Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ପୁଲିସର ସ୍ଵତନ୍ତ୍ର ଅଭିଯାନ: ୧୭ ବନ୍ଧୁକ ସହ ୧୮ ପେଷାଦାର ଅପରାଧୀଙ୍କୁ କଲା ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅପରାଧ ଦମନ କରିବାକୁ ଗଞ୍ଜାମ ପୁଲିସ ସ୍ଵତନ୍ତ୍ର ଅଭିଯାନ ଚଳାଇଛି। ଦୁଇ ସପ୍ତାହଧରି ଚାଲିଥିବା ସ୍ଵତନ୍ତ୍ର ଅଭିଯାନରେ ଜବତ ହୋଇଛି ୧୭ ବନ୍ଧୁକ, ୬୬ ଟି ଅଫୁଟା ଗୁଳି, ୧୬ ଟି ମୋବାଇଲ ଫୋନ ଓ ୧୮ ଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛନ୍ତି ଗଞ୍ଜାମ ପୋଲିସ।

ଏହି ଭଳି କାର୍ଯ୍ୟକ୍ରମ ଆହୁରି ବଢିବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତିଶ ଶେଖର। ଛତ୍ରପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏହି ସାମ୍ବାଦିକ ସମ୍ମୀଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ପୁଲିସ: ଥାନା ଅଧିକାରୀଙ୍କ ଅଦଳ ବଦଳ 

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁଲିସ ବିଭାଗରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୭ ଟି ଥାନାରେ ନୂତନ ଥାନା ଅଧିକାରୀ ଆସିବେ। ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ଙ୍କୁ ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ କୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ ରେ ଥିବା ରମେଶ କୁମାର ପ୍ରଧାନ ଦାୟିତ୍ୱ ନେବେ।

ସେହିପରି ଗାଙ୍ଗପୁର ଥାନା ଅଧିକାରୀ ରାଜେଶ କୁମାର ସାହୁ ଙ୍କୁ ପୁରୁଷୋତ୍ତମପୁର ଥାନା କୁ ବଦଳି,ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ ରେ ଥିବା ସନ୍ତୋଷ କୁମାର ବେହେରା ଙ୍କୁ ବଡ଼ଗଡ଼ ବଦଳି, ବଡ଼ଗଡ଼ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂହଙ୍କୁ ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ, କବିସୂର୍ଯ୍ୟନଗର ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କୁ ସୋରଡ଼ା, ସୋରଡ଼ା ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କୁ ବେଗୁନିଆପଡା, ବୁଗୁଡ଼ା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ କବିସୂର୍ଯ୍ୟନଗର, ବେଗୁନିଆପଡା ଥାନା ଅଧିକାରୀ ସମୀର କୁମାର ରାଉତଙ୍କୁ ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟ, ଗଞ୍ଜାମ ଆରକ୍ଷୀ ମୁଖ୍ୟାଳୟର ସୀତାଂଶୁ ଶେଖର ମାନ୍ଧାତାଙ୍କୁ ବୁଗୁଡ଼ା ଥାନା ଅଧିକାରୀ ଭାବେ ବଦଳି ହୋଇଛି।

ସମସ୍ତ ଅଧିକାରୀ ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।