ୱାସିଂଟନ, ପ୍ରଥମ ଥର ପାଇଁ ବିଶ୍ବ ସ୍ବାସ୍ଥ୍ୟ ଜଗତରେ ଏକ ନୂଆ ଘଟଣା ପରିଲକ୍ଷିତ ହୋଇଛି। ତାହା ହେଲା ଯେ, ଏକ ଗରିଲା କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କାଲିଫର୍ଣ୍ଣିଆସ୍ଥିତ ସାନ ଡିଗୋ ଚିଡିଆଖାନାର ତିନିଟା ଗରିଲାକୁ କରୋନା ପଜେଟିଭ ଆସିଛି। ଚିଡିଆଖାନ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ସେଠାରେ ଥିବା ଗରିଲାମାନେ ବାରମ୍ବାର ଛିଙ୍କିବାକୁ ଲାଗିଲେ। ଏପରି ଛିଙ୍କ ପୂର୍ବରୁ ପରିଲକ୍ଷିତ ହୋଇ ନ ଥିଲା। ସନ୍ଦେହ ହେବାରୁ ସେମାନଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରୁ ତିନିଟା ଗରିଲାକୁ କରୋନା ହୋଇଥିବାର ଜଣାପଡିଛି।
ଏହି ଘଟଣା ପଦାକୁ ଆସିବା ପରେ ଚିଡିଆଖାନା କର୍ତ୍ତୁପକ୍ଷ ସଜାଗ ହୋଇପଡିଛନ୍ତି। ଗରିଲା ସଫାରୀକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଗରିଲାମାନଙ୍କୁ ପୃଥକ ବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ସେମାନଙ୍କ ରକ୍ଷାଣବକ୍ଷଣ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କର ମଧ୍ୟ ସନ୍ଦେହରେ ନମୂନା ପରୀକ୍ଷା ପାଇଁ ପଠାଯାଇଛି।