ଚାଣକ୍ୟ ନୀତି: କେବେ ବି ପାଞ୍ଚୋଟି ପ୍ରାଣୀକୁ ବିଶ୍ବାସ କରିବ ନାହିଁ

Published: Dec 9, 2020, 1:16 am IST

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁମାନଙ୍କୁ ବିଶ୍ବାସ କରିବ ନାହିଁ ବୋଲି ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ଯେଉଁ ଜନ୍ତୁର ନଖ ଥିବ, ଯେଉଁ ପଶୁର ଶିଙ୍ଗ ଥିବ, ଯେଉଁ ମଣିଷ ଅସ୍ତ୍ରଶସ୍ତ୍ର ଧରିଥିବ, ଯେଉଁ ନଦୀ ପ୍ରଖରରେ ପ୍ରବାହିତ ହେଉଥିବା ଏବଂ ରାଜକର୍ମଚାରୀ। ଏମାନଙ୍କଠାରୁ ଦୂରରେ ରହିବାକୁ ପରାମର୍ଷ ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ।

ଚାଣକ୍ୟଙ୍କ କହିବା କଥା ହେଲା ନଖଥିବା ପଶୁ ମାଙ୍କଡ ଯେତେ ପୋଷା ମାନିଥିଲେ ମଧ୍ୟ ସେ କୌଣସି ସମୟରେ ଆଘାତ ଦେଇପାରେ। ସେହିପରି ନଦୀର ଜଳ ଶାନ୍ତ ଭାବେ ପ୍ରବାହିତ ହେଉଥିଲେ ମଧ୍ୟ ସେ କେତେବେଳେ ତାହାର ଗତିପଥ ବଦଳାଇ ଦେବ କହିହେବ ନାହିଁ। ଏପରି ସ୍ଥିତିର ଧନହାନୀ, ଜନହାନୀ ହେବାର ସମ୍ଭାବନା ରହିଛି।

ଶିଙ୍ଗ ଯୁକ୍ତ ପଶୁ ମଧ୍ୟରେ ଷଣ୍ଢ, ମଇଁଶି ଗାଈଗୋରୁ ପରି ଅନେକ ଅଛନ୍ତି ଯେଉଁମାନେ ଥିବେ ଥିବେ ହଠାତ ଆଘାତ କରିଦେବେ। ସେହିପରି ଅସ୍ତ୍ରଶସ୍ତ୍ର ଧରିଥିବା ବ୍ୟକ୍ତିଙ୍କୁ ମଧ୍ୟ ବିଶ୍ବାସ କରନ୍ତୁ ନାହିଁ। କାରଣ ଯେ ଅସ୍ତ୍ର ଧରିଥିବ ତା ମନ ସବୁବେଳେ ତାହାକୁ ଚାଳନା କରିବା ପାଇଁ ଇଚ୍ଛା ହେବ। ସେଥିପାଇଁ ସେପରି ମଣିଷଠାରୁ ଦୂରଇ ରହିବା ଉଚିତ।

ରାଜକର୍ମଚାରୀ ମଧ୍ୟ ବିଶ୍ବାସ ଯୋଗ୍ୟ ନୁହଁନ୍ତି ବୋଲି ଚାଣକ୍ୟ କହିଛନ୍ତି। ଅର୍ଥାତ ଏହିମାନେ ସବୁବେଳେ ଅର୍ଥ ଲୋଭୀ ହୋଇଥାନ୍ତି। ଏଥିସହିତ ରଜାଙ୍କ ପାଖରେ ଭଲ ହେବା ପାଇଁ ସେମାନେ କିଛି ବି କରିପାରନ୍ତି। ସେଥିପାଇଁ ଏମାନଙ୍କୁ କେବେ ବିଶ୍ବାସ କରିବା ଉଚିତ ନୁହେଁ ବୋଲି ଚାଣକ୍ୟ ନୀତିରେ ଉଲ୍ଲେଖ କରାଯାଇଛି।

Related posts