Categories
ବିଶେଷ ଖବର ରାଜ୍ୟ ଖବର

କଟକରେ ଭୁଷୁଡିଲା ପୋଲ, ଦୁଇ ମୃତ, ମୁଖ୍ୟମନ୍ତ୍ରୀଙ୍କ ଆରଡିସି ତଦନ୍ତ ନିର୍ଦ୍ଦେଶ

କଟକ: ଆଜି ସଂଧ୍ୟାରେ କଟକ ଛତ୍ରବଜାରସ୍ଥିତ ପୋଲ ଭୁଷୁଡି ପଡିଛି। ସେଠାରେ ଥିବା ମାଟି ଅତଡା ଖସିପଡିବାରୁ ତା ତଳେ ଦୁଇଜଣ ଶ୍ରମିକ ପୋତି ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେମାନଙ୍କୁ ମୃତ୍ୟ ଘୋଷଣା କରାଯାଇଛି। ଆଉ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ଏହି ଖବର ପ୍ରଚାର ହେବା ପରେ ଓଡ୍ରାଫ ଟିମ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସେଠାରେ ଜିଲ୍ଲାପାଳ ଏବଂ ସିଏମସି କମିଶନର ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ହେଲେ କେଉଁ ପରିସ୍ଥିତିରେ ଏହି ପୋଲ ଭୁଷୁଡିଲା ତାହା ଜଣାପଡି ନାହିଁ।

ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ 3 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଗୁରୁତର ହୋଇପଡିଥିବା ବ୍ୟକ୍ତିଙ୍କ ଭଲ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ଦୁର୍ଘଟଣା ନେଇ ଆରଡିସି ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।