Categories
ଜାତୀୟ ଖବର ବିଶେଷ ଖବର

ଆଜି ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା, ସରକାରରେ ସାମିଲ ହେବନି କଂଗ୍ରେସ

ନୂଆଦିଲ୍ଲୀ: ନ୍ୟାସନାଲ କନଫ୍ରେନସର ଉପସଭାପତି ଓମାର ଅବଦୁଲ୍ଲା ଆଜି ଶ୍ରୀନଗରରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶେର-ଇ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC) ରେ ଏହି ସମାରୋହ ଅନୁଷ୍ଠିତ ହେବ। ଏଥିରେ ଜମ୍ମୁର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଅବଦୁଲ୍ଲା ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଶପଥ ଗ୍ରହଣ କରାଇବେ।

ସମାରୋହ ପୂର୍ବରୁ ଅବଦୁଲ୍ଲାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ଧାରା 370 ରଦ୍ଦ ହେବା ଏବଂ ପୂର୍ବ ରାଜ୍ୟକୁ ଦୁଇଟି ୟୁନିଅନ ଅଞ୍ଚଳରେ ପୁନର୍ଗଠନ ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ନିର୍ବାଚିତ ସରକାର ହେବ।

ଓମାର ଅବଦୁଲ୍ଲାଙ୍କ ଜେଜେବାପା ଶେଖ ମହମ୍ମଦ ଅବୁଲ୍ଲା ଜମ୍ମୁ କାଶ୍ମୀର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ପରେ ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଓମାରଙ୍କ ପିତା ଫାରୁକ୍ ଅବଦୁଲ୍ଲା ଜମ୍ମୁ କଶ୍ମୀରର ତିନିଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଅଖିଳେଶ ଯାଦବ, ସୁପ୍ରିୟା ସୁଲେ, ପ୍ରକାଶ କରାତ, ଏବଂ କାନିମୋଝୀ ଙ୍କ ସମେତ ଇଣ୍ଡିଆ ବ୍ଲକର ନେତାମାନେ ଶ୍ରୀନଗରରେ ପହଁଚିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଅବଦୁଲ୍ଲାଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। 

ତେବେ ଅବଦୁଲ୍ଲାଙ୍କ ସରକାରରେ କଂଗ୍ରେସ ସାମିଲ ହେବ ନାହିଁ ବୋଲି ଜଣାପଡିଛି। ତେବେ ଏହି ଶପଥ ଉତ୍ସବରେ ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ଯୋଗଦେବାର ସମ୍ଭାବନା ରହିଛି।