Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଚାଣକ୍ୟ ନୀତି: ସୁଖ ଭୋଗ କରିବାକୁ ହେଲେ ପାଞ୍ଚୋଟି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

୪- ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

୫- ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଉଚିତ୍: ଜାଣନ୍ତୁ ଚାଣକ୍ୟ ନୀତି

ଚାଣକ୍ୟ ନୀତି: ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ।

କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସଂପତି ଏବଂ ପତ୍ନୀଙ୍କଠାରୁ ଦୂରେଇ ରହିବାର ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି।

ଅନେକ ଧନ ଏବଂ ପତ୍ନୀ ମୋହରେ ପଡି କିଛି କରନ୍ତି ନାହିଁ। ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ସଂଞ୍ଚୟ ମଧ୍ୟ ଏକ କାଠିକର ବ୍ୟାପାର। କାରଣ ଲକ୍ଷ୍ମୀ ଚଳଚଞ୍ଚଳା। ତାହା ଯେମିତି ଆସେ ସେମିତ ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ ଭାବେ ସଞ୍ଚୟ କରି ରଖି ପାରିଥାଏ। ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।

Categories
ଆଜିର ଖବର ଜୀବନ ଶୈଳୀ

କେବେ ବି ଏଭଳି ବ୍ୟକ୍ତିମାନଙ୍କୁ କରନ୍ତୁ ନାହିଁ ବିଶ୍ବାସ, ଜୀବନରେ ପସ୍ତାଇବେ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଜୀବନରେ କେବେ ବିପଦରେ ନ ପଡିବା ପାଇଁ ମାନନ୍ତୁ ଏହି ପାଞ୍ଚୋଟି ଉପାୟ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

୪- ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

୫- ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଜୀବନ ଶୈଳୀ

କିଛି ଗୁରୁତ୍ବପୂର୍ଣ୍ଣ କାମ କରୁଛନ୍ତି କି? ତେବେ କେମିତି କରିବେ ସେ ନେଇ ଚାଣକ୍ୟଙ୍କ କଥା ମାନନ୍ତୁ

ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ ହେବେ କି ନାହିଁ ତାହା କେହି କହିପାରିବେ ନାହିଁ। ସେଥିପାଇଁ ଚାଲାକ ବ୍ୟକ୍ତି କେବେ ବି ନିଜର କାମ ସଫଳ ବା ସଂପୂର୍ଣ୍ଣ ନ ହେବା ପୂର୍ବରୁ କାହାକୁ କହେ ନାହିଁ।

Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟ କହିଲେ, ବିଷଧର ସାପଠାରୁ ଆହୁରି ଭୟଙ୍କର ହେଉଛନ୍ତି ଦୁଷ୍ଟ ଲୋକ

ଭୁବନେଶ୍ବର: ଦୁଷ୍ଟ ଲୋକଙ୍କୁ ସବୁବେଳ ସାବଧାନ ରହିବ ବୋଲି ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିଷଧର ସାପଠାରୁ ଏହି ଦୁଷ୍ଟ ଲୋକ ବା ଦୁର୍ଜନ ଆହୁରି ଭୟଙ୍କର। କାରଣ ସାପ ଥରେ ଦଂଶନ କଲେ ଲୋକଟି ମରିଯାଏ। ହେଲେ ଦୁଷ୍ଟ ଲୋକ ଆପଣଙ୍କୁ ମାରିବ ନାହିଁ, ହେଲେ ବଞ୍ଚେଇ ବଞ୍ଚେଇ ମାରିବ ବୋଲି ଚାଣକ୍ୟ କହିଛନ୍ତି।

ଆପଣ ସାପକୁ ଦେଖିଲେ ଜାଣିପାରିବେ ଯେ, ଏହା ବିଷଧର। ହେଲେ ଦୁଷ୍ଟ ବା ଦୁର୍ଜନଙ୍କୁ ଆପଣ ସହଜରେ ଚିହ୍ନିପାରିବେ ନାହିଁ। ସେହିପରି ସର୍ପଘାତରୁ ହୁଏତ ଆପଣ ଔଷଧ ବ୍ୟବହାର କରି ରକ୍ଷା ପାଇପାରିବେ। ହେଲେ ଦୁର୍ଜନ ଲୋକଙ୍କ ଦଂଶନର କୌଣସି ଔଷଧ ନାହିଁ।

ଦୁର୍ଜନ ଆପଣଙ୍କୁ ପ୍ରତି ମୂହୁର୍ତ୍ତରେ ବିପଦରେ ପକାଇବାକୁ ଚେଷ୍ଠା କରିବ। ଆପଣଙ୍କର ମାନ ସମ୍ମାନ ସର୍ବ ସମ୍ମୁଖରେ ନଷ୍ଟ କରିଦେବ। ଆପଣଙ୍କୁ ସେ ଏପରି ଅବସ୍ଥା କରିବ ଯେ, ଆପଣ ଭାବିବେ ବଞ୍ଚି ମରିବା ସହିତ ସମାନ। ସେଥିପାଇଁ ଚାଣକ୍ୟ କହିଛନ୍ତି ଦୁର୍ଜନ ହେଉଛନ୍ତି ବିଷଧର ସାପଠାରୁ ଭୟଙ୍କର।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଏହି ଜିନିଷଗୁଡିକ କାହାକୁ କହିବା ଉଚିତ୍ ନୁହେଁ, ଲୁଚାଇବା ଭଲ

ଚାଣକ୍ୟ ନୀତି: ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯେପରିକି ଚାଣକ୍ୟ ନୀତି।

୧- ଔଷଧ କିମ୍ବା ଔଷଧ ବିଷୟରେ: ଚାଣକ୍ୟ ନୀତି ଅନୁଯାୟୀ, ସେମାନଙ୍କର ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ। ଆପଣ କେଉଁ ଅସୁସ୍ଥତା ଏବଂ କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ।ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

୨- ଘରର ତ୍ରୁଟି: ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ କାହା ଆଗରେ ପ୍ରକାଶ କରାଯିବା ଉଚିତ୍ ନୁହେଁ। ଆପଣ ଯେତେ ବିରକ୍ତ ହୁଅନ୍ତୁ ନା କାହିଁକି, ଆପଣ ନିଜ ଘରର ତ୍ରୁଟି କାହାକୁ କେବେ ବି ପ୍ରକାଶ କରିବା ଉଚିତ୍ ନୁହେଁ। ଶତ୍ରୁମାନେ ଅନ୍ୟର ଘରର ତ୍ରୁଟି ବିଷୟରେ ଜାଣିଲେ ଏହାର ଫାଇଦା ଉଠାଇ ପାରିନ୍ତି।

୩- ପରିବାରର ଖରାପ ଚିନ୍ତା: ପରିବାର ସଦସ୍ୟଙ୍କ ପ୍ରତି କଦାପି ମନ୍ଦ କାର୍ଯ୍ୟ ବା ଖରାପ ଚିନ୍ତା କରିବା ଉଚିତ୍ ନୁହେଁ। ଯଦି କୈଣସି ସଦସ୍ୟଙ୍କ ମଧ୍ୟରେ କୈଣସି ଅଭାବ ଥାଏ, ତେବେ ସେ ସଂପର୍କରେ ମଧ୍ୟ କାହାକୁ କହିବା ଉଚିତ୍ ନୁହେଁ।

Categories
ଆଜିର ଖବର ଜୀବନ ଶୈଳୀ

ଥାଇ ଯାହା, ନ ଥିଲେ ଆହୁରି ଭଲ ହୋଇ ଥାଆନ୍ତା, ଏହା ଉପରେ କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଚାଣକ୍ୟ ନୀତି: ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ।

ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ ଜୁଟିଲା ତେବେ ଭଲ ହୁଅନ୍ତା ଆପଣଙ୍କର ସ୍ତ୍ରୀ ନ ରହିବା।

Categories
ଆଜିର ଖବର ଜୀବନ ଶୈଳୀ

ଧନୀ ହେବାକୁ ଚାହୁଁଥିଲେ ମାନନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଦୁଇଟି କଥା

ଚାଣକ୍ୟ ନୀତି: ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି । ସୁଖମୟ ଜୀବନଯାପନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ହେଉଛି ଜଣେ ବ୍ୟକ୍ତିଙ୍କର ସର୍ବୋତ୍ତମ ବନ୍ଧୁ । ଆଜିର ସମୟରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜଣେ ସଫଳତା ହାସଲ କରିପାରିବ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଆମର କିଛି ଭୁଲ ହେତୁ, ସର୍ବଦା ଅର୍ଥର ଅଭାବ ରହିଥାଏ । ଆସନ୍ତୁ ଜାଣିବା ଯେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, କେଉଁ କାରଣରୁ ଟଙ୍କା ପାଖରେ ରହି ନ ଥାଏ।

ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନଙ୍କୁ ଦାରିଦ୍ରତା ଗୋଡାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନେ ସର୍ବଦା ଗରିବ ହୋଇଯାଆନ୍ତି। ଜଣେ ସର୍ବଦା ସମୟର ଭଲ ବ୍ୟବହାର କରିବା ଉଚିତ୍ । ଯେଉଁମାନେ ସମୟକୁ ସଠିକ୍ ଭାବରେ ବ୍ୟବହାର କରନ୍ତି ସେମାନେ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ଏହି ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ତତ୍ପର, ସେମାନେ ଚିନ୍ତା ନକରି କାର୍ଯ୍ୟ କରନ୍ତି ।

ପରିଷ୍କାର ପରିଚ୍ଛନ୍ନତା ନହେବା ହେତୁ ଟଙ୍କା ଏବଂ କ୍ଷତି ମଧ୍ୟ ହୋଇଥାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେଉଁମାନେ ସ୍ୱଚ୍ଛତାର ଯତ୍ନ ନିଅନ୍ତି ନାହିଁ, ସେମାନେ ଜୀବନରେ ସଫଳତା ହାସଲ କରନ୍ତି ନାହିଁ । ଏହିପରି ଲୋକମାନେ ମା ଲକ୍ଷ୍ମୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ନାହିଁ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହା ମଧ୍ୟ କୁହାଯାଏ ଯେ ଦେବୀ ଲକ୍ଷ୍ମୀ ବାସ କରନ୍ତି ଯେଉଁଠାରେ ପରିଷ୍କାର ପରିଚ୍ଛନ୍ନତା ରହିଥାଏ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ସଂପର୍କ ଭାଙ୍ଗିଗଲେ ସବୁ ସରିଗଲା, ଏହାକୁ ଦୃଢ କରିବା ପାଇଁ ଜାଣନ୍ତୁ ଏହି ଚାରୋଟି କଥା

ଚାଣକ୍ୟ ନୀତି: ସମସ୍ତେ ଖୁସି ଏବଂ ଭଲ ସମ୍ପର୍କ ରଖିବାକୁ ଚାହାଁନ୍ତି। ବ୍ୟବସାୟ ହେଉ କିମ୍ବା ବ୍ୟକ୍ତିଗତ ସମ୍ପର୍କ ହେଉ। କାରଣ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ଅସୁବିଧାରେ ସାହାଯ୍ୟ ମିଳେ। ତାଙ୍କ ସମସ୍ୟାର ସମାଧାନ କରିବାକୁ ସମସ୍ତେ ଚେଷ୍ଟା କରନ୍ତି।

ସେଥିପାଇଁ ସଂପର୍କକୁ ଦୃଢ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଚାରୋଟି କଥା କହିଛନ୍ତି। ଯେହେତୁ ଚାଣକ୍ୟ ନିଜେ ଜଣେ ମହାନ ଶିକ୍ଷାବିତ୍, ଅର୍ଥନୀତିଜ୍ଞ ତଥା ରାଜନେତା ଥିଲେ, ସେଥିପାଇଁ ଜଣେ ବ୍ୟକ୍ତି କିପରି ନିଜ ଜୀବନରେ ସମ୍ପର୍କକୁ ମଜବୁତ କରିପାରିବ ଏବଂ ତାଙ୍କର କେଉଁ ଗୁଣ ରହିବା ଉଚିତ୍ ସେ ସଂପର୍କରେ ସେ ତଥ୍ୟ ରଖିଛନ୍ତି।

ଜାଣନ୍ତୁ ଚାଣକ୍ୟଙ୍କ ଅନୁଯାୟୀ ଏହି ଚାରୋଟି କଥା କିପରି ଏକ ଦୃଢ ସମ୍ପର୍କ ସୃଷ୍ଟି କରିପାରିବ।

୧- ସମ୍ପର୍କରେ ପ୍ରେମ ଏବଂ ବିଶ୍ୱାସ- କୌଣସି ବ୍ୟକ୍ତି ସମସ୍ତଙ୍କୁ ଖୁସି ରଖିବା ସହଜ ନୁହେଁ। ହେଲେ ଏହାର ଅର୍ଥ ନୁହେଁ ଯେ ପ୍ରତାରଣା କରି ସମ୍ପର୍କକୁ ମଜବୁତ କରାଯିବ। ଏପରି କରିବା ଦ୍ୱାରା ସମ୍ପର୍କର ମୂଳଦୁଆ ଦୁର୍ବଳ ହୋଇଯାଏ। ସେଥିପାଇଁ କୌଣସି ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରେମ ଏବଂ ବିଶ୍ୱାସ ଜରୁରୀ

୨- ମଧୁରତା ବଜାୟ ରଖନ୍ତୁ- ଚାଣକ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ କଥା ମିଠା ହେବା ଉଚିତ୍। ଜଣେ ବ୍ୟକ୍ତିଙ୍କ ହୃଦୟରେ ପ୍ରେମର ଭାବନା ରହିବା ଉଚିତ୍। ମଧୁର ସ୍ୱର ଥିବା ଲୋକମାନେ ସମସ୍ତଙ୍କ ପାଇଁ ପ୍ରିୟ ଅଟନ୍ତି। ତେଣୁ, ସମ୍ପର୍କକୁ ମଜବୁତ କରିବାକୁ ହେଲେ ଆପଣଙ୍କର କଥାବାର୍ତ୍ତାରେ ମଧୁର ରଖନ୍ତୁ

୩- ଅହଂ ଭାବ ଛାଡିଦିଅ- ଚାଣକ୍ୟ କୁହନ୍ତି ଯେ ଅହଂ ଭାବେ ବିନାଶର ମୁଖ୍ୟ କାରଣ। ଏହି କାରଣରୁ, ସମ୍ପର୍କ ନଷ୍ଟ ହୋଇଯାଏ। ଚାଣକ୍ୟଙ୍କ ମତରେ, ଜଣେ ବ୍ୟକ୍ତିର ଅହଂକାର କେବେବି ସମ୍ପର୍କଠାରୁ ବଡ଼ ହେବା ଉଚିତ୍ ନୁହେଁ।

୪- ସମ୍ମାନ ଗୁରୁତ୍ୱପୂର୍ଣ୍ଣ- ଚାଣକ୍ୟ କହିଛନ୍ତି ଯେ ପ୍ରତ୍ୟେକ ସମ୍ପର୍କରେ ସମ୍ମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ କ୍ରୋଧରେ କାହାକୁ ଆଘାତ କିମ୍ବା ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ତେଣୁ ସମ୍ପର୍କର ସମ୍ମାନ ରକ୍ଷା କରନ୍ତୁ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଉଚିତ

ଚାଣକ୍ୟ ନୀତି: ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ।

କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସଂପତି ଏବଂ ପତ୍ନୀଙ୍କଠାରୁ ଦୂରେଇ ରହିବାର ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି।

ଅନେକ ଧନ ଏବଂ ପତ୍ନୀ ମୋହରେ ପଡି କିଛି କରନ୍ତି ନାହିଁ। ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ସଂଞ୍ଚୟ ମଧ୍ୟ ଏକ କାଠିକର ବ୍ୟାପାର। କାରଣ ଲକ୍ଷ୍ମୀ ଚଳଚଞ୍ଚଳା। ତାହା ଯେମିତି ଆସେ ସେମିତ ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ ଭାବେ ସଞ୍ଚୟ କରି ରଖି ପାରିଥାଏ। ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଏଭଳି କାମ କଲେ ମାତା ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ, ରୁହେନି ଅର୍ଥର ଅଭାବ

ଚାଣକ୍ୟ ନୀତି: ଧନ ପାଇବା ପାଇଁ ଇଚ୍ଛା ସମସ୍ତଙ୍କ ମନରେ ଅଛି। ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି। କିନ୍ତୁ ଏହି ଇଚ୍ଛା ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରା ପୂରଣ ହୁଏ ନାହିଁ। ଧନୀ ସେହି ବ୍ୟକ୍ତି ହୋଇଥାଏ, ଯାହା ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ।

ଆଚାର୍ଯ୍ୟ ଚାଣକ୍ୟ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ବର୍ଣ୍ଣନା କରିଛନ୍ତି। ଶାସ୍ତ୍ରରେ ମାତା ଲକ୍ଷ୍ମୀ ଧନ, ସୁଖ ଏବଂ ସମୃଦ୍ଧିର ଦେବୀ ବୋଲି ବିବେଚନା କରାଯାଏ। ଚାଣକ୍ୟ ନିଜେ ଅର୍ଥନୀତିର ଜଣେ ମହାନ ପଣ୍ଡିତ ଥିଲେ। ଭୌତିକ ଜୀବନରେ ଜଣେ ବ୍ୟକ୍ତିଙ୍କ ଅର୍ଥର କଣ ମହତ୍ତ୍ଵ ଅଛି, ତାହା ତାଙ୍କୁ ଭଲ ଭାବେ ଜଣା ଥିଲା। ଜୀବନକୁ ସହଜ ଏବଂ ସରଳ କରିବା ପାଇଁ ଅର୍ଥ ହେଉଛି ଏକ ଶକ୍ତିଶାଳୀ ଉପକରଣ। ଏହି କାରଣରୁ ଜଣେ ବ୍ୟକ୍ତି ଭୌତିକ ଜୀବନରେ ସର୍ବାଧିକ ଧନ ପାଇବାକୁ ଚାହୁଁଛି, ଯାହା ଦ୍ଵାରା ତାଙ୍କ ଜୀବନ ସଙ୍କଟ ଏବଂ ଅସୁବିଧାରୁ ମୁକ୍ତ ହୋଇପାରିବ।

ଚାଣକ୍ୟଙ୍କ କହିବାନୁସାରେ, ଜଣେ ବ୍ୟକ୍ତି ଟଙ୍କା ପାଇବା ପାଇଁ ସବୁଠାରୁ ବଡ ବିପଦ ନେବାକୁ ପ୍ରସ୍ତୁତ। ସେ ମଧ୍ୟ ସାତ ସମୁଦ୍ର ପାର କରି ବ୍ୟବସାୟ କରିବାକୁ ଆଗ୍ରହୀ। ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ଧନୀ ହେବାକୁ ଚାହାଁନ୍ତି, ତେବେ କିଛି ଜିନିଷ ସବୁବେଳେ ଧ୍ୟାନରେ ରଖିବା ଉଚିତ୍। ଯଦି ଆମେ ଚାଣକ୍ୟଙ୍କର ଏହି ପରାମର୍ଶଗୁଡିକ ମାନିନେବା, ତେବେ ଜୀବନରେ କେବେବି ଅର୍ଥର ଅଭାବ ରହିବ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ସବୁଦିନ ପାଇଁ ରହିବ।

୧- ସମୟ: ଚାଣକ୍ୟ ନୀତି ଅନୁଯାୟୀ, ଜଣେ ବ୍ୟକ୍ତି ଯିଏ ସମୟର ମୂଲ୍ୟ ଜାଣେ, ତାଙ୍କ ଜୀବନରେ ଉଭୟ ସଫଳତା ଏବଂ ଅର୍ଥର ଅଭାବ ନାହିଁ। ଏପରି ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରୁହେ। ଯେଉଁମାନେ ସମୟର ମହତ୍ତ୍ୱ ବୁଝନ୍ତି ନାହିଁ ସେମାନେ ସର୍ବଦା ସଫଳତା ପାଇବା ପାଇଁ ସଂଘର୍ଷ କରନ୍ତି।

୨- ଅନୁଶାସନ: ଚାଣକ୍ୟ ନୀତି ଅନୁସାରେ ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି, ତେବେ ଅନୁଶାସନର ଆତ୍ମାକୁ ଜାଗ୍ରତ କରନ୍ତୁ। ଜୀବନରେ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଏକ ଶୃଙ୍ଖଳିତ ଜୀବନଶୈଳୀ ଏବଂ ନିତ୍ୟକର୍ମ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ଜୀବନରେ ଅର୍ଥର ଅଭାବ ରହିବ। ଯେଉଁମାନେ ଅନୁଶାସନ ଅନୁସରଣ କରନ୍ତି ସେମାନଙ୍କୁ ମାତା ଲକ୍ଷ୍ମୀ ଆଶୀର୍ବାଦ ଦିଅନ୍ତି।

Categories
ଆଜିର ଖବର ଜୀବନ ଶୈଳୀ

ଶତ୍ରୁଙ୍କୁ କିପରି କରିବେ ପରାଜିତ?, ଚାଣକ୍ୟଙ୍କ ଏହି ଚାରୋଟି ଉପାୟକୁ କରନ୍ତୁ ଅନୁସରଣ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ନନ୍ଦ ରାଜବଂଶକୁ ନିପାତ କରି ତାଙ୍କ ନୀତି ଆଧାରରେ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠା କରିଥିଲେ। ନନ୍ଦ ରାଜବଂଶର ରାଜା, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନିତ କରିଥିଲେ କିନ୍ତୁ ସେ ତାଙ୍କ କ୍ରୋଧକୁ ପ୍ରକାଶ କରିବାକୁ ଦେଇ ନ ଥିଲେ।  ପରେ ସେ ଏହି କ୍ରୋଧକୁ ଅସ୍ତ୍ର କରି ନିଜର ଶତ୍ରୁମାନଙ୍କୁ ବିନାଶ କରିଥିଲେ। ତେବେ କେଉଁ ଶକ୍ତି ଉପରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ ତାହା ଜାଣିବା ଆବଶ୍ୟକ।

୧- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଶତ୍ରୁଙ୍କର ସବୁଠାରୁ ବଡ ଅସ୍ତ୍ର ହେଉଛି ଆପଣଙ୍କୁ ଉତ୍ତେଜିତ କରାଇବା। ତେଣୁ, ଶତ୍ରୁ ସର୍ବଦା ଆପଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରେ ଯାହା ଦ୍ବାରା ଆପଣ କ୍ରୋଧିତ ହେବେ। କାରଣ କ୍ରୋଧ କଲେ ଉଭୟ ଶକ୍ତି ଏବଂ ବିବେକ ହ୍ରାସ ପାଇ ଅଧା ହୋଇଯାଏ। ଯେତେବେଳେ ଏହା ହ୍ରାସ ଘଟେ ସେତେବେଳେ ଶତ୍ରୁ ତୁମର ଲାଭ ଉଠାଇ ପାରିବେ। ତେଣୁ ଯେତେବେଳେ ଶତ୍ରୁମାନେ ଆପଣଙ୍କୁ କ୍ରୋଧ କରିବାକୁ ଚେଷ୍ଟା କରନ୍ତି ସେତେବେଳେ ଆପଣଙ୍କ କ୍ରୋଧକୁ ଆପଣଙ୍କ ଭିତରେ ଚାପି ରଖନ୍ତୁ। ତା’ପରେ ଉପଯୁକ୍ତ ସମୟରେ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହାକୁ ଓଗାଳି ଦିଅନ୍ତୁ।

୨- ଚାଣକ୍ୟଙ୍କ ଅନୁଯାୟୀ, ଆପଣ ଜଣେ ଖରାପ ବ୍ୟକ୍ତିଙ୍କ ସହ ଯେତେ ଭଲ ବ୍ୟବହାର କରନ୍ତୁ ନା କାହିଁକି, ତଥାପି ସେ ତାହୀର ପ୍ରକୃତି ପରିବର୍ତ୍ତନ କରିବ ନାହିଁ। ସାପର ବିଷ ଦାନ୍ତରେ,  ବିଛାର ବିଷ ଲାଞ୍ଜରେ ଅଛି କିନ୍ତୁ ଖରାପ ଏବଂ ମନ୍ଦ ବ୍ୟକ୍ତି ଶରୀରର ପ୍ରତ୍ୟେକ ଅଙ୍ଗରେ ବିଷାକ୍ତ ଭରି ରହିଛି। ତେଣୁ ଏହାକୁ କେବେବି ବିଶ୍ୱାସ କରନ୍ତୁ ନାହିଁ। ସେପରି ବ୍ୟକ୍ତି କଦାପି ଆପଣଙ୍କର ସାଙ୍ଗ ହୋଇପାରିବ ନାହିଁ। ଏହି ମନ୍ଦ ଲୋକଙ୍କୁ ସେହିଭଳି ବ୍ୟବହାର କରାଯିବା ଉଚିତ ଯେପରି ବିଷାକ୍ତ ସାପ ସହିତ କରାଯାଏ। ଅର୍ଥାତ୍ ଏହାକୁ ଚୂର୍ଣ୍ଣ କରାଯିବା ଉଚିତ୍।

୩- ଶତ୍ରୁମାନଙ୍କୁ କଦାପି ଘୃଣା କର ନାହିଁ, କାରଣ ଏହା କରିବା ଦ୍ୱାରା ଶତ୍ରୁ ବିଷୟରେ ବୁଝିବା ଏବଂ ଚିନ୍ତା କରିବାର ଶକ୍ତି କମିବା ଆରମ୍ଭ କରେ। ଆପଣ କେବଳ ତାଙ୍କର ଦୁର୍ବଳତା ଦେଖିପାରିବେ, ଶକ୍ତି ନୁହେଁ । ତେଣୁ ଶତ୍ରୁକୁ ଜଣେ ବନ୍ଧୁ ଭାବରେ ଦେଖିବା ଉଚିତ।  ଯାହା ଦ୍ବାରା ଆପଣ ତାଙ୍କ ବିଷୟରେ ସବୁକିଛି ଜାଣିପାରିବେ। ଏହା ସହିତ ଆପଣ ତାଙ୍କୁ ସହଜରେ ପରାସ୍ତ କରିବାକୁ ସମର୍ଥ ହେବେ।

୪- ଶତ୍ରୁମାନଙ୍କୁ ପରାସ୍ତ କରିବାକୁ ତାଙ୍କୁ କୂଟନୈତିକ ସ୍ତରରେ ଜଡିତ କର। ଅର୍ଥାତ୍ ପ୍ରଥମେ ତାଙ୍କ ଶକ୍ତି ଏବଂ ସହଯୋଗୀମାନଙ୍କୁ ତାଙ୍କଠାରୁ ହଟାଇ ଦିଅନ୍ତୁ। ଯେତେବେଳେ ଶତ୍ରୁ ଏକାକି ହୋଇଯାଏ ତା’ପରେ ତାଙ୍କୁ ଆକ୍ରମଣ କରନ୍ତୁ।

Categories
ଆଜିର ଖବର ଜୀବନ ଶୈଳୀ

ଧନ ଲାଭ ପରେ କେବେ ବି ଏଭଳି କାର୍ଯ୍ୟ କରନ୍ତୁ ନାହିଁ, ଦୂରେଇ ଯିବେ ମାତା ଲକ୍ଷ୍ମୀ

ଚାଣକ୍ୟ ନୀତି: ଧନୀ ହେବା ସମସ୍ତଙ୍କର ଇଚ୍ଛା। ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ବର୍ଣ୍ଣନା କରିଛନ୍ତି। ଯେତେବେଳେ ଜୀବନରେ ମାତା ଲକ୍ଷ୍ମୀଙ୍କର ଅନୁଗ୍ରହ ଥାଏ, ସେତେବେଳେ ଅର୍ଥର ଅଭାବ ନଥାଏ। ଜୀବନରେ ସୁଖ ଏବଂ ସମୃଦ୍ଧତା ମିଳେ। ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଅନେକ ଥର ଯେତେବେଳେ ଧନ ଆସେ, ବ୍ୟକ୍ତିର ପ୍ରକୃତିର ପରିବର୍ତ୍ତନ ଦେଖାଯିବା ଆରମ୍ଭ କରେ।

ଚାଣକ୍ୟ ନୀତି ଅନୁଯାୟୀ, ଧନ ଆସିବା ସମୟରେ ଜଣେ ବ୍ୟକ୍ତି ସତର୍କ ରହିବା ଉଚିତ ଏବଂ କିଛି ଜିନିଷ ସବୁବେଳେ ଯତ୍ନବାନ ହେବା ଉଚିତ୍। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମାତା ଲକ୍ଷ୍ମୀଙ୍କର ପ୍ରକୃତି ଚତୁର ଅଟେ। ତେଣୁ, ଯେଉଁମାନେ ଏହି ଜିନିଷଗୁଡ଼ିକର ଯତ୍ନ ନିଅନ୍ତି ନାହିଁ, ମାତା ଲକ୍ଷ୍ମୀ ତାଙ୍କୁ ଛାଡି ଚାଲିଯାଅନ୍ତି।

ଅଭାବୀ ଏବଂ ଦୁର୍ବଳ ଲୋକଙ୍କୁ ହଇରାଣ କରାଯିବା ଉଚିତ ନୁହେଁ: ଯେଉଁମାନେ ପଦବୀ ଏବଂ ସମ୍ମାନର ଭୁଲ ସୁଯୋଗ ନେଇ ଦୁର୍ବଳ ଲୋକଙ୍କୁ ହଇରାଣ କରନ୍ତି, ସେମାନଙ୍କୁ ଅପମାନ କରନ୍ତି, ସେମାନଙ୍କର ଅଧିକାର ଛଡ଼ାଇ ନିଅନ୍ତି। ମାତା ଲକ୍ଷ୍ମୀ ଏପରି ଲୋକଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ପରେ, ସେମାନେ କେବଳ ଅସୁବିଧା ଏବଂ ବିଫଳତା ପାଆନ୍ତି।

ଲୋଭୀ ହୁଅ ନାହିଁ: ଅନ୍ୟର ଧନକୁ ଦେଖି କୌଣସି ବ୍ୟକ୍ତି ଲୋଭୀ ହେବା ଉଚିତ୍ ନୁହେଁ। ଜୀବନରେ ଧନ କେବଳ କଠିନ ପରିଶ୍ରମ ଦ୍ୱାରା ଆସିଥାଏ। କଠିନ ପରିଶ୍ରମ ବିନା ଟଙ୍କା ଅଧିକ ସମୟ ରହେ ନାହିଁ। କିନ୍ତୁ ଯେଉଁମାନେ ଲୋଭୀ, ସେମାନେ ସନ୍ତୁଷ୍ଟ କେବେ ହେଲେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ଲୋଭ ସହିତ ଅନେକ ବିଘ୍ନ ମଧ୍ୟ ଆସେ। ଯେଉଁମାନେ ଲୋଭୀ, ସେମାନେ ମାତା ଲକ୍ଷ୍ମୀଙ୍କ କୃପା ପାଆନ୍ତି ନାହିଁ।

ଏହିପରି ଲୋକଙ୍କ ବନ୍ଧୁତା ଛାଡିଦିଅନ୍ତୁ: ଭୁଲ ବନ୍ଧୁତା ସର୍ବଦା କ୍ଷତି ଘଟାଏ। ଆଜି ପର୍ଯ୍ୟନ୍ତ କେହି ଏଥିରୁ ଉପକୃତ ହୋଇନାହାଁନ୍ତି। ଜଣେ ବିଦ୍ୱାନ, ବେଦ ବିଷୟରେ ଜ୍ଞାନବାନ ଏବଂ ଯେଉଁମାନେ ଧର୍ମ ଅନୁସରଣ କରନ୍ତି ସେମାନଙ୍କ ସହ ଜଡିତ ହେବା ଉଚିତ, କାରଣ ମାତା ଲକ୍ଷ୍ମୀ ଖୁବ୍ ଶୀଘ୍ର ଭୁଲ୍ ଅଭ୍ୟାସରେ ଜଡିତ ଲୋକଙ୍କୁ ଛାଡିଥା’ନ୍ତି। ତେଣୁ, ଜୀବନରେ ସଫଳତା ପାଇବା ପାଇଁ, ତୁରନ୍ତ ଭୁଲ୍ ଲୋକଙ୍କ ଠାରୁ ଦୂରେଇ ଯିବା ଉଚିତ୍।

ଆବଶ୍ୟକତା ଅନୁଯାୟୀ ଟଙ୍କା ଖର୍ଚ୍ଚ କରନ୍ତୁ: ଭୁଲରେ ସୁଦ୍ଧା କୌଣସି ବ୍ୟକ୍ତିକୁ ଧନ ଲକ୍ଷ୍ମୀଙ୍କୁ ଅପମାନିତ କରାଯିବା ଉଚିତ୍ ନୁହେଁ। ଧନ ସଞ୍ଚୟ କରି ଖର୍ଚ୍ଚ କରାଯିବା ଉଚିତ, କାରଣ ସେଭଳି ଲୋକଙ୍କୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଅନ୍ତି।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: କୁକୁରଠାରେ ମଧ୍ୟ ଏପରି ଛଅଟି ଗୁଣ ଅଛି ଯାହା ମଣିଷ ଶିକ୍ଷା କରିବା ଉଚିତ୍

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ଯେଉଁ କଥା ଉଲ୍ଲେଖ କରିଛନ୍ତି ତାହା ଆଜିର ମଣିଷ ପାଇଁ ବେଶ ଉପାଦେୟ। ସେସବୁକୁ ଯେ ପାଳନ କରେ ସେ ନିଶ୍ଚିତ ଭାବେ ସବୁ କ୍ଷେତ୍ରରେ ବିଜୟ ହେବା ସହିତ ପ୍ରଶଂସା ମଧ୍ୟ ପାଇଥାଏ। ବିଭିନ୍ନ ପଶୁପକ୍ଷୀଙ୍କଠାରୁ ମଧ୍ୟ ମଣିଷ ଶିକ୍ଷା ଲାଭ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ସେହି ଅନୁସାରେ କୁକୁରଠାରୁ ମଧ୍ୟ ଅନେକ ସତ୍ ଗୁଣ ମଣିଷ ଶିକ୍ଷା କରିବା ଉଚିତ।

ଚାଣକ୍ୟଙ୍କ ମତରେ ମଣିଷ କୁକୁରଠାରୁ ଛଅଟି ଗୁଣ ଶିକ୍ଷା କରିବା ଉଚିତ। ତାହା ହେଲା ଖାଦ୍ୟ ନଷ୍ଟ ନ କରିବା, ଅଳ୍ପ ଖାଦ୍ୟରେ ସନ୍ତୁଷ୍ଠ ହେବା, ନିଦ୍ରାରେ ଥିଲେ ମଧ୍ୟ ସତର୍କ ରହିବା, ନିଦ୍ରାରୁ ଉଠି ସହସା ଜାଗରଣ, ପ୍ରଭୃ ଭକ୍ତି ଏବଂ ବୀରତା। ଚାଣକ୍ୟଙ୍କ ମତରେ କୁକୁରକୁ ବେଶୀ ଖାଦ୍ୟ ଦେଲେ ମଧ୍ୟ କୁକୁରର ଧର୍ମ ହେଲା ସେ ସବୁ ଚାଟି ଖାଇଦିଏ। ଖାଦ୍ୟ କେବେ ନଷ୍ଟ ହେବାକୁ ଦିଏ ନାହିଁ।

ସେହିପରି କୁକୁରକୁ ଅଳ୍ପ ଖାଦ୍ୟ ଦେଲେ ମଧ୍ୟ ସେ ସେଥିରେ ସନ୍ତୁଷ୍ଠ ହୋଇଥାଏ। ସେ ସେହି ଅଳ୍ପହାରୀ ହୋଇ ମଧ୍ୟ ନିଜର କାମରେ ଲାଗିପଡେ। ସେହିପରି କୁକୁର ଯେତେ ଗାଢ ନିଦ୍ରାରେ ଶୋଇ ଥିଲେ ମଧ୍ୟ ସେ ସାମାନ୍ୟ ଶଦ୍ଦରେ ଉଠିପଡେ। ନିଦ୍ରାରୁ ଉଠିବା ସହ ସେ ସବୁବେଳେ ସଜାଗ ହୋଇପଡେ। ଆଳସ୍ୟତା ତା ପାଖରେ ଦେଖିବାକୁ ମିଳେ ନାହିଁ।

ସେହିପରି ପ୍ରଭୃଭକ୍ତି ହେଉଛି କୁକୁରର ଆଉ ଏକ ଭଲ ଗୁଣ ଯାହା ମଣିଷ ଶିକ୍ଷା କରିବା ଉଚିତ। ଅନ୍ୟକୁ ଭଗବାନ ଭାବି ତାହାର ସେବା କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେବା ଉଚିତ। ସେହିପରି କୌଣସି ଶତ୍ରୁଙ୍କୁ ଘରେ ଭର୍ତ୍ତି ନ କରାଇବା ଧର୍ମ ପାଳନ କରିଥାଏ କୁକୁର। ଶତ୍ରୁ ଯେତେ ବଡ ହେଉ ନା କାହିଁକି ତାହା ସହିତ ସେ ବୀରତ୍ବର ସହ ଲଢେଇ କରେ।

Categories
ଆଜିର ଖବର ଜୀବନ ଶୈଳୀ

ସାବଧାନ!, ବିଶ୍ବାସ ଘାତକ ଲୋକ ଆପଣଙ୍କ ସବୁ ଖେଳ ବିଗାଡିଦେବ, ଜାଣନ୍ତୁ ସେମାନଙ୍କୁ କିପରି ଚିହ୍ନିବେ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ।

କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଜୀବନ ଶୈଳୀ

ଜୀବନର ଏହିସବୁ କଥା ଅନ୍ୟମାନଙ୍କ ଆଗରେ କରନ୍ତୁ ନାହିଁ ପ୍ରକାଶ, ହୋଇପାରେ ବଡ କ୍ଷତି

ଚାଣକ୍ୟ ନୀତି: ଜୀବନରେ ସଫଳତା, ସୁଖ ଏବଂ ଶାନ୍ତି ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ଉପାୟ ଏବଂ ନୀତି ଦେଇଛନ୍ତି, ଯାହା ସର୍ବଦା ପ୍ରଭାବଶାଳୀ। ଚାଣକ୍ୟଙ୍କ ନୀତି ଏବଂ ଚିନ୍ତାଧାରା ଟିକେ କଠୋର ମନେହୁଏ। ଆଚାର୍ଯ୍ୟଙ୍କ ଅନୁଯାୟୀ, ଜୀବନରେ କିଛି ଜିନିଷ କାହା ସହ ବାଣ୍ଟିବା ଉଚିତ୍ ନୁହେଁ, ନଚେତ୍ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ।

୧- ଆପଣଙ୍କର ଦୁର୍ବଳତା:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଆପଣ ଭିତରୁ ଯେତେ ହତାସ ହୁଅନ୍ତୁ ନା କାହିଁକି, ଏହି ଜିନିଷ କାହାକୁ କହିବା ଉଚିତ୍ ନୁହେଁ, କାରଣ ଲୋକମାନେ ଭଙ୍ଗା ଘରର ଇଟା ନେଇଯାଆନ୍ତି। ବାସ୍ତବ ଜୀବନରେ, ଅନେକ ଥର ଏହା ଘଟେ ଯେ ଜଣେ ବ୍ୟକ୍ତି ଭିତରୁ ଏତେ ଭାଙ୍ଗିଯାଏ ଯେ ଆଖିରୁ ଯନ୍ତ୍ରଣା ଲୁହ ଭାବେ ପ୍ରବାହିତ ହୁଏ। ଯେଉଁମାନେ କେବଳ ଏପରି କଷ୍ଟଦାୟକ ସମୟ ଏବଂ ପରିସ୍ଥିତି ଦେଇ ଗତି କରିଛନ୍ତି ସେମାନଙ୍କ ଦ୍ୱାରା ଏହା ଅନୁମାନ କରାଯାଇପାରେ। ଏଭଳି ପରିସ୍ଥିତିରେ ପରିବାର ବ୍ୟତୀତ, କେବଳ କିଛି ଘନିଷ୍ଠ ବନ୍ଧୁ ଅଛନ୍ତି, ଯେଉଁମାନେ କଠିନ ସମୟରେ ଏକାଠି ଠିଆ ହୁଅନ୍ତି, କିନ୍ତୁ ସେମାନଙ୍କ ବ୍ୟତୀତ ଅନ୍ୟ କେହି ଆପଣଙ୍କର ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ, ସେମାନଙ୍କ ସହ ଆପଣକର ଦୁର୍ବଳତା ବାଣ୍ଟିବା ଉଚିତ୍ ନୁହେଁ।

୨- ଅନ୍ୟମାନଙ୍କର ରହସ୍ୟ:

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ପ୍ରିୟଜନଙ୍କ ସହ ରହିବାବେଳେ ଆମେ ସେମାନଙ୍କ ରହସ୍ୟକୁ କେବେବି ବାଣ୍ଟିବା ଉଚିତ୍ ନୁହେଁ। ଏହା କେବଳ ବିଶ୍ୱାସକୁ ଭାଙ୍ଗିବ ନାହିଁ, ବରଂ ବିରୋଧୀମାନେ ଏହି ଜିନିଷଗୁଡ଼ିକର ଲାଭ ଉଠାଇ ଆପଣଙ୍କ କ୍ଷତି କରିପାରିବେ।

୩- ଧନ:

ନିଜ ଖର୍ଚ୍ଚ ଏବଂ ପ୍ରିୟଜନଙ୍କ ଟଙ୍କା ବିଷୟରେ ସୂଚନା ମଧ୍ୟ ଅତି ନିକଟ ଲୋକଙ୍କ ସହିତ ବାଣ୍ଟିବା ଉଚିତ୍। ଅନ୍ୟଥା, ଶତ୍ରୁମାନେ ଆପଣଙ୍କର ଆବଶ୍ୟକତା ଏବଂ ଖର୍ଚ୍ଚ ଆକଳନ କରି ଆପଣଙ୍କୁ ଆର୍ଥିକ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି।

୪- ପ୍ରିୟଜନଙ୍କ ପାଇଁ ଯୋଜନା:

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, କୌଣସି କାର୍ଯ୍ୟ ଆରମ୍ଭ କରିବାବେଳେ ନିଜର ଯୋଜନା ବିଷୟରେ କାହାକୁ ଜଣା ନଥିବା ଆବଶ୍ୟକ। ଆର୍ଥିକ ନୀତି ହେଉ କିମ୍ବା ରାଜନୈତିକ, ସାମାଜିକ କିମ୍ବା ପରିବାରର କୌଣସି ଯୋଜନା ବିଷୟରେ କାହାକୁ ଜଣାଇବା ଉଚିତ ନୁହେଁ। ସମସ୍ତ ଯୋଜନାକୁ ଆଗକୁ ବଢାଇବା ସହିତ ଏହାକୁ ପ୍ରକାଶ ଉପଯୁକ୍ତ ସମୟରେ କରିବା ଦ୍ଵାରା ସାର୍ଥକ ଏବଂ ସଫଳ ହୋଇଥାଏ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟଙ୍କ ଏହି ୧୦ ଟି ଜିନିଷ ଆପଣଙ୍କ ପିଲାଙ୍କୁ କରିପାରେ ଯୋଗ୍ୟ, ପ୍ରତ୍ୟେକ ପିତାମାତା ଧ୍ୟାନ ଦେବା ଉଚିତ୍

ଚାଣକ୍ୟ ନୀତି: ପିଲାମାନଙ୍କୁ ଯୋଗ୍ୟ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଚାଣକ୍ୟ ନୀତି ଅନୁଯାୟୀ, ପ୍ରତ୍ୟେକ ପିତାମାତାଙ୍କର ସ୍ୱପ୍ନ ହେଉଛି ଯେ ସେମାନଙ୍କର ସନ୍ତାନ ଯୋଗ୍ୟ ହୁଅନ୍ତି। ଚାଣକ୍ୟଙ୍କ ଅନୁଯାୟୀ, ଯେମିତି ଜଣେ ଯୋଗ୍ୟ ଶିଶୁ ପରିବାରର ନାମକୁ ଆଲୋକିତ କରେ, ସେହିଭଳି ମଧ୍ୟ ଏକ ଉନ୍ନତ ରାଷ୍ଟ୍ର ସୃଷ୍ଟି କରିବାରେ ସହାୟକ ହୁଏ। ଶିଶୁକୁ ଯୋଗ୍ୟ କରିବା ପାଇଁ, ଚାଣକ୍ୟଙ୍କ ଏହି ୧୦ ଟି ଜିନିଷ ବୁଝିବା ଆବଶ୍ୟକ-

୧- ସଦାଚାର ଗୁଣଗୁଡିକ ବିକାଶ କରନ୍ତୁ: ପିତାମାତାମାନେ ନିଜ ପିଲାମାନଙ୍କଠାରେ ସଦାଚାର ଗୁଣଗୁଡିକ ଜାଗ୍ରତ କରିବା ଉଚିତ୍। ଶିକ୍ଷା ସହିତ, ଯେଉଁ ପିଲାଙ୍କର ସଦାଚାର ଗୁଣ ଅଛି, ସେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ।

୨- ମିଛ କହିବାକୁ ଦିଅନ୍ତୁ ନାହିଁ: ପିଲାମାନଙ୍କଠାରେ ମିଛ କହିବା ଅଭ୍ୟାସକୁ ବିକାଶ କରିବାକୁ ଦିଅନ୍ତୁ ନାହିଁ। ପିଲାମାନଙ୍କୁ ସର୍ବଦା ସତ କହିବାକୁ ଉତ୍ସାହିତ କରନ୍ତୁ। ଉଦାହରଣ ସହିତ ସତ୍ୟର ମହତ୍ତ୍ୱ ବ୍ୟାଖ୍ୟା କରନ୍ତୁ।

୩- ଅନୁଶାସନ: ଅନୁଶାସନରୁ ଜୀବନରେ ଜିଇବାର କଳା ଆସେ। ସେଥିପାଇଁ ପିଲାମାନଙ୍କ ପାଇଁ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆରମ୍ଭରୁ ପିଲାମାନଙ୍କ ମଧ୍ୟରେ ଅନୁଶାସନର ଏକ ଭାବନା ଜାଗ୍ରତ କରନ୍ତୁ। ଠିକ୍ ସମୟରେ ଶୋଇବା, ଠିକ୍ ସମୟରେ ଖାଇବା ଏବଂ ଖେଳିବା ପରି ଏହି ସମସ୍ତ କାର୍ଯ୍ୟ ଅନୁଶାସନ ପରିସର ମଧ୍ୟରେ କରାଯିବା ଉଚିତ୍।

୪- ପରିଶ୍ରମ: ପିଲାମାନଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦିଅନ୍ତୁ। ଜୀବନରେ କଠିନ ପରିଶ୍ରମର ମହତ୍ତ୍ୱ ବିଷୟରେ ମଧ୍ୟ କୁହନ୍ତୁ। କୌଣସି କାର୍ଯ୍ୟ ସମାପ୍ତ କରିବାକୁ କେତେ ପରିଶ୍ରମ କରାଯାଏ ସେ ବିଷୟରେ କୁହନ୍ତୁ।

୫- ପ୍ରକୃତି ବିଷୟରେ କୁହନ୍ତୁ: ଜୀବନ ଜୀବିକା ପାଇଁ ପ୍ରକୃତିର ନିର୍ଭରଶୀଳତା ବିଷୟରେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ପ୍ରକୃତିର ସୁରକ୍ଷା ପାଇଁ ପ୍ରେରଣା ଦିଅନ୍ତୁ। ପ୍ରକୃତି ଦ୍ୱାରା ପ୍ରଦତ୍ତ ଜିନିଷଗୁଡ଼ିକର ଉପଯୋଗିତା ବିଷୟରେ ସୂଚନା ଦିଅନ୍ତୁ।

୬- ଶିକ୍ଷାର ଗୁରୁତ୍ୱ: ପିଲାମାନଙ୍କ ପାଇଁ ଶିକ୍ଷାର ମହତ୍ତ୍ଵ ବିଷୟରେ ପିତାମାତାଙ୍କୁ ସଚ୍ଚୋଟ ଭାବରେ କହିବା ଉଚିତ୍। ବ୍ୟକ୍ତିତ୍ୱ ଗଠନରେ ଶିକ୍ଷା କିପରି ସହାୟକ ହୁଏ ସେ ବିଷୟରେ କୁହନ୍ତୁ। ଶିକ୍ଷାର ପ୍ରକୃତ ଗୁରୁତ୍ୱ ବର୍ଣ୍ଣନା କରନ୍ତୁ।

୭- ଖେଳିବାକୁ ଉତ୍ସାହିତ କରନ୍ତୁ: ଶିକ୍ଷା ସହିତ ପିଲାମାନଙ୍କ ପାଇଁ ଖେଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କୁ ଏପରି କ୍ରୀଡା ଖେଳିବାକୁ ଉତ୍ସାହିତ କରାଯିବା ଉଚିତ, ଯାହା ଉଭୟ ମାନସିକ ଏବଂ ଶାରୀରିକ ବିକାଶ କରିପାରିବ।

୮- ମହା ପୁରୁଷମାନଙ୍କ ବିଷୟରେ କୁହନ୍ତୁ: ପିଲାମାନଙ୍କୁ ଆଦର୍ଶ କରିବା ପାଇଁ, ମହା ପୁରୁଷମାନଙ୍କ ବିଷୟରେ କୁହନ୍ତୁ। ସେମାନଙ୍କୁ ମହା ପୁରୁଷଙ୍କ ପରି ହେବାକୁ ପ୍ରେରଣା ଦିଅନ୍ତୁ।

୯- ଧର୍ମ ଏବଂ ବିଶ୍ୱାସ ବିଷୟରେ ସଚେତନ ହୁଅନ୍ତୁ: ପିଲାମାନଙ୍କୁ ଧର୍ମ ଏବଂ ବିଶ୍ୱାସ ବିଷୟରେ ଶିକ୍ଷା ଦିଅନ୍ତୁ। ସେମାନଙ୍କୁ ଧାର୍ମିକ କରନ୍ତୁ। ଏହା କରିବା ଦ୍ୱାରା ପିଲାମାନେ ଭଲ ଏବଂ ଭୁଲକୁ ବୁଝିପାରିବେ।

୧୦- ଅଜ୍ଞାଧିନ କରନ୍ତୁ: ଅବିଭାବକମାନେ ସର୍ବଦା ପିଲାମାନଙ୍କ ସମ୍ମୁଖରେ ଉଚ୍ଚ ଆଚରଣ ଉପସ୍ଥାପନ କରିବା ଉଚିତ୍। କେବଳ ସେତେବେଳେ ପିଲାମାନେ ଆଜ୍ଞାକାରୀ ହୁଅନ୍ତି। ଯେଉଁ ପିତାମାତାଙ୍କର ପିଲାମାନେ ଆଜ୍ଞାକାରୀ ସେମାନେ ଭାଗ୍ୟବାନ। କିନ୍ତୁ ଏଥିପାଇଁ ସେମାନେ ନିଜକୁ ଆଦର୍ଶ ପିତାମାତା ଭାବରେ ମଧ୍ୟ ଉପସ୍ଥାପନ କରିବା ଉଚିତ୍।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: କଠିନ ପରିଶ୍ରମ କରି କ୍ଳାନ୍ତ ହେଲେ ମଧ୍ୟ ଏହି ତିନୋଟି ସ୍ଥାନରେ ଆପଣଙ୍କୁ ମିଳିବ ଶାନ୍ତି

ଚାଣକ୍ୟ ନୀତି: ସାଂସାରିକ ସମସ୍ୟାର ସମାଧାନ ପାଇଁ ପରିଶ୍ରମ କରୁଥିବା ଗୃହକର୍ତ୍ତାଙ୍କ ବିଶ୍ରାମ ସ୍ଥାନ ତିନୋଟି। ଏହି ତିନୋଟି ସ୍ଥାନରେ ସେ ଅପାର ଆନନ୍ଦ ହାସଲ କରିଥାଏ। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି। ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି।

ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।

Categories
ଆଜିର ଖବର ଜୀବନ ଶୈଳୀ

ଆପଣଙ୍କର ସମ୍ମାନ ବୃଦ୍ଧି ପାଇବାକୁ ଚାହୁଁଥିଲେ, ମାନନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ନୀତି

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ।

ସେହିପରି ଗୁଣବତୀ ସ୍ତ୍ରୀର ବ୍ୟବହାର ଘରର ଶୋଭା ବୃଦ୍ଧି କରିଥାଏ। କାରଣ ତାଙ୍କ ସହିତ ମିଳାମିଶା କଲେ ତାଙ୍କର ଉଚିତ ବ୍ୟବହାର ସାଇପଡିଶାଙ୍କ ଦ୍ବାରା ପ୍ରଶଂସିତ ହୋଇଥାଏ। ସେଥିପାଇଁ ଯେଉଁ ସ୍ତ୍ରୀର ଗୁଣ ଭଲ ସେ ସବୁବେଳେ ପ୍ରିୟଭାଜନ ହୋଇଥାଏ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।