ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ ଦେଖିବାକୁ ସବୁ ଛାତ୍ରଛାତ୍ରୀ (ଏକଜାମ୍ ୱାରିୟର୍ସ), ସେମାନଙ୍କର ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି,:
‘‘ ‘ପରୀକ୍ଷା ପେ ଚର୍ଚ୍ଚା’ ନୂଆ ଏବଂ ଜୀବନ୍ତ ସ୍ୱରୂପରେ ଫେରିଛି!
ଚାପମୁକ୍ତ ପରୀକ୍ଷାର ବିଭିନ୍ନ ଦିଗକୁ ସାମିଲ କରି ୮ଟି ରୋଚକ ଅଧ୍ୟାୟରେ ପରିବେଷିତ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା (#PPC2025) ଦେଖିବା ପାଇଁ ସବୁ ବିଦ୍ୟାର୍ଥୀ (#ExamWarriors), ସେମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ କରୁଛି!’’