Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BIG NEWS: ପୁଣି ଗରମରେ କଲବଲ ହେବ ଓଡିଶା, ସରକାର କଲେ ଜରୁରୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ପୂର୍ବାନୁମାନ ଅନୁଯାୟୀ ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍‌ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବା କେନ୍ଦ୍ରର ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଜଳକ୍ଲିଷ୍ଟ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ନଳକୂପ ଏବଂ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକରେ ପାନୀୟଜଳ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନରକ୍ଷକ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତର ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବେଡ୍‌ର ବ୍ୟବସ୍ଥା କରାଯିବ। ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧିକ ଉତ୍ତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏତଦ୍‌ବ୍ୟତୀତ କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ପାନୀୟ ଜଳ ଏବଂ ଓଆର୍‌ଏସ୍‌ ପ୍ୟାକେଟ୍‌ ମହଜୁଦ ରଖାଯିବ। ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର/କୁଣ୍ଡର ବ୍ୟବସ୍ଥା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ନିରବଚ୍ଛିନ୍ନ ବିଦୁ୍ୟତ ସରବରାହ ସଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଗ୍ରୀଷ୍ମପ୍ରବାହଜନିତ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଯେପରିକି ଦିନ ୧୧ ଘଟିକାଠାରୁ ୩ ଘଟିକା ମଧ୍ୟରେ ଟାଣ ଖରାରେ ପଦାକୁ ନବାହାରିବା, ଖରାରେ କଠିନ ପରିଶ୍ରମ ନକରିବା, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପାଣିବୋତଲ, କଳା ଚଷମା, ଚପଲ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବା ପାଇଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍‌ଏସ୍‌ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଇବା ପାଇଁ ଲୋକମାନଙ୍କୁ ଅବଗତ କରିବା ନିମନ୍ତେ ସମ୍ବାଦପତ୍ର ଓ ବିଭିନ୍ନ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ଦ୍ୱାରା କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ଖବର, ପାଞ୍ଚ ଦିନ ପାଇଁ ଅସ୍ବାଭାବିକ ହେବ ପାଗ

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଏକ ବଡ ଖବର। ଆସନ୍ତା ପାଞ୍ଚଦିନ ପାଇଁ ଓଡିଶାର ପାଣିପାଗରେ ହେବ ଅସ୍ବାଭିକ ପରିବର୍ତ୍ତନ। ଏଥିସହିତ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ୧୩ ତାରିଖଠାରୁ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି ଫେରିଲା ତାତି, ମୁଣ୍ଡ ଗରମ କରିଛି ଆଜି ମଧ୍ୟାହ୍ନର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିଲା ଅସହ୍ୟ ତାତି। କିଛିଦିନର ବିରାମ ପରେ ଏବେ ସେହି ଅସହ୍ୟ ଗରମ ଆରମ୍ଭ ହୋଇଯାଇଛି। ଆଜି ସମ୍ବଲପୁରରେ ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଏହି ସମୟ ବେଳକୁ ସହରର ତାପମାତ୍ରା ୪୧.୨ ଡ଼ିଗ୍ରୀ ତାପମାତ୍ରା ଥିଲା।

ଅନ୍ୟାନ୍ୟ ସହରର ଯେଉଁ ତାପମାତ୍ରା ଥିଲା ତାହା ହେଲା..

ସମ୍ବଲପୁର: ୪୧.୨ ଡ଼ିଗ୍ରୀ

ଝାରସୁଗୁଡା: ୪୦.୬ ଡ଼ିଗ୍ରୀ

ହୀରାକୁଦ: ୩୯.୬ ଡ଼ିଗ୍ରୀ

ଚାନ୍ଦବାଲି: ୩୮.୨ ଡ଼ିଗ୍ରୀ

ଭୁବନେଶ୍ୱର: ୩୭.୪ ଡ଼ିଗ୍ରୀ

କେନ୍ଦୁଝର: ୩୬ ଡ଼ିଗ୍ରୀ

ବାଲେଶ୍ୱର: ୩୪.୬ ଡ଼ିଗ୍ରୀ

ପୁରୀ : ୩୪.୪ ଡ଼ିଗ୍ରୀ

ଗୋପାଳପୁର: ୩୩.୮ ଡ଼ିଗ୍ରୀ

ପାରାଦୀପ: ୩୩.୪ ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ତାପମାତ୍ରା ଏତେ, ତେବେ ଦିନରେ କଣ ହେବ ?

ଭୁବନେଶ୍ବର: ଆଜି ରାଜ୍ୟର ତାପମାତ୍ରା ହ୍ରାସ ପାଇବ ବୋଲି ସମ୍ଭାବନା ରହିଥିଲା। ହେଲେ ଆଜି ସକାଳୁ ଯେତିକି ତାପମାତ୍ରା ରେକର୍ଡ କରାଯାଇଛି ତାହା ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ବର ଆଞ୍ଚଳିକ ପାଣପାଗ ବିଭାଗ ଅନୁସାରେ ଆଜି ସକାଳୁ ଦୁଇଟି ସହରର ତାପମାତ୍ରା ଅଧିକ ରହିଛି।

ସେହି ଅନୁସାରେ ଆଜି ସକାଳ ୮.୩୦ ସୁଦ୍ଧା ଝାରସୁଗୁଡ଼ାରେ ରେ ୩୪ ଡ଼ିଗ୍ରୀ ଏବଂ କେନ୍ଦୁଝରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସକାଳୁ ଏପରି ତାପମାତ୍ରାକୁ ଲକ୍ଷ୍ୟ କଲେ ଦିନର ତାପମାତ୍ରା ମଧ୍ୟ ସେହି ଅନୁସାରେ ବଢିବାର ସମ୍ଭାବନା ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏବେବି ତାତିରୁ ନିସ୍ତାର ନାହିଁ, ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ର

ଭୁବନେଶ୍ବର: ପୂର୍ବ ଅପେକ୍ଷା ଆଜି ତାପମାତ୍ରାରେ ସାମାନ୍ୟ ତ୍ରାହି ମିଳିଥିଲେ ମଧ୍ୟ ତାତିର ପ୍ରକୋପ ହ୍ରାସ ପାଇପାରି ନାହିଁ। ଦୀର୍ଘ କିଛିଦିନ ଧରି ରାଜ୍ୟରେ ଯେପରି ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି ତାହା ସମସ୍ତଙ୍କୁ ହତବାକ କରିଦେଇଛି।

ତେବେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ରେକର୍ଡ ହୋଇଥିବା ତାପମାତ୍ରା ହେଲା..

ଝାରସୁଗୁଡା : ୩୯.୬ଡିଗ୍ରୀ

ବାଲେଶ୍ୱର: ୩୮.୦ଡିଗ୍ରୀ

ଭୁବନେଶ୍ୱର: ୩୮.୦ଡିଗ୍ରୀ

ସମ୍ବଲପୁର : ୩୭.୨ଡିଗ୍ରୀ

ଗୋପାଳପୁର: ୩୭.୦ଡିଗ୍ରୀ

ଚାନ୍ଦବାଲି: ୩୬.୬ଡିଗ୍ରୀ

ପୁରୀ: ୩୬.୨ଡିଗ୍ରୀ

କେନ୍ଦୁଝର: ୩୬.୨ଡିଗ୍ରୀ

ହୀରାକୁଦ: ୩୫.୬ଡିଗ୍ରୀ

ପାରାଦ୍ୱୀପ:୩୩.୦ଡିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ଆଜି ମଧ୍ୟ ସକାଳୁ ସାରା ରାଜ୍ୟରେ ନିଆଁ ବର୍ଷା, ଜନଜୀବନ ଡହଳବିକଳ

ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ନିଆଁ ବର୍ଷା ଆରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଖରା ତାତି ଅସହ୍ୟ ହୋଇପଡିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ସକାଳୁ ମଧ୍ୟ ଘରୁ ବାହାରିବା କାଠିକର ପାଠ ହୋଇପଡିଛି। ପାଣିପାଗ ବିଭାଗ ଅନୁସାରେ ଆଜି ସାରା ରାଜ୍ୟରେ ନିଆଁ ବର୍ଷା ହୋଇଛି।

ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୩୯.୮ ଡ଼ିଗ୍ରୀ,. କେନ୍ଦୁଝର:୩୯.୨ ଡ଼ିଗ୍ରୀ, ସମ୍ବଲପୁର:୩୮.୪ ଡ଼ିଗ୍ରୀ, ହୀରାକୁଦ: ୩୬.୮ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୦ ଡ଼ିଗ୍ରୀ, ଭୁବନେଶ୍ୱର:୩୭.୮ ଡ଼ିଗ୍ରୀ, ବାଲେଶ୍ୱର: ୩୭.୦ ଡ଼ିଗ୍ରୀ, ଗୋପାଳପୁର: ୩୩.୮ ଡ଼ିଗ୍ରୀ , ପୁରୀ: ୩୩.୬ ଡ଼ିଗ୍ରୀ, ପାରାଦୀପ: ୩୨.୨ ଡ଼ିଗ୍ରୀ ତାପମାତ୍ରା ରହିଛି। ଏହି ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଦିନ ୧୧.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ହେଲା ଝାରସୁଗୁଡା, ଜାଣନ୍ତୁ ରାଜଧାନୀରେ କେତେ ତାପମାତ୍ରା

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମେଘମୁକ୍ତ ଆକାଶ, ସୂର୍ଯ୍ୟଙ୍କ ପ୍ରଖର କିରଣ, ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ହ୍ରାସ ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ପବନ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡାରେ ୩୯.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ ଡ଼ିଗ୍ରୀ ଲେଖାଏଁ, ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକରଦ କରାଯାଇଛି।

ତେବେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଝାରସୁଗୁଡା ବିଶ୍ବର ପଞ୍ଚମ ଉତ୍ତପ୍ତ ସହର ହୋଇଥିଲା। ଅନ୍ୟପଟେ ୧୬ ତାରିଖରେ ପାଗରେ ପରିବର୍ତ୍ତନ ହେବା ସହ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ପ୍ରଭାବରେ ଉତ୍ତର ଉପକୂଳ ସହ ଖୋର୍ଦ୍ଧା, ନୟାଗଡା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ତାପମାତ୍ରା ନେଇ ପାଣିପାଗ ବିଭାଗରୁ ଆସିଲା ବଡ ସୂଚନା

ଭୁବନେଶ୍ବର: ଓଡିଶାର ତାପମାତ୍ର ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଆସିଛି ଏକ ବଡ ସୂଚନା। ସେହି ଅନୁସାରେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନାହିଁ ବୋଲି କୁହାଯାଇଛି। ସେତିକି ନୁହେଁ ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ର ୩୫ ଡିଗ୍ରୀ ଉପରେ ରହୁଛି। ଏପରିକି କେତେକ ସ୍ଥାନର ତାପମାତ୍ରା ବର୍ତ୍ତମାନ ସମୟରେ ୪୦ ଡିଗ୍ରୀ ଛୁଇଁଲାଣି। ଫଳରେ ଦ୍ବୀପ୍ରହରରେ ପୁରା ଖରାଦିନ ପରି ଅନୁଭୂତ ହେଉଛି। ତେବେ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇବ ଅର୍ଥ ଏହି ଗରମ ଆହୁରି ବୃଦ୍ଧି ପାଇବ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ଆଜି ଭୁବନେଶ୍ବରରେ ସର୍ବାଧିକ ତାପମାତ୍ର, ଜାଣନ୍ତୁ କେତେ ?

ଭୁବନେଶ୍ବର: ଆଜି ରାଜଧାନୀରେ ସର୍ବାଧକ ତାପମାତ୍ରା ପ୍ରବାହିତ ହୋଇଛି। ଯାହା କେବେ ଏହି ସମୟରେ ହୋଇ ନ ଥିଲା। ଏପରିକି ଆଜିର ଓଡିଶା ତାପମାତ୍ର ମଧ୍ୟରେ ଭୁବନେଶ୍ବରର ତାପମାତ୍ର ସର୍ବାଧିକ ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ରାଜଧାନୀର ତାପମାତ୍ରା ୩୮ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ଆଜି ଭୁବନେଶ୍ବରରେ ସକାଳ ଏଗାର ବେଳକୁ ତାପମାତ୍ରା ଅଧିକ ଅନୁଭୂତ ହୋଇଥିଲା। ଦିନ ଯେତିକି ବଢିବାରେ ଲାଗିଲା ତାତି ମଧ୍ୟ ସେହି ଅନୁସାରେ ବଢିବାକୁ ଲାଗିଥିଲା। ବହୁଦିନ ପରେ ଆଜି ରାଜଧାନୀବାସୀ ଏସି ଲଗାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ ଯଦି ଫେବୃୟାରୀ ମାସରେ ଏପରି ଖରା ତେବେ ମାର୍ଚ୍ଚ ବେଳକୁ କଣ ସ୍ଥିତି ହେବ।

Categories
ଆଜିର ଖବର ରାଜ୍ୟ ଖବର

ଅସ୍ବାଭାବିକ ହେଲା ରାତିର ତାପମାତ୍ରା, ବିଭିନ୍ନ ସହରରୁ ଶୀତ ଗାଏବ

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ଫଳରେ ରାତିରେ ଯେପରି ଶୀତ ଅନୁଭୂତ ହେବା କଥା ତାହା ହୋଇ ନାହିଁ। ମୁଖ୍ୟତଃ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ରାତ୍ରି ତାପମାତ୍ରାରେ ବୃଦ୍ଧିପାଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତକାଲି ରାତିରେ ବିଭିନ୍ନ ସହରର ଯେଉଁ ତାପମାତ୍ରା ଥିଲା ତାହା ହେଲା..

ପୁରୀ: ୨୨.୧ ଡ଼ିଗ୍ରୀ

ଗୋପାଳପୁର: ୨୦.୮ ଡ଼ିଗ୍ରୀ

ପାରାଦ୍ୱୀପ: ୨୦.୪ ଡ଼ିଗ୍ରୀ

ଭୁବନେଶ୍ୱର: ୧୯.୯ ଡ଼ିଗ୍ରୀ

କଟକ: ୧୯.୬ ଡ଼ିଗ୍ରୀ

ଚାନ୍ଦବାଲି: ୧୯.୬ ଡ଼ିଗ୍ରୀ

ଛତ୍ରପୁର:୧୯ ଡ଼ିଗ୍ରୀ

ରାୟଗଡା: ୧୯ ଡ଼ିଗ୍ରୀ

ଖୋର୍ଦ୍ଧା:୧୯  ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ଗତକାଲି ଓଡିଶାର କେଉଁ ସହରରେ ଅନୁଭୂତ ହୋଇଥିଲା ଅଧିକ ଶୀତ?

ଭୁବନେଶ୍ବର: ଗତି କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ତେବେ ଏହିପରି ପାଗ ଆଉ କିଛିଦିନ ଧରି ଲାଗି ରହିବ ବୋଲି ଜଣାପଡିଛି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ସୂଚନା ଅନୁସାରେ ଗତାକାଲି ରାତିରେ ଜି.ଉଦୟଗିରିରେ ସର୍ବାଧିକ ଶୀତ ଅନୁଭୂତ ହୋଇଥିଲା।

ଗତକାଲି ଜି.ଉଦୟଗିରିରେ ରାତ୍ରି ତାପମାତ୍ରା ୫.୫ ଡ଼ିଗ୍ରୀ ରହିଥିଲା। ରାଜ୍ୟର ଅନ୍ୟାନ୍ୟ ସହରର ଯେଉଁ ତାପମାତ୍ର ଥିଲା ତାହା ହେଲା

ଜି.ଉଦୟଗିରି: ୫.୫°C

ସେମିଳିଗୁଡା: ୬.୧°C

ଫୁଲବାଣୀ: ୭.୫°C

କିରେଇ:୭.୮ °C

କୋରାପୁଟ:୮.୫°C

ଦାରିଙ୍ଗବାଡି:୯.୫°C

ଚିପିଲିମା:୯.୮°C

ଭୁବନେଶ୍ୱର: ୧୨.୪°C

କଟକ: ୧୩.୪°C

Categories
ଆଜିର ଖବର ରାଜ୍ୟ ଖବର

ଶୀତ ଗାୟବ, ବଢିଲା ରାତିର ତାପମାତ୍ରା, ଜାଣନ୍ତୁ କେଉଁ ସହରରେ କେତେ

ଭୁବନେଶ୍ବର: ଗତି କିଛିଦିନ ଧରି ରାତିର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟରୁ ଶୀତ ଗାୟବ ହୋଇଯାଇଛି। ଏହି ତାପମାତ୍ରା ବୃଦ୍ଧି ଏକ ଅସ୍ବାଭାବିକ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଗତକାଲି ରାତିରେ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି।

ବିଭିନ୍ନ ସହରର ତାପମାତ୍ରା ହେଲା

ଟିଟଲାଗଡ: ୨୦°C (+୭.୧°C)

ଫୁଲବାଣୀ:୧୫.୫°C (+୬.୨°C)

ସମ୍ବଲପୁର: ୧୭.୮°C (+୫.୪°C)

ଭବାନୀପାଟଣା:୧୭.୬°C(+୪.୩°C)

ଚାନ୍ଦବାଲି: ୧୮.୨°C(+୩.୬°C)

ପୁରୀ:୨୧.୨°C(+୩.୩°C)

ଭୁବନେଶ୍ୱର:୧୭.୯°C (+୨.୪°C)

କଟକ:୧୭.୫°C(+୨.୯°C)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଶୀତର ପ୍ରକୋପରେ ସାମାନ୍ୟ ହ୍ରାସ, କୋରାପୁଟରେ ସର୍ବ ନିମ୍ନ ତାପମାତ୍ର

ଭୁବନେଶ୍ବର: ବର୍ତ୍ତମାନ ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ କରାଯାଇଛି। ଫଳରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି। ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଯେଉଁ ତାପମାତ୍ରା ଥିଲା ତାହା ହେଲା..

୧- ସେମିଳିଗୁଡା(କୋରାପୁଟ): ୯.୧ °C

୨- କିରେଇ (ସୁନ୍ଦରଗଡ): ୧୦.୫ °C

୩-ଜି.ଉଦୟଗିରି(କନ୍ଧମାଳ): ୧୧ °C

୪-ନବରଙ୍ଗପୁର: ୧୧.୫ °C

୫-କୋରାପୁଟ: ୧୧.୫ °C

୬- ସୁନ୍ଦରଗଡ: ୧୨.୫ °C

୭-ଝାରସୁଗୁଡା: ୧୨.୮ °C

୮-ଫୁଲବାଣୀ: ୧୩ °C

୯-ଦାରିଙ୍ଗବାଡି: ୧୩ °C

୧୦ – ଚିପିଲିମା(ସମ୍ବଲପୁର): ୧୩.୪ °C

୧୧-ଭବାନୀପାଟଣା(କଳାହାଣ୍ଡି): ୧୩.୮ °C

Categories
ଆଜିର ଖବର ରାଜ୍ୟ ଖବର

ଖସୁଛି ରାଜ୍ୟରେ ତାପମାତ୍ରା, ରାତିରେ ଶୀତର ପ୍ରଭାବ

ଭୁବନେଶ୍ବର: ଧିରେ ଧିରେ ରାଜ୍ୟର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବାରେ ଲାଗିଛି। ଗତକାଲି ରାତିରେ କୋରପୁଟର ସିମିଳିଗୁଡାରେ ସବୁଠାରୁ କମ ତାପମାତ୍ର ରହିଥିଲା। ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ସିମିଳିଗୁଡାରେ ୧୧.୪ ଡ଼ିଗ୍ରୀ ଥିଲା।

ସେହିପରି ଅନ୍ୟସ୍ଥାନରେ ଯେଉଁ ତାପମାତ୍ର ଥିଲା ତାହା ହେଲା ସିମିଳିଗୁଡା (କୋରାପୁଟ) ୧୧.୪ ଡ଼ିଗ୍ରୀ,  କିରେଇ (ସୁନ୍ଦରଗଡ) ୧୧.୫ ଡ଼ିଗ୍ରୀ,  କୋରାପୁଟ ୧୧.୬ ଡ଼ିଗ୍ରୀ,  ଜି.ଉଦୟଗିରି(କନ୍ଧମାଳ) ୧୨ ଡ଼ିଗ୍ରୀ , ଫୁଲବାଣୀ ଏବଂ ଦାରିଙ୍ଗବାଡି ୧୩.୫ ଡ଼ିଗ୍ରୀ,  ସୋନପୁର ୧୪.୨ ଡ଼ିଗ୍ରୀ,  ଭବାନୀପାଟଣା ୧୪.୮ ଡ଼ିଗ୍ରୀ, ଭୁବନେଶ୍ୱର ୧୯.୪ ଡ଼ିଗ୍ରୀ ଏବଂ କଟକ ୨୦ ଡ଼ିଗ୍ରୀ ତାପମାତ୍ରା ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଛିଦିନ ଧରି ରାଜ୍ୟରେ ଦେଖା ଦେଇଛି ଗୁଳୁଗୁଳି, ମୁହଁରୁ ବାହାରୁଛି ଝାଳ, ଜାଣନ୍ତୁ କାରଣ

ଭୁବନେଶ୍ବର: ବର୍ତ୍ତମାନ କିଛି ଦନ ଧରି ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାରେ ଲାଗିଛି। ଦିନ ଦଶଟା ବେଳକୁ ବାହାରେ ବୁଲିଲେ ମୁହଁରୁ ଝାଳ ବାହାରି ପଡୁଛି। ଏହାର କାରଣ ହେଲା ବର୍ତ୍ତମାନ କିଛିଦିନ ଧରି ମୌସୁମୀ ବାୟୁ ଦୁର୍ବଳ ହୋଇପଡିଛି।

ଫଳରେ ଏହାର ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଠାନ୍ତ ମୂଳକ ବୃଦ୍ଧି ଘଟିଛି। 10ଟି ସହରରେ ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ସର୍ବାଧିକ 36.2°C, ମାଲକାନଗିରି ରେ 36°C ଏବଂ ରାଜଧାନୀ ଭୁବନେଶ୍ୱର ରେ 35.6°C ଦିନ ତାପମାତ୍ରା ରେକର୍ଡ କରାଯାଇଛ।

ମୁଖ୍ୟତଃ ଦିନର ତାପମାତ୍ରା ଅଧିକ ହେବା ତଥା ଉଚ୍ଚ ଆଦ୍ରତା ଯୋଗୁ ଗୁଳୁଗୁଳି ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ମୌସୁମୀ ହେଲା ଦୁର୍ବଳ, ବଢିବ ଦିନର ତାପମାତ୍ରା

ଭୁବନେଶ୍ବର: ବର୍ତ୍ତମାନ ଦିନରେ ରାଜ୍ୟର ତାପମାତ୍ରା ବେଶ ବୃଦ୍ଧି ପାଇଛି। ପ୍ରବଳ ଗୁଳୁଗୁଳି ସହିତ ଅସହ୍ୟ ଖରା ହେଉଛି। ଏହାର କାରଣ ହେଲା ଯେ, ଗତ କିଛିଦିନ ଧରି ରାଜ୍ୟରେ ମୌସମୀ ବାୟୁ ସକ୍ରିୟ ହୋଇପାରୁ ନାହିଁ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ମୌସୁମୀ ବର୍ତ୍ତମାନ ଦୁର୍ବଳ ରହିଛି।

ଏହାର କାରଣରେ କୁହାଯାଉଛି ଯେ, ମୌସୁମୀ ଜନିତ ନିମ୍ନ ଚାପ ରେଖା ଏହାର ସ୍ୱାଭାବିକ ଅବସ୍ଥିତି ଠାରୁ ଉତ୍ତରରେ ରହୁଥିବାରୁ, ରାଜ୍ୟରେ ମୌସୁମୀ ସ୍ଥିତିତି ଦୁର୍ବଳ ହୋଇଛି। ଏହାର ପ୍ରଭାବରେ ଦିନ ତାପମାତ୍ରା ରେ ବୃଦ୍ଧି ସହ, ଜଳୀୟବାଷ୍ପ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କେତକ ଅଞ୍ଚଳରେ ବିଜୁଳି ଘଡ ଘଡି ସହ ବର୍ଷାର ସମ୍ଭାବନା ଅଛି।

Categories
ଆଜିର ଖବର ରାଜ୍ୟ ଖବର

୪୫ ଡ଼ିଗ୍ରୀ ଟପିଲା ରାଜ୍ୟର ତାପମାତ୍ରା, ଗୁରୁବାରରେ ଏହି ଜିଲ୍ଲାଗୁଡିକ ପାଇଁ ୱେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ନାହିଁ ନ ଥିବା ଗରମ ଅନୁଭୂତ ହୋଇଛି। ଆଜି ରାଜ୍ୟର ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏହି ସହରର ତାପମାତ୍ରା ୪୫.୨ ଡ଼ିଗ୍ରୀ ରହିଥିଲା। ସେହିପରି ୯ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ୧୯ ସହର ରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ଅନୁଭୂତ ହୋଇଛି। 

ଆହୁରି ୨ ଦିନ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆସନ୍ତାକାଲି, ୯ ଜୁନ ରେ ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଝାରସୁଗୁଡା, ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ପୁଣି ଥରେ ଫେରିଲା ତାତି, ଆଜି ତିନୋଟି ସହରର ତାପମାତ୍ରା ୪୪ ଡ଼ିଗ୍ରୀ

ଭୁବନେଶ୍ବର: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜ୍ୟକୁ ଫେରିଛି ତାତି। ଆଜି ସାରା ଓଡିଶାରେ ଏହି ତାତି ଅନୁଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି।

ସେହିପରି ୫ ସହରରେ ତାପମାତ୍ରା ୪୩ଡ଼ିଗ୍ରୀ ଉପରେ ରେକର୍ଡ କରାଯାଇଛି। ତେବେ ତିନୋଟି ସହରର ତାପମାତ୍ରା ୪୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସୋନପୁରରେ ୪୪.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଯାହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣତି ହୋଇଛି। ସେହିପରି ଝାରସୁଗୁଡା ଏବଂ ସୁନ୍ଦରଗଡ ରେ ୪୪ ଡ଼ିଗ୍ରୀ ତାପମାତ୍ରା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ଆରମ୍ଭ ହେଲା କାଳ ବୈଶାଖୀର ପ୍ରଭାବ, ଭୁବନେଶ୍ବରରେ ଝିପିଝିପି ବର୍ଷା

ଭୁବନେଶ୍ବର: ଆଜିଠୁ ଓଡିଶାରେ ସକ୍ରିୟ ହେବ କାଳବୈଶାଖୀ ପ୍ରଭାବ। ଏହି କାଳବୈଶାଖୀ ପ୍ରକ୍ରିୟା ଅଧିକ ସକ୍ରିୟ ହୋଇ ବିଜୁଳି ଘଡଘଡି ପରିଲକ୍ଷିତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିସହିତ ଘଣ୍ଟାକୁ  ୪୦ ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ କେତେକ ଜିଲ୍ଲାକୁ ଚେତାବନୀ ମଧ୍ୟ ଦିଆଯାଇଛି। ଆଜି ସକାଳୁ ଭୁବନେଶ୍ବରର ପାଣିପାଗ ମେଘୁଆ ରହିଛି। ଏପରିକି ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

ମୁଖ୍ୟତଃ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଜଳୀୟବାଷ୍ପ -ପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଏହି କାଳ ବୈଶାଖୀ ପ୍ରଭାବ ପରିଲକ୍ଷିତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି କାଳ ବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା  ରହିଛି। ଆସନ୍ତା ମେ ୪ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି, ଜାଣନ୍ତୁ ସାଢେ ୧୧ ଟା ସୁଦ୍ଧା କେତେ ରହିଛି ତାପମାତ୍ରା

ଭୁବନେଶ୍ବର: ଆଜି ବି ଜଳୁଛି ସମଗ୍ର ଓଡିଶା। ପ୍ରଚଣ୍ଡ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ସକାଳ ୧୧ ଟା ୩୦ ସୁଧା ରାଜ୍ୟର ଅନେକ ସ୍ଥାନରେ ୪୦ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି। ଏହି ସମୟରେ ରାଜ୍ୟର ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରୀ ପହଞ୍ଚିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରହିଛି। ସେହିଭଳି କେନ୍ଦୁଝରରେ ୩୯.୬ ଡିଗ୍ରୀ ଓ ସମ୍ବଲପୁରରେ ୩୯.୨ ଡିଗ୍ରୀ ସେଲସିୟସ ରହିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

HIGH ALERT: ଆଜି ତାତିରେ ସିଝିବ ୧୧ ଟି ଜିଲ୍ଲା, ପାଣିପାଗ ବିଭାଗ କଲା ସତର୍କ

ଭୁବନେଶ୍ବର: ଆଜି ୧୧ ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨ ଦିନ ଯାଏଁ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ତାତି ରହିବ ବୋଲି ଜଣାପଡିଛି।