Categories
ଆଜିର ଖବର ରାଜ୍ୟ ଖବର

ହେ ଭଗବାନ…ଓଡିଶାର ତାପମାତ୍ରା ଛୁଇଁଲା ୪୬ ଡ଼ିଗ୍ରୀ, ପ୍ରଥମ ଥର ପାଇଁ ରେକର୍ଡ ତାତି

ଭୁବନେଶ୍ବର: ପୂର୍ବରୁ ପାଣିପାଗ ବିଭାଗ ଯାହା ଆକଳନ କରିଥିଲା ତାହାଠାରୁ ଆହୁରି ଅଧିକ ହେଲା। ପାଣିପାଗ ବିଭାଗ କହିଥିଲା ଯେ ଓଡିଶାର ତାପମାତ୍ରା ୪୫ ଡିଗ୍ରୀ ହେବ। ହେଲେ ଆଜି ଦିନ ୨ଟା ୩୦ ସୁଦ୍ଧା ଓଡିଶାର ତାପମାତ୍ରା ରେକର୍ଡ ଛୁଇଁ ୪୬ ଡ଼ିଗ୍ରୀ ହୋଇଛି। ଯାହା ଏକ ସର୍ବକାଳିନ ରେକର୍ଡ ବୋଲି କୁହାଯିବ। ଏହି ତାପମାତ୍ରା ବାଲେଶ୍ବର ସହରରେ ହୋଇଥିବାର ଜଣାପଡିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ହେଲା

ବାଲେଶ୍ୱର: ୪୬ ଡ଼ିଗ୍ରୀ

ଭୁବନେଶ୍ୱର: ୪୫.୪ ଡ଼ିଗ୍ରୀ

ଝାରସୁଗୁଡା: ୪୪.୨ ଡ଼ିଗ୍ରୀ

ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ

ରାଉରକେଲା: ୪୩.୨ ଡ଼ିଗ୍ରୀ

ସମ୍ବଲପୁର: ୪୩.୨ ଡ଼ିଗ୍ରୀ

କେନ୍ଦୁଝର : ୪୩ ଡ଼ିଗ୍ରୀ

ପୁରୀ: ୩୫.୧ ଡ଼ିଗ୍ରୀ

ଗୋପାଳପୁର: ୩୩.୬ ଡ଼ିଗ୍ରୀ

ପାରାଦୀପ: ୩୩.୬ ଡ଼ିଗ୍ରୀ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକକୁ ରେଡ-ଆଲର୍ଟ, ଭୁବନେଶ୍ବରକୁ ଅରେଞ୍ଜ

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି କଟକ ସହରକୁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରୀ କରିଛି। କାରଣ ଆଜି କଟକରେ ପ୍ରବଳ ତାପମାତ୍ରା ପ୍ରବାହିତ ହେବାର ସମ୍ଭାବନା ରହିଛି। ସେହିପରି ଭୁବନେଶ୍ବରୁ ଅରେଞ୍ଜ ଆଲର୍ଟ କରାଯାଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧ ତା ୩୦ ସୁଦ୍ଧା ବିଭିନ୍ନ ସହରରେ ରେକର୍ଡ ତାପମାତ୍ରା ହେଲା

ବାଲେଶ୍ୱର : ୪୧.୪°C

କେନ୍ଦୁଝର: ୪୧°C

ଭୁବନେଶ୍ୱର: ୪୦.୪°C

ଝାରସୁଗୁଡା: ୩୯.୮°C

ହୀରାକୁଦ: ୩୯°C

ରାଉରକେଲା: ୩୯°C

ସମ୍ବଲପୁର: ୩୮.୬°C

ଚାନ୍ଦବାଲି: ୩୮.୨°C

ପୁରୀ: ୩୩.୮°C

ଗୋପାଳପୁର: ୩୩.୨°C

ପାରାଦୀପ: ୩୩°C

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହେ ଭଗବାନ… ଆଜି ଭୁବନେଶ୍ବରରେ ଅନୁଭୂତ ହେଲା ସର୍ବାଧିକ ତାତି, କଲବଲ ରାଜଧାନୀ ବାସୀ

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ପ୍ରବାହିତ ହୋଇଛି। ଆଜି ହେଉଛି ଏ ବର୍ଷର ସର୍ବାଧିକ ତାତି। ଏହି ତାତି ଆଜି ଭୁବନେଶ୍ବରରେ ସର୍ବାଧିକ ପରିଲକ୍ଷିତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି  ଦିନ ୨ଟା ୩୦ ସୁଦ୍ଧା ୪୩.୨° ଡିଗ୍ରୀ ରହିଛି। ହେଲେ ପୁରା ଦିନର ତାପମାତ୍ରା ଆହୁରି ବଢିଥିବ ବୋଲି ଜଣାପଡିଛି।

ଭୁବନେଶ୍ୱର : ୪୩.୨° ଡିଗ୍ରୀ

ସମ୍ବଲପୁର: ୪୦.୮° ଡିଗ୍ରୀ

ହୀରାକୁଦ: ୪୦.୬° ଡିଗ୍ରୀ

ଚାନ୍ଦବାଲି: ୪୦.୬° ଡିଗ୍ରୀ

ଝାରସୁଗୁଡା: ୪୦.୨° ଡିଗ୍ରୀ

ରାଉରକେଲା: ୩୯.୬° ଡିଗ୍ରୀ

କେନ୍ଦୁଝର: ୩୯° ଡିଗ୍ରୀ

ବାଲେଶ୍ୱର: ୩୭.୮° ଡିଗ୍ରୀ

ପୁରୀ: ୩୩° ଡିଗ୍ରୀ

ଗୋପାଳପୁର: ୩୨.୨° ଡିଗ୍ରୀ

ପାରାଦୀପ: ୩୨° ଡିଗ୍ରୀ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ଡ଼ିଗ୍ରୀ ଛୁଇଁଲା ତାତି, ଜାଣନ୍ତୁ କେଉଁ ସହର

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ତାପମାତ୍ର ହୁ ହୁ ହୋଇ ବଢିବାରେ ଲାଗିଛି। ଦିନ 10 ଟା ହେଲେ ଘରୁ ବାହାରିବା କଷ୍ଟକର ହୋଇପଡିଛି। କାରଣ ହେଲା ଆଜି ରାଜ୍ୟର ୪ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସେଗୁଡିକ ହେଲା ଟିଟଲାଗଡ, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ। ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ହେଲା

ଆଜି ଦିନର ସର୍ବୋଚ୍ଚ ତାପମାତ୍ର ୪୦ଡ଼ିଗ୍ରୀ ଛୁଇଁଲା, ଯାହା କେବେ ହୋଇ ନ ଥିଲା। ଫଳରେ ସାଧାରଣରେ ଏକ ଆତଙ୍କ ସୃଷ୍ଟି ହୋଇଛି। କାରଣ ଯଦି ମାର୍ଚ୍ଚ ମାସରେ ଏପରି ତାପମାତ୍ର ଅନୁଭୂତ ହେଲାଣି ତେବେ ଏପ୍ରିଲ ମେ ରେ ସ୍ଥିତି କଣ ହେବ ତାହା ସମସ୍ତଙ୍କୁ ଆତଙ୍କିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝରାସୁଗୁଡାରେ ରେକର୍ଡ ପରିମାଣର ତାତି

ଭୁବନେଶ୍ବର: ଆଜି ସାରା ଉପକୂଳ ଓଡିଶା ତଥା ପଶ୍ଚିମ ଓଡିଶାର ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାର ଜଣାପଡିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତ ଦୁଇଦିନ ତୁଳନାରେ ରାଜ୍ୟ କୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟନ୍ତ ମୂଳକ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସେଥିପାଇଁ ଆଜିର ତାପମାତ୍ରା ବେଶ ବୃଦ୍ଧି ପାଇବାରେ ଲାଗିଛି।  ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୪୨.୨ ଡ଼ିଗ୍ରୀ ହୀରାକୁଦ: ୪୧.୪ ଡ଼ିଗ୍ରୀ ସମ୍ବଲପୁର: ୪୧.୨ ଡ଼ିଗ୍ରୀ ଭୁବନେଶ୍ୱର: ୪୧ ଡ଼ିଗ୍ରୀ ବାଲେଶ୍ୱର: ୩୮.୨ ଡ଼ିଗ୍ରୀ କେଉଁଝର: ୩୮ ଡ଼ିଗ୍ରୀ ଚାନ୍ଦବାଲି:୩୭.୮ ଡ଼ିଗ୍ରୀ ପୁରୀ: ୩୫ ଡ଼ିଗ୍ରୀ ଗୋପାଳପୁର: ୩୪.୪ ଡ଼ିଗ୍ରୀ ପାରାଦୀପ: ୩୨.୮ ଡ଼ିଗ୍ରୀ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BIG NEWS: ପୁଣି ଗରମରେ କଲବଲ ହେବ ଓଡିଶା, ସରକାର କଲେ ଜରୁରୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ପୂର୍ବାନୁମାନ ଅନୁଯାୟୀ ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍‌ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବା କେନ୍ଦ୍ରର ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଜଳକ୍ଲିଷ୍ଟ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ନଳକୂପ ଏବଂ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକରେ ପାନୀୟଜଳ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନରକ୍ଷକ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତର ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବେଡ୍‌ର ବ୍ୟବସ୍ଥା କରାଯିବ। ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧିକ ଉତ୍ତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏତଦ୍‌ବ୍ୟତୀତ କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ପାନୀୟ ଜଳ ଏବଂ ଓଆର୍‌ଏସ୍‌ ପ୍ୟାକେଟ୍‌ ମହଜୁଦ ରଖାଯିବ। ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର/କୁଣ୍ଡର ବ୍ୟବସ୍ଥା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ନିରବଚ୍ଛିନ୍ନ ବିଦୁ୍ୟତ ସରବରାହ ସଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଗ୍ରୀଷ୍ମପ୍ରବାହଜନିତ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଯେପରିକି ଦିନ ୧୧ ଘଟିକାଠାରୁ ୩ ଘଟିକା ମଧ୍ୟରେ ଟାଣ ଖରାରେ ପଦାକୁ ନବାହାରିବା, ଖରାରେ କଠିନ ପରିଶ୍ରମ ନକରିବା, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପାଣିବୋତଲ, କଳା ଚଷମା, ଚପଲ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବା ପାଇଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍‌ଏସ୍‌ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଇବା ପାଇଁ ଲୋକମାନଙ୍କୁ ଅବଗତ କରିବା ନିମନ୍ତେ ସମ୍ବାଦପତ୍ର ଓ ବିଭିନ୍ନ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ଦ୍ୱାରା କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଗତକାଲି ଓଡିଶାର କେଉଁ ସହରରେ ଅନୁଭୂତ ହୋଇଥିଲା ଅଧିକ ଶୀତ?

ଭୁବନେଶ୍ବର: ଗତି କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ତେବେ ଏହିପରି ପାଗ ଆଉ କିଛିଦିନ ଧରି ଲାଗି ରହିବ ବୋଲି ଜଣାପଡିଛି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ସୂଚନା ଅନୁସାରେ ଗତାକାଲି ରାତିରେ ଜି.ଉଦୟଗିରିରେ ସର୍ବାଧିକ ଶୀତ ଅନୁଭୂତ ହୋଇଥିଲା।

ଗତକାଲି ଜି.ଉଦୟଗିରିରେ ରାତ୍ରି ତାପମାତ୍ରା ୫.୫ ଡ଼ିଗ୍ରୀ ରହିଥିଲା। ରାଜ୍ୟର ଅନ୍ୟାନ୍ୟ ସହରର ଯେଉଁ ତାପମାତ୍ର ଥିଲା ତାହା ହେଲା

ଜି.ଉଦୟଗିରି: ୫.୫°C

ସେମିଳିଗୁଡା: ୬.୧°C

ଫୁଲବାଣୀ: ୭.୫°C

କିରେଇ:୭.୮ °C

କୋରାପୁଟ:୮.୫°C

ଦାରିଙ୍ଗବାଡି:୯.୫°C

ଚିପିଲିମା:୯.୮°C

ଭୁବନେଶ୍ୱର: ୧୨.୪°C

କଟକ: ୧୩.୪°C

Categories
ଆଜିର ଖବର ରାଜ୍ୟ ଖବର

ଖସୁଛି ରାଜ୍ୟରେ ତାପମାତ୍ରା, ରାତିରେ ଶୀତର ପ୍ରଭାବ

ଭୁବନେଶ୍ବର: ଧିରେ ଧିରେ ରାଜ୍ୟର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବାରେ ଲାଗିଛି। ଗତକାଲି ରାତିରେ କୋରପୁଟର ସିମିଳିଗୁଡାରେ ସବୁଠାରୁ କମ ତାପମାତ୍ର ରହିଥିଲା। ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ସିମିଳିଗୁଡାରେ ୧୧.୪ ଡ଼ିଗ୍ରୀ ଥିଲା।

ସେହିପରି ଅନ୍ୟସ୍ଥାନରେ ଯେଉଁ ତାପମାତ୍ର ଥିଲା ତାହା ହେଲା ସିମିଳିଗୁଡା (କୋରାପୁଟ) ୧୧.୪ ଡ଼ିଗ୍ରୀ,  କିରେଇ (ସୁନ୍ଦରଗଡ) ୧୧.୫ ଡ଼ିଗ୍ରୀ,  କୋରାପୁଟ ୧୧.୬ ଡ଼ିଗ୍ରୀ,  ଜି.ଉଦୟଗିରି(କନ୍ଧମାଳ) ୧୨ ଡ଼ିଗ୍ରୀ , ଫୁଲବାଣୀ ଏବଂ ଦାରିଙ୍ଗବାଡି ୧୩.୫ ଡ଼ିଗ୍ରୀ,  ସୋନପୁର ୧୪.୨ ଡ଼ିଗ୍ରୀ,  ଭବାନୀପାଟଣା ୧୪.୮ ଡ଼ିଗ୍ରୀ, ଭୁବନେଶ୍ୱର ୧୯.୪ ଡ଼ିଗ୍ରୀ ଏବଂ କଟକ ୨୦ ଡ଼ିଗ୍ରୀ ତାପମାତ୍ରା ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ୨ ଟା ୩୦ ସୁଦ୍ଧା ଦୁଇଟି ସହରର ତାମମାତ୍ରା କଲା ରେକର୍ଡ, ଜାଣନ୍ତୁ କେଉଁ ସହରର ତାତି କେତେ

ଭୁବନେଶ୍ବର: ଆଜି ଦିନ ୨.୩୦ ସୁଦ୍ଧା ରାଜ୍ୟର ଦୁଇଟି ସହରର ତାପମାତ୍ରା ରେକର୍ଡ କରିଛି। ଏହି ଦୁଇଟି ସହର ହେଲା ସମ୍ବଲପୁର ଏବଂ ଝାରସୁଗୁଡା। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ଦୁଇଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ପ୍ରବାହିତ ହେଉଛି।

ସେହିପରି କେଉଁଝର ଏବଂ ହୀରାକୂଦ ତାପମାତ୍ରା ମଧ୍ୟର ସର୍ବାଧିକ ରହିଛି।

Categories
ଆଜିର ଖବର ଜାତୀୟ ଖବର

ତାତି 42 ଡିଗ୍ରୀ ଡେଇଁଲା, ସୋନପୁରରେ ସର୍ବାଧିକ 42.2 ଡିଗ୍ରୀ ତାପମାତ୍ରା

ଭୁବନେଶ୍ବର : ଆଜି ରାଜ୍ୟରେ ପାରଦ 42 ଡିଗ୍ରୀ ଡେଇଁଛି। ସୋନପୁର ସର୍ବାଧିକ ତାପମାତ୍ରା ରହିଛି । ସୋନପୁରରେ 42.2 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ରାଜ୍ୟର ଅନ୍ୟ 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି। ସେହିପରି ବଲାଙ୍ଗିର ଓ ଅନୁଗୋଳରେ 41.5 ଡିଗ୍ରୀ, ତାଳଚେରରେ 41.4ଡିଗ୍ରୀ, ବୌଦ୍ଧ ଓ ଟିଟିଲାଗଡ଼ 41.2 ଡିଗ୍ରୀ, ମାଲକାନଗିରି 40 ଡିଗ୍ରୀ ତାପମାତ୍ରା ରହିଥିଲା । ରାଜଧାନୀ ଭୁବନେଶ୍ୱରର 40 ଡିଗ୍ରୀ ତଳକୁ ତାପାମାତ୍ରା ରହିଥିଲା । ଆଜି ଭୁବନେଶ୍ୱର 37.4 ଡିଗ୍ରୀ ରହିଥିବା ବେଳେ କଟକରେ 36.8 ଡିଗ୍ରୀ ରହିଥିଲା ।