Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୨ ସହର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ, ୪୪ ଡିଗ୍ରୀ ସହ ଅନୁଗୁଳ ଆଜି ଉତ୍ତପ୍ତ ସହର, ତାତି ଆହୁରି ବଢିବ

ଭୁବନେଶ୍ବର: ଦୀର୍ଘଦିନ ଧରି ରାଜ୍ୟରୁ ତାପମାତ୍ରା ଖସିବାର ନାଁ ଧରୁ ନାହିଁ। ଏପରି ଅବସ୍ଥା ହୋଇଛି ଯେ, ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଆଜି ରାଜ୍ୟର ୪ ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଆଜି ୪୪.୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣତି ହୋଇଛି। ସେହିପରି ବୌଦ୍ଧ ରେ ୪୪.୫ ଡିଗ୍ରୀ ନୂଆପଡା ଏବଂ ବଲାଙ୍ଗୀର ରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ରାଜ୍ୟର ୧୨ସହରରେ ଦିନର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ସେହିପରି ୩୨ ସହରରେ ୪୦ ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁସାରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ। ଏପରିକି କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାବଧାନ: ଆସନ୍ତାକାଲିଠାରୁ ରାଜ୍ୟରେ ହେବ ଅଗ୍ନି ବର୍ଷା, ଜାରୀ ହେଲା ରେଡ ସିଗନାଲ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଅର୍ଥାତ ଆକାଶରୁ ଖସିବ ଅଗ୍ନି ବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଏହି ପ୍ରଚଣ୍ଡ ତାତି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ଦିଆଯାଇଛି।

ତେବେ ପାଣିପାଗ ବିଭାଗ ୯ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରିକରିଛି। ସେଗୁଡିକ ହେଲା ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଜିଲ୍ଲା। ସେହିପରି ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ୧୫ ଜିଲ୍ଲାକୁ ରେଡ ଆଲର୍ଟ ରହିଛି। ୨୮ ଓ ୨୯ ତାରିଖରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୩୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ପ୍ରବଳ ତାତି ପ୍ରବାହିତ ହୋଇଛି। ସବୁଠୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ବର। କାରଣ ଆଜି ଭୁବନେଶ୍ୱରରେ ସର୍ବାଧିକ ୪୧.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୪୧ ଡିଗ୍ରୀ, ଝାରସୁଗୁଡାରେ ୪୦.୪ ଡିଗ୍ରୀ।, ହୀରାକୁଦରେ ୪୦.୨ ଡିଗ୍ରୀ, କେନ୍ଦୁଝରରେ ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ, ପାରାଦୀପ ଓ ପୁରୀରେ ୩୪.୨ ଡିଗ୍ରୀ ଓ ଗୋପାଳପୁରରେ ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ତତଲା କଡେଇରେ ସିଝିଲା ଓଡିଶା, ଆଜି ରେକର୍ଡ ଭାଙ୍ଗିଲା ତାତି, 45 ଡିଗ୍ରୀ ପାର୍

ଭୁବନେଶ୍ବର: ଆଜି ରାଜ୍ୟରେ ଯେଉଁ ତାପମାତ୍ର ଅନୁଭୂତ ହୋଇଛି ତାହା ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଆଜି ଓଡିଶାର ତାପମାତ୍ରା 45 ଡିଗ୍ରୀ ପାର ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ବାରିପଦା ଏବଂ ବୌଦ୍ଧରେ 45.2 ଡିଗ୍ରୀ ଲେଖାଏଁ ତାତି ଅନୁଭୂତ ହୋଇଛି। ଚଳିଚ ବର୍ଷ ପୂର୍ବରୁ ଏପରି ତାପମାତ୍ର ଅନୁଭୂତ ହୋଇ ନ ଥିଲା।

ଆଜି ରାଜ୍ୟର 13 ସହର ରେ ତାପମାତ୍ରା 43 ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ସେହିପରି 30 ସହରରେ ତାପମାତ୍ରା 40 ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସାରା ରାଜ୍ୟରେ ପ୍ରଚଣ୍ଡ ତାତି, ଆଜି ଭୁବନେଶ୍ବର ସବୁଠୁ ଉତପ୍ତ ସହର

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ପ୍ରାୟ ସବୁସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ପ୍ରବାହିତ ହୋଇଛି।  ତେବେ ଆଜି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ଭୁବନେଶ୍ୱରରେ ସର୍ବାଧିକ ୪୩.୬ ଡିଗ୍ରୀ ତାପମାତ୍ର ଥିଲା।

ଝାରସୁଗୁଡା ୪୨.୬ ଡିଗ୍ରୀ,ବାଲେଶ୍ୱର ୪୨.୨ ଡିଗ୍ରୀ,ସମ୍ବଲପୁର: ୪୧.୭ ଡିଗ୍ରୀ, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨ ଡିଗ୍ରୀ, କେନ୍ଦୁଝର ୪୦.୯ ଡିଗ୍ରୀ , ରାଉରକେଲା: ୪୦.୨ଡିଗ୍ରୀ , ପାରାଦ୍ୱୀପ ୩୬.୩ ଡିଗ୍ରୀ, ପୁରୀ : ୩୫ ଡିଗ୍ରୀ ଏବଂ ଗୋପାଳପୁର ୩୪.୮ ଡିଗ୍ରୀ ରେକର୍ଡ ହୋଇଛି। ଏହି ତାତି ଆହୁରି ଦୁଇଦିନ ଧରି ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗ୍ରୀଷ୍ମ ପ୍ରବାହ ନେଇ ଆସିଲା ତତଲା ଖବର, ଏହି ସହରରେ ଆଜି ଅନୂଭୂତ ହେଲା ଚଳିତ ବର୍ଷର ସବୁଠୁ ଅଧିକ ତାପମାତ୍ରା

ଭୁବନେଶ୍ବର: ଆଜି ରାଜ୍ୟରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟରେ ପରିଲକ୍ଷିତ ହୋଇଛି ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ର। ଆଜି ରାଜ୍ୟର ତାପମାତ୍ରା ୪୩ ଡ଼ିଗ୍ରୀ ଟପିଛି। ଯାହା ଏ ପର୍ଯ୍ୟନ୍ତ ପ୍ରବାହିତ ହୋଇଥିବା ସର୍ବାଧିକ ତାପମାତ୍ର। ଆଜି ବାରିପଦାରେ ଚଳିତ ସିଜିନରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ ହୋଇ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।

ସେହିପରି ଆଜି ରାଜ୍ୟର ୨୯ ସହର ରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ୧୮ଟି ସହରରେ ୪୧ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ତାତି ଆହୁରି ଲାଗି ରହିବ। ଏପରିକି ଦିନର ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ତାତିଲା ଭୁବନେଶ୍ବର, ୨ଟା ୩୦ ସୁଦ୍ଧା ରାଜଧାନୀରେ ସର୍ବାଧିକ ତାପମାତ୍ରା

ଭୁବନେଶ୍ବର: ଆଜି ପୁଣି ଥରେ ରାଜଧାନୀ ତାତିଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀରେ ସର୍ବାଧୀକ ତାପମାତ୍ର ରେକର୍ଡ କରାଯାଇଛି। ତେବେ ଦିନର ତାପମାତ୍ରା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇବ ବୋଲି ଜଣାପଡିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା ହେଲା..

ଭୁବନେଶ୍ୱର: ୪୧.୨°C
ଚାନ୍ଦବାଲି: ୪୧.୧°C
ଝାରସୁଗୁଡା: ୪୧°C
ବାଲେଶ୍ୱର: ୪୦°C
ହୀରାକୁଦ: ୩୯.୫°C
ସମ୍ବଲପୁର: ୩୯.୪°C
ରାଉରକେଲା: ୩୯.୨°C
କେନ୍ଦୁଝର: ୩୮.୯°C
ଗୋପାଳପୁର: ୩୫.୫°C
ପାରାଦୀପ: ୩୫.୨°C
ପୁରୀ: ୩୫°C

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ତାତି, କାଲିଠାରୁ ଜଳିବ

ଭୁବନେଶ୍ବର: ଧିରେଧିରେ ଓଡିଶାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଯେପରି ତାତି ଅନୁଭୂକତ ହେଉଥିଲା ବର୍ତ୍ତମାନ ପୁଣି ସେହି ସ୍ଥିତିକୁ ଫେରିବାରେ ଲାଗିଛି। କିଛିଦିନର କାଳବୈଶାଖୀ ପରେ ଏବେ ଏହି ତାତି ଲେଉଟିବାରେ ଲାଗିଛି। ଆସନ୍ତାକାଲିଠାରୁ ଏହି ତାତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି।

ତେବେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା

ଭୁବନେଶ୍ୱର: ୩୯.୬°C

ଚାନ୍ଦବାଲି: ୩୯.୨°C

ଝାରସୁଗୁଡା: ୩୮.୮°C

ରାଉରକେଲା: ୩୭.୮°C

କେନ୍ଦୁଝର: ୩୭.୪°C

ସମ୍ବଲପୁର: ୩୭.୨°C

ହୀରାକୁଦ: ୩୭.୨°C

ବାଲେଶ୍ୱର: ୩୭°C

ପାରାଦୀପ: ୩୫.୫°C

ପୁରୀ: ୩୪.୬°C

ଗୋପାଳପୁର: ୩୪.୫°C

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଲେଉଟିବ ତାତି, ଦିନର ତାପମାତ୍ରା ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା

ଭୁବନେଶ୍ବର: କିଛି ଦିନ ଧରି ରାଜ୍ୟରେ ତାତି ହ୍ରାସ ପାଇଥିବା ବେଳେ ପୁଣି ଥରେ ତାହା ଲେଉଟିବ ବୋଲି ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ତାତି ବୃଦ୍ଧି ପାଇବ। ଦିନର ତାପମାତ୍ରା ପ୍ରାୟ 5 ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ଏହି ତାତି ପ୍ରାୟ 4 ଦିନ ଧରି ଲାଗିରହିବ।

ରାଜ୍ୟରେ କାଳ ବୈଶାଖୀ ଯୋଗୁଁ କିଛି ଦିନ ଧରି ତାପମାତ୍ର ହ୍ରାସ ପାଇଛି। ଦିନରେ କୋହଲା ପବନ ସହିତ ଝିପିଝିପି ବର୍ଷା ପୁରା ପରିବେଶକୁ ଶୀତଳ କରିଦେଇଛି। ଯାହାଫଳରେ ଲୋକଙ୍କୁ ପ୍ରବଳ ତାତିରୁ ନିସ୍ତାର ମିଳିଥିଲା। ଏପ୍ରିଲ ମାସରେ ସବୁଠାରୁ ଥଣ୍ଡା ଅନୁଭୂତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ଏହି ତାତି ବୃଦ୍ଧି ପାଇବ ବୋଲି ଜଣାପଡିବା ପରେ ସତର୍କ ରହିବା ପାଇଁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି ଥରେ ରାଜ୍ୟକୁ ଫେରିବ ତାତି, ବଢିବ ୩ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା

ଭୁବନେଶ୍ବର: କିଛିଦିନ ଧରି ରାଜ୍ୟର ତାପମାତ୍ର ଥଣ୍ଡା ଥିବା ବେଳେ ପୁଣିଥିରେ ତାହା ବୃଦ୍ଧି ପାଇବ ବୋଲି ଜଣାପଡିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣିଥରେ ତାପମାତ୍ର ବୃଦ୍ଧି ଘଟିବ। ଦିନର ତାପମାତ୍ରା ପ୍ରାୟ ୩ ରୁ ୪ ଡ଼ିଗ୍ରୀ ଯାଏଁ ବଢିବ ବୋଲି କୁହାଯାଇଛି।

ତେବେ ଆସନ୍ତା ୧୨ ତାରିଖ ଯାଏଁ ତାପମାତ୍ରା ରେ ବିଶେଷ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ। ହେଲେ ୧୩ ତାରିଖ ପରଠାରୁ ପରବର୍ତୀ ୨ଦିନ ମଧ୍ୟରେ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଅଂଶୁଘାତ ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ, ଜିଲ୍ଲାପାଳଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ବର: ସଂପ୍ରତି ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।
ମୁଖ୍ୟ ଶାସନ ସଚିବ ରାଜ୍ୟରେ ଗ୍ରୀଷ୍ଣ ଲହରୀ ଜାରି ରହିଥିବାରୁ ସତର୍କତା ମୂଳକ ବିଭିନ୍ନ ପଦକ୍ଷେପ ନେବାକୁ ଜିଲ୍ଲାପାଳ ତଥା ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ପରାମର୍ଶ ଦେଇଛନ୍ତି। ଅତ୍ୟନ୍ତ ଗ୍ରୀଷ୍ଣ ପ୍ରବାହ ଦୃଷ୍ଟିରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହେଉଥିବା ଦୀର୍ଘ ସମୟ ଧରି ସାଧାରଣ ସଭା ଖୋଲା ସ୍ଥାନରେ ନକରିବାକୁ ପରାମର୍ଶ ଦେଇଛନ୍ତି।
ଦିନବେଳା ଅଧିକ ତାପମାତ୍ରା ଓ ଗୁଳୁଗୁଳି ହେଉଥିବାରୁ ରାଜନୈତିକ ଦଳ ମାନେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ମାର୍ଗଦର୍ଶିକା ସଠିକ୍ ଭାବେ ଅନୁପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଶ୍ରମ ବିଭାଗ ନିର୍ଦ୍ଦେଶନାମା ଅନୁସାରେ ପୂର୍ବାହ୍ଣ ୧୧ ଟାରୁ ଅପରାହ୍ନ ୩.୩୦ ମଧ୍ୟରେ ଯେପରି ଶ୍ରମିକମାନେ ଅତ୍ୟଧିକ ଖରାରେ କାର‌୍ୟ୍ୟ ନ କରନ୍ତି, ସେଥି ପ୍ରତି ବିଭିନ୍ନ ବ୍ୟବସ୍ଥାରେ ତଦାରଖ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସବୁ ସ୍ଥାନରେ ଜଳଛତ୍ର କାର‌୍ୟ୍ୟକ୍ଷମ ହେବା ନିଶ୍ଚିତ କରାଇବାକୁ କହିଛନ୍ତି।
ଯାତ୍ରୀବାହୀ ବସ, ମୋ ବସ୍ ଆଦିରେ ଯାତ୍ରା କରୁଥିବା ବସରେ ପ୍ରାଥମିକ ଚିକିତ୍ସା ବାକ୍ସ ସହ ଆବଶ୍ୟକ ଜରୁରୀ କାଳୀନ ସ୍ଥିତି ପାଇଁ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ରଖାଯାଉ। ବିଡିଓ, ତହସିଲଦାର, ଉପ-ଜିଲ୍ଲାପାଳ ଆଦି ଅଧିକାରୀମାନେ ବସରେ ଏସବୁ ଅଛିକି ନାହିଁ ଅଚାନକ ଯାଂଚ କରିବାକୁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ବିଭିନ୍ନ ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ନିମନ୍ତେ ଶଯ୍ୟା ପ୍ରସ୍ତୁତି ଯାଂଚ କରି ଜିଲ୍ଲାପାଳମାନେ ପ୍ରସ୍ତୁତି ସଠିକ୍ ରହିଛି କି ନାହିଁ, ତାହା ଅନୁଧ୍ୟାନ କରିବେ। ହସ୍ପିଟାଲରେ ଜେନେରେଟର ସେଟ୍ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ମାନଙ୍କରେ ନିର୍ଘଣ୍ଟ କରାଯାଇଥିବା ସମୟ ଅନୁସାରେ ଛାତ୍ରଛାତ୍ରୀମାନେ ପାଣି ପିଇବା, ବିଦ୍ୟାଳୟରେ ଓଆରଏସ୍ ପ୍ୟାକେଟ୍ ଉପଲବ୍ଧ ହେବା ସହ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହିତ ନିୟମିତ ସ୍ଥିତି ଯାଂଚ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
ସେହିପରି ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିବାକୁ ବ୍ୟବସ୍ଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପରାମର୍ଶ ଦେଇଥିଲେ। ପାନୀୟ ଜଳ ଯୋଗାଣ ପାଇଁ ବିଦ୍ୟୁତ୍ ସରବରାହ ଯେପରି ବ୍ୟାଘାତ ନଘଟେ, ସେଥିପାଇଁ ବିଦ୍ୟୁତ୍ ବିତରଣ କମ୍ପାନୀ ଡିସକମ ସହିତ ନିୟମିତ ବୈଠକ କରି ସମସ୍ୟାର ସମାଧାନ କରାଯାଉଥିବା ସଂପର୍କରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ପ୍ରକାଶ କରିଥିଲେ।
ସେହିପରି ଗ୍ରୀଷ୍ଣ ପ୍ରବାହ ଦୃଷ୍ଟିରୁ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ ଗଣନା କେନ୍ଦ୍ର ପ୍ରକୋଷ୍ଠରେ ଶତାଧିକ ଅଧିକାରୀ, ପୋଲିଂ ଏଜେଣ୍ଟମାନେ ନିୟୋଜିତ ହେବାକୁ ଥିବା ଦୃଷ୍ଟିରୁ ସେଠାରେ ଯେପରି ବିଦ୍ୟୁତ୍ ସରବରାହ ବ୍ୟାଘାତ ନଘଟେ, ସେଥିପ୍ରତି ଦୃଷ୍ଟି ଦେବା, ଡିଜି ସେଟ୍ ରଖାଯିବା, ଓଆରଏସ୍ ପ୍ୟାକେଟ୍ ଓ ଯଥେଷ୍ଟ ପାନୀୟ ଜଳ ରଖାଯିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଚଣ୍ଡ ରୌଦ୍ରତାପରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଦୃଷ୍ଟିରୁ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଯେଉଁସ୍ଥାନରେ ଜଳ ଉତ୍ସରେ ପାଣିର ଅଭାବ ରହିଛି, ସେସବୁ ଅଂଚଳର ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବିଦ୍ୟାଳୟରେ ଅଦ୍ୟାବଧି ନଳକୁପଗୁଡିକର ମରାମତି ଆବଶ୍ୟକତା ରହିଛି, ତାହାକୁ ପଂଚାୟତିରାଜ ବିଭାଗ ସହାୟତାରେ ତ୍ୱରିତ ସଚଳ କରାଯିବା ଆଦି ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଚାରିଟି ସହରର ତାପମାତ୍ର 43 ଡିଗ୍ରୀ ଟପିଲା, କାଲିଠାରୁ ମିଳିପାରେ ଅସ୍ବସ୍ଥି

ଭୁବନେଶ୍ବର: ଆଜି ରାଜ୍ୟର ଚାରିଟି ସହରର ତାପମାତ୍ର 43 ଡିଗ୍ରୀ ଟପିଛି। ଆସନ୍ତାକାଲିଠାରୁ ତାପମାତ୍ରରେ ସାମାନ୍ୟ ଅସ୍ବସ୍ଥି ମିଳିଥିଲେ ମଧ୍ୟ ତାତିରୁ ମୁକ୍ତି ମିଳି ନାହିଁ। ଆଜିର ତାପମାତ୍ରା ଅନୁସାରେ ଅନୁଗୁଳ ଓ ଟିଟିଲାଗଡର ତାପମାତ୍ର 43 ଡିଗ୍ରୀ ଟପିଛି।

 

ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ତାତିରୁ ମିଳିବ ମୁକ୍ତି ବୋଲି କୁହାଯାଇଛି। କାରଣ ଆସନ୍ତାକାଳି କାଳ ବୈଶାଖୀ ଦେଖାଯିବାର ସମ୍ଭାବନା ରହିଛି। ଏହାଦ୍ବାରା ପବନ ପ୍ରବାହିତ ହେବା ସହିତ ବର୍ଷା ମଧ୍ୟ ହେବ ବୋଲି କୁହାଯାଇଛି। ଦୀର୍ଘଦିନର ଗରମ ପରେ ଲୋକଙ୍କୁ ଆସ୍ବସ୍ଥି ମିଲିବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କଲେ ଜିଲ୍ଲାପାଳ, ଜାଣନ୍ତୁ କେତେବେଳେ ହେବ ଖୋଲା

ଖୋର୍ଦ୍ଧା: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି। ସକାଳୁ ମଧ୍ୟ ବାହାରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ଗତକାଲି ଭୁବନେଶ୍ବରର ତାପମାତ୍ର ସର୍ବାଧିକ ଥିଲା। ଏହା 43 ଡିଗ୍ରୀ ଛୁଇଁଥିଲା। ଯାହା ପୁରା ଏସିଆ ମହାଦେଶର ଷଷ୍ଠତମ ଗରମ ସହର ଭାବେ ପରିଲକ୍ଷିତ ହୋଇଛି।

ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ,  “ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହେ ଭଗବାନ… ଆଜି ଭୁବନେଶ୍ବରରେ ଅନୁଭୂତ ହେଲା ସର୍ବାଧିକ ତାତି, କଲବଲ ରାଜଧାନୀ ବାସୀ

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ପ୍ରବାହିତ ହୋଇଛି। ଆଜି ହେଉଛି ଏ ବର୍ଷର ସର୍ବାଧିକ ତାତି। ଏହି ତାତି ଆଜି ଭୁବନେଶ୍ବରରେ ସର୍ବାଧିକ ପରିଲକ୍ଷିତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି  ଦିନ ୨ଟା ୩୦ ସୁଦ୍ଧା ୪୩.୨° ଡିଗ୍ରୀ ରହିଛି। ହେଲେ ପୁରା ଦିନର ତାପମାତ୍ରା ଆହୁରି ବଢିଥିବ ବୋଲି ଜଣାପଡିଛି।

ଭୁବନେଶ୍ୱର : ୪୩.୨° ଡିଗ୍ରୀ

ସମ୍ବଲପୁର: ୪୦.୮° ଡିଗ୍ରୀ

ହୀରାକୁଦ: ୪୦.୬° ଡିଗ୍ରୀ

ଚାନ୍ଦବାଲି: ୪୦.୬° ଡିଗ୍ରୀ

ଝାରସୁଗୁଡା: ୪୦.୨° ଡିଗ୍ରୀ

ରାଉରକେଲା: ୩୯.୬° ଡିଗ୍ରୀ

କେନ୍ଦୁଝର: ୩୯° ଡିଗ୍ରୀ

ବାଲେଶ୍ୱର: ୩୭.୮° ଡିଗ୍ରୀ

ପୁରୀ: ୩୩° ଡିଗ୍ରୀ

ଗୋପାଳପୁର: ୩୨.୨° ଡିଗ୍ରୀ

ପାରାଦୀପ: ୩୨° ଡିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ତତଲା କଡେଇରେ ସାରା ଓଡିଶା, ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା

ଭୁବନେଶ୍ବର: ଆଜି ସାରା ଓଡିଶାର ନାହିଁ ନ ଥିବା ତାତି ଅନୁଭୂତ ହେବାରେ ଲାଗିଛି। ସକାଳୁ ସକାଳୁ ରାଜ୍ୟର ସବୁ ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ହେବାରେ ଲାଗିଛି। ଗତକିଛି ଦିନ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେବାରେ ଲାଗିଛି।

ହେଲେ ଆଜି ସକାଳୁ ଯେପରି ତାପମାତ୍ରା ଅନୁଭୂତ ହୋଇଛି ତାହା ଆଗରୁ କେବେ ହୋଇ ନ ଥିଲା। ଗତକାଲି ରାଜ୍ୟରେ ସର୍ବାଧିକ ୪୨ଡ଼ିଗ୍ରୀରେ ପହଁଚିଥିଲା। ହେଲେ ଆଜି ଆହୁରି ଅଧିକ ତାପମାତ୍ର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଆନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା..

ଭୁବନେଶ୍ୱର: ୩୯.୮, କେନ୍ଦୁଝର: ୩୯.୨, ବାଲେଶ୍ୱର:୩୮, ଝାରସୁଗୁଡା : ୩୮ ,ରାଉରକେଲା: ୩୭.୮, ଚାନ୍ଦବାଲି: ୩୭.୪, ସମ୍ବଲପୁର: ୩୭.୪ , ହୀରାକୁଦ: ୩୬.୬ ପୁରୀ: ୩୨.୪, ପାରାଦୀପ: ୩୨, ଗୋପାଳପୁର: ୩୧.୮ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶାରେ ନାହିଁ ନ ଥିବା ତାତି, ୪୨ ଡ଼ିଗ୍ରୀରେ ପହଞ୍ଚିଲା ତାପମାତ୍ର

ଭୁବନେଶ୍ବର: ଆଜି ମଧ୍ୟ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ଆଜି ପ୍ରଥମ ଥର ପାଇଁ ରାଜ୍ୟର ସର୍ବାଧିକ ତାପମାତ୍ର ୪୨ଡ଼ିଗ୍ରୀରେ ପହଁଚିଛି। ଏଥିସହିତ ବିଭିନ୍ନ ସହରର ତାପମାତ୍ରା ମଧ୍ୟ ପୂର୍ବ ପରି ଅଧିକ ଅନୁଭୂତ ହୋଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ୧୧ସହରର ତାପମାତ୍ର ୪୦ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଆଜି ମାଲକାନଗିରି ଏବଂ ବୌଦ୍ଧରେ ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୨ଡ଼ିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୨ଦିନ ମଧ୍ୟରେ କିଛି କିଛି ସ୍ଥାନରେ ୨ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶାକୁ କଲବଲ କଲା ତାତି, ୭ଟି ସହରର ତାପମାତ୍ରା ୪୧ ଡ଼ିଗ୍ରୀ ଟପିଲା, କେତେ ଦିନ ଏମିତି ହେବ

ଭୁବନେଶ୍ବର: ଆଜି ଓଡିଶାରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଛି। ଯାହା ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସର୍ବାଧିକ ତାତି ବୋଲି କୁହାଯାଇଛି। ଆଜି ରାଜ୍ୟର ୭ ଟି ସହର ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ବା ତାଠାରୁ ଅଧିକ ହୋଇଛି ପହଁଚିଛି। ଆଜି ମାଲକାନଗିରିରେ ଏହି ତାପମାତ୍ରା  ସର୍ବାଧିକ ୪୧.୭ ଡ଼ିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଅନ୍ୟାନ୍ୟ ସହରରେ ଯେଉଁ ତାପମାତ୍ରା ୪୧ ଡ଼ିଗ୍ରୀ ଉପରକୁ ରହିଛି ସେଗୁଡିକ ହେଲା ମାଲକାନଗିରି, ଟିଟିଲାଗଡ, ବୌଦ୍ଧ, ଭବାନୀପାଟଣା, ନୟାଗଡ, ବଲାଙ୍ଗିର ଏବଂ ତାଳଚେର। ଏଥିସହିତ ଅନ୍ୟାନ୍ୟ ସହରର ତାପମାତ୍ରା ହେଲା
୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ସକାଳୁ ସକାଳୁ ଏତେ ତାତି, ତେବେ ଦିନରେ ପୁଣି କଣ ହେବ?

ଭୁବନେଶ୍ବର: ଆଜି ସାରା ଓଡିଶାରେ ସକାଳୁ ସକାଳୁ ପ୍ରଳ ତାତି ଅନୁଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ତେଣୁ ସକାଳୁ ଯଦି ଏତେ ତାତି ତେବେ ଦିନରେ ତାପମାତ୍ରା କଣ ହେବ ସେ ନେଇ ସମସ୍ତେ ଅଶ୍ଚର୍ଯ୍ୟ ହେଲେଣି।ଆଜି ସକାଳ ୮ ଟା ୩୦ ସୁଦ୍ଧା ବିଭିନ୍ନ ସହରରେ ଯେଉଁ ତାପମାତ୍ରା ଅନୁଭୂତ ହୋଇଛି ତାହା ହେଲା

ବାଲେଶ୍ୱର: ୩୨°C

ଭୁବନେଶ୍ୱର: ୩୦.୮°C

ଚାନ୍ଦବାଲି: ୩୦.୪°C

ପୁରୀ: ୩୦°C

ସମ୍ବଲପୁର: ୩୦°C

ରାଉରକେଲା: ୨୯.୮°C

ପାରାଦୀପ: ୨୯.୬°C

ଝାରସୁଗୁଡା: ୨୯.୪°C

କେନ୍ଦୁଝର: ୨୯.୬°C

ହୀରାକୁଦ: ୨୮.୪°C

ଗୋପାଳପୁର: ୨୭.୮°C

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ଖବର, ୧୧ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଆଜି ରାଜ୍ୟର ପାଣିପାଗ ନେଇ ଆସିଛି ବଡ ସୂଚନା। ତାହା ହେଲା ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ହେବ ଝଡବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଦେଇଛି।

ସେଥିପାଇଁ ପାଣିପାଗ ବିଭାଗ ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରୀ କରିଛି। ସେଗୁଡିକ ହେଲା ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେଉଁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଖୋର୍ଦ୍ଧା (ଭୁବନେଶ୍ୱର ସହ), କଟକ ଏବଂ ପୁରୀ ରହିଛି। ଏହି ଜିଲ୍ଲାଗୁଡିକରେ ପ୍ରଭାବ ପକାଇପାରେ ବୋଲି ପାଣିପାଗ ବିଭାଗ କହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଲେ ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବା ସହ ବଜାରଘାଟ, ବସ୍‌ଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବା ସହ ଆଗୁଆ ଅଚଳ ନଳକୂପଗୁଡ଼ିକର ମରାମତି, ପାଇପ ଜଳଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଗୃହଗୁଡ଼ିକୁ ବାସହୀନ ଓ ଆଶ୍ରୟସ୍ଥଳ ଆବଶ୍ୟକ ଥିବା ଜନସାଧାରଣଙ୍କୁ ଦିନବେଳା ଆଶ୍ରୟ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜଳସଂପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକରୁ କେନାଲକୁ ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟପାଳନ ଓ ପଶୁସଂପଦ ବିକାଶ ବିଭାଗ ପକ୍ଷରୁ ବୁଲା ପଶୁ/ଗୋରୁଗାଈମାନଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଥିବା ଅଚଳ ନଳକୂପଗୁଡ଼ିକ ସଜାଡ଼ିବା ସହ ପ୍ରଚୁର ପରିମାଣର ଓଆର୍‌ଏସ୍‌ ମହଜୁଦ ରଖିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରା ସମୟରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି ।

ବିଦ୍ୟାଳୟର ସମୟ, ଗ୍ରୀଷ୍ମ ପ୍ରବାହର ଆଗୁଆ ସୂଚନା ଅନୁସାରେ ପରିବର୍ତ୍ତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ସକାଳବେଳା ଖୋଲା ରଖିବା ସହ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ପରିମାଣର ଓଆର୍‌ଏସ୍‌ ପ୍ୟାକେଟ୍‌ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟଗୁଡ଼ିକରେ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସାର ବ୍ୟବସ୍ଥା କରିବା ସହ ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ଓ ଜନସାଧାରଣଙ୍କ ମଧ୍ୟରେ ଅଂଶୁଘାତଜନିତ ସଚେତନତା ପାଇଁ ପ୍ରଚାର ବ୍ୟବସ୍ଥା କରିବା ଓ ଜିଲ୍ଲାସ୍ତରୀୟ ମେଡ଼ିକାଲ ଅଫିସର ଓ ଅନ୍ୟ ସମସ୍ତ ମେଡ଼ିକାଲ ଅଫିସରମାନଙ୍କୁ ରାଜ୍ୟର ୩୭୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହଜନିତ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଏଥି ପାଇଁ ଓସ୍‌ଡମା ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ। ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରା ସମୟରେ ବସ୍‌ ଚଳାଚଳ ସମୟ ପରିବର୍ତ୍ତନ ସହ ବସ୍‌ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ପ୍ରାଥମିକ ଚିିକିତ୍ସା ବାକ୍ସର ବ୍ୟବସ୍ଥା କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ମାଣ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ର ସ୍ଥଳରେ ପାନୀୟ ଜଳ ସହ ଆଶ୍ରୟ ବ୍ୟବସ୍ଥା କରିବା ଓ ଖରା ସମୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବା ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦୁ୍ୟତ ସଂଚାର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଜଙ୍ଗଲ ଅଗ୍ନିକୁ ରୋକିବା ଓ ପ୍ରତିହତ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବନାଗ୍ନି ଦାଉରୁ ବନ୍ୟପ୍ରାଣୀ, ପକ୍ଷୀମାନଙ୍କୁ ରକ୍ଷା କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ, ବନ ସୁରକ୍ଷା ସମିତି, ପଞ୍ଚାୟତିରାଜ ସଭ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏଥିରେ ଭାଗୀଦାର କରିବା ସହ ଚିଡ଼ିଆଖାନାଗୁଡ଼ିକୁ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବା ଓ ସହରାଞ୍ଚଳରେ ବନୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମପ୍ରବାହ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଷ୍ଟର, ଲିଫ୍‌ଲେଟ୍‌ ଓ କ’ଣ କରିବାକୁ ହେବ ଓ କ’ଣ ନକରିବା ଉଚିତ, ମଣିଷ ଓ ପ୍ରାଣୀସଂପଦର ସୁରକ୍ଷା ଦିଗରେ ଏଭଳି ପ୍ରଚାର ଓ ପ୍ରସାର ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି।

ଥଣ୍ଡାଛାତ କାରିଗରୀ ବିଦ୍ୟାର ପ୍ରସାର ସଂପର୍କରେ ଜନସଚେତନତା ସୃଷ୍ଟି ଓ ଛାତ ଉପରେ ଧଳା ରଙ୍ଗର ଆସ୍ତରଣ ଦେବା ଦ୍ୱାରା ଘର ଭିତର କିପରି ଥଣ୍ଡା ରହିପାରିବ ଓ ରାଜ୍ୟ, ଜିଲ୍ଲାସ୍ତରରୁ ଆରମ୍ଭ କରି ନଗର ଉତ୍ତାପ ଆକ୍ସନ୍‌ ପ୍ଲାନ୍‌କୁ କିପରି ଉନ୍ନତିକରଣ କରାଯାଇ ରାଜ୍ୟରେ ଗ୍ରୀଷ୍ମପ୍ରବାହଜନିତ ପ୍ରଭାବ ମୁକାବିଲା ପରିଚାଳନା କରାଯାଇପାରିବ ଏ କ୍ଷେତ୍ରରେ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ସମ୍ବନ୍ଧୀୟ ଜୀବନହାନିକୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ, ଜାଣନ୍ତୁ କେଉଁ ସହରର ତାପମାତ୍ରା କେତେ

ଭୁବନେଶ୍ବର: ଆଜି ସାରା ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେବାରେ ଲାଗିଛି। ମାର୍ଚ୍ଚ ମାସରେ ଏପରି ଗରମ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଜି ଝାରସୁଗୁଡାରେ ସର୍ବାଧିକ ତାପମାତ୍ର ପ୍ରବାହିତ ହୋଇଛି। ଆଜି ଝାରସୁଗୁଡାରେ ୩୯.୧° ଡିଗ୍ରୀ ରେକର୍ଡ କରାଯାଇଛି।

ଆଜି ଦିନ ୨ ଟା ୩୦ ସୁଦ୍ଧା ବିଭିନ୍ନ ସହରରେ ହୋଇଥିବା ତାପମାତ୍ରା ହେଲା

ଝାରସୁଗୁଡା: ୩୯.୧°C
ଚାନ୍ଦବାଲି: ୩୮.୪°C
ରାଉରକେଲା : ୩୭.୬°C
ସମ୍ବଲପୁର: ୩୭.୫ °C
ଭୁବନେଶ୍ୱର: ୩୭.୪ °C
କେନ୍ଦୁଝର: ୩୭.୪ °C
ହୀରାକୁଦ: ୩୭.୪ °C
ବାଲେଶ୍ୱର: ୩୫ °C
ପୁରୀ: ୩୩ °C
ପାରାଦୀପ: ୩୨.୩ °C
ଗୋପାଳପୁର: ୩୧.୫ °C

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗ୍ରୀଷ୍ମ ପାଇଁ ଶିକ୍ଷା ଅନୁଷ୍ଠାନ, ଅଫିସ, ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ଜାରୀ କଲେ ପରାମର୍ଶ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଗରମ ପ୍ରବାହ ଆରମ୍ଭ ହୋଇଗଲାଣି। ମାଘ ମାସରେ ଯେପରି ଗରମ ହେଉଛି ସେଥିରୁ ଜଣାପଡିଛି ଯେ, ଗ୍ରୀଷ୍ଣ ଋତୁରେ କଣ ହେବ ପରିସ୍ଥିତି। ତେବେ ଏହି ଗ୍ରୀଷ୍ଣ ପ୍ରବାହ ପୂର୍ବରୁ ରାଜ୍ୟ ସରକାର ଜାରି କରିଛନ୍ତି ପରାମର୍ଶ। ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଅଫିସ ଏବଂ ଜନସାଧାରଣ ତାହାକୁ ପାଳନ କରିବା ପାଇଁ ନିବେଦନ କରାଯାଇଛି। ସେଗୁଡିକ ହେଲା..

  • ଗ୍ରୀଷ୍ମ ପ୍ରବାହ ଜନିତ ରୋଗ ଓ କ୍ଷୟକ୍ଷତି ରୋକିବା ପାଇଁ ଜନସଚେତନତା ହେଉଛି ଚାବିକାଠି । ତେଣୁ ଗ୍ରୀଷ୍ମ ପ୍ରବାହ ଜନିତ ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା, ବିପଦ ଚିହ୍ନଟ କରିବା, ଉକ୍ତ ବିପଦରୁ ମଣିଷ ଓ ପଶୁପକ୍ଷୀଙ୍କୁ ରକ୍ଷା କରିବା ପାଇଁ ‘କ’ଣ ଓ କ’ଣ କରିବେ ନାହିଁ’ ଏବଂ ଯଦି କେହି ପ୍ରଭାବିତ ହୁଅନ୍ତି ତେବେ କ’ଣ କରିବେ ସେ ନେଇ ତୁରନ୍ତ ସଚେତନତା ଅଭିଯାନ ଆରମ୍ଭ କରାଯାଇପାରିବ। ନାଗରିକ ସମାଜ ସଂଗଠନଗୁଡ଼ିକ ସଚେତନତା ଅଭିଯାନରେ ବ୍ୟାପକ ଭାବରେ ସାମିଲ ହୋଇପାରନ୍ତି । ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ବାର୍ତ୍ତା ମିଳିବା ପରେ ଯୋଗାଯୋଗର ଅନ୍ୟାନ୍ୟ ମାଧ୍ୟମ ବ୍ୟତୀତ ସ୍ଥାନୀୟ ଗଣମାଧ୍ୟମକୁ ଜନସାଧାରଣଙ୍କୁ ସତର୍କ ରଖିବା ପାଇଁ ବ୍ୟବହାର କରାଯିବା ଉଚିତ।
  • ପାଣିର ଅଭାବ ଅନେକ ସମୟରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସହିତ ଜଡିତ ହୋଇଥାଏ ଯାହା ଉପରେ ବିଶେଷ ଧ୍ୟାନ ଦେବା ର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ଜଳ ଅଭାବ ଥିବା ଅଞ୍ଚଳ (ଗାଁ/ପଡ଼ା/ୱାର୍ଡ ୱାଇଜ)କୁ ଚିହ୍ନଟ କରିବା ଏବଂ ସେହି ଅଞ୍ଚଳକୁ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ଆବଶ୍ୟକ। ଜଳ ଅଭାବ ଖବରର ତୁରନ୍ତ ଜବାବ ଦେବାକୁ ପଡ଼ିବ।
  • ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ପ୍ରତିଷେଧକ ରକ୍ଷଣାବେକ୍ଷଣ ତୁରନ୍ତ ଆରମ୍ଭ ହେବା ଦରକାର। ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ଅଭିଯୋଗର ସମାଧାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇପାରେ।
  • ଆବଶ୍ୟକତା ଅନୁଯାୟୀ ଜଳଭଣ୍ଡାରରୁ କେନାଲ ମାଧ୍ୟମରେ ଜଳ ଛାଡିବା ପାଇଁ ଜଳସମ୍ପଦ ବିଭାଗ ପଦକ୍ଷେପ ନେବ ।
  • ବଜାର ସ୍ଥାନ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସମାବେଶ ସ୍ଥଳରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା/ଗ୍ରାମ ପଞ୍ଚାୟତ ପକ୍ଷରୁ “ପାନୀୟଜଳ ସେବାକେନ୍ଦ୍ର” (ପାନୀୟ ଜଳ କିଓସ୍କ) ଖୋଲାଯିବା ଆବଶ୍ୟକ । ଏଭଳି ୱାଟର କିଓସ୍କରେ ଯୋଗାଇ ଦିଆଯାଉଥିବା ପାଣି ପୋର୍ଟେବଲ୍ ଗୁଣବତ୍ତା ଏବଂ ଉପଯୁକ୍ତ ପରିମଳ ବ୍ୟବସ୍ଥାର ହେବା ଆବଶ୍ୟକ, ଯେଉଁଥିରେ ଲମ୍ବା ହ୍ୟାଣ୍ଡେଲ ଡିସ୍ପେନ୍ସର ର ବ୍ୟବହାର ଏବଂ ଦୈନିକ ଜଳ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟ ପାଇଁ ଆନ୍ତରିକ ଏବଂ ଇଚ୍ଛୁକ ନାଗରିକ ସମାଜ ସଂଗଠନଗୁଡିକ ନିୟୋଜିତ ହୋଇପାରନ୍ତି । କେବଳ ଆତ୍ମପ୍ରଚାର ପାଇଁ ଏଭଳି କାର୍ଯ୍ୟ କରୁଥିବା ଏବଂ ପ୍ରାରମ୍ଭିକ ଦିନ ପରେ ଏହାକୁ ବନ୍ଦ କରିବାକୁ ଏଜେନ୍ସିଗୁଡ଼ିକୁ ଏଡ଼ାଇବା ଉଚିତ୍ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
  • ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସହରାଞ୍ଚଳଆଶ୍ରୟସ୍ଥଳୀ, ଗୋଷ୍ଠୀ କୋଠା ଏବଂ ଅନ୍ୟାନ୍ୟ ସାର୍ବଜନୀନ କୋଠାଗୁଡ଼ିକୁ ବାସହୀନ/ ଅସହାୟ ଲୋକଙ୍କ ପାଇଁ ଦିନ ସମୟରେ ବିଶ୍ରାମ ପାଇଁ ଦିନକାଳୀନ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ। ଯଥାସମ୍ଭବ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇପାରେ । ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ପାଇଁ ନିରାପଦ ପାନୀୟ ଜଳ ଓ ଓଆରଏସ୍ ବ୍ୟବସ୍ଥା କରାଯାଇପାରେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିପାରିବେ।
  • ବୁଲୁଥିବା ପଶୁପକ୍ଷୀଙ୍କ ପାଇଁ ଅଳ୍ପ ଭାତ ନିର୍ମାଣ/ ମରାମତି ମଧ୍ୟ ସୁନିଶ୍ଚିତ କରାଯାଇପାରିବ ।
  • ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଗ୍ରୀଷ୍ମ ଋତୁରେ ପଶୁମାନଙ୍କର ଯତ୍ନ ପାଇଁ ଉପଯୁକ୍ତ ଆଇଇସି ପଦକ୍ଷେପ ଗ୍ରହଣ କରିପାରେ ।
  • ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ଯତ୍ନ ନେବାକୁ ପଡ଼ିବ। ଆବଶ୍ୟକସ୍ଥଳେ ବିଦ୍ୟାଳୟ ପରିସରରେ ଥିବା ନଳକୂପ ମରାମତି କରାଯାଇ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଇପାରିବ। ସ୍କୁଲ, କଲେଜରେ ପର୍ଯ୍ୟାପ୍ତ ଓଆରଏସ୍ ରଖାଯିବା ସହ ଆବଶ୍ୟକ ଛାତ୍ରଛାତ୍ରୀ/କର୍ମଚାରୀଙ୍କୁ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀମାନେ ଯେପରି ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଲଗାଇବାକୁ ପଡ଼ିବ।
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମସ୍ତ ଅଭିଭାବକଙ୍କୁ ସଚେତନ କରାଯିବା ଦରକାର ଯେ ସେମାନଙ୍କ ପିଲାମାନେ ସ୍କୁଲ, କଲେଜ ଯିବା ସମୟରେ ପାଣି ବୋତଲ ନେଇ ଯାଆନ୍ତୁ। ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହାକୁ ଯଥେଷ୍ଟ ପ୍ରଚାର କରାଯିବା ଉଚିତ୍ ।
  • ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ପ୍ରବାହ ସତର୍କତାମୂଳକ ଟିପ୍ସ ଦେବା ପାଇଁ ସ୍କୁଲ ସମୟରେ କିଛି ସମୟ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇପାରେ ।
  • ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ବିଭାଗ ଉପରୋକ୍ତ ବିଷୟଉପରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିପାରିବେ।
  • ଅଙ୍ଗନୱାଡି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ । ସମସ୍ତ ଏଡବ୍ଲ୍ୟୁସିରେ ପୋର୍ଟେବଲ ପାଣିର ଉପଲବ୍ଧତା ଯାଞ୍ଚ ଏବଂ ସୁନିଶ୍ଚିତ କରାଯିବା ଆବଶ୍ୟକ। ଆଶା ଏବଂ ଏଡବ୍ଲ୍ୟୁଙ୍କ ପାଖରେ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ମଧ୍ୟ ଉପଲବ୍ଧ ହେବା ଉଚିତ।
  • ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିସପେନ୍ସରୀ, ପିଏଚ୍ସି, ସିଏଚ୍ସି ଏବଂ ଉପଖଣ୍ଡ/ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍, ଓଆରଏସ୍ ସଂରକ୍ଷଣ କରାଯାଇପାରିବ। ବିଭିନ୍ନ ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଅଲଗା ଅଲଗା ୱାର୍ଡ/ ଶଯ୍ୟା ବ୍ୟବସ୍ଥା କରାଯିବ । ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଇଏସ୍ଆଇ ଡିସପେନସରିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇପାରେ।
  • ସମସ୍ତ ସାର୍ବଜନୀନ ପରିବହନ ଯାନରେ ଆବଶ୍ୟକ କରୁଥିବା ଯାତ୍ରୀ/ କର୍ମଚାରୀଙ୍କୁ ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ବିଶୁଦ୍ଧ ପାଣି ଏବଂ ଓଆରଏସ୍ ପ୍ୟାକେଟ୍ ରହିବା ଆବଶ୍ୟକ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଅଣ-ବାତାନୁକୂଳିତ ସାର୍ବଜନୀନ ପରିବହନ ସେବାର ସମୟ ପରିବର୍ତ୍ତନ କରିବାକୁ ପଡ଼ିବ। ତେବେ ଏପରି କରିବା ସମୟରେ ଯାତ୍ରୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ, ତାହାକୁ ଧ୍ୟାନରେ ରଖିବା ଆବଶ୍ୟକ। ସି ଆଣ୍ଡଟି (ପରିବହନ) ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିପାରିବ।
  • କାର୍ଯ୍ୟସ୍ଥଳୀରେ ଶ୍ରମିକ/ ଶ୍ରମିକଙ୍କ ନିୟୋଜିତ ହେବାର ସମୟ ପରିବର୍ତ୍ତନ କରାଯାଇପାରିବ । ଗ୍ରୀଷ୍ମ ପ୍ରବାହ ସମୟରେ ପିକ୍ ଆଭରରେ କୌଣସି କାର୍ଯ୍ୟ ସମ୍ପାଦନ କରିବା ଉଚିତ୍ ନୁହେଁ । କାର୍ଯ୍ୟସ୍ଥଳୀରେ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ଓ ବିଶ୍ରାମଗାର ର ବ୍ୟବସ୍ଥା ପାଇଁ ନିଯୁକ୍ତିଦାତାମାନେ ଆବଶ୍ୟକ ବ୍ୟବସ୍ଥା କରନ୍ତୁ । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିପାରେ।
  • ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବଜାୟ ରଖିବା ପାଇଁ ଶକ୍ତି ବିଭାଗ ବିତରଣ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବ। ଯଦି କିଛି କ୍ଷେତ୍ରରେ ଲୋଡ୍ ସେଡିଂ ଅତ୍ୟନ୍ତ ଜରୁରୀ, ତେବେ ଉପଭୋକ୍ତାଙ୍କ ସୂଚନା ପାଇଁ ସମୟସୂଚୀ ଯଥେଷ୍ଟ ଆଗୁଆ ଘୋଷଣା କରାଯିବା ଆବଶ୍ୟକ।
  • ଆଭ୍ୟନ୍ତରୀଣ ବାୟୁମଣ୍ଡଳୀୟ ତାପମାତ୍ରା ହ୍ରାସ କରିବା ପାଇଁ ଶୀତଳ ଛାତ ପ୍ରଯୁକ୍ତି ଅର୍ଥାତ୍ ଛାତର ଧଳା ରଙ୍ଗ ଉପରେ ସଚେତନତା ବୃଦ୍ଧି ପଦକ୍ଷେପ ଗ୍ରହଣ କରାଯାଇପାରିବ ।
  • ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟ କରିବ। ଭାରତ ପାଣିପାଗ ବିଭାଗ ପକ୍ଷରୁ ଜାରି ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନାକୁ ନିୟମିତ ଭାବେ ଟ୍ରାକ୍ କରାଯିବା ସହ ଆବଶ୍ୟକ ପଡ଼ିଲେ ଭାରତ ପାଣିପାଗ ବିଭାଗ /ରାଜ୍ୟ ଆପଦକାଳୀନ କେନ୍ଦ୍ର ସହ ଯୋଗାଯୋଗ କରାଯାଇ ପାରିବ।
  • ଜିଲ୍ଲାର ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟମାନଙ୍କୁ ସେମାନଙ୍କ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ପ୍ରଶମନ ବ୍ୟବସ୍ଥା ଏବଂ ଲୋକଙ୍କ ଦ୍ୱାରା ଗ୍ରୀଷ୍ମ ପ୍ରବାହ ନିରାପତ୍ତା ପ୍ରୋଟୋକଲ ପାଳନ ଉପରେ ନଜର ରଖିବା ପାଇଁ ସଚେତନ ଏବଂ ପ୍ରଭାବିତ କରାଯାଇପାରିବ।
  • ମେଡିକାଲ ଅନୁଷ୍ଠାନ, ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଇତ୍ୟାଦିରେ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରିପାରିବେ।
  • ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି କୌଣସି ମନୁଷ୍ୟ ମୃତ୍ୟୁ ନ ହୁଏ ସେଥିପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବା ଉଚିତ। ତେବେ ଯଦି ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶିତ ହୁଏ, ତେବେ ତୁରନ୍ତ ଏହାର ତଦନ୍ତ କରାଯାଇ ଏଭଳି ରିପୋର୍ଟର ସତ୍ୟତା ତୁରନ୍ତ ଏହି କାର୍ଯ୍ୟାଳୟକୁ ଜଣାଇବା ଦରକାର।
  • କାର୍ଯ୍ୟସ୍ଥଳରେ କିମ୍ବା ଅନ୍ୟ କୌଣସି ଅଞ୍ଚଳରେ ସନ୍ ଷ୍ଟ୍ରୋକ୍ ଯୋଗୁଁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ମିଳିଲେ ଜିଲ୍ଲାପାଳ ସ୍ଥାନୀୟ ରାଜସ୍ୱ ଅଧିକାରୀ ଯଥା ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର (ଗ୍ରାମାଞ୍ଚଳରେ) କିମ୍ବା ସହରାଞ୍ଚଳର ଅନ୍ୟ କୌଣସି ରାଜସ୍ୱ ଅଧିକାରୀ (ସମ୍ପୃକ୍ତ ଉପଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ) ଏବଂ ସ୍ଥାନୀୟ ଚିକିତ୍ସା ଅଧିକାରୀ (ସିଡିଏମଓ/ଏସଡିଏମଓଙ୍କ ଦ୍ୱାରା ମନୋନୀତ) ଦ୍ୱାରା ଏହି ମାମଲାର ତୁରନ୍ତ ମିଳିତ ତଦନ୍ତ କରିବାର ବ୍ୟବସ୍ଥା କରନ୍ତୁ । ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ସହ ମିଳିତ ତଦନ୍ତ ରିପୋର୍ଟ ମୃତ୍ୟୁର ୪୮ ଘଣ୍ଟା ମଧ୍ୟରେ ଏହି କାର୍ଯ୍ୟାଳୟରେ ପହଞ୍ଚିବା ଦରକାର।
  • ଯେଉଁଠି ଅନୁସନ୍ଧାନ ପରେ ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ନିଶ୍ଚିତ ହୁଏ, ସେଠାରେ ଶୋକସନ୍ତପ୍ତ ପରିବାରକୁ ମଞ୍ଜୁରୀ ଏବଂ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଡିଏଏମପିରେ ମାମଲାର ପ୍ରକ୍ରିୟା କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।
  • ପ୍ରାକୃତିକ ବିପର୍ଯ୍ୟୟ/ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଜିଲ୍ଲାସ୍ତରୀୟ କମିଟିର ବୈଠକ ଡକାଯାଇ ଗ୍ରୀଷ୍ମ ପ୍ରବାହର ଆକସ୍ମିକ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରାଯିବା ସହ କମିଟି/କର୍ତ୍ତୃପକ୍ଷଙ୍କ ପରାମର୍ଶ/ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।