Categories
ଆଜିର ଖବର ଜାତୀୟ ଖବର

୮୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଗୋଖାଦ୍ୟ କାରଖାନାକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ସାବରକାଣ୍ଠା ଜିଲ୍ଲାର ହିମ୍ମତନଗରଠାରେ ୮୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଗୋଖାଦ୍ୟ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟ ବିଧାନସଭାର ବାଚସ୍ପତି ଶଙ୍କର ଚୌଧୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅମିତ ଶାହ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଶାବର ଡାଏରୀ ପ୍ରତିଷ୍ଠା ଆକାରରେ ରୋପଣ କରାଯାଇଥିବା ବୀଜ ଏବେ ବଟବୃକ୍ଷରେ ପରିଣତ ହୋଇଛି, ଯାହା ସାଢେ ତିନି ଲକ୍ଷରୁ ଅଧିକ ପରିବାରକୁ ଜୀବିକା ପ୍ରଦାନ କରୁଛି। ଶ୍ରୀ ଶାହ କହିଛନ୍ତି ଯେ ସେ ଆଜି ପ୍ରାଣୀପାଳନ ସହ ଜଡିତ କିଛି ମହିଳାଙ୍କୁ ମଧ୍ୟ ଭେଟିଥିଲେ, ଯେଉଁମାନେ ତାଙ୍କୁ ଶାବର ଡାଏରୀ ଏବଂ ଏହାର ଦୁଗ୍ଧ ବ୍ୟବସାୟ ଯୋଗୁଁ ସେମାନେ ବର୍ତ୍ତମାନ ସମ୍ମାନର ସହ ବଞ୍ଚିବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି।

ଦୁଗ୍ଧ ଉତ୍ପାଦନରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଆଜି ସମ୍ମାନିତ ହୋଇଥିବା ସମବାୟ ସଂସ୍ଥାଗୁଡ଼ିକ ମଧ୍ୟରେ ଦୁଗ୍ଧ ବ୍ୟବସାୟରୁ ଏକ କୋଟିରୁ ଅଧିକ ଟଙ୍କାର ଚେକ୍ ହାସଲ କରିଥିବା ଦୁଇଟି ସମବାୟ ସଂସ୍ଥା ରହିଥିବା କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି। ସମବାୟ ଦୁଗ୍ଧ ଆନ୍ଦୋଳନ କେବଳ ମହିଳାମାନଙ୍କୁ ସଶକ୍ତ କରିନାହିଁ ବରଂ ଗ୍ରାମାଞ୍ଚଳରେ ସମୃଦ୍ଧି ଆଣିଛି ଏବଂ ପୋଷଣ ପ୍ରଦାନ କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ସଫଳତା ଅମୁଲ ଦ୍ୱାରା ଆରମ୍ଭ ହୋଇଥିବା ଶ୍ୱେତ ବିପ୍ଳବର ପରିଣାମ ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ।

ଅମିତ ଶାହ କହିଥିଲେ ଯେ ସ୍ଥାନୀୟ ଗୃହପାଳିତ ପ୍ରାଣୀମାନଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ସାବରକାଣ୍ଠା ଡାଏରୀରେ ୨୧୦ କୋଟି ଟଙ୍କାର ଗୋଖାଦ୍ୟ କାରଖାନା ସ୍ଥାପନ କରାଯାଇଛି। ୧୯୭୬ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ସାବରକାଣ୍ଠା ଡାଏରୀ ଏହି ଗୋଖାଦ୍ୟ ପ୍ଲାଣ୍ଟ ଉଦଘାଟନ ପର୍ଯ୍ୟନ୍ତ ୨୦୫୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଉତ୍ପାଦନ କ୍ଷମତା ହାସଲ କରିପାରିଛି। ୧୯୭୦ ମସିହାରେ ଭାରତ ବର୍ଷକୁ ବ୍ୟକ୍ତି ପିଛା ମାତ୍ର ୪୦ କିଲୋଗ୍ରାମ କ୍ଷୀର ଉତ୍ପାଦନ କରୁଥିବା ବେଳେ ୨୦୨୩ରେ ଦେଶରେ ବର୍ଷକୁ ବ୍ୟକ୍ତି ପିଛା ୧୬୭ କିଲୋ ଗ୍ରାମ କ୍ଷୀର ଉତ୍ପାଦନ ହୋଇଥିଲା।

ଶ୍ରୀ ଶାହ ଗୁରୁତ୍ୱାରୋପ କରି କହିଥିଲେ ଯେ, ଏହାର ଅର୍ଥ ହେଉଛି ସମସ୍ତ ଦେଶ ମଧ୍ୟରେ ଭାରତର ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନ ହାରାହାରୀ ସର୍ବାଧିକ ଏବଂ ସମବାୟ ଆନ୍ଦୋଳନ ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଆଗାମୀ ଦିନରେ ଏହା କୃଷକମାନଙ୍କ ପାଇଁ ସମୃଦ୍ଧିର କାରଣ ହେବା ସହ ଦେଶ ଓ ବିଶ୍ୱର ନାଗରିକମାନଙ୍କୁ କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତ କରିବା ପାଇଁ ଏହା ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ ବୋଲି କହିବା ସହିତ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କୃଷକମାନଙ୍କୁ ପ୍ରାକୃତିକ ଚାଷ କରିବାକୁ ନିବେଦନ କରିଛନ୍ତି। ଜୈବିକ କୃଷି ଅତ୍ୟନ୍ତ ସରଳ ଏବଂ ଏହା ସମାଜର ଉଭୟ ସ୍ୱାସ୍ଥ୍ୟ ଓ ଆୟରେ ଉନ୍ନତି ଆଣିବାରେ ବହୁତ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ। ଜୈବିକ କୃଷି କରୁଥିବା କୃଷକମାନେ ଯେପରି ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସମବାୟ ଜୈବିକ ଲିମିଟେଡ୍ (ଏନସିଓଏଲ୍) ଏବଂ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (ଏନସିଇଏଲ୍) ପ୍ରତିଷ୍ଠା କରିଛନ୍ତି, ଯାହା କୃଷକମାନଙ୍କ ଠାରୁ ଜୈବିକ ଚାଷ ମାଧ୍ୟମରେ ଉତ୍ପାଦିତ ସାମଗ୍ରୀ କ୍ରୟ କରିବ ଏବଂ ରପ୍ତାନି କରିବ।

ଜୈବିକ କୃଷିର ପ୍ରଥମ ବର୍ଷରେ ଅମଳ ସାମାନ୍ୟ କମ୍ ହୋଇପାରେ, କିନ୍ତୁ ଦ୍ୱିତୀୟ ଓ ତୃତୀୟ ବର୍ଷରେ ଲାଭ ମିଳିବ ବୋଲି ଅମିତ ଶାହ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଜୈବିକ କୃଷି ଜିଆ ମାଧ୍ୟମରେ ମାଟିକୁ ସମୃଦ୍ଧ କରିଥାଏ ଏବଂ ଏଥିପାଇଁ କୀଟନାଶକର ଆବଶ୍ୟକତା ପଡିବ ନାହିଁ। ଗୁଜରାଟରେ ଏହି ପଦ୍ଧତିକୁ ବ୍ୟାପକ ଭାବେ ଗ୍ରହଣ କରାଯାଇଛି ଏବଂ ଦୁଗ୍ଧ କ୍ଷେତ୍ର ଏହାର କାର୍ଯ୍ୟକ୍ରମରେ ଜୈବିକ କୃଷି ଉପରେ ପ୍ରଶିକ୍ଷଣକୁ ଅନ୍ତର୍ଭୁକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୃହତ ପ୍ରାଣୀସମ୍ପଦ ଥିବା ଲୋକଙ୍କ ପାଇଁ ଗୋବର୍ଦ୍ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗୁଜରାଟର ଅନେକ ଡାଏରୀ ଗୋବର୍ଦ୍ଧନ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଗୋବର୍ଦ୍ଧନ ଯୋଜନା ମାଧ୍ୟମରେ ଉତ୍ପାଦିତ ଖତ ମାଟିକୁ ସମୃଦ୍ଧ କରିଥାଏ ବୋଲି ସେ କହିଛନ୍ତି।

ସେ ଦର୍ଶାଇଥିଲେ ଯେ ଯେତେବେଳେ ଡାଏରୀରୁ ସମବାୟ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେତେବେଳେ କେହି ଭାବି ନଥିଲେ ଯେ ଅମୁଲ ୬୦,୦୦୦ କୋଟି ଟଙ୍କାର ଏକ ବିଶାଳ ନେଟୱର୍କରେ ପରିଣତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୈବିକ କୃଷି ପଦ୍ଧତି ପ୍ରାରମ୍ଭରେ ବ୍ୟର୍ଥ ମନେ ହେଉଥିଲେ ମଧ୍ୟ ଶେଷରେ ଏହା ଭାରତୀୟ କୃଷକମାନଙ୍କ ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବିଶ୍ୱ ବଜାର ଖୋଲିବ ଏବଂ ଦେଶରେ ସମୃଦ୍ଧି ଆଣିବ।

ଅମିତ ଶାହ ଆଜି ଗାନ୍ଧୀନଗରରେ ଫିଲା ଭିଷ୍ଟା-୨୦୨୪ ଡାକ ଟିକଟ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ଐତିହାସିକ ସ୍ଥଳ ଦାଣ୍ଡି କୁଟୀର ସଂଗ୍ରହାଳୟରେ ଦାଣ୍ଡି ଯାତ୍ରାର ମହାନ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହାବ୍ୟତୀତ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସାନନ୍ଦରେ ଥିବା ଶେଲା ହ୍ରଦ ଏବଂ ପାର୍କକୁ ଉଦଘାଟନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାସାୟନିକ ମୁକ୍ତ ଜୈବିକ କୃଷି ପଦ୍ଧତି: ଛାତ ଓ ଘରୋଇ ବଗିଚାର ଉନ୍ନତି ବିଷୟରେ ଆଲୋଚନା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରର ପ୍ରେମ୍ ନଗର ସ୍ଥିତ ରୋଟାରୀ ହଲ୍ ଠାରେ ଛାତ ଉପରେ ଏବଂ ଘରୋଇ ବଗିଚା ଉପରେ ଏକ ଆଲୋଚନା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଯ଼ୋଜନ କରାଯାଇଥିଲା। ଓଡ଼ିଶାର ପାଞ୍ଚଟି ମନୋନୀତ ସହରରେ ଛାତ ବଗିଚା ଏବଂ ସହରାଞ୍ଚଳ ଉଦ୍ଯ଼ାନ କୃଷି ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ଅଭିନବ ପ୍ରକଳ୍ପ ଅଧୀନରେ କେନ୍ଦ୍ରୀ ଉଦ୍ଯ଼ାନ କୃଷି ପରୀକ୍ଷଣ ଷ୍ଟେସନ (ଆଇସିଏଆର-ଆଇଆଇଏଚଆର) ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ଡ. ପି. ଶ୍ରୀନିବାସ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ସହରରେ ଛାତ ଉପରେ ଏବଂ ଘରୋଇ ଉଦ୍ୟାନର ଗୁରୁତ୍ୱ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ।

ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ପକ୍ଷରୁ କୁହାଯାଇଛି ଯେ, ଜଣେ ସାଧାରଣ ଲୋକଙ୍କ ପାଇଁ ପ୍ରତ୍ୟେକ ଦିନ ହାରାହାରି ୪୦୦ ଗ୍ରାମର ପନିପରିବାର ଆବଶ୍ୟକତା ରହିଛି। ଏହା ସବୁ ଜୈବିକ କୃଷି ପଦ୍ଧତିରେ ଉତ୍ପାଦନ ଫଳ ପରିବାର ଆବଶ୍ୟକ।

ସେ ଆର୍କା ଭର୍ଟିକାଲ୍ ଗାର୍ଡେନ୍, ଆର୍କା ଫର୍ମେଣ୍ଟେଡ୍ କୋକୋପିଟ୍, ଆର୍କା ଡିକମ୍ପୋଜର୍, ଆର୍କା ଶସ୍ୟ ପୋଷକ୍ ରାସ୍, ଆର୍କା ଭେଜିଟେବଲ୍ ସ୍ପେଶାଲ୍, ଆର୍କା ମାଇକ୍ରୋବାୟଲ୍ କନ୍ସୋର୍ଟିୟମ୍, ଆର୍କା ଭେଜିଟେବଲ୍ ସିଡ୍ କିଟ୍ ଇତ୍ୟାଦିର ଅଭିନବ ଜ୍ଞାନ କୌଶଳ ବିଷୟରେ ପରାମର୍ଶ ଦେଇଥିଲେ।

ଏତଦବ୍ୟତୀତ ଏକ ସୁସ୍ଥ ଜୀବନଶୈଳୀ ପାଇଁ ତାଜା କୀଟନାଶକ ଅବଶିଷ୍ଟାଂଶ ମୁକ୍ତ ଜୈବିକ ପନିପରିବା ପାଇବା ପାଇଁ ଘରୋଇ ବଗିଚା କିପରି ଆବଶ୍ୟକ ତାହା ସେ ବର୍ଣ୍ଣନା କରିଥିଲେ। ବରିଷ୍ଠ ନାଗରିକ, ଗୃହିଣୀ ଏବଂ ଛୋଟ ପିଲାମାନଙ୍କୁ ଶାରୀରିକ ଏବଂ ମାନସିକ କାକାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉଦ୍ୟାନର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସେ ଖାଦ୍ୟ ମାଇଲ ହ୍ରାସ କରିବା, ଖାଦ୍ୟ ସୁଲଭତା ବୃଦ୍ଧି ଏବଂ ସହରୀ ଉତ୍ତାପ ଦ୍ୱୀପ ପ୍ରଭାବକୁ ହ୍ରାସ କରିବାର ଧାରଣା ବିଷଯ଼ରେ ବର୍ଣ୍ଣନା କରିଥିଲେ।

ସେ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ଘରୋଇ ବଗିଚା ପାଇଁ ଜୈବିକ ଘରୋଇ ବର୍ଜ୍ୟରୁ ଅତ୍ୟଧିକ ପୁଷ୍ଟିକର କମ୍ପୋଷ୍ଟ ପ୍ରସ୍ତୁତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଇନର ହ୍ବିଲ କ୍ଳବ୍ ବ୍ରହ୍ମପୁର ର ଆଇ .ପି.ପି. ରଞ୍ଜନା ମିଶ୍ର ସଂଯୋଜନା କରିଥିବା ବେଳେ ପଲ୍ ଚାରିଟି ନିର୍ଦ୍ଦେଶକ ରାଜୀବ ବିଶୋଇ, ବ୍ରହ୍ମପୁର ଇନର୍ ହ୍ଵିଲ କ୍ଳବ୍ ର ସଭାନେତ୍ରୀ ଜେ. ସୁଦ୍ଧା ରାଣୀ ତଥା ବହୁ ଅଂଶ ଗ୍ରହଣ କାରି ଯୋଗ ଦେଇ ରୁଫ୍ ଟପ୍ ଗାର୍ଡେନିଂ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ଜୈବିକ କୃଷି ସାମଗ୍ରୀର ଗୁଣବତ୍ତା ନିୟନ୍ତ୍ରଣ ଉପରେ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର (ଆରସିଓଏନଏଫ) ପକ୍ଷରୁ ୩ଟି ଜିଲ୍ଲା ଖୋର୍ଦ୍ଧା, କଟକ ଓ ପୁରୀର  କୃଷି ବିଭାଗ ଅଧିକାରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ଉଦଘାଟନୀ ଦିବସରେ ରାଜ୍ୟରେ ଜୈବିକ ଓ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଆରସିଓଏନଏଫର ଭୂମିକା ଏବଂ ଜୈବିକ ଫସଲ ଉତ୍ପାଦନରେ ଗୁଣାତ୍ମକ ଜୈବିକ ଇନପୁଟ୍ କିପରି ଭୂମିକା ଗ୍ରହଣ କରିଥାଏ ସେ ସମ୍ପର୍କରେ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଏସ୍‌. ଆର୍‌ ଇଙ୍ଗଲେ୍‌ ସୂଚନା ଦେଇଥିଲେ।

ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ଜୈବିକ ସାମଗ୍ରୀର ପରୀକ୍ଷଣ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଉପରେ ପ୍ରୟୋଗାତ୍ମକ ତାଲିମ ସହିତ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରି ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରୁଛି। ଜୈବିକ ଚାଷକୁ ଆପଣେଇବା ପାଇଁ ଓଡ଼ିଶାର ଜନସାଂଖ୍ୟିକ ସ୍ଥିତି ଅତ୍ୟନ୍ତ ଅନୁକୂଳ।

ଯୁଗ୍ମ ନିର୍ଦ୍ଦେଶକ (କ୍ୟୁସି ଆଣ୍ଡ ଇ) ବସନ୍ତ କୁମାର ଦେ ଓଡ଼ିଶାରେ ଜୈବିକ ଓ ପ୍ରାକୃତିକ କୃଷିର ଗୁଣାତ୍ମକ ଦିଗ ଏବଂ ପ୍ରୋତ୍ସାହନର ଯୋଜନା ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଜୈବିକ କୃଷିରେ ଜୈବିକ ଓ ଜୈବ ସାର ପରୀକ୍ଷା ଏବଂ ବ୍ୟବହାରର ନିୟମ ତଥା ଗୁରୁତ୍ୱ ସମ୍ପର୍କରେ ରାଜ୍ୟ ଜୈବ ରସାୟନବିତ୍‌ ଜେନାମଣି ବିବି ବିସ୍ତୃତ ଭାବେ ସୂଚନା ଦେଇଥିଲେ।

ଏହି ଅବସରରେ ବୈଜ୍ଞାନିକ ଅଧିକାରୀ ବିନୟ ଏମ୍. ଆର୍, ଡ. ଜୟନ୍ତ ରମଣ, ଧନେଶ ଶର୍ମା, ସୁମନ କୌର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କିଶାନ ଯୋଜନାରେ ଦେଶର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ୨୧ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଆଜି ୯ କୋଟି ୫୦ ଲକ୍ଷ ୬୭ ହଜାର ୬୦୧ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୨୦ ହଜାର ୬୬୭ କୋଟି ୭୫ ଲକ୍ଷ ୬୬ ହଜାର ଟଙ୍କାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି। ଏଥିରେ ଓଡ଼ିଶାର ୨୫ ଲକ୍ଷ ୯୦ ହଜାର ୩୧୫ ଜଣ ଚାଷୀ ଏହି ସହାୟତା ରାଶି ପାଇଛନ୍ତି ।

ଭିଡିଓ କନଫ୍ରେସିଂ ଯୋଗେ ଏହା ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ମତ ବିନିମୟ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପିଏମ କିଷାନ ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଉନାଓର ଚାଷୀ ଅରବିନ୍ଦଙ୍କୁ ପ୍ରଶଂସା କରିଥିଲେ । ଅରବିନ୍ଦ ତାଙ୍କ ଅଞ୍ଚଳର ଯୁବଶକ୍ତି ମାନଙ୍କୁ ଜୈବିକ କୃଷି ଓ ନୂତନ କୃଷି ପଦ୍ଧତି ସମ୍ପର୍କରେ ସମ୍ପର୍କରେ ଶିକ୍ଷା ଦେଉଛନ୍ତି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପାଟ୍ରିକଙ୍କୁ ବହୁଳଭାବେ ଜୈବିକ କୃଷି ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଅନନ୍ତପୁରର ଏନ. ଭେନୁରମ୍ମାଙ୍କୁ ୧୭୦ରୁ ଅଧିକ ଆଦିବାସୀ ଚାଷୀଙ୍କୁ ମାର୍ଗଦର୍ଶନ ଦେଉଥିବାରୁ ପ୍ରଶଂସା କରିଥିଲେ । ମେଘାଳୟର ପାର୍ବତ୍ୟାଂଚଳରେ ଅଦା, ହଳଦୀ, ଡାଲଚିନି ଇତ୍ୟାଦି ଚାଷ କରିଥିବା ପାଇଁ ସେ ରେଭିଷ୍ଟ୍ରାରଙ୍କ ପ୍ରଶଂସା କରିଥିଲେ ।

ସେ ମଧ୍ୟ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ନିବାସୀ ଖୁରସିଦ ଅହମ୍ମଦ ସିମଳାମିର୍ଚ୍, କଂଚାଲଙ୍କା ଓ କାକୁଡି ଜୈବିକ କୃଷି ପଦ୍ଧତିରେ ଉତ୍ପାଦନ କରିଛନ୍ତି ତାଙ୍କ ସହ ମତବିନିମୟ କରିଥିଲେ । ଏହି ଯୋଜନା ଅଧୀନରେ ଓଡିଶାରେ ୨୫ଲକ୍ଷ ୯୦ହଜାର ୩୧୫ଜଣ କୃଷକ ୭୨୦କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଆର୍ଥିକ ସହାୟତା ପାଇଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ଚାଷୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ମହାମାରୀ ସତ୍ୱେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ କରିବାକୁ ସେ କୃଷକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସରକାର ମଧ୍ୟ ପ୍ରତିବର୍ଷ ନ୍ୟୁନତମ ସହାୟକ ମୂଲ୍ୟ ପ୍ରଦାନ କରି ଖାଦ୍ୟଶସ୍ୟ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।

ଧାନ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି ହୋଇଥିବାବେଳେ, ଏବେ ଗହମ ସଂଗ୍ରହରେ ମଧ୍ୟ ନୂତନ ରେକର୍ଡ ହୋଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଏପର‌୍ୟ୍ୟନ୍ତ ଶତକଡା ଅଧିକ ଦଶଗୁଣ ଗହମ ସଂଗୃହୀତ ହୋଇଛି । ଏପର‌୍ୟ୍ୟନ୍ତ ଗହମର ସହାୟକ ମୂଲ୍ୟ ବାବଦ ୫୮ହଜାର କୋଟି ଟଙ୍କା ଚାଷୀମାନଙ୍କ ଖାତାରେ ସିଧାସଳଖ ପହଁଚି ପାରିଛି ।

ଚାଷର ନୂତନ ସମାଧାନ ପନ୍ଥା ଓ ସୁବିଧା ପ୍ରଦାନରେ ସରକାର ସବୁବେଳେ ଚେଷ୍ଟା କରି ଆସୁଛନ୍ତି । ଜୈବିକ କୃଷି ଏହି ପ୍ରଚେଷ୍ଟାର ଏକ ଅଂଶବିଶେଷ । ଜୈବିକ ଚାଷରୁ ଅଧିକ ଲାଭ ମିଳୁଥିବା ବେଳେ ବର୍ତ୍ତମାନ ଅଧିକରୁ ଅଧିକ ଯୁବଚାଷୀ ଏଥିରେ ଆଗ୍ରହ ଦେଖାଉଛନ୍ତି। ଏବେ ଗଙ୍ଗାନଦୀର ଉଭୟ ପାଶ୍ୱର୍ର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ଚାଷ କରାଯାଉଛି ଯାହା ଯୋଗୁଁ ନଦୀ ନିର୍ମଳ ରହିପାରିବ ।

ମହାମାରୀ କାଳରେ କିଶାନ କ୍ରେଡିଟ୍ କାର୍ଡ ସମୟ ସୀମା ବୃଦ୍ଧି କରାଯିବା ସହ କିସ୍ତି ନବୀକରଣ କାର‌୍ୟ୍ୟ ଜୁନ ୩୦ ତାରିଖ ପର‌୍ୟ୍ୟନ୍ତ ବଢାଯାଇଛି । ନିକଟ ଅତୀତରେ ଦୁଇ କୋଟିରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯାଇଥିବା ମୋଦୀ ପ୍ରକାଶ କରିଥିଲେ।