Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଯଦି ଗୋପନ କଥା ବାହାର କହିଦିଅନ୍ତି ତେବେ କଣ ଅବସ୍ଥା ହେବ ଜାଣନ୍ତୁ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସମାଜକୁ ବହୁ ନୀତି ବାଣୀ ପ୍ରଦାନ କରିଛନ୍ତି। ସେହିପରି ଏକ ବାଣୀ ହେଲା ଯେ, ଗୋପନୀୟ କଥାକୁ ବାହାରେ ପ୍ରଘଟ କଲେ ମଣିଷର ଅବସ୍ଥା କଣ ହୁଏ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ କହିବା କଥା ହେଲା ଯେ, ଯଦି ଜଣେ ଗୋପନ କଥା ବାହାରେ ପ୍ରଘଟ କଲା ତେବେ ତାହାର ଅବସ୍ଥା ପରବର୍ତ୍ତି ସମୟରେ ଭଲ ହେବ ନାହିଁ।

ଏହାର ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସାପ ମୁଷା ଗାତରେ ପଶିରେ ଲାଭ ଅଛି। ହେଲେ ସେ ଯଦି ଉଈ ହୁଙ୍କାରେ ପଶିଲା ତେବେ ସାପ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଉଈଙ୍କ ଦ୍ବାରା ତାହାର ମୃତ୍ୟୁ ହୋଇଯାଏ। ସେହପିର ଖଳ ପ୍ରକୃତିର ଲୋକେ ନିଜର ବାହାଦୂରୀ ଦେଖାଇବା ପାଇଁ ଗପନ କଥା ପ୍ରକାଶ କରନ୍ତି। ସେହି ସମୟରେ ସେ ହୁଏତ ଭଲ ହୋଇପାରେ। ହେଲେ ପରବର୍ତ୍ତି ସମୟରେ ସେ ହଇରାଣରେ ପଡିଥାଏ।

ସେଥିପାଇଁ ଚାଣକ୍ୟ କହିଛନ୍ତି କେବେ ବି ଗୋପନ କଥା କାହା ଆଗରେ ପ୍ରଘଟ କରନ୍ତୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଚାଣକ୍ୟ ନୀତି: ନାରୀର ଋତୁଶ୍ରାବକୁ ନେଇ ଆଚାର୍ଯ୍ୟ ଚାଣକ୍ୟ କହିଲେ ଏମିତି କଥା

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଅନେକ କଥା କହିଛନ୍ତି ଯାହା ସାଧାରଣ ଜୀବନରେ ବେଶ୍ ଉପଦେୟ ଅଟେ। ସେ ନାରୀମାନଙ୍କ ଉପରେ ବିଭିନ୍ନ ସମୟରେ ଅନେକ କଥା କହିଛନ୍ତି, ଯାହା ସେମାନଙ୍କ ପାଇଁ ବେଶ ଉପାଦେୟ। ସେହିପରି ଚାଣକ୍ୟ ନାରୀରର ଋତୁଶ୍ରାବକୁ ନେଇ ସୁନ୍ଦର କଥା କହିଛନ୍ତି।

ଅନେକ ନାରୀ ଋତୁ ଶ୍ରାବ ବେଳେ ଛୁଆଁ, ଏକାକୀ ରହିବା ପ୍ରଭୃତି କାର୍ଯ୍ୟ କରି ଥାନ୍ତି। ହେଲେ ଚାଣକ୍ୟ କହିଛନ୍ତି ଯେ, ନାରୀରର ମାସିକା ଋତୁ ଶ୍ରାବ ହେଲେ ତାହାର ଶରୀର ଶୁଦ୍ଧ ହୁଏ। ଏଥିସହିତ ସ୍ବାସ୍ଥ୍ୟଗତ ସମସ୍ୟା କିଛି ରହେ ନାହିଁ। ଯଦି ଏହା ଠିକରେ ନ ହୁଏ ତେବେ ନାନାଦି ସମସ୍ୟା ସୃଷ୍ଟି ହେବ।

ଏହାକୁ କେତେକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ପାଉଁଶରେ କଂସା ମାଜିଲେ ତାହା ପରିଷ୍କାର ହୁଏ, ପିତ୍ତଳ ଜିନିଷକୁ ଖଟାରେ ମାଜିଲେ ତାହା ପରିଷ୍କାର ହୁଏ, ନଦୀର ଜଳ ପ୍ରବାହିତ ହେଲେ ଜଳ ପରିଷ୍କାର ହୁଏ। ଠିକ୍ ସେହିପରି ନାରୀର ଋତୁଶ୍ରାବ ହେଲେ ସେ ପରିସ୍କାର ବା ଶୁଦ୍ଧ ହୋଇଥାଏ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତିରେ ରହିଛି କେଉଁ କାମ କେତେ ଜଣ କଲେ ମିଳିବ ସଫଳତା

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ କାମ କେତେ ଲୋକଙ୍କୁ ନେଇ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ ଏକାକୀ କରନ୍ତୁ। ଆପଣ ଯଦି ବିଦ୍ୟା ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଜଣ ମିଶି କରନ୍ତୁ।କାରଣ କାହାର ଅବୁଝା ରହିଲେ ଅନ୍ୟକୁ ପଚାରି ପାରିବ।

ହେଲେ ଯଦି ଆପଣ ସଂଗୀତ ସାଧାନ କରିବାକୁ ଚାହୁଁଛନ୍ତି ତେବେ ତିନିଜଣ ଭଲ। କାରଣ ଜଣେ ଗାୟକ, ଜଣେ ବାୟକ ଆଉ ଜଣେ ପାଳିଆର ଆବଶ୍ୟକତା ଥାଏ। ସେହିପରି ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହୃୁଁଛନ୍ତି ତେବେ ଚାରି ଜଣିଆ ହୋଇ ଯାଆନ୍ତୁ। କିନ୍ତୁ କୃଷି କର୍ମରେ ପାଞ୍ଚଜଣଙ୍କର ଆବଶ୍ୟକତା ରହିଛି। ହେଲେ ଯୁଦ୍ଧ ପାଇଁ ଅସଂଖ୍ୟ ଲୋକଙ୍କର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Categories
ଆଜିର ଖବର

ଚାଣକ୍ୟ ନୀତି : ସାଂସାରିକ ସମସ୍ୟାର ବିପର୍ଯ୍ୟସ୍ତ ଗୃହସ୍ଥଙ୍କର ବିଶ୍ରାମ ସ୍ଥାନ ତିନୋଟି

ଭୁବନେଶ୍ବର, ସାଂସାରିକ ସମସ୍ୟାର ସମାଧାନ ପାଇଁ ବାହାରେ ରହୁଥିବା ଗୃହସ୍ଥଙ୍କ ବିଶ୍ରାମ ସ୍ଥାନ ତିନୋଟି। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଯେଉଁମାନେ ସାଂସାରିକ ବା କର୍ମ ପାଇଁ ବାହାରେ ବହୁ ସମୟ ରହନ୍ତି ସେମାନେ ତିନୋଟି ସ୍ଥାନରେ ଖୁସି ଅନୁଭବ କରନ୍ତି। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି।

ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି। ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି : ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀଙ୍କୁ ଚିହ୍ନିବାର ଉପାୟ କଣ ଜାଣନ୍ତୁ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ।  ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି।

ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ ଯଦି ବିପଦ ସମୟରେ ନ ଦେଖନ୍ତି ବା ସାହାର୍ଯ୍ୟ ନ କରନ୍ତି ତେବେ ସେ ପ୍ରକୃତ ମିତ୍ର ବୋଲି କୁହାଯିବ ନାହିଁ।

ନିଜର ଧର୍ମପତ୍ନୀଙ୍କୁ ମଧ୍ୟ ଚିହ୍ନିବାର ଉପାୟ ସଂପର୍କରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେତେବେଳେ ଆପଣଙ୍କ ପାଖରୁ ଧନ ଶେଷ ହୋଇଯାଏ କିମ୍ବା କର୍ମ ଚାଲିଯାଏ ସେତେବେଳେ ସ୍ତ୍ରୀ କଣ ଜଣାପଡେ। ଏହି ସମୟରେ ଯଦି ସ୍ତ୍ରୀ ଆପଣଙ୍କର ପାଖରେ ରୁହନ୍ତି ନାହିଁ, ମନୋବଳକୁ ଦୃଢ ନ କରି ଚିଡିଚିଡା ପ୍ରକୃତିର ହୁଅନ୍ତି ତେବେ ଜାଣିବେ ସେ ଠିକ୍ ନୁହଁନ୍ତି। ଯଦି ସ୍ବାମୀଙ୍କର ଦୁଃଖ ସୁଖରେ ସ୍ତ୍ରୀ ସାଥ୍ ଦେଲା ତେବେ ସେ ହିଁ ପ୍ରକୃତରେ ଧର୍ମପତ୍ନୀ ପାଇଁ ଯୋଗ୍ୟା।

Categories
ଆଜିର ଖବର ଧର୍ମ

ଥାଇ ଯାହା, ନ ଥିଲେ ଆହୁରି ଭଲ ହୋଇ ଥାଆନ୍ତା, ଏହା ଉପରେ କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଭୁବନେଶ୍ବର, ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ।

ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ ଜୁଟିଲା ତେବେ ଭଲ ହୁଅନ୍ତା ଆପଣଙ୍କର ସ୍ତ୍ରୀ ନ ରହିବା।

Categories
ଆଜିର ଖବର ଧର୍ମ

ପୃଥିବୀରେ ବାସ କରୁଥିଲେ ମଧ୍ୟ ମିଳିବ ସ୍ବର୍ଗର ଆନନ୍ଦ, କଣ କହୁଛନ୍ତି ଚାଣକ୍ୟ ଜାଣନ୍ତୁ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ବର୍ଗ ସୁଖ ଲାଭ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ପୃଥିବୀରେ ବାସ କରୁଥିବା ଲୋକେ ସ୍ବର୍ଗ ସୁଖ ମଧ୍ୟ ପାଇଥାନ୍ତି। ତେବେ ସମସ୍ତେ ନୁହଁନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଭାଗ୍ୟଶାଳୀ ଗୋଷ୍ଠୀରେ ଆସୁଛନ୍ତି।

ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ।

ସେହିପରି ସଂପତ୍ତି ପ୍ରତି ଯଦି ଲୋଭ ରହିଲା ତେବେ ଆପଣଙ୍କର ସୁଖ ଚାଲିଗଲା ବୋଲି ଭାବି ନିଅନ୍ତୁ। କାରଣ ସଂପତ୍ତି ଲୋଭ ହିଁ ଦୁଃଖର ଅନ୍ୟତମ କାରଣ। ସେଥିପାଇଁ ଭଗବାନ ଯେତିକି ସଂପତ୍ତି ଦେଇଛନ୍ତି ବା ଦେଉଛନ୍ତି ତାହାକୁ ନେଇ ସନ୍ତୁଷ୍ଠ ରୁହନ୍ତୁ। ଅସତ୍ ଉପାୟରେ ସଂପତ୍ତି ଅର୍ଜନ କଲେ ପରିମାଣ ବଢିପାରେ ହେଲେ ସୁଖ ରହିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଜୀବନରେ ସଫଳତା ହାସଲ କରିବାକୁ ହେଲେ ମାନନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ । ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି । କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି

  1. ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ | ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ | ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ କରିବା ରାସ୍ତାରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍।
  2. ଅନ୍ୟାୟର ପଥ ଗ୍ରହଣ କରନ୍ତୁ ନାହିଁ – ଚାଣକ୍ୟ କହିଛନ୍ତି ଯେ ଜୀବନରେ ଟଙ୍କା ଏବଂ ସଫଳତା ପାଇବା ପାଇଁ, ଅଧର୍ମର ରାସ୍ତା ବାଛନ୍ତୁ ନାହିଁ । ଭୁଲ୍ ରାସ୍ତାରେ, ବ୍ୟକ୍ତିଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିବ । ଧନ ପାଇବା ପାଇଁ ଜଣେ କେବେବି ଶତ୍ରୁ ସହିତ ହାତ ମିଳାଇବା ଉଚିତ୍ ନୁହେଁ ।
  3. ଅର୍ଥର ସଠିକ୍ ବ୍ୟବହାର- ଚାଣକ୍ୟ ନୀତି ଅନୁଯାୟୀ, କେବଳ ଟଙ୍କା ରୋଜଗାର କରିବା ଆବଶ୍ୟକ ନୁହେଁ ବରଂ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ମଧ୍ୟ ଆବଶ୍ୟକତା। ଯଦି ଟଙ୍କା ସଠିକ୍ ଭାବରେ ବ୍ୟବହୃତ ହୁଏ ନାହିଁ ତେବେ ଏହା ଜଳ ପରି ପ୍ରବାହିତ ହୋଇଯିବ । ତେଣୁ ଟଙ୍କା ସର୍ବଦା ସଠିକ୍ ଭାବରେ ବ୍ୟବହାର କରାଯିବା ଉଚିତ୍ ।
  4. ଖର୍ଚ୍ଚ ଉପରେ ନିୟନ୍ତ୍ରଣ- ଯଦି ଆପଣ ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବେ ନାହଁ, ତେବେ ଅଧିକ ଟଙ୍କା ରୋଜଗାର କରି ମଧ୍ୟ ଧନୀ ହୋଇପାରିବ ନାହିଁ । ଚାଣକ୍ୟ କହିଛନ୍ତି ଯେ ଏକ ପାତ୍ରରେ ଦୀର୍ଘ ସମୟ ଧରି ଜଳ ସଂରକ୍ଷଣ କଲେ ଏହା ନଷ୍ଟ ହୋଇଯାଏ । ସେହିଭଳି, ବ୍ୟୟ ଉପରେ ନିୟନ୍ତ୍ରଣ ଅଭାବରୁ ଜଣେ ବ୍ୟକ୍ତି ନଷ୍ଟ ହୁଏ ।
  5. ଅତ୍ୟଧିକ ଦାନ – ଶାସ୍ତ୍ରରେ, ଦାନ ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ନିଜ ବିଷୟରେ ଚିନ୍ତା ନକରି ଦାନ କରିବା କଷ୍ଟଦାୟକ । ଚାଣକ୍ୟ କହିଛନ୍ତି ଯେ ଆପଣ ଯାହା ରୋଜଗାର କରୁଛନ୍ତି ତାହା ଅନୁଯାୟୀ ସଞ୍ଚୟ କରନ୍ତୁ ଏବଂ ଅନୁପାତରେ ଲୋକଙ୍କୁ ସାହାଯ୍ୟ କରନ୍ତୁ ।
Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ପିଲାଟିଏ ମା ଗର୍ଭରୁ ପାଞ୍ଚୋଟି ଜିନିଷ ଧରି ଜନ୍ମ ହୋଇଥାଏ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ।

ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।

Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି କଥା ଉପରେ ସବୁବେଳେ ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

1-ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

2-ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

3-ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

4-ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

5-ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଧର୍ମ

ମହାନ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହେଲେ ଆପଣଙ୍କର ସତସାହସ ରହିବା ଆବଶ୍ୟକ, କିପରି

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଜଣେ ମହାନ ବ୍ୟକ୍ତିଙ୍କ ସଂପର୍ଶରେ ସହଜରେ ଆସିପାରେ ନାହିଁ। ସେପରି ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହେଲେ ନିଜର ସତ ସାହାସ ରହିବା ଆବଶ୍ୟକ। ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସିଂହ ବାସକରୁଥିବା ସ୍ଥାନକୁ ଯିବାକୁ ହେବେ ସତସାହସର ଆବଶ୍ୟକ। ଯଦି ସେଠାକୁ ଗଲେ ତେବେ ସେ ମାରିଥିବାର ହାତୀ ମସ୍ତକର ମୁକ୍ତା ମିଳିବ।

ଯଦି ଜଣେ ଶୃଗାଳର ଗାତକୁ ପଶିବ ତେବେ ସେଠାରେ ତାକୁ ବାଛୁରୀ ଲାଞ୍ଜ କିମ୍ବା ଚମଡା ମିଳିବ। ଜଣେ ଶୃଗାଳ ଗାତକୁ ପଶିବାକୁ ହେଲେ ତାହାର ସତ ସାହାସର ଆବଶ୍ୟକତା ନାହିଁ। ଯେ କେହି ସେହି ଗାତରେ ପଶିବ, ହେଲେ ମିଳିବ ଅନାବଶ୍ୟକ ଜିନିଷ।ତେଣୁ ଖଳ ଲୋକଙ୍କ ସହିତ ଯେ କେହି ମିଶିଯିବ। ହେଲେ ମହାନ ଲୋକଙ୍କ ସହିତ ସମସ୍ତେ ମିଶିପାରିବେ ନାହିଁ। ତାଙ୍କ ସହିତ ମିଶିବାକୁ ହେଲେ ସତ ସାହାସ ଦରକାର। ଥରେ ମିଶିଲେ ଆପଣଙ୍କ ଜୀବନ ମୁକ୍ତା ପରି ସାର୍ଥକ ହୋଇଯିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

କୁକୁଡାଠାରୁ ମଧ୍ୟ ଚାରୋଟି ଗୁଣ ମଣିଷମାନେ ଶିଖିବା ଉଚିତ ବୋଲି କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ।

ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

Categories
ଆଜିର ଖବର

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ବିପଦକୁ ମୁକାବିଲା କରିବା ପାଇଁ ଜଣେ କଣ କରିବା ଉଚିତ

ନୂଆଦିଲ୍ଲୀ, ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ।

କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି।

ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସଂପତି ଏବଂ ପତ୍ନୀଙ୍କଠାରୁ ଦୂରେଇ ରହିବାର ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି।

ଅନେକ ଧନ ଏବଂ ପତ୍ନୀ ମୋହରେ ପଡି କିଛି କରନ୍ତି ନାହିଁ। ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ସଂଞ୍ଚୟ ମଧ୍ୟ ଏକ କାଠିକର ବ୍ୟାପାର। କାରଣ ଲକ୍ଷ୍ମୀ ଚଳଚଞ୍ଚଳା। ତାହା ଯେମିତି ଆସେ ସେମିତ ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ ଭାବେ ସଞ୍ଚୟ କରି ରଖି ପାରିଥାଏ। ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।

Categories
ଆଜିର ଖବର ଧର୍ମ

କେଉଁ ବ୍ୟକ୍ତିଙ୍କ ପାଖରେ ଧନ ସଂପତି ରହିବ, ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ପାଞ୍ଚୋଟି ଉପଦେଶ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି । ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି।

କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ  ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି।

1-ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି । ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍ ।

2-ଜଣେ ବ୍ୟକ୍ତି ଯଦି ଅଧିକ ଖାଦ୍ୟ ଖାଏ ତେବେ ସେ ସବୁବେଳେ ଟଙ୍କା ପାଇଁ ଚିନ୍ତିତ ହୁଏ। ଚାଣକ୍ୟ କହିଛନ୍ତି ଯେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଜଣେ ମଣିଷ ଆବଶ୍ୟକ ଭିତରେ ଖାଇବା ଉଚିତ୍।

3-ଚାଣକ୍ୟ ନୀତି ଅନୁଯାୟୀ, ବ୍ୟକ୍ତିର ପୋଷାକ ଅପରିଷ୍କାର ହେଲେ ମାତା ଲକ୍ଷ୍ମୀ ଅନୁଗ୍ରହ ପ୍ରଦର୍ଶନ କରନ୍ତି ନାହିଁ । ଚାଣକ୍ୟ କହିଛନ୍ତି ଯେ ଯଦି ଗରିବ ଲୋକ ସଫା ରହେ ତେବେ ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ ହୁଅନ୍ତି।

4-ଚାଣକ୍ୟ କହିଛନ୍ତି ଯେ ଶୋଇବା ପାଇଁ ରାତି ସମୟ ଉପଯୁକ୍ତ ବୋଲି ବିବେଚନା କରାଯାଏ । ଚାଣକ୍ୟଙ୍କ ଅନୁଯାୟୀ, ଦିନ ଶେଷ ହେବା ପରେ ଅର୍ଥାତ୍ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇଥିବା ବ୍ୟକ୍ତିଙ୍କ ସହିତ କେବେ ବି ଟଙ୍କା ରହେ ନାହିଁ। ଏହିପରି ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ସମର୍ଥନ ପାଆନ୍ତି ନାହିଁ ।

5-ଅର୍ଥନୀତିରେ ଚାଣକ୍ୟ ମଧ୍ୟ କହିଛନ୍ତି ଦାନ୍ତ ଅପରିଷ୍କାର ରଖୁଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ କେବେ ବି ଅନାନ୍ତି ନାହିଁ। ଫଳରେ ସେମାନଙ୍କ ପାଖରେ ମଧ୍ୟ ଟଙ୍କା ରହେ ନାହିଁ।

Categories
ଆଜିର ଖବର ଧର୍ମ

ପିଲାମାନଙ୍କୁ କିପରି ଶାସନ କଲେ ସେମାନଙ୍କର ଉନ୍ନତି ହେବ ସେ କଥା କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା

ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ।

ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ।

ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ ଜାଣିପାରିବେ। ଆଉ ଏହି ଗୁଣ ବିଷୟରେ ଅବଗତ ହେବା ପରେ ତାହାର ମାନବିକତାର ଶ୍ରେଷ୍ଠତା କେତେ ମାପି ହେବ।

ଚାହାଣୀରୁ କ୍ରୋଧ– ମଣିଷର ଚାହାଣୀରୁ କେତେ କ୍ରୋଧ ରହିଛି ତାହା ଜଣାପଡିବ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ଜଣେ କଣ କରିବା ଉଚିତ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ।

ସେହିପରି ଗୁଣବତୀ ସ୍ତ୍ରୀର ବ୍ୟବହାର ଘରର ଶୋଭା ବୃଦ୍ଧି କରିଥାଏ। କାରଣ ତାଙ୍କ ସହିତ ମିଳାମିଶା କଲେ ତାଙ୍କର ଉଚିତ ବ୍ୟବହାର ସାଇପଡିଶାଙ୍କ ଦ୍ବାରା ପ୍ରଶଂସିତ ହୋଇଥାଏ। ସେଥିପାଇଁ ଯେଉଁ ସ୍ତ୍ରୀର ଗୁଣ ଭଲ ସେ ସବୁବେଳେ ପ୍ରିୟଭାଜନ ହୋଇଥାଏ।

Categories
ଆଜିର ଖବର ଧର୍ମ

ଯୋଗ୍ୟ ଅଯୋଗ୍ୟ ନେଇ ଆଚାର୍ଯ୍ୟ ଚାଣକ୍ୟ ଯାହା କହିଛନ୍ତି ତାହାକୁ ଧ୍ୟାନର ସହ ପଢିବା ଉଚିତ

ଭୁବନେଶ୍ବର, ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ।

ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ ଜୁଟିଲା ତେବେ ଭଲ ହୁଅନ୍ତା ଆପଣଙ୍କର ସ୍ତ୍ରୀ ନ ରହିବା।

Categories
ଆଜିର ଖବର ଧର୍ମ

ଆପଣ ନୂଆ ବାସସ୍ଥାନ କରିବା ପୂର୍ବରୁ ଦୟାକରି ଆଚାର୍ଯ୍ୟ ଚାଣକ୍ୟଙ୍କ କଥାକୁ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।

ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ ଅଛନ୍ତି ସେହି ସ୍ଥାନରୁ ମଧ୍ୟ ଦୂରରେ ରୁହନ୍ତୁ। କାରଣ ସେସବୁ ପରିବେଶରେ ଆପଣ କିମ୍ବା ଆପଣଙ୍କ ପିଲାମାନେ କେବେ ବି ଭଲ ଶିକ୍ଷା ହାସଲ କରିପାରିବେ ନାହିଁ। ବଂର କୁଶିକ୍ଷା ମିଳିବାର ସମ୍ଭାବନା ବେଶୀ ଥାଏ।

Categories
ଧର୍ମ ବିଶେଷ ଖବର

ଆପଣ କାର୍ଯ୍ୟରେ କିପରି ସଫଳତା ପାଇବେ ତାହା ସିଂହଠାରୁ ଶିଖନ୍ତୁ ବୋଲି କହିଲେ ଚାଣକ୍ୟ

ଭୁବନେଶ୍ବର, ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ।

ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ। କିଛି ସମୟ ନୀରିକ୍ଷଣ କରିବା ପରେ ସେ ଯେତେବେଳେ ନିଶ୍ଚିତ ହୁଏ ସେତେବେଳେ ମାଡି ବସେ।

ଏହାର ଅର୍ଥ ଆପଣ କୌଣସି କାମ କରିବା ପୂର୍ବରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରଥମେ ଭାବି ଚିନ୍ତି ଭଲ ଭାବରେ ଅନୁଧ୍ୟାନ କରନ୍ତୁ। ସମୟକୁ ଅପେକ୍ଷା କରନ୍ତୁ, ଯେତେବେଳେ ଆପଣ ଉପଲବ୍ଧି କରିବେ ବର୍ତ୍ତମାନ ଠିକ ସମୟ, ସେତେବେଳେ କାମ ଉପରେ ଲମ୍ପ ପ୍ରଦାନ କରନ୍ତୁ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି..

ଯେଉଁ କର୍ମ କରିବାକୁ ହୋଇଛ ଉଦ୍ୟତ। ଲକ୍ଷ୍ୟ ସ୍ଥିର ରଖି ତାହାକୁ କରିବ ସମାପ୍ତ।।

Categories
ଆଜିର ଖବର ଧର୍ମ ସ୍ବାସ୍ଥ୍ୟ

ଆମର ସ୍ବାସ୍ଥ୍ୟ ନେଇ ଆଚାର୍ଯ୍ୟ ଚାଣକ୍ୟ କଣ ଉପଦେଶ ଦେଇଛନ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସ୍ବାସ୍ଥ୍ୟ ଉପରେ ବେଶ ଭଲ ଉପଦେଶ ଦେଇଛନ୍ତି। ଯାହା ସାଧାରଣ ଜୀବନରେ ପ୍ରତିଟି ମଣିଷ ତାହାକୁ ମାନିବା ଉଚିତ। ଚାଣକ୍ୟଙ୍କ ହିସାବରେ ଜଣେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ। ଯେତେ ଜରୁରୀ କାମ ଥାଉ ନା କାହିଁକି ଦିନରେ ଥରୁଟିଏ ସ୍ବାସ୍ଥ୍ୟ ପ୍ରତି ନଜର ଦେବା ଆବଶ୍ୟକ। କାରଣ ଆପଣ ଯେତେଦିନ ସୁସ୍ଥ୍ୟ ରହିବେ ସେତେଦିନ ପର୍ଯ୍ୟନ୍ତ ମୃତ୍ୟୁ ଦୂରେଇ ରହିବ।

ଯଦି ଆପଣ ବଞ୍ଚି ରହିବେ ତେବେ ଧର୍ମକର୍ମ ଏବଂ ପରିବାରର ମଙ୍ଗଳ କରିବେ। ହେଲେ ମରିଗଲେ କିଛି କରିପାରିବେ ନାହିଁ। ନିଜେ ଅସୁସ୍ଥ୍ୟ ରହି ରୋଗ ବ୍ୟାଧିରେ ପଡିରହିଲେ ଆପଣ କାହାର କାମରେ ଆସିବେ ନାହିଁ। କାହାର ଉପକାରଟିଏ ମଧ୍ୟ କରିପାରିବେ ନାହିଁ। କେବଳ ଆପଣଙ୍କ ରୋଗ କଥା ଚିନ୍ତା କରି ଶେଷରେ ଦେହତ୍ୟାଗ କରିବେ। ତେଣୁ ବଞ୍ଚିଥିଲେ କିଛି କରିବେ, ବଞ୍ଚିବା ପାଇଁ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ। ସେଥିପାଇଁ ଚାଣ୍ୟକ ଏ ନେଇ ସଂସ୍କୃତରେ ଯାହା କହିଛନ୍ତି ତାହାର ଓଡିଆ ହେଲା..

ସୁସ୍ଥ୍ୟ ଓ ନିରୋଗ ରହିଥିବ ଯେତେ ଦିନ । ସଂସାରରେ କରିପାରିବ ନାନା ଧର୍ମ କର୍ମ ।।

ସୁସ୍ଥ ରହିବାକୁ ତେଣୁ କର ହେ ଯତନ। ଦୀର୍ଘାୟୁ ହୋଇଣ କର ଜଗତ କଲ୍ୟାଣ ।।