Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଆପଣ ପୃଥିବୀରେ ଥିଲେ ମଧ୍ୟ ସ୍ବର୍ଗ ସୁଖ ଲାଭ କରି ପାରିବେ, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ବର୍ଗ ସୁଖ ଲାଭ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ପୃଥିବୀରେ ବାସ କରୁଥିବା ଲୋକେ ସ୍ବର୍ଗ ସୁଖ ମଧ୍ୟ ପାଇଥାନ୍ତି। ତେବେ ସମସ୍ତେ ନୁହଁନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଭାଗ୍ୟଶାଳୀ ଗୋଷ୍ଠୀରେ ଆସୁଛନ୍ତି।

ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ।

ସେହିପରି ସଂପତ୍ତି ପ୍ରତି ଯଦି ଲୋଭ ରହିଲା ତେବେ ଆପଣଙ୍କର ସୁଖ ଚାଲିଗଲା ବୋଲି ଭାବି ନିଅନ୍ତୁ। କାରଣ ସଂପତ୍ତି ଲୋଭ ହିଁ ଦୁଃଖର ଅନ୍ୟତମ କାରଣ। ସେଥିପାଇଁ ଭଗବାନ ଯେତିକି ସଂପତ୍ତି ଦେଇଛନ୍ତି ବା ଦେଉଛନ୍ତି ତାହାକୁ ନେଇ ସନ୍ତୁଷ୍ଠ ରୁହନ୍ତୁ। ଅସତ୍ ଉପାୟରେ ସଂପତ୍ତି ଅର୍ଜନ କଲେ ପରିମାଣ ବଢିପାରେ ହେଲେ ସୁଖ ରହିବ ନାହିଁ।

Categories
ଆଜିର ଖବର ଧର୍ମ ବ୍ୟବସାୟ

ଆଶ୍ଚର୍ଯ୍ୟ କଥା, ଚାଣକ୍ୟ ନୀତିରେ ରହିଛି ଆପଣ କଣ କଲେ କାମରେ ସଫଳ ହେବେ, ଜାଣନ୍ତୁ

ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ଏପରି ଅନେକ କଥା ଉଲ୍ଲେଖ କରାଯାଇଛି ଯାହା ଆମର ଦୈନ୍ୟନ୍ଦିନ ଜୀବନରେ ବେଶ୍ ଗୁରୁତ୍ବ ବହନ କରେ। ଆଉ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ସତ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆଚର୍ଯ୍ୟ କହିଛନ୍ତି ଯେ, ଜଣେ ମଣିଷ ତାହାର କାମକୁ କଣ କଲେ ସେ ସଫଳତା ହାସଲ କରିପାରି।

ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ ହେବେ କି ନାହିଁ ତାହା କେହି କହିପାରିବେ ନାହିଁ। ସେଥିପାଇଁ ଚାଲାକ ବ୍ୟକ୍ତି କେବେ ବି ନିଜର କାମ ସଫଳ ବା ସଂପୂର୍ଣ୍ଣ ନ ହେବା ପୂର୍ବରୁ କାହାକୁ କହେ ନାହିଁ।

Categories
ଆଜିର ଖବର ମତାମତ ସଂସ୍କୃତି

ଚାଣକ୍ୟ ନୀତି: ଏହି ଛଅଟି କ୍ଷେତ୍ରରେ ଯେଉଁମାନେ ଛିଡା ହେବେ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ

ନୂଆଦିଲ୍ଲୀ, ଆପଣଙ୍କ ଜୀବନରେ ପ୍ରକୃତ ବନ୍ଧୁର ବହୁ ଆବଶ୍ୟକତା ରହିଛି। ହେଲେ ପ୍ରକୃତ ବନ୍ଧୁ କିଏ, ସେମାନେ କିପରି ହେବା ଉଚିତ୍ ? ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବିସ୍ତୁତ କଥା ବର୍ଣ୍ଣନା କରିଛନ୍ତି। ଚାଣକ୍ୟଙ୍କ ମତରେ ଛଅଟି କ୍ଷେତ୍ରରେ ଯେଉଁମାନେ ଆପଣଙ୍କ ପାଖରେ ଛିଡା ହେବେ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ।

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଅସୁସ୍ଥତା ସମୟରେ, ଦୁଃଖ ଦୁର୍ଦ୍ଦିନ ସମୟରେ, ଖାଦ୍ୟାଭବ ସମୟରେ, ଶତ୍ରୁଙ୍କ ଦ୍ବାରା ବିପଦରେ ପଡିଥିବା ସମୟରେ, ସରକାରୀ କ୍ଷେତ୍ରରେ ଏବଂ ମଶାଣୀ ଭୂମିରେ ଯେ ରହିବ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ।

ଆପଣଙ୍କର ପ୍ରକୃତ ବନ୍ଧୁ ଆପଣଙ୍କର କିମ୍ବା ପରିବାରର କାହାର ଦେହ ଖରାପ ହେଲେ ସେମାନେ ସମସ୍ତ ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି। ଦୁଃଖ ସମୟରେ ଦୂରେଇ ନ ଯାଇ ପାଖେ ପାଖେ ରହି ମନୋବଳକୁ ବଢାଇବା ବ୍ୟକ୍ତି ପ୍ରକୃତ ବନ୍ଧୁ। ସେହିପରି ସରକାରୀ କାମ ଅର୍ଥାତ ମାଲିମକଦ୍ଦମା, ପୋଲିସ ଆଦି କାର୍ଯ୍ୟରେ ଯେ ସାହାର୍ଯ୍ୟ କରେ ସେ ପ୍ରକୃତ ବନ୍ଧୁ।

ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ ଯିଏ କି ଦୁଃଖ ଦୁର୍ଦ୍ଦିନ ସହିତ ମଶାଣୀ ଭୂମିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ। ଯଦି ପରିବାରର କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ତେବେ ପ୍ରକୃତ ବନ୍ଧୁ ଆପଣଙ୍କ ପାଖେପାଖେ ରହି ଆପଣଙ୍କୁ ସାନ୍ତନ୍ବା ଦେବେ।

ସେଥିପାଇଁ ଚାଣକ୍ୟ କହିଛନ୍ତି

ଆତୁରେ ବ୍ୟସନେ ପ୍ରାପ୍ତେ ଦୁର୍ଭିକ୍ଷେ ଶତ୍ରୁ ସଙ୍କଟେ । ରାଜଦ୍ବାରେ ଶ୍ବଶାନେ ଚ ଯସ୍ତିଷ୍ଠତି ସ ବାନ୍ଧବଃ ।।

Categories
ଆଜିର ଖବର ବ୍ୟବସାୟ

ଚାଣକ୍ୟ ନୀତି: ବାସସ୍ଥାନ କରିବା ବେଳେ କେଉଁ ଚାରୋଟି ସ୍ଥାନ ବର୍ଜନ କରିବା ଉଚିତ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।

ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ ଅଛନ୍ତି ସେହି ସ୍ଥାନରୁ ମଧ୍ୟ ଦୂରରେ ରୁହନ୍ତୁ। କାରଣ ସେସବୁ ପରିବେଶରେ ଆପଣ କିମ୍ବା ଆପଣଙ୍କ ପିଲାମାନେ କେବେ ବି ଭଲ ଶିକ୍ଷା ହାସଲ କରିପାରିବେ ନାହିଁ। ବଂର କୁଶିକ୍ଷା ମିଳିବାର ସମ୍ଭାବନା ବେଶୀ ଥାଏ।

ଚାଣକ୍ୟ ନୀତିରେ ରହିଛି-

ଯସ୍ମିନ୍ ଦେଶେ ନ ସମ୍ମାନୋ ନ ବୃତ୍ତିର୍ନ ଚ ବାନ୍ଧବାଃ । ନ ଚ ବିଦ୍ୟାଗମଃ କଶ୍ଚିତ୍ ତଂ ଦେଶଂ ପରିବର୍ଜୟେତ୍ ।।

Categories
ଆଜିର ଖବର ବ୍ୟକ୍ତିତ୍ୱ

ଚାଣକ୍ୟ ନୀତି: କେବେ ବି ପାଞ୍ଚୋଟି ପ୍ରାଣୀକୁ ବିଶ୍ବାସ କରିବ ନାହିଁ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁମାନଙ୍କୁ ବିଶ୍ବାସ କରିବ ନାହିଁ ବୋଲି ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ଯେଉଁ ଜନ୍ତୁର ନଖ ଥିବ, ଯେଉଁ ପଶୁର ଶିଙ୍ଗ ଥିବ, ଯେଉଁ ମଣିଷ ଅସ୍ତ୍ରଶସ୍ତ୍ର ଧରିଥିବ, ଯେଉଁ ନଦୀ ପ୍ରଖରରେ ପ୍ରବାହିତ ହେଉଥିବା ଏବଂ ରାଜକର୍ମଚାରୀ। ଏମାନଙ୍କଠାରୁ ଦୂରରେ ରହିବାକୁ ପରାମର୍ଷ ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ।

ଚାଣକ୍ୟଙ୍କ କହିବା କଥା ହେଲା ନଖଥିବା ପଶୁ ମାଙ୍କଡ ଯେତେ ପୋଷା ମାନିଥିଲେ ମଧ୍ୟ ସେ କୌଣସି ସମୟରେ ଆଘାତ ଦେଇପାରେ। ସେହିପରି ନଦୀର ଜଳ ଶାନ୍ତ ଭାବେ ପ୍ରବାହିତ ହେଉଥିଲେ ମଧ୍ୟ ସେ କେତେବେଳେ ତାହାର ଗତିପଥ ବଦଳାଇ ଦେବ କହିହେବ ନାହିଁ। ଏପରି ସ୍ଥିତିର ଧନହାନୀ, ଜନହାନୀ ହେବାର ସମ୍ଭାବନା ରହିଛି।

ଶିଙ୍ଗ ଯୁକ୍ତ ପଶୁ ମଧ୍ୟରେ ଷଣ୍ଢ, ମଇଁଶି ଗାଈଗୋରୁ ପରି ଅନେକ ଅଛନ୍ତି ଯେଉଁମାନେ ଥିବେ ଥିବେ ହଠାତ ଆଘାତ କରିଦେବେ। ସେହିପରି ଅସ୍ତ୍ରଶସ୍ତ୍ର ଧରିଥିବା ବ୍ୟକ୍ତିଙ୍କୁ ମଧ୍ୟ ବିଶ୍ବାସ କରନ୍ତୁ ନାହିଁ। କାରଣ ଯେ ଅସ୍ତ୍ର ଧରିଥିବ ତା ମନ ସବୁବେଳେ ତାହାକୁ ଚାଳନା କରିବା ପାଇଁ ଇଚ୍ଛା ହେବ। ସେଥିପାଇଁ ସେପରି ମଣିଷଠାରୁ ଦୂରଇ ରହିବା ଉଚିତ।

ରାଜକର୍ମଚାରୀ ମଧ୍ୟ ବିଶ୍ବାସ ଯୋଗ୍ୟ ନୁହଁନ୍ତି ବୋଲି ଚାଣକ୍ୟ କହିଛନ୍ତି। ଅର୍ଥାତ ଏହିମାନେ ସବୁବେଳେ ଅର୍ଥ ଲୋଭୀ ହୋଇଥାନ୍ତି। ଏଥିସହିତ ରଜାଙ୍କ ପାଖରେ ଭଲ ହେବା ପାଇଁ ସେମାନେ କିଛି ବି କରିପାରନ୍ତି। ସେଥିପାଇଁ ଏମାନଙ୍କୁ କେବେ ବିଶ୍ବାସ କରିବା ଉଚିତ ନୁହେଁ ବୋଲି ଚାଣକ୍ୟ ନୀତିରେ ଉଲ୍ଲେଖ କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ସଂସ୍କୃତି

ଚାଣକ୍ୟ ନୀତି: ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଉଚିତ

ନୂଆଦିଲ୍ଲୀ, ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ।

କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସଂପତି ଏବଂ ପତ୍ନୀଙ୍କଠାରୁ ଦୂରେଇ ରହିବାର ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି।

ଅନେକ ଧନ ଏବଂ ପତ୍ନୀ ମୋହରେ ପଡି କିଛି କରନ୍ତି ନାହିଁ। ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ସଂଞ୍ଚୟ ମଧ୍ୟ ଏକ କାଠିକର ବ୍ୟାପାର। କାରଣ ଲକ୍ଷ୍ମୀ ଚଳଚଞ୍ଚଳା। ତାହା ଯେମିତି ଆସେ ସେମିତ ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ ଭାବେ ସଞ୍ଚୟ କରି ରଖି ପାରିଥାଏ। ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।

Categories
ଆଜିର ଖବର ବ୍ୟକ୍ତିତ୍ୱ ସଂସ୍କୃତି

ଚାଣକ୍ୟ ନୀତି: ଏହି ଜିନିଷଗୁଡିକ କାହାକୁ କହିବା ଉଚିତ୍ ନୁହେଁ, ଲୁଚାଇବା ଭଲ

ନୂଆଦିଲ୍ଲୀ, ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର 17 ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯେପରିକି ଚାଣକ୍ୟ ନୀତି।

1-ଔଷଧ କିମ୍ବା ଔଷଧ ବିଷୟରେ- ଚାଣକ୍ୟ ନୀତି ଅନୁଯାୟୀ, ସେମାନଙ୍କର ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ । ଆପଣ କେଉଁ ଅସୁସ୍ଥତା ଏବଂ କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ।ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

2-ଘରର ତ୍ରୁଟି – ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ କାହା ଆଗରେ ପ୍ରକାଶ କରାଯିବା ଉଚିତ୍ ନୁହେଁ। ଆପଣ ଯେତେ ବିରକ୍ତ ହୁଅନ୍ତୁ ନା କାହିଁକି, ଆପଣ ନିଜ ଘରର ତ୍ରୁଟି କାହାକୁ କେବେ ବି ପ୍ରକାଶ କରିବା ଉଚିତ୍ ନୁହେଁ। ଶତ୍ରୁମାନେ ଅନ୍ୟର ଘରର ତ୍ରୁଟି ବିଷୟରେ ଜାଣିଲେ ଏହାର ଫାଇଦା ଉଠାଇ ପାରିନ୍ତି।

3-ପରିବାରର ଖରାପ ଚିନ୍ତା – ପରିବାର ସଦସ୍ୟଙ୍କ ପ୍ରତି କଦାପି ମନ୍ଦ କାର୍ଯ୍ୟ ବା ଖରାପ ଚିନ୍ତା କରିବା ଉଚିତ୍ ନୁହେଁ। ଯଦି କୈଣସି ସଦସ୍ୟଙ୍କ ମଧ୍ୟରେ କୈଣସି ଅଭାବ ଥାଏ, ତେବେ ସେ ସଂପର୍କରେ ମଧ୍ୟ କାହାକୁ କହିବା ଉଚିତ୍ ନୁହେଁ।

Categories
ଆଜିର ଖବର ସଂସ୍କୃତି

ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ କେତେବେଳେ କେଉଁ ଅସ୍ତ୍ର ଦରକାର, କଣ କୁହନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପୁସ୍ତକ ଚାଣକ୍ୟ ନୀତିରେ ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ କରିବା ପାଇଁ ଅନେକ କଥା ବର୍ଣ୍ଣନା କରିଛନ୍ତି। ସେ ଅପମାନର ପ୍ରତିଶୋଧ ନେବା ଏବଂ ଏକ ପଦ ମାଧ୍ୟମରେ ଶତ୍ରୁକୁ ପରାସ୍ତ କରିବା ବିଷୟରେ ବହୁ କଥା କହିଛନ୍ତି। ଚାଣକ୍ୟ କହିଛନ୍ତି

ଅନୁଲୋମେନ୍ ବିଲନଂମ୍ ପ୍ରତିଲୋମେନ୍ ଦୁର୍ଜନମ୍

ଆତ୍ମତୁଲ୍ୟବଳଂ ଶତ୍ରୁ, ବିନୟେନ ବିଳନେ ବା

ଏହି ପଦରେ ଆଚାର୍ଯ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ହାସଲ କରିବା ଅତ୍ୟନ୍ତ ଜରୁରୀ ଅଟେ। ଶତ୍ରୁ ଦୁର୍ବଳ କିମ୍ବା ଏହା ବିଷୟରେ ଅବଗତ ନ ରହିଲେ ଏହା ବିରୁଦ୍ଧରେ ଏକ ନୀତି ପ୍ରସ୍ତୁତ କରାଯାଇ ପାରିବ ନାହିଁ । ସେ କହିଛନ୍ତି ଯେ ଯଦି ଶତ୍ରୁ ତୁମଠାରୁ ଅଧିକ ଶକ୍ତିଶାଳୀ, ତେବେ ତାଙ୍କୁ ପରାସ୍ତ କରିବାକୁ ହେଲେ ଜଣେ ବ୍ୟକ୍ତି ତାଙ୍କୁ ଅନୁକୂଳ ଆଚରଣ କରିବା ଉଚିତ୍ । ସେହି ସମୟରେ, ଯଦି ଶତ୍ରୁର ପ୍ରକୃତି ମନ୍ଦ, ସେ ପ୍ରତାରଣା କରିବାକୁ ଯାଉଛି, ତେବେ ତାଙ୍କୁ ପରାସ୍ତ କରିବାକୁ, ସେ ତାଙ୍କ ବିରୁଦ୍ଧରେ ଆଚରଣ କରିବା ଉଚିତ୍।

ଆହୁରି ମଧ୍ୟ, ଚାଣକ୍ୟ କହିଛନ୍ତି ଯେ ଯଦି ଶତ୍ରୁ ତୁମ ସହିତ ସମାନ, ତେବେ ତାଙ୍କୁ ନମ୍ର କିମ୍ବା ବଳପୂର୍ବକ ପରାସ୍ତ କରାଯିବା ଉଚିତ୍। ସେ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବା ପୂର୍ବରୁ ସେମାନେ ସେମାନଙ୍କର ନୀତିକୁ ଫାନ୍ଦରେ ପକାଇବା ଉଚିତ, ଯାହାଫଳରେ ସେମାନେ ଚାହିଁଲେ ମଧ୍ୟ ବାହାରକୁ ଯାଇ ପାରିବେ ନାହିଁ। ଅପମାନ ବିଷୟରେ ଚାଣକ୍ୟ କହିଛନ୍ତି ଯେ ଯଦି ଅପମାନିତ ହୁଏ, ତେବେ ଜଣେ ଚୁପ୍ ରହିବା ଏବଂ ଶତ୍ରୁଙ୍କୁ ଦେଖିବା ଏବଂ ହସିବା ଉଚିତ୍ | ସେ କହିଛନ୍ତି ଯେ ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର। ନୀରବତା ଅବସ୍ଥାରେ, ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଅବସ୍ଥା ବିଷୟରେ ଜାଣିବାକୁ ଅସମର୍ଥ ।