ରେଢ଼ାଖୋଲ (କନ୍ଦର୍ପ ବେହେରା): ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି। ଜଙ୍ଗଲ, ପରିବେଶ ବିଭାଗ ଓଡିଶା ସରକାର ତରଫରୁ ତାଙ୍କୁ ଏହି ପୁରସ୍କାର ସମ୍ବଲପୁର ଜିଲ୍ଲା ନନ୍ଦନକାନନ ଠାରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସରେ ତାଙ୍କୁ ମାନପତ୍ର, ଆର୍ଥିକ ସହଯୋଗ ସହ ପୁରସ୍କୃତ କରାଯାଇ ଥିଲା।
ସେ ଜଣେ ସ୍ଵେଚ୍ଛାସେବୀ ଭାବରେ ସମ୍ବଲପୁର ଜିଲ୍ଲାରେ ବେଶ ପରିଚିତ। ସେ ରେଢ଼ାଖୋଲ ଉପଖଣ୍ଡ ଜୁଯୋମୁରା ନିକଟ ଏକ ପଲ୍ଲୀ ଗ୍ରାମରେ ଥାଇ ସମାଜସେବାକୁ ବ୍ରତ ଭାବରେ ଗ୍ରହଣ କରିଛନ୍ତି।


