Categories
ଆଞ୍ଚଳିକ

ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମାଙ୍କ ଟାଙ୍ଗୀ ବ୍ଲକ ଗସ୍ତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଗାଁର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଗ୍ରାଉଣ୍ଡ ଜିରୋରେ କିଭଳି ବିକାଶ କାର୍ଯ୍ୟ ହେଉଛି, ତାହାକୁ ପରଖିବା ପାଇଁ ବିଭନ୍ନ ସଚିବ ମାନଙ୍କୁ ରାଜ୍ୟ ସରକାର ନୋଡାଲ ଅଫିସର ଭାବେ ନିଯୁକ୍ତ କରିଛନ୍ତି। ସଚିବମାନେ ମାସକୁ ମାସ ଜିଲ୍ଲା ଗସ୍ତ କରିବେ ଗାଁର ବିକାଶ ପରଖିବେ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ମହିଳା ଶିଶୁ ବିକାଶ ସଚିବ ଶୁଭା ଶର୍ମା ଆଜି ଦିନିକିଆ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଗସ୍ତ କରିଛନ୍ତି।  ଦିନିକିଆ ଗସ୍ତ କରି ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଗସ୍ତ କରିବା ସହ ରାଜ୍ୟସରକାଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ସ୍କୁଲ ପରିଦର୍ଶନ କରିଛନ୍ତି।

ଏହି ସମୟରେ ସେ ପ୍ରଥମେ ଟାଙ୍ଗୀ ବ୍ଲକ ରାମେଶ୍ୱର ପଞ୍ଚାୟତ ଗସ୍ତ କରିଥିଲେ। ରମେଶ୍ୱର ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ସହ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହା ପରେ ଲେଣ୍ଡୋ ପଞ୍ଚାୟତ ର ୫-ଟି ସ୍କୁଲ ପରିଦର୍ଶନ କରିଥିଲେ। ୫-ଟି ସ୍କୁଲ ପରିଦର୍ଶନ କରିବା ବେଳେ ବିଦ୍ୟାଳୟରେ ଥିବା ଇ ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ପରିଦର୍ଶନ କରି ପିଲାମାନଙ୍କ ସହ ଆଲୋଚନା କରିଥିଲେ।

ଏହା ସହିତ ୫- ଟି ଯୋଜନାରେ ହୋଇଥିବା ସ୍କୁଲକୁ ଶୁଭା ଶର୍ମା ଭୁରି ଭୁରି ପ୍ରଶଂସା କରିଥିଲେ। ସଚିବ ଶୁଭା ଶର୍ମାଙ୍କ ସହ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ବାଦଲ ମହନ୍ତି, ଟାଙ୍ଗୀ ବିଡ଼ିଓ ରେସ୍ମା ଟେଟେ ସାମିଲ ହୋଇଥିଲେ।

ଏହି ଅବସରରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା,  ଜିଲ୍ଲା ପରିଷଦ ସଦସ୍ୟ ବିଜୟକୁମାର ପାଲଟାସିଂ ସଚିବଙ୍କୁ ସ୍ୱାଗତ କରିଥିଲେ।