ହେ ଭଗବାନ…ଓଡିଶାର ତାପମାତ୍ରା ଛୁଇଁଲା ୪୬ ଡ଼ିଗ୍ରୀ, ପ୍ରଥମ ଥର ପାଇଁ ରେକର୍ଡ ତାତି

Published: Apr 30, 2024, 4:37 pm IST

ଭୁବନେଶ୍ବର: ପୂର୍ବରୁ ପାଣିପାଗ ବିଭାଗ ଯାହା ଆକଳନ କରିଥିଲା ତାହାଠାରୁ ଆହୁରି ଅଧିକ ହେଲା। ପାଣିପାଗ ବିଭାଗ କହିଥିଲା ଯେ ଓଡିଶାର ତାପମାତ୍ରା ୪୫ ଡିଗ୍ରୀ ହେବ। ହେଲେ ଆଜି ଦିନ ୨ଟା ୩୦ ସୁଦ୍ଧା ଓଡିଶାର ତାପମାତ୍ରା ରେକର୍ଡ ଛୁଇଁ ୪୬ ଡ଼ିଗ୍ରୀ ହୋଇଛି। ଯାହା ଏକ ସର୍ବକାଳିନ ରେକର୍ଡ ବୋଲି କୁହାଯିବ। ଏହି ତାପମାତ୍ରା ବାଲେଶ୍ବର ସହରରେ ହୋଇଥିବାର ଜଣାପଡିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ହେଲା

ବାଲେଶ୍ୱର: ୪୬ ଡ଼ିଗ୍ରୀ

ଭୁବନେଶ୍ୱର: ୪୫.୪ ଡ଼ିଗ୍ରୀ

ଝାରସୁଗୁଡା: ୪୪.୨ ଡ଼ିଗ୍ରୀ

ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ

ରାଉରକେଲା: ୪୩.୨ ଡ଼ିଗ୍ରୀ

ସମ୍ବଲପୁର: ୪୩.୨ ଡ଼ିଗ୍ରୀ

କେନ୍ଦୁଝର : ୪୩ ଡ଼ିଗ୍ରୀ

ପୁରୀ: ୩୫.୧ ଡ଼ିଗ୍ରୀ

ଗୋପାଳପୁର: ୩୩.୬ ଡ଼ିଗ୍ରୀ

ପାରାଦୀପ: ୩୩.୬ ଡ଼ିଗ୍ରୀ

Related posts