Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚମ ଦିବସରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଜନକଲ୍ୟାଣ ଯୋଜନା ବିକାଶ ମେଳା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ରାଜ୍ୟ ସରକାରଙ୍କ ବର୍ଷ ଏକ… ଉପଲବ୍ଧି ଅନେକ ପଞ୍ଚମ ଦିବସରେ ପହଞ୍ଚିଥିବା ବେଳେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ ବେଶ ଶିକ୍ଷା, ସୂଚନା ଓ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ମେଳା ଦେଖିବାକୁ ଆସିଥିବା ବେଳେ ପାରମ୍ପାରିକ ଖାଦ୍ୟ ଖାଇବାସହ ସୁଭଦ୍ରା ଶକ୍ତି ଷ୍ଟଲ୍ ଓ ଓର୍ମାଷ ଷ୍ଟଲ୍ ବୁଲି ଦେଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃତ ବିକାଶ ଧାରାର ଅଗ୍ରଣୀ ଯୋଜନା ସମ୍ଵନ୍ଧରେ ଅବଗତ ହୋଇଥିଲେ।

ସେହିପରି ସନ୍ଧ୍ୟାରେ ଦୁର୍ଗା ପ୍ରସାଦ ବାରିକ ଓ ସାଥିଙ୍କ ଦ୍ଵାରା ଖୋରଧାର ପାରମ୍ପାରିକ ଲୋକ କଳା ପାଇକ ଆଖଡ଼ା ପ୍ରଦର୍ଶନ ସହ, ସୁଜାତା ପ୍ରିୟଦର୍ଶିନୀ ଓ ସାଥୀ କଳାକାରଙ୍କ ଦ୍ୱାରା ଡ୍ରାମା ଏବଂ ଶୁକଦେବ ସେଠୀ ଓ ତାଙ୍କ ଦଳଙ୍କ ଦ୍ଵାରା ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହି ମେଳା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ହାବଳି ପଡ଼ିଆରେ ଅନୁଷ୍ଠିତ ହେବା ସହ ଦୈନନ୍ଦିନ ଚିତା କର୍ଷକ ଓଡ଼ିଶାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଉପରେ ଓଡ଼ିଆ ସିନେମା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଣୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନସାଧାରଣ ଶିକ୍ଷା ସୂଚନା ଓ ସେବା ସାଂସ୍କୃତିକ ସମ୍ଭାର ର ମେଳାର ଉପଲବ୍ଧି ଅନୁଭବ କରି ବିକଶିତ ଓଡ଼ିଶାର ଭିଜନ ରେ ସାରଥୀ ହେବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ପ୍ରକାଶ କରିଛନ୍ତି।