Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ଦ୍ବିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ରାଷ୍ଟ୍ରପତି ଭାବେ ତାଙ୍କର ଐତିହାସିକ ଦ୍ବିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେ ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଏକାଠି କାମ କରିବୁ।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି:

“ମୋ ପ୍ରିୟ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ମୁଁ ଆନନ୍ଦିତ। ଐତିହସିକ ଦ୍ବିତୀୟ ପାଳି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି। ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେ ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଏକାଠି କାମ କରିବୁ।“

Categories
ଆଜିର ଖବର ଜାତୀୟ ଖବର

ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ପିଏମ ମୋଦୀ, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଦୁଇ ନେତା ପ୍ରଥମ ଥର ଫୋନରେ କଥା ହୋଇଛନ୍ତି। ଏହି ଫୋନ୍ କଲରେ ଦୁଇ ନେତାଙ୍କ ମଧ୍ୟରେ ଭାରତ-ଆମେରିକା ସମ୍ପର୍କ ଉପରେ ଆଲୋଚନା ହୋଇଥିଲା। କ୍ୱାଡର ପରବର୍ତ୍ତୀ ବୈଠକ ସହିତ ଉଭୟଙ୍କ ମଧ୍ୟରେ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଆମେରିକା ନିର୍ବାଚନରେ ​​ଟ୍ରମ୍ପଙ୍କ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ ଫୋନରେ କଥା ହୋଇଥିଲେ। ଟ୍ରମ୍ପଙ୍କ ବିଜୟରେ ପିଏମ ମୋଦୀ X ରେ ଲେଖିଛନ୍ତି ଯେ, ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋର ବହୁତ ଭଲ ବାର୍ତ୍ତାଳାପ ହୋଇଛି। ତାଙ୍କର ଅଦ୍ଭୁତ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ। ଟେକ୍ନୋଲୋଜି, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଆମେରିକା ପୁଣି ଥରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।

ଜାନୁୟାରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ନେଇ ବୈଦେଶିକ ମନ୍ତ୍ରୀ ଆମେରିକାରେ ପହଞ୍ଚିଥିଲେ। କୁହାଯାଉଛି ଯେ, ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ସମୟରେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସହମତି ପ୍ରକାଶ ପାଇଛି।

ପିଏମ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମଜବୁତ ସମ୍ପର୍କ ପଛରେ ଅନେକ କାରଣ ଅଛି। ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବାକୁ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ଆତଙ୍କବାଦ ମୁକାବିଲା ପାଇଁ ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ସମନ୍ୱୟ ‘ହାଓଡି ମୋଦୀ’ ଏବଂ ‘ନମସ୍ତେ ଟ୍ରମ୍ପ’ ଭଳି କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

Donald Trump Takes Oath: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

Donald Trump Takes Oath: ଡୋନାଲ୍ଡ ଟ୍ରମ୍ପ ଆଜି ୱାଶିଂଟନରେ ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ରାତି 10ଟା 30 ସେ ଶପଥ ନେଇଛନ୍ତି। ଶପଥଗ୍ରହଣ ଉତ୍ସବରେ ଟ୍ରମ୍ପ ତାଙ୍କର ଡାହାଣ ହାତକୁ ଉପରକୁ ଉଠାଇଥିଲେ ଏବଂ ବାମ ହାତକୁ ଆଧ୍ୟାତ୍ମିକ ଗ୍ରନ୍ଥ ମହାନ ବାଇବେଲ ଉପରେ ରଖି ଶପଥ ନେଇଥିଲେ।

ଟ୍ରମ୍ପ ଶପଥ ନେଇ କହିଥିଲେ:

“ମୁଁ ଗମ୍ଭୀରତା ଏବଂ ପୂର୍ଣ୍ଣ ନିଶ୍ଚିତତାର ସହିତ ଏହି ଶପଥ ଗ୍ରହଣ କରୁଛି ଯେ ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦକୁ ବିଶ୍ୱସନୀୟ ଭାବରେ ପାଳନ କରିବି। ମୁଁ ମୋର ସର୍ବତମ ଶକ୍ତିରେ ଆମର ରାଷ୍ଟ୍ର ସମ୍ବିଧାନକୁ ସୁରକ୍ଷିତ, ସଂରକ୍ଷିତ ଏବଂ ରକ୍ଷା କରିବାକୁ ଶପଥ କରୁଛି।”

ଏହି ଶପଥ ପରେ ସେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ। ଆମେରିକା ଜନସାଧାରଣଙ୍କ ମଧ୍ୟରେ ଏହି ଅବସର ଉତ୍ସାହ ଏବଂ ଉତ୍ସବରେ ମାହୋଲ ଦେଖାଯାଇଥିଲା। ବିଶ୍ୱର ଅନେକ ନେତାମାନେ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

Trump in Danger: କାହିଁକି ରିପୋର୍ଟରଙ୍କୁ ଡୋନାଲ୍ଡ ଟ୍ରମ୍ପ କହିଲେ- ‘ଆମେ ବିପଦରେ’, ଚାଲ ପଳାଇବା…

Trump in Danger:  ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୀତି ସେତିକି ସରଗରମ ହୋଇପଡୁଛି। ବର୍ତ୍ତମାନ ସାରା ବିଶ୍ବର ନଜର ଆମେରିକା ରାଷ୍ଟ୍ରପତି ନିର୍ବାଚନ।

ଏହି ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପାର୍ଟିରୁ କମଳା ହାରିସ ପ୍ରାର୍ଥୀ ହୋଇଛନ୍ତି। ଏଥିରେ କିଏ ଜିତିବ ହାରିବ ଭିନ୍ନ କଥା, ହେଲେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚାରିଆଡେ ଚର୍ଚ୍ଚା।

ନିକଟରେ ଟ୍ରମ୍ପ ନ୍ୟୁଜ ନେସନ ରିପୋର୍ଟର ଅଲି ବାର୍ଡଲିଙ୍କୁ ସାକ୍ଷାତକାର ଦେଉଥିବା ବେଳେ ହଠାତ ଅଧାରୁ ଚାଲିଯାଇଥିଲେ। ଏହାକୁ ନେଇ ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି।

ଘଟଣାଟି ହେଲା ଯେ, ଟ୍ରମ୍ପ ୟୁଏସଏ- ମେକ୍ସିକୋ ସୀମା ନିକଟରେ ପ୍ରଚାର କରୁଥିଲେ। ସେହି ସମୟରେ ନ୍ୟୁଜ ନେସନର ରିପୋର୍ଟର ବାର୍ଡଲି ତାଙ୍କର ସାକ୍ଷାତକାର ନେଲେ। ଟ୍ରମ୍ପ କିଛି ସମୟ ସାକ୍ଷାତକାର ଦେବା ପରେ ହଠାତ ସେ ଅଧାରୁ ଚାଲିଗଲେ। ଗଲା ବେଳେ ସେ କହିଲେ ଯେ, We are in Danger. ଏତିକି କହି ସେ ତରତର ହୋଇ ତାଙ୍କର କାର ଭିତରକୁ ପଶିଗଲେ।

ସେ ଏହା ମଧ୍ୟ କହିଲେ ଯେ, ଆମେ ଏଠାରେ କଥାବାର୍ତ୍ତା ହେବା ବଡ ବିପଦ। ଆମେ ଆଉ ଅଧିକ କଥାବାର୍ତ୍ତା କରିବା ନାହିଁ। ସେମାନେ ଚାହାଁନ୍ତି ନାହିଁ ମୁଁ ଏଠାରେ କିଛି କହେ। ଏପରିକି ଆପଣ ମଧ୍ୟ ଏଠାରେ ଛିଡା ହୁଅନ୍ତୁ ବୋଲି ସେମାନେ ଚାହାଁନ୍ତି ନାହିଁ। ଏହା କହି ସେ କାରରେ ତରତର ହୋଇ ଚାଲିଗଲେ। ତାଙ୍କ ଚାରିପଟେ ତାଙ୍କର ସୁରକ୍ଷା କର୍ମୀ ଘେରି ରହିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ମୋର ବନ୍ଧୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରୁଛି। ଘଟଣାକୁ ତୀବ୍ର ନିନ୍ଦା କରୁଛି। ରାଜନୀତି ଓ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଓ ଆମେରିକୀୟ ଏବଂ ସେମାନଙ୍କ ପରିବାର ପାଇଁ ଆମର ପ୍ରାର୍ଥନା”

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଆତ୍ମସମର୍ପଣ କରିବେ ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ!, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୬ ରେ ଏକ ଅବୈଧ ସମ୍ବନ୍ଧରେ ପର୍ଣ୍ଣ ଷ୍ଟାର ଡାନିଏଲ୍ସ ଷ୍ଟର୍ମଙ୍କୁ ନୀରବ ରହିବା ପାଇଁ ଓକିଲଙ୍କ ହାତରେ ପଇସା ପଠାଇଥିବା ଅଭିଯୋଗ କରିଛନ୍ତି। ନ୍ୟୁୟର୍କ ଗ୍ରାଣ୍ଡ ଜୁରି ଏହି ମାମଲାର ଶୁଣାଣି ବେଳେ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲାକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଯଦି ଟ୍ରମ୍ପ ଆତ୍ମସମର୍ପଣ କରନ୍ତି ନା,ହିଁ ତେବେ ତାଙ୍କୁ ଗିରଫ କରାଯାଇପାରେ। ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଆସନ୍ତା ସପ୍ତାହରେ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି। ଏଥିପାଇଁ କୋର୍ଟର ଅଧିକାରୀଙ୍କ ସମ୍ମୁଖରେ ସେ ନିଜେ ହାଜର ହେବା ପାଇଁ ଉପସ୍ଥିତ ରହିବେ।

ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ କିମ୍ବା ପୂର୍ବତନ ରାଷ୍ଟ୍ରପତି ଯାହାଙ୍କ ଉପରେ ଅପରାଧିକ ମାମଲା ଦାୟର କରିବାକୁ ଅନୁମତି ଦିଆଯାଇଛି। ଏଥି ସହିତ ମ୍ୟାନହଟନ ଜିଲ୍ଲା ଓକିଲ ଆଲଭିନ୍ ବ୍ରେଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସେ ଆତ୍ମସମର୍ପଣ ଏବଂ ହାଜର ହେବା ସହିତ ଜଡିତ ଜିନିଷ ପାଇଁ ଟ୍ରମ୍ପଙ୍କ ଓକିଲଙ୍କ ସହ ଯୋଗାଯୋଗ କରିଥିଲେ।

ଡୋନାଲ୍ଡ ଟ୍ରମ୍ପ ଅଭିଯୁକ୍ତ ହେବା ପରେ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଅନେକ ପଦକ୍ଷେପ ନେବାକୁ ପଡ଼ିବ। କ୍ରାଇମବ୍ରାଞ୍ଚ ମାମଲାରେ ଫିଙ୍ଗର ପ୍ରିଣ୍ଟ ଏବଂ ଫଟୋଗ୍ରାଫ ନେବାକୁ ପଡିବ। ସେମାନଙ୍କୁ ନାମ ଏବଂ ଜନ୍ମ ତାରିଖ ସମ୍ବନ୍ଧୀୟ ସୂଚନା ବାଣ୍ଟିବାକୁ ପଡିବ। ସେମାନଙ୍କ ତରଫରୁ ମାମଲାକୁ ମଜବୁତ କରିବା ପାଇଁ ସେମାନଙ୍କୁ ନିଜ ପକ୍ଷ ଉପସ୍ଥାପନ କରିବାର ସ୍ଵାଧୀନତା ଦିଆଯିବ। ତେବେ କୌଣସି ଅଭିଯୁକ୍ତଙ୍କୁ ଅନେକ ଘଣ୍ଟା ଜେଲରେ ରଖାଯାଇଛି। ଏହାର ଅର୍ଥ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଜେଲରେ ରହିବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ପରେ ମୋଦି ହେଲେ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା

ନୂଆଦିଲ୍ଲୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟୁଇଟର ବନ୍ଦ କରି ଦେବା ପରେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସ୍ଥାନ ନେଇଛନ୍ତି । ମୋଦୀ ବର୍ତ୍ତମାନ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା ଭାବେ ପରିଗଣିତ ହୋଇଛନ୍ତି। କାରଣ ସର୍ଭେ ଅନୁସାରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ବିଶ୍ବରେ ସର୍ବାଧିକ ୟୁଜରସ ଫଲୋ କରୁଥିଲେ। ଏହାପରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ତାଙ୍କର ଫଲୋଅର ସଂଖ୍ୟା 88.7 ମିଲିୟନ ଅର୍ଥାତ 8 କୋଟି 87 ଲକ୍ଷ ଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଫଲୋଅର 64.7 ମିଲିୟନ ବା 6 କୋଟି 47 ଲକ୍ଷ ଅଛନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ ପରେ ମୋଦି ଟୁଇଟର ରାଷ୍ଟ୍ରାଧ୍ୟକ୍ଷ ଭାବେ ବିବେଚିତ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହିଂସା ବଢିବା ଆଶଙ୍କାରେ ବନ୍ଦ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଛି। ଆମେରିକାରେ ହିଂସା ବଢିବା ଆଶଙ୍କା କରି ଟ୍ରମ୍ଫଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି। ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟ କିଛି ଘଣ୍ଟା ପାଇଁ ବନ୍ଦ ହୋଇଥିଲା। ତେବେ ଏଥର ସ୍ଥାୟୀ ଭାବେ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦିଆଯାଇଛି। ଟ୍ୱିଟରର ଏପରି ନିଷ୍ପତ୍ତିରେ ଟ୍ରମ୍ପଙ୍କ କ୍ୟାମ୍ପେନ୍ ଆଡ୍‌ଭାଇଜର ଜୈସନ ମିଲର ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଦିନ ଫେସବୁକ ମଧ୍ୟ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ନିର୍ବାଚନରେ ହାରିଛନ୍ତି ବୋଲି ମାନିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ସେ ଯାହା କହିଲେ ତାକୁ ନେଇ ଚାରିଆଡେ ଚର୍ଚ୍ଚା

ୱାସିଂଟନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିଛନ୍ତି ବୋଲି ରବିବାର ଦିନ ସ୍ବୀକାର କରିଛନ୍ତି। ହେଲେ ସେ କହିଛନ୍ତି ଯେ ଡେମୋକ୍ରାଟିକ ଦଳର ଜୋ ବିଡନେ ଭୋଟ ଜାଲିୟାତି କରି ଜିତିଛନ୍ତି। ତାଙ୍କର ଜିତିବା ଆମେରିକା ବାସୀଙ୍କ ପାଇଁ ଏକ ଧକ୍କା ବୋଲି ଟ୍ରମ୍ପ କହିଛନ୍ତି। ଏହାକୁ ନେଇ ଆମେରିକା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି।

ନିର୍ବାଚନ ଫଳାଫଳ ଆସିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାରେ ଏକ ବଡ ରାଲି କରିଥିଲେ। ଏହି ରାଲିରେ ତାଙ୍କ ସମର୍ଥକମାନେ ବିଡେନଙ୍କୁ ଦୋଷାରୋପ କରିଥିଲେ। ଜୋ ବିଡେନଙ୍କୁ ଚୋରୀ କରିବା ପରିତ୍ୟାଗ କରନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ। ତେବେ ଏହି ରାଲିକୁ ନିଜେ ରାଷ୍ଟ୍ରପତି ଅନୁମତି ପ୍ରଦାନ କରିବାକୁ ନେଇ ଡେମୋକ୍ରାଟିକ ଦଳ ସମାଲୋଚନା କରିଛି।

ଆମେରିକାର ନିର୍ବାଚନ ଫଳାଫଳ ଗତ ଶୁକ୍ରବାର ଦିନ ଘୋଷଣା କରାଯାଇଥିଲା। ଏଥିରେ ଡେମୋକ୍ରାଟିକ ପ୍ରାର୍ଥି ଜୋ ବିଡେନ 306 ଭୋଟ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ପାଇଥିଲେ ମାତ୍ର 232 ଖଣ୍ଡ ଭୋଟ। ନିର୍ବାଚନ ଜିତିବା ପାଇଁ 270 ଭୋଟର ଆବଶ୍ୟକ ଥିବା ବେଳେ ବିଡେନ ତାଠାରୁ ଯଥେଷ୍ଠ ଅଧିକ ଭୋଟ ହାସଲ କରିଛନ୍ତି। ବିଡେନଙ୍କୁ ସରକାରୀ ଭାବେ ବିଜୟ ଘୋଷଣା ମଧ୍ୟ କରାଗଲା। ଏହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଶ୍ବ ନେତାମାନେ ବିଡେନଙ୍କୁ ଅଭିନନ୍ଦନ ମଧ୍ୟ ଦେଲେ।

ହେଲେ ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଏହି ଘୋଷଣାକୁ ମାନିବାକୁ ନାରାଜ ରହିଲେ। ବିଡେନଙ୍କ ବିଜୟ ବିରୋଧରେ ଟ୍ରାମ୍ପ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ଦାୟର କଲେ। ଫଳରେ ଆମେରିକାରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ନେଇ ଦ୍ବନ୍ଦ ସୃଷ୍ଟି ହେଲା। ଏପରିକି ଟ୍ରମ୍ପ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ମଧ୍ୟ କୌଣସି ଲକ୍ଷଣ ପରିଲକ୍ଷିତ ହେଲା ନାହିଁ।

ବର୍ତ୍ତମାନ ଟ୍ରମ୍ପ ପରାଜୟକୁ ସ୍ବୀକାର ସିନା କରିଛନ୍ତି ହେଲେ ସେ ଦାୟିତ୍ବ ହସ୍ତାନ୍ତର କରିବେ କି ନାହିଁ ଘୋଷଣା କରି ନାହାଁନ୍ତି। ଏପରିକି ବିଡେନଙ୍କ ବିଜୟ ବିରୋଧରେ କରିଥିବା ମାମଲାକୁ ପ୍ରତ୍ୟାହର କରିବେ କି ନାହିଁ ଜଣାପଡି ନାହିଁ। ତେବେ ସୋମବାର ଦିନ ଏହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।