ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝରାସୁଗୁଡାରେ ରେକର୍ଡ ପରିମାଣର ତାତି

Published: Jun 15, 2023, 1:04 pm IST

ଭୁବନେଶ୍ବର: ଆଜି ସାରା ଉପକୂଳ ଓଡିଶା ତଥା ପଶ୍ଚିମ ଓଡିଶାର ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାର ଜଣାପଡିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତ ଦୁଇଦିନ ତୁଳନାରେ ରାଜ୍ୟ କୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟନ୍ତ ମୂଳକ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସେଥିପାଇଁ ଆଜିର ତାପମାତ୍ରା ବେଶ ବୃଦ୍ଧି ପାଇବାରେ ଲାଗିଛି।  ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୪୨.୨ ଡ଼ିଗ୍ରୀ ହୀରାକୁଦ: ୪୧.୪ ଡ଼ିଗ୍ରୀ ସମ୍ବଲପୁର: ୪୧.୨ ଡ଼ିଗ୍ରୀ ଭୁବନେଶ୍ୱର: ୪୧ ଡ଼ିଗ୍ରୀ ବାଲେଶ୍ୱର: ୩୮.୨ ଡ଼ିଗ୍ରୀ କେଉଁଝର: ୩୮ ଡ଼ିଗ୍ରୀ ଚାନ୍ଦବାଲି:୩୭.୮ ଡ଼ିଗ୍ରୀ ପୁରୀ: ୩୫ ଡ଼ିଗ୍ରୀ ଗୋପାଳପୁର: ୩୪.୪ ଡ଼ିଗ୍ରୀ ପାରାଦୀପ: ୩୨.୮ ଡ଼ିଗ୍ରୀ ରହିଛି।

Related posts