Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭୟଙ୍କର ହେଲା ଜଙ୍ଗଲ ନିଆଁ, ଲିଭାଇବା କାମରେ ଦୁଇ ହଜାରଟି ଦମକଳ ଏବଂ ୧୦୪ ବିମାନ ନିୟୋଜିତ

ସାନ ଫ୍ରାନ୍ସିସ୍କୋ, ଗତ ମାସରେ କାଲିଫର୍ଣିଆ ଜଙ୍ଗଲରେ ନିଆଁ ଲାଗିଯାଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ପ୍ରାୟ ୧୨,୯୫୦ ବର୍ଗ କିଲୋମିଟର ଜଙ୍ଗଲ ପୋଡି ଯାଇଛି। ଏହି ଅଗ୍ନିକାଣ୍ଡରେ ୪,୦୦୦ ଗୃହ ନଷ୍ଟ ହୋଇଯାଇଛି। ଗତମାସରେ ଲାଗିଥିବା ଏହି ନିଆଁକୁ ବର୍ତ୍ତମାନ ସୁଦ୍ଧା ଆୟତ କରାଯାଇ ପାରି ନାହିଁ। ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଏହାର ଧାସ ରହୁଥିବାରୁ ସେ ସ୍ଥାନରେ ଛିଡା ହେବା ସମ୍ଭବ ହୋଇପାରୁ ନାହିଁ।

ରବିବାର ଦିନ ପ୍ରାୟ ୧୬,୫୭୦ ଅଗ୍ନିଶମ କର୍ମଚାରୀ ୨୯ ଟି ପ୍ରମୁଖ ବନ୍ୟପ୍ରାଣୀ ନିୟନ୍ତ୍ରକ ନିଆଁକୁ ଆୟତ କରିବା ପାଇଁ ଲାଗିଛନ୍ତି। ଏଥିସହିତ ୨୨୦୦ ରୁ ଅଧିକ ଦମକଳ ୩୮୮ ୱାଟର ସ୍ପେୟାର, ୩୦୪ ବୁଲଡୋଜର ଏବଂ ୧୦୪ ବିମାନ ମଧ୍ୟ ଏହି ନିଆଁ ଲିଭା କାମରେ ନିୟୋଜିତ କରାଯାଇଛି। ମୁଖ୍ୟତଃ ଜଙ୍ଗଲରେ ପବନ ଯୋଗୁଁ ଏହି ନିଆଁକୁ ଆୟତ କରିବା ଅସମ୍ଭବ ହୋଇପଡିଛି। ବର୍ତ୍ତମାନ ନିଆଁ ଲଗିବା ପରେ ଏହି ପବନଗତି କ୍ଷୀପ୍ର ହେବା ସହ ନିଆଁର ଗତି ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି।

ସବୁଠାରୁ ବଡ ଅଗ୍ନିକାଣ୍ଡ ମେଣ୍ଡୋସିନୋ ଏବଂ ହମ୍ବୋଲ୍ଡ କାଉଣ୍ଟିରେ ଥିବା ଅଗଷ୍ଟ କମ୍ପ୍ଲେକ୍ସରେ ଘଟିଛି। ଏଠାରେ ପୂର୍ବରୁ ୨,୦୦୦ ଏକରରୁ ଅଧିକ ଜଙ୍ଗଲ ପୋଡିଥିବା ବେଳେ ଏକାଥରେ ଗୋଟିଏ ରାତିରେ ୮୭୭,୪୭୭ ଏକରରେ ନିଆଁ ବ୍ୟାପିଯାଇଛି ବୋଲି କାଲଫାୟାର ଅଧିକାରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା  ଏହି ନିଆଁ ଯୋଗୁଁ ୧୪,୦୭୪ ନିର୍ମାଣ ବିପଦ ଭିତରେ ରହିଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।