ପ୍ରାୟ ତିନି କିମି ପର୍ଯ୍ୟନ୍ତ ଲମ୍ବିଛି । ଏହି ତିନି କିମି ଲମ୍ବିଥିବା ଦଳରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି ବୋଲି ସୂଚନା ରହିଛି। ସେହିପରି ଛତିଶଗଡରେ ପଙ୍ଗପାଳ ଆସିବା ପରେ ଓଡ଼ିଶାକୁ ମଧ୍ୟ ପଙ୍ଗପାଳ ଭୟ ବଢିଛି। ଚାଷୀଙ୍କ ପାଇଁ ରାଜ୍ୟ କୃଷି ବିଭାଗ ଗାଇଡଲାଇନ୍ସ ଜାରି କରିଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆମ୍ପାନ୍‌ ଅପଡେଟ୍‌ : ଦୁର୍ବଳ ହୋଇଚାଲିଛି ବାତ୍ୟା ଆମ୍ଫାନ୍‌

ଭୁବନେଶ୍ବର : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିବା ବାତ୍ୟା ଆମ୍ଫାନ୍‌ ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏବେ ଏହା ପଶ୍ଚିମବଙ୍ଗ ଅତିକ୍ରମ କରି ବାଂଲାଦେଶ ମୁହାଁ ହୋଇଛି । ସୁପର ସାଇକ୍ଲୋନିକ୍‌ ଷ୍ଟର୍ମରୁ ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଇଛି ଆମ୍ଫାନ୍‌ । ପଶ୍ଚିମବଙ୍ଗ ଉପକୂଳ ପାଇଁ ସାଇକ୍ଲୋନିଂ ଓ୍ବାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଆଡକୁ ଗତିଶୀଳ କରୁଛି । ଗତ 6 ଘଣ୍ଟା ଧରି ଘଣ୍ଟାକୁ 30 କିମି ବେଗରେ ଗତି କରୁଛି ଆମ୍ଫାନ୍‌ । ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର 210 କିମି ଦୂରରେ ରହିଛି ଆମ୍ପନ୍‌ । ସେହିପରି ପଶ୍ଚିମବଙ୍ଗ ଦୀଘାଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ 340 କିମି ଦୂରରେ ରହିଛି ଆମ୍ଫାନ୍‌ । ସେହିପରି ସାଗର ଦ୍ବୀପଠୁ 300 କିମି ଦୂରରେ ଓ ବାଂଲାଦେଶର ଖେପୁପରାଠୁ 260 କିମି ଦୂରରେ ରହିଛି । ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେବ । ଆଗାମୀ ତିନି ଘଣ୍ଟା ପରେ ଡିପ୍‌ ଡିପ୍ରେସନ୍‌ । 6ଘଣ୍ଟା ପରେ ଡିପ୍ରେସନ୍‌ରେ ପରିଣତ ହେବ ।

ତେବେ ଆମ୍ପାନ୍‌ ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଂଶରେ ନିଜର କାୟା ଦେଖାଇଛି । ଏଠାରେ ପ୍ରବଳ ପବନ ସହିତ ମୂଷଳଧାରରେ ବର୍ଷା ମଧ୍ୟହୋଇଛି । ଦୁଇ ରାଜ୍ୟର କିଛି ଅଂଶରେ ଗଛ ଭାଙ୍ଗି ପଡିଛି । ବାତ୍ୟା ଆମ୍ପାନ୍‌ ସୁନ୍ଦରବନରେ ଲ୍ୟାଣ୍ଡ ହେବା ପରେ ବାତ୍ୟାର ଖଣ୍ଡପ୍ରଳୟ ଦେଖିବାକୁ ମିଳିଛି । ଭୀଷଣ ପବନ ସହ ଗଛ ଓ ଘର ଦ୍ବାର ଭାଙ୍ଗିଛି ।  ପଶ୍ଚିମବଙ୍ଗର ମେଦିନିପୁର,  ଉତ୍ତର 24 ପ୍ରାଗଣା, ଦକ୍ଷିଣ 24 ପ୍ରାଗଣା ଆଦି ଅଞ୍ଚଳରେ ବିଶେଷ ଭାବରେ କ୍ଷୟକ୍ଷତି ହୋଇଛି ।ପୂର୍ବରୁ  ପଶ୍ଚିମବଙ୍ଗରେ ଏପରି ବାତ୍ୟା 1737 ମସିହାରେ ଆସିଥିଲା ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମ୍ୟାପ ଅନୁସାରେ ସୂଚନା ମିଳିଛି। ଏବେ ଭଦ୍ରକରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା 11କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 82ରେ ପହଞ୍ଚିଛି। ଏବେ ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ 51 ରହିଥିବାବେଳେ ଆରୋଗ୍ୟ ହୋଇଛନ୍ତି 30 ଜଣ। ଓଡ଼ିଶାରେ ମାତ୍ର ଜଣକର କରୋନା ଜନିତ ମୃତ୍ୟୁ ହୋଇଛି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟ୍‌ରୁ ପ୍ରକାଶ। ତେବେ  ଗତକାଲି ଓଡ଼ିଶାରେ 44 ନମ୍ବର କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି। ତାଙ୍କର କରୋନାରେ ମୃତ୍ୟୁ ହୋଇନଥିବାର ସ୍ପଷ୍ଟ ହୋଇଛି।

Categories
ବିଶେଷ ଖବର

ତେଇଶ ବର୍ଷରେ ବିଜୁ ଜନତା ଦଳ, ନିରଙ୍କୁଶ କ୍ଷମତା ଓ ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ କେନ୍ଦ୍ର ପାଖରେ ଏ ଆତ୍ମ ସମର୍ପଣ କାହିଁକି?

କେଦାର ମିଶ୍ର

ବିଜୁ ଜନତା ଦଳ ଗଠନର ବାଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହିଆସିଛି। ବିରୋଧୀ ରାଜନୀତି ସହିତ ବିଜେଡ଼ିର ସମ୍ପର୍କ ପ୍ରାୟତଃ ନାହିଁ। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ। ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେକୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି ରହିଛି। ଅନେକ ଲୋକାଭିମୁଖୀ ଯୋଜନା ରାଜ୍ୟରେ କାର୍ୟକାରୀ ହୋଇଛି। ଏକ ରାଜନୈତିକ ଦଳ ପାଇଁ ଏହା ନିଶ୍ଚିତ ଭାବରେ ସଫଳତାର କଥା। କିନ୍ତୁ ବିଜେଡି ଗଠନର ୨୨ ବର୍ଷ ପରେ ଓ ବିଶେଷ କରି ଓଡିଶାର ନିରଙ୍କୁଶ କ୍ଷମତା ୨୦ ବର୍ଷ ଧରି ଭୋଗି ସାରିଲା ପରେ, ଆଜି ବିଜେଡି କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ।

ରାଜ୍ୟର ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ବିଜେଡି ନେତୃତ୍ବକୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ। ଶିକ୍ଷା ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାର ଏକ ଆଦର୍ଶ ବ୍ୟବସ୍ଥା  ଦେଶ ଆଗରେ ଥୋଇଛନ୍ତି। ଓଡିଶାରେ ସେମିତି ଶିକ୍ଷା ଓ ସ୍ଵାସ୍ଥ୍ୟର ଭିତ୍ତିଭୂମି ନିର୍ମାଣ କରାଯାଇପାରିବ ନାହିଁ କାହିଁକି? ଯଦିଓ ଦିଲ୍ଲୀ ତୁଳନାରେ ଓଡିଶାର ଭୌଗୋଳିକ ଇଲାକା ବିସ୍ତୃତ ଓ ଏହାର ଜନସଂଖ୍ୟା ର ବିବିଧତା ରହିଛି, ତଥାପି ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଓଡିଶା ସରକାର ଯାହା କରିଛନ୍ତି, ତାହା ରାଜ୍ୟର ଆବଶ୍ୟକତା ତୁଳନାରେ ଯଥେଷ୍ଟ ନୁହେଁ।

ସରକାରୀ ଯୋଜନା ଅପେକ୍ଷା ଓଡିଶାର ରାଜନୀତିରେ ବିଜଡି କୌଣସି ମୌଳିକ ପାର୍ଥକ୍ୟ ଆଣି ପାରିଛି କି?  ଆଜି ବିଜେଡି ପ୍ରତିଷ୍ଠା ଦିବସରେ ଏ ପ୍ରଶ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ।ଗତ ଦୁଇ ଦଶନ୍ଧି ଧରି ଓଡିଶାର ରାଜନୀତି ବିଜେଡି କୈନ୍ଦ୍ରିକ ରହିଆସିଛି ଓ ବିରୋଧୀ ଭୂମିକା ତୁଲାଉଥିବା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି, ବିଜେଡ଼ିର ଦୂର୍ଗଭେଦ କରିବାରେ ସଫଳ ହୋଇନାହାନ୍ତି। ଆଞ୍ଚଳିକ ଅସ୍ମିତା ଓ ଓଡିଆ ଜାତୀୟତାକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରୁଥିଲେ ମଧ୍ୟ ଦଳ ଭିତରେ ଏହାକୁ ନେଇ ଏବେବି ଅସ୍ପଷ୍ଟତା ରହିଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ଵ ଦେଉଥିଲା। କିନ୍ତୁ ବିଜେଡି ଭିତରେ ଓ ବିଜେଡି ସରକାରରେ ମହିଳାଙ୍କ ଅଂଶୀଦାରିତା ଉତ୍ସାହଜନକ ନୁହେଁ। ଦଳରେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ସଙ୍ଖ୍ୟାଲଘୁଙ୍କ ସଂପୃକ୍ତି ବିଷୟ କୁହାଯାଉଥିଲେ ମଧ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସେମାନଙ୍କର ଭୂମିକା ଆଜି ମଧ୍ୟ ସୀମିତ। ତେବେ ମହିଳା ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଇ ବିଜେଡି ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ପରେ କିନ୍ତୁ ମହିଳା ଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ବିଜେଡି ନୀରବ ରହିଛି।

ରାଜନୈତିକ ସ୍ତରରେ ବିଜେଡ଼ି ନିଜର ଦ୍ଵିତୀୟ ଧାଡିର ନେତୃତ୍ୱ ଉପରେ ଅଧିକ ଆସ୍ଥାବାନ ହେବାର ସମ୍ଭାବନା ଆଉ ନାହିଁ। ଏବେ ବିଜେଡ଼ି ଭିତରେ ତୃତୀୟ ପ୍ରଜନ୍ମର ନେତୃତ୍ୱ କୁ ଅଧିକ ଗୁରୁତ୍ଵ ଦେବାର ସମୟ ଆସିଛି। ସଫଳତାର ରାସ୍ତା ଯେତେ ଲମ୍ବା ହୁଏ ଅହଙ୍କାରର ସମ୍ଭାବନା ମଧ୍ୟ ସେତେ ଦୀର୍ଘ ହୋଇଯାଏ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପର୍ୟନ୍ତ ମୁହାଁମୁହିଁ ରାଜନୀତିକୁ ପସନ୍ଦ କରୁନାହାନ୍ତି। ବିରୋଧୀଙ୍କ ଆକ୍ରମଣକୁ ସ୍ଥିର ଓ ଶାନ୍ତ ଭାବରେ ସାମ୍ନା କରିବାର କୌଶଳ ଯଦିଓ ନବୀନଙ୍କ ପାଖରେ ରହିଛି, ଏହାର ପ୍ରତିଫଳନ ଦଳର ତଳ ସ୍ତରରେ ଦେଖା ଯାଉନାହିଁ।

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ଦ୍ଵିତୀୟ ଥର ଲାଗି ଜାତୀୟ ରାଜନୀତିରେ ଚାଲିଥିବା ମୋଦୀ ହାୱାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା। ହେଲେ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ବିଜେପି ସହିତ ବିଜେଡ଼ିର ନିବିଡତା ଅନେକଙ୍କୁ ଅଡୁଆରେ ପକାଇଛି। ରାଜ୍ୟର ସ୍ଵାର୍ଥ ଲାଗି ଏହା କରାଯାଉଛି ବୋଲି ବିଜେଡି ଯେତେ କହିଲେ ମଧ୍ୟ ବିଜେପିର ବିଭାଜନକାରୀ ଏଜେଣ୍ଡା ପ୍ରତି ଏହାର ନିଃସର୍ତ୍ତ ସମର୍ଥନ ଦଳର ସ୍ଵାଧୀନ ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଛି।ବିଜେଡି ବିଜେପି ପାଖରେ ଆତ୍ମା ସମର୍ପଣ କରିଛି ବୋଲି ଏକ ବାର୍ତ୍ତା ଏବେ ଲୋକଙ୍କ ପାଖକୁ ଯାଇଛି।

୨୨ ବର୍ଷର ରାଜନୀତିରେ ବିଜେଡି ଓଡିଶା ଲୋକଙ୍କଠାରୁ ଯେତିକି ସମର୍ଥନ ପାଇଛି ତାକୁ ଶ୍ରଦ୍ଧାର ସହ ରଖିପାରିଲେ ବିଜେଡି ଆଗକୁ ମଧ୍ୟ ସଫଳ ହେବ। ହେଲେ ଏହି ସମର୍ଥନ କୁ ଯଦି ଆତ୍ମ ସମର୍ପଣ ଓ ଆତ୍ମ ଲାଭର ମାଧ୍ୟମ ଭାବେ ବ୍ୟବହାର କରାଯାଏ, ତାହେଲେ କ୍ଷମତା ହାସଲର ରାଜନୀତିରେ ଯେତେ ସଫଳ ହେଲେ ମଧ୍ୟ ଇତିହାସରେ ବିଜେଡି ଏକ ସାମ୍ପ୍ରଦାୟିକ ଦଳର ଛାଇ ହୋଇ ରହିଯିବ।

Categories
ଆଜିର ଖବର

ଆସନ୍ତା 27 ତାରିଖରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 24/12: ଆସନ୍ତା 27 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ସେଦିନ ସେ ବଲାଙ୍ଗୀରରେ ଆୟୋଜିତ ଦୁଇଟି କାଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଶୁକ୍ରବାର ସକାଳ 9ଟା 20 ମିନିଟରେ ଉପରାଷ୍ଟ୍ରପତି ବଲାଙ୍ଗିରର ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ଏହାପରେ ସେ ରାଜେନ୍ଦ୍ର ସ୍ବଂୟଚାଳିତ କଲେଜର ପ୍ଲାଣ୍ଟିନିୟମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗ ଦେବେ। ଦିନ 10ଟା 35 ମିନଟରେ ଉପରାଷ୍ଟ୍ରପତି ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଏକ ସଭାରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେବେ। ତାଙ୍କ ଗସ୍ତକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।