BREAKING: ପୁଣି ଥରେ ଫେରିଲା ତାତି, ଆଜି ତିନୋଟି ସହରର ତାପମାତ୍ରା ୪୪ ଡ଼ିଗ୍ରୀ

Published: May 21, 2022, 8:07 pm IST

ଭୁବନେଶ୍ବର: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜ୍ୟକୁ ଫେରିଛି ତାତି। ଆଜି ସାରା ଓଡିଶାରେ ଏହି ତାତି ଅନୁଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି।

ସେହିପରି ୫ ସହରରେ ତାପମାତ୍ରା ୪୩ଡ଼ିଗ୍ରୀ ଉପରେ ରେକର୍ଡ କରାଯାଇଛି। ତେବେ ତିନୋଟି ସହରର ତାପମାତ୍ରା ୪୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସୋନପୁରରେ ୪୪.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଯାହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣତି ହୋଇଛି। ସେହିପରି ଝାରସୁଗୁଡା ଏବଂ ସୁନ୍ଦରଗଡ ରେ ୪୪ ଡ଼ିଗ୍ରୀ ତାପମାତ୍ରା ରହିଛି।

Related posts