Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭାରତ ବନ୍ଦ, ଦେଶର କୃଷି ସଂଗଠନ ଦେଇଛନ୍ତି ଆହ୍ବାନ, ପ୍ରଭାବ ପଡିବ କି ନାହିଁ ଜଣାପଡିନି

ଭୁବନେଶ୍ବର, ସଂସଦରେ ପାଶ ହୋଇଥିବା କୃଷି ବିଲକୁ ବିରୋଧ କରି ବହୁ ଚାଷି ସଂଗଠନ  ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଏହି ବିଲରେ ଚାଷିଙ୍କ କଲ୍ୟାଣ ପାଇଁ କିଛି ନାହିଁ।

ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷିଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ବିଭିନ୍ନ ଚାଷି ସଂଗଠନ ଦାବୀ କରିଛନ୍ତି। ଓଡିଶାର ପ୍ରମୁଖ ନବନିର୍ମାଣ କୃଷକ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛି। ଆସନ୍ତାକାଲି ସଂଗଠନ ରାଜଧାନୀରେ ବିକ୍ଷୋଭ କରିବ ବୋଲି ଜଣାପଡିଛି।

ଏହି ବିଲ ଯେଉଁଦିନ ପାଶ ହେଲା ସେହି ଦିନ ବିଭିନ୍ନ ରାଜ୍ୟରେ ଚାଷିମାନଙ୍କ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ତେବେ ଆଜିର ଭାରତ ବନ୍ଦ କେତେ ପ୍ରଭାବିତ କରିବ ତାହା ଜଣାପଡି ନାହିଁ।