Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରୁ ଆଶ୍ଵସ୍ତି, ଗତ ୨୪ ଘଣ୍ଟାରେ ୫ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣକୁ ନେଇ ଆଶ୍ବସ୍ତିକର ଖବର ଅଛି। ଦେଶରେ କୋଭିଡ ଗ୍ରାଫ କ୍ରମାଗତ ଭାବେ ତଳକୁ ଆସୁଛି। ଗତ ୨୪ ଘଣ୍ଟା ବିଷୟରେ କହିବାକୁ ଗଲେ, ୫ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ୪ ହଜାର ୪୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ ମୋଟ ମାମଲା ବର୍ତ୍ତମାନ ୪ କୋଟି ୪୪ ଲକ୍ଷ ୬୬ ହଜାର ୮୬୨ କୁ ବୃଦ୍ଧି ପାଇଛି।

ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୨ ହଜାର ୩୩୬ କୁ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା କାରଣରୁ ୨୩ ଜଣଙ୍କର ମୃତ୍ୟୁ ଘଟିଛି। କୋଭିଡ ମହାମାରୀରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୫ ଲକ୍ଷ ୨୮ ହଜାର ୩୦ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୬ ହଜାର ୩୨ ଲୋକ ମଧ୍ୟ କରୋନା ବିରୋଧ ଯୁଦ୍ଧରେ ଜିତିଛନ୍ତି। ଏହା ସହିତ ସଂକ୍ରମଣରୁ ମୁକ୍ତି ପାଇଥିବା ମୋଟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୪ କୋଟି ୩୮ ଲକ୍ଷ ୮୬ ହଜାର ୪୯୬ କୁ ବୃଦ୍ଧି ପାଇଛି।