Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୂର୍ବ ଶତୃତାକୁ କେନ୍ଦ୍ରକରି ସରପଞ୍ଚ ସ୍ଵାମୀଙ୍କ ଦୁଇ ହାତ ହାଣିଦେଲେ ଦୁର୍ବୁତ

ନୂଆଦିଲ୍ଲୀ: ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ସରପଞ୍ଚଙ୍କ ସ୍ବାମୀ ଦୁଇ ହାତ କାଟି ଦେଇଛନ୍ତି। ଏହାପରେ ଗୁରୁତର ଅବସ୍ଥାରେ ଯୁବକଜଣଙ୍କ ଥାନାରେ ପହଞ୍ଚି କାନ୍ଦି କାନ୍ଦି ପୋଲିସକୁ ଘଟଣା ବିଷୟରେ ଜଣାଇଛନ୍ତି। ମଧ୍ୟପ୍ରଦେଶର ହୋଶଙ୍ଗାବାଦରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ହୋଶଙ୍ଗାବାଦ ବାବାଇର ଚୋରାହେଟ ଗାଁରେ ଶୁକ୍ରବାର ଦିନ ଜଣେ ଯୁବକ ଜମିରୁ ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଅଟକାଇ ସରପଞ୍ଚଙ୍କ ସ୍ଵାମୀ ନୃଶଂସ ଭାବେ ଯୁବକଙ୍କ ଦୁଇ ହାତ କାଟିଦେଲ। ଫଳରେ ପୀଡିତ ଯୁବକଜଣଙ୍କ ଗୁରୁତର ଅବସ୍ଥାରେ ଲହୁ ଲୁହାଣ ହୋଇ ଥାନାରେ ପହଞ୍ଚିଥିଲେ। ସେଠାରେ ସେ ଏହି ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ପୀଡିତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ହୋଶଙ୍ଗାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇଛି।

ତେବେ ପୂର୍ବ ଶତୃତା କାରଣରୁ ଅଭିଯୁକ୍ତ ଏଭଳି ନୃଶଂସ ଘଟଣା ଘଟାଇଥିବା ପୋଲିସ କହିଛି। ପୋଲିସ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୮ ଜଣ ଲୋକଙ୍କ ନାମରେ ମାମଲା ରୂଜ୍ଜୁ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଅଭିଯାନ ଜାରି ରଖିଛି।