Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ଥିବା କୁମାରଖୁଣ୍ଟିଠାରେ ହସ୍ତୀ ଥଇଥାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପିତ

ଭୁବନେଶ୍ବର, ଆଜି ଚନ୍ଦକା-ଡମ ପଡ଼ା ବନ୍ୟ ପ୍ରାଣୀ ଅଭୟାରଣ୍ୟ ମଧ୍ୟରେ କୁମାରଖୁଣ୍ଟିଠାରେ ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ହସ୍ତୀ ଥଇଥାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରଟି ପ୍ରାୟ ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ମଂଜୁରୀ ମିଳି ସାରିଛି। ପ୍ରାୟ ତିନି ମାସ ମଧ୍ୟରେ ଏହାର କାର୍ଯ୍ୟ ସମାପ୍ତ ହେବ।

ଆବଶ୍ୟକ ସ୍ଥଳେ ଏହିଭଳି ୪ଟି ଅସ୍ଥାୟୀ ହାତୀ ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଉଦ୍ଧାର କରାଯାଇଥିବା ହାତୀମାନଙ୍କୁ ମଧ୍ୟ ଏଠାରେ ଆଶ୍ରୟ ଦିଆଯାଇ ସେବା ପ୍ରଦାନ କରାଯିବ। ପୃଥକ ହୋଇ ଯାଇଥିବା ହାତୀ ଶାବକମାନଙ୍କୁ ମଧ୍ୟ ଏଠାରେ ରଖାଯିବ।

ଅଭିଜ୍ଞ ମାହୁନ୍ତମାନେ ସେମାନଙ୍କ ପାଇଁ ନିୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଛି। ହାତୀ ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ଅବସରପ୍ରାପ୍ତ ଡାକ୍ତରଙ୍କୁ ନିୟୋଜିତ କରାଯାଇ ହାତୀ ଚିକିତ୍ସାକୁ ସୁବନ୍ଦୋବସ୍ତ କରାଯିବ। ମାହୁନ୍ତମାନଙ୍କ ରହିବା ପାଇଁ ବ୍ୟବସ୍ଥା, ପ୍ରୟୋଗଶାଳା, ରନ୍ଧନଶାଳା ଆଦିର ମଧ୍ୟ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।