Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବାହାରକୁ ଚାଲଣ ବେଳେ ଏକ ଗୋରୁ ବୋଝେଇ ଗାଡିକୁ ଜବତ କଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ଗୋରୁ ବୋଝେଇ ଆଇଚର ଗାଡିକୁ ଜବତ କରିଛି। ଜାମୁସାହି ରୁ ହାଇଦ୍ରାବାଦ ବେଆଇନ ଭାବେ ଚାଲାଣ ହେଉଥିଲେ 70 ଗୋଟି ଗୋରୁ।

ଜବତ ଗୋରୁଙ୍କୁ ଏମ୍ସ ସ୍ଥିତ ସିଜୁଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଉକ୍ତ ଘଟଣାରେ ବେଗୁନିଆ ଥାନା ଅଞ୍ଚଳର ଦୁଇ ଜଣ ଏବଂ ରାଜ୍ୟ ବାହାର ଜଣେ, ସମୁଦାୟ ୩ ଅଭିଯୁକ୍ତ ଗିରଫ ହୋଇଥିବା ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋରୁ ବୋଝେଇ ଗାଡ଼ିକୁ ଜବତ କଲା ଟାଙ୍ଗୀ ପୋଲିସ, ଛଅ ଜୀବନ୍ତ ଗାଈ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ କରିଛି ପୋଲିସ। ସୂଚନା ମୁତାବକ ପାଟ୍ରୋଲିଂ ସମୟରେ ଭୂଷଣ୍ଡପୁର ଅଞ୍ଚଳ ଆଡକୁ ଦୃତ ଗତିରେ ଏକ ଗୋରୁ ବୋଝଇ ପିକ ଅପ ଭ୍ୟାନଟି ଯାଉଥିବାର ଟାଙ୍ଗୀ ପୋଲିସ ଦେଖିବାକୁ ପାଇଥିଲା। ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପାଟ୍ରୋଲିଂ ଗାଡ଼ିଟି ଉକ୍ତ ସନ୍ଦିଗ୍ଧ ଗାଡିର ପିଛା କରିଥିଲା। କିଛି ବାଟ ଅତିକ୍ରମ କଲା ପରେ ଗାଡ଼ି ଚାଳକ ଗାଡିକୁ ମଝି ରାସ୍ତାରେ ଛାଡି ଫେରାର ହୋଇଯାଇଥିଲା।

ପୋଲିସ ଗାଡିକୁ ଜବତ କରିବା ସହ ୬ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିଛି। ଏ ସଂକ୍ରାନ୍ତରେ ଟାଙ୍ଗୀ ଥାନା ପୋଲିସ କେସ ନମ୍ବର ୪୪୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଉଦ୍ଧାର ଗୋରୁଙ୍କୁ ସିଝୁଆ ସ୍ଥିତ ଗୋଶାଳାକୁ ଜିମା ଦେଇଥିବାର ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି।

ସୂଚନା ଥାଉ କି ରାକ୍ଷୀ ପୂର୍ଣ୍ଣିମା ଦିନ ଟାଙ୍ଗୀ ପୋଲିସ ୧୦୧ ଗୋରୁଙ୍କୁ ଉଦ୍ଧାର କରିଥିଲା।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀରୁ ଗୋରୁ ବୋଝେଇ ଗାଡିକୁ ଜବତ କଲା ପୋଲିସ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ଗାଡିକୁ ଜବତ କରିଛି ପୋଲିସ। ସୂଚନା ମୁତାବକ ଆଜି ଅପରାହ୍ନରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏଏସଆଇ ହାଡିବନ୍ଧୁ ନାୟକ ପାଟ୍ରୋଲିଂ କରୁଥିବା ବେଳେ ଚିଲିକା ବ୍ଲକରୁ ନାଚୁଣୀ ଆଡକୁ ଆସୁଥିବା ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ (ଓଡ଼ି-୦୨-ଏଭି-୧୧୪୦) ପୋଲିସକୁ ଦେଖି ବଡ଼ପଦର ଗ୍ରାମ ନିକଟରେ ଗାଡିକୁ ଛାଡି ଚାଳକ ଫେରାର ହୋଇଯାଇଥିଲା।

ପୋଲିସ ଉକ୍ତ ଗାଡିକୁ ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଏବଂ ସମସ୍ତ ଗୋରୁଙ୍କୁ ଜଟଣୀ ଗୋଶାଳାକୁ ହସ୍ତାନ୍ତର କରିଥିଲା। ବାଣପୁର ଥାନାରେ ଏନେଇ କେସ ନମ୍ବର ୨୪୭/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଥାନା ମହିଳା ଏସଆଇଙ୍କ ସାହାସିକତା: ଆକ୍ରମଣ ସତ୍ତ୍ୱେ ଗୋରୁ ବୋଝେଇ ଗାଡ଼ିକୁ କଲେ କାବୁ

ନୟାଗଡ଼/ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନାର ମହିଳା ଏସଆଇ ଅଞ୍ଜଳି ସା ଙ୍କ ସାହାସିକତାର ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି। ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଉକ୍ତ ମହିଳା ପୋଲିସ ଅଧିକାରୀ।

ସୂଚନା ମୁତାବକ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ଏବଂ ତାଙ୍କ ଭାଇ ଧୀରେନ୍ଦ୍ର ସାହୁ ଗତକଲୀ ରାତିରେ ଏକ ବୋଲେରୋ ପିକ ଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥୁବାର ସୂଚନା ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଦେଇଥିଲେ।

ସୂଚନା ପାଇବା ମାତ୍ରେ ଆଇଆଇସି ଙ୍କ ନିର୍ଦେଶକ୍ରମେ ଏସ ଆଇ ଅଞ୍ଜଳି ସା ଙ୍କ ନେତୃତ୍ୱରେ ଏଏସଆଇ ରମେଶ କୁମାର ବେହେରା ଏବଂ କନଷ୍ଟେବଳ ସରୋଜ ଛୁଆଳସିଂହ କୁ ନେଇ ଏକ ଟିମ ଗଠନ ହୋଇଥିଲା। ତେବେ ଚାନ୍ଦପୁର ମସାଣି ସାହିଠାରୁ ପୋଲିସ ଉକ୍ତ ଗାଡ଼ିକୁ ପିଛା କରିବା ଆରମ୍ଭ କରିଥିଲା। ପିଛା କରିବା ସମୟରେ ଗୋରୁ ମାଫିଆମାନେ ପୋଲିସ ଗାଡ଼ି ଉପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲେ। ତଥାପି ଏଥିରେ ଭୟଭୀତ ନହୋଇ ମହିଳା ଏସ ଆଇ ସେମାନଙ୍କ ପିଛା କରି ଖୋର୍ଦ୍ଧା ଯାଏଁ ପହଞ୍ଚିଥିଲେ।

ପରିଶେଷରେ ନିରୁପାୟ ହୋଇ ପୋଲିସ ଭୟରେ ଗୋରୁ ମାଫିଆମାନେ ଜଙ୍ଗଲ ମଧ୍ୟକୁ ଡେଇଁ ଫେରାର ହୋଇଯାଇଥିବା ବେଳେ ଗୋରୁ ବୋଝେଇ ଗାଡ଼ି ସେଠାରେ ଛାଡି ପଳାଇଥିଲେ। ପୋଲିସ ଗାଡ଼ିରୁ ୪ ଗୋଟି ଜୀବନ୍ତ ଗୋରୁ ଉଦ୍ଧାର କରିବା ସହ ବୋଲେରୋକୁ ଜବତ କରିଛି। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ୭୬/୨୧ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଜାରି ରଖିଛି।

ତେବେ ଆଇଆଇସି ଙ୍କ କହିବା ମୁତାବକ ଜବତ ବୋଲେରୋଟି ଦୀର୍ଘଦିନ ହେଲା ଟାଙ୍ଗୀ, ରଣପୁର ଏବଂ ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କରିବା ସହ ଆତଙ୍କ ମଚାଇଥିଲା ଏବଂ ଉକ୍ତ ବୋଲେରୋଟି ଏକ ଚୋରା ଗାଡ଼ି ଯାହା ଓଡଗାଁ ଅଞ୍ଚଳରୁ କିଛିଦିନ ତଳେ ଚୋରି ହୋଇଥିଲା। ସେହିପରି ଭାବେ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ ଚି଼ହ୍ନଟ ହୋଇଗଲେଣି ଏବଂ ଖୁବଶୀଘ୍ର ଧରାପଡ଼ିବେ ବୋଲି ସୂଚନା ଦେଇଛନ୍ତି ଆଇଆଇସି। ତେବେ ମହିଳା ଅଧିକାରୀଙ୍କ ଏପରି ସାହାସିକତା ପାଇଁ ଖୋଦ ଆଇଆଇସି ଏବଂ ଜନସାଧାରଣମାନେ ଅଞ୍ଜଳି ସା ଙ୍କୁ ପ୍ରଶଂସା କରିଛନ୍ତି।

ଅନୁରୂପ ଭାବେ ଲକଡ଼ାଉନ ନିୟମକୁ ବେଖାତିର କରି ଚାନ୍ଦପୁର ଅଞ୍ଚଳରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର ଚାଲୁରହିଥିବା ବେଳେ ଚାନ୍ଦପୁର ଆଇଆଇସି ଆଜି ଉକ୍ତ କୋଚିଙ୍ଗ ସେଣ୍ଟରରେ ଚଢ଼ାଉ କରି ଦୁଇ ଜଣ ଅଧ୍ୟାପକଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସେହିପରି ଭାବେ ଚାନ୍ଦପୁର ଅଞ୍ଚଳର ଏକ ବିଦେଶୀ ମଦ ଦୋକାନଠାରୁ ୫ ହଜାର ଜରିମାନା ଆଦାୟ କରିଛି ପୋଲିସ। ଆଜି ସଂଧ୍ୟା ସୁଧା କୋଭିଡ଼ ନିୟମ ଉଲଂଘନ ବାବଦକୁ ସମୁଦାୟ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସ।