Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ୬ ଉପ-ମୁଖ୍ୟମନ୍ତ୍ରୀ ହେବେ କି? କଂଗ୍ରେସ ବିଧାୟକଙ୍କ ବଡ ଦାବି

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ବସଭରାଜ ରାୟାରେଡି ଆଜି ଏକ ବଡ଼ ଦାବି କରିଛନ୍ତି। ଶ୍ରୀ ରାୟାରେଡି କହିଛନ୍ତି ଯେ, ଆମେ ଆଉ ୫ ଜଣ ଉପ-ମୁଖ୍ୟମନ୍ତ୍ରୀ ହେବା ବିଷୟରେ ଆଲୋଚନା କରୁଛୁ। ଅନେକ ନେତା ଏହାକୁ ସମର୍ଥନ କରିଛନ୍ତି।

ବସଭରାଜ ରାୟାରେଡି କହିଛନ୍ତି ଯେ, ସିଦ୍ଧରମେୟା ସରକାରରେ ଆଉ ପାଞ୍ଚ ଜଣ ଡେପୁଟି ସିଏମ୍ କରିବାକୁ ପ୍ରସ୍ତାବ ଗୃହମନ୍ତ୍ରୀ ଜି ଅନୁମୋଦନ କରିଛନ୍ତି। ପରମେଶ୍ୱର ଏବଂ ଏମବି ପାଟିଲଙ୍କ ସମେତ ଅନେକ ନେତା ସମର୍ଥନ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଅତି କମରେ ପାଞ୍ଚଜଣ ଡେପୁଟି ସିଏମ୍ ନିଯୁକ୍ତ କରିବାକୁ ଆଲୋଚନା ଚାଲିଛି। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ।

ବସଭରାଜ ରାୟାରେଡି କହିଛନ୍ତି ଯେ, ଏକ ଉନ୍ନତ ପ୍ରଶାସନ ଚଳାଇବା ପାଇଁ ଅଧିକ ଡେପୁଟି ସିଏମ୍ ନିଯୁକ୍ତ କରିବାକୁ ସେ କେ.ଏନ୍ ରଜନାଙ୍କ ବିବୃତ୍ତିକୁ ସମର୍ଥନ କରୁଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ହାଇକମାଣ୍ଡଙ୍କ ଦ୍ୱାରା ନିଷ୍ପତ୍ତି ନେବାକୁ ପଡ଼ିବ। ବାସ୍ତବରେ ଡି.କେ ଶିବକୁମାର କର୍ଣ୍ଣାଟକ ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ। ଏଭଳି ପରିସ୍ଥିତିରେ ଯଦି ଆଉ ୫ ଜଣ ଉପ-ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ସମୁଦାୟ ୬ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ।

କେ.ଏନ୍ ରଜନା କ’ଣ କହିଥିଲେ?:

ନିକଟରେ କର୍ଣ୍ଣାଟକ ମନ୍ତ୍ରୀ କେ.ଏନ୍ ରାଜନା ଆହୁରି ତିନି ଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଁ ଦାବି କରିଥିଲେ। ସେ କର୍ଣ୍ଣାଟକର ତୁମ୍କୁରରେ କହିଥିଲେ ଯେ, “ଲୋକସଭା ନିର୍ବାଚନ ପାଖେଇ ଆସୁଛି, ଆମେ ଦେଖୁଛୁ ଏବଂ ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମର ଇଚ୍ଛା ହେଉଛି ଉପ-ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ପଦବୀ ଅନୁସୂଚିତ ଜାତି-ଜନଜାତିଙ୍କୁ, ଗୋଟିଏ ପଦବୀ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏବଂ ଗୋଟିଏ ପଦବୀ ବୀରଶୈବ ସମ୍ପ୍ରଦାୟର ଜଣେ ନେତାଙ୍କୁ ଦିଆଯାଉ।

Categories
ଜାତୀୟ ଖବର ବିଶେଷ ଖବର

ଯାହାଙ୍କୁ ‘ଅଯୋଗ୍ୟ’ ବୋଲି କହିଥିଲେ ଡି.କେ ଶିବକୁମାର, ସେ ଏବେ ସିବିଆଇର ନିର୍ଦ୍ଦେଶକ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩ ର ଫଳାଫଳ ପରେ କଂଗ୍ରେସ ଦଳ ଉପରେ ଅଧିକ ଆଲୋଚନା ହେଉଛି। ଏହା ସହିତ, ଅନ୍ୟ ଏକ ନାମ ଅଛି ଯାହା ଏହି ସମୟରେ ଆଲୋଚନାର ବିଷୟ ପାଲଟିଛି। ସେହି ନାମ ହେଉଛି ପ୍ରବୀଣ ସୁଦ। ବାସ୍ତବରେ, କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ରବିବାର ଦିନ ତାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସିବିଆଇର ଜଣେ ନୂତନ ନିର୍ଦ୍ଦେଶକ ନିଯୁକ୍ତ କରିବାକୁ ଶନିବାର ସନ୍ଧ୍ୟାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୁଡ ଏବଂ ବିରୋଧୀ ଦଳର ନେତା ଅଧିର ରଂଜନ ଚୌଧୁରୀ ଯୋଗ ଦେଇଥିଲେ। ଏହି ବୈଠକରେ ସିବିଆଇର ନୂତନ ନିର୍ଦ୍ଦେଶକ ବାଛିବା ପାଇଁ ନାମ ଆଲୋଚନା କରାଯାଇଥିଲା ଏବଂ ପରେ ପ୍ରବୀଣ ସୁଦଙ୍କ ନାମ ଉପରେ ମୋହର ବାଜିଥିଲା।

ଏହା ବ୍ୟତୀତ କର୍ଣ୍ଣାଟକରେ କଂଗ୍ରେସର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଡି.କେ ଶିବକୁମାର ପ୍ରବୀଣଙ୍କୁ ବହୁତ ସମାଲୋଚନା କରିଥିଲେ। ଡି.କେ ଶିବକୁମାର ତାଙ୍କୁ ‘ଅଯୋଗ୍ୟ’ ବୋଲି ମଧ୍ୟ କହିଥିଲେ। ଶିବକୁମାର କହିଥିଲେ ଯେ, ଆମର ଡିଜିପି ଏହି ପୋଷ୍ଟ ପାଇଁ ଯୋଗ୍ୟ ନୁହଁନ୍ତି। ସେ ତିନି ବର୍ଷ ଧରି ଡିଜିପି ରହିଆସିଛନ୍ତି, କିନ୍ତୁ ବିଜେପି କର୍ମୀଙ୍କ ପରି କାମ କରୁଛନ୍ତି। ତାଙ୍କ ବିରୁଦ୍ଧରେ ଏକ FIR ହେବା ଉଚିତ୍।

ଶିବକୁମାର ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ କର୍ମୀଙ୍କ ବିରୋଧରେ ଶ୍ରୀ ସୁଦ ୨୫ ଟି ମାମଲା ରୁଜୁ କରିଛନ୍ତି, କିନ୍ତୁ ବିଜେପି ନେତାଙ୍କ ବିରୋଧରେ ଗୋଟିଏ ବି ମାମଲା ନାହିଁ। ଆମେ ନିର୍ବାଚନ ଆୟୋଗଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛୁ। ସେ ପ୍ରବୀଣ ସୁଦଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ନିର୍ବାଚନ ପରେ ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ସୁଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିବକୁମାର କହିଛନ୍ତି।

୧୯୮୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦ ଦୁଇ ବର୍ଷ ଧରି ଏହି ପଦବୀରେ ରହିବାକୁ ଯାଉଛନ୍ତି। ଯଦିଓ ସେ ମେ ୨୦୨୪ ରେ ଅବସର ନେବାକୁ ଯାଉଥିଲେ, କିନ୍ତୁ ଏହି ନିଯୁକ୍ତି ପରେ ତାଙ୍କ କାର୍ଯ୍ୟକାଳ ମେ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେ ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲଙ୍କ ସ୍ଥାନ ଆସନ୍ତା ୨୫ ତାରିଖରେ ନେବେ। ମଧ୍ୟପ୍ରଦେଶର ପ୍ରବୀଣ ସୁଦଙ୍କ ବ୍ୟତୀତ ଡିଜିପି ସୁଧୀର କୁମାର ସକ୍ସେନାଙ୍କ, ତାଜ ହାସନଙ୍କ ନାମ ମଧ୍ୟ ଏହି ପଦ ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ହେଲିକପ୍ଟରର କକପିଟ୍ ୱିଣ୍ଡୋକୁ ଧକ୍କା ଦେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସର କର୍ଣ୍ଣାଟକ ପ୍ରଦେଶ ସଭାପତି ଡି.କେ ଶିବକୁମାରଙ୍କ ହେଲିକପ୍ଟର ଆଜି ଅପରାହ୍ନରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବାସ୍ତବରେ ହେଲିକପ୍ଟରର କକ୍ପିଟ୍ ୱିଣ୍ଡୋ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ଏହା ପରେ ହେଲିକପ୍ଟରକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା। କଂଗ୍ରେସ ନେତା ଶିବକୁମାର କୋଲାର ଜିଲ୍ଲାର ମୁଲବଗଲର ଏକ ସାଧାରଣ ସଭାରେ ଯୋଗଦେବାକୁ ଯାଉଥିଲେ।

ଏହି ଘଟଣା ସମ୍ପର୍କରେ ଡି.କେ ଶିବକୁମାର ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ‘ମୁଲବଗଲକୁ ଯିବା ବାଟରେ ଆମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ମୋର ସାଥୀ ଯାତ୍ରୀମାନେ ଆହତ ହୋଇଥିଲେ। ସମସ୍ତ ଜନତାଙ୍କ ଶୁଭେଚ୍ଛା ଯୋଗୁଁ ମୁଁ ସୁରକ୍ଷିତ, ଏବଂ ଜରୁରୀ ଅବତରଣ କରିବା ପାଇଁ ପାଇଲଟଙ୍କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ରାସ୍ତା ପଥରେ ମୁଲବଗଲକୁ ଯାତ୍ରା କରୁଥିବା ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ନେତା ଡି.କେ ଶିବକୁମାରଙ୍କୁ ସମନ: ଆସନ୍ତାକାଲି ହାଜର ହେବାକୁ ଇଡିର ଆଦେଶ

ନୂଆଦିଲ୍ଲୀ: ବିବାଦରେ ଥିବା କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଇଡି ସମନ କରିଛି। ଆଜି ସମନ ଜାରି କରି ଆସନ୍ତା ଅକ୍ଟୋବର ୭ ତାରିଖରେ ନୂଆଦିଲ୍ଲୀର ଇଡି ମୁଖ୍ୟାଳୟରେ ହାଜର ହେବାକୁ କେନ୍ଦ୍ରୀୟ ଏଜେନ୍ସି କହିଛି। କିନ୍ତୁ ଶିବକୁମାର ଆସନ୍ତାକାଲି ଇଡି କାର୍ଯ୍ୟାଳୟକୁ ଆସିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଅଧିକାରୀମାନେ ବୁଧବାର ଦିନ କଂଗ୍ରେସର କର୍ଣ୍ଣାଟକ ପ୍ରଦେଶ ସଭାପତି ଡି ଶିବକୁମାରଙ୍କ ପୈତୃକ ବାସସ୍ଥାନ ଏବଂ ତାଙ୍କ ସହ ଜଡିତ ଦଲିଲଗୁଡ଼ିକୁ ଯାଞ୍ଚ କରିଥିଲେ। ଏହି ସୂଚନା ଶିବକୁମାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିଲା।

ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ସିବିଆଇ ଶିବକୁମାରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା। କଂଗ୍ରେସ ନେତାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ସିବିଆଇ ଅଧିକାରୀମାନେ ବୁଧବାର ଦିନ ଡି.କେ. ଶିବାକୁମାରଙ୍କ କନକପୁରା, ଡୋଡଲହଲ୍ଲୀ, ସେଣ୍ଟେ କୋଡିହାଲ୍ଲୀ ଠାରେ ଥିବା ଶିବକୁମାରଙ୍କ ସମ୍ପତ୍ତି ଏବଂ ସେମାନଙ୍କ ସମ୍ବନ୍ଧୀୟ ଦଲିଲଗୁଡ଼ିକୁ ଯାଞ୍ଚ କରିଥିଲେ। ଏଥିରେ କୁହାଯାଇଛି ଯେ ସିବିଆଇ ଅଧିକାରୀମାନଙ୍କ ସହ କନକପୁରା ତହସିଲଦାର ଏବଂ ପୋଲିସ ଯାଇଥିଲେ।