Categories
ବିଶେଷ ଖବର

ମାନବ କୈନ୍ଦ୍ରିକ ଜଗତୀକରଣ: ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍ ଦେବା ନାହିଁ

ନରେନ୍ଦ୍ର ମୋଦୀ

‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ, ଏହି ବିଚାର ମାନବ-କେନ୍ଦ୍ରୖକ ପ୍ରଗତିର ଆହ୍ୱାନ ରୂପରେ ପ୍ରକଟ ହୋଇଛି। ‘ଏକ ବିଶ୍ୱ’ ରୂପରେ, ଆମେ ମାନବ ଜୀବନକୁ ଉନ୍ନତ କରିବା ଲାଗି ଏକାଠି ହେଉଛୁ। ଆମେ ଗୋଟିଏ ପରିବାର ରୂପରେ ବିକାଶ ନିମନ୍ତେ ପରସ୍ପରର ସହଯୋଗୀ ହେଉଛୁ। ଆହୁରି ଏକସମାନ ଭବିଷ୍ୟତ ପାଇଁ ଆମେ ସହଭାଗୀ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକାଠି ଆଗକୁ ବଢ଼ୁଛୁ।

କରୋନା ମହାମାରୀ ପରବର୍ତ୍ତୀ ଦୁନିଆ ଏହା ପୂର୍ବର ସମୟ ଠାରୁ ସମ୍ପୂର୍ଣ୍ଣ ଅଲଗା। ସାମ୍ପ୍ରତିକ ସମୟରେ ଅନେକଗୁଡ଼ିଏ ପରିବର୍ତ୍ତନ ବ୍ୟତୀତ ତିନୋଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି।
ପ୍ରଥମତଃ, ବିଶ୍ୱ ଏବେ ଜିଡିପି-କେନ୍ଦ୍ରିତ ଦୃଷ୍ଟିକୋଣ ପରିବର୍ତ୍ତେ ମାନବ-କେନ୍ଦ୍ରିତ ଦୃଷ୍ଟିକୋଣ ଆଡ଼କୁ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ଏବଂ ଏହି ବାସ୍ତବତାକୁ ଏବେ ସମସ୍ତେ ହୃଦୟଙ୍ଗମ କଲେଣି।

ଦ୍ୱିତୀୟତଃ, ବିଶ୍ୱ ଯୋଗାଣ ଶୃଙ୍ଖଳ ବା ଗ୍ଲୋବାଲ ସପ୍ଲାଇ ଚେନ୍ରେ ଦୃଢ଼ତା ଓ ବିଶ୍ୱସନୀୟତାକୁ ସାରା ଦୁନିଆ ଏବେ ଗୁରୁତ୍ୱ ଦେଉଛି।

ତୃତୀୟତଃ, ବିଶ୍ୱସ୍ତରୀୟ ସଂସ୍ଥାରେ ସଂସ୍କାର ମାଧ୍ୟମରେ ବହୁପକ୍ଷବାଦକୁ ପ୍ରୋତ୍ସାହନ ଦେବାର ସାମୂହିକ ଆହ୍ୱାନ ଏବେ ସାମ୍ନାକୁ ଆସିଛି।

ଏସବୁ ପରିବର୍ତ୍ତନରେ ଆମର ଜି-୨୦ ଅଧ୍ୟକ୍ଷତା ଏକ ଉତ୍ପ୍ରେରକ ଭୂମିକା ନିର୍ବାହ କରୁଛି। ଡିସେମ୍ବର ୨୦୨୨ରେ ଯେତେବେଳେ ଆମେ ଇଣ୍ଡୋନେସିଆ ଠାରୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲୁ, ସେତେବେଳେ ମୁଁ କହିଥିଲି, ମାନସିକତାରେ ପରିବର୍ତ୍ତନ ଆଣିବାରେ ଜି-୨୦ ଏକ ବାହକ ହେବା ଉଚିତ୍। ବିକାଶଶୀଳ ଦେଶ, ଦକ୍ଷିଣ ବିଶ୍ୱ ରାଷ୍ଟ୍ର ଏବଂ ଆଫ୍ରିକୀୟ ଦେଶଗୁଡ଼ିକର ଅବହେଳିତ ଆକାଂକ୍ଷାକୁ ମୁଖ୍ୟଧାରାକୁ ଆଣିବା ଲାଗି ଏହାର ବିଶେଷ ଆବଶ୍ୟକତା ରହିଛି।

ଏହି ଲକ୍ଷ୍ୟ ନେଇ ଭାରତ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଟ୍’ ଆୟୋଜନ କରିଥିଲା ଏବଂ ଏଥିରେ ୧୨୫ଟି ଦେଶ ଭାଗ ନେଇଥିଲେ। ଏହା ଭାରତ ଅଧ୍ୟକ୍ଷତା ଅଧୀନରେ ଆୟୋଜନ କରାଯାଇଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ମଧ୍ୟରୁ ଗୋଟିଏ ଥିଲା। ଦକ୍ଷିଣ ବିଶ୍ୱ ରାଷ୍ଟ୍ରମାନଙ୍କ ଠାରୁ ସେମାନଙ୍କ ବିଚାର, ଅନୁଭୂତି ଜାଣିବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ଥିଲା। ଏହାବ୍ୟତୀତ, ଆମ ଅଧ୍ୟକ୍ଷତା ଅଧୀନରେ କେବଳ ଆଫ୍ରିକୀୟ ଦେଶମାନଙ୍କର ବର୍ତ୍ତମାନସୁଦ୍ଧା ସବୁଠ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା। ଜି-୨୦ର ଏକ ସ୍ଥାୟୀ ସଦସ୍ୟ ରୂପରେ ଆଫ୍ରିକୀୟ ୟୁନିଅନକୁ ସାମିଲ କରିବା ଉପରେ ମଧ୍ୟ ଭାରତ ଜୋର୍ ଦେଇଛି।

ଆମ ଦୁନିଆ ପରସ୍ପର ସହ ଯୋଡ଼ି ହୋଇ ରହିଛି, ଏହାର ଅର୍ଥ ହେଉଛି ବିଭିନ୍ନ କ୍ଷେତ୍ରରେ ଆମ ସମସ୍ୟାଗୁଡ଼ିକ ମଧ୍ୟ ପରସ୍ପର ସହ ଯୋଡ଼ି ହୋଇ ରହିଛି । ବର୍ତ୍ତମାନ ୨୦୩୦ ଏଜେଣ୍ଡାର ମଧ୍ୟବର୍ତ୍ତୀ କାଳ ଚାଲିଛି ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ବାଟବଣା ହେବାକୁ ନେଇ ଅନେକ ଦେଶ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏସଡିଜି ଉପରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲାଗି ଜି-୨୦ ୨୦୨୩ କାର୍ଯ୍ୟ ଯୋଜନା ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିବ। ଏହାଦ୍ୱାରା ଏସଡିଜି ହାସଲ କରିବା ପାଇଁ ବାଟ ସଫା ହେବ।

ଭାରତ ପ୍ରାଚୀନ କାଳରୁ ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ଆଗକୁ ବଢ଼ିବାର ଆଦର୍ଶକୁ ଗ୍ରହଣ କରି ଆସିଛି। ଆଧୁନିକ ଯୁଗରେ ମଧ୍ୟ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦିଗରେ ଆମେ ନିଜର ଯୋଗଦାନ ଦେଉଛୁ।

ଦକ୍ଷିଣ ବିଶ୍ୱର ଅନେକ ଦେଶ ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି ଏବଂ ଏହି ସମୟରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଧ୍ୟାନ ରଖାଯିବା ଉଚିତ୍। ଜଳବାୟୁ କାର୍ଯ୍ୟାନୁଷ୍ଠାନର ଆକାଂକ୍ଷା ସହିତ ଜଳବାୟୁ ପାଣ୍ଠି ଯୋଗାଣ ଏବଂ ପ୍ରଯୁକ୍ତି ହସ୍ତାନ୍ତର ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ।

ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିବା ଲାଗି ଆମକୁ କଟକଣାଯୁକ୍ତ ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ। ‘‘କ’ଣ କରାଯିବା ଉଚିତ୍ ନୁହେଁ’’ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ‘‘କ’ଣ କରାଯାଇ ପାରିବ’’, ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ନୀଳ ଅର୍ଥବ୍ୟବସ୍ଥା ଲାଗି ଚେନ୍ନାଇ ଏଚଏଲପି ଆମ ମହାସାଗରଗୁଡ଼ିକୁ ସ୍ୱଚ୍ଛ ରଖିବା କାର୍ଯ୍ୟରେ ନିୟୋଜିତ ରହିଛି।

ଏକ ସବୁଜ ଉଦଯାନ ନବସୃଜନ କେନ୍ଦ୍ର ସହିତ ଆମ ଅଧ୍ୟକ୍ଷତାରେ ସ୍ୱଚ୍ଛ ଓ ସବୁଜ ଉଦଯାନ ସହ ଜଡ଼ିତ ଏକ ଗ୍ଲୋବାଲ୍ ଇକୋସିଷ୍ଟମ ପ୍ରସ୍ତୁତ ହେବ।

୨୦୧୫ରେ ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ ଶୁଭାରମ୍ଭ କରିଥିଲୁ। ଏବେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଆମେ ବିଶ୍ୱକୁ ଇନ୍ଧନ ରୂପାନ୍ତରଣ ଯୋଗ୍ୟ କରିବା ଲାଗି ସହଯୋଗ ଯୋଗାଇ ଦେବୁ। ଏହାଦ୍ୱାରା ଚକ୍ରାକାର ଅର୍ଥବ୍ୟବସ୍ଥାର ଲାଭ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବ।

ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ସାର୍ବଜନୀନ ସ୍ୱରୂପ ଦେବା, ଏହି ଆନ୍ଦୋଳନକୁ ଗତିଶୀଳ କରିବାର ସବୁଠୁ ଭଲ ଉପାୟ। ଲୋକମାନେ ଯେପରି ନିଜ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଦୈନନ୍ଦିନ ଜୀବନରେ ନିଷ୍ପତ୍ତି ନେଇଥାନ୍ତି, ସେହିପରି ସେମାନେ ଏ ପୃଥିବୀର ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ଧ୍ୟାନରେ ରଖି ନିଜ ଜୀବନଶୈଳୀ ନିର୍ଦ୍ଧାରଣ କରିପାରିବେ। ଯୋଗ ଯେପରି ଭାବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନ ପାଲଟିଛି, ସେହିପରି ଆମେ ଦୀର୍ଘସ୍ଥାୟୀ ପରିବେଶ ପାଇଁ ଜୀବନ ଶୈଳୀ ବା ‘ଲାଇଫ୍ ଷ୍ଟାଇଲ୍ ଫର୍ ସଷ୍ଟେନେବଲ ଇନଭାୟର୍ଣ୍ଣମେଣ୍ଟ’ (ଲାଇଫ)କୁ ପ୍ରୋତ୍ସାହିତ କରୁଛୁ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ୱରୂପ, ଖାଦ୍ୟ ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏକ ବଡ଼ ଆହ୍ୱାନ ପାଲଟିବ। ଏହାର ମୁକାବିଲା କରିବାରେ ମିଲେଟ୍ସ ବା ଶ୍ରୀ ଅନ୍ନ ବେଶ୍ ସହାୟକ ହୋଇପାରିବ। ଶ୍ରୀ ଅନ୍ନ ଜଳବାୟୁ ଅନୁକୂଳ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ସମୟରେ ଆମେ ଶ୍ରୀଅନ୍ନକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛୁ। ‘ଦ ଡେକ୍କାନ ହାଇ ଲେଭଲ ପ୍ରିନିପଲ୍ସ ଅନ୍ ଫୁଡ୍ ସିକ୍ୟୋରିଟିଜ୍ ଏଣ୍ଡ ନ୍ୟୁଟ୍ରିସନ’ରୁ ମଧ୍ୟ ଏ ଦିଗରେ ବିଶେଷ ସହାୟତା ମିଳିପାରିବ।

ପ୍ରଯୁକ୍ତି ମାଧ୍ୟମରେ ପରିବର୍ତ୍ତନ ଆସିପାରିବ, କିନ୍ତୁ ଏହାକୁ ସମାବେଶୀ କରିବାର ମଧ୍ୟ ଆବଶ୍ୟକତା ରହିଛି। ଅତୀତରେ, ବୈଷୟିକ ପ୍ରଗତିର ଲାଭ ସମାଜର ସବୁ ବର୍ଗଙ୍କୁ ସମାନ ଭାବେ ମିଳୁନଥିଲା। ପ୍ରଯୁକ୍ତିର ଲାଭ ନେଇ କିଭଳି ଅସମାନତାକୁ ଦୂର କରାଯାଇପାରିବ ତାହା ବିଗତ କିଛି ବର୍ଷ ମଧ୍ୟରେ ଭାରତ ଦୁନିଆକୁ ଦର୍ଶାଇଛି।

ଉଦାହରଣ ସ୍ୱରୂପ ସାରା ଦୁନିଆରେ କୋଟି କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ସୁବିଧା, କିମ୍ବା ଡିଜିଟାଲ ପରିଚୟ ନାହିଁ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ମାଧ୍ୟମରେ ସେମାନଙ୍କର ଆର୍ଥିକ ଅନ୍ତର୍ଭୂକ୍ତୀକରଣ କରାଯାଇପାରିବ।

ଡିପିଆଇର ଉପଯୋଗ କରି ଆମେ ଯେଉଁ ପରିଣାମ ହାସଲ କରିଛୁ, ତାହା ସାରା ଦୁନିଆ ଦେଖୁଛି। ସମସ୍ତେ ଏହାକୁ ସ୍ୱୀକାର ମଧ୍ୟ କରୁଛନ୍ତି। ଏବେ ଜି-୨୦ ମାଧ୍ୟମରେ ଆମେ ବିକାଶଶୀଳ ଦେଶକୁ ଡିପିଆଇକୁ ଆପଣାଇବା, ପ୍ରସ୍ତୁତ କରିବା ଏବଂ ଏହାକୁ ବିସ୍ତାରିତ କରିବାରେ ସହାୟତା କରିବୁ; ଯାହାଫଳରେ ସେମାନେ ସମାବେଶୀ ବିକାଶର ଶକ୍ତି ହାସଲ କରିପାରିବେ।

ଭାରତ ସବୁଠୁ ଦ୍ରୁତ ଗତିରେ ବଡ଼ ଅର୍ଥବ୍ୟବସ୍ଥା ହୋଇଯିବା କୌଣସି ଆକସ୍ମିକ ଘଟଣା ନୁହେଁ। ଆମର ସରଳ, ବ୍ୟବହାରିକ ଏବଂ ଦୀର୍ଘସ୍ଥାୟୀ ଉପାୟ ଦୁର୍ବଳ ଓ ବଞ୍ଚିତ ଲୋକମାନଙ୍କୁ ଆମ ବିକାଶ ଯାତ୍ରାର ନେତୃତ୍ୱ ନେବା ଲାଗି ସଶକ୍ତ କରିଛି। ମହାକାଶ ଠାରୁ ଆରମ୍ଭ କରି କ୍ରୀଡ଼ା, ଅର୍ଥବ୍ୟବସ୍ଥା ଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ, ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ଭାରତ ଆଜି ମହିଳାମାନଙ୍କ ବିକାଶ ଠାରୁ ଆଗକୁ ବଢ଼ି ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ରରେ ଆଗକୁ ବଢ଼ୁଛି। ଆମ ଜି-୨୦ ଅଧ୍ୟକ୍ଷତା ଲିଙ୍ଗଗତ ଡିଜିଟାଲ ବ୍ୟବଧାନକୁ ଦୂର କରିବା, ଶ୍ରମଶକ୍ତିରେ ଭାଗିଦାରୀର ବ୍ୟବଧାନକୁ କମ୍ କରିବା ଏବଂ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳାଙ୍କ ଏକ ବଡ଼ ଭୂମିକାକୁ ସକ୍ଷମ କରିବା ଦିଗରେ କାର୍ଯ୍ୟ କରୁଛି।

ଭାରତ ପାଇଁ, ଜି-୨୦ ଅଧ୍ୟକ୍ଷତା କେବଳ ଏକ ଉଚ୍ଚସ୍ତରୀୟ କୂଟନୀତିକ ପ୍ରୟାସ ନୁହେଁ, ଗଣତନ୍ତ୍ରର ଜନନୀ ଓ ବିବିଧତାର ଆଦର୍ଶ ରୂପରେ ଆମେ ଏହି ଅଭିଜ୍ଞତାର ଦ୍ୱାରକୁ ଦୁନିଆ ପାଇଁ ଖୋଲି ଦେଇଛୁ।

କୌଣସି କାମକୁ ବଡ଼ ଆକାରରେ କରିବାର କଥା ଉଠିଲେ ଖୁବ୍ ସହଜରେ ଭାରତର ନାମ ଆଗକୁ ଆସିଥାଏ। ଜି-୨୦ ଅଧ୍ୟକ୍ଷତା ଏହାର କୌଣସି ବ୍ୟତିକ୍ରମ ନୁହେଁ। ଏହାର ଭାରତରେ ଏକ ଜନ ଆନ୍ଦୋଳନ ପାଲଟିଛି।

ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ଭାରତର ୬୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରିସାରିଛୁ। ଏହି ସମୟରେ ଆମେ ୧୨୫ ଦେଶର ପାଖାପାଖି ୧,୦୦,୦୦୦ ପ୍ରତିନିଧିଙ୍କୁ ଆତିଥେୟ ପ୍ରଦାନ କରିସାରିଛୁ। ଅନ୍ୟ କୌଣସି ଦେଶର ଅଧ୍ୟକ୍ଷତା ସମୟରେ ଏତେ ବିଶାଳ ଓ ବିବିଧ ଭୌଗଳିକ ବିସ୍ତାରକୁ ଏପରି ଭାବେ ସାମିଲ କରାଯାଇନାହିଁ।

ଭାରତର ଜନସଂଖ୍ୟା, ଗଣତନ୍ତ୍ର, ବିବିଧତା ଓ ବିକାଶ ବିଷୟରେ ଅନ୍ୟ କାହାଠାରୁ ଶୁଣିବା ଗୋଟିଏ କଥା ଏବଂ ଏହାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ଭିନ୍ନ କଥା। ମୋର ବିଶ୍ୱାସ ରହିଛି ଯେ ଆମର ଜି-୨୦ ପ୍ରତିନିଧିମାନେ ନିଜେ ଏହାକୁ ଅନୁଭବ କରିବେ।

ଆମ ଜି-୨୦ ଅଧ୍ୟକ୍ଷତା ବିଭାଜନକୁ ଦୂର କରିବା, ବାଧା ଦୂରେଇ ଦେବା ଏବଂ ସହଯୋଗକୁ ଗଭୀର କରିବା ଲାଗି ପ୍ରୟାସ କରିଥାଏ। ଆମ ଭାବନା ଏପରି ଏକ ଦୁନିଆ ନିର୍ମାଣ କରିଛି, ଯେଉଁଠି ଏକତା ପ୍ରତ୍ୟେକ ମତଭେଦ ଠାରୁ ଉପରେ ରହିଛି, ଯେଉଁଠି ସହଭାଗୀ ଲକ୍ଷ୍ୟ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ସମାପ୍ତ କରିଦେଇଛି।

ଜି-୨୦ ଅଧ୍ୟକ୍ଷ ଭାବେ, ଆମେ ବିଶ୍ୱ ମଞ୍ଚକୁ ଆହୁରି ବ୍ୟାପକ କରିବାକୁ ସଂକଳ୍ପ ନେଇଥିଲୁ, ଯେଉଁଥିରେ ସମସ୍ତଙ୍କ ସ୍ୱର ଶୁଣାଯିବ ଏବଂ ପ୍ରତ୍ୟେକ ଦେଶ ଯେପରି ନିଜର ଯୋଗଦାନ ଦେଇପାରିବେ ତାହା ସୁନିଶ୍ଚିତ କରାଯାଇଛି। ଆମେ କାମ ଓ ସ୍ପଷ୍ଟ ପରିଣାମ ସହିତ ନିଜ ସଂକଳ୍ପ ପୂରଣ କରିପାରିଛୁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ଶିଖର ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖୋଲାଯିବ ସ୍ୱତନ୍ତ୍ର ପାଭିଲିୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରଦର୍ଶନୀ ପାଭିଲିୟନ ଖୋଲାଯିବ। ଏଥିରେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଏବଂ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଆରବିଆଇର ବିଭିନ୍ନ ସଫଳତାକୁ ପ୍ରଦର୍ଶିତ କରାଯିବ।

ଆରବିଆଇ ପାଭିଲିୟନରେ ସମସ୍ୟାମୁକ୍ତ ଋଣ ଯୋଗାଣ ପାଇଁ ସାର୍ବଜନୀନ ପ୍ରଯୁକ୍ତି ପ୍ଲାଟଫର୍ମ (ପିଟିପି)କୁ ପ୍ରଦର୍ଶିତ କରାଯିବ। ଅନ୍ତର୍ଜାତୀୟ ଅତିଥି, ଗଣମାଧ୍ୟମ ପ୍ରତିନିଧି ଓ ଆଗନ୍ତୁକମାନେ ଇଣ୍ଟରଆକ୍ଟିଭ ପ୍ରଦର୍ଶନୀ ଜରିଆରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ହାସଲ କରିପାରିବେ। ସହଜ ଋଣ ଲଗାଣ ପାଇଁ କେନ୍ଦ୍ର ସରକାର ପିଟିପି ବ୍ୟବସ୍ଥା ଆରମ୍ଭ କରିଛନ୍ତି। କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ସହଜରେ ଋଣ ଯୋଗାଇ ଦେବା ଲାଗି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କିଭଳି ଡିଜିଟାଲକରଣ କରାଯାଇଛି ଏବଂ ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ମାତ୍ର କିଛି ମିନିଟ୍‌ ମଧ୍ୟରେ କିଭଳି ଋଣ ପାଇପାରୁଛନ୍ତି ତାହା ପ୍ରଦର୍ଶନୀରେ ଦେଖିବାର ସୁଯୋଗ ମିଳିଛି। ସରକାରଙ୍କ ପିଟିପି ପ୍ଲାଟଫର୍ମ ଗ୍ରାମାଞ୍ଚଳରେ ଋଣ ବଣ୍ଟନ ବ୍ୟବସ୍ଥାରେ ବିପ୍ଳବ ଆଣିଛି।

ରିଜର୍ଭ ବ୍ୟାଙ୍କର ଡିଜିଟାଲ କରେନ୍ସି ବା ମୁଦ୍ରା ଉପରେ ପ୍ରଦର୍ଶନୀ ପାଭିଲିୟନରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ଏଥିରେ ଆରବିଆଇର ଡିଜିଟାଲ ରୂପୀ ଓ ଏହାର ଯାତ୍ରା ସମ୍ପର୍କରେ ସୂଚନାମୂଳକ ଭିଡିଓ ପ୍ରଦର୍ଶିତ ହେବ। ପରୀକ୍ଷାମୂଳକ ଭିତ୍ତିରେ ଡିଜିଟାଲ ମୁଦ୍ରା ଆରମ୍ଭ କରିଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କମାନେ ପ୍ରଦର୍ଶନୀ ପରିସରରେ ଡିଜିଟାଲ ମୁଦ୍ରା କାରବାର ଦେଖାଇବେ।

ୟୁପିଆଇ ୱାନ ୱାର୍ଲ୍ଡ ଅତିଥିମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ କାରବାରର ସୁବିଧା ଦେଖିପାରିବେ। ଭାରତରେ ବ୍ୟାଙ୍କ ଏକାଉଣ୍ଟ ଥିଲେ ୟୁପିଆଇ ମାଧ୍ୟମରେ କିଭଳି ତୁରନ୍ତ ଡିଜିଟାଲ ଅର୍ଥ କାରବାର ହୋଇପାରିବ ତାହା ଏହି ପ୍ରଦର୍ଶନୀରେ ବିଦେଶାଗତ ଅତିଥିମାନେ ଦେଖିବାକୁ ପାଇପାରିବେ।

ରୂପେ ଅନ୍‌ ଦ ଗୋ ପ୍ରଦର୍ଶନୀରେ ଗ୍ରାହକମାନେ ପିନ୍ଧିଥିବା ଘଣ୍ଟା, ମୁଦି, ଚାବି ଚେନ୍‌ ଆଦି ଜରିଆରେ ସ୍ପର୍ଶମୁକ୍ତ ଅର୍ଥ ପଇଠ କରିବାର ସୁବିଧାକୁ ଅନୁଭବ କରିପାରିବେ। ଏହା ବିଶ୍ୱସ୍ତରୀୟ ଉତ୍ପାଦ ସହିତ ଘରୋଇ କାର୍ଡ ଯୋଜନାର ଗ୍ରହଣୀୟତାକୁ ପ୍ରଦର୍ଶିତ କରିବ।

ସୀମାପାର୍‌ ବିଲ୍‌ ପଇଠ ଲାଗି ଭାରତ ବିଲ୍‌ ପେମେଣ୍ଟ ବ୍ୟବସ୍ଥା (ବିବିପିଏସ) ଆରବିଆଇ ପାଭିଲିୟନରେ ପ୍ରଦର୍ଶିତ ହେବ। ଘରୋଇ ଏବଂ ସୀମାପାର ଅର୍ଥ କାରବାର ସୁବିଧା ଦେବା ପାଇଁ ଫିନଟେକ୍‌ ଓ ପାରମ୍ପରିକ ଉଦ୍ୟୋଗ ସହିତ ଯୋଡ଼ି ହେବା ଲାଗି ବିବିପିଏସ ପ୍ଲାଟଫର୍ମର ଗ୍ରହଣୀୟତା ଏଥିରେ ପ୍ରଦର୍ଶିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ରର ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଜି – ୨୦ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀ ପୂର୍ବରୁ ପ୍ରସ୍ତୁତି ଏବଂ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଆଜି ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେପ୍ଟେମ୍ବର ୯ ରୁ ୧୦ ମଧ୍ୟରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ଭାରତ ମଣ୍ଡପମ୍‌କୁ ଚୟନ କରାଯାଇଛି। ଗସ୍ତ ସମୟରେ ମନ୍ତ୍ରୀ ଏମସିଆର, ଷ୍ଟୁଡିଓ, ପିସିଆର, ପିକ୍ୟୁଆର୍ ଓ ସାମାଜିକ ଗଣମାଧ୍ୟମ କୋଠରୀ ପରିଦର୍ଶନ କରିଥିଲେ।

କାର୍ଯ୍ୟକ୍ରମ ସ୍ଥଳରେ ଶ୍ରୀ ଠାକୁର କହିଥିଲେ ଯେ ଜି – ୨୦ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ବହୁତ ଉତ୍ସାହିତ। ସମଗ୍ର ଭାରତର ୬୦ ରୁ ଅଧିକ ସହରରେ ୨୦୦ ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇ ସାରିଛି, ଯେଉଁଥିରେ ବହୁତ ପ୍ରତିକ୍ରିୟା ମିଳିଛି ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଗୋଟିଏ କାର୍ଯ୍ୟକ୍ରମର ଏକ ଐତିହାସିକ ସ୍ତରର ଆୟୋଜନ ଏବଂ ନେତା ମାନଙ୍କର ଏହି ଶିଖର ସମ୍ମିଳନୀ ଇତିହାସ ରଚିବ ବୋଲି ସେ ଆଶାବାଦୀ ଅଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ରର ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏଥିରେ ବିଶ୍ୱସ୍ତରୀୟ ସୁବିଧା ରହିଛି ଏବଂ ଏହା ନୂଆ ଭାରତର ଶକ୍ତିକୁ ପ୍ରଦର୍ଶିତ କରୁଛି। ଭାରତର କଳା ଓ ସଂସ୍କୃତି ଏହି ସୁବିଧାର କାନ୍ଥରେ ସଜ୍ଜିତ ହୋଇଛି। ଏହି ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର ଭାରତ ମଣ୍ଡପମ୍ ନିକଟରେ ରହିଛି ଯେଉଁଠାରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ମୁଖ୍ୟ ଗଣମାଧ୍ୟମ କେନ୍ଦ୍ର, ସାମ୍ବାଦିକ ସମ୍ମିଳନୀ ସ୍ଥଳର ନାମ ହିମାଳୟ ରଖା ଯାଇଛି ଏବଂ ଏଥିରେ ୩୦୦ରୁ ଅଧିକ ସାମ୍ବାଦିକଙ୍କ ପାଇଁ ସ୍ଥାନ ରହିଛି । ଡିଜିଟାଲ ଦେୟ ବ୍ୟବସ୍ଥା ପାଇଁ ଭାରତ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି ଏବଂ ଏହି ବୈଷୟିକ ଦକ୍ଷତାକୁ ଏଠାକାର ପ୍ୟାଭିଲିୟନରେ ପ୍ରଦର୍ଶିତ କରାଯିବ ବୋଲି ସେ କହିଛନ୍ତି ।

ଶିଖର ସମ୍ମିଳନୀରେ ଭାରତର ଆକଳନ ବିଷୟରେ ମନ୍ତ୍ରୀ କହିଥିଲେ, “ଶିଖର ସମ୍ମିଳନୀରେ ଭାରତ ତା’ର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିବ ଏବଂ ଏହା ସହିତ ଏକ ନୂତନ ଭାରତର ଏକ ଉଚ୍ଚ ପ୍ରତିରୂପକୁ ଉପସ୍ଥାପନ କରିବ” ।

ଜି – ୨୦ରେ ବିଶ୍ୱର ସବୁଠାରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କ ସମାଗମ ହେବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ସମଗ୍ର ବିଶ୍ୱର ଗଣମାଧ୍ୟମ ଜଗତକୁ ଉଷ୍ମ ସ୍ୱାଗତ କରିଥିଲେ ।

କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଏକ ବିସ୍ତୃତ ବ୍ୟବସ୍ଥା ନିର୍ମାଣ କରିଥିବାରୁ ଦୂରଦର୍ଶନକୁ ପ୍ରଶଂସା କରି ସେ କହିଛନ୍ତି ଯେ ବିମାନବନ୍ଦର ଠାରୁ ଆରମ୍ଭ କରି ଭାରତ ମଣ୍ଡପମ୍ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୭୮ରୁ ଅଧିକ ୟୁଏଚଡି ଏବଂ ୪କେ କ୍ୟାମେରା ଲଗାଇବା ସହିତ ଏଥିରେ ଦୂରଦର୍ଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସମସ୍ତ ଗଣମାଧ୍ୟମକୁ କ୍ଲିନ୍ ଫିଡ୍ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

ପୃଷ୍ଠଭୂମି

ସଭାସ୍ଥଳରେ ଗଣମାଧ୍ୟମର ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭାରତ ମଣ୍ଡପମ୍‌ରେ ଏହି ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହାର ନିକଟରେ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ (ଆଇଟିପିଓ) କମ୍ପ୍ଲେକ୍ସ, ନୂଆଦିଲ୍ଲୀର ହଲ୍ ନମ୍ବର ୪ ଏବଂ ୫ରେ ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର (ଆଇଏମସି) ବିକଶିତ କରାଯାଉଛି ।

ସରକାରୀ କାର୍ଯ୍ୟକ୍ରମ ଯଥା ଆଗମନ, ପ୍ରସ୍ଥାନ, ଉଦଘାଟନୀ ଓ ସମାପନ ସମାରୋହ, ଦ୍ୱିପାକ୍ଷିକ ବୈଠକ, (ଏନଜିଏମଏ ଏବଂ ଆଇସିଏଆର) ଜୀବନସାଥୀଙ୍କ ପାଇଁ କାର୍ଯ୍ୟକ୍ରମ ଏବଂ ରାଜଘାଟରେ ଯୋଗଦାନ ଇତ୍ୟାଦି କେବଳ ଡିଡି ଏବଂ ସରକାରୀ ବୈଦେଶିକ ଗଣମାଧ୍ୟମ ଦ୍ୱାରା ପ୍ରସାରିତ କରାଯିବ । ସମସ୍ତଙ୍କୁ ସ୍ୱଚ୍ଛ ଖାଦ୍ୟ ଯୋଗାଇ ଦିଆଯିବ ।

ଆଇଏମ୍‌ସିରେ ୨୦୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆତିଥ୍ୟ ପ୍ରଦାନ କରାଯିବା ସହିତ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବାର କ୍ଷମତା ରହିଛି ।

ଆଇଏମସି ସରକାରୀ ଗଣମାଧ୍ୟମ ସମେତ ସମସ୍ତ ଦେଶୀ ଓ ବିଦେଶୀ ଗଣମାଧ୍ୟମକୁ ଆତିଥ୍ୟ ପ୍ରଦାନ କରିବ ।

କେବଳ ସ୍ୱୀକୃତିପ୍ରାପ୍ତ (ପଞ୍ଜୀକୃତ ସମସ୍ତଙ୍କ ଯାଞ୍ଚ ପରେ ପ୍ରଦାନ କରାଯାଇଥିବା ଅନଲାଇନ୍ ମାନ୍ୟତା) ଗଣମାଧ୍ୟମ କର୍ମଚାରୀ ମାନଙ୍କୁ ଆଇଏମସିରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯିବ ।

ସମସ୍ତ ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଆଇଏମସିରେ ନିମ୍ନଲିଖିତ ସୁବିଧା ପ୍ରଦାନ କରାଯିବ

୧. ଇଣ୍ଟରନେଟ୍ ସଂଯୋଗ ଏବଂ ପ୍ରିଣ୍ଟର୍ ସହିତ ୧୩୦୦ରୁ ଅଧିକ କାର୍ଯ୍ୟ କେନ୍ଦ୍ର

୨. ଦ୍ରୁତଗତି ସମ୍ପନ୍ନ ୱାଇଫାଇ

୩. ଅନ୍ତର୍ଜାତୀୟ ପ୍ରସାରଣ କେନ୍ଦ୍ର (ଆଇବିସି): ଭାରତ ମଣ୍ଡପମରୁ ପ୍ରସାର ଭାରତୀ ଦ୍ୱାରା ଉଲ୍ଲେଖ କରାଯାଇଥିବା ସ୍ୱଚ୍ଛ ଖାଦ୍ୟ ଯୋଗାଣ

୪. ଛୋଟ ମିଡିଆ ବୁଥ୍‌, ଜଣକ ସହିତ ଜଣେ ସାକ୍ଷାତକାର କକ୍ଷ

୫. ମିଡିଆ ବ୍ରିଫିଂ ରୁମ୍ (ଦୂତାବାସ ଏବଂ ସରକାରୀ ଗଣମାଧ୍ୟମ ପାଇଁ କ୍ଷମତା ୧୦୦/୫୦): ଯେଉଁଠାରେ ବିଦେଶୀ ପ୍ରତିନିଧିମାନେ ବ୍ରିଫିଂ ଆୟୋଜନ କରିବେ

୬. ଗଣମାଧ୍ୟମ ପାଇଁ ରିପୋର୍ଟିଂ ନିମନ୍ତେ ଲାଇଭ୍ ଷ୍ଟାଣ୍ଡ- ଅପ୍ ସ୍ଥିତି ଉପଲବ୍ଧ ହେବ

୭. ମିଡିଆ ଲାଉଞ୍ଜ

୮. ସୂଚନା କିଓସ୍କୋ

୯. ସହାୟତା ଡେସ୍କ

୧୦. ଚିକିତ୍ସା ନିମନ୍ତେ କୋଠରୀ

୧୧. ବିଭିନ୍ନ ପ୍ରକାରର ଖାଦ୍ୟ ବିକଳ୍ପ ଉପଲବ୍ଧ ହେବ

୧୨.ଜେଏଲଏନ ଏବଂ ଆଇଏମସି ମଧ୍ୟରେ ୧୪୦୦ ପାର୍କିଂ ସୁବିଧା ଏବଂ ୮୦ରୁ ଅଧିକ ଶଟଲ ବସ୍ ଚଳାଚଳ କରିବ

ଏହାବ୍ୟତୀତ ନିମ୍ନଲିଖିତ ପ୍ରଦର୍ଶନୀ ଗୁଡ଼ିକ ଗଣମାଧ୍ୟମ ପରିଦର୍ଶନ ପାଇଁ ଖୋଲା ରହିବ

ହଲ୍ ୩ ପରିସରରେ ଆରବିଆଇର ଡିଜିଟାଲ ଇନୋଭେସନ୍ ପ୍ୟାଭିଲିୟନ୍‌

ଗଣତନ୍ତ୍ରର ମାଆ (Mother of Democracy) (ଭିଡିଓ) ହଲ୍ ୫ରେ ପ୍ରଦର୍ଶନୀ

ହଲ୍ ୪ ର କେନ୍ଦ୍ରସ୍ଥଳରେ ଏମଇଆଇଟିଆଇ ଦ୍ୱାରା ଡିଜିଟାଲ୍ ଇଣ୍ଡିଆ ଇମର୍ସିଭ୍ ଏକ୍ସପେରିଏନ୍ସ (ଡିଜିଟାଲ ଭାରତ ଗଭୀର ଅନୁଭୂତି)

ହଲ୍ ୩ର ତଳ ମହଲା ଭିତରେ ଏକ ଓଡିଓପି ପ୍ରଦର୍ଶନୀ ତଥା କେସ୍ ରହିଛି

“ବସୁଧୈବ କୁଟୁମ୍ବକମ” ବା “ଏକ ପୃଥିବୀ, ଗୋଟିଏ ପରିବାର , ଗୋଟିଏ ଭବିଷ୍ୟତ” ” ଶୀର୍ଷକ ଅଧୀନରେ ୧ ଡିସେମ୍ବର ୨୦୨୨ରୁ ଭାରତ ଜି- ୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତାର ଦାୟିତ୍ୱ ନିର୍ବାହ କରୁଛିି। ସେବେଠାରୁ ସମଗ୍ର ଭାରତର ୬୦ରୁ ଅଧିକ ସହରରେ ପାଖାପାଖି ୨୨୦ଟି ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନ ସମେତ ସମଗ୍ର ବିଶ୍ୱର ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି।

ଭାରତର ଜି – ୨୦ ଅଧ୍ୟକ୍ଷତା ଅତ୍ୟନ୍ତ ସ୍ୱତନ୍ତ୍ର ରହିଛି, କାରଣ ଆମେ ଜନଭାଗିଦାରୀ ଆକାରରେ ଦେଶର କୋଣ ଅନୁକୋଣରେ ଏହି ବୃହତ୍ ସଙ୍ଗମର ପ୍ରସାର ଦେଖୁଛୁ। ଭାରତରେ କେବଳ ସରକାର ନୁହଁନ୍ତି ବରଂ ସମସ୍ତ ୧୪୦ କୋଟି ଲୋକ ଆୟୋଜକ ଅଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଭୟ ବିଶ୍ୱ ସ୍ତରୀୟ ଏବଂ ଘରୋଇ ଗଣମାଧ୍ୟମର ଏକ ବୃହତ୍ତମ ସମାବେଶ ଦେଖିବାକୁ ମିଳିବ।

Categories
ବିଶେଷ ଖବର

‘ଭାରତ’ ନାମର ବ୍ୟବହାର ଉପରେ ସଂଗ୍ରାମ: ଜାଣନ୍ତୁ କ’ଣ କହିଲେ ରାଜନୈତିକ ଦଳର ନେତା?

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଜି -୨୦ ରାତ୍ରୀ ଭୋଜନକୁ ନିମନ୍ତ୍ରଣ କରି ରାଷ୍ଟ୍ରପତିଙ୍କ ଉପରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବାକୁ ନେଇ ତର୍କ ଆରମ୍ଭ ହୋଇଛି। ଗୋଟିଏ ପଟେ କଂଗ୍ରେସ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଏବଂ ବିରୋଧୀ ଦଳ ‘ଇଣ୍ଡିଆ’ ସହିତ ଜଡିତ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ଏହା ଠିକ ନୁହେଁ, ଅନ୍ୟପଟେ ବିଜେପି ମଧ୍ୟ ପାଲଟା ଆକ୍ରମଣ କରିଛି।

୨୮ ଟି ଦଳର ବିରୋଧୀ ମେଣ୍ଟର ନାମ ହେଉଛି ‘ଇଣ୍ଡିଆ’। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପି ନେତାମାନେ ପ୍ରତିଦିନ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ବାସ୍ତବରେ, ଭାରତର ଅଧ୍ୟକ୍ଷତାରେ ୯ ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାତୀୟ ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଶ୍ଵର ବହୁ ରାଷ୍ଟ୍ର ମୁଖ୍ୟ ଭାରତ ଆସୁଛନ୍ତି। ବଡ ଜିନିଷ-

୧. ସମଗ୍ର ପ୍ରସଙ୍ଗରେ କଂଗ୍ରେସ କହିଛି ଯେ, ଏହା ରାଜ୍ୟ ସଂଘ ଉପରେ ଆକ୍ରମଣ। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟରରେ ଲେଖିଛନ୍ତି, “ଏହି ଖବର ବାସ୍ତବରେ ସତ। ରାଷ୍ଟ୍ରପତି ଭବନ ସେପ୍ଟେମ୍ବର ୯ ତାରିଖରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ନାମରେ ଜି -୨୦ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ପଠାଇଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନର ଧାରା ୧ ରେ ଲେଖା ଅଛି: ଭାରତ, ଅର୍ଥାତ୍ ଇଣ୍ଡିଆ। ରାଜ୍ୟମାନଙ୍କର ଏକ ସଂଘ ହେବ, କିନ୍ତୁ ବର୍ତ୍ତମାନ ଏହି ‘ରାଜ୍ୟ ସଂଘ’ ଉପରେ ମଧ୍ୟ ଆକ୍ରମଣ କରାଯାଉଛି। ” ଜୟରାମ ରମେଶ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଇତିହାସକୁ ବିକୃତ କରୁଛନ୍ତି।

୨. ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୁଲ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ କୋଲକାତାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଦେଶର ଇତିହାସକୁ ପୁନଃ ଲିଖନ କରିବାକୁ ଉଦ୍ୟମ କରାଯାଉଛି। ସେ କହିଛନ୍ତି ଯେ, “ମୁଁ ଶୁଣିଛି ଯେ ଭାରତର ନାମ ବଦଳାଯାଉଛି। ମାନ୍ୟବର ରାଷ୍ଟ୍ରପତିଙ୍କ ନାମରେ ପଠାଯାଇଥିବା ଜି-୨୦ ନିମନ୍ତ୍ରଣ ପତ୍ରରେ ଭାରତ ଲେଖାଯାଇଛି। ଆମେ ଦେଶକୁ ଭାରତ ବୋଲି କହୁଛୁ, ଏଥିରେ କ’ଣ ନୂଆ ଅଛି? ଇଂରାଜୀରେ ଆମେ କହୁଛୁ ଇଣ୍ଡିଆ… କିଛି ନୂଆ ନୁହେଁ। ବିଶ୍ଵ ଆମକୁ ଭାରତ ଭାବରେ ଜାଣେ। ହଠାତ୍ କ’ଣ ହେଲା ଯେ, ଦେଶର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ପଡିଗଲା?

୩. ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ, ବିଜେପି ଆମକୁ ଭୟ କରୁଛି। ସେ କହିଛନ୍ତି ଯେ, ଯଦି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଭାରତ ନାମ ଦିଏ, ତେବେ ବିଜେପି ଦେଶର ନାମ ଭାରତରୁ ଅନ୍ୟ କିଛିରେ ପରିବର୍ତ୍ତନ କରିବ କି? ସେ କହିଛନ୍ତି ଯେ, “ଏହା ବିଷୟରେ କୌଣସି ସରକାରୀ ସୂଚନା ନାହିଁ, କିନ୍ତୁ ମୁଁ ଗୁଜବ ଶୁଣିଛି। ଏହା କାହିଁକି ଘଟୁଛି? କିଛି ଦଳ ଏକାଠି ହୋଇ ଏକ ‘ଇଣ୍ଡିଆ’ ଗଠନ କରିଛନ୍ତି। ଯଦି ‘ଇଣ୍ଡିଆ’ ମିଳିତ ମଞ୍ଚ ଏହାର ନାମକୁ ‘ଭାରତ’ ରେ ପରିବର୍ତ୍ତନ କରେ, ତେବେ ସେମାନେ ଭାରତର ନାମ ପରିବର୍ତ୍ତନ କରିବେ କି?

୪. ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଦାବି କରିଛନ୍ତି ଯେ, ଆମେ ଏକଜୁଟ ହେଲେ ବିଜେପି ଏହାର ନାମ ପରିବର୍ତ୍ତନ କରିବାକୁ ଚାହୁଁଛି। ସେ X ରେ ଲେଖିଛନ୍ତି ଯେ, ଫାସିଷ୍ଟ ବିଜେପି ଶାସନକୁ ହଟାଇବା ପାଇଁ ଆମେ ଏକଜୁଟ ହୋଇ ଆମର ମେଣ୍ଟର ନାମ ‘ଇଣ୍ଡିଆ’ କରିବା ପରେ ଏବେ ବିଜେପି ‘ଇଣ୍ଡିଆ’ କୁ ‘ଭାରତ’ ରେ ପରିବର୍ତ୍ତନ କରିବାକୁ ଚାହୁଁଛି। ଭାରତ ବଦଳାଇବାକୁ ବିଜେପି ପ୍ରତିଶୃତି ଦେଇଥିଲା, କିନ୍ତୁ ୯ ବର୍ଷ ପରେ ଆମେ କେବଳ ନାମରେ ପରିବର୍ତ୍ତନ ପାଇଲୁ! ଏଥିରୁ ଜଣାପଡୁଛି ଯେ, ବିରୋଧୀ ଦଳ ମଧ୍ୟରେ ଏକତାର ଶକ୍ତିକୁ ସେମାନେ ଚିହ୍ନିଥିବାରୁ ଭାରତ ଏକକ ଶବ୍ଦକୁ ନେଇ ଭୟଭୀତ ହୋଇଛନ୍ତି। ନିର୍ବାଚନ ସମୟରେ ‘ଇଣ୍ଡିଆ’ ବିଜେପିକୁ କ୍ଷମତାରୁ ହଟାଇବ।

୫. ଏନସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ରର ଜଲଗାଓଁରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ଦେଶର ନାମ ବଦଳାଇବାକୁ କାହାର ଅଧିକାର ନାହିଁ। ଶାସକ ଦଳ ବିଜେପି କାହିଁକି ଏପରି କରୁଛି ମୁଁ ବୁିପାରୁ ନାହିଁ।

୬. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଉପରେ ଆକ୍ରମଣ କରି କହିଛନ୍ତି ଯେ, ଲୋକମାନେ ତାଙ୍କୁ ଶୀଘ୍ର କ୍ଷମତାରୁ ହଟାଇବେ। ସେ କହିଛନ୍ତି ଯେ, “ଆମେ ଜାଣି ନଥିଲୁ ଯେ ବିଜେପି ଏତେ ଅଶାନ୍ତ ହୋଇଯିବ। ‘ଇଣ୍ଡିଆ’ ମେଣ୍ଟ ଗଠନ ହେବାର ମାତ୍ର କିଛି ସପ୍ତାହ ବିତିଗଲାଣି ଏବଂ ଆପଣ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ କୁ ‘ରିପବ୍ଲିକ୍ ଅଫ୍ ଭାରତ’ ରେ ପରିବର୍ତ୍ତନ କରିବାକୁ ଏକ ପ୍ରସ୍ତାବ ଆଣୁଛନ୍ତି।

୭. ବିହାର ଉପ-ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭୋଟ ଫର ଇଣ୍ଡିଆ ବୋଲି କହୁଥିଲେ, ତେବେ ସେ ବର୍ତ୍ତମାନ କାହିଁକି ଡରୁଛନ୍ତି? ଏହା ଦର୍ଶାଉଛି ଯେ, ବିରୋଧୀ ମେଣ୍ଟ ‘ଇଣ୍ଡିଆ’ କୁ ପିଏମ ମୋଦୀ ଭୟ କରୁଛନ୍ତି। ପାସପୋର୍ଟରୁ ଆଧାର କାର୍ଡ ପର୍ଯ୍ୟନ୍ତ ଇଣ୍ଡିଆ ଲେଖାଯାଇଛି।

୮. ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ସିଏମ୍ ମେହବୁବା ମୁଫତି କହିଛନ୍ତି ଯେ, ସଂସଦରେ ସଂଖ୍ୟାଗରିଷ୍ଠତା ଆଧାରରେ ବିଜେପି ସମଗ୍ର ଦେଶକୁ ଏହାର ସମ୍ପତ୍ତି ବୋଲି ବିଚାର କରୁଛି। ସେ X ରେ ଲେଖିଛନ୍ତି ଯେ, “ବିବିଧତା ମଧ୍ୟରେ ଭାରତର ଏକତାର ମୌଳିକ ନୀତି ପାଇଁ ବିଜେପିର ନାପସନ୍ଦ ଏକ ନୂତନ ସ୍ତରରେ ପହଞ୍ଚିଛି। ହିନ୍ଦୁସ୍ତାନ ଏବଂ ଇଣ୍ଡିଆ ଠାରୁ ଭାରତ ପର୍ଯ୍ୟନ୍ତ ଅନେକ ନାମର ଗୁରୁତ୍ୱକୁ ହ୍ରାସ କରିବା ଏହାର ସଂକୀର୍ଣ୍ଣ ମନୋଭାବ ଏବଂ ଅସହିଷ୍ଣୁତାକୁ ଦର୍ଶାଏ।

୯. ବିଜେପି ଜାତୀୟ ସଭାପତି ଜେପି ନଡ୍ଡା କଂଗ୍ରେସକୁ ପାଲଟା ଆକ୍ରମଣ କରିଛନ୍ତି। ସେ X ରେ ଲେଖିଛନ୍ତି ଯେ, “ଦେଶର ସମ୍ମାନ ଏବଂ ଗୌରବ ସହ ଜଡିତ ପ୍ରତ୍ୟେକ ବିଷୟ ଉପରେ କଂଗ୍ରେସ କାହିଁକି ଏତେ ଆପତ୍ତି କରୁଛି? ଭରତ ଯୋଡୋ ନାମରେ ରାଜନୈତିକ ଭ୍ରମଣ କରୁଥିବା ଲୋକମାନେ “ଭାରତ ମାତା କି ଜୟ” ର ସ୍ଲୋଗାନକୁ କାହିଁକି ଘୃଣା କରନ୍ତି? ଏଥିରୁ ସ୍ପଷ୍ଟ ହୋଇଛି ଯେ, ଦେଶ ପାଇଁ ସମ୍ବିଧାନ କିମ୍ବା ସାମ୍ବିଧାନିକ ଅନୁଷ୍ଠାନ ପ୍ରତି କଂଗ୍ରେସର ସମ୍ମାନ ନାହିଁ। ସେ କେବଳ ଏକ ନିର୍ଦ୍ଦିଷ୍ଟ ପରିବାରର ପ୍ରଶଂସା ପାଇଁ ଚିନ୍ତିତ। କଂଗ୍ରେସର ରାଷ୍ଟ୍ର ବିରୋଧୀ ତଥା ସାମ୍ବିଧାନିକ ବିରୋଧୀ ଉଦ୍ଦେଶ୍ୟକୁ ସମଗ୍ର ଦେଶ ଭଲଭାବେ ଜାଣିଛନ୍ତି।

୧୦. ନିମନ୍ତ୍ରଣ ପତ୍ର ବାଣ୍ଟିବାବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଜନ ଗଣ ମନ ଆଧନାୟକ ଜୟ ହେ, ଭାରତଭାଗ୍ୟ ବିଧାତା…..ଜୟ ହୋ। ଅନ୍ୟପକ୍ଷରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ, ଆମ ସଭ୍ୟତା ସାହସର ସହିତ ଅମୃତ କାଳ ଆଡକୁ ଗତି କରୁଛି ବୋଲି ଖୁସି ଏବଂ ଗର୍ବିତ।

Categories
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀ: କେଉଁ ବିଶ୍ୱ ନେତା ଯୋଗଦେବେ, କିଏ ଆସିବେ ନାହିଁ

ନୂଆଦିଲ୍ଲୀ: ସେପ୍ଟେମ୍ବର ୮ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ। ବିଶ୍ୱର ୨୦ଟି ପ୍ରମୁଖ ଅର୍ଥନୀତି ଗୋଷ୍ଠୀର ନେତାମାନେ ଡିଜିଟାଲ ପରିବର୍ତ୍ତନ, ଜଳବାୟୁ ଅର୍ଥଯୋଗାଣ, ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ଖାଦ୍ୟ ନିରାପତ୍ତା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟା ଉପରେ ଆଲୋଚନା କରି ସମାଧାନ ଖୋଜିବେ।

ନୂଆଦିଲ୍ଲୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବିଶ୍ୱ ନେତାଙ୍କ ତାଲିକା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସେପ୍ଟେମ୍ବର ୭ରେ ଭାରତ ଗସ୍ତରେ ଆସିବେ। ଦୁଇଦିନିଆ ଶିଖର ସମ୍ମିଳନୀ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ହ୍ୱାଇଟ୍ ହାଉସ୍ ଘୋଷଣା କରିଛି।

ଶନିବାର ଏବଂ ରବିବାର ଦିନ ରାଷ୍ଟ୍ରପତି ବାଇଡେନ୍ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ଏବଂ ଅନ୍ୟ ଜି-୨୦ ସହଯୋଗୀମାନେ ରୁଷିଆ-ୟୁକ୍ରେନ ଯୁଦ୍ଧର ଅର୍ଥନୈତିକ ଏବଂ ସାମାଜିକ ପ୍ରଭାବ ଏବଂ ବହୁପକ୍ଷୀୟ ବିକାଶ ବ୍ୟାଙ୍କଗୁଡିକର କ୍ଷମତା ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଚୀନ ବୈଦେଶିକ ଲି କିଆଙ୍ଗ

ଜି-୨୦ ଶିଖର ସମ୍ମିଳନୀରେ ଚୀନର ବୈଦେଶିକ ମନ୍ତ୍ରୀ ଲି କିଆଙ୍ଗ ଦେଶର ପ୍ରତିନିଧି ଦଳର ନେତୃତ୍ୱ ନେବେ। ଚଳିତ ବର୍ଷ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଯୋଗ ଦେବେ ନାହିଁ ବୋଲି ମଧ୍ୟ ନିଶ୍ଚିତ ହୋଇଛି। ୨୦୦୮ରେ ପ୍ରଥମ ସଂସ୍କରଣ ଆୟୋଜନ ହେବା ପରେ ପ୍ରଥମ ଥର ପାଇଁ କୌଣସି ଚୀନ ରାଷ୍ଟ୍ରପତି ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରୁ ଅନୁପସ୍ଥିତ ରହିଛନ୍ତି।

୨୦୨୦ ଓ ୨୦୨୧ରେ କୋଭିଡ୍-୧୯ ମହାମାରୀ ସମୟରେ ସି ଜିନପିଙ୍ଗ୍ ଭର୍ଚୁଆଲ୍ ମାଧ୍ୟମରେ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ

ଦାୟିତ୍ୱ ଗ୍ରହଣ କରିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ପ୍ରଥମ ସରକାରୀ ଭାରତ ଗସ୍ତରେ ଆସି ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍

ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ୍ ବ୍ୟକ୍ତିଗତଭାବେ ଉପସ୍ଥିତ ରହିବା ନିଶ୍ଚିତ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଏକ ତିନି ଦେଶ ଗସ୍ତର ଏକ ଅଂଶ ହେବ ଯେଉଁଥିରେ ସେ ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ମଧ୍ୟ ଗସ୍ତ କରିବେ । ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆଲବାନାନ୍ ଭାରତ ପ୍ରଶାନ୍ତ ମହାସାଗର ପ୍ରତି ଅଷ୍ଟ୍ରେଲିଆର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଅଭିବୃଦ୍ଧି ଏବଂ ସମୃଦ୍ଧି, ସ୍ଥିରତା ଏବଂ ସାର୍ବଭୌମତ୍ୱ ଏବଂ ସ୍ଥାୟୀ ଶାନ୍ତି ପ୍ରତି ସମ୍ମାନ ବୃଦ୍ଧି କରିବ ।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ଶନିବାର ଓ ରବିବାର ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିବା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆସିଆନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ ।
ଜର୍ମାନ ଚାନସେଲର ଓଲାଫ୍ ସ୍କୋଲଜ

ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜର୍ମାନଚାନସେଲର ଓଲାଫ୍ ସ୍କୋଲଜ ଉପସ୍ଥିତ ରହିବାକୁ ନିଶ୍ଚିତ କରିଛନ୍ତି । ଭାରତ ଗସ୍ତ ପୂର୍ବରୁ ସ୍କୋଲଜ ଜର୍ମାନୀର ରେଡିଓ ଷ୍ଟେସନ ଡଏଚଲାଣ୍ଡଫଙ୍କକୁ ଦେଇଥିବା ଏକ ସାକ୍ଷାତ୍‍କାରରେ କହିଛନ୍ତି ଯେ ଋଷ ଓ ଚୀନ ରାଷ୍ଟ୍ରମୁଖ୍ୟଙ୍କ ଅନୁପସ୍ଥିତି ସତ୍ତ୍ୱେ ଜି-୨୦ ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ୟୁକ୍ରେନ ଯୁଦ୍ଧକୁ ନେଇ ସେ ରୁଷିଆକୁ ସମାଲୋଚନା କରିବାରେ ନେତୃତ୍ୱ ନେବାର ସମ୍ଭାବନା ରହିଛି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍-ୟେଓ

ୟୁନ୍ ସୁକ୍-ୟେଓ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ନିଜର ଉପସ୍ଥିତିକୁ ନିଶ୍ଚିତ କରିଛନ୍ତି । ଉତ୍ତର କୋରିଆର କ୍ରମାଗତ ବଢ଼ୁଥିବା କ୍ଷେପଣାସ୍ତ୍ର ଉତ୍ତେଜନା ଏବଂ ପରମାଣୁ ବିପଦକୁ ସେ ବିଶ୍ୱ ନେତାଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍

ଇମାନୁଏଲ ମାକ୍ରୋନ୍ ସେପ୍ଟେମ୍ବର ୯ ଓ ୧୦ରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ

ମହମ୍ମଦ ବିନ୍ ସଲମାନ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାର ସମ୍ଭାବନା ଅଛି କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ନିଶ୍ଚିତତାକୁ ଅପେକ୍ଷା କରାଯାଇଛି ।

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା

ସିରିଲ୍ ରାମାଫୋସା ଭାରତର ଜି-୨୦ ସଭାପତିତ୍ୱକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଯୋଗ ଦେବାର ସମ୍ଭାବନା ରହିଛି । ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିବା ପାଇଁ ଭାରତଦ୍ୱାରା ନିମନ୍ତ୍ରିତ ଦେଶମାନଙ୍କ ମଧ୍ୟରୁ ବାଂଲାଦେଶ ଅନ୍ୟତମ ।

ତୁର୍କୀ ରାଷ୍ଟ୍ରପତି ତୈୟପ ଏର୍ଦୋଗାନ

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ତୈୟପ ଏର୍ଦୋଗାନ ଭାରତ ଗସ୍ତରେ ଆସିବେ, ଯେଉଁଠାରେ ସେ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ।

ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍

ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ନିଜର ଉପସ୍ଥିତିକୁ ନିଶ୍ଚିତ କରିଛନ୍ତି ।

ନାଇଜେରିଆର ରାଷ୍ଟ୍ରପତି ବୋଲା ତିନୁବୁ

ନାଇଜେରିଆରେ ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଏବଂ ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱ ପୁଞ୍ଜି ସଂଗ୍ରହ କରିବା ଉଦ୍ଦେଶ୍ୟରେ ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି ।

ଯେଉଁ ନେତାମାନେ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଉନାହାନ୍ତି
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ଋଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀକୁ ମିସ୍ କରିବେ । ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗ ଆଣିଥିବା ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ଗିରଫ ପରୱାନା ଜାରି କରିଛି, ଯାହାକୁ କ୍ରେମଲିନ୍ ଦୃଢ଼ଭାବେ ଅସ୍ୱୀକାର କରିଛି । ଅର୍ଥାତ୍ ବିଦେଶ ଯାତ୍ରାବେଳେ ସେ ଗିରଫ ହେବାର ଆଶଙ୍କା ରହିଛି । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀରେ ରୁଷ୍‍ର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଦେଶର ପ୍ରତିନିଧିତ୍ୱ କରିବେ।

ୟୁରୋପୀୟ ସଂଘର ନେତାମାନେ

ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଚାର୍ଲସ୍ ମିସେଲ ଏପର୍ଯ୍ୟନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ନେଇ ନିଶ୍ଚିତ କରିନାହାନ୍ତି ।

ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର

ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀରୁ ବଞ୍ଚିତ ହେବାର ସମ୍ଭାବନା ରହିଛି ।

ଯେଉଁ ନେତାମାନେ ସେମାନଙ୍କ ଉପସ୍ଥିତିକୁ ନିଶ୍ଚିତ କରିନାହାଁନ୍ତି

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି

ଜି-୨୦ ଶିଖର ସମ୍ମିଳନୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଉପସ୍ଥିତି ଅନିଶ୍ଚିତ।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ୱିଡୋଡୋ

ଅନ୍ୟ ଜଣେ ଜି-୨୦ ନେତା ଯିଏ ଶିଖର ସମ୍ମିଳନୀରେ ନିଜର ଉପସ୍ଥିତିକୁ ନିଶ୍ଚିତ କରିନାହାଁନ୍ତି ସେ ହେଉଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ।

Categories
ବିଶେଷ ଖବର

‘ପ୍ରେସିଡେଣ୍ଟ ଅଫ ଭାରତ’: ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଲା

ନୂଆଦିଲ୍ଲୀ: ପାରମ୍ପରିକ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ଙ୍କ ସ୍ଥାନରେ ସପ୍ତାହାନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ରାଷ୍ଟ୍ରମୁଖ୍ୟମାନଙ୍କୁ ସରକାରୀ ନିମନ୍ତ୍ରଣରେ ପ୍ରଥମ ଥର ପାଇଁ ‘ପ୍ରେସିଡେଣ୍ଟ ଅଫ ଭାରତ’ ଶବ୍ଦ ବ୍ୟବହାର କରାଯାଇଛି। ଦେଶରେ ମେଗା ଇଭେଣ୍ଟ ଆୟୋଜନ ହେଉଥିବାରୁ ଆନ୍ତର୍ଜାତିକ ମଞ୍ଚରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୯ତାରିଖରେ ରାତ୍ରୀ ଭୋଜନ ପାଇଁ ଜି-୨୦ର ବିଦେଶୀ ନେତା ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବା ପରେ ସେ ଲେଖିଛନ୍ତି, ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’।

କୌଣସି ସରକାରୀ କାର୍ଯ୍ୟକ୍ରମ ପାଇଁ ଭାରତର ନାମକରଣରେ ଏହା ପ୍ରଥମ ପରିବର୍ତ୍ତନ ବୋଲି ଅଧିକାରୀମାନେ କହିଛନ୍ତି।

ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ହଜାର ହଜାର ବର୍ଷ ଧରି ଏହାର ସମୃଦ୍ଧ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଲୋକଲୋଚନକୁ ଆଣିବା ପାଇଁ ବିଦେଶୀ ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଥିବା ଜି-୨୦ ପୁସ୍ତିକାରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଶବ୍ଦକୁ ବ୍ୟବହାର କରାଯାଇଛି।

ପୁସ୍ତକର ପ୍ରାରମ୍ଭିକ ଶବ୍ଦଗୁଡ଼ିକ ହେଲା, ଭାରତ ଅର୍ଥାତ୍ ଭାରତର ଶାସନରେ ଲୋକଙ୍କ ସହମତି ନେବା ଇତିହାସର ପ୍ରାରମ୍ଭିକ ରେକର୍ଡ ହେବା ପରଠାରୁ ଜୀବନର ଏକ ଅଂଶ ପାଲଟିଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରଥମେ ଏହି ବଡ଼ ପରିବର୍ତ୍ତନକୁ ଉତ୍ସାହିତ କରିଥିଲେ। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’- ଖୁସି ଏବଂ ଗର୍ବିତ ଯେ ଆମ ସଭ୍ୟତା ଅମୃତ କାଳ ଆଡ଼କୁ ସାହସିକତାର ସହ ଆଗକୁ ବଢ଼ୁଛି।

ବିଜେପି ନେତାମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକୁ ବିରୋଧୀଙ୍କ ତୀବ୍ର ପ୍ରତିକ୍ରିୟା ମିଳିଛି।

ତେଣୁ ଏହି ଖବର ବାସ୍ତବରେ ସତ। କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି ଲେଖିଛନ୍ତି ଯେ ରାଷ୍ଟ୍ରପତି ଭବନ ସେପ୍ଟେମ୍ବର ୯ ତାରିଖରେ ସାଧାରଣତଃ ‘ରାଷ୍ଟ୍ରପତି ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ’ ନାମରେ ଜି-୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଇଛି।

ଏବେ ସମ୍ବିଧାନର ଧାରା-୧ରେ ଲେଖାଯାଇପାରେ, ‘ଭାରତ, ଅର୍ଥାତ୍ ଇଣ୍ଡିଆ ଏକ ରାଜ୍ୟ ସଂଘ ହେବ’। କିନ୍ତୁ ଏବେ ଏହି ରାଜ୍ୟ ସଂଘ ଉପରେ ମଧ୍ୟ ଆକ୍ରମଣ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ମାତ୍ର ଦୁଇଦିନ ତଳେ ଦେଶକୁ ଇଣ୍ଡିଆ ପରିବର୍ତ୍ତେ ଭାରତ କୁହାଯିବା ଉଚିତ ବୋଲି ଶାସକ ବିଜେପିର ଆଦର୍ଶଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ପକ୍ଷରୁ ପ୍ରସ୍ତାବ ଆସିଥିଲା।

ଆମକୁ ଇଣ୍ଡିଆ ଶବ୍ଦର ବ୍ୟବହାର ବନ୍ଦ କରିବାକୁ ହେବ ଏବଂ ଭାରତ ବ୍ୟବହାର ଆରମ୍ଭ କରିବାକୁ ହେବ। ବେଳେବେଳେ ଆମେ ଇଂରାଜୀ କହୁଥିବା ଲୋକଙ୍କୁ ବୁଝାଇବା ପାଇଁ ଇଣ୍ଡିଆକୁ ବ୍ୟବହାର କରିଥାଉ। ଏହା ପ୍ରବାହ ଭାବରେ ଆସିଥାଏ। ତଥାପି, ଆମେ ଏହାକୁ ବ୍ୟବହାର କରିବା ବନ୍ଦ କରିବା ଉଚିତ … ଦୁନିଆରେ ଯେଉଁଠି ବି ଯିବେ ଦେଶର ନାମ ଭାରତ ରହିବ। କଥିତ ଓ ଲିଖିତ ଭାଷାରେ ଭାରତ କହିବା ଦରକାର ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି।

ଗତ ଜୁଲାଇ ମାସରେ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)’ ନାମ ଗ୍ରହଣ କରିବା ପରେ ଇଣ୍ଡିଆ-ଭାରତ ବିତର୍କ ତୀବ୍ର ହୋଇଥିଲା।

ଏନଡିଏ ଓ ଇଣ୍ଡିଆ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଣ୍ଡିଆ ମଧ୍ୟରେ, ବିଜେପିର ଆଦର୍ଶ ଓ ଇଣ୍ଡିଆ ମଧ୍ୟରେ ଲଢ଼େଇ ହେଉଛି। ଆପଣ ଜାଣନ୍ତି ଯେ ଯେତେବେଳେ କେହି ଇଣ୍ଡିଆ ବିରୋଧରେ ଛିଡ଼ା ହୁଅନ୍ତି, କିଏ ଜିତିଥାଏ, ସେତେବେଳେ କ’ଣ ହୁଏ ବୋଲି ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।

ଏହି ନାମକୁ ନେଇ ଶାସକ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନାମର ଅପବ୍ୟବହାର କରି ବିରୋଧୀମାନେ ସେମାନଙ୍କ ପାପକୁ ସଫା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗରିବଙ୍କ ବିରୋଧରେ ସେମାନେ କିଭଳି ଯୋଜନା କରିଥିଲେ ତାହା ଲୁଚାଇବା ପାଇଁ ସେମାନେ ୟୁପିଏରୁ ନିଜ ନାମ ବଦଳାଇ ଇଣ୍ଡିଆକୁ ନେଇଛନ୍ତି। ଇଣ୍ଡିଆ ନାଁ ସେମାନଙ୍କ ଦେଶପ୍ରେମ ପ୍ରଦର୍ଶନ କରିବା ପାଇଁ ନୁହେଁ ବରଂ ଦେଶକୁ ଲୁଟ୍ କରିବା ଉଦ୍ଦେଶ୍ୟରେ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୧୮ତମ ଜି- ୨୦ ଶିଖର ସମ୍ମିଳନୀରେ ମୁଖ୍ୟ ଆକର୍ଷଣ ହେବ ଡିଜିଟାଲ୍ ଇଣ୍ଡିଆ ଏକ୍ସପିରିଏନ୍ସ ଜୋନ୍

ଦିଲ୍ଲୀ: ନୂଆଦିଲ୍ଲୀରେ ୧୮ ତମ ଜି- ୨୦ ରାଷ୍ଟ୍ର ମୁଖ୍ୟ ମାନଙ୍କର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହୋଇଛି। ଏହି ବୈଠକ ମନ୍ତ୍ରୀ , ବରିଷ୍ଠ ଅଧିକାରୀ ଏବଂ ନାଗରିକ ସମାଜକୁ ନେଇ ବର୍ଷ ସାରା ଅନୁଷ୍ଠିତ ହେଉଥିବା ସମସ୍ତ ଜି- ୨୦ ପ୍ରକ୍ରିୟା ଏବଂ ବୈଠକର ଅନ୍ତିମ ପର୍ଯ୍ୟାୟ ହେବ। ନୂଆଦିଲ୍ଲୀ ଶିଖର ସମ୍ମିଳନୀର ଶେଷରେ ଜି – ୨୦ ନେତା ମାନଙ୍କ ଘୋଷଣାନାମା ଗ୍ରହଣ କରାଯିବ, ଯେଉଁଥିରେ ସମ୍ପୃକ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ଏବଂ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଆଲୋଚନା କରାଯାଇଛି ଏବଂ ସହମତି ବ୍ୟକ୍ତ କରାଯାଇଥିବା ପ୍ରାଥମିକତା ଗୁଡିକ ପ୍ରତି ନେତା ମାନଙ୍କର ପ୍ରତିବଦ୍ଧତା ଉଲ୍ଲେଖ କରାଯିବ। ସେପ୍ଟେମ୍ବର ୯ ରୁ ୧୦ ମଧ୍ୟରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜି – ୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଲକ୍ଷ୍ନୌ, ହାଇଦ୍ରାବାଦ, ପୁଣେ ଏବଂ ବେଙ୍ଗାଲୁରୁ ଠାରେ ଜି – ୨୦ ଡିଜିଟାଲ ଇକୋନୋମି ୱାର୍କିଂ ଗ୍ରୁପ୍ (ଡିଇଡବ୍ଲ୍ୟୁଜି)ର ବୈଠକ ସଫଳତାର ସହ ଆୟୋଜନ କରିଥିଲା। ବେଙ୍ଗାଲୁରୁ ଠାରେ ଜି- ୨୦ ଡିଜିଟାଲ ଅର୍ଥନୀତିର ମନ୍ତ୍ରୀ ମାନଙ୍କର ବୈଠକରେ ଏହା ଶେଷ ହୋଇଥିଲା। ଏହି ବୈଠକ ଗୁଡିକର ମୁଖ୍ୟ ଫଳାଫଳ ଏବଂ ପରିଣାମ ନିମ୍ନଲିଖିତ ପ୍ରକାରର ଅଟେ:

ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର (ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି), ଏଲଏମଆଇସିରେ ଡିପିଆଇକୁ ଅର୍ଥ ସହାୟତା ଦେବା ପାଇଁ ୱାନ୍ ଫ୍ୟୁଚର ଆଲାଏନ୍ସ ( ଏକକ ଭବିଷ୍ୟତ ମେଂଟ), ଗ୍ଲୋବାଲ ଡିପିଆଇ ରିପୋଜିଟୋରୀ, ବ୍ୟବସାୟକୁ ସମର୍ଥନ କରିବା ପାଇଁ ଉଚ୍ଚସ୍ତରୀୟ ନୀତି, ଡିଜିଟାଲ ଦକ୍ଷତାର ସୀମାପାର ଦେଶ ସହିତ ତୁଳନାକୁ ସୁଗମ କରିବା ପାଇଁ ରୋଡମ୍ୟାପ୍, ଡିଜିଟାଲ ଦକ୍ଷତା ବିକାଶ ଏବଂ ପୁନଃ – ଦକ୍ଷତା କାର୍ଯ୍ୟକ୍ରମ ଡିଜାଇନ୍ ଏବଂ ପ୍ରଚଳନ ପାଇଁ ଟୁଲ କିଟ୍ ଭଳି ଅତ୍ୟାବଶ୍ୟକ ଦିଗକୁ ଅନ୍ତର୍ଭୁକ୍ତ କରି ଭାରତୀୟ ଅଧ୍ୟକ୍ଷତା ଦ୍ୱାରା ଉପସ୍ଥାପିତ ପରିଣାମ ଉପରେ ଜି- ୨୦ ସହମତି, ଏବଂ ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ- ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରୁଥିବା ଏକ ଭର୍ଚୁଆଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ଇତ୍ୟାଦି

ୟୁଏନ୍ଡିପି ସହ ଭାଗିଦାରୀରେ ଜି – ୨୦ ଭାରତୀୟ ଅଧ୍ୟକ୍ଷତା ମାଧ୍ୟମରେ ‘ଡିପିଆଇ ମାଧ୍ୟମରେ ଏସଡିଜିକୁ ତ୍ୱରାନ୍ୱିତ କରିବା’ ଏବଂ ‘ଡିପିଆଇ ପ୍ଲେବୁକ୍’ ନାମରେ ଦୁଇଟି ଜ୍ଞାନ ଉତ୍ପାଦ ଉନ୍ମୋଚନ ଏବଂ ଦେଶ ଗୁଡ଼ିକର ଡିଜିଟାଲ ରୂପାନ୍ତରଣ ଯାତ୍ରାରେ ସହାୟତା କରିବାର ଲକ୍ଷ୍ୟ ରଖାଯାଇଛି।

ଉଲ୍ଲେଖନୀୟ ଜନସଂଖ୍ୟା ସ୍ତରରେ କାର୍ଯ୍ୟକାରୀ ହୋଇଥିବା ସଫଳ ଡିଜିଟାଲ ସମାଧାନର ଏକ ପୋର୍ଟଫୋଲିଓ ଇଣ୍ଡିଆ ଷ୍ଟେକ୍ ର ସହଯୋଗ ଏବଂ ଅଂଶୀଦାର ପାଇଁ ୬ଟି ଦେଶ ସହ ବୁଝାମଣାପତ୍ର (ଏମଓୟୁ)

ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ଜି – ୨୦ ଶିଖର ସମ୍ମିଳନୀରେ ଡିଜିଟାଲ୍ ଇଣ୍ଡିଆ ଏକ୍ସପିରିଏନ୍ସ ଜୋନ୍ ଏକ ପ୍ରମୁଖ ଆକର୍ଷଣ ଭାବେ ସ୍ଥାପିତ ହେଉଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ଉଲ୍ଲେଖନୀୟ ଜନସଂଖ୍ୟା ସ୍ତରରେ ଭାରତରେ କାର୍ଯ୍ୟକାରୀ ହୋଇଥିବା ଡିଜିଟାଲ ରୂପାନ୍ତରଣର ସଫଳତା ଉପରେ ଜି- ୨୦ ପ୍ରତିନିଧି ମାନଙ୍କୁ ହସ୍ତକ୍ଷେପ ଅଭିଜ୍ଞତା ପ୍ରଦାନ କରିବା।

ଡିଜିଟାଲ ଇଣ୍ଡିଆ ଅଭିଜ୍ଞତା ଜୋନ୍ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର

ଦେଶରେ ଡିପିଆଇ କାର୍ଯ୍ୟକାରୀ କରିବା ପାଇଁ ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସ ବଂଟନ କରିବା, ବିଶ୍ୱସ୍ତରୀୟ ଅଂଶୀଦାର ମାନଙ୍କୁ ମାପ ଯୋଗ୍ୟଏବଂ ନକଲ ଯୋଗ୍ୟ ପ୍ରକଳ୍ପ ଗୁଡିକ ବିଷୟରେ ସଚେତନ କରାଇବା ଏବଂ ପର୍ଯ୍ୟଟକ ମାନଙ୍କୁ ଟେକ୍ନୋଲୋଜିର ଶକ୍ତିକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବା ପାଇଁ ଏମଇଆଇଟିୱାଇ ପ୍ରଗତି ମଇଦାନରେ ହଲ୍ ୪ ଏବଂ ହଲ୍ ୧୪ରେ ଦୁଇଟି ଅତ୍ୟାଧୁନିକ ଡିଜିଟାଲ୍ ଇଣ୍ଡିଆ ଅଭିଜ୍ଞତା ଜୋନ୍ ସ୍ଥାପନ କରୁଛି।

ପ୍ରଦର୍ଶନୀ ପଛର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ପଦକ୍ଷେପ ଗୁଡ଼ିକୁ ପ୍ରଦର୍ଶିତ କରିବା ଯାହା ନିମ୍ନଲିଖିତ ସୁବିଧା ପ୍ରଦାନ କରେ:

ସହଜ ଜୀବନଯାପନ
ବ୍ୟବସାୟ କରିବାରେ ସହଜତା
ଶାସନରେ ସହଜତା

ଡିଜିଟାଲ୍ ଇଣ୍ଡିଆ ଏକ୍ସପିରିଏନ୍ସ ଜୋନ୍ ହେଉଛି ଅତ୍ୟାଧୁନିକ ଜ୍ଞାନକୌଶଳର ଭଣ୍ଡାର, ଯାହା ଡିଜିଟାଲ୍ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡିକ ବିଷୟରେ ଜ୍ଞାନ ଏବଂ ବୁଦ୍ଧିରେ ପରିପୂର୍ଣ୍ଣ। ଆଧାର, ଡିଜି- ଲକର, ୟୁପିଆଇ, ଇ – ସଞ୍ଜିବନୀ, ଦୀକ୍ଷା, ଭାଷିଣୀ ଏବଂ ଓଏନଡିସି ଭଳି ଡିପିଆଇ କାର୍ଯ୍ୟକାରୀ କରିବାରେ ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ ପାଇଁ ୭ଟି ପ୍ରମୁଖ ପଦକ୍ଷେପ ଚୟନ କରାଯାଇଛି। ଏହି ପ୍ରଦର୍ଶନୀ ଏକ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବ, ଯାହା ପର୍ଯ୍ୟଟକ ମାନଙ୍କୁ ଭାରତରେ ଡିପିଆଇ ଭଣ୍ଡାର ଅନୁସନ୍ଧାନ କରିବା ନିମନ୍ତେ ଏବଂ ବିଶ୍ୱ ସମୁଦାୟର ଉନ୍ନତି ପାଇଁ ବୁଝାମଣା ହାସଲ କରିବାକୁ ସକ୍ଷମ କରିବ।

ଆଧାର ଫେସ୍ ଅଥେଣ୍ଟିକେସନ୍ ସଫ୍ଟୱେୟାରର ସିଧାସଳଖ ପ୍ରଦର୍ଶନ ମାଧ୍ୟମରେ, ଅଂଶଗ୍ରହଣକାରୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ହସ୍ତକ୍ଷେପ ଅଭିଜ୍ଞତା ହାସଲ କରିବା ଏବଂ ବାର୍ତ୍ତାଳାପ କରିବାର ସୁଯୋଗ ପାଇବେ ଏବଂ ୟୁପିଆଇ ପ୍ରଦର୍ଶନୀ ଦର୍ଶକ ମାନଙ୍କୁ ବିଶ୍ୱବ୍ୟାପୀ ୟୁପିଆଇର ବିଭିନ୍ନ ଆପ୍ଲିକେସନ୍ ଅନୁସନ୍ଧାନ ଏବଂ ଆବିଷ୍କାର କରିବାରେ ସକ୍ଷମ କରିବ। କେବଳ ଏତିକି ନୁହେଁ, ପର୍ଯ୍ୟଟକମାନେ କ୍ୟୁଆର୍ କୋଡ୍ ସ୍କାନ୍ କରି ଗୁଡିଜ୍ କ୍ରୟ କରିପାରିବେ ଏବଂ ନାମମାତ୍ର ଦେୟରେ ନିରବଚ୍ଛିନ୍ନ କାରବାର ଆରମ୍ଭ କରି ପାରିବେ।

ଶିକ୍ଷା, ଅର୍ଥ ଓ ବ୍ୟାଙ୍କିଙ୍ଗ୍, ଭ୍ରମଣ, ପରିବହନ, ରିୟଲ ଇଷ୍ଟେଟ୍, ଆଇନ ଓ ନ୍ୟାୟପାଳିକା ଭଳି କ୍ଷେତ୍ରରେ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଦକ୍ଷତା ବୃଦ୍ଧିରେ ଏହାର ଭୂମିକାକୁ ପ୍ରଦର୍ଶନ କରିବା ସହ ଭାରତର ଡିଜି – ଲକରର ବ୍ୟବହାରିକ ଉପଯୋଗିତା ବିଷୟରେ ଅତିଥିମାନେ ଜାଣିବାର ସୁଯୋଗ ପାଇ ପାରିବେ।

ଇ- ସଞ୍ଜିବନୀ ପ୍ରଦର୍ଶନୀର ବିଶେଷତ୍ୱ ହେଉଛି ବିଭିନ୍ନ ଦିଗ – ହୃଦ୍ରୋଗ ବିଶେଷଜ୍ଞ, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ ଏବଂ ଜେନେରାଲ ମେଡିସିନ୍ର ଡାକ୍ତରମାନେ ଉପସ୍ଥିତ ରହି ଅନଲାଇନ୍ ପରାମର୍ଶ ପ୍ରଦାନ କରିବେ ଏବଂ ପର୍ଯ୍ୟଟକଙ୍କୁ ଇ- ପ୍ରେସ୍କ୍ରିପସନ୍ ସହିତ ବାସ୍ତବ ସମୟର ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଲେଷଣ କରିବେ ଏବଂ ପରାମର୍ଶ ପ୍ରଦାନ କରିବେ।

ଦୀକ୍ଷା ପ୍ରଦର୍ଶନୀ ଏକ ଆକର୍ଷଣୀୟ ଏବଂ ସହଜ ଅନୁଭୂତି ପ୍ରଦାନ କରିବ, ଯାହା ଦର୍ଶକ ମାନଙ୍କୁ ଦୀକ୍ଷାରେ ଉପଲବ୍ଧ ଶିକ୍ଷାଗତ ସମ୍ବଳର ସମ୍ପଦ ଅନୁସନ୍ଧାନ କରିବାକୁ ଅନୁମତି ପ୍ରଦାନ କରିବ । ଭାଷିଣୀ ପ୍ରଦର୍ଶନୀରେ ପର୍ଯ୍ୟଟକମାନେ ସମସ୍ତ ଭାରତୀୟ ଭାଷା ତଥା ଜାତିସଂଘର ଛଅଟି ଭାଷାରେ ବାସ୍ତବ ସମୟ ଭାଷଣ – ରୁ – ଭାଷଣ ଅନୁବାଦ ଅନୁଭବ କରିପାରିବେ। ‘ଜୁଗଳବନ୍ଦୀ’ ଟେଲିଗ୍ରାମ ବଟ୍ ଦ୍ୱାରା ପର୍ଯ୍ୟଟକମାନେ ସେମାନଙ୍କ ପସନ୍ଦର ଯେକୌଣସି ଭାଷାରେ ପ୍ରଶ୍ନ ପଚାରି ପାରିବେ ଏବଂ ବାର୍ତ୍ତାଳାପ କରି ପାରିବେ।

ଡିଜିଟାଲ୍ ଇଣ୍ଡିଆର ପ୍ରତିଷ୍ଠିତ ଯାତ୍ରାର ଏକ ଭବ୍ୟ ପ୍ରଦର୍ଶନ ୨୦୧୪ ପର ଠାରୁ ଦର୍ଶକଙ୍କୁ ଡିଜିଟାଲ୍ ଇଣ୍ଡିଆର ପ୍ରମୁଖ ମାଇଲଖୁଣ୍ଟ ଦେଇ ନେଇଯିବ ଏବଂ ସିମୁଲେଟେଡ୍ ଆଭାଷୀ ବାସ୍ତବତା ମାଧ୍ୟମରେ ଡିଜିଟାଲ୍ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସ୍ଫୁର୍ତ୍ତିଶୀଳ କରିବ, ପର୍ଯ୍ୟଟକମାନେ ଡିଜିଟାଲ୍୍ ବୃକ୍ଷ ପ୍ରଦର୍ଶନୀରେ ଡିପିଆଇର ମୂଳ ନୀତି ସିଦ୍ଧାନ୍ତ ଏବଂ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ବିକାଶ ବିଷୟରେ ଜାଣି ପାରିବେ।

ଓପନ୍ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନ୍ଡିସି) କିପରି ବିକ୍ରେତା, ଗ୍ରାହକ ଏବଂ ନେଟୱାର୍କ ସୁବିଧା ପ୍ରଦାନକାରୀ ମାନଙ୍କ ସହ ବ୍ୟାପକ ସ୍ତରରେ ସହଯୋଗ କରେ ତାହା ଦେଖିବା ପାଇଁ ଉପଭୋକ୍ତାମାନେ କଥାବାର୍ତ୍ତା କରିପାରିବେ ଏବଂ ଜିଆଇଟିଏ ଆପ୍ଲିକେସନ୍ ପ୍ରଚଳନ କରୁଥିବା ଏକ କିଓସ୍କ ଏକ ପ୍ଲାଟଫର୍ମ ପ୍ରଦାନ କରିବ ଯେଉଁଠାରେ ପର୍ଯ୍ୟଟକମାନେ ସମ୍ମାନଜନକ ପବିତ୍ର ପୁସ୍ତକ ଶ୍ରୀମଦ୍ ଭଗବତ ଗୀତା ସହିତ ସମାନ ଭାବରେ ଜୀବନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଖୋଜି ପାରିବେ।

ଡିଜିଟାଲ୍ ଇଣ୍ଡିଆ ଏକ୍ସପିରିଏନ୍ସ ଜୋନ୍ରେ ଅତ୍ୟାଧୁନିକ ଜ୍ଞାନକୌଶଳ, ଇଣ୍ଟରଆକ୍ଟିଭ୍ ଡିସ୍ପେ୍ଲ, ଆଭାଷୀ ବାସ୍ତବତା ଏବଂ ଆହୁରି ଅନେକ କିଛି ବ୍ୟବହାର କରାଯାଇଛି। ପ୍ରତ୍ୟେକ ଇନ୍ଷ୍ଟଲେସନ୍କୁ ଏହାର ଲକ୍ଷ୍ୟଭୁକ୍ତ ଦର୍ଶକଙ୍କ ସହ ଅନୁଭବ କରିବା ପାଇଁ, ଅର୍ଥପୂର୍ଣ୍ଣ ଯୋଗଦାନ ଏବଂ ବୟସ- ଉପଯୁକ୍ତ ବିଷୟବସ୍ତୁ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

Categories
ବିଶେଷ ଖବର

ଆଫ୍ରିକୀୟ ଦେଶ ଉପରେ ଭରଷା କରି ବଡ଼ ଖେଳ ଖେଳିଲେ ପ୍ରଧାନମନ୍ତ୍ରୀ, ବିଶ୍ୱ ନେତାଭାବେ ଭାରତର ମାଷ୍ଟରଷ୍ଟ୍ରୋକକୁ ବୁଝନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଗଠନ ଦିଗରେ ଏକ ବଡ଼ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି। ବିଶ୍ୱର ୨୦ଟି ଧନୀ ଓ ବିକାଶଶୀଳ ଦେଶର ସଂଗଠନ ଜି-୨୦ ଆଫ୍ରିକୀୟ ସଂଘ (ଏୟୁ)ର ୫୪ଟି ଦେଶକୁ ସ୍ଥାୟୀ ସଦସ୍ୟତା ଦେବା ପାଇଁ ଦୃଢ଼ ସମର୍ଥନ କରିଛନ୍ତି। ଅନ୍ତର୍ଜାତୀୟ କୂଟନୀତି ଦୁନିଆରେ ଏହାକୁ ଭାରତର ସବୁଠାରୁ ସଠିକ ରଣନୀତିଭାବେ ବିବେଚନା କରାଯାଉଛି। ସେପ୍ଟେମ୍ବର ୯-୧୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଅତିଥିଭାବେ ଭାରତ ଆଫ୍ରିକୀୟ ସଂଘକୁ ନିମନ୍ତ୍ରଣ କରିଛି। ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିଭାବେ ଏୟୁକୁ ପୂର୍ଣ୍ଣ ସଦସ୍ୟତା ଦେବାକୁ ଭାରତ ଜି-୨୦ ସଦସ୍ୟଙ୍କୁ ନିବେଦନ କରିଛି। ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ଭଳି ଦେଶ ଭାରତର ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଛନ୍ତି। ସେହିପରି ଜି-୨୦ର ୧୧ ଜଣ ସଦସ୍ୟ କେବଳ ମୌଖିକ ସମର୍ଥନ ଦେଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୟୁରୋପୀୟ ସଂଘଦେଶ।

ଭାରତର ଏହି ପଦକ୍ଷେପ ନିଶ୍ଚୟ ଚୀନ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥିବ

ଖଣିଜ ସମୃଦ୍ଧ ଏହି ମହାଦେଶର ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ ମାର୍ଗଦର୍ଶନ ଏବଂ ସହାୟତାର ଆବଶ୍ୟକତା ରହିଛି। ଆଜି ଚୀନ ଭଳି ଦେଶ ଆଫ୍ରିକାର ସମ୍ବଳ ଉପରେ ନଜର ରଖିଛନ୍ତି, ଯେଉଁମାନେ ବିକାଶରେ ସାହାଯ୍ୟ କରିବା ନାଁ’ରେ ଋଣ ଜାଲରେ ପକାଇଛନ୍ତି ଏବଂ ତା’ପରେ ଏହାର ସମ୍ବଳକୁ ଶୋଷଣ କରୁଛନ୍ତି। ସ୍ୱାଭାବିକଭାବେ ଏୟୁକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବା ପାଇଁ ଭାରତର ପ୍ରସ୍ତାବକୁ ଚୀନ ସମେତ ଏଭଳି ସଦସ୍ୟ ରାଷ୍ଟ୍ରମାନେ ବିରୋଧ କରିଛନ୍ତି। ତେବେ ୫୪ଟି ଦେଶର ପ୍ରଭାବଶାଳୀ ସଂଗଠନ ଆଫ୍ରିକୀୟ ସଂଘକୁ ଜି-୨୦ରେ ସ୍ଥାୟୀ ସଦସ୍ୟତା ମିଳିବ ବୋଲି ଭାରତ ନିଶ୍ଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆଫ୍ରିକୀୟ ସଂଘର ପୂର୍ଣ୍ଣ ସଦସ୍ୟତା ଦେବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବକୁ ବ୍ୟାପକ ସମର୍ଥନ ମିଳିଥିଲେ ମଧ୍ୟ କେତେକ ଦେଶ କିଛି ଆପତ୍ତି ଜଣାଇଥିଲେ।

ଜି-୨୦ରେ ଏୟୁକୁ ସ୍ଥାୟୀ ସଦସ୍ୟଭାବେ ଅନ୍ତର୍ଭୁକ୍ତ କରିବା ନେଇ ସହମତି ସୃଷ୍ଟି କରିବାକୁ ଭାରତର ପ୍ରୟାସରେ ଚୀନ ବାଧା ସୃଷ୍ଟି କରିଛି। ସୂତ୍ରରୁ ପ୍ରକାଶ ଯେ ବସୁଧୈବ କୁଟୁମ୍ବକମ, ମହିଳାଙ୍କ ନେତୃତ୍ୱାଧୀନ ବିକାଶ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ପରିବେଶ ଅନୁକୂଳ ଜୀବନଶୈଳୀ (ଲାଇଫ୍) ସମେତ ଅନେକ ପ୍ରସଙ୍ଗରେ ଭାରତ ସହମତି ପାଇଁ ଚାପ ପକାଉଥିବାରୁ ବେଜିଂ ଆପତ୍ତି ଉଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରାଜିଲ ପରବର୍ତ୍ତୀ ଅଧ୍ୟକ୍ଷ ହେବା ପର୍ଯ୍ୟନ୍ତ ଭାରତର ପ୍ରସ୍ତାବକୁ ଅଟକାଇବା କିମ୍ବା ଏହି ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଚୀନ ଅନ୍ୟ ସଦସ୍ୟ ଦେଶମାନଙ୍କୁ ପ୍ରବର୍ତ୍ତାଉଛି।

ଭାରତର ଏହି ପଦକ୍ଷେପ ଅନେକାଂଶରେ ଚୀନକୁ ଯାଉଥିବା ଆଫ୍ରିକୀୟ ଦେଶଗୁଡ଼ିକ ଉପରେ ଗଭୀର ପ୍ରଭାବ ପକାଇବ। ଜି-୨୦ ସଦସ୍ୟତା ଆଫ୍ରିକୀୟ ଦେଶମାନଙ୍କୁ ଅର୍ଥନୈତିକ ବିକାଶ, ଜଳବାୟୁ ପରିବର୍ତ୍ତନ, ସ୍ଥାୟୀ ବିକାଶ ଭଳି ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗରେ ଦୃଢ଼ ଭାବରେ ମତ ରଖିବାର ସୁଯୋଗ ଦେବ। ବାସ୍ତବରେ ଉଦୀୟମାନ ଆଫ୍ରିକୀୟ ଅର୍ଥନୀତିର ଫାଇଦା ଉଠାଇବା ପାଇଁ ତୀବ୍ର ପ୍ରତିଯୋଗିତା ଚାଲିଛି। କେବଳ ଭାରତ ନୁହେଁ, ଚୀନ, ୟୁରୋପ ଓ ଆମେରିକା ଭଳି ଦେଶ ଆଫ୍ରିକୀୟ ଦେଶର ସରକାରକୁ ଜିତାଇବା ଦୌଡ଼ରେ ଅଛନ୍ତି। ତେବେ ଆଫ୍ରିକୀୟ ଦେଶମାନଙ୍କ ସହ ସମ୍ପର୍କକୁ ନେଇ ଚୀନ ଓ ଭାରତର ଆଭିମୁଖ୍ୟରେ ଅନେକ ପାର୍ଥକ୍ୟ ରହିଛି। ଭାରତ ତା’ର ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ (ଆଇଟିଇସି) କାର୍ଯ୍ୟକ୍ରମ ମାଧ୍ୟମରେ ଆଫ୍ରିକୀୟ ଦେଶଗୁଡ଼ିକୁ ନିଜ ପାଦରେ ଠିଆ କରିବାକୁ ଚେଷ୍ଟା କରୁଥିବାବେଳେ ଚୀନ ସେଠାରେ ଭିତ୍ତିଭୂମି ଆବଶ୍ୟକତା ପାଇଁ ଋଣଦାତା ଭୂମିକା ନିର୍ବାହ କରୁଛି ଏବଂ ଋଣ ପରିଶୋଧ ନ କଲେ ଆଫ୍ରିକୀୟ ଦେଶଗୁଡ଼ିକୁ ଉପନିବେଶ କରିବାକୁ ପ୍ରଲୋଭନ ଦେଉଛି।

ଆଫ୍ରିକାରେ ଭାରତ ପାଇଁ ବିପୁଳ ସମ୍ଭାବନା

ଭାରତର ଏହି ପଦକ୍ଷେପରେ ଯଦି ଜି-୨୦ର ଅନ୍ୟ ସଦସ୍ୟମାନେ ଆଫ୍ରିକାର ସମୃଦ୍ଧିରେ ଯୋଗଦାନ ଦିଅନ୍ତି, ତେବେ ଏହା ନିଶ୍ଚିତ ଭାବରେ ବିଶ୍ୱ ପାଇଁ ଏକ ବଡ଼ ବଜାର ଭାବରେ ଉଭା ହୋଇପାରିବ, ଯାହା ଭାରତକୁ ସିଧାସଳଖ ଫାଇଦା ଦେବ। ଆଫ୍ରିକାର ୫୪ଟି ଦେଶକୁ ରପ୍ତାନି ସୁଯୋଗରୁ ଭାରତର ଅର୍ଥନୀତି ସହାୟତା ପାଇପାରିବ। ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଜି-୨୦ ସଦସ୍ୟଙ୍କ ଅଂଶ ୬୦ ପ୍ରତିଶତ ରହିଛି ଏବଂ ଯଦି ଆଫ୍ରିକାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଏ ତେବେ ଏହା ୮୦ ପ୍ରତିଶତକୁ ବୃଦ୍ଧି ପାଇବ। ଭାରତ ସରକାର ୨୦୦୩ ମସିହାରେ ‘ଫୋକସ୍ ଆଫ୍ରିକା ପ୍ରୋଗ୍ରାମ’ ଆରମ୍ଭ କରିଥିଲେ।

ମେ’ ମାସରେ ଏକଜିମ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ସହଯୋଗରେ ଭାରତ-ଆଫ୍ରିକା ଶିଖର ସମ୍ମିଳନୀ ଆୟୋଜନ କରିଥିଲା। ଏୟୁର ବର୍ତ୍ତମାନର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏକ ଟ୍ରିଲିୟନ ଡଲାରରୁ ଅଧିକ, ଯାହା ୟୁରୋପର ଭୌଗୋଳିକ ଆକାର ସହିତ ପ୍ରାୟ ସମାନ। ପ୍ରତ୍ୟେକ ଆଫ୍ରିକୀୟ ଦେଶ ଏକ ଶକ୍ତିଶାଳୀ ସ୍ୱର ଭାବରେ ଉଭା ହୋଇପାରିବେ। ଭାରତର ଜିଡିପି ତା’ଠାରୁ ପ୍ରାୟ ତିନି ଗୁଣ ଅଧିକ, ଯାହା ଭାରତୀୟ ଏବଂ ବିକଶିତ ଅର୍ଥନୀତିକୁ ସେମାନଙ୍କର ବାଣିଜ୍ୟ ବୃଦ୍ଧି କରିବାର ସୁଯୋଗ ଦେଇଥାଏ।

ଭାରତ-ଆଫ୍ରିକା ସମ୍ପର୍କର ଦୀର୍ଘ ଇତିହାସ

ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ଭାରତ ଓ ଆଫ୍ରିକାର ସହଯୋଗର ଦୀର୍ଘ ଇତିହାସ ରହିଛି। ଏୟୁର ଜି-୨୦ ପ୍ରସ୍ତାବକୁ ଭାରତର ସମର୍ଥନ ଏହି ଭାଗିଦାରୀର ସ୍ୱାଭାବିକ ପରିଣାମ। ଏହା କେବଳ ପ୍ରତୀକାତ୍ମକ ନୁହେଁ ବରଂ ରଣନୈତିକ। ଏହା ଆଫ୍ରିକୀୟ ଦେଶମାନଙ୍କ ସହିତ ସମ୍ବଳ ଏବଂ ଜ୍ଞାନ ବାଣ୍ଟିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଏ। ଏହା ଭାରତର ବଢୁଥିବା ଅର୍ଥନୀତି ଏବଂ ଭୂ-ରାଜନୀତିରେ ବଢ଼ୁଥିବା ଆଧିପତ୍ୟ କାରଣରୁ ଭାରତର ଉଦୀୟମାନ ସ୍ଥିତିର ଏକ ପ୍ରତୀକ। ଏୟୁକୁ ଭାରତର ସମର୍ଥନ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଏକ ବଡ଼ ବାର୍ତ୍ତା ଦେବ।

ମିଳିତ ଜାତିସଂଘ (ୟୁଏନ୍)ର କ୍ଷମତା କରିଡରରେ ଆଫ୍ରିକାର ବିଶେଷ ମହତ୍ତ୍ୱ ରହିଛି।

ଆଫ୍ରିକା ସହ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ୨୦୨୨ରେ ୯.୨୬ ପ୍ରତିଶତ ବୃଦ୍ଧି ପାଇ ୧୦୦ ବିଲିୟନ ଡଲାରରେ ପହଞ୍ଚିଥିବାବେଳେ ଆଫ୍ରିକା ସହ ଚୀନର ଦ୍ୱିପାକ୍ଷିକ ବାଣିଜ୍ୟ ୨୭୨ ବିଲିୟନ ଡଲାର ରହିଛି। ତେଣୁ ଆଫ୍ରିକାରେ ଚୀନ୍ର ଅର୍ଥନୈତିକ ପ୍ରଭାବ ଭାରତର ତୁଳନାରେ ବହୁତ ଗଭୀର ବୋଲି ସ୍ପଷ୍ଟ ହୋଇଛି। ତେବେ ଯଦି ଆଫ୍ରିକାକୁ ଜି-୨୦ରେ ସାମିଲ କରାଯାଏ ତେବେ ଭାରତ ତା’ର ଆଫ୍ରିକୀୟ ସହଯୋଗୀଙ୍କ ସହ ସମ୍ପର୍କରେ ସୁଧାର ଆଣିପାରିବ।

ବିଶ୍ୱ ନେତା ଭାବରେ ଭାରତର ଆଉ ଏକ ଗଭୀର ଛାପ

ଆଫ୍ରିକୀୟ ସଂଘରେ ସାମିଲ ହେବା ପାଇଁ ଭାରତର ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶ ଜି-୨୦ର ଅଧ୍ୟକ୍ଷତା କରୁଛି। ଭାରତ ଏହାର ଏଜେଣ୍ଡାକୁ ଆଗକୁ ବଢ଼ାଇବା ଏବଂ ଜି-୨୦କୁ ଅଧିକ ବିବିଧ ଓ ବ୍ୟାପକ କରିବା ପାଇଁ ଏହାକୁ ଏକ ଅନନ୍ୟ ସୁଯୋଗଭାବେ ଗ୍ରହଣ କରିଛି। ଭାରତର ଏହି ପଦକ୍ଷେପ ବିଶ୍ୱ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନର ପଥକୁ ସୁଦୃଢ଼ କରିବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯଦି ପୃଥିବୀର ଦକ୍ଷିଣ ଭାଗରେ ଅବସ୍ଥିତ ଦେଶଗୁଡ଼ିକର ସ୍ଥିତି ବୃଦ୍ଧି ପାଏ, ତେବେ ସେମାନଙ୍କୁ ଜି-୨୦ ଭଳି ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରିବା ଏକ ରଣନୈତିକ ପଦକ୍ଷେପ ହେବ।

ଜି-୨୦ରେ ଆଫ୍ରିକୀୟ ସଂଘର ପ୍ରବେଶକୁ ଭାରତର ସମର୍ଥନ ଅନ୍ତର୍ଜାତୀୟ କୂଟନୀତିରେ ଏକ ଐତିହାସିକ ମୁହୂର୍ତ୍ତ। ଏହା କେବଳ ଏୟୁର ଦାବିକୁ ମଜବୁତ କରେ ନାହିଁ ବରଂ ବିଶ୍ୱ ନେତା ଭାବରେ ଭାରତର ସ୍ଥିତିକୁ ମଧ୍ୟ ସୁଦୃଢ଼ କରିବ। ଏହି ପଦକ୍ଷେପ ଏକ ଅତ୍ୟନ୍ତ ଉଦାରବାଦୀ ଏବଂ ଅନ୍ତର୍ଭୁକ୍ତ ଦେଶ ଭାବରେ ଭାରତର ଦାବିକୁ ଆହୁରି ସୁଦୃଢ଼ କରିବ ଯାହା ଏକ ଅଧିକ ସମାବେଶୀ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସମର୍ଥନ କରେ। ଏହା ମଧ୍ୟ ଜି-୨୦ର ଲକ୍ଷ୍ୟ ଅନୁଯାୟୀ, ଯାହା ବିଶ୍ୱ ଅର୍ଥନୀତିର ଆହ୍ୱାନର ମୁକାବିଲା କରିବାକୁ ଚାହୁଁଛି।

Categories
ବିଶେଷ ଖବର

୧ ବିଲିୟନ ଭୋକିଲା ପେଟରୁ ୨ ବିଲିୟନ କୁଶଳୀ ହାତ: ଭାରତର ପ୍ରଗତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱନେତାମାନଙ୍କୁ ଆୟୋଜନ କରିବାର ସପ୍ତାହକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ‘ଜିଡିପି-କେନ୍ଦ୍ରୀତ ଆଭିମୁଖ୍ୟ’ରୁ ‘ମାନବ-କେନ୍ଦ୍ରୀତ ଆଭିମୁଖ୍ୟ’କୁ ପରିବର୍ତ୍ତିତ ବିଶ୍ୱକଲ୍ୟାଣ ପାଇଁ ‘ସବକା ସାଥ୍ ସବକା ବିକାଶ’ ମଡେଲ ମାର୍ଗଦର୍ଶକ ହୋଇପାରିବ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ, ସାଉଦି ଆରବର ରାଜା ମହମ୍ମଦ ବିନ୍ ସଲମାନ ଏବଂ ଅନ୍ୟ ନେତାମାନେ ବିକାଶଶୀଳ ଏବଂ ବିକଶିତ ଦେଶମାନଙ୍କର ପ୍ରାକ୍ ପ୍ରସିଦ୍ଧ ବାର୍ଷିକ ବୈଠକ ପାଇଁ ସେପ୍ଟେମ୍ବର ୯ ଓ ୧୦ ରେ ନବନିର୍ମିତ ଭାରତ ମଣ୍ଡପମ୍ ସମ୍ମିଳନୀ କକ୍ଷରେ ଏକାଠି ହେବେ।

ଭାରତର ଜି-୨୦ ଅଧ୍ୟକ୍ଷତାରୁ ଅନେକ ସକାରାତ୍ମକ ପ୍ରଭାବ ସାମ୍ନାକୁ ଆସୁଛି। ସେମାନଙ୍କ ମଧ୍ୟରୁ କେତେକ ମୋ ହୃଦୟର ଅତି ନିକଟତର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱ ଜିଡିପିର ୮୫ ପ୍ରତିଶତ, ଅନ୍ତର୍ଜାତୀୟ ବାଣିଜ୍ୟର ୭୫ ପ୍ରତିଶତ ଏବଂ ବିଶ୍ୱ ଜନସଂଖ୍ୟାର ୬୫ ପ୍ରତିଶତ ଜି-୨୦ ରହିଛି। ଭାରତ ଗତ ନଭେମ୍ବରରେ ଇଣ୍ଡୋନେସିଆରୁ ଜି-୨୦ ର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲା ଏବଂ ଡିସେମ୍ବରରେ ବ୍ରାଜିଲକୁ ହସ୍ତାନ୍ତର କରିବ।

ମୋଦୀ କହିଛନ୍ତି ଯେ ଏହା ସତ ଯେ ଜି-୨୦ ଏହାର ମିଳିତ ଅର୍ଥନୈତିକ ଶକ୍ତି ଦୃଷ୍ଟିରୁ ଏକ ପ୍ରଭାବଶାଳୀ ଗୋଷ୍ଠୀ, କିନ୍ତୁ “ବିଶ୍ୱର ଜିଡିପି-କେନ୍ଦ୍ରୀତ ଦୃଷ୍ଟିକୋଣ ବର୍ତ୍ତମାନ ମାନବ-କେନ୍ଦ୍ରୀତ ଦୃଷ୍ଟିକୋଣରେ ପରିଣତ ହେଉଛି”, ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେପରି ଏକ ନୂତନ ବିଶ୍ୱ ବ୍ୟବସ୍ଥା ଦେଖିବାକୁ ମିଳିଥିଲା, କୋଭିଡ୍ ପରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଆକାର ନେଉଛି।
“ମାନବ-କେନ୍ଦ୍ରୀତ ଆଭିମୁଖ୍ୟକୁ ପରିବର୍ତ୍ତନ ବିଶ୍ୱସ୍ତରରେ ଆରମ୍ଭ ହୋଇଛି ଏବଂ ଆମେ ଏକ ଉତପ୍ରେରକ ଭୂମିକା ଗ୍ରହଣ କରୁଛୁ। ଭାରତର ଜି-୨୦ ଅଧ୍ୟକ୍ଷତା ମଧ୍ୟ ତଥାକଥିତ ତୃତୀୟ ବିଶ୍ୱର ଦେଶମାନଙ୍କ ଉପରେ ଆତ୍ମବିଶ୍ୱାସର ବୀଜ ବୁଣିଛି।

ସବକା ସାଥ ସବକା ବିକାଶ ମଡେଲ ଯାହା ଭାରତରେ ବାଟ ଦେଖାଇଛି ତାହା ମଧ୍ୟ ବିଶ୍ୱ କଲ୍ୟାଣ ପାଇଁ ଏକ ମାର୍ଗଦର୍ଶକ ନୀତି ହୋଇପାରେ। ଏହି ସାକ୍ଷାତ୍କାର ଜି-୨୦ ଉପରେ କେନ୍ଦ୍ରିତ ହେବାର ଥିଲାବେଳେ ମୋଦୀ ଭାରତର ଅର୍ଥନୈତିକ ପ୍ରଗତି, ବିଶ୍ୱ ସ୍ତରରେ ଏହାର ବଢୁଥିବା ମାନ, ସାଇବର ନିରାପତ୍ତା, ଋଣ ଜାଲ, ଜୈବ ଇନ୍ଧନ ନୀତି, ଜାତିସଂଘ ସଂସ୍କାର, ଜଳବାୟୁ ପରିବର୍ତ୍ତନ ଏବଂ ୨୦୪୭ରେ ଭାରତ କିପରି ହେବ ସେ ବିଷୟରେ ତାଙ୍କର ଦୃଷ୍ଟିକୋଣ ବିଷୟରେ ମଧ୍ୟ କହିଥିଲେ।

ଦୀର୍ଘ ଦିନ ଧରି ଭାରତ ଏକ ବିଲିୟନରୁ ଅଧିକ ଭୋକିଲା ପେଟ ବିଶିଷ୍ଟ ଦେଶ ଭାବେ ପରିଗଣିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଭାରତକୁ ଏକ ବିଲିୟନରୁ ଅଧିକ ଆକାଂକ୍ଷୀ ମାନସିକତା, ଦୁଇ ବିଲିୟନରୁ ଅଧିକ ଦକ୍ଷ ହାତ ଏବଂ କୋଟି କୋଟି ଯୁବକଙ୍କ ଦେଶ ଭାବରେ ଦେଖାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ୨୦୪୭ ପର୍ଯ୍ୟନ୍ତ ସମୟ ଏକ ବଡ଼ ସୁଯୋଗ। ଯେଉଁ ଭାରତୀୟମାନେ ଏହି ଯୁଗରେ ରହୁଛନ୍ତି ସେମାନଙ୍କ ପାଖରେ ବିକାଶର ମୂଳଦୁଆ ପକାଇବାର ଏକ ବଡ଼ ସୁଯୋଗ ଅଛି ଯାହା ଆଗାମୀ ୧୦୦୦ ବର୍ଷ ପର୍ଯ୍ୟନ୍ତ ସ୍ମରଣୀୟ ରହିବ।

୨୦୪୭ ସୁଦ୍ଧା ଆମ ଦେଶ ବିକଶିତ ଦେଶମାନଙ୍କ ମଧ୍ୟରେ ରହିବ ବୋଲି ମୁଁ ନିଶ୍ଚିତ। ଦାରିଦ୍ର୍ୟ ବିରୋଧରେ ଲଢ଼େଇରେ ଆମର ଗରିବ ଲୋକମାନେ ବ୍ୟାପକ ଭାବେ ବିଜୟୀ ହେବେ । ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ କ୍ଷେତ୍ରର ଫଳାଫଳ ବିଶ୍ୱରେ ଶ୍ରେଷ୍ଠ ହେବ। ଦୁର୍ନୀତି, ଜାତିବାଦ ଓ ସାମ୍ପ୍ରଦାୟିକତାର ଆମ ଜାତୀୟ ଜୀବନରେ କୌଣସି ସ୍ଥାନ ରହିବ ନାହିଁ।

ଗତ ଶତାବ୍ଦୀର ଶେଷ ଭାଗରେ ଜି-୨୦ ର ଜନ୍ମ ହୋଇଥିଲା ଯେତେବେଳେ ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡ଼ିକ ଅର୍ଥନୈତିକ ସଙ୍କଟର ଏକ ସାମୂହିକ ଏବଂ ସମନ୍ୱିତ ପ୍ରତିକ୍ରିୟାର ଦୃଷ୍ଟିକୋଣ ସହିତ ଏକାଠି ହୋଇଥିଲେ। ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ବିଶ୍ୱ ଅର୍ଥନୈତିକ ସଙ୍କଟ ସମୟରେ ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଥିଲା।

କିନ୍ତୁ ଯେତେବେଳେ କୋଭିଡ୍ ମହାମାରୀ ଆସିଲା, ସେତେବେଳେ ବିଶ୍ୱ ବୁଝିପାରିଥିଲା ଯେ ଅର୍ଥନୈତିକ ଆହ୍ୱାନ ବ୍ୟତୀତ ମାନବିକତାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ତତ୍କାଳ ଆହ୍ୱାନ ମଧ୍ୟ ରହିଛି ବୋଲି ମୋଦୀ କହିଛନ୍ତି। ଏହି ସମୟରେ ଅର୍ଥନୈତିକ ଅଭିବୃଦ୍ଧି, ବୈଷୟିକ ପ୍ରଗତି, ସଂସ୍ଥାଗତ ଯୋଗାଣ ଏବଂ ସାମାଜିକ ଭିତ୍ତିଭୂମି କ୍ଷେତ୍ରରେ ଭାରତର ମାନବ-କେନ୍ଦ୍ରୀତ ବିକାଶ ମଡେଲ୍ ଉପରେ ବିଶ୍ୱ ଧ୍ୟାନ ଦେଇସାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତ ପକ୍ଷରୁ ନିଆଯାଉଥିବା ଏହି ବ୍ୟାପକ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ହୋଇଥିଲା। ଏହା ସ୍ୱୀକାର କରାଯାଇଥିଲା ଯେ ଯେଉଁ ଦେଶକୁ ଏକ ବୃହତ ବଜାର ଭାବରେ ଦେଖାଯାଉଥିଲା, ତାହା ବିଶ୍ୱ ଆହ୍ୱାନର ସମାଧାନର ଏକ ଅଂଶ ପାଲଟିଛି। ଭାରତ ଜି-୨୦ର ସଭାପତି ହେବା ବେଳକୁ ବିଶ୍ୱ ପାଇଁ ଆମର କଥା ଓ ଦୃଷ୍ଟିକୋଣକୁ କେବଳ ବିଚାର ଭାବରେ ନୁହେଁ ବରଂ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ ଭାବରେ ନିଆଯାଉଥିଲା।

ଜି-୨୦ର ଏକ ନୂଆ ଦିଗ ରେ ଏହାର ମନ୍ତ୍ରୀସ୍ତରୀୟ ଏବଂ ଅନ୍ୟାନ୍ୟ ବୈଠକ କେବଳ ଦିଲ୍ଲୀରେ ନୁହେଁ ବରଂ ଇନ୍ଦୋର ଏବଂ ବାରଣାସୀ ଭଳି ଦ୍ୱିତୀୟ ଏବଂ ତୃତୀୟ ସ୍ତରୀୟ ସହର ସମେତ ଦେଶର ସମସ୍ତ ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ହମ୍ପି, କେରଳ, ଗୋଆ ଓ କଶ୍ମୀର ଭଳି ପର୍ଯ୍ୟଟନସ୍ଥଳୀରେ ପ୍ରାୟ ୨୦୦ଟି କ୍ଷେତ୍ରୀୟ ବୈଠକରେ ଏକ ଲକ୍ଷରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

ସେମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଆମର ଜନସଂଖ୍ୟା, ଗଣତନ୍ତ୍ର ଓ ବିବିଧତାକୁ ଦେଖୁଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ଚତୁର୍ଥ ଡି, ବିକାଶ କିପରି ଲୋକଙ୍କୁ ସଶକ୍ତ କରୁଛି ତାହା ମଧ୍ୟ ସେମାନେ ଦେଖୁଛନ୍ତି। ବିଶ୍ୱକୁ ଆବଶ୍ୟକ କରୁଥିବା ଅନେକ ସମାଧାନ ଆମ ଦେଶରେ ଦ୍ରୁତ ଗତିରେ ଏବଂ ବ୍ୟାପକ ଭାବରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି ବୋଲି ଏକ ବୁଝାମଣା ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Categories
ବିଶେଷ ଖବର

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ, ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ୨୦୪୭ ସୁଦ୍ଧା ବିକଶିତ ଭାରତ କଥା କହିଛନ୍ତି। ଆଜି ଆମେ ଭାରତୀୟମାନଙ୍କ ପାଖରେ ବିକାଶର ମୂଳଦୁଆ ପକାଇବାର ଏକ ବଡ଼ ସୁଯୋଗ ଅଛି ଯାହା ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସ୍ମରଣୀୟ ରହିବ। ସେ କହିଛନ୍ତି ଯେ ଜି-୨୦ର ଅଧ୍ୟକ୍ଷତା ପାଇବା ପରେ ଅନେକ ସକାରାତ୍ମକ ଘଟଣା ଘଟିଛି। ସେମାନଙ୍କ ମଧ୍ୟରୁ ଅନେକ ମୋ ହୃଦୟର ନିକଟତର। ଆମ ଜାତୀୟ ଜୀବନରେ ଦୁର୍ନୀତି, ଜାତିବାଦ ଓ ସାମ୍ପ୍ରଦାୟିକତାର ସ୍ଥାନ ରହିବ ନାହିଁ। ସେ କହିଛନ୍ତି ଯେ ବିଶ୍ୱର ଜିଡିପି-କେନ୍ଦ୍ରୀତ ଦୃଷ୍ଟିକୋଣ ଏବେ ମାନବ-କେନ୍ଦ୍ରୀତ ଆଭିମୁଖ୍ୟକୁ ଗତି କରୁଛି; ଭାରତ ଏଥିରେ ଏକ ଉତପ୍ରେରକ ଭୂମିକା ଗ୍ରହଣ କରୁଛି।

୨୦୦ କୋଟି କୁଶଳୀ ହାତ ଥିବା ଦେଶ

ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ସବକା ସାଥ, ସବକା ବିକାଶ’ ମଧ୍ୟ ବିଶ୍ୱକଲ୍ୟାଣ ପାଇଁ ଏକ ମାର୍ଗଦର୍ଶକ ନୀତି ହୋଇପାରେ। ଜି-୨୦ରେ ଆମ କଥା ଓ ଦୃଷ୍ଟିକୋଣକୁ ବିଶ୍ୱ କେବଳ ଚିନ୍ତାଧାରାଭାବେ ନୁହେଁ ବରଂ ଭବିଷ୍ୟତର ରୋଡ୍ ମ୍ୟାପ୍ଭାବେ ଦେଖୁଛି। ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ଭାରତ ୫ ଟି ସ୍ଥାନ ଉପରକୁ ଉଠିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ଦିନ ଧରି ଭାରତକୁ ଏକ ବିଲିୟନ ଭୋକିଲା ପେଟ ଥିବା ଦେଶ ଭାବରେ ଦେଖାଯାଉଥିଲା, ବର୍ତ୍ତମାନ ଏହା ଏକ ବିଲିୟନ ଉଚ୍ଚାକାଂକ୍ଷୀ ମନ ଏବଂ ଦୁଇ ବିଲିୟନ ଦକ୍ଷ ହାତ ବିଶିଷ୍ଟ ଦେଶ।

Categories
ଆଜିର ଖବର ଜାତୀୟ ଖବର

ବନାଗ୍ନି: ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ପ୍ରତିକାର ବ୍ୟବସ୍ଥା ପ୍ରୟାସ

ନୂଆଦିଲ୍ଲୀ: ବନାଗ୍ନି ବିଗତ କେତେ ଦଶନ୍ଧି ଧରି ସମଗ୍ର ବିଶ୍ୱରେ ବ୍ୟାପକ ଆକାର ଧାରଣ କରିଛି ଏବଂ ଏହା ଫଳରେ ବହୁ ଧନଜୀବନ ହାନି ଘଟୁଛି। ଜଙ୍ଗଲ ନିଆଁ ଯୋଗୁଁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଅଙ୍ଗାରକାମ୍ଳ ଶୋଷଣ ଉତ୍ସ ବା କାର୍ବନ ସିଙ୍କ୍ ବିଶେଷ ପ୍ରଭାବିତ ହେଉଛି । କାନାଡାର ଉତ୍ତରାଞ୍ଚଳର ବନ (ବୋରିଲ ଫରେଷ୍ଟ) ଏବଂ ବ୍ରାଜିଲର ଆମାଜନ ଉପତ୍ୟକାର ବର୍ଷା ବନ ଏହି ବନାଗ୍ନି ଦ୍ୱାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ନୂଆ ଅନୁଧ୍ୟାନ ଅନୁସାରେ ୨୦୦୧ ତୁଳନାରେ ଏବେ ବନାଗ୍ନି ଦ୍ୱାରା ବର୍ଷକୁ ତିନି ନିୟୁତରୁ ଅଧିକ ହେକ୍ଟର ଜଙ୍ଗଲାଞ୍ଚଳ କ୍ଷତିଗ୍ରସ୍ତ ହେଉଛି । ସରଳ ଭାଷାରେ ଜଙ୍ଗଲ ନିଆଁ ପ୍ରତିବର୍ଷ ବିଶ୍ୱର ମୋଟ ବୃକ୍ଷର ଏକ ଚତୁର୍ଥାଂଶ ଗତ ୨୦ବର୍ଷରେ ନଷ୍ଟ କଲାଣି । ଦିନକୁ ଦିନ ବନାଗ୍ନି  ଘଟଣା ଅଧିକ ହେଉଛି ଓ ଏହାର ଭୟାବହତା ବଢୁଛି । ଅତଏବ ବିଶ୍ୱର ଜୀବମଣ୍ଡଳ ଓ ପରିବେଶ ପାଇଁ ଏହା ଅତ୍ୟନ୍ତ ଘାତକ ପ୍ରମାଣି ହେଉଛି  ଏହାର ଭୟାବହତା ବଢୁଛି । ଅତଏବ ବିଶ୍ୱର ଜୀବମଣ୍ଡଳ ଓ ପରିବେଶ ପାଇଁ ମଣିଷର କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି ।

ବିଶ୍ୱର ଜଳବାୟୁ ପରିବର୍ତ୍ତନ ଏହି ବନାଗ୍ନି ଘଟଣାକୁ ଅଧିକ ପ୍ରଭାବିତ କରିଛି । ଏବେ ଯେଉଁ ପ୍ରଚଣ୍ଡ ତାପ ପ୍ରବାହ ଅନୁଭୂତ ହେଉଛି ତାହା ୧୫୦ବର୍ଷ ତଳେ ହୋଇଥିବା ଝାଂଜିଠାରୁ ପାଂଚଗୁଣ ଅଧିକ ଥର ପ୍ରଭାବିତ ହେଉଛି । ଏହାଫଳରେ ମାଟିର ବତର ଶୁଖିଯାଉଛି ଏବଂ ବନାଗ୍ନି ସୃଷ୍ଟି ଏହାକୁ ବ୍ୟାପିବାରେ ସାହାଯ୍ୟ କରୁଛି । ଜଙ୍ଗଲରେ ନିଆଁ ଲାଗିଲେ ପ୍ରଚୁର ଧୂଆଁ ସୃଷ୍ଟି ହୋଇ ଅଙ୍ଗାରକାମ୍ଳ ନିର୍ଗମନ ବଢେ ଏବଂ ଏହାର ପ୍ରଭାବ ଜଳବାୟୁ ପରବର୍ତନକୁ ତ୍ୱରାନ୍ୱିତ କରିଥାଏ । ମାଟିର ଜଳୀୟ ଅଂଶ ହ୍ରାସ ପାଇଲେ ଗଛଲତା ମରିବା ସହିତ ଜଙ୍ଗଲ କ୍ଷୟ ଘଟେ ।

ଭାରତୀୟ କାହାଣୀ-

ବିଶ୍ୱ ବନାଗ୍ନି ଜନିତ ସମସ୍ୟାର ମୁକାବିଲା ପାଇଁ ଭାରତ ତାହାର ପର୍ଯ୍ୟବେକ୍ଷଣ  ବ୍ୟବସ୍ଥାକୁ ଯଥେଷ୍ଟ ବଢାଇଛି । ଭାରତର ମୋଟ ଜଙ୍ଗଲର ୨୫ ଶତାଂଶ ଅତ୍ୟନ୍ତ ଅଗ୍ନିକାଣ୍ଡ ପ୍ରବଣ ଏହା  ସତ୍ୱେ ଜଙ୍ଗଲ ନିଆଁ ଯୋଗୁ ଭାରତୀୟ ବାନାଂଚଳରେ ମାତ୍ର ୩ ଶତାଂଠ ଗଛ ନଷ୍ଟ ହୁଏ । ଭାରତୀୟ ଜଙ୍ଗଲ ସର୍ଭେ ପକ୍ଷର ବନ ଅଗ୍ନି ନାମରେ ଏକ ଜିଓ-ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ ସହଜରେ ବନାଗ୍ନିକୁ ଠାବ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରି ହେଉଛି । ଏଥିରୁ ବନାଗ୍ନି ସଂକ୍ରାନ୍ତ ତଥ୍ୟ ଠିକ୍ ସମୟରେ ମିଳିବା ସହିତ ଏହାର ପ୍ରତିକାର ବ୍ୟବସ୍ଥା କରିବାର ସୁଯୋଗ ମିଳୁଛି । ଏହି ପୋର୍ଟାଲଟି ଏକ ସିଙ୍ଗଲ ପଏଂଟ ସୋର୍ସ ବା  ଏକସ୍ଥାନୀକ ଉତ୍ସ ଭାବରେ କାମ କରିପାରିବ । ଭାରତରେ ଘଟୁଥିବା ବନାଗ୍ନି ସମ୍ପର୍କରେ ଏଥିରୁ ତଥ୍ୟ ମିଳିପାରିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ଅଧୀନରେ ଭାରତ ଖୁବ ଶୀଘ୍ର ବନାଗ୍ନି ମୁକାବିଲା ବ୍ୟବସ୍ଥା ରଖିବାକୁ ଯାଉଛି । ଏହା ଫଳରେ ବନାଗ୍ନିର ତୁରନ୍ତ ମୁକାବିଲା କାମ ସୁନିଶ୍ଚିତ ହୋଇପାରିବ ।

ଟେକ୍ନାଲୋଜି ଓ ନିୟାମକ ବ୍ୟବସ୍ଥାରେ ଉନ୍ନତି ସହିତ କର୍ତ୍ତୃପକ୍ଷ  ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛନ୍ତି । ଫଳରେ ବନାଗ୍ନି ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆସିଛି । ଯୁଗ୍ମ ବନାଗ୍ନି ପରିଚାଳନା (ଜେଏଫ୍‌ଏମ୍‌)ରେ ଜଙ୍ଗଲ ନିଆଁକୁ ଲିଭାଇବା ସ୍ଥାନୀୟ ଲୋକଙ୍କ ସହାୟତା ନିଆଯାଇଛି । ଏଥି ପାଇଁ ଦେଶସାରା ଗ୍ରାମ ସ୍ତରରେ ଜେଏଫ୍‌ଏମ୍ କମିଟିମାନ ଗଠନ କରାଯାଇଛି । ଏହି କମିଟି ମାନ ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ପରିଚାଳନା କାମ ସ୍ଥାନୀୟ ଭାବେ ଦେଖୁଛନ୍ତି । ଏବେ ଭାରତରେ ୩୬, ୧୬୫ ଜେଏଫଏମ୍ କମିଟି ଅଛି । ଏହି କମିଟି ଉପରେ ୧୦.୨୪ ନିୟୁ୍‌ତ ହେକ୍ଟରରୁ ଅଧିକ ଜଙ୍ଗଲାଞ୍ଚଳର  ସୁରକ୍ଷା ନ୍ୟସ୍ତ କରାଯାଇଛି ।

ଗୋଷ୍ଠୀଭିତ୍ତିକ ବନାଗ୍ନି ପରିଚାଳନା ନୀତି କ୍ରମଶଃ ଲୋକପ୍ରିୟ ହେଉଛି । କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ  ଏହି କମିଟି ସକ୍ରିୟ  । କମିଟି ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି କରି ବନାଗ୍ନିର ମୁକାବିଲା ଓ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କୁ ସାମିଲ କରୁଛି । ଜନଚେତନା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକ, ଘରକୁ ଘର ଅଭିଯାନ, ଅଗ୍ନି ନିୟନ୍ତ୍ରଣ କକ୍ଷ ଗଠନ ଓ ୱାଚ ଟାୱାରମାନ ନିର୍ମାଣ କରାଯାଇଛି । ଏ କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ କାମ ହେଉଛି । ଏହାର ଲାଭ ମିଳୁଛି । ଜଙ୍ଗଲ ବିଭାଗର ତଥ୍ୟ ଅନୁସାରେ ବର୍ଷକ ଭିତରେ ବନାଗ୍ନି ଘେନି ଲୋକଙ୍କ ସତର୍କତା ୫ଶତାଂଶ ବଢିଛି ଏବଂ ପୋଡି ଯାଇଥିବା ଜଙ୍ଗଲାଞ୍ଚଳର ପରିମାଣ ୫୮ଶତାଂଶ ହ୍ରାସ ପାଇଛି । ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବନାଗ୍ନି ମୁକାବିଲା ପଦକ୍ଷେପ ଯୋଗୁଁ ନିଆଁ ଲାଗିବା ଘଟଣା କମିଛି ଏବଂ ଜଙ୍ଗଲର ଆୟତନ ଓ ଘନତ୍ୱ ବୃଦ୍ଧି ପାଇଛି । ଏହା ଦ୍ୱାରା ମଧ୍ୟ ମୃତ୍ତିକା କ୍ଷୟକୁ ରୋକାଯାଇ ପାରୁଛି । ସେଠାରେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇ ୧୨ରୁ ୧୮ମାସ ମଧ୍ୟରେ ଜୈବ ବିବିଧତାର ଘନତ୍ୱ ଉଲ୍ଲେଖନୀୟ ଭାବେ ବଢାଇବାରେ କର୍ତ୍ତୃପକ୍ଷ ସଫଳ ହୋଇଛନ୍ତି ।

ଅତି ଦାରୁଣ ପାଣିପାଗ ଓ ତତ୍‌ଜନିତ ଘଟଣା ପରିପ୍ରେକ୍ଷୀରେ  ଭାରତ ବନାଗ୍ନି ପରିଚାଳନା ପାଇଁ ନିଜର ପ୍ରସ୍ତୁତିକୁ ଆହୁରି ବ୍ୟାପକ କରୁଛି । ଭାରତର ପାରମ୍ପରିକ ବନାଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ସମ୍ମାନ ଦେଇ କର୍ତ୍ତୃପକ୍ଷ ଉନ୍ନତି ଆଣି ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହା ଫଳରେ ନିଆଁ ଲାଗିବା ମାତ୍ରେ ତତ୍‌କାଳ ପ୍ରତିକାର ବ୍ୟବସ୍ଥା ଆରମ୍ଭ କରାଯାଉଛି । ଏହା ଫଳରେ ବନାଗ୍ନି ସଂଖ୍ୟା କମୁଛି ଓ ଜଙ୍ଗଲ ନଷ୍ଟ ପରିମାଣ ଯଥେଷ୍ଟ ହ୍ରାସ ପାଉଛି ।  ଭାରତ ଗୋଷ୍ଠୀ ଭିତ୍ତିକ ବନାଗ୍ନି ପରିଚାଳନାକୁ ଉତ୍ସାହିତ କରୁଛି। ଏଥିରେ ସ୍ଥାନୀୟ ଲୋକ ଓ ଗୋଷ୍ଠୀଙ୍କ ସାମର୍ଥ୍ୟ ଏବଂ ଶକ୍ତିକୁ ବ୍ୟବହାର କରାଯାଉଛି । ଆଧୁନିକ ପ୍ରଯୁକ୍ତି ଯଥା ଆଲର୍ଟ ସିଷ୍ଟମ, ଜିପିଏସ୍ ଟ୍ରାକର ବ୍ୟବହାର କରାଯାଇ ନିଆଁ ଲାଗିବା କ୍ଷଣି ସେ ସ୍ଥାନକୁ ଚିହ୍ନଟ କରାଯାଇ ଅଗ୍ନି ନିର୍ବାପନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହା ଫଳରେ ଜଙ୍ଗଲର କ୍ଷେତ୍ରସ୍ତରୀୟ ପରିଚାଳକ ସାମିଲ ହେଉଛନ୍ତି ଏବଂ ନିଆଁ ଲାଗିବା ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସଫଳତାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପ୍ରୟାସ ଫଳରେ ଭାରତର ବନାଗ୍ନି ଓ ତତ୍‌ଜନିତ କ୍ଷୟକ୍ଷତି ସଂଖ୍ୟା ହ୍ରାସ ପାଉଛି ।

ଜି-୨୦ର ଗୁରୁତ୍ୱ

ଜଳବାୟୁ ପରିବର୍ତ୍ତନ ପଛରେ ରହୁଥିବା ବନାଗ୍ନିଜନିତ ପ୍ରଭାବକୁ ମନରେ ରଖି ଭାରତର ଅଧ୍ୟକ୍ଷତାରେ ପରିଚାଳିତ ଜି-୨୦ର ଚଳିତ ବର୍ଷର ପ୍ରାରମ୍ଭିକ ଗାନ୍ଧିନଗର ଶିଖର ସମ୍ମିଳନୀରେ ଏକ କାର୍ଯ୍ୟପନ୍ଥା ବା ରୋଡ ମ୍ୟାପ ଉପସ୍ଥାପିତ ହୋଇଥିଲା । ଏହାର ନାମ ଥିଲା ଗାନ୍ଧିନଗର ଇମ୍ଲିମେଣ୍ଟେସନ ରୋଡ ମ୍ୟାପ ବା ଜିଆଇଆର । ଏହା ଛଡା ସେହି ସମ୍ମିଳନୀରେ ଗାନ୍ଧିନଗର ଇନ୍‌ଫରେମେସନ ପ୍ଲାଟଫର୍ମ ବା ଜିଆଇପି  ନାମରେ ଆଉ ଏକ ପ୍ରୟାସ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟପନ୍ଥା (ରୋଡ ମ୍ୟାପ) ଜି-୨୦ ଓ ସହଯୋଗୀ ରାଷ୍ଟ୍ରମାନଙ୍କ ମଧ୍ୟରେ ବନାଗ୍ନି ରୋକିବାରେ ସହଯୋଗ ବୃଦ୍ଧି, ପରିବେଶ ସୁରକ୍ଷା, ଜୀବମଣ୍ଡଳର ପୁରରୁଦ୍ଧାର ଓ ବାନଗ୍ନି  ଖଣି ଖନନ ଦ୍ୱାରା ନଷ୍ଟ ହେଉଥିବା ଜଙ୍ଗଲାଞ୍ଚଳର ପୁନରୁଦ୍ଧାରକୁ ଅଗ୍ରାଧିକାର ଦେଉଛି । ଏହାକୁ ବିଶ୍ୱସ୍ତରରେ ଏକ ବନାଗ୍ନି ମୁକାବିଲାର ଉପାୟଭାବେ ବ୍ୟବହାର କରିବାକୁ ଭାରତ ପ୍ରସ୍ତାବ ରଖିଛି ।

ଭାରତର ଏହା ଏକ ଚମତ୍କାର ଉଦ୍ୟମ । ଜି-୨୦ର ସଦସ୍ୟମାନେ ଜଳବାୟୁ ପରିବର୍ତ୍ତନର ସଫଳ ମୁକାବିଲାକୁ  ଅଗ୍ରାଧିକାର ଦେଉଛନ୍ତି ଏବଂ ଭାରତ ଏ କ୍ଷେତ୍ରରେ ଆଗରେ ରହିଛି । ଏହି ପରିପ୍ରେକ୍ଷୀରେ ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଛି ସେଥିପ୍ରତି ଏହାର ସଦସ୍ୟ ରାଷ୍ଟ୍ରଙ୍କ ଆଗ୍ରହ  ନିଶ୍ଚୟ ପ୍ରଣିଧାନ ଯୋଗ୍ୟ । ଅତଏବ ଏହା ବିଶ୍ୱସ୍ତରରେ କେମିତି କାର୍ଯ୍ୟକାରୀ ହେବ ସେ ଦାୟିତ୍ୱ ଜି-୨୦ର ସବୁ ସଦସ୍ୟ ଓ ସହଯୋଗୀ ରାଷ୍ଟ୍ରଙ୍କର । ଏଥିରେ ସମସ୍ତଙ୍କର ସହଯୋଗ ଲୋଡା । ‘ଜିଆଇପି-ଜିଆଇଆର’ ପ୍ରୟାସ ଦ୍ୱାରା ବନାଗ୍ନିର ସଫଳ ମୁକାବିଲା ସହିତ ପରିବେଶ ସୁରକ୍ଷା ହୋଇପାରିବ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ ସହଜ ହେବ । ଏ କ୍ଷେତ୍ରରେ ଦେଶୀ ଜ୍ଞାନକୌଶଳ ଓ ଟେକ୍‌ନୋଲୋଜି ମଧ୍ୟ ରାଷ୍ଟ୍ରସମୂହ ନିଜ ନିଜ ମଧ୍ୟରେ ଆଦାନପ୍ରଦାନ କରିବା ଆବଶ୍ୟକ । ଏହି ଉଦ୍ୟମ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଉନ୍ନତ ତଥା ନିବିଡ କରିବା ସହିତ ବନାଗ୍ନି ଓ ପରିବେଶଗତ ସମସ୍ୟାର ସମାଧାନ କ୍ଷେତ୍ରରେ ବିଶେଷ ସହାୟକ ହେବ ।

Categories
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀର ଭାରତର ଐତିହାସିକ ଆୟୋଜନ

ନୂଆଦିଲ୍ଲୀ: ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଥିବାବେଳେ ଦେଶ କୂଟନୀତି, ଅର୍ଥନୈତିକ ନୀତି ଏବଂ ବିଶ୍ୱ ନେତୃତ୍ୱର ମିଳିତ ସହଯୋଗରେ ଛିଡ଼ା ହୋଇଛି। ବିଶ୍ୱର ୨୦ଟି ବୃହତ୍ତମ ଅର୍ଥନୀତିକୁ ନେଇ ଗଠିତ ଜି-୨୦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି, ଯେଉଁଠାରେ ନେତାମାନେ ଅର୍ଥନୈତିକ ଅସମାନତାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିପାରିବେ।

‘ଗୋଟିଏ ପୃଥିବୀ’, ‘ଗୋଟିଏ ପରିବାର’ ଏବଂ ‘ଏକ ଭବିଷ୍ୟତ’ର ଧାରଣାକୁ ନେଇ ଗଠିତ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ଏକତା ଏବଂ ସାମୂହିକ କାର୍ଯ୍ୟର ସାରକୁ ସୂଚାଇଥାଏ।
ଏହା କେବଳ ନିଜର ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ନୁହେଁ ବରଂ ଅନ୍ତର୍ଭୁକ୍ତ, ଅଭିବୃଦ୍ଧି ଏବଂ ନିରନ୍ତର ବିକାଶ ପାଇଁ ଏଜେଣ୍ଡା ସ୍ଥିର କରିବାପାଇଁ ମଧ୍ୟ ଭାରତକୁ ଏକ ସୁଯୋଗ ପ୍ରଦାନ କରୁଛି।

ନୂଆଦିଲ୍ଲୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସ୍ଥଳର ନାମ ପ୍ରଗତି ମଇଦାନରେ ‘ଭାରତ ମଣ୍ଡପମ୍’ ରଖାଯାଇଛି।

ସେପ୍ଟେମ୍ବର ୭ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ୍ ସେଠାରେ ପହଞ୍ଚି ଶିଖର ସମ୍ମିଳନୀର ଶୁଭାରମ୍ଭ କରିବେ । ପରଦିନ ସମସ୍ତ ଅଂଶଗ୍ରହଣକାରୀ ନେତା ପହଞ୍ଚିବେ। ସେପ୍ଟେମ୍ବର ୮ରେ ରାଷ୍ଟ୍ରପତି ଜୋ. ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି, ଯଦିଓ ଏହି ବୈଠକର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏଭଳି ପ୍ରାରମ୍ଭିକ ଆଗମନ ଆୟୋଜକ ରାଷ୍ଟ୍ରମାନଙ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପୂର୍ବରୁ ଅଧିକ ବ୍ୟକ୍ତିଗତ, ସୂକ୍ଷ୍ମ ବାର୍ତ୍ତାଳାପ କରିବାପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଛି।

ଅବଶିଷ୍ଟ ନେତାମାନେ ସେପ୍ଟେମ୍ବର ୮ ତାରିଖରେ ପହଞ୍ଚିବେ ଏବଂ ଆଗକୁ ହେବାକୁ ଥିବା ଗଭୀର ଆଲୋଚନା ପାଇଁ ମଞ୍ଚ ପ୍ରସ୍ତୁତ କରିବେ।

ମୁଖ୍ୟ କାର୍ଯ୍ୟକ୍ରମ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହୋଇ ଭାରତ ମଣ୍ଡପରେ ସମସ୍ତ ନେତାଙ୍କୁ ବ୍ୟକ୍ତିଗତଭାବେ ସ୍ୱାଗତ କରାଯିବ। ଭାରତର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍’କୁ ନେଇ ତିନୋଟି ଅଧିବେଶନ ରହିଛି, ଯାହାର ଅନୁବାଦ ହେଉଛି ‘‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ।’’

‘ଓ୍ଵାନ୍ ଆର୍ଥ’ ନାମକ ପ୍ରଥମ ଅଧିବେଶନ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଚାଲିବ। ପରବର୍ତ୍ତୀ ସମୟରେ ନେତାମାନଙ୍କ ମଧ୍ୟରେ ଆନୁଷ୍ଠାନିକ ତଥା ଅନୌପଚାରିକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଦିନର କାର୍ଯ୍ୟଧାରା ଦ୍ୱିତୀୟ ଅଧିବେଶନ -’ୱାନ୍ ଫ୍ୟାମିଲି’ରେ ଚାଲିବ।

ଭାରତ ମଣ୍ଡପମର ବହୁମୁଖୀ ହଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଦ୍ୱାରା ଆୟୋଜିତ ଭବ୍ୟ ରାତ୍ରୀ ଭୋଜନରେ ଦିନ ଶେଷ ହେବ। ମିଳିଥିବା ସୂଚନା ଅନୁଯାୟୀ, ଏହି ସମାବେଶରେ ୩୫୦ରୁ ୪୦୦ ସମ୍ମାନିତ ଅତିଥି ଯୋଗ ଦେବେ। ଏହା କେବଳ ଏକ ସାମାଜିକ ସମାବେଶ ହେବ ନାହିଁ; ଏହା ଅନୌପଚାରିକ କୂଟନୀତି ପାଇଁ ଏକ ସ୍ଥାନ ହେବ, ଯେଉଁଠାରେ ନେତାମାନେ ସମ୍ମିଳନୀ କକ୍ଷର କଠୋରତା ବାହାରେ ନିୟୋଜିତ ହୋଇପାରିବେ।

ଶିଖର ସମ୍ମିଳନୀର ପରଦିନ ରାଜଘାଟ ପରିଦର୍ଶନ ପରେ ଭାରତ ମଣ୍ଡପମର ସମ୍ମିଳନୀ ସ୍ଥଳରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହେବ। ମହାତ୍ମା ଗାନ୍ଧୀଙ୍କୁ ସମର୍ପିତ ସ୍ମାରକୀ ରାଜଘାଟ ଗସ୍ତ ଶିଖର ସମ୍ମିଳନୀର ବ୍ୟାପକ ମାନବିକତାକୁ ପ୍ରତିଫଳିତ କରୁଛି। ଭାରତ ମଣ୍ଡପମରେ ବୃକ୍ଷରୋପଣ କାର୍ଯ୍ୟକଳାପ ନିରନ୍ତରତା ଉପରେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସହିତ ପ୍ରତିଫଳିତ ହେବ।

ବ୍ରାଜିଲକୁ ଜି-୨୦ ଅଧ୍ୟକ୍ଷ ପଦ ହସ୍ତାନ୍ତର କରାଯିବା ପରେ ‘ଏକ ଭବିଷ୍ୟତ’ ଶୀର୍ଷକ ଅଧିବେଶନ ଶେଷ ହେବ। ଡିସେମ୍ବର ପହିଲାରୁ ବ୍ରାଜିଲ ଜି-୨୦ର କାମ ଆରମ୍ଭ କରିବ।
ଅଂଶଗ୍ରହଣକାରୀ ନେତାଙ୍କ ଜୀବନସାଥୀଙ୍କ ପାଇଁ ଏକ ଭିନ୍ନ କାର୍ଯ୍ୟସୂଚୀ ରହିଛି। ପ୍ରଥମ ଦିନ (ସେପ୍ଟେମ୍ବର ୯) ସେମାନେ ପୁସାସ୍ଥିତ କୃଷି ଗବେଷଣା ପ୍ରତିଷ୍ଠାନ ଏବଂ ନ୍ୟାସନାଲ ଗ୍ୟାଲେରି ଅଫ୍ ମଡ଼ର୍ଣ୍ଣ ଆର୍ଟ ପରିଦର୍ଶନ କରିବେ। ସେମାନେ ଗ୍ୟାଲେରୀର ଏକ ଗାଇଡେଡ୍ ଭ୍ରମଣ ପାଇବେ ଏବଂ ସେଠାରେ ସପିଂ ଅନୁଭୂତି ମଧ୍ୟ ପାଇବେ।

ସ୍ୱାମୀ-ସ୍ତ୍ରୀ ପୁସାସ୍ଥିତ କୃଷି ଗବେଷଣା ପ୍ରତିଷ୍ଠାନକୁ ଯାଇ ବାଜରା କ୍ଷେତ୍ରରେ ଭାରତ କରିଥିବା ନିଆରା କାର୍ଯ୍ୟ ଦେଖିବାକୁ ଯିବେ। ସେମାନେ ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟକୁ ଯାଇ ସେଠାରେ ଭାରତର କଳା ଶୈଳୀ ଏବଂ ଭାରତର ହସ୍ତତନ୍ତ, ବୟନଶିଳ୍ପ, ଅନ୍ୟାନ୍ୟ ଅନେକ ଜିନିଷ ଉପରେ ଅନେକ ପ୍ରଦର୍ଶନ ଦେଖିବେ, କିନ୍ତୁ ନେତାମାନେ ମୁଖ୍ୟତଃ ବ୍ୟବସାୟ ଏବଂ ବିକାଶର ପ୍ରସଙ୍ଗ ଉପରେ ଧ୍ୟାନ ଦେବେ।

ପରଦିନ (ସେପ୍ଟେମ୍ବର ୧୦) ନେତାମାନେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପତି/ପତ୍ନୀ ରାଜଘାଟ ପରିଦର୍ଶନ କରିବେ।

ପ୍ରତିନିଧିମାନଙ୍କୁ କିଣାକିଣିରେ ସାହାଯ୍ୟ କରିବା ପାଇଁ ‘କ୍ରାଫ୍ଟ ବଜାର’ ନାମରେ ପରିଚିତ ଜି-୨୦ ଚାକିରି ମେଳା ଆୟୋଜନ କରାଯିବ। ହଲ୍ ୧୪ରେ ‘ଭାରତ- ମଦର ଅଫ୍ ଡେମୋକ୍ରାସି’ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆନ୍ତର୍ଜାତିକ ନେତା ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ମୁଖ୍ୟତଃ ଲିଡର୍ସ ଜୋନ୍, ଜି-୨୦ ସମ୍ମିଳନୀ ହଲ୍ ଏବଂ ଲିଡର୍ସ ଲାଉଞ୍ଜରେ ଲାଗିଥିବା ଇଣ୍ଟରନ୍ୟାସନାଲ କନଭେନ୍ସନ୍ ସେଣ୍ଟରରୁ କାର୍ଯ୍ୟ କରିବେ।

ଏହି ଆଗାମୀ ଜି-୨୦ ଶିଖର ସମ୍ମିଳନୀ ବିଶ୍ୱ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ବୈଶ୍ୱିକ ପ୍ରସଙ୍ଗକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ସାମୂହିକ ନିଷ୍ପତ୍ତି ଆଣିବ ବୋଲି ଆଶା କରାଯାଉଛି। ଏହି ଶିଖର ସମ୍ମିଳନୀ ଭାରତର ପ୍ରଗତିଶୀଳ ବୈଶ୍ୱିକ ସହଯୋଗ ଏବଂ ଗଣତାନ୍ତ୍ରିକ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବ।

Categories
ବିଶେଷ ଖବର

ଜି – ୨୦ ପ୍ରସ୍ତୁତି ସମନ୍ୱୟ କମିଟିର ନବମ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୁୟାଦିଲ୍ଲୀ: ୨୦୨୩ ଅଗଷ୍ଟ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡଃ ପି. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଜି – ୨୦ ସମନ୍ୱୟ କମିଟିର ନବମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀରେ ଜି – ୨୦ ର ମୁଖ୍ୟ ସମ୍ମିଳନୀ ପାଇଁ ଲଜିଷ୍ଟିକ୍‌, ପ୍ରୋଟୋକଲ୍‌, ସୁରକ୍ଷା ଓ ଗଣମାଧ୍ୟମ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜି -୨୦ ସଚିବାଳୟ ଏବଂ ବୈଦେଶିକ ବ୍ୟାପାର, ଗୃହ, ସଂସ୍କୃତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଟେଲିକମ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭାରତ ମଣ୍ଡପମ୍‌ର କ୍ଷେତ୍ର ଓ କାର୍ଯ୍ୟସ୍ଥଳୀରେ କାମ ସନ୍ତୋଷଜନକ ଭାବେ ଚାଲିଛି। ଏକ ଅନନ୍ୟ ଭାରତୀୟ ଅନୁଭୂତି ପାଇଁ ଭାରତ ମଣ୍ଡପମ୍‌ରେ ସଂସ୍କୃତି ଏବଂ ‘ଗଣତନ୍ତ୍ରର ମାତା’ ଭାରତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମ ସ୍ଥଳରେ ନଟରାଜ ପ୍ରତିମୂର୍ତ୍ତି ସ୍ଥାପନର ଅଗ୍ରଗତି ଏବଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେତା ମାନଙ୍କର ପତ୍ନୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ପ୍ରଥମ ଥର ପାଇଁ ଜି- ୨୦ ପାଇଁ ‘ଜି- ୨୦ ଇଣ୍ଡିଆ’ ନାମକ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି, ଯାହା ଏବେ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ଡାଉନ୍‌ଲୋଡ୍ ପାଇଁ ଉପଲବ୍ଧ। ଭାରତ ମଣ୍ଡପମ୍‌ରେ ପ୍ରତିଷ୍ଠା ହେବାକୁ ଥିବା ‘ଇନୋଭେସନ୍ ହବ୍‌’ (ନବସୃଜନ କେନ୍ଦ୍ର) ଏବଂ ‘ଡିଜିଟାଲ୍ ଇଣ୍ଡିଆ ଏକ୍ସପେରିମେଣ୍ଟାଲ ହବ୍‌’ (ଡିଜିଟାଲ୍ ଇଣ୍ଡିଆ ପରୀକ୍ଷଣ କେନ୍ଦ୍ର) ଜରିଆରେ ଜି- ୨୦ ପ୍ରତିନିଧି ଓ ଗଣମାଧ୍ୟମର ସଦସ୍ୟମାନେ ଡିଜିଟାଲ୍ ଇଣ୍ଡିଆକୁ ପ୍ରତ୍ୟକ୍ଷ ଭାବେ ଦେଖିବେ।

ଲଜିଷ୍ଟିକ ଦୃଷ୍ଟିକୋଣରୁ ଡ୍ରିଲ୍ ଆୟୋଜନ କରାଯିବା ସହ ଆଗାମୀ ଦିନରେ ଡ୍ରେସ୍ ରିହର୍ସାଲ୍ କରିବାକୁ ଯୋଜନା କରାଯାଇଛି। ସମ୍ପୃକ୍ତ ଅଧିକାରୀମାନେ ସୁରକ୍ଷା ଦିଗ ସମ୍ପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଜନସାଧାରଣଙ୍କ ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୁରକ୍ଷା ଓ ପ୍ରୋଟୋକଲ କାରଣରୁ କଟକଣା ଜାରି କରା ଯାଉଥିଲେ ମଧ୍ୟ ଜନସାଧାରଣ ଯେପରି ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ପ୍ରୟାସ କରାଯିବା ଉଚିତ୍ ବୋଲି ପ୍ରମୁଖ ସଚିବ ଗୁରୁତ୍ୱାରୋପ କରିଥିଲେ। ସହରରେ ଅତ୍ୟାବଶ୍ୟକ ସେବା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଟ୍ରାଫିକ୍ କଟକଣା ସମ୍ପର୍କିତ ଯୋଗାଯୋଗକୁ ଅଧିକ ଉପଭୋକ୍ତା ଅନୁକୂଳ କରାଯିବ।

ଶିଖର ସମ୍ମିଳନୀ ପାଇଁ ଗଣମାଧ୍ୟମ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ବିଦେଶୀ ଗଣମାଧ୍ୟମକୁ ମିଶାଇ ୩୬୦୦ରୁ ଅଧିକ ଅନୁରୋଧ ଗ୍ରହଣ କରାଯାଇଛି ଏବଂ ମାନ୍ୟତା ପତ୍ର ଜାରି କରାଯାଉଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତ ମଣ୍ଡପମ୍‌ରେ ଥିବା ମିଡିଆ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ।

ଏକ ନିରପେକ୍ଷ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରମୁଖ ଶାସନ ସଚିବ ସମସ୍ତ ସଂପୃକ୍ତ ଅଧିକାରୀ ଓ ସଂଗଠନ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଏଜେନ୍ସି ମଧ୍ୟରେ ସୁରୁଖୁରୁରେ ସମନ୍ୱୟ ରକ୍ଷା ପାଇଁ ଭାରତ ମଣ୍ଡପରେ ଏକ ମଲ୍ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିଲା। ଆସନ୍ତା କିଛି ଦିନ ଧରି ପ୍ରମୁଖ ଶାସନ ସଚିବ କ୍ଷେତ୍ର ଓ ସ୍ଥଳ ପରିଦର୍ଶନ କରି କାର୍ଯ୍ୟସ୍ଥଳୀରେ ପ୍ରସ୍ତୁତି ସ୍ଥିତି ଯାଞ୍ଚ କରିବେ।

Categories
ବିଶେଷ ଖବର

ଜି – ୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି – ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ସହର ତାଙ୍କ ସଂସଦୀୟ କ୍ଷେତ୍ର ହୋଇ ଥିବାରୁ ଏଠାରେ ଜି- ୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉ ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । କାଶୀକୁ ଅନ୍ୟତମ ପୁରାତନ ଜୀବନ୍ତ ସହର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିକଟସ୍ଥ ସାରନାଥ ସହର ବିଷୟରେ କହିଥିଲେ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଧର୍ମୋପଦେଶ ଦେଇଥିଲେ। “କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଅତିଥି ମାନଙ୍କୁ ଗଙ୍ଗା ଆରତୀ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ, ସାରନାଥ ପରିଦର୍ଶନ କରିବା ପାଇଁ ଏବଂ କାଶୀର ବ୍ୟଞ୍ଜନର ସ୍ୱାଦ ଚାଖିବା ପାଇଁ ପରାମର୍ଶ ଦେଇଥିଲେ।

ସଂସ୍କୃତିର ଅନ୍ତର୍ନିହିତ ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀ ଗୋଷ୍ଠୀର କାର୍ଯ୍ୟ ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତରେ ଆମେ ଆମର ଚିରସ୍ଥାୟୀ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ। ଆମେ ଆମର ଦୃଶ୍ୟମାନ / ସ୍ଥାୟୀ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ଦେଉଛୁ” ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ଭାରତ ଏହାର ଐତିହ୍ୟସ୍ଥଳୀ ଗୁଡ଼ିକର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ କଠିନ ପରିଶ୍ରମ କରୁଛି। ଦେଶର ସାଂସ୍କୃତିକ ସମ୍ପତ୍ତି ଓ କଳାକାର ମାନଙ୍କୁ ଜାତୀୟ ସ୍ତରରେ ତଥା ଗ୍ରାମ ସ୍ତରରେ ମାନଚିତ୍ରଣ କରିବା ପାଇଁ ସେ ଉଲ୍ଲେଖ କରିଥିଲେ।

ସେ ଭାରତର ସଂସ୍କୃତିକୁ ପାଳନ କରିବା ପାଇଁ ଅନେକ କେନ୍ଦ୍ର ନିର୍ମାଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ଆଦିବାସୀ ସଂଗ୍ରହାଳୟ, ଯାହା ଭାରତର ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ସଂସ୍କୃତିକୁ ପ୍ରଦର୍ଶିତ କରେ ତାହାର ଉଦାହରଣ ଦେଇଥିଲେ। ନୂଆଦିଲ୍ଲୀ ଠାରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ଏହା ଏକ ପ୍ରକାରର ପ୍ରୟାସ। ସେ “ୟୁଗେ ଯୁଗେ ଭାରତ’ ଜାତୀୟ ସଂଗ୍ରହାଳୟର ବିକାଶ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ସମ୍ପୂର୍ଣ୍ଣ ହେବା ପରେ ଭାରତର ୫,୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ବିଶ୍ୱର ସର୍ବବୃହତ ସଂଗ୍ରହାଳୟ ଭାବରେ ଠିଆ ହେବ। ୨୦୧୪ ମସିହାରୁ ଭାରତ ଏଭଳି ଶତାଧିକ କଳାକୃତିକୁ ଫେରାଇ ଆଣିଛି ଯାହା ଏହାର ପ୍ରାଚୀନ ସଭ୍ୟତାର ଗୌରବକୁ ପ୍ରଦର୍ଶିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଜୀବନ୍ତ ଐତିହ୍ୟ ତଥା ‘କଲଚର୍ ଫର ଲାଇଫ୍’ ପ୍ରତି ଅବଦାନକୁ ସେ ପ୍ରଶଂସା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଂସ୍କୃତିକ ଐତିହ୍ୟ କେବଳ ପଥରରେ ଖୋଦେଇ କରାଯାଏ ନାହିଁ, ବରଂ ପରମ୍ପରା, ରୀତିନୀତି ଏବଂ ପର୍ବପର୍ବାଣୀ ଗୁଡିକୁ ମଧ୍ୟ ପର ପିଢ଼ିକୁ ପ୍ରଦାନ କରାଯାଏ। କାର୍ଯ୍ୟକାରୀ ଗୋଷ୍ଠୀର ପ୍ରୟାସ ନିରନ୍ତର ଅଭ୍ୟାସ ଏବଂ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିବିଧତା ପାଇଁ ଐତିହ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଏବଂ ଏହା ଭାରତର ‘ବିକାଶ ଭି , ବିରାସତ ଭି’ (ବିକାଶ ସହିତ ଐତିହ୍ୟ ମଧ୍ୟ) ମନ୍ତ୍ରରେ ପ୍ରତିଫଳିତ ହୋଇଛି , ଯାହାର ଅର୍ଥ ହେଉଛି ବିକାଶ ସହିତ ଐତିହ୍ୟର ସଂରକ୍ଷଣ। ପ୍ରାୟ ୩,୦୦୦ ଅନନ୍ୟ କଳାକୃତି ଏବଂ ହସ୍ତଶିଳ୍ପ ସହିତ ୨,୦୦୦ ବର୍ଷର ପରୁଣା ଶିଳ୍ପକାରିଗରୀ ଐତିହ୍ୟ ପାଇଁ ଭାରତ ଗର୍ବିତ” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯାହା ଏକା ସାଙ୍ଗରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଭାରତୀୟ ଶିଳ୍ପକାରିଗରୀର ସ୍ୱତନ୍ତ୍ରତାକୁ ପ୍ରଦର୍ଶିତ କରେ।

ସାଂସ୍କୃତିକ ଏବଂ ସୃଜନଶୀଳ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଜି- ୨୦ ରାଷ୍ଟ୍ର ଗୁଡ଼ିକର ପ୍ରୟାସ ଗଭୀର ଗୁରୁତ୍ୱ ବହନ କରୁଛି କାରଣ ଏହା ସାମଗ୍ରିକ ଅର୍ଥନୈତିକ ବିକାଶରେ ସହାୟକ ହେବ ଏବଂ ସୃଜନଶୀଳତା ଏବଂ ନବସୃଜନକୁ ସମର୍ଥନ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଆସନ୍ତା ମାସରେ ଭାରତ ୧.୮ ବିଲିୟନ ଡଲାରର ପ୍ରାରମ୍ଭିକ ବ୍ୟୟରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହା ପାରମ୍ପରିକ କାରିଗର ମାନଙ୍କ ପାଇଁ ସମର୍ଥନର ଏକ ପରିବେଶ ସୃଷ୍ଟି କରିବ ଏବଂ ସେମାନଙ୍କୁ ସେମାନଙ୍କ ଶିଳ୍ପକଳାରେ ଉନ୍ନତି ଆଣିବାରେ ସକ୍ଷମ କରିବ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣରେ ଯୋଗଦାନ କରିବ ବୋଲି ସେ କହିଥିଲେ।

ସଂସ୍କୃତିକୁ ପାଳନ କରିବାରେ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଜାତୀୟ ଡିଜିଟାଲ ଜିଲ୍ଲା ଭଣ୍ଡାର ବିଷୟରେ ଉଲ୍ଲେଖ କରିଥିଲେ, ଯାହା ସ୍ୱାଧୀନତା ସଂଗ୍ରାମର କାହାଣୀକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରୁଛି। ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ଅଧିକ ପର୍ଯ୍ୟଟନ ଅନୁକୂଳ କରିବା ସହିତ ଏହାର ସାଂସ୍କୃତିକ ଐତିହ୍ୟ ଗୁଡ଼ିକର ଉତ୍ତମ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଭାରତର ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀଙ୍କ କାର୍ଯ୍ୟକାରୀ ଗୋଷ୍ଠୀ ‘କଲଚର୍ ୟୁନାଇଟ୍ସ ଅଲ୍’ (ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରେ) ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ବସୁଧୈବ କୁଟୁମ୍ବକମ୍ – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ର ଭାବନାକୁ ଦର୍ଶାଯାଇଛି। ଜି – ୨୦ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସଂସ୍କୃତି, ସୃଜନଶୀଳତା, ବାଣିଜ୍ୟ ଏବଂ ସହଯୋଗ ଭଳି ଚାରୋଟି ସି (C ) ର ମହତ୍ତ୍ୱକୁ ଆପଣଙ୍କ କାର୍ଯ୍ୟ ପ୍ରତିଫଳିତ କରୁଛି। ଏହା ଆମକୁ ଏକ ଦୟାଶୀଳ, ସମାବେଶୀ ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ସଂସ୍କୃତିର ଶକ୍ତିକୁ ଉପଯୋଗ କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

Categories
ବିଶେଷ ଖବର

‘ଭାଷିନୀ’ ଅନୁବାଦ ଦୁନିଆରେ ଆଣିବ ବିପ୍ଳବ!

ବେଙ୍ଗାଲୁର: ବେଙ୍ଗାଲୁରୁରେ ଜି-୨୦ ଅର୍ଥନୀତି ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏଆଇ ଚାଳିତ ଭାଷା ଅନୁବାଦ ପ୍ଲାଟଫର୍ମ ‘ଭାଷିନୀ’ ସୃଷ୍ଟି କରୁଛି। ଡିଜିଟାଲ ଇଣ୍ଡିଆର ସମ୍ପ୍ରସାରଣର ଏକ ଅଂଶ ଭାବରେ ‘ଭାଷିନୀ’ ଏବେ ୧୦ ପରିବର୍ତ୍ତେ ୨୨ଟି ଭାଷା ଅନୁବାଦ କରିବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିବାର ତିନିଦିନ ପରେ ଏହି ଘୋଷଣା କରାଯାଇଛି। ମୋଦି ସରକାର ଏହାକୁ ଏକ ଉଚ୍ଚାକାଂକ୍ଷୀ ପ୍ରକଳ୍ପଭାବେ ବିଚାର କରୁଛନ୍ତି। ଏହା ପୂର୍ବରୁ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଗର୍ବିତ ଶବ୍ଦରେ ବିଶ୍ୱ ସାମ୍ନାରେ ‘ଭାଷିନୀ’ର ଉଲ୍ଲେଖ କରିଥିଲେ। ଏହା ସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଟେକ୍ନୋଲୋଜିକୁ ବିଶ୍ୱ ସହ ବାଣ୍ଟିଲେ ଭାରତ ଖୁସି ଅନୁଭବ କରିବ। ଆସନ୍ତୁ ଜାଣିବା କେମିତି କାମ କରେ ‘ଭଷିନୀ’।

ଗତବର୍ଷ ଡିସେମ୍ବରରେ ଚାଟ୍ ଜିପିଟି ବିଶ୍ୱକୁ ଦଖଲ କରିବାର କିଛି ମାସ ପୂର୍ବରୁ ଭାରତ ଏଆଇ କ୍ଷେତ୍ରରେ ସମାନ ପଦକ୍ଷେପ ନେଇଥିଲା। ଜୁଲାଇ ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦୀ ଭାଷିନୀର ଶୁଭାରମ୍ଭ କରିଥିଲେ। ଏହା ଏକ ଏଆଇ ଭିତ୍ତିକ ଭାଷା ଅନୁବାଦ ପ୍ଲାଟଫର୍ମ ଯାହା ମାଧ୍ୟମରେ ଭାରତୀୟ ଭାଷା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ କାର୍ଯ୍ୟ କରାଯାଉଛି। ଭାଷା ଡାଟାସେଟ୍ ଏବଂ ଏଆଇ ଟେକ୍ନୋଲୋଜି ଉପରେ ଆଧାରିତ ଏହି ଅନଲାଇନ୍ ପ୍ଲାଟଫର୍ମ ଭାରତୀୟ ଭାଷା ପାଇଁ ଏକ ଜାତୀୟ ଡିଜିଟାଲ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଏହାର ଉଦ୍ଦେଶ୍ୟ କ’ଣ?

ଜାତୀୟ ଭାଷା ପ୍ରଯୁକ୍ତି ମିଶନ ଅଧୀନରେ ଅଣାଯାଇଥିବା ଏହି ପ୍ରକଳ୍ପ ଏକାସାଙ୍ଗରେ ଅନେକ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରିବ। ଏହା ଜରିଆରେ ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି, ଯାହା ଅଧୀନରେ ସରକାରୀ ପୋର୍ଟାଲ, ଏମଏସଏମଇ ଏବଂ ଷ୍ଟାର୍ଟଅପମାନେ ଭାରତୀୟ ଭାଷାରେ ସେମାନଙ୍କର ଉତ୍ପାଦ ଏବଂ ସେବାକୁ ବିକଶିତ କରିପାରିବେ। ଏହି ଏଆଇ ପ୍ଲାଟଫର୍ମ କେବଳ ସରକାର, ଶିଳ୍ପ ଏବଂ ଗବେଷଣା ଗୋଷ୍ଠୀର ଲିଙ୍କକୁ ସଂଯୋଗ କରିବା ପାଇଁ କାମ କରିବ ନାହିଁ। ଏହା ଜରିଆରେ ଇଂରାଜୀ କହୁନଥିବା ଲୋକଙ୍କୁ ମଧ୍ୟ ନିଜ ଭାଷାରେ ଇଣ୍ଟରନେଟ୍ ବ୍ୟବହାର କରିବାକୁ ପ୍ରେରଣା ମିଳିବ। ଲୋକମାନେ ନିଜ ଭାଷାରେ ଇଣ୍ଟରନେଟରେ କଣ୍ଟେଣ୍ଟ ତିଆରି କରିପାରିବେ। ଆପଣ ନିଜ ଭାଷାରେ ଇଣ୍ଟରନେଟରେ ସୂଚନା ପାଇପାରିବେ ଏବଂ ନିଜ ଭାଷାରେ ଅନ୍ୟ ଭାରତୀୟ ଭାଷା କହୁଥିବା ଲୋକଙ୍କ ସହ କଥା ବାର୍ତ୍ତା କରିପାରିବେ।

ଭାଷା ଦାନ ମାଧ୍ୟମରେ ଅବଦାନ

ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଭାଷାଦାନ, ଯାହା ଲୋକଙ୍କୁ କ୍ରାଉଡସୋର୍ସିଂ ପଦକ୍ଷେପ ସହିତ ସଂଯୋଗ କରୁଛି। ଜଣେ ଚାରୋଟି ଉପାୟରେ ଯୋଗଦାନ କରିପାରିବ – ଶୁଣନ୍ତୁ ଭାରତ, ଲେଖ ଇଣ୍ଡିଆ, କୁହନ୍ତୁ ଇଣ୍ଡିଆ ଏବଂ ଦେଖନ୍ତୁ ଇଣ୍ଡିଆ। ଏଥିରେ ଉପଭୋକ୍ତାଙ୍କୁ ଅନ୍ୟମାନଙ୍କ ତରଫରୁ ଲେଖାଯାଇଥିବା ଲେଖାକୁ ଟାଇପ୍ କରିବାକୁ ପଡ଼ିବ କିମ୍ବା ବୈଧ କରିବାକୁ ପଡ଼ିବ। ଏହା ଏଆଇ ମଡେଲକୁ ଉତ୍ପାଦ ଏବଂ ସେବାଜ ବିକଶିତ କରିବାରେ ସାହାଯ୍ୟ କରେ।

ଭାଷିନୀ କାହିଁକି ଗୁରୁତ୍ୱପୂର୍ଣ୍ଣ?

ମୋଦି ସରକାର ଡିଜିଟାଲ ପରିବର୍ତ୍ତନକୁ ନିଜ ସରକାରର ଏକ ବଡ଼ ଉପଲବ୍ଧିଭାବେ ଉପସ୍ଥାପନ କରୁଛନ୍ତି। ଆତ୍ମନିର୍ଭର ଭାରତ ଶବ୍ଦକୁ ମଧ୍ୟ ବାରମ୍ବାର ବ୍ୟବହାର କରାଯାଇପାରିବ। ସେଥିପାଇଁ ଦେଶର ୨୨ଟି ସରକାରୀ ଭାଷା, ୧୨୨ଟି ପ୍ରମୁଖ ଭାଷା ଓ ୧୫୯୯ଟି ଅନ୍ୟାନ୍ୟ ଭାଷାକୁ ଡିଜିଟାଲ ଲିଙ୍କ୍ ସହ ଯୋଡ଼ିବାକୁ ସରକାର ଚାହୁଁଛନ୍ତି। ଭାଷିଣୀ ପ୍ରତି ସରକାରଙ୍କ ଉତ୍ସାହ ପଛରେ ଦୁଇଟି କାରଣ ରହିଛି। ବଜେଟ ୨୦୨୧-୨୨ରେ ଜାତୀୟ ଭାଷା ଅନୁବାଦ ମିଶନ ଘୋଷଣା ପୂର୍ବରୁ ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ୫୩ ପ୍ରତିଶତ ଭାରତୀୟ ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ କାରଣ ବିଷୟବସ୍ତୁ ସେମାନଙ୍କ ନିଜ ଭାଷାରେ ନାହିଁ। ନିଶ୍ଚିତଭାବେ ସରକାର ଏହି ପ୍ରତିବନ୍ଧକକୁ ଦୂର କରିବାକୁ ଚାହୁଁଥିଲେ। ବିଶ୍ୱବ୍ୟାପୀ ଏତେ ସଂଖ୍ୟକ ଭାରତୀୟଙ୍କ ପରେ ମଧ୍ୟ ଇଣ୍ଟରନେଟରେ ଭାରତୀୟ ଭାଷା ସମ୍ପୂର୍ଣ୍ଣ ଅନୁପସ୍ଥିତ ରହିଛି। ଏଭଳି ସ୍ଥିତିରେ ଏହି ପ୍ଲାଟଫର୍ମ ଖେଳ ପଡ଼ିଆକୁ ସମାନ କରିପାରିବ। ଏ ଦିଗରେ ଭାଷା ଗୁରୁତ୍ୱପୂର୍ଣ୍ଣ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକରେ ଉଦ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୮-୨୦୨୩) ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି।

ସମ୍ମିଳିତ ଅତିଥିମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଔଦ୍ୟୋଗିକତା ଉତ୍ସାହୀ ବେଙ୍ଗାଲୁରୁ ନଗରୀକୁ ସ୍ୱାଗତ ଜଣାଇବା ସହ ଡିଜିଟାଲ ଅର୍ଥ ନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ଠାରୁ ଆଉ ଉନ୍ନତ ନଗରୀ ନାହିଁ ବୋଲି କହିଥିଲେ।

ଗତ ନଅବର୍ଷ ମଧ୍ୟରେ ଦେଖିଲେ ଦେଶରେ ଡିଜିଟାଲ ଅବସ୍ଥାନ୍ତର ଶ୍ରେୟ ପ୍ରଧାନମନ୍ତ୍ରୀ ୨୦୧୫ରେ ଅନୁଷ୍ଠିତ ଡିଜିଯାଲ ଭାରତ ପଦକ୍ଷେପକୁ ଦେଇଥିଲେ। ସେ କହିଥିଲେ ଯେ ଭାରତର ଡିଜିଟାଲ ଅବସ୍ଥାନ୍ତର ଏହାର ନବନ୍ମୋଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତା ଓ ଅଙ୍ଗୀକାରବଦ୍ଧତା ଦ୍ୱାରା ଏପରି ପରିଚାଳିତ ହୋଇଛି ଯେଉଁଥିରେ କେହି ମଧ୍ୟ ପଛରେ ପଡିନାହାଁନ୍ତି।

ଅବସ୍ଥାନ୍ତରର ଗତି, ମାପକ୍ରମ ଓ ପରିସର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତର ୮୫୦ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ବିଶ୍ୱର ସବୁଠାରୁ ଶସ୍ତା ଦରରେ ଡାଟା ବ୍ୟବହାର କରୁଛନ୍ତି ବୋଲି କହିଥିଲେ। ଦେଶ ପ୍ରଯୁକ୍ତି ବିଦ୍ୟାରେର ଯଥା ସମ୍ଭବ ବ୍ୟବହାର କରି ପ୍ରଶାସନିକ ସ୍ତର ପରିବର୍ତ୍ତନ ଆଣିବା ସହ ଏହାକୁା ଅଧିକ ଦକ୍ଷ, ଦୃଢ , ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତୀକରଣ କରିଛି। ଏହି ପରିପ୍ରେକ୍ଷୀରେ ସେ ଭାରତର ଆଧାର ଉଦାହରଣ ଦେଇଥିଲେ। ଭାରତର ଅନନ୍ୟ ଡିଜିଟାଲ ପରିଚୟ ମଞ୍ଚ ୧.୩ ବିଲିୟନରୁ ଅଧିକ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରିଛି। ସେ ଜେଏଏମ୍ ତ୍ରିମୂର୍ତ୍ତି -ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ କଥା କହିଥିଲେ ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ୟୁପିଆଇ ଦେୟ ପଦ୍ଧତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ପ୍ରତି ମାସରେ ୧୦ବିଲିୟନ ଦେଣନେଣ ସଂଗଠିତ ହେଉଥିବା ବେଳେ ବିଶ୍ୱର ଶତକଡା ୪୫ଭାଗ ବାସ୍ତବିକ ଦେୟ ପଇଠ କାର୍ଯ୍ୟ ଭାରତରେ ହିଁ ହୋଇଥାଏ। ବାଟମାରଣକୁ ରୋକି ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଯୋଗୁଁ ୩୩ ବିଲିୟନ ଡଲାରରୁ ଅଧିକ ଅର୍ଥ ବଚାଂଯାଇ ପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ଟିକାକରଣ ଅଭିଯାନକୁ ସହାୟତା କରିଥିବା କୋୱିନ ପୋର୍ଟାଲକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦୁଇ ବିଲିୟନରୁ ଅଧିକ ଟୀକା ମାତ୍ରା ଦେବା ସହ ଡିଜିଟାଲ ମାଧ୍ୟମରେ ସତ୍ୟପିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛି। ଶ୍ରୀମୋଦୀ ମଧ୍ୟ ଗତି ଶକ୍ତି ପ୍ଲାଟଫର୍ମର କଥା କହି ପ୍ରଯୁକ୍ତି ବିଦ୍ୟା ଓ ସ୍ଥାନ ସମ୍ପର୍କୀୟ ଯୋଜନାରୁ ମାନଚିତ୍ର ଭିତ୍ତିଭୂମି ଓ ରଣନୀତି ଦ୍ୱାରା ଯୋଜନାରେ ସହାୟତ କରିବା ସହ ଖର୍ଚ୍ଚ ହ୍ରାସ ଓ ଦ୍ରୁତଗତିରେ କାର୍ଯ୍ୟ ସମ୍ପନ୍ନ କରିବା ସାହାଯ୍ୟ କରିଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ସରକାରୀ ଇ-ବଜାର ଏକ ଅନଲାଇନ ମଞ୍ଚ ଯାହା ସ୍ୱଚ୍ଛତା ଓ ପ୍ରକ୍ରିୟାରେ ସାଧୁତା ଅଣାଯାଇପାରିଛି ଓ ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱାର୍କ ଯୋଗୁଁ ଇ-ବାଣିଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା କାଏମ ହୋଇପାରିଛି ବୋଲି କହିଥିଲେ। ଟିକସ୍ ପଦ୍ଧତିର ସମ୍ପୂର୍ଣ୍ଣ ଡିଜିଟାଇଜେସନ ଓ ସ୍ୱଚ୍ଛତା ଓ ଇ-ପ୍ରଶାସନ ପ୍ରତିଷ୍ଠା ହୋଇଥିବା ସେ ପ୍ରକାଶ କରିଥିଲେ। କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ଏକ ଭାଷା ଅନୁବାଦ ମଞ୍ଚ ଭାସିନୀ ଭାରତର ବିବିଧ ଭାଷାର ଡିଜିଟାଲ ଅନ୍ତର୍ଭୁକ୍ତୀକରଣରେ ସହାୟକ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

“ଭାରତର ଡିଜିଟାଲ ଜନ ଭିତ୍ତିଭୂମି ବୈଶ୍ୱିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ଅବିଶ୍ୱସନୀୟ ବିବିଧତାକୁ ନେଇ ପ୍ରଧାନମନ୍ତ୍ରୀ ଦେଶରେ ଡର୍ଜନେ ଭାଷା ଓ ଶତାଧିକ ଉପଭାଷା ରହିଛି ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ ଭାରତ ପ୍ରତ୍ୟେକ ଧର୍ମକୁ ଆଶ୍ରୟଦେଇଛି ଓ ବିଶ୍ୱର ଅନେକ ସାଂସ୍କୃତିକ ଚଳଣି ମଧ୍ୟ ଏଠାରେ ଦେଖିବାକୁ ମିଳେ। “ପ୍ରାଚୀନ ପ୍ରଥା ଠାରୁ ସର୍ବାଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ଭାରତରେ ପ୍ରତ୍ୟେକଙ୍କ ନିମନ୍ତେ କିଛି ନା କିଛି ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏପରି ବିବିଧତା ସତ୍ତ୍ୱେ ଭାରତ ସମାଧାନର ପନ୍ଥା ବାହାର କରିବା ପାଇଁ ଏକ ପରୀକ୍ଷାଗାର. ଯେଉଁ ପରୀକ୍ଷା ନିରୀକ୍ଷା ଭାରତରେ ସଫଳ ହୁଏ ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରିବ।

ପ୍ରଧାନମନ୍ତ୍ରୀ ସ୍ପଷ୍ଟଭାବେ କହିଥିଲେ ଯେ ଭାରତ ନିଜ ପରୀକ୍ଷାନିରୀକ୍ଷାର ସୁଫଳ ବିଶ୍ୱକୁ ଜଣାଇବାକୁ ପ୍ରସ୍ତୁତ ଓ ଏହି ପରିପ୍ରେକ୍ଷୀରେ ସେ କୋୱିନ ପ୍ଲାଟଫର୍ମର ଉଦାହରଣ ଦେଇଥିଲେ ଯାହାକି ବୈଶ୍ୱିକ ମହାମାରୀ କାଳରେ ବିଶ୍ୱର ହିତ ଲାଗି ପ୍ରୟୋଗ କରାଯାଇଥିଲା। ଭାରତ ଏକ ଅନ୍ଲାଇନ ବୈଶ୍ୱିକ ଜନ ଡିଜିଟାଲ ସାମଗ୍ରୀ ଗନ୍ତାଘର ସୃଷ୍ଟି କରିଥିଲା। ଯାହାକି ବିଶେଷକରି ଦକ୍ଷିଣ ଗୋଲାର୍ଦ୍ଧ ଦେଶର କୌଣସି ବ୍ୟକ୍ତି ଯେପରି ବାଦ୍ ନ ପଡନ୍ତି ବୋଲି କହିଥିଲେ।

କାର୍ଯ୍ୟକାରୀ ଗୋଷ୍ଠୀ ଏକ ଜି-୨୦ ଆଭାସୀ ବୈଶ୍ୱିକ ଡିଜିଟାଲ ଜନ ଭିତ୍ତିଭୂମି ଭଣ୍ଡାର ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ। ଏକ ଜନ ସାଧାରଣର ଡିଜିଟାଲ ଭିତ୍ତିଭୂମି ସୃଷ୍ଟି ଦ୍ୱାରା ଏକ ଉତ୍ତରଦାୟୀ, ସ୍ୱଚ୍ଛ ଓ ଉତ୍ତମ ଡିଜିଟାଲ ବାତାବରଣ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ସେ ମଧ୍ୟ ଡିଜିଟାଲ କୌଶଳ ଓ ଆଭାସୀ ଉତ୍କର୍ଷ କେନ୍ଦ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ଦେଶ ଦେଶ ମଧ୍ୟରେ ଏକ ରୋଡ ମ୍ୟାପ ତିଆରିର ମଧ୍ୟ ସ୍ୱାଗତ କରିଥିଲେ। ଭବିଷ୍ୟତ ପାଇଁ ସୃଷ୍ଟି ହେଉଥିବା ମାନବ ସମ୍ବଳ ନିମନ୍ତେ ଏପରି ଉଦ୍ୟମ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଅର୍ଥ ବ୍ୟବସ୍ଥା ବୈଶ୍ୱିକ ହେବା ସହ ଏହା ପ୍ରତି ସୁରକ୍ଷାଗତ ଆତଙ୍କ ମଧ୍ୟ ରହିଛି। ସେ ଦୃଷ୍ଟିରୁ ଜି-୨୦ଉଚ୍ଚସ୍ତରୀୟ ଓ ନୀତିଗତ ସହମତି ଦ୍ୱାରା ଏକ ସୁରକ୍ଷିତ, ଆସ୍ଥାଭାଜନକାରୀ ଓ ନମନୀୟ ଡିଜିଟାଲ ଅର୍ଥ ବ୍ୟବସ୍ଥା କାଏମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ପ୍ରଯୁକ୍ତି ଆଜି ଆମକୁ ଚମତ୍କାର ଭାବେ ଏକାଠି କରୁଛି। ଏହା ଆଗରୁ କେବେ ଦେଖା ନ ଥିଲା। ଏହା ଅନ୍ତର୍ଭୁକ୍ତୀକରଣ ଓ ନିରନ୍ତର ଓ ସ୍ଥାୟୀ ବିକାଶର ଶପଥକୁ ରକ୍ଷା କରୁଛି” ବୋଲ ପ୍ରଧାନମନ୍ତ୍ରୀ ି କହିବା ସହ ଜି-୨୦ଦେଶମାନଙ୍କର ଏକ ସମୃଦ୍ଧ ଓ ନିରାପଦ ବୈଶ୍ୱିକ ଡିଜିଟାଲ ଭବିଷ୍ୟତ ଗଠନ ପାଇଁ ଅପୂର୍ବ ସୁଯୋଗ ରହିଛି ବୋଲି କହିଥିଲେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଉତ୍ପାଦକତାକୁ ଡିଜିଟାଲ ଜନ ଭିତ୍ତିଭୂମି ଦ୍ୱାରା ଆଗେଇ ନେଇ ହେବ। କୃଷକ, ଛୋଟ ବ୍ୟବସାୟୀ ଡିଜିଟାଲ ପ୍ରଯୁକ୍ତି ବିଦ୍ୟଶ ଆପଣାଇବାକୁ ସେ ପ୍ରସ୍ତାବ ଦେଇଥିଲେ। ଏଥି ସହ ଏକ ନିରାପଦ ଓ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତାର ଉପଯୋଗ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ମାନବ ସମାଜ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଆହ୍ୱାନକୁ ପ୍ରଯୁକ୍ତିଜ୍ଞାନ ଦ୍ୱାରା ସମାଧାନ କରି ହେବ। ଆମ ପାଇଁ ଏହା ସାକାର କରିବାକୁ ଚାରିଟି ସି’ ଆବଶ୍ୟକ। ତାହାହେଲା, ଏ କନଭିକସନ(ଦୋଷସିଦ୍ଧି), କମିଟିମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ ଅଡିନେସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା) ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ। ଏ ଦିଗରେ କାର୍ଯ୍ୟକାରୀ ଗୋଷ୍ଠୀ ଆମକୁ ଆଗକୁ ଆଗକୁ ନେଇଯିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

Categories
ଆଜିର ଖବର

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ୨.୧ ନିୟୁତ ଡାକ୍ତର, ୩.୫ ନିୟୁତ ସେବିକା, ୧.୩ ନିୟୁତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବକ ଓ ୧.୬ ନିୟୁତ ଫାର୍ମାସିଷ୍ଟ ଓ ଲକ୍ଷାଧିକ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ ଜଣାଇ ଥିଲେ।

ଜାତିର ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିବେଚନା କରୁଥିଲେ ଯେ ଏହାକୁ ନେଇ ସେ “କୀ ଟୁ ହେଲ୍ଥ” ନାମରେ ପୁସ୍ତକ ରଚନା କରିଥିଲେ। ସେ କହିଥିଲେ ଯେ ସୁସ୍ଥ ରହିବା ଅର୍ଥ ହେଲା ଜନତାଙ୍କର ମନ ଓ ଶରୀର ସନ୍ତୁଳିତ ଓ ଖୁସୀର ସହ ରହିବା ଦରକାର। ଏହା ଅର୍ଥ ହେଉଛି ସ୍ୱାସ୍ଥ୍ୟ ହେଉଛି ଜୀବନର ଭିତ୍ତିଭୂମି।

ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସଂସ୍କୃତ ଶ୍ଳୋକ ଆବୃତ୍ତି କରିଥିଲେ- ଯାହାର ଅର୍ଥ ହେଲା “ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସହ ପ୍ରତ୍ୟେକ କାର୍ଯ୍ୟ ହାସଲ କରିହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଥିଲେ ଯେ କୋଭିଡ-୧୯ ଭଳି ବୈଶ୍ୱିକ ମହାମାରୀ ଆମକୁ ସବୁବେଳେ ସ୍ମରଣ କରାଇ ଦିଏ ଯେ ସ୍ୱାସ୍ଥ୍ୟ ହିଁ ଆମ ସମସ୍ତ ନିଷ୍ପତ୍ତିର ମୁଖ୍ୟ ବିଷୟ ହେବା ଆବଶ୍ୟକ । ସମୟ ମଧ୍ୟ ଆମକୁ ସଚେତନ କରି ଦେଇଛି ଯେ ସେ ଔଷଧ ହେଉ ବା ଟୀକା ଯୋଗାଣ ବା ଲୋକଙ୍କୁ ଘରକୁ ଫେରାଇ ଆଣିବା ସବୁଥିରେ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତ ସରକାରଙ୍କ ମାନବ ହିତୈଷୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୈତ୍ରୀ ଟୀକା ପଦକ୍ଷେପ ଜରିଆରେ ଭାରତ ଦକ୍ଷିଣ ଗୋଲାର୍ଦ୍ଧର କେତେକ ଦେଶ ସମେତ ୧୦୦ରୁ ଅଧିକ ଦେଶକୁ ୩୦୦ ନିୟୁତ କୋଭିଡ୍-୧୯ ଟୀକା ମାତ୍ରା ପ୍ରଦାନ କରିଥିଲେ।

ବୈଶ୍ୱିକ ମହାମାରୀ କାଳରେ ନମନୀୟତାକୁ ଏକ ବିରାଟ ନୀତିବାଣୀ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ସ୍ୱାସ୍ଥ୍ୟ ପଦ୍ଧତି ନମନୀୟ ହେବା ଉଚିତ। ଆମକୁ ନିଶ୍ଚିତ ଭାବେ ପରବର୍ତ୍ତୀ ସ୍ୱାସ୍ଥ୍ୟ ଆପାତକାଳ ନିମନ୍ତେ ଏହାର ଦୂରୀକରଣ ଓ ପରିସ୍ଥିତି ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। ଆଜିର ଆନ୍ତଃ ସଂଯୋଗୀକରଣ ବିଶ୍ୱରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ବୈଶ୍ୱିକ ମହାମାରୀ ବିଶ୍ୱର ଗୋଟିଏ ପଟରେ ଆରମ୍ଭ ହେଲେ ସ୍ୱାସ୍ଥ୍ୟ ସମସ୍ୟା କିପରି ଦ୍ରୁତ ଭାବେ ଅନ୍ୟପଟକୁ ବ୍ୟାପିଥାଏ ତାହା ଆମେ ଅନୁଭବ କରୁଛୁ।

“ଭାରତରେ ଆମେ ଏକ ସାମଗ୍ରିକ ଓ ଅନ୍ତର୍ଭୁକ୍ତୀକରଣର ପାଖାପାଖି ପଦକ୍ଷେପ ନେଇଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ କରୁଛୁ, ପାରମ୍ପରିକ ଭେଷଜ ପଦ୍ଧତିକୁ ପ୍ରୋତ୍ସାନ ଦେଉଛୁ ଓ ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଉଛୁ। ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟର ସାର୍ବଜନୀନ ଇଚ୍ଛାର ଏକ ଇଚ୍ଛାପତ୍ର ପାଲଟିଛି। ଚଳିତ ବର୍ଷ ୨୦୨୩ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି। ଭାରତରେ ପରିଚିତ ଶ୍ରୀ ଅନ୍ନ ବା ମିଲେଟର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ବିଶ୍ୱାସ ସ୍ୱାସ୍ଥ୍ୟ ଏବଂ ସୁଧାର ପ୍ରତ୍ୟେକଙ୍କ ନମନୀୟତାକୁ ବୃଦ୍ଧି କରିବ। ଗୁଜରାଟର ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପାରମ୍ପରିକ ଭେଷଜ କେନ୍ଦ୍ର ପ୍ରତିଷ୍ଠା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଶ୍ୱ ସାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଉପରେ ବୈଶ୍ୱିକ ଶିଖର ବୈଠକ ଓ ତାହା ପୁଣି ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଏହି ସାମର୍ଥ୍ୟ ବୃଦ୍ଧି ଦିଗରେ ଅଧିକ ଉପାଦେୟ ହେବ। ପାରମ୍ପରିକ ଔଷଧର ବୈଶ୍ୱିକ ଗନ୍ତାଘର ସୃଷ୍ଟି କରିବା ଆମର ମିଳିତ ଉଦ୍ୟମ ହେବା ଆବଶ୍ୟକ।

ସ୍ୱାସ୍ଥ୍ୟ ଓ ପରିବେଶ ଜୈବିକ ଦୃଷ୍ଟିକୋଣରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ମୁକ୍ତ ବାୟୁ, ନିରାପଦ ପାନୀୟ ଜଳ, ପର୍ଯ୍ୟାପ୍ତ ପୌଷ୍ଟିକତା ଓ ନିରାପଦ ଆଶ୍ରୟସ୍ଥଳ ସ୍ୱାସ୍ଥ୍ୟ ପାଇଁ ପ୍ରଧାନ ଅବଲମ୍ବନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଳବାୟୁ ଓ ସ୍ୱାସ୍ଥ୍ୟ ଦିଗରେ ପଦକ୍ଷେପ ନେଇଥିବାରୁ ସେ ଗଣ୍ୟମାନ୍ୟ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଣୁ କୀଟାଣୁ ପ୍ରତିରୋଧକ ନିରୋଧୀ (ଏଏମଆର)ର ଭୟ ଉପରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଏମଆର ବୈଶ୍ୱିକ ଜନ ସ୍ୱାସ୍ଥ୍ୟ ଓ ସମସ୍ତ ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ଏକ ବିରାଟ ବିପଦ ସୃଷ୍ଟି କରିଛି। ଜି-୨୦ କାର୍ଯ୍ୟକାରୀ ଗୋଷ୍ଠୀ ‘ଗୋଟିଏ ସ୍ୱାସ୍ଥ୍ୟ’ ଓ ଆମର ଲକ୍ଷ୍ୟ ‘ଗୋଟିଏ ବିଶ୍ୱ’ ଗୋଟିଏ ସ୍ୱାସ୍ଥ୍ୟ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିବ ଓ ଏ ପ୍ରକାର ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ଖୁସୀ ପ୍ରକଟ କରିଥିଲେ। ମଣିଷ, ପ୍ରାଣୀ, ବୃକ୍ଷଲତା ଓ ପରିବେଶ ପାଇଁ ଏହି ଲକ୍ଷ୍ୟ ଉପକାରୀ। ଏପରି ସମନ୍ୱିତ ମତ କାହାରିକୁ ପଛରେ ନ ପକାଇବା ଭଳି ଗାନ୍ଧିଜୀଙ୍କ ଚିନ୍ତାଧାରା ସହ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେକୌଣସି ସ୍ୱାସ୍ଥ୍ୟ ଜନିତ ପଦକ୍ଷେପର ସଫଳତା ଜନ ସହଯୋଗ ଉପରେ ନିର୍ଭରଶୀଳ। ଏହାର ଗୁରୁତ୍ୱ ଉପରେ ଆଲେକପାତ କରି ପ୍ରଧାନମନ୍ତ୍ରୀ ଆମର କୁଷ୍ଠ ନିରାକରଣ ଅଭିଯାନର ସଫଳତା ଏହାର ଏକ ଉଦାହରଣ ବୋଲି କହିଥିଲେ। ଆମର ଯକ୍ଷ୍ମା ଉନ୍ମେଳନ କାର୍ଯ୍ୟକ୍ରମ ମଧ୍ୟ ଜନକଲ୍ୟାଣ ଉପରେ ପର୍ଯ୍ୟବସିତ। ସେ କହିଥିଲେ ଯେ ଆମେ ଜନସାଧାରଣଙ୍କୁ ଦେଶର ନିଃ-କ୍ଷୟ ମିତ୍ର ବା ଟିବି ଦୂରୀକରଣର ବନ୍ଧୁ, ହେବା ପାଇଁ ନିବେଦନ କରିଥିଲୁ ଓ ପ୍ରାୟ ଏକ ନିୟୁତ ରୋଗୀଙ୍କୁ ନାଗରିକମାନେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।

“ବର୍ତ୍ତମାନ ଆମେ ଯକ୍ଷ୍ମା ଉନ୍ମେଳନ ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ସୁଲଭ ହେବା ନେଇ ନବୋନ୍ମେଷ ଓ ଡିଜିଟାଲ ସମାଧାନ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଉଦ୍ୟମ ଏ ଦିଗରେ ଉପାଦେୟ ହୋଇଛି ଓ ଦୂରଦୂରାନ୍ତରରେ ଥିବା ରୋଗୀମାନେ ଟେଲି ମେଡିସିନ୍ ଜରିଆରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ସେ ଭାରତୀୟ ଜାତୀୟ କାର୍ଯ୍ୟକ୍ରମ ଇ-ସଞ୍ଜିବନୀର ପ୍ରଶଂସା କରିବା ସହ ଏହା ଏ ପର୍ଯ୍ୟନ୍ତ ୧୪୦ ନିୟୁତ ଟେଲି ପରାମର୍ଶ ଯୋଗାଇ ପାରିଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କୋ-ୱିନ୍ ପ୍ଲାଟଫର୍ମ ମାନବ ଇତିହାସରେ ସଫଳ ଟୀକାକରଣ ଲକ୍ଷ୍ୟ ହାସଲ କରିପାରିଛି। ଏହା ଦୁଇ ଦଶମିକ ଦୁଇ ବିଲିୟନ ଟୀକା ମାତ୍ରା ପ୍ରଦାନ କରିବା ସହ ବିଶ୍ୱବ୍ୟାପୀ ଗ୍ରହଣଯୋଗ୍ୟ ଟୀକା ପ୍ରମାଣପତ୍ର ପ୍ରଦାନ କରିଛି । ଡିଜିଟାଲ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ପାଇଁ ବୈଶ୍ୱିକ ପଦକ୍ଷେପ ବିଭିନ୍ନ ସ୍ୱାସ୍ଥ୍ୟଗତ ଡିଜିଟାଲ ପଦକ୍ଷେପକୁ ଏକ ସମଭାବାପନ୍ନ ମଞ୍ଚକୁ ନେଇ ଆସିବ।

“ଆସନ୍ତୁ ଆମେ ଆମର ନବୋନ୍ମେଷକୁ ଜନହିତରେ ଉପଯୋଗ କରିବା। ପାଣ୍ଠି ଯୋଗାଣରେ ଦୋହରା ମାନଦଣ୍ଡ ଗ୍ରହଣ କରିବା ନାହିଁ। ପ୍ରଯୁକ୍ତିବିଦ୍ୟାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା” ବୋଲି ପ୍ରଧାନମନ୍ତ୍ରୀ ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ। ଏହି ପଦକ୍ଷେପ ଦକ୍ଷିଣ ଗୋଲାର୍ଦ୍ଧ ଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ସେବା ଯତ୍ନ କ୍ଷେତ୍ରରେ କ୍ରମଶଃ ସମକ୍ଷକ ହୋଇ ଏହାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସଫଳତା ହାସଲ ଦିଗରେ ସହାୟକ ହେବ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ମାନବ ଜଗତ ପାଇଁ ଏକ ପ୍ରାଚୀନ ଭାରତୀୟ ଶୁଭକାମନା ସଂସ୍କୃତିରେ ଆବୃତ୍ତି କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ଓ ତାହାର ମର୍ମ ହେଉଛି “ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ନିରୋଗ ରୁହନ୍ତୁ”। ମୁଁ ଆପଣମାନଙ୍କ ଆଲୋଚନାର ସଫଳତା କାମନା କରୁଛି।

Categories
ବିଶେଷ ଖବର

ଜି-୨୦ ଦୁର୍ନୀତି ନିରୋଧୀ ମନ୍ତ୍ରୀସ୍ତରୀୟ ବୈଠକରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଆୟୋଜିତ ଜି-୨୦ ଦୁର୍ନୀତି ନିରୋଧୀ ମନ୍ତ୍ରୀସ୍ତରୀୟ ବୈଠକକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କୋଲକାତାର ନୋବେଲ ବିଜେତା ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ସହରକୁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ଏହା ହେଉଛି ପ୍ରଥମ ଭୌତିକ ଜି-୨୦ ଦୁର୍ନୀତି ନିରୋଧୀ ମନ୍ତ୍ରୀସ୍ତରୀୟ ବୈଠକ। ଟାଗୋରଙ୍କ ଲେଖାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲୋଭ ପ୍ରତି ସତର୍କ କରାଇଥିଲେ କାରଣ ଏହା ଆମକୁ ସତ୍ୟକୁ ଅନୁଭବ କରିବାରେ ବାଧା ଦେଇଥାଏ। ସେ ‘ମା ଗ୍ରିଧା’ ପାଇଁ ପ୍ରୟାସ କରୁଥିବା ପ୍ରାଚୀନ ଭାରତୀୟ ଉପନିଷଦଗୁଡ଼ିକୁ ମଧ୍ୟ ସ୍ପର୍ଶ କରିଥିଲେ, ଯାହାର ଅର୍ଥ ହେଉଛି ‘କୌଣସି ଲୋଭ ନ ହେଉ’।

ଦୁର୍ନୀତିର ସର୍ବୋଚ୍ଚ ପ୍ରଭାବ ଗରିବ ଓ ଅବହେଳିତ ଲୋକମାନେ ବହନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ସମ୍ବଳ ର ଉପଯୋଗକୁ ପ୍ରଭାବିତ କରେ, ବଜାରକୁ ଅବ୍ୟବସ୍ଥିତ କରେ, ସେବା ପ୍ରଦାନକୁ ପ୍ରଭାବିତ କରେ ଏବଂ ଶେଷରେ ଲୋକଙ୍କ ଜୀବନର ଗୁଣବତ୍ତାକୁ ହ୍ରାସ କରିଥାଏ। ଅର୍ଥଶାସ୍ତ୍ରରେ କୌଟିଲ୍ୟଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟର ସମ୍ବଳ ବୃଦ୍ଧି କରିବା ସରକାରଙ୍କ କର୍ତ୍ତବ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ଦୁର୍ନୀତିର ମୁକାବିଲା ଉପରେ ସେ ଗୁରୁତ୍ୱାରୋପ କରିବା ସହ ଲୋକଙ୍କ ପ୍ରତି ସରକାରଙ୍କ ପବିତ୍ର କର୍ତ୍ତବ୍ୟ ବୋଲି କହିଛନ୍ତି।

“ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର ଭାରତର ଏକ କଠୋର ନୀତି ରହିଛି”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ଇ-ଗଭର୍ଣ୍ଣାନ୍ସର ଉପଯୋଗ କରୁଛି। କଲ୍ୟାଣକାରୀ ଯୋଜନା ଓ ସରକାରୀ ପ୍ରକଳ୍ପଗୁଡ଼ିକରେ ଥିବା ଲିକେଜ୍ ଓ ତ୍ରୁଟିକୁ ଦୂର କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଫଳରେ ଭାରତରେ ଶହ ଶହ ନିୟୁତ ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୩୬୦ ବିଲିୟନ ଡଲାରରୁ ଅଧିକ ଲାଭ ହସ୍ତାନ୍ତର କରିଛନ୍ତି ଏବଂ ୩୩ ବିଲିୟନ ଡଲାରରୁ ଅଧିକ ସଞ୍ଚୟ କରିବାରେ ସାହାଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସରକାର ବ୍ୟବସାୟ ପାଇଁ ବିଭିନ୍ନ ପ୍ରକ୍ରିୟାକୁ ସରଳ କରିଛନ୍ତି ଏବଂ ସରକାରୀ ସେବାର ଅଟୋମେସନ୍ ଏବଂ ଡିଜିଟାଇଜେସନର ଉଦାହରଣ ଦେଇଛନ୍ତି ଯାହା ଭଡ଼ା ଖୋଜିବାର ସୁଯୋଗକୁ ଦୂର କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। “ଆମର ସରକାରୀ ଇ-ମାର୍କେଟପ୍ଲେସ୍ ବା ଜିଇଏମ୍ ପୋର୍ଟାଲ, ସରକାରୀ କ୍ରୟରେ ଅଧିକ ସ୍ୱଚ୍ଛତା ଆଣିଛି”, ସେ କହିଥିଲେ। ୨୦୧୮ରେ ଅର୍ଥନୈତିକ ଅପରାଧ ଆଇନ ପ୍ରଣୟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଅର୍ଥନୈତିକ ଅପରାଧୀଙ୍କୁ ଗୁରୁତ୍ବର ସହ ଅନୁସରଣ କରୁଛନ୍ତି ଏବଂ ଅର୍ଥନୈତିକ ଅପରାଧୀ ଏବଂ ପଳାତକଙ୍କଠାରୁ ୧.୮ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ପୁନରୁଦ୍ଧାର ବିଷୟରେ ସୂଚନା ଦେଇଛନ୍ତି। ସେ ମନି ଲଣ୍ଡରିଂ ନିବାରଣ ଆଇନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ୨୦୧୪ ରୁ ୧୨ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଅପରାଧୀଙ୍କ ସମ୍ପତ୍ତି ଜବତ କରିବାରେ ସାହାଯ୍ୟ କରିଛି।

ପ୍ରଧାନମନ୍ତ୍ରୀ ୨୦୧୪ରେ ତାଙ୍କର ପ୍ରଥମ ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଜି-୨୦ ଦେଶ ଏବଂ ଗ୍ଲୋବାଲ ସାଉଥ୍ ପାଇଁ ପଳାତକ ଅର୍ଥନୈତିକ ଅପରାଧୀଙ୍କ ଆହ୍ୱାନ ବିଷୟରେ ମନେ ପକାଇଥିଲେ। ୨୦୧୮ରେ ଜି-୨୦ ଶିଖର ସମ୍ମିଳନୀରେ ପଳାତକ ଅର୍ଥନୈତିକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସମ୍ପତ୍ତି ପୁନରୁଦ୍ଧାର ପାଇଁ ୯ ସୂତ୍ରୀ ଏଜେଣ୍ଡା ଉପସ୍ଥାପନ କରିବା ସହ କାର୍ଯ୍ୟକାରୀ ଗୋଷ୍ଠୀ ଦ୍ୱାରା ନିର୍ଣ୍ଣାୟକ ପଦକ୍ଷେପ ନିଆଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ସୂଚନା ଆଦାନପ୍ରଦାନ ମାଧ୍ୟମରେ ଆଇନ ପ୍ରଣୟନ ସହଯୋଗ, ସମ୍ପତ୍ତି ପୁନରୁଦ୍ଧାର ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଦୁର୍ନୀତି ନିବାରଣ କର୍ତ୍ତୃପକ୍ଷଙ୍କ ଅଖଣ୍ଡତା ଏବଂ ଫଳପ୍ରଦତା ବୃଦ୍ଧି ଭଳି ତିନୋଟି ପ୍ରାଥମିକତା କ୍ଷେତ୍ର ଉପରେ କାର୍ଯ୍ୟଭିତ୍ତିକ ଉଚ୍ଚସ୍ତରୀୟ ନୀତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ। ସେ ଖୁସି ବ୍ୟକ୍ତ କରିଛନ୍ତି ଯେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ମଧ୍ୟରେ ଅନୌପଚାରିକ ସହଯୋଗ ଉପରେ ଏକ ବୁଝାମଣା ହୋଇଛି ଯାହା ଅପରାଧୀମାନଙ୍କୁ ସୀମା ଅତିକ୍ରମ କରିବା ସମୟରେ ଆଇନଗତ ତ୍ରୁଟିର ଫାଇଦା ଉଠାଇବାରୁ ରୋକିବ। ଠିକ୍ ସମୟରେ ସମ୍ପତ୍ତି ଠାବ ଏବଂ ଅପରାଧର ଆୟ ଚିହ୍ନଟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶଗୁଡ଼ିକୁ ସେମାନଙ୍କର ଘରୋଇ ସମ୍ପତ୍ତି ପୁନରୁଦ୍ଧାର ପ୍ରଣାଳୀକୁ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଦେଶୀ ସମ୍ପତ୍ତି ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା ପାଇଁ ଜି-୨୦ ଦେଶଗୁଡ଼ିକ ଦୋଷୀ ସାବ୍ୟସ୍ତ ନ ହେବା ଆଧାରିତ ଜବତ ସମ୍ପତ୍ତିକୁ ବ୍ୟବହାର କରି ଉଦାହରଣ ସୃଷ୍ଟି କରିପାରିବେ ବୋଲି ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ ଏବଂ କହିଛନ୍ତି ଯେ ଏହା ନ୍ୟାୟିକ ପ୍ରକ୍ରିୟା ପରେ ଅପରାଧୀମାନଙ୍କୁ ଶୀଘ୍ର ପ୍ରତ୍ୟାବର୍ତ୍ତନ ଏବଂ ପ୍ରତ୍ୟର୍ପଣ ସୁନିଶ୍ଚିତ କରିବ। ଏହା ଦୁର୍ନୀତି ବିରୋଧରେ ଆମର ମିଳିତ ଲଢ଼େଇ କୁ ନେଇ ଏକ ଦୃଢ଼ ସଙ୍କେତ ଦେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଜି-୨୦ ରାଷ୍ଟ୍ରଗୁଡ଼ିକର ସାମୂହିକ ପ୍ରୟାସ ଦୁର୍ନୀତି ବିରୋଧରେ ଲଢ଼େଇକୁ ଯଥେଷ୍ଟ ସମର୍ଥନ କରିପାରିବ ଏବଂ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଏବଂ ଦୁର୍ନୀତିର ମୂଳ କାରଣଗୁଡ଼ିକର ସମାଧାନ ପାଇଁ ଦୃଢ଼ ପଦକ୍ଷେପ ଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ଏକ ବିରାଟ ପାର୍ଥକ୍ୟ ସୃଷ୍ଟି କରାଯାଇପାରିବ। ଦୁର୍ନୀତି ବିରୋଧରେ ଲଢ଼େଇରେ ଅଡିଟ୍ ଅନୁଷ୍ଠାନର ଭୂମିକା ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଆମର ପ୍ରଶାସନିକ ଏବଂ ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ମୂଲ୍ୟ ବ୍ୟବସ୍ଥାରେ ନୈତିକତା ଓ ସଚ୍ଚୋଟତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅନୁରୋଧ କରିଥିଲେ। ଏହା ଦ୍ୱାରା ହିଁ ଆମେ ଏକ ନ୍ୟାୟସମ୍ପନ୍ନ ଓ ସ୍ଥାୟୀ ସମାଜର ମୂଳଦୁଆ ପକାଇପାରିବା। ମୁଁ ଆପଣସମସ୍ତଙ୍କୁ ଏକ ଫଳପ୍ରଦ ଏବଂ ସଫଳ ବୈଠକ ର ଶୁଭେଚ୍ଛା ଜଣାଉଛି” ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

Categories
ବିଶେଷ ଖବର

ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି (୨୮-୭-୨୦୨୩) ଚେନ୍ନାଇଠାରେ ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି।

ଗଣ୍ୟମାନ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ସମୃଦ୍ଧ ନଗରୀ। ସେ ସେମାନଙ୍କୁ ୟୁନେସ୍କୋ ଦ୍ୱାରା ସ୍ୱୀକୃତ ବିଶ୍ୱ ଐତିହ୍ୟ ସ୍ଥଳୀ ମାମଲାପୁରମ ନିଶ୍ଚିତଭାବେ ଗସ୍ତ କରି ସେଠାକାର ପ୍ରେରଣାଦାୟୀ ପଥର  ଖୋଦେଇ ଓ ତାହାର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଅନୁରୋଧ କରିଥିଲେ।

ଦୁଇ ହଜାର ବର୍ଷ ତଳର ମହାନ୍ କବି ତିରୁଭାଲ୍ଲୁଭରଙ୍କ ଉକ୍ତିକୁୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମୁଦ୍ର ମଧ୍ୟ ସଙ୍କୁଚିତ ହୋଇଯିବ ଯଦି ବାଦଲ ସବୁ ପାଣି ଶୋଷି ନିଏ , ଏହା ଆଉ ବର୍ଷା ରୂପରେ ତାକୁ ଫେରାଇ ଦିଏ ନାହିଁ।” ପ୍ରକୃତି ଓ ଏହାର ଗତି ଭାରତର ନିୟମିତ ଶିକ୍ଷାର ଉତ୍ସ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆଉ ଏକ ସଂସ୍କୃତ ଶ୍ଳୋକର ଅର୍ଥ ବୁଝାଇଥିଲେ । “ନଦୀ ତାହାର ଜଳ ପିଏ ନାହିଁ କି ଗଛ ତା’ର ଫଳ ଭକ୍ଷଣ କରେ ନାହିଁ । ମେଘ ମଧ୍ୟ ତାର ପାଣି ଦ୍ୱାରା ବଢିଥିବା ଶସ୍ୟ ଖାଏ ନାହିଁ  ।” ପ୍ରଧାନମନ୍ତ୍ରୀ ପ୍ରକୃତି ଯେପରି ଆମକୁ ଦେଇଛି, ଆମେ ପ୍ରତିଦାନରେ ତାକୁ ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମାଟି ମାଆର ସୁରକ୍ଷା ଓ ଯତ୍ନ ଆଜି ହେଉଛି ଆମର ମୌଳିକ ଦାୟିତ୍ୱ ଓ ଆଜି ଏହା ଜଳବାୟୁ କାର୍ଯ୍ୟାନୁଷ୍ଠାନ ରୂପ ନେଉଛି ଓ ଏହି କର୍ତ୍ତବ୍ୟ ବହୁ ଦିନ ଧରି ଅନେକ ଅବଜ୍ଞା କରି ଆସୁଥିଲେ । ଭାରତୀୟ ପାରମ୍ପରିକ ଜ୍ଞାନ ଭିତ୍ତିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଜଳବାୟୁ ଗତ କାର୍ଯ୍ୟାନୁଷ୍ଠାନ  ନିଶ୍ଚିତଭାବେ ଅନ୍ତ୍ୟୋଦୟର ଅନୁସରଣ କରିବା ଉଚିତ । ଅନ୍ତ୍ୟୋଦୟର ଅର୍ଥ ହେଲା ସମାଜର ସବୁଠାରୁ ପଛରେ ଥିବା ବ୍ୟକ୍ତି ନିକଟରେ ମଧ୍ୟ ବିକାଶ ପହଞ୍ଚିବ । ଦକ୍ଷିଣ ଗୋଲାର୍ଦ୍ଧରେ ଦେଶ ସମୂହ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ଜାତିସଂଘ ଜଳବାୟୁ ଅଧିବେଶନର  ଅଙ୍ଗୀକାରବଦ୍ଧତା ଓ ପ୍ୟାରିସ ରାଜିନାମା ଅନୁସାରେ ଦକ୍ଷିଣ  ଗୋଲାର୍ଦ୍ଧର ବିକାଶମୂଳକ ଆକାଂକ୍ଷା ଏକ ଜଳବାୟୁ ଅନୁକୂଳ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଭାରତରେ ଉଚ୍ଚାଭିଳାଷୀ ଜାତୀୟ ନିର୍ଦ୍ଧାରିତ ଅବଦାନକୁ ନେଇ ଭାରତ ଯେପରି ଆଗେଇ ଚାଲିଛି ସେଥିନେଇ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକାଶ କରିଥିଲେ । ଅଣ ଜୀବାଶ୍ମ ଇନ୍ଧନରୁ ବିଦ୍ୟୁତ ଶକ୍ତି ପାଇଁ ଆମର ଯାହା ଲକ୍ଷ୍ୟ ଥିଲା ତାହା ୯ବର୍ଷ ପୂର୍ବରୁ  ହାସଲ କରିସାରିଛୁ  ଓ ବର୍ତ୍ତମାନ ତା’ଠାରୁ ଆହୁରି ବଡ ଲକ୍ଷ୍ୟ ହାସଲ ପାଇଁ ସ୍ଥିର କରିଛୁ । ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଜି ଭାରତ ବିଶ୍ୱର ପାଂଚଟି ଦେଶ ମଧ୍ୟରେ ରହିଛି ଓ ଆମ ଦେଶ ୨୦୭୦ ସୁଦ୍ଧା ନେଟ ଜିରୋ ଲକ୍ଷ୍ୟ ହାସଲ କରିବ । ଭାରତ ଚୁକ୍ତି ଯଥା ଆନ୍ତର୍ଜାତିକ ସୌର ଚୁକ୍ତି, ସିଡିଆରଆଇ ଏବଂ ଶିଳ୍ପ ଅବସ୍ଥାନ୍ତର ଗ୍ରୁପ ନେତୃତ୍ୱ ଯୋଗୁଁ ଏହାର ଅଂଶୀଦାରଙ୍କ ସହ ସଂଯୋଗ ରକ୍ଷା କରୁଥିବାରୁ ଶ୍ରୀ ମୋଦି ଏଥିନେଇ ଆଶାବାଦୀ ଥିବା ପ୍ରକାଶ କରିଥିଲେ ।

“ଭାରତ ଏକ ବୃହତ-ବିବିଧତାର  ଦେଶ” ବୋଲି କହି ପ୍ରଧାନମନ୍ତ୍ରୀ ଜୈବ ବିବିଧତା ସଂରକ୍ଷଣ, ନିରାପତ୍ତା, ପୁନରୁଦ୍ଧାର ଓ ସମୃଦ୍ଧି ଦେଇ  ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ନିଆ ଓ ଖଣି ଖାଦାନ ଯୋଗୁଁ ପ୍ରଭାବିତ ପ୍ରାକୃତିକ ଦୃଶ୍ୟ ରାଜିର ପୁନରୁଦ୍ଧାରକୁ ଗାନ୍ଧିନଗର ରୋଡ ମ୍ୟାପ ଓ ଫ୍ଲାଟଫର୍ମ ତ୍ୱରାନ୍ୱିତ କରିବାରେ ବୈଠକରେ ସ୍ୱୀକୃତି ଦିଆଯାଇଥିବାରୁ ସେ ଆନନ୍ଦ ପ୍ରକଟ କରିଥିଲେ । ସେ ନିକଟରେ ଆରମ୍ଭ କରାଯାଇଥିବା ଆନ୍ତର୍ଜାତିକ ରାମସାର ଚୁକ୍ତି ଯାହାକି ଧରିତ୍ରୀ ପୃଷ୍ଠରେ ସାତଟି ବିଗ କ୍ୟାଟକୁ ସୁରକ୍ଷା ଦେବା ନେଇ ଉଦ୍ଦିଷ୍ଟ ଓ ଏକ ଅଗ୍ରଣୀ ସଂରକ୍ଷଣ ପଦକ୍ଷେପ ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଅବତାରଣା କରିଥିଲେ । ବ୍ୟାଘ୍ରପ୍ରକଳ୍ପ ଯୋଗୁଁ ଆଜି ବିଶ୍ୱର ଶତକଡା ୭୦ଭାଗ ବାଘ ଭାରତରେ ଅଛନ୍ତି ବୋଲି ଶ୍ରୀ ମୋଦି ଜଣାଇଥିଲେ । ସିଂହ ଓ ଡଲଫିନ ପ୍ରକଳ୍ପ ନେଇ କାର୍ଯ୍ୟ ଚାଲିଥିବା ସେ କହିଥିଲେ ।

ଭାରତର ପଦକ୍ଷେପ ଗୁଡିକ ଜନସାଧାରଣଙ୍କ ଯୋଗଦାନ ଯୋଗୁଁ ହେଉଥିବାରୁାପ୍ରଧାନମନ୍ତ୍ରୀ ମିଶନ ଅମ୍ରିତ ସରୋବର ବିଷୟ କହିଥିଲେ । ଏହି ଅନନ୍ୟ ଜଳ ସଂରକ୍ଷଣ ଅଭିଯାନ ଦ୍ୱାରା ମାତ୍ର ବର୍ଷକ ମଧ୍ୟରେ  ଦେଶରେ ୬୩,୦୦୦ ଜଳାଶୟ ସୃଷ୍ଟି କରାଯାଇପାରିଛି । ଏହି ଅଭିଯାନ କେବଳ ପ୍ରଯୁକ୍ତି ଗତ  ସହାୟତା ଓ ଗୋଷ୍ଠୀଗତ ଯୋଗଦାନ ଯୋଗୁଁ ହୋଇପାରିଛି । ‘କ୍ୟାଚ ଦି ରେନ’ ଅଭିଯାନ ଦ୍ୱାରା ୨୮ହଜାରରୁ ଅଧିକ ଜଳ ଅମଳ ପ୍ରକଳ୍ପ ସୃଷ୍ଟି କରାଯାଇ ଜଳ ସଂରକ୍ଷଣ ହେଉଛି । ଏହା ବ୍ୟତୀତ ୨୫୦, ୦୦୦ ପୁନଃ ବ୍ୟବହାର ଓ  ରିଚାର୍ଜ ପ୍ରକଳ୍ପ ମଧ୍ୟ କରାଯାଇଛି ।

ଏ ସମସ୍ତ ସଫଳତା  ଜନ ସହଭାଗିତା ଯୋଗୁଁ ସମ୍ଭବ ହୋଇଛି ଓ ଶ୍ରୀ ମୋଦୀ ଏ ପ୍ରସଙ୍ଗ ନେଇ ନମାମି ଗଙ୍ଗେର ଉଦାହରଣ ଦେଇଥିଲେ । ନମାମି ଗଙ୍ଗେ ଅଭିଯାନ ଯୋଗୁଁ ଗଙ୍ଗା ନଦୀ ଜଳ ସ୍ୱଚ୍ଛ ହେବା ଫଳରେ ନଦୀରେ ଅନେକ ସ୍ଥାନରେ ଗାଙ୍ଗେୟ ଡଲଫିନ ଦୃଷ୍ଟି ଗୋଚର ହୋଇଛନ୍ତି । ରାମସାର ସାଇଟ୍‌ଭାବେ ପରିଚିତ ୭୫ଟି ଆଦ୍ରଭୂମି  ସଂରକ୍ଷଣ ପ୍ରକଳ୍ପ ଯୋଗୁ ଏସିଆରେ ସର୍ବବୃହତ ରାମସାର ସାଇଟ୍ ସୃଷ୍ଟି କରାଯାଇପାରିଛି ବୋଲି ସେ କହିଥିଲେ ।

କ୍ଷୁଦ୍ର ଦ୍ୱିପାଞ୍ଚଳ ରାଜ୍ୟକୁ ବୃହତ ମହାସାଗରୀୟ ଦେଶ ଭାବେ ଅବିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୁଦ୍ର ହେଉଛି ସେମାନଙ୍କ ପାଇଁ  ଆର୍ଥିକ ସମ୍ବଳ ଉତ୍ସ । ସେଥି ପାଇଁ ତିନି ଶହ କୋଟି ଲୋକଙ୍କ ଜୀବନ ଜୀବିକା ପୃଥିବୀରେ ଚଳିଥାଏ । ଏହା ବ୍ୟାପକ ଜୈବ ବିବିଧତାର ଘର ଓ ସେଥିରେ ମହାସାଗରୀୟ ସମ୍ବଳର ପରିଚାଳନା ଦାୟିତ୍ୱପୂର୍ଣ୍ଣ ଢଙ୍ଗରେ ହେବା ଦରକାର । ପ୍ରଧାନମନ୍ତ୍ରୀ ଜି-୨୦ରେ ନିରନ୍ତର ଓ ନମନୀୟ ମତ୍ସ୍ୟ ଓ ସାଗର ଭିତିକ ଅର୍ଥନୀତି ପ୍ରତି ସମ୍ବେଦନଶୀଳତା ଯୋଗୁଁ ଜି-୨୦ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ଘଟାଇବା ନେଇ ଏକ ଆଇନ ସମ୍ମତ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ଆଶା କରିଥିଲେ ।

ପ୍ରଧାନମନ୍ତ୍ରୀ ମିଶନ ଲାଇଫ ପରିବେଶ ସହ ଜୀବନ ଶୈଳୀ ଆରମ୍ଭ ଜାତିସଂଘ ମହାସଚିବଙ୍କ ସହ ଗତବର୍ଷ କରିଥିବା ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ମିଶନ ଲାଇଫ ଏକ ବୈଶ୍ୱିକ ଗଣଅଭିଯାନ ଭାବେ ବ୍ୟକ୍ତିଙ୍କୁ ସମ୍ବଳିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପରିବେଶର ସୁରକ୍ଷା ଓ  ସଂରକ୍ଷଣ ନିମନ୍ତେ ଇଙ୍ଗିତ ଦେବ । ଭାରତରେ ପରିବେଶ ବନ୍ଧୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଯେକୌଣସି ବ୍ୟକ୍ତି , କମ୍ପାନୀ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଦ୍ୱାରା କରାଯାଉଥିଲେ  ତାହାକୁ କେବେ ବି ଅଣଦେଖା କରାଯାଏ ନାହିଁ ।

ଗ୍ରୀନ କ୍ରେଡିଟ୍ ବର୍ତ୍ତମାନ ଘୋଷିତ ଗ୍ର୍ରୀନ କ୍ରେଡିଟ୍ କାର୍ଯ୍ୟକ୍ରମ ଅଧୀନରେ ଯିବ । ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ନିରନ୍ତର କୃଷି ଭଳି କାର୍ଯ୍ୟକଳାପ ବର୍ତ୍ତମାନ ବ୍ୟକ୍ତି, ସ୍ଥାନୀୟ ସଂସ୍ଥା ଓ ଅନ୍ୟମାନଙ୍କ  ନିମନ୍ତେ ରାଜସ୍ୱ ସୃଷ୍ଟି କରିପାରିବ ବୋଲି ସେ କହିଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଆମେ ଆମର ପ୍ରକୃତି ମାତା ପ୍ରତି କର୍ତ୍ତବ୍ୟକୁ ଭୁଲିବା ଅନୁଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକ ଉପଯୋଗୀ ଓ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । “ପ୍ରକୃତି ମାତା  କେବେ ବି ଖଣ୍ଡବିଖଣ୍ଡିତ କାର୍ଯ୍ୟ ଚାହେଁ ନାହିଁ, ସେ ଭଲପାଏ ‘ବସୁଧୈବ କୁଟୁମ୍ବ କମ୍‌”  । ଏକ ପୃଥିବୀ ,ଏକ ପରିବାର, ଗୋଟିଏ ଭବିଷ୍ୟତ” ବୋଲି କହି ଶ୍ରୀ ମୋଦୀ ତାଙ୍କ ଅଭିଭାଷଣର ପରିସମାପ୍ତି ଘଟାଇଥିଲେ ।

Categories
ବିଶେଷ ଖବର

ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର ସୌଧର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଉତ୍ସର୍ଗ କରିଛନ୍ତି। ସେ ଜି -୨୦ ମୁଦ୍ରା ଏବଂ ଜି -୨୦ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ସମ୍ମିଳନୀ କେନ୍ଦ୍ରର ନାମକରଣ “ଭାରତ ମଣ୍ଡପମ୍‌” ତଥା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହର ସାକ୍ଷୀ ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଥିବା ପ୍ରଗତି ମଇଦାନରେ ଥିବା ନୂତନ ଆଇଇସିସି ସୌଧ ଭାରତକୁ ଏକ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ପରିଣତ କରିବାରେ ସାହାଯ୍ୟ କରିବ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶର ନୂତନ ଉତ୍ସାହ ଏବଂ ମନୋବଳକୁ ସୂଚାଇବା ପାଇଁ ଏକ କବିତା ସହିତ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, ଭାରତ ମଣ୍ଡପମ୍ ହେଉଛି ଭାରତର ସାମର୍ଥ୍ୟ ଏବଂ ଦେଶର ନୂତନ ଶକ୍ତି ପାଇଁ ଆହ୍ୱାନ, ଏହା ଭାରତର ମହାନତା ଏବଂ ଇଚ୍ଛାଶକ୍ତିର ଏକ ନିଦର୍ଶନ ଅଟେ।

ପ୍ରଧାନମନ୍ତ୍ରୀ ଆଜି ସକାଳେ ଶ୍ରମିକଙ୍କୁ ଉତ୍ସାହିତ କରିଥିବା କଥା ମନେ ପକାଇ କହିଛନ୍ତି ଯେ ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ଦେଖିବାପରେ ସମଗ୍ର ଦେଶ ପ୍ରଭାବିତ ହୋଇଛି । ସେ ଭାରତ ମଣ୍ଡପମ ପାଇଁ ଦିଲ୍ଲୀବାସୀ ତଥା ପ୍ରତ୍ୟେକ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କାର୍ଗିଲ ବିଜୟ ଦିବସର ଐତିହାସିକ ଉତ୍ସବକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶ ତରଫରୁ କାର୍ଗିଲ ଯୁଦ୍ଧରେ ଭାରତ ପାଇଁ ପ୍ରାଣ ହରାଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଯେ “ଭାରତ ମଣ୍ଡପମ୍‌” ର ନାମକରଣ ପଛରେ ଭଗବାନ୍ ବାସଭେଶ୍ୱରଙ୍କ “ଅନୁଭବ ମଣ୍ଡପମ୍‌” ର ପ୍ରେରଣା ରହିଛି । ସେ କହିଛନ୍ତି ଯେ ଅନୁଭମ ମଣ୍ଡପମ୍ ବିତର୍କ ଏବଂ ଅଭିବ୍ୟକ୍ତିର ପରମ୍ପରାକୁ ପ୍ରତିନିଧିତ୍ୱ କରୁଛି । ସେ ମନେ ପକାଇ ଦେଇଛନ୍ତି ଯେ ଗଣତନ୍ତ୍ରର ଜନନୀ ଭାବରେ ଭାରତ ସ୍ୱୀକୃତିପ୍ରାପ୍ତ । ସେ ଏହି ପରି ଅନେକ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ଉଦାହରଣ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବାବେଳେ ଏହି ଭାରତୀ ମଣ୍ଡପମ୍‍ ଆମ ଗଣତନ୍ତ୍ର ପାଇଁ ଏକ ସୁନ୍ଦର ଉପହାର ଅଟେ । ସେ କହିଛନ୍ତି ଯେ ବର୍ତ୍ତମାନ ଠାରୁ କିଛି ସପ୍ତାହ ମଧ୍ୟରେ ଏହି ସ୍ଥାନରେ ଜି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ଯେତେବେଳେ ସମଗ୍ର ବିଶ୍ୱ ଭାରତର ପଦକ୍ଷେପ ଏବଂ ଅଭିବୃଦ୍ଧି ଦେଖିବାକୁ ପାଇବ ।

ଦିଲ୍ଲୀରେ ଏକ ବିଶ୍ୱ ସ୍ତରୀୟ ସମ୍ମିଳନୀ କେନ୍ଦ୍ରର ଆବଶ୍ୟକତା ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଆମକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ର୍ନିମାଣ କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଭାରତ ମଣ୍ଡପମ ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରଦର୍ଶକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ଏବଂ ଏହା ଭାରତରେ ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ମାଧ୍ୟମ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମଣ୍ଡପମ୍ ଦେଶର ଷ୍ଟାର୍ଟଅପ୍ ର ଦକ୍ଷତା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, କଳାକାର ଏବଂ ଅଭିନେତାମାନଙ୍କ ପ୍ରଦର୍ଶନର ସାକ୍ଷୀ ହେବ ଏବଂ ହସ୍ତତନ୍ତ କାରିଗରମାନଙ୍କ ଉଦ୍ୟମକୁ ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଭାରତ ମଣ୍ଡପମ ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର ଲୋକାଲ ଅଭିଯାନର ପ୍ରତିଫଳନ ହେବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତି ଠାରୁ ଆରମ୍ଭ କରି ପରିବେଶ, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ପାଇଁ ଏହି ସମ୍ମିଳନୀ କେନ୍ଦ୍ର ଏକ ମଣ୍ଡପ ଭାବରେ ଉଭା ହେବ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତ ମଣ୍ଡପମ୍ ଭଳି ଭିତ୍ତିଭୂମି ଦଶନ୍ଧି ପୂର୍ବରୁ ବିକଶିତ ହେବା ଉଚିତ ଥିଲା । ନ୍ୟସ୍ତ ସ୍ୱାର୍ଥର ବିରୋଧ ସତ୍ୱେ ଭିତ୍ତିଭୂମି ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଖଣ୍ଡବିଖଣ୍ଡିତ ଢଙ୍ଗରେ କାର୍ଯ୍ୟ କରି କୌଣସି ସମାଜ ଅଗ୍ରଗତି କରିପାରିବ ନାହିଁ । ସେ କହିଛନ୍ତି ଯେ ଭାରତ ମଣ୍ଡପମ୍ ଦୂରଦୂରାନ୍ତର କାର୍ଯ୍ୟଶୈଳୀର ଏକ ଉଦାହରଣ । ୧୬୦ ରୁ ଅଧିକ ଦେଶ ପାଇଁ ଇ-କନଫରେନ୍ସ ଭିସା ସୁବିଧା ଭଳି ପଦକ୍ଷେପ ବିଷୟରେ ସୂଚନା ଦେଇ ସେ ଏହା ବୁଝାଇଥିଲେ । ଦିଲ୍ଲୀ ବିମାନବନ୍ଦରର କ୍ଷମତା ୨୦୧୪ ର ୫ କୋଟିରୁ  ଆଜି ବାର୍ଷିକ ୭.୫ କୋଟିକୁ ବୃଦ୍ଧି ପାଇଛି । ଜିୱାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏହା ଆହୁରି ମଜବୁତ ହେବ । ଦିଲ୍ଲୀ ଏନସିଆରରେ ଥିବା ଆତିଥ୍ୟ ଶିଳ୍ପ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ସମଗ୍ର ଇକୋସିଷ୍ଟମ ସୃଷ୍ଟି କରିବାର ଏହା ଏକ ଯୋଜନାବଦ୍ଧ ଆଭିମୁଖ୍ୟକୁ ସୂଚିତ କରିଛି ବୋଲି ସେ କହିଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ରାଜଧାନୀ ନୂଆଦିଲ୍ଲୀରେ ହୋଇଥିବା ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନୂତନ ଭାବେ ଉଦଘାଟିତ ସଂସଦ ଭବନକୁ ଉଲ୍ଲେଖ କରି କହିଛନ୍ତି ଯେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ସୃଷ୍ଟି କରୁଛି । ସେ ଜାତୀୟ ଯୁଦ୍ଧ ସ୍ମାରକୀ, ପୋଲିସ ସ୍ମାରକୀ ଏବଂ ବାବା ସାହେବ ଆମ୍ବେଦକର ସ୍ମାରକୀ ଭଳି ସ୍ମାରକର ଉଦାହରଣ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ କର୍ତ୍ତବ୍ୟ ପଥକୁ ଘେରି ରହିଥିବା କାର୍ଯ୍ୟାଳୟ କୋଠାଗୁଡ଼ିକର ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି କାରଣ ସରକାର କାର୍ଯ୍ୟ ସଂସ୍କୃତି ତଥା କାର୍ଯ୍ୟ ପରିବେଶକୁ ପରିବର୍ତ୍ତନ କରିବାରେ ଉତ୍ସାହିତ କରୁଛନ୍ତି । ସେ ମଧ୍ୟ ପ୍ରଧାନ ମନ୍ତ୍ରୀ ସଂଗ୍ରହାଳୟ ଉପରେ ମତ ରଖିଛନ୍ତି ଯାହା ଭାରତ ପୂର୍ବରୁ ଦେଖିଥିବା ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ଜୀବନର ଝଲକ ଯୋଗାଇଥାଏ । ସେ ସୂଚନା ଦେଇଛନ୍ତି ଯେ ବିଶ୍ୱର ସର୍ବବୃହତ ସଂଗ୍ରହାଳୟ “ଯୁଗେ ଯୁଗେ ଭାରତ” ର ବିକାଶ କାଯ୍ୟ ନୂଆଦିଲ୍ଲୀରେ ଖୁବଶୀଘ୍ର ଆସୁଛି ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ବିକାଶ ପାଇଁ ଆମକୁ ବଡ଼ ଚିନ୍ତା କରିବାକୁ ହେବ ଏବଂ ବଡ ଲକ୍ଷ୍ୟ ହାସଲ କରିବାକୁ ପଡିବ । ସେଥିପାଇଁ ସେ କହିଛନ୍ତି, ଥିଙ୍କ୍‍ ବିଗ୍‌, ଡ୍ରିମ୍ ବିଗ୍‌, ଆକ୍ଟ ବିଗ୍ ନୀତି ସହ ଭାରତ ଆଗକୁ ବଢୁଛି । ସେ ବକ୍ତବ୍ୟ ଜାରି ରଖି କହିଛନ୍ତି ଆମେ ବଡ଼, ଉନ୍ନତ ଏବଂ ଗତିଶୀଳତା ସୃଷ୍ଟି କରୁଛୁ । ସେ ବିଶ୍ୱର ସର୍ବବୃହତ ସୌର-ପବନ ପାର୍କ, ସର୍ବୋଚ୍ଚ ରେଳ ବ୍ରିଜ, ଦୀର୍ଘତମ ଟନେଲ, ଉଚ୍ଚତମ ରାସ୍ତା, ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍‌, ଦୁନିଆର ଉଚ୍ଚତମ ପ୍ରତିମୂର୍ତ୍ତି ଏବଂ ଭାରତରେ ଏସିଆର ଦ୍ୱିତୀୟ ବୃହତ୍ତମ ରେଳ ପୋଲ ବିଷୟରେ ସେ କହିଥିଲେ । ସେ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ ।

ବର୍ତ୍ତମାନର ସରକାରଙ୍କ ଏହି କାର୍ଯ୍ୟକାଳ ଏବଂ ପୂର୍ବ କାର୍ଯ୍ୟକାଳର ବିକାଶର ସ୍ତମ୍ଭକୁ ସମଗ୍ର ଦେଶ ଦେଖୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶ ଯାତ୍ରା ବର୍ତ୍ତମାନ ଅଟକି ନାହିଁ । ୨୦୧୪ ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ସମୟରେ ଭାରତ ଦଶମ ବୃହତ୍ତମ ଅର୍ଥନୀତି ଥିଲା ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି । ଟ୍ରାକ୍ ରେକର୍ଡ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ତୃତୀୟ ଅବଧିରେ ଭାରତର ନାମ ବିଶ୍ୱର ଶ୍ରେଷ୍ଠ ୩ୟ ଅର୍ଥନୀତି ମଧ୍ୟରେ ରହିବ । ସେ କହିଛନ୍ତି ଯେ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ତୃତୀୟ ଅବଧିରେ ଭାରତର ବିକାଶ ଯାତ୍ରାର ଗତି ବହୁଗୁଣିତ ହେବ ଏବଂ ନାଗରିକମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପୁନଃ ର୍ନିମାଣର ଏକ ବିପ୍ଳବର ସାକ୍ଷୀ ରହିଛି ଯେପରି ଗତ ୯ ବର୍ଷ ମଧ୍ୟରେ ଭିତ୍ତିଭୂମି ର୍ନିମାଣରେ ୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚଳିତ ବର୍ଷ ମଧ୍ୟ ପୁଞ୍ଜି ବ୍ୟୟ ୧୦ ଲକ୍ଷ କୋଟି ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଭାରତ ଏକ ଅଭୂତପୂର୍ବ ଗତି ଏବଂ ମାପରେ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟର ରେଳ ଲାଇନର ବିଦ୍ୟୁତିକରଣ ହୋଇଛି ଯେତେବେଳେ ଏହା ପୂର୍ବରୁ ସାତ ଦଶନ୍ଧି ମଧ୍ୟରେ ମାତ୍ର ୨୦ ହଜାର କିଲୋମିଟର ହୋଇଥିଲା । ୨୦୧୪ ପୂର୍ବରୁ, ପ୍ରତି ମାସରେ ୬୦୦ ମିଟର ମେଟ୍ରୋ ଲାଇନ ବିଛାଯାଉଥିଲା, ଆଜି ପ୍ରତି ମାସରେ ୬ କିଲୋମିଟର ଲମ୍ବା ମେଟ୍ରୋ ଲାଇନ ବିଛାଯାଉଛି । ୨୦୧୪ ରେ କେବଳ ୪ ଲକ୍ଷ କିଲୋମିଟର ତୁଳନାରେ ଆଜି ଦେଶରେ ୭.୨୫ ଲକ୍ଷ କିଲୋମିଟର ଲମ୍ବା ଗ୍ରାମାଞ୍ଚଳ ରାସ୍ତା ରହିଛି । ବିମାନ ବନ୍ଦର ସଂଖ୍ୟା ପ୍ରାୟ ୭୦ ରୁ ପ୍ରାୟ ୧୫୦ କୁ ବୃଦ୍ଧି ପାଇଛି । ୨୦୧୪ ରେ କେବଳ ୬୦ ତୁଳନାରେ ସହରାଞ୍ଚଳ ଗ୍ୟାସ ବିତରଣ ୬୦୦ ସହରରେ ପହଞ୍ଚିଛି ।

ନୂତନ ଭାରତ ଆଗକୁ ବଢୁଛି ଏବଂ ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଧ୍ୟାନ ଦେଉଛନ୍ତି । ସାମାଜିକ ଭିତ୍ତିଭୂମି ପାଇଁ ବଡ ପରିବର୍ତ୍ତନକାରୀ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ୧୬୦୦ ରୁ ଅଧିକ ସ୍ତରର ତଥ୍ୟ ରହିଛି ଏବଂ ଦେଶର ସମୟ ଏବଂ ଅର୍ଥ ସଞ୍ଚୟ କରିବାକୁ ଲକ୍ଷ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ୧୯୩୦ ଦଶକ ସମୟର ଧ୍ୟାନ ଆକର୍ଷଣ କରିଥିଲେ ଏବଂ କହିଥିଲେ ଯେ ଗତ ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଗୁରୁତ୍ୱପୂର୍ଣ ଥିଲା ଯେଉଁଠାରେ ଲକ୍ଷ୍ୟ ସ୍ୱରାଜ ଥିଲା । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆମର ଲକ୍ଷ୍ୟ ଏକ ସମୃଦ୍ଧ ଭାରତ, “ବିକଶିତ ଭାରତ” । ଭାରତ ସ୍ୱାଧୀନତା ହାସଲ କରିଥିବା ସ୍ୱରାଜ ଆନ୍ଦୋଳନର ଫଳାଫଳ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ବର୍ତ୍ତମାନ ଏହି ତୃତୀୟ ଦଶନ୍ଧିରେ ଆମର ଆଗାମୀ ୨୫ ବର୍ଷ ପାଇଁ “ବିକଶିତ ଭାରତ” ର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ନାଗରିକମାନଙ୍କୁ ଉତ୍ସାହିତ କରିଥିଲେ । ଅଭିଜ୍ଞତା ଅନୁଯାୟୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ଆଗରେ ଅନେକ ସଫଳତାର ସାକ୍ଷୀ ରହିଛନ୍ତି ଏବଂ ଦେଶର ଶକ୍ତି ବିଷୟରେ ଅବଗତ ଅଛନ୍ତି । ଭାରତ ଏକ ବିକଶିତ ଦେଶ ହୋଇପାରିବ! ଭାରତ ଦାରିଦ୍ର‌ ଦୂର କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନୀତି ଆୟୋଗଙ୍କ ଏକ ରିପୋର୍ଟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମାତ୍ର ୫ ବର୍ଷ ମଧ୍ୟରେ ଭାରତରେ ୧୩.୫ କୋଟି ଲୋକ ଦାରିଦ୍ର‌ ଭିତରୁ ବାହାରି ଆସିଛନ୍ତି । ସେ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ ଅନ୍ତର୍ଜାତୀୟ ସଂଗଠନ ଭାରତରେ ଦାରିଦ୍ର ଦୂରକୁ ଅନୁଭବ କରିଛନ୍ତି ଏବଂ ଗତ ୯ ବର୍ଷ ମଧ୍ୟରେ ସରକାର ଗ୍ରହଣ କରିଥିବା ନୀତି ଏବଂ ନିଷ୍ପତ୍ତିଗୁଡିକୁ ଶ୍ରେୟ ଦେଇଛନ୍ତି ।

ସ୍ୱଚ୍ଛ ଉଦ୍ଦେଶ୍ୟ ଏବଂ ସଠିକ୍ ନୀତିର ଅ।ବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଜି -୨୦ କୁ ଏକ ଉଦାହରଣ ଭାବରେ ଦର୍ଶାଇଛନ୍ତି । ସେ କହିଛନ୍ତି, ଆମେ ଜି -୨୦ କୁ କେବଳ ଗୋଟିଏ ସହର କିମ୍ବା ଗୋଟିଏ ସ୍ଥାନରେ ସୀମାବଦ୍ଧ କରିନାହୁଁ । ଆମେ ଜି -୨୦ ବୈଠକଗୁଡ଼ିକୁ ଦେଶର ୫୦ ରୁ ଅଧିକ ସହରକୁ ନେଇଥିଲୁ । ଆମେ ଏହା ମାଧ୍ୟମରେ ଭାରତର ବିବିଧତା ପ୍ରଦର୍ଶନ କରିଛୁ । ଭାରତର ସାଂସ୍କୃତିକ ଶକ୍ତି କ’ଣ, ଭାରତର ଐତିହ୍ୟ କ’ଣ ଆମେ ତାହା ବିଶ୍ୱକୁ ଦେଖାଇଛୁ ।  ଜି -୨୦ ଅଧ୍ୟକ୍ଷତା ସଂକ୍ରାନ୍ତରେ ଅଧିକ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସିଦ୍ଧାନ୍ତ ଦେଇଛନ୍ତି, ଜି -୨୦ ବୈଠକ ପାଇଁ ଅନେକ ସହରରେ ନୂତନ ସୁବିଧା ର୍ନିମାଣ କରାଯାଇଥିଲା ଏବଂ ପୁରୁଣା ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଥିଲା । ଏହା ଦେଶ ତଥା ଦେଶର ଲୋକଙ୍କୁ ଉପକୃତ କରିଥିଲା । ଏହା ଏକ ଉତ୍ତମ ଶାସନ । ଦେଶ ପ୍ରଥମ, ନାଗରିକ ପ୍ରଥମ ଉତ୍ସାହକୁ ଅନୁସରଣ କରି ଆମେ ଭାରତକୁ ବିକଶିତ କରିବାକୁ ଯାଉଛୁ ।

ଏହି ଅବସରରେ କେନ୍ଦ୍ର ବ୍ୟାପାର ଏବଂ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ଅଗ୍ରଣୀ ଶିଳ୍ପ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଗତି ମଇଦାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସଂକଳ୍ପବଦ୍ଧତାକୁ ଦର୍ଶାଇଛି । ପ୍ରଗତି ମଇଦାନରେ ପୁରାତନ ତଥା ପୁରୁଣା ସୁବିଧାଗୁଡ଼ିକର ନବୀକରଣ କରିଥିବା ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି । ପାଖାପାଖି ୧୨୩ ଏକର ପରିମିତ ଏକ ଅଞ୍ଚଳ ସହିତ, ଆଇଇସିସି ସୌଧ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସ୍ଥଳ ଭାବରେ ବିକଶିତ ହୋଇଛି । କାର୍ଯ୍ୟକ୍ରମ ଗୁଡିକ ପାଇଁ ଉପଲବ୍ଧ ଆବୃତ ସ୍ଥାନ ଦୃଷ୍ଟିରୁ, ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ ପାଇଛି । ପ୍ରଗତି ମଇଦାନରେ ନୂତନ ଭାବରେ ବିକଶିତ ଆଇଇସିସି ସୌଧରେ ସମ୍ମିଳନୀ କେନ୍ଦ୍ର, ପ୍ରଦର୍ଶନୀ ହଲ୍‌, ମୁକ୍ତାକାଶ ମଞ୍ଚ ଭଳି ଏକାଧିକ ଅତ୍ୟାଧୁନିକ ସୁବିଧା ରହିଛି ।

ସମ୍ମିଳନୀ କେନ୍ଦ୍ର ପ୍ରଗତି ମଇଦାନ ସୌଧର କେନ୍ଦ୍ରବିନ୍ଦୁ ଭାବରେ ବିକଶିତ ହୋଇଛି । ଏହା ଏକ ଚମତ୍କାର ବୃହତ ସ୍ଥାପତ୍ୟ, ବୃହତ ଆନ୍ତର୍ଜାତୀୟ ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଆଲୋଚନାଚକ୍ର, ସମ୍ମିଳନୀ ଏବଂ ଅନ୍ୟାନ୍ୟ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିକଳ୍ପିତ । ଏହା ଏକାଧିକ ବୈଠକ କକ୍ଷ, ବିଶ୍ରାମସ୍ଥଳ, ଅଡିଟୋରିୟମ୍‌, ମୁକ୍ତାକାଶ ମଞ୍ଚ ଏବଂ ବ୍ୟବସାୟ କେନ୍ଦ୍ର ସହିତ ସଜ୍ଜିତ ହୋଇଛି, ଯାହା ଏହାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସକ୍ଷମ କରିବ । ଏହାର ମହାନ୍ ବହୁ ଉଦ୍ଦେଶ୍ୟ ସାଧନ କରିପାରୁଥିବା ହଲ୍‍ ଏବଂ ପ୍ଲେନାରୀ ହଲର ମିଳିତ କ୍ଷମତା ସାତ ହଜାର ଲୋକଙ୍କ ପାଇଁ ରହିଛି, ଯାହା ଅଷ୍ଟ୍ରେଲିଆର ପ୍ରସିଦ୍ଧ ସିଡନୀ ଅପେରା ହାଉସର ବସିବା କ୍ଷମତାଠାରୁ ବଡ଼ ଅଟେ । ଏହାର ଚମତ୍କାର ମୁକ୍ତାକାଶ ମଞ୍ଚ ୩୦୦୦ ହଜାର ବ୍ୟକ୍ତିଙ୍କ ବସିବା କ୍ଷମତା ସହିତ ସଜ୍ଜିତ ହୋଇଛି ।

ସମ୍ମିଳନୀ କେନ୍ଦ୍ର ସୌଧର ସ୍ଥାପତ୍ୟ ଡିଜାଇନ୍ ଭାରତୀୟ ପରମ୍ପରାରୁ ଅନୁପ୍ରାଣିତ ହୋଇଛି ଏବଂ ଆଧୁନିକ ସୁବିଧା ତଥା ଜୀବନଶୈଳୀକୁ ଗ୍ରହଣ କରିବା ସହିତ ଅତୀତରେ ଭାରତର ଆତ୍ମବିଶ୍ୱାସ ଏବଂ ବିଶ୍ୱାସକୁ ଦର୍ଶାଉଛି । ସୌଧର ଆକୃତି ଶଙ୍ଖ (ଶଙ୍ଖ ସେଲ) ରୁ ଉତ୍ପନ୍ନ ହୋଇଛି, ସମ୍ମିଳନୀ କେନ୍ଦ୍ରର ବିଭିନ୍ନ କାନ୍ଥ ଏବଂ ପ୍ରବେଶ ସ୍ଥାନରେ “ସୂର୍ଯ୍ୟ ଶକ୍ତି” ସହିତ ଭାରତର ପାରମ୍ପାରିକ କଳା ଓ ସଂସ୍କୃତିର ଅନେକ ଉପାଦାନ ଚିତ୍ରିତ ହୋଇଛି ଯେଉଁଥିରେ ଭାରତର ସୌର ଶକ୍ତି ବ୍ୟବହାର କରିବାର ପ୍ରୟାସକୁ ଦର୍ଶାଯାଇଛି, ମହାକାଶରେ ଆମର ସଫଳତାକୁ ପାଳନ କରୁଥିବା ପଞ୍ଚ ମହାଭୂତ, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ ଆଦିକୁ ଦର୍ଶାଉଛି ।  ଆହୁରି ମଧ୍ୟ, ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ଚିତ୍ର ଏବଂ ଆଦିବାସୀ କଳା ସମ୍ମିଳନୀ କେନ୍ଦ୍ରର ଶୋଭା ବର୍ଦ୍ଧନ କରୁଛି ।

ସମ୍ମିଳନୀ କେନ୍ଦ୍ରରେ ଉପଲବ୍ଧ ଅନ୍ୟାନ୍ୟ ସୁବିଧା ମଧ୍ୟରେ ୫ଜି- ସଂଯୁକ୍ତ ସମ୍ପୂର୍ଣ୍ଣ ୱାଇ-ଫାଇ କ୍ୟାମ୍ପସ୍‌, ୧୦ଜି ଇଣ୍ଟରନେଟ୍ ସଂଯୋଗ, ୧୬ଟି ବିଭିନ୍ନ ଭାଷାକୁ ସମର୍ଥନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ ଅନୁବାଦ କକ୍ଷ, ବୃହତ ଆକାରର ଭିଡିଓ କାନ୍ଥ ସହିତ ଉନ୍ନତ ଏଭି ସିଷ୍ଟମ, ସର୍ବୋଚ୍ଚ କାର୍ଯ୍ୟକାରିତା ଏବଂ ଶକ୍ତି ଦକ୍ଷତା ସୁନିଶ୍ଚିତ କରୁଥିବା ସୌଧ ପରିଚାଳନା ବ୍ୟବସ୍ଥା ସହିତ ଆଲୋକୀକରଣ ଏବଂ ଅକ୍ୟୁପାନ୍ସି ସେନ୍ସର, ଅତ୍ୟାଧୁନିକ ଡିସିଏନ୍ (ଡାଟା କମ୍ୟୁନିକେସନ୍ ନେଟୱାର୍କ) ଆଦି ରହିଛି ।

ଏହାବାଦ୍‍ ଆଇଇସିସି ସୌଧରେ ସମୁଦାୟ ସାତୋଟି ପ୍ରଦର୍ଶନୀ ହଲ୍ ରହିଛି, ପ୍ରତ୍ୟେକ ପ୍ରଦର୍ଶନୀ, ବାଣିଜ୍ୟ ମେଳା ଏବଂ ବ୍ୟବସାୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁମୁଖୀ ସ୍ଥାନ ଭାବରେ କାର୍ଯ୍ୟ କରିବ । ପ୍ରଦର୍ଶନୀ ହଲ୍ ଗୁଡିକ ବିଭିନ୍ନ ପ୍ରକାରର ଶିଳ୍ପ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଉତ୍ପାଦ ଏବଂ ସେବା ପ୍ରଦର୍ଶନ ପାଇଁ ଡିଜାଇନ୍ କରାଯାଇଛି । ଏହି ଅତ୍ୟାଧୁନିକ ସଂରଚନାଗୁଡ଼ିକ ଆଧୁନିକ ଇଞ୍ଜିନିୟରିଂ ଏବଂ ସ୍ଥାପତ୍ୟର ଏକ ପ୍ରମାଣ ।

ଆଇଇସିସି ବାହାରେ ଥିବା ଅଞ୍ଚଳର ବିକାଶ ମଧ୍ୟ ସୁଚିନ୍ତିତ ଭାବରେ ଡିଜାଇନ୍ ହୋଇଛି ଯାହା ମୁଖ୍ୟ ସୌଧର ସୌନ୍ଦର୍ଯ୍ୟକୁ ପରିପୂର୍ଣ୍ଣ କରେ ଏବଂ ଏହି ପ୍ରକଳ୍ପରେ ହୋଇଥିବା ଯତ୍ନଶୀଳ ଯୋଜନା ଏବଂ ବିକାଶର ସାକ୍ଷୀ ।  ମୂର୍ତ୍ତି, ସ୍ଥାପନ ଏବଂ ମୂର୍ତ୍ତିଗୁଡ଼ିକ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶାଏ; ମ୍ୟୁଜିକାଲ୍ ଫାଉଣ୍ଟେନ୍ସ ଦର୍ଶନର ଏକ ଉପାଦାନ ଯୋଗ କରୁଛି; ଜଳାଶୟ, ହ୍ରଦ ଏବଂ କୃତ୍ରିମ ଝରଣା ପରି ଜଳାଶୟ ଏହି ଅଞ୍ଚଳର ଶାନ୍ତି ଏବଂ ସୌନ୍ଦର୍ଯ୍ୟକୁ ବଢାଇଥାଏ ।

ଆଇଇସିସିରେ ଭ୍ରମଣକାରୀଙ୍କ ସୁବିଧା ଏକ ପ୍ରାଥମିକତା, ୫୫୦୦ ରୁ ଅଧିକ ଗାଡି ପାର୍କିଂ ସ୍ଥାନ ଯୋଗାଣରେ ପ୍ରତିଫଳିତ ହୋଇଛି । ଟ୍ରାଫିକ ମୁକ୍ତ ରାସ୍ତା ଦେଇ ପ୍ରବେଶର ସହଜତା ନିଶ୍ଚିତ କରେ ଯେ ପରିଦର୍ଶକମାନେ କୌଣସି ଅସୁବିଧା ବିନା ଏଠାକୁ ଯାଇପାରିବେ । ଆହୁରି ମଧ୍ୟ, ସାମଗ୍ରିକ ଡିଜାଇନ୍ ଉପସ୍ଥିତ ଲୋକଙ୍କ ଆରାମ ଏବଂ ସୁବିଧାକୁ ପ୍ରାଥମିକତା ଦେଇଥାଏ, ଆଇଇସିସି ସୌଧ ମଧ୍ୟରେ ବାଧାମୁକ୍ତ ଗତିବିଧିକୁ ସୁଗମ କରିଥାଏ ।

ପ୍ରଗତି ମଇଦାନରେ ନୂତନ ଆଇଇସିସି ସୌଧର ବିକାଶ ଭାରତକୁ ବିଶ୍ୱ ବ୍ୟବସାୟ ସ୍ଥଳ ଭାବରେ ଆଗକୁ ନେବାରେ ସହାୟକ ହେବ । ଏହା ବାଣିଜ୍ୟ ଏବଂ ବ୍ୟବସାୟକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକର ଅଭିବୃଦ୍ଧିକୁ ସମର୍ଥନ କରିବ । ଏହା ମଧ୍ୟ ଜ୍ଞାନ ଆଦାନ ପ୍ରଦାନକୁ ସୁଗମ କରିବ ଏବଂ ସର୍ବୋତ୍ତମ ଅଭ୍ୟାସ, ବୈଷୟିକ ପ୍ରଗତି ଏବଂ ଶିଳ୍ପ ଧାରା ବିସ୍ତାରକୁ ଉତ୍ସାହିତ କରିବ । ପ୍ରଗତି ମଇଦାନରେ ଥିବା ଆଇଇସିସି ଆତ୍ମନିର୍ଭର ଭାରତର ଉତ୍ସାହ ଭାରତର ଅର୍ଥନୈତିକ ଏବଂ ବୈଷୟିକ ଉତ୍କର୍ଷର ଅନୁସରଣକୁ ଦର୍ଶାଉଛି ଏବଂ ଏହା ଏକ ନୂତନ ଭାରତ ଗଠନ ଦିଗରେ ଏକ ପଦକ୍ଷେପ ।

Categories
ବିଶେଷ ଖବର

ଜି-୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ସୋମବାର ଦିନ ଚେନ୍ନାଇ ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକକୁ ସମ୍ବୋଧିତ କରିଛନ୍ତି।

ଶ୍ରୀ ମିଶ୍ର ଚଳିତ ବର୍ଷ ଗାନ୍ଧୀ ନଗର ଠାରେ ଆୟୋଜିତ କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଠକ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସେବେଠାରୁ ବର୍ତ୍ତମାନ ସୁଦ୍ଧା ବ୍ୟାପକ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟ ହୋଇସାରିଛି। ସେ ସମ୍ପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଭୀଷଣ ଗ୍ରୀଷ୍ମ ଲହରୀ, କାନାଡା ଜଙ୍ଗଲରେ ନିଆଁ ଏବଂ ଏହାପରେ ଉତ୍ତର ଆମେରିକାର ବିଭିନ୍ନ ଭାଗରେ ସହରଗୁଡ଼ିକୁ ପ୍ରଭାବିତ କରୁଥିବା କୁହୁଡ଼ି ଏବଂ ଭାରତର ପୂର୍ବ ଓ ପଶ୍ଚିମ ଉପରେ ବଡ଼ ବାତ୍ୟା ଆଦିର ଉଦାହରଣ ଦେଇଥିଲେ। ୪୫ ବର୍ଷ ମଧ୍ୟରେ ଦିଲ୍ଲୀରେ ସବୁଠୁ ବଡ଼ ବନ୍ୟା ହୋଇଥିବା ପ୍ରମୁଖ ସଚିବ କହିଥିଲେ।

ପ୍ରମୁଖ ସଚିବ ଜୋର ଦେଇ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟର ପ୍ରଭାବ ବହୁତ ବ୍ୟାପକ ଏବଂ ପ୍ରକୃତି ସହ ଆପୋସ ଭାବେ ଜଡ଼ିତ, ଏହାର ପ୍ରଭାବ ବର୍ତ୍ତମାନ ସୁଦ୍ଧା ଆମେ ଅନୁଭବ କରିସାରିଲୁଣି। ବିଶ୍ୱ ସମ୍ମୁଖରେ ଦେଖା ଦେଉଥିବା ଆହ୍ୱାନ ଏବଂ ସମ୍ପୂର୍ଣ୍ଣ ପୃଥିବୀକୁ ପ୍ରଭାବିତ କରୁଥିବା ଜଳବାୟୁ ପରିବର୍ତ୍ତନକୁ ଧ୍ୟାନରେ ରଖି, ପ୍ରମୁଖ ସଚିବ ଜି୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ମହତ୍ୱ ଉପରେ ଆଲୋକପାତ କରିଥିଲେ। ତେବେ ଗୋଷ୍ଠୀ ବିଶେଷ ଅଗ୍ରଗତି ହାସଲ କରିଛି ଏବଂ ଭଲ ଧାରାରେ ରହିଛି ବୋଲି ପ୍ରମୁଖ ସଚିବ କହିଥିଲେ। ବିଶ୍ୱ ସମ୍ମୁଖରେ ଆସୁଥିବା ସମସ୍ୟା ଦୂର କରିବା ଲାଗି ମହତ୍ୱାକାଂକ୍ଷୀ ହେବା ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ, ବୃଦ୍ଧିଶୀଳ ପରିବର୍ତ୍ତନର ସମୟ ବିତିସାରିଛି। ଆମକୁ ସ୍ଥାନୀୟ, ଜାତୀୟ ଏବଂ ବିଶ୍ୱ ପ୍ରଣାଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଯାହାଫଳରେ ଏକ ନୂଆ ବିପର୍ଯ୍ୟୟ ବିପତ୍ତିକୁ ରୋକିବା ସହିତ ପୂର୍ବର ବିପତ୍ତି ମୁକାବିଲା କରିବା ନିମନ୍ତେ ଏକ ବ୍ୟବସ୍ଥା ସୃଷ୍ଟି ହୋଇପାରିବ।

ଜାତୀୟ ଓ ବିଶ୍ୱସ୍ତରୀୟ ପ୍ରୟାସରେ ସମନ୍ୱୟ ଆଣିବା ଲାଗି ସାମୂହିକ ପ୍ରୟାସକୁ ଆହୁରି ବ୍ୟାପକ କରିବା ଉପରେ ଶ୍ରୀ ମିଶ୍ର ଜୋର ଦେଇଥିଲେ। ସଂକୀର୍ଣ୍ଣ ସଂସ୍ଥାଗତ ଦୃଷ୍ଟିକୋଣ ଦ୍ୱାରା ପରିଚାଳିକ ଖଣ୍ଡିତ ପ୍ରୟାସ ପରିବର୍ତ୍ତେ ସମସ୍ୟା ସମାଧାନ ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ଆପଣାଇବା ଲାଗି ସେ ପରାମର୍ଶ ଦେଇଥିଲେ। ‘‘ସମସ୍ତଙ୍କ ପାଇଁ ଆଗୁଆ ଚେତାବନୀ’’ କାର୍ଯ୍ୟକ୍ରମ ପାଇଁ ମିଳିତ ଜାତିସଂଘ ମହାସଚିବଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ‘‘ଆଗୁଆ ଚେତାବନୀ ଓ ଆଗୁଆ ପଦକ୍ଷେପ’’କୁ ଜି୨୦ ପାଞ୍ଚଟି ପ୍ରାଥମିକତା ମଧ୍ୟରୁ ଗୋଟିଏ ଭାବେ ଗ୍ରହଣ କରିଛି ଏବଂ ଏଥିପାଇଁ ବିଶେଷ ଜୋର ଦେଉଛି।

ବିବର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ସବୁ ଦିଗରୁ ଢାଞ୍ଚାଗତ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉପରେ ପ୍ରମୁଖ ସଚିବ ଜୋର ଦେଇଥିଲେ। ସେ କହିଥିଲେ, ଗତ କିଛି ବର୍ଷ ମଧ୍ୟରେ ଭାରତରେ ଆମେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଅର୍ଥବିନିଯୋଗ ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛୁ। କେବଳ ବିପର୍ଯ୍ୟୟ ମୁକାବିଲା ନୁହେଁ ବରଂ ବିପର୍ଯ୍ୟୟ ପ୍ରଶମନ, ପ୍ରସ୍ତୁତି ଓ ପୁନରୁଦ୍ଧାର ପାଇଁ ଆମେ ଏକ ଆକଳନଯୋଗ୍ୟ ବ୍ୟବସ୍ଥା ପ୍ରତିଷ୍ଠା କରିଛୁ। ବିଶ୍ୱସ୍ତରରେ ଆମେ ଏପରି ବ୍ୟବସ୍ଥା କରିପାରିବା ନାହିଁ କି? ବୋଲି ସେ ପ୍ରଶ୍ନ କରିଥିଲେ। ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠିଯୋଗାଣର ସବୁ କ୍ଷେତ୍ରରେ ସମନ୍ୱୟ ଆଣିବା ଉପରେ ସେ ଜୋର ଦେଇଥିଲେ।

ସେ କହିଥିଲେ ଯେ, ଜଳବାୟୁ ପାଣ୍ଠି ଯୋଗାଣକୁ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣର ଏକ ପ୍ରମୁଖ ଅଙ୍ଗ ଭାବେ ସାମିଲ କରାଯିବା ଉଚିତ୍‌। ଏ କ୍ଷେତ୍ରରେ ଘରୋଇ ପାଣ୍ଠି ଯୋଗାଣ ପାଇଁ ବ୍ୟବସ୍ଥା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମିଶ୍ର ପ୍ରଶ୍ନ ଛଳରେ କହିଥିଲେ, ‘‘ସରକାର ଘରୋଇ ପାଣ୍ଠିଯୋଗାଣକୁ ଆକୃଷ୍ଟ କରିବା ଲାଗି କିଭଳି ପରିବେଶ ସୃଷ୍ଟି କରିବା ଉଚିତ? ଜି-୨୦ ଏ ଦିଗରେ କିପରି କାର୍ଯ୍ୟ କରିପାରିବ ଏବଂ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଣ୍ଠି ଯୋଗାଣକୁ କେବଳ କର୍ପୋରେଟ୍‌ ସାମାଜିକ ଉତ୍ତରଦାୟିତ୍ୱର ଅଭିବ୍ୟକ୍ତି ନୁହେଁ ବରଂ ସଂସ୍ଥାର ପ୍ରମୁଖ କାର୍ଯ୍ୟ ଭାବେ ଗ୍ରହଣ କରାଯାଇପାରିବ?’’

ଜି୨୦ ରାଷ୍ଟ୍ର, ମିଳିତ ଜାତିସଂଘ ଓ ଅନ୍ୟମାନଙ୍କ ସହଭାଗିତାରେ କିଛି ବର୍ଷ ପୂର୍ବରୁ ଗଠନ କରାଯାଇଥିବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ମେଣ୍ଟର ଲାଭ ଉପରେ ପ୍ରମୁଖ ସଚିବ ଆଲୋକପାତ କରିଥିଲେ। ମେଣ୍ଟର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ପ୍ରମୁଖ ସଚିବ କହିଥିଲେ ଯେ, ଏହା ଛୋଟ ଦ୍ୱୀପ ସମେତ ଅନ୍ୟ ଦେଶମାନଙ୍କୁ ଉନ୍ନତ ବିପତ୍ତି ଆକଳନ କରିବା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅଧିକ ବିପତ୍ତି ସଚେତନ ନିବେଶ କରିବା ଲାଗି ସଚେତନ କରିଥାଏ।

‘ମୁକାବିଲା ପାଇଁ ପ୍ରସ୍ତୁତି’ ଭଳି ଆମକୁ ଆର୍ଥିକ ବ୍ୟବସ୍ଥା, ସଂସ୍ଥାଗତ ବ୍ୟବସ୍ଥା ଓ କ୍ଷମତା ନିର୍ମାଣ ଜରିଆରେ ‘ପୁନରୁଦ୍ଧାର ପାଇଁ ପ୍ରସ୍ତୁତି’ ଉପରେ ଜୋର୍‌ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ସଚିବ କହିଥିଲେ।

କାର୍ଯ୍ୟଗୋଷ୍ଠୀର ପାଞ୍ଚଟି ପ୍ରାଥମିକତା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ଅଗ୍ରଗତିକୁ ନେଇ ପ୍ରମୁଖ ସଚିବ ସନ୍ତୋଷ ପ୍ରକାଶ କରିଥିଲେ। ଜି-୨୦ ଦେଶମାନଙ୍କ ପାଇଁ ବିପର୍ଯ୍ୟୟ ବିପତ୍ତି ହ୍ରାସ ଉପରେ ଅତି ସ୍ପଷ୍ଟ ଓ ରଣନୈତିକ ଏଜେଣ୍ଡା ଆଗକୁ ବଢ଼ୁଥିବା ସମ୍ପର୍କରେ ପ୍ରମୁଖ ସଚିବ ସୂଚନା ଦେଇଥିଲେ। ସମନ୍ୱୟ, ସହମତି ଏବଂ ସହଭାଗୀ ନିର୍ମାଣ ଭାବନା ନେଇ ଏହି କାର୍ଯ୍ୟଗୋଷ୍ଠୀ ଆଗକୁ ମଧ୍ୟ ବିଚାରବିମର୍ଶ ଜାରି ରଖିବ ବୋଲି ଶ୍ରୀ ମିଶ୍ର ବିଶ୍ୱାସ ପ୍ରକଟ କରିଥିଲେ।

ପୂର୍ବର ଜି୨୦ ଅଧ୍ୟକ୍ଷ ଇଣ୍ଡୋନେସିଆ, ଜାପାନ ଓ ମେକ୍ସିକୋ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା କାର୍ଯ୍ୟଧାରାକୁ ଭାରତ ଆଗେଇ ନେଉଥିବା ସେ କହିଥିଲେ। ପରବର୍ତ୍ତୀ ଅଧ୍ୟକ୍ଷ ବ୍ରାଜିଲ ମଧ୍ୟ ଏହାକୁ ଆଗେଇ ନେବ ବୋଲି ସେ ଆଶା ପ୍ରକଟ କରିଥିଲେ।

ପ୍ରମୁଖ ସଚିବ କହିଥିଲେ ଯେ, ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଗତ ଆଠ ମାସ ମଧ୍ୟରେ ଦେଶର ୫୬ଟି ସ୍ଥାନରେ ୧୭୭ଟି ବୈଠକ ଆୟୋଜନ କରାଯାଇଛି। ଏଥିରେ ସାରା ଦେଶ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ସେ କହିଥିଲେ ଯେ, ପ୍ରତିନିଧିମାନେ ଆଲୋଚନା ଓ ବୈଠକରେ ସକ୍ରିୟତାର ସହିତ ଭାଗ ନେବା ସହ ଭାରତର ସାମାଜିକ, ସାଂସ୍କୃତିକ ଓ ପ୍ରାକୃତିକ ବିବିଧତାକୁ ଉପଭୋଗ କରିପାରୁଛନ୍ତି। ଜି୨୦ ଲକ୍ଷ୍ୟ ପୂରଣ ଦିଗରେ ଯଥେଷ୍ଟ ପ୍ରଗତି ହୋଇଛି ଏବଂ ଆସନ୍ତା ଦେଢ଼ ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ନେତାମାନଙ୍କର ଶିଖର ସମ୍ମିଳନୀ ଏକ ଐତିହାସିକ ମୁହୂର୍ତ୍ତ ହେବ ବୋଲି ସେ କହିଥିଲେ।

ମିଳିତ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ମାମି ମିଜୁତୋରି, ଭାରତର ଜି୨୦ ଶେରପା ଅମିତାଭ କାନ୍ତ, ଜି୨୦ ସଦସ୍ୟ ଦେଶ, ନିମନ୍ତ୍ରିତ ଅତିଥି ଦେଶ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି, କାର୍ଯ୍ୟ ଗୋଷ୍ଠୀର ଅଧ୍ୟକ୍ଷ କମଳ କିଶୋର, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।