Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ତତଲା ବାଲିରେ ଛଟପଟ ହେଉଥିବା ଟିକି ଚଢେଇ ଉପରେ ପ୍ରଭୃଙ୍କ ଆର୍ଶିବାଦ, ନାରଦ ହେଲେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: କାହିଁକି କେଜାଣି ଗୋଟିଏ ଦିନ ପୃଥବୀକୁ ଯାଇ ଟିକିଏ ସମୁଦ୍ର କୂଳରେ ବୁଲିବା ପାଇଁ ନାରଦଙ୍କ ଇଚ୍ଛା ହେଲା। ଗ୍ରୀଷ୍ମ କାଳରେ ସୂର୍ଯ୍ୟଙ୍କ ତାପରୁ ରକ୍ଷା ପାଇବାକୁ ହେଲେ ସମୁଦ୍ର କୂଳଟି ହିଁ ଉପଯୁକ୍ତ। ଏହା ଭାବି ନାରଦ ସମୁଦ୍ରକୂଳରେ ବୁଲିବାକୁ ଲାଗିଲେ। ବହୁଦୂରରେ ସମୁଦ୍ର ଲହରି ଖେଳୁଛି। ଆଉ ଚାରିଆଡେ ଖାଲି ବାଲି ଆଉ ବାଲି।

ହଠାତ ଏକ ଟିକି ଚଢେଇ ଉପରେ ନାରଦଙ୍କ ନଜର ପଡିଲା। ସେ ଆଶ୍ଚର୍ଯ୍ୟ ହୋଇପଡିଲେ। କାରଣ ପ୍ରବଳ ଖରାରେ ସମୁଦ୍ର କୂଳରେ କୌଣସି ପକ୍ଷୀ ବୁଲୁ ନ ଥିବା ବେଳେ ଏ ଟିକି ଚଢେଇଟି କଣ କରୁଛି। ସେହି ସ୍ଥାନରେ ଗଛଟିଏ ମଧ୍ୟ ନାହିଁ ସେ କେମିତି ବଞ୍ଚିଛି। ଏହିପରି ଚିନ୍ତାରେ ନାରଦ ସେହି ଚଢେଇ ପାଖକୁ ଗଲେ। ଆଉ ପଚାରିଲେ ତୁ ଏତେ ଖରାରେ କାହିଁକି ବୁଲୁଛୁ।

ନାରଦଙ୍କ କଥା ଶୁଣି ଟିକି ଚଢେଇଟି କାନ୍ଦିବାକୁ ଲାଗିଲା। କହିଲା, ପ୍ରଭୃ, ଖାଦ୍ୟ ଖାଇବା ପାଇଁ ମୁଁ ଏହି ଏକାନ୍ତ ସ୍ଥାନରେ ବାସ କରୁଛି। ଅନ୍ୟସ୍ଥାନରେ ମୋତେ କେହି ରଖେଇ ଦେଉ ନାହାଁନ୍ତି। ମୋ ଉପରେ ଆକ୍ରମଣ କରୁଛନ୍ତି। ସେଥିପାଇଁ ମୁଁ ଏହି ଏକାକି ସ୍ଥାନରେ ରହିଛି। ହେଲେ ପ୍ରଭୃ ଏହି ସ୍ଥାନରେ କୌଣସି ଗଛଟିଏ ମଧ୍ୟ ନାହିଁ।  ଛାଇ ଟିକିଏ ମିଳୁ ନାହିଁ। ଖରାଦିନେ ଏହି ତତଲା ବାଲିରେ ଛିଡା ହେବାକୁ ପଡୁଛି। ଏହା ମୋ ପାଇଁ କଷ୍ଟକର। ଆପଣ ଦୟାକଲେ ଏହି ସ୍ଥାନରେ ଗୋଟିଏ ଗଛ ଲାଗିପାରନ୍ତା।

ନାରଦ କହିଲେ ତେବେ କୁହ ମୁଁ କଣ କରିପାରିବି। ଚଢେଇ କହିଲା ଆପଣ କେବଳ ନାରାୟଣଙ୍କୁ ମୋର ଦୁଃଖ କଥା ଜଣାଇ ଦିଅନ୍ତୁ। ସେ ଚାହିଁଲେ ସବୁ କିଛି ହୋଇ ପାରିବ। ଚଢେଇର ଦୁଃଖରେ ଦୁଃଖିତ ହୋଇପଡିଲେ ନାରଦ। ସାହାଯ୍ୟ କରିବାର ମନବୃତ୍ତି ତାଙ୍କ ମନ ମଧ୍ୟରେ ଉଦ୍ରେକ ହେଲା। ମୁଁ ନିଶ୍ଚିତ ନାରାୟଣଙ୍କୁ କହି କିଛି ବ୍ୟବସ୍ଥା କରିବି କହି ନାରଦ ସେଠାରୁ ଚାଲିଗଲେ। ନାରଦଙ୍କ ମୁହଁରୁ ଏପରି କଥା ଶୁଣି ପକ୍ଷୀଟି ଖୁସି ହୋଇଗଲା। ତାହାର ଦୁଃଖ ଦୂର ହେବ ବୋଲି ସେ ଭାବି ନେଲା।

ପକ୍ଷୀର ବିକଳ କଥା ଶୁଣି ନାରଦ ସିଧା ନାରାୟଣଙ୍କ ନିକଟକୁ ଗଲେ। କ୍ଷୀର ସମୁଦ୍ରର ନିଦ୍ରାଯାଇଥିବା ନାରାୟଣ ନାରଦଙ୍କ ଆସିବା ଜାଣି ଉଠିଲେ। ପଚାରିଲେ ନାରଦ କଣ ସବୁ ଖବର। ମୁଣ୍ଡ ନୁଆଁଇ ପ୍ରଣିପାତ କରି ନାରଦ ନିଜର ମନ କଥା ଜଣାଇଲେ। ପକ୍ଷୀର ବିକଳ ରୂପଟି ପ୍ରଭୃଙ୍କ ଆଗରେ ଉପସ୍ଥାପିତ କଲେ। ଅନୁରୋଧ କଲେ ପ୍ରଭୃ କଣ ଗୋଟିଏ ବ୍ୟବସ୍ଥା କରନ୍ତୁ ନଚେତ ପକ୍ଷୀଟି ନିଶ୍ଚିତ ମରିଯିବ।

ନାରାୟଣ କିଛି ସମୟ ନିରବ ରହିବା ପରେ କହିଲେ, ନାରଦ ସେହି ଚଢେଇକୁ ଯାଇ ତିନୋଟି କଥା କହିବ। ପ୍ରଥମ କଥା ହେଲା, ତା ଭାଗ୍ୟରେ ଛାଇ ନାହିଁ, ଦ୍ବିତୀୟରେ ସେ ଖରାଦିନେ ଗୋଟିଏ ଗୋଡ ବାଲିରେ ଆଉ ଗୋଟେ ଗୋଡ ଟେକିକି ରଖୁ। ତଳେ ଥିବା ଗୋଡଟି ତାତି ଗଲେ ଆର ଗୋଡଟି ତଳେ ଥୋଇ ଏହି ଗୋଡଟି ଉପରକୁ କରୁ। ଆଉ ଶେଷରେ ତାକୁ କହିବ ଯେ, ସେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରୁ। ଏହା କହି ନାରାୟଣ ନିଦ୍ରିତ ଅବସ୍ଥାକୁ ଗଲେ।

ଏପରି କଥା ଶୁଣି ନାରଦଙ୍କର ମନଦୁଃଖ ହେଲା। ସେ ମନେମନେ ନାରାୟଣଙ୍କ ଉପରେ କ୍ରୋଧିତ ହେଲେ। ସେ ଭାବିଲେ ଯେ ନାରାୟଣ ଏପରି କାହିଁକି କଲେ। ପ୍ରକୃତରେ ତାଙ୍କର କଣ ଗଛଟିଏ ଦେବାର କ୍ଷମତା ନାହିଁ ? ଏହିପରି ବିଭିନ୍ନ ପ୍ରଶ୍ନ ମଧ୍ୟରେ ଆନ୍ଦୋଳିତ ହୋଇ ସେ ସେହି ଚଢେଇ ପାଖରେ ଯାଇ ପହଁଞ୍ଚିଲେ। ହେଲେ କଣ ହେଲା କେଜାଣି ସେ ଆଉ ଚଢେଇ ପାଖକୁ ନ ଯାଇ ଫେରିଯିବାକୁ ନିଷ୍ପତି କଲେ। ହେଲେ ସ୍ବୟଂ ନାରାୟଣ ନିର୍ଦ୍ଦେଶ ଦେଇଛନ୍ତି ଚଢେଇକୁ ତିନୋଟି କଥା କହିବା ପାଇଁ। ଯଦି ନ କହିବି ତେବେ ହୁଏତ ନାରାୟଣ କ୍ଷୁବ୍ଧ ହେବେ।

ଏପରି ମନଦୁଃଖରେ ନାରଦ ସେହି ସମୁଦ୍ରକୂଳରେ ବୁଲୁଥିବା ବେଳେ ହଠାତ ଚଢେଇଟି ଖୁସି ହୋଇ ନାରଦଙ୍କ ପାଖକୁ ଚାଲିଆସିଲା। ନାରଦଙ୍କୁ ଦେଖି ଚଢେଇ କହିଲା, ଯାହା ହେଉ ଆପଣ ମୋ ପାଇଁ ବହୁତ ଉପକାର କଲେ। ନାରାୟଣ ନିଶ୍ଚିତ ଭାବେ ମୋ ଦୁଃଖ ବୁଝିଥିବେ। ଆଜିଠାରୁ ମୋର ଦୁଃଖ ଗଲା। ଏତିକି ଗୋଟିଏ ନିଃସ୍ବାସରେ କହି ଚଢେଇଟି ନାରଦଙ୍କ ମୁହଁକୁ ଅନାଇଲା। ହେଲେ ନାରଦ କିଛି କହିପାରିଲେ ନାହିଁ।

ନାରଦଙ୍କ ଏପରି ରୂପ ଦେଖି ଚଢେଇର ମନ ମଉଳିଗଲା। ସେ ବାରମ୍ବାର ନାରଦଙ୍କୁ ପଚାରିବାକୁ ଲାଗିଲା ଯେ, କୁହନ୍ତୁ ପ୍ରଭୃ କଣ କହିଲେ। କିଛି ସମୟ ନିରବତା ପରେ ନାରଦ କହିଲେ, ଆରେ ଚଢେଇ ପ୍ରଭୃ ତୋତେ ତିନୋଟି କଥା କହିବାକୁ କହିଛନ୍ତି। ପ୍ରଥମ କଥା ହେଲା ଯେ, ତୋ ଭାଗ୍ୟରେ ଛାଇ ନାହିଁ, ଦ୍ବିତୀୟ କଥା ହେଲା ତୁ ତତଲା ବାଲିରୁ ରକ୍ଷା ପାଇବା ପାଇଁ ଗୋଡ ଅଦଳବଦଳ କରି ଗୋଟିଏ ଗୋଡରେ ଛିଡା ହେବାକୁ କହିଲେ। ଏହାପରେ ନାରଦ ଯିବାକୁ ଉଦ୍ୟମ କଲେ। ହେଲେ ପକ୍ଷୀ କହିଲା ପ୍ରଭୃ ଶେଷ କଥାଟି କଣ କହିଲେନି।

ନାରଦ ଶେଷ କଥାଟି କହିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ। ତଥାପି ନାରାୟଣ କହିଥିବାରୁ ସେ କହିଲେ ଯେ, ତୁ ପ୍ରଭୃଙ୍କ ନିକଟରେ ନିଜକୁ ସମର୍ପଣ କର। ଭକ୍ତି କର। ଏତିକି ଗୋଟିଏ ନିଶ୍ବାସରେ କହି ନାରଦ ସେଠାରୁ ଉଭାନ ହୋଇ ଗଲେ। ହେଲେ ସେ ରାସ୍ତାରେ  ମନେମନେ ନାରାୟଣଙ୍କୁ ଗାଳି କରିବାରେ ଲାଗିଲେ। ନାରଦ ଭାବିଲେ କଣ ସ୍ବାୟଂ ନାରାୟଣ ଅକ୍ଷମ ହୋଇ ଗଲେଣି କି ?  ତାଙ୍କର କଣ ଗୋଟିଏ ଗଛ ଦେବାର କ୍ଷମତା ନାହିଁ।

ବହୁଦିନ ଯିବା ପରେ ନାରଦଙ୍କ ମନ କଣ ହେଲା କେଜାଣି ସେ ସେହି ପକ୍ଷୀଟିକୁ ଦେଖିବାକୁ ଆସିଲେ। ସେ ଭାବି ନେଲେ ଯେ ସେ ପକ୍ଷୀଟି ଆଉ ନ ଥିବ। ନିଶ୍ଚିତ ମୃତ୍ୟୁ ହୋଇଯାଇଥିବ। ହେଲେ ସେ ସମୁଦ୍ର କୂଳରେ ପହଁଞ୍ଚିବା ପରେ ସେଠାରେ ପରିବେଷ ଦେଖି ନାରଦ ଆଶ୍ଚର୍ଯ୍ୟ ହୋଇଗଲେ। ଦେଖିଲେ ସେଠାରେ ଗୋଟିଏ ଗଛ ନୁହେଁ ଏକ ଜଙ୍ଗଲ ସୃଷ୍ଟି ହୋଇଛି। ସେ କିଛି ଜାଣିପାରିଲେ ନାହିଁ। ଭାବିଲେ ସେ ହୁଏତ ଏକ ଭୁଲ ସ୍ଥାନକୁ ଆସିଛନ୍ତି। ହେଲେ ହଠାତ ସେହି ଟିକି ଚଢେଇଟି ସେଠାରେ ଉପସ୍ଥିତ ରହି ନାରଦଙ୍କ ଜୟ ଗାନ କଲା। ଆଉ କହିଲା ପ୍ରଭୃ ଆପଣଙ୍କ ଦୟାରେ ମୁଁ ଏକ ଜଙ୍ଗଲ ପାଇପାରିଛି। ମୁଁ ଏବେ ବେଶ୍ ଖୁସିରେ ଅଛି।

ନାରଦ କିଛି ଜାଣିପାରିଲେ ନାହିଁ। ସେ ରାଗ ତମତମ ହୋଇ ନାରାୟଣଙ୍କ ପାଖକୁ ଗଲେ। ଆଉ ନାରାୟଣଙ୍କୁ କ୍ରୋଧରେ କହିଲେ ପ୍ରଭୃ ଏ କଣ, ଆପଣ ମୋତେ ଛାଇ ତା ଭାଗ୍ୟରେ ନାହିଁ ବୋଲି କହିଲେ, ହେଲେ ସେଠାରେ ଆପଣ ଏକ ଜଙ୍ଗଲ କରିଦେଲେ। ନାରାୟଣ ହସିଲେ। କହିଲେ ଦେଖ ନାରଦ, ମୁଁ ତୁମକୁ ତିନୋଟି କଥା କହିଥିଲି। ତୁମେ ଦୁଇଟି କଥା ଉପରେ ଗୁରୁତ୍ବ ଦେଲ। ହେଲେ ଶେଷ କଥାଟିକୁ ଗୁରୁତ୍ବ ଦେଲ ନାହିଁ। ହେଲେ ସେ ଚଢେଇଟି ତୁମ କଥା ଅନୁସାରେ ଗୋଟିଏ ଗୋଡ ତଳେ ଆଉ ଗୋଟେ ଉପରେ ରଖି ମୋତେ ଧ୍ୟାନ କଲା। ସେ ଯେତେ ଥର ଗୋଡ ଅଦଳବଦଳ କଲା ସେତେଥର ଗୋଟେ ଗୋଟେ ନୂଆ ଗଛ ସୃଷ୍ଟି ହେଲା।

ନାରଦ, ସବୁବେଳେ ମନ ରଖ ଯାହାକୁ ଯାହା ଦିଆଯାଉଛି ସେ ସେତିକିରେ ସନ୍ତୁଷ୍ଠ ହେବା ଆବଶ୍ୟକ। କେବେ ହେଲେ ଦୁଃଖକୁ ଦଣ୍ଡ ବୋଲି ଭାବି ଉଚିତ ନୁହେଁ। ମୁଁ ଯେତେବେଳେ ଚଢେଇକୁ ଗୋଟିଏ ଗୋଡରେ ଛିଡା ହେବାକୁ କହିଥିଲି ସେତେବେଳେ ତୁମେ ଭାବିଲ ତାହା ଦଣ୍ଡ ଦିଆଗଲା ବୋଲି। ହେଲେ ସେ ଚଢେଇ ତାହାକୁ ଆଗ୍ରହରେ ଗ୍ରହଣ କରି ଧ୍ୟାନ କରି ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କଲା। ଫଳରେ ସେ ଯେତେଥର ଗୋଡ ଉପରକୁ ତଳକୁ କଲା ସେଥିରେ ସେତେଥର ଗୋଟିଏ ଗୋଟିଏ ଗଛ ସୃଷ୍ଟି ହେଲା। ତେଣୁ ଯିଏ ସବୁବେଳେ ସବୁ ସମୟକୁ ସାମନା କରି ଆଗ୍ରହର ସହ ତାହାକୁ ସ୍ବୀକାର କରିବ, ତେବେ ତାହାର କୌଣସି ଅସୁବିଧା ହେବ ନାହିଁ। କ୍ଷମା କରନ୍ତୁ ପ୍ରଭୃ, ନାରାୟଣ ନାରାୟଣ ନାରାୟଣ କହି ନାରଦ ସେଠାରୁ ବିଦାୟ ନେଲେ।

Categories
ଆଜିର ଖବର ଧର୍ମ ସଂସ୍କୃତି

ମହାଭାରତ ଯୁଦ୍ଧ ବେଳେ ସେହି ଟିକି ଚଢେଇ ଆଉ ତା’ ବସାରେ ସୁରକ୍ଷିତ ଥିବା ପୁରା ପରିବାର କଥା

ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ କରାଯାଉଥାଏ। ମହାଯୁଦ୍ଧର ପୂର୍ବ ଦିନ ଘଟଣା। ବିଶ୍ୱ ନିୟନ୍ତା ଲୀଳାମୟ ଶ୍ରୀକୃଷ୍ଣ ସାଥିରେ ଅର୍ଜୁନଙ୍କୁ ନେଇ ରଣକ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ବଡ ବଡ଼ ବୃକ୍ଷ ଗୁଡିକୁ ଧରାଶାୟୀ କରିବାକୁ ହସ୍ତୀ ମାନଙ୍କୁ ନିୟୋଜିତ ହୋଇଥାଏ। ଏକ ବିଶାଳ ବଟ ବୃକ୍ଷର ଶାଖାରେ ଭରତିଆ ଚଢେଇଟିଏ ବସା ବାନ୍ଧି ଶାବକ ମାନଙ୍କୁ ପାଳନ କରୁଥାଏ।

ଶାବକମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡିବା ଯୋଗ୍ୟ ନଥିଲେ। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ସେହି ବଟ ବୃକ୍ଷଟିକୁ ଧରାଶାୟୀ କଲା। ମାଆ ଚଢେଇର ବସାଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠରେ ପଡି ଭାଙ୍ଗିଗଲା। ହେଲେ ସୌଭାଗ୍ୟ ବଶତଃ ଚାରିଟି ଶାବକ ପିଲା ଅକ୍ଷତ ଅବସ୍ଥାରେ ପଡିଗଲେ। ମା ଚଢେଇଟି କାନ୍ଦି କାନ୍ଦି ଅତ୍ୟନ୍ତ ହତାଶ, ନିରାଶ ହୋଇ ଶ୍ରୀକୃଷ୍ଣଙ୍କ ରଥ ଉପରେ ବସିଗଲା। ମାୟାଧର ତାକୁ ବକ୍ରଦୃଷ୍ଟିରେ ଅନାଇ ଦେଲେ।

ବିଚରା ନିରୁପାୟ ପକ୍ଷୀଟି ଅଶୃତ ନୟନରେ ଆତୁର ହୋଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲା। ବିକଳରେ ଗୁହାରି କଲା, “ହେ ମହାଭାଗ, ବଟ ବୃକ୍ଷରେ ଥିବା ମୋ ଶ୍ରମରେ ତିଆରି ନୀଡ଼ଟି ଭାଙ୍ଗି ଯାଇଛି। ମୋର ଛୋଟ ଛୋଟ ପିଲାମାନେ ଅସହାୟ ହୋଇ ଭୂମି ଉପରେ ପଡିଛନ୍ତି। ଏବେ ତୁରନ୍ତ ନୀଡ଼ଟିଏ କରିବାକୁ ମୁଁ ଅକ୍ଷମ। କାଲି ଯୁଦ୍ଧ ଆରମ୍ଭ ହେଲେ ମୋ ପିଲାମାନେ ଅଶ୍ଵ ,ଗଜ ମାନଙ୍କ ପାଦ ତଳେ ବା ରଥ ଚକ ତଳେ ଚାପି ହୋଇ ପ୍ରାଣତ୍ୟାଗ କରିବେ। ମୁଁ ଏବେ କଣ କରିବି ପ୍ରଭୁ।”

ମାୟାଧର ପକ୍ଷୀଟିକୁ ସାନ୍ତ୍ୱନା ଆଳରେ କହିଲେ “ କାଳ ତା ବାଟରେ ଯିବ। ବିଧାତା ସମସ୍ତଙ୍କ ପାଇଁ ବିଧାନ ନିଶ୍ଚୟ କରିଛି। ତାହା ତ ଫଳିବ। ତାକୁ କେହି ଅଟକାଇ ପାରିବେ ନାହିଁ। ତାକୁ ମୁଁ ବା କିପରି ଅଟକାଇବି?

ଏହା ଶୁଣି ମା ଚଢେଇଟିର ଆଖିରୁ ଲୋତକର ଧାର ବୋହି ଚାଲିଲା। ନମ୍ର ଓ ବିନୟ ଭାବରେ ପାର୍ଥନା କଲା “ପ୍ରଭୁ ମୁଁ କାଳ, ବିଧାନ, ବିଧାତା କିମ୍ବା ଭାଗ୍ୟର କଥା ଜାଣି ନାହିଁ। ତେବେ ଏତିକି ନିଶ୍ଚୟ ଜାଣେ, ଆପଣ ହିଁ କାଳ ଚକ୍ରକୁ ନିୟନ୍ତ୍ରଣ କରନ୍ତି। ଆପଣ ହି ଭାଗ୍ୟର ନିଆନ୍ତା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଆପଣ ଚାହିଁଲେ ମୋ ପିଲାମାନଙ୍କୁ ରକ୍ଷା କରି ପାରିବେ। ମୁଁ ନିଶ୍ଚିତ ହୋଇ ମୋର ପିଲାମାନଙ୍କ ଭାଗ୍ୟ ଡୋରି ଆପଣଙ୍କ ହାତରେ ଅର୍ପଣ କରୁଛି ଓ ଆପଣଙ୍କ ଶରଣ ପଶୁଛି। ମୋ ଜୀବନ ପଛେ ଯାଉ ମୋ ପିଲାମାନଙ୍କୁ ରକ୍ଷାକର। ଏହି ଦାଇତ୍ୱ ଆପଣଙ୍କୁ ଦେଲି।

ମୃଦୁ ହାସ୍ୟରେ ଶ୍ରୀକୃଷ୍ଣ, ଭରତିଆ ଚଢେଇକୁ କହିଲେ “ ତୁମକୁ ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ମୋ କଥାରେ ଯଦି ରାଜି ତେବେ ମୁଁ କିଛି ସାହାଯ୍ୟ କରିବି। ଯେତେ କଷ୍ଟ ହେଲେ ବି ମୁଁ ସବୁ କରିବାକୁ ରାଜି ଅଛି ପ୍ରଭୁ, ଚଢେଇ କହିଲା। ଏହାପରେ ଶ୍ରୀକୃଷ୍ଣ ଚଢ଼େଇଟିକୁ କହିଲେ। ପିଲା ମାନଙ୍କୁ ଛାଡି ଆଜି କେବଳ ଗୋଟିଏ କାମ କର। ୨୦ ରୁ ୨୧ ଦିନ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ସଞ୍ଚୟ କରି ରଖ। ବାକି କଥା ମୋ ହାତ ରେ ଛାଡି ଦିଅ।

ରଥ ନେଇ ଶ୍ରୀକୃଷ୍ଣ ଶିବିରକୁ ଚାଲିଗଲେ ଅନ୍ୟାନ୍ୟ ପ୍ରସ୍ତୁତି ତଦାରଖ ପାଇଁ। ପରଦିନ ଯୁଦ୍ଧ ଆରମ୍ଭ ସମୟ ଉପନୀତ ହେଲା। ପ୍ରଭାତ ସମୟରେ ରଣକ୍ଷେତ୍ର ର ଉଭୟ ପାର୍ଶ୍ଵ ରେ ଅଗଣିତ ସୈନ୍ୟ ସାମନ୍ତ, ରଥାରୋହୀ, ଅଶ୍ଵାରୋହୀ, ପଦାତିକ ବାହୀନି ସହ ସୁସଜ୍ଜିତ ରଥ ଗୁଡିକରେ କୁରୁ ଓ ପାଣ୍ଡବ ପକ୍ଷର ଅନେକ ସେନା ଓ ସେନାପତି ମାନେ ଅବତୀର୍ଣ।

ଉଭୟ ପକ୍ଷରୁ ରଣଭେରୀ, ତୁରୀ ଓ ଶଙ୍ଖ ନାଦ ରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା। ଠିକ୍ ଏହି ସମୟରେ ସାରଥି ଶ୍ରୀକୃଷ୍ଣ ରଥରୁ ଅବତରଣ କରି ଦଣ୍ଡାୟମାନ ହେଲେ। ସେ ଅର୍ଜୁନ ଙ୍କୁ କହିଲେ “ପାର୍ଥ, ତୁମର ଗାଣ୍ଡୀବ ଧନୁ ଓ ଶରଟିଏ ମୋତେ ଦିଅ। ଅର୍ଜୁନ ହତ ଚକିତ ହୋଇଗଲେ, ଇୟେ କଣ ଶୁଣୁଛନ୍ତି! ଶ୍ରୀକୃଷ୍ଣ ଯେ ଆଦୌ ଅସ୍ତ୍ର ଧାରଣ କରିବେ ନାହିଁ କିମ୍ବା ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ନେବେ ନାହିଁ ବୋଲି ସର୍ତ ରଖିଥିଲେ! ନିରୁତ୍ତର ହୋଇ ଅର୍ଜ୍ଜୁନ ଧନୁ ଓ ଶରକୁ ବଢେଇ ଦେଲେ।

ଶ୍ରୀକୃଷ୍ଣ ଧନୁରେ ଶର ସଂଯୋଗ କରି ସୁଦୂରରେ ଥିବା କୌରବ ପକ୍ଷର ଏକ ବିଶାଳ ଗଜ ଆଡକୁ ଶର ନିକ୍ଷେପ କଲେ। ଶରଟି ଯାଇ ଗଜ ର ମସ୍ତକରେ ନ ବାଜି ତାର ବେକରେ ଝୁଲୁ ଥିବା ବିଶାଳକାୟ ଧାତବ ନିର୍ମିତ ଘଣ୍ଟିରେ ବାଜିଲା ଓ ତାହା ଛିଣ୍ଡି ଭୂମିରେ ପଡ଼ିଲା। ଏହା ଦେଖି ଅର୍ଜୁନ ଆଉ ସମ୍ଭାଳି ପରିଲେ ନାହିଁ। ପଚାରିଲେ “ ସଖା ଆପଣ ଏ କଣ କଲେ ? ମତେ କହିଥିଲେ ମୁଁ ଗଜ ଟିକୁ ଅନାୟାସ ରେ ନିହତ କରି ଦେଇଥାନ୍ତି। ଆପଣତ ଲକ୍ଷ୍ୟଚ୍ୟୁତ ହେଲେ?

ଶ୍ରୀକୃଷ୍ଣ ମୃଦୁ ହାସ୍ୟରେ ଅର୍ଜୁନ ଙ୍କୁ କହିଲେ “ପାର୍ଥ, ମୁଁ ନା ଯୁଦ୍ଧ କରୁଥିଲି ନା ଗଜକୁ ମାରିବାକୁ ଚେଷ୍ଟା କରୁଥିଲି? ଯୁଦ୍ଧ ତ ତୁମେ କରିବ। ଏବେ ମୁଁ କଣ କଲି ତାହା ତୁମେ ଯୁଦ୍ଧର ପରିସମାପ୍ତି ପରେ ଜାଣିବ। ତୁମେ ଯୁଦ୍ଧରେ ମନୋନିବେଶ କର।

୧୮ ଦିନ ର ମହାଭାରତ ଯୁଦ୍ଧ ସରିଲା। କୌରବମାନେ ପରାସ୍ତ ହେଲେ। ଯୁଧ୍ୟ ଶେଷ ହୋଇଗଲେ। ଯୁଧିଷ୍ଠିର ଏବେ ହସ୍ତିନାପୁର ର ସମ୍ରାଟ ହେବାକୁ ପଥ ପରିଷ୍କାର ହୋଇଗଲା। ତାହା ପରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ନେଇ କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳ ରେ ଉପନୀତ ହେଲେ। ଯେଉଁ ବିଶାଳ କୁରୁକ୍ଷେତ୍ର ପ୍ରାନ୍ତର ହଜାର ହଜାର ସୈନ୍ୟ, ରଥ, ହସ୍ତୀ, ଗଜ ମାନଙ୍କ ଚିତ୍କାର ରେ ପ୍ରକମ୍ପିତ ହଉଥିଲା ଏବେ ସେଠାରେ ଶ୍ମଶାନ ତୁଲ୍ୟ ଦୃଶ୍ୟ। କୁରୁକ୍ଷେତ୍ରର ଭୂମି ରକ୍ତ ରଞ୍ଜିତ ଖାଲି ଶବ, ଭଗ୍ନ ରଥ, ବର୍ଜିତ ଅସ୍ତ୍ର ଶସ୍ତ୍ର ଦୃଶ୍ୟମାନ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ବାଟରେ କଢେଇ ନେଲେ, ଯେଉଁଠି ସେଇ ବିଶାଳ ଧାତବ ଘଣ୍ଟିଟି ହସ୍ତୀର ବେକରୁ ଛିଡି ପଡିଥିଲା। ତାକୁ ଉଠେଇବାକୁ କହିଲେ ଅର୍ଜୁନଙ୍କୁ। ଅର୍ଜୁନ ତାହା ଉଠେଇଲା ମାତ୍ରେ ତାହା ଭିତରୁ ସେଇ ମା ଚଡେଇ ଟି ଓ ତାର ଚାରି ଶାବକ ଡେଣା ଝାଡ଼ି ଫୁଡ଼ ଫାଡ ହୋଇ ଉଡି ଆସିଲେ। ୧୮ ଦିନ କାଳ ଯୁଦ୍ଧର ବିଭୀଷିକା ମଧ୍ୟରେ ମଧ୍ୟ ସେମାନେ ସୁରକ୍ଷିତ ଥିଲେ ସେଇ ଘଣ୍ଟି ଭିତରେ! ଇତି ମଧ୍ୟରେ ଶାବକ ମାନଙ୍କ ଡେଣା ବି ବିକଶିତ ହୋଇ ସାରିଥାଏ। ସେମାନେ ଶ୍ରୀକୃଷ୍ଣଙ୍କ ପାଦ ତଳେ ପ୍ରଣାମ କରି କୃତଜ୍ଞତା ଜଣେଇ ମୁକ୍ତ ଆକାଶକୁ ଉଡି ଗଲେ ନୂତନ ଜୀବିକା ଓ ବାସ ସ୍ଥାନ ସନ୍ଧାନରେ।

ସାଂପ୍ରତିକ କରୋନା ଭଳି ମହା ଵିପତ୍ତି ସମୟରେ ଏହି ଶିକ୍ଷା ନେବା। ଏକ ମହାଯୁଦ୍ଧର ଅବତୀର୍ଣ ସାରା ପୃଥିବୀର ମାନବ ଜାତି। ଆମେ କାହିଁକି ଭାବିବା ନାହିଁ ଯେ ଘର ରୂପକ ଘଣ୍ଟି ଭିତରେ ସୁରକ୍ଷିତ ରହି ଆମେ ନିଜେ, ନିଜ ପରିବାର , ନିଜ ଗ୍ରାମ ଓ ଦେଶର ତଥା ସମସ୍ତ ମାନବ ଜାତିକୁ ସୁରକ୍ଷିତ ରଖିପାରିବା। ଏହି ଯୁଦ୍ଧ ନିଶ୍ଚିତ ସମାପ୍ତ ହେବ ଧର୍ମର ବିଜୟ ହେବ।

Categories
ଧର୍ମ ବିଶେଷ ଖବର