Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ ଆଜି ଦିନ ୧୧.୩୦ ସୁଦ୍ଧା କେଉଁ ସହରର ତାପମାତ୍ରା କେତେ

ଭୁବନେଶ୍ବର: ଆଜି ମଧ୍ୟ ସାରା ଓଡିଶାର ତାପମାତ୍ରା ଜାରି ରହିଛି। ଗତକାଲି ସାରା ଓଡିଶା ଯେପରି ଜଳୁଥିଲା ଆଜି ମଧ୍ୟ ସେହି ପରିସ୍ଥିତି ହେବ ବୋଲି ଜଣାପଡିଛି। ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ପରିଲକ୍ଷିତ ହୋଇଛି। ବିଭିନ୍ନ ସହରର ତାପମାତ୍ରା ହେଲା..

ପ୍ରତ୍ୟେକ ଦିନ ରାଜ୍ୟର ତାପମାତ୍ରା ବଢିବାରେ ଲାଗିଛି। ଯାହା ପରିବେଶବିତଙ୍କୁ ଚକିତ କରିଛି। ମଙ୍ଗଳବାରରେ ଓଡିଶାର ୯ ସହରର ତାପମାତ୍ରା ୪୩ ଡ଼ିଗ୍ରୀ ରହିଥିଲା। ଏକାଥରେ ଗୋଟିଏ ଦିନରେ ଏତେ ସହରରେ ଏତେ ତାପମାତ୍ରା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଛାତି ଥରାଇଲା ତାତି, ଏକାଥରେ ୯ ସହରର ତାପମାତ୍ରା ୪୩ ଡ଼ିଗ୍ରୀ ଉପରେ

ଭୁବନେଶ୍ବର: ପ୍ରତ୍ୟେକ ଦିନ ରାଜ୍ୟର ତାପମାତ୍ରା ବଢିବାରେ ଲାଗିଛି। ଯାହା ପରିବେଶବିତଙ୍କୁ ଚକିତ କରିଛି। ମଙ୍ଗଳବାରରେ ଓଡିଶାର ୯ ସହରର ତାପମାତ୍ରା ୪୩ ଡ଼ିଗ୍ରୀ ରହିଛି। ଏକାଥରେ ଗୋଟିଏ ଦିନରେ ଏତେ ସହରରେ ଏତେ ତାପମାତ୍ରା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସେହିପରି ମଙ୍ଗଳବାରରେ ୪୪.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟପକ୍ଷରେ ଝାରସୁଗୁଡା ରେ ୪୩.୯ ଡ଼ିଗ୍ରୀ, ବଲାଙ୍ଗୀର ୪୩.୮ ଡ଼ିଗ୍ରୀ , ସୋନପୁର ରେ ୪୩.୬ ଡ଼ିଗ୍ରୀ ଏବଂ ଟିଟଲାଗଡ ରେ ୪୩.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଭୁବନେଶ୍ବରରେ ଅଗ୍ନିବର୍ଷା, ଆଜି ରାଜଧାନୀରେ ଓଡିଶାର ସର୍ବାଧିକ ତାପମାତ୍ରା

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଅଗ୍ନି ବର୍ଷା ହୋଇଛି। ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେତେବେଳେ ଜଣାପଡିଥିଲା ଯେ ଆଜି ରାଜଧାନୀରେ ନାହିଁ ନ ଥିବା ତାପମାତ୍ରା ଅନୁଭୂତ ହେବ। ତେବେ ସେହି ସମ୍ଭାବନା ଏବେ ସତ ହୋଇଛି। ଆଜି ଭୁବନେଶ୍ୱରରେ ଦିନ ୨.୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ହେଉଛି ୪୩.୦ ଡ଼ିଗ୍ରୀ।

ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ମଧ୍ୟ କିଛି କମ ନ ଥିଲା। ପାଣିପାଗ ବିଭାଗ ଅନୁସାରେ ଦିନ ୨.୩୦ ସୁଦ୍ଧା ଅନ୍ୟ ସହରର ତାପମାତ୍ରା ହେଲା

ଝାରସୁଗୁଡା: ୪୧.୪ ଡ଼ିଗ୍ରୀ

ସମ୍ବଲପୁର: ୪୦.୮ ଡ଼ିଗ୍ରୀ

ଚାନ୍ଦବାଲି: ୪୦.୮ ଡ଼ିଗ୍ରୀ

ହୀରାକୁଦ: ୪୦ ଡ଼ିଗ୍ରୀ

କେନ୍ଦୁଝର: ୪୦ ଡ଼ିଗ୍ରୀ

ବାଲେଶ୍ୱର: ୩୮ ଡ଼ିଗ୍ରୀ

ପୁରୀ: ୩୨.୪ ଡ଼ିଗ୍ରୀ

ପାରାଦ୍ୱୀପ: ୩୧.୮ ଡ଼ିଗ୍ରୀ

ଗୋପାଳପୁର: ୩୧.୨ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ଆଜି ମଧ୍ୟ ସାରା ଓଡିଶା ତାତିଲା, ୨୨ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ, ୯ଟି ସ୍ଥାନରେ ୪୧ ଡିଗ୍ରୀ

ଭୁବନେଶ୍ବର: ଆଜି ଓଡିଶାର ସର୍ବାଧିକ ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ସେହିପରି ୯ଟି ସ୍ଥାନରେ ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଛି। ଫଳରେ ପ୍ରଥମ ଥର ପାଇଁ ସାରା ରାଜ୍ୟର ସର୍ବାଧିକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ରହିଛି।

ଆଜି ସେହିପରି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ରହିଛି। ଆଜି ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୧.୭ ଡିଗ୍ରୀ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ଥିଲା ୪୦ ଡ଼ିଗ୍ରୀ। ତେବେ ଏହି ତାପାମାତ୍ରା ଆହୁରି ବଢିବ। ଅର୍ଥାତ ଦିନ ଗୋଟାଏ ବେଳକୁ ଏହା ଆହୁରି ଅଧିକ ହେବ ବୋଲି ଅନୁମାନ କରି ହେଉଛି।
ସେହିପରି ଅନ୍ୟାନ୍ୟ ସହରର ତାପମାତ୍ରା ଆଜି ଦିନ ୧୧.୩୦ ସୁଦ୍ଧା ଯାହା ଥିଲା ତାହା ହେଲା
ବାଲେଶ୍ୱର: ୩୭.୨ ଡ଼ିଗ୍ରୀ
ଝାରସୁଗୁଡା: ୩୭.୮ ଡ଼ିଗ୍ରୀ
ଗୋପାଳପୁର:୩୦.୬ ଡ଼ିଗ୍ରୀ
ସମ୍ବଲପୁର: ୩୭ ଡ଼ିଗ୍ରୀ
ପାରାଦ୍ୱୀପ: ୩୧.୮ ଡ଼ିଗ୍ରୀ
ପୁରୀ: ୩୨.୪ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୮ ଡ଼ିଗ୍ରୀ
କେନ୍ଦୁଝର: ୩୬.୮ ଡ଼ିଗ୍ରୀ
ହୀରାକୁଦ: ୩୬.୬ ଡ଼ିଗ୍ରୀ
Categories
ଆଜିର ଖବର ରାଜ୍ୟ ଖବର

ସାବଧାନ: ଆଜିଠାରୁ ରାଜ୍ୟରେ ବଢିବ ତାତି, ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା

ଭୁବନେଶ୍ବର: ଆଜି ରାଜ୍ୟରେ ତାପମାତ୍ରା ଆହୁରି ଅଧିକ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଆଜି ଓଡ଼ିଶାର ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଫଳରେ କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ପାଖାପାଖି ହେବ ବୋଲି ଅନୁମାନ କରାଯାଇଛି।

ଗତକାଲି ବୌଦ୍ଧ ଏବଂ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପାମାତ୍ରା ଅନୁଭୂତ ହୋଇଥିଲା। ଏହି ଦୁଇ ସହରର ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ରହିଥିଲା। ସେହିପରି ଭୁବନେଶ୍ବରରେ ସର୍ବାଧିକ ତାତି ୪୦.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏହା ହେଉଛି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ହେବ ଆହୁରି ଅଧିକ ଗରମ, ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବଢିବ

ଭୁବନେଶ୍ବର: ଆସନ୍ତାକାଲି ଶନିବାରରେ ରାଜ୍ୟରେ ତାପମାତ୍ରା ଆହୁରି ଅଧିକ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଆସନ୍ତା କାଲିଠାରୁ ଓଡ଼ିଶାର ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି।

ତେବେ ଆଜି ବୌଦ୍ଧ ଏବଂ ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ରହିଥିଲା। ସେହିପରି ଭୁବନେଶ୍ବରରେ ସର୍ବାଧିକ ତାତି ୪୦.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏହା ହେଉଛି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା।

Categories
ଆଜିର ଖବର ରାଜ୍ୟ ଖବର

ବୈଶାଖ ମାସ ଆରମ୍ଭରୁ ତତଲା କଡେଇରେ ଭାଜି ହେଲା ଓଡିଶା, ତାତିରେ ରେକର୍ଡ କଲା ସୋନପୁର

ଭୁବନେଶ୍ବର: ଆଜି ସାରା ଓଡିଶା ତତଲା କଡେଇରେ ଭାଜି ହେବା ପରି ସ୍ଥିତି ଉପୁଜିଛି। କାରଣ ଆଜି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ନାହିଁ ନ ଥିବା ବୃଦ୍ଧି ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କରିଛି ସୋନପୁରର ତାତି। ଏହି ସହରର ଆଜିର ତାପମାତ୍ରା ଥିଲା 44.2 ଡିଗ୍ରୀ। ଯାହା ଚଳିତ ବର୍ଷର ସର୍ବାଧିକ ବୋଲି କୁହାଯାଉଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର 4ଟି ସହରର ତାପମାତ୍ରା 42 ଡିଗ୍ରୀ ଉପରେ ରହିଛି। ସେଗୁଡିକ ହେଲା ବାରିପଦା, ଝାରସୁଗୁଡା, ବଲାଙ୍ଗୀର ଏବଂ ବୌଦ୍ଧ। ସେତିକି ନୁହେଁ 5ଟି ସହରର ତାପମାତ୍ରା 41 ଡିଗ୍ରୀ ଉପରେ ରହିଛି। ସେହିପରି ଛଅଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି।

ଆଜି ବୈଶାଖ ମାସ ଆରମ୍ଭରୁ ଯଦି ଏପରି ତାତି ଅନୁଭୂତ ହେଉଛି, ଭବିଷ୍ୟତରେ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭବନା ମଧ୍ୟ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ତତଲା କଡେଇରେ ଓଡିଶା, ୫ଟି ସହରର ତାପମାତ୍ର ୪୧ ଡିଗ୍ରୀ ଉପରେ

ଭୁବନେଶ୍ବର: ଆଜି ସାରା ଓଡିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ପାଞ୍ଚୋଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ। ସେହି ସହରଗୁଡିକ ହେଲା ବାରିପଦା, ଝାରସୁଗୁଡା, ବଲାଙ୍ଗିର, ଟିଟିଲାଗଡ ଏବଂ ବୌଦ୍ଧ।

ସେହିପରି ଆଜି ଚାରୋଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ସେଗୁଡିକ ହେଉଛି ଅନୁଗୁଳ, ସମ୍ବଲପୁର, ତାଳଚେର ଏବଂ ସୋନପୁର।

Categories
ଆଜିର ଖବର ରାଜ୍ୟ ଖବର

ଜଳୁଛି ଓଡିଶା, ଆଜି ରାଜ୍ୟର ପାଞ୍ଚୋଟି ସହରର ତାପମାତ୍ରା 41 ଉପରେ

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ପାଞ୍ଚୋଟି ସହରର ତାପମାତ୍ରା 41 ଡିଗ୍ରୀ ଉପରେ ରହିଛି।ସେହି ସହରଗୁଡିକ ହେଲା ବାରିପଦା, ଟିଟିଲାଗଡ, ବଲାଙ୍ଗୀର ସୋନପୁର ଏବଂ ବୌଦ୍ଧ। ଆଜି ବିଭିନ୍ନ ସହରର ତାପମାତ୍ରା ହେଲା

ସେହିପରି ଦୁଇଟି ସହରର ତାପମାତ୍ରା 40 ଡିଗ୍ରୀ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟର ଝାରସୁଗୁଡା ହେଲା ସବୁଠାରୁ ଉତ୍ତପ୍ତ ସହର, ଜାଣନ୍ତୁ ଆପଣଙ୍କ ସହରର ତାପମାତ୍ରା

ଭୁବନେଶ୍ବର: ଆଜି ଓଡିଶାର ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କାରଣ ଆଜି ଏହି ସହରର ତାପମାତ୍ରା ଥିଲା 40.2 ଡିଗ୍ରୀ। ସେହିପରି ଟିଟିଲାଗଡ, ବଲାଙ୍ଗୀର, ବୈଦ୍ଧର ମଧ୍ୟ ଦିନ ତାପମାତ୍ର 40 ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବିଭିନ୍ନ ସହରର ତାପମାତ୍ର ହେଲା..ସେହିପରି ଆଜି ଭୁବନେଶ୍ବର ତାପମାତ୍ର ମଧ୍ୟ 37 ଡିଗ୍ରୀ ରହିଥିବା ବେଳେ ତାଳଚେରର ତାପମାତ୍ର ଥିଲା 38 ଡିଗ୍ରୀ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ ତାପମାତ୍ରା ହଠାତ୍ ହ୍ରାସ ହେତୁ ଏହା ହୃଦୟ ରୋଗୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଏ। ଶୀତ ସମୟରେ ହୃଦଘାତ ସମସ୍ୟା ଅଧିକ ଦେଖାଯାଏ। କାରଣ ଶୀତଦିନେ ପେରିଫେରାଲ୍ ଭେସେଲ୍ସ ସଙ୍କୁଚିତ ହୁଏ। ଏହିପରି, ହୃଦୟରେ ଅଧିକ ଚାପ ରହିଥାଏ। ଯେଉଁଥିପାଇଁ ହୃଦୟକୁ ଅମ୍ଳଜାନର ଯୋଗାଣ କମିଯାଏ। ଫଳସ୍ୱରୂପ, ଅମ୍ଳଜାନ ଏବଂ ରକ୍ତ ପମ୍ପ କରିବା ପାଇଁ ଆପଣଙ୍କ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡିବ। ଏପରି ପରିସ୍ଥିତିରେ, ଏଠାରେ ଉଲ୍ଲେଖ କରାଯାଇଥିବା କିଛି ଘରୋଇ ଟିପ୍ସ ଆପଣଙ୍କୁ ଶୀତଦିନେ ହୃଦୟ ସ୍ୱାସ୍ଥ୍ୟ ପରିଚାଳନା କରିବାରେ ସାହାଯ୍ୟ କରିଥାଏ।

ରକ୍ତଚାପ ଉପରେ ନଜର ରଖନ୍ତୁ:

ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯାହାର ରକ୍ତଚାପରେ ସମସ୍ୟା ଅଛି। ତେବେ ରକ୍ତଚାପ ଉପରେ ନଜର ରଖିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କରିବା ଦ୍ୱାରା ହୃଦ୍‌ଘାତର ସମ୍ଭାବନା ବହୁତ କମ ହୋଇପାରେ। ତେଣୁ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁମେ ଔଷଧକୁ ଠିକ୍ ସମୟରେ ଗ୍ରହଣ କରିବା ଉଚିତ୍।

ସୁସ୍ଥ ଖାଦ୍ୟ ଖାଆନ୍ତୁ:

ଅଧିକରୁ ଅଧିକ ସତେଜ, ଫଳ ଏବଂ ପନିପରିବା, ମଞ୍ଜି, ବାଦାମ, ଲେମ୍ବୁ ଏବଂ ଡାଲି ଖାଆନ୍ତୁ। ଶୀତଦିନେ ହୃଦୟ ରୋଗୀମାନେ ଗରମ ସୁପ୍ କିମ୍ବା ଗରମ ଖାଦ୍ୟ ଖାଇବା ଉଚିତ୍। ବିଶେଷଜ୍ଞମାନେ ସହମତ ଅଟନ୍ତି ଯେ, ଲୁଣ କିମ୍ବା ଚିନିରେ ଭରପୂର ଖାଦ୍ୟରୁ ଦୂରେଇ ରହିବା ହୃଦୟକୁ ସୁସ୍ଥ ରଖିବା ପାଇଁ ଏକ ଉତ୍ତମ ଉପାୟ। ଜଙ୍କ ଏବଂ ତେଲିଆ ଖାଦ୍ୟରୁ ଦୂରେଇ ରହିବା ପାଇଁ ଡାକ୍ତରମାନେ ହୃଦୟ ରୋଗୀଙ୍କୁ ମଧ୍ୟ ପରାମର୍ଶ ଦିଅନ୍ତି।

ମଦ୍ୟପାନରୁ ଦୂରେଇ ରୁହନ୍ତୁ:

ମଦ୍ୟପାନ ଚର୍ମରେ ଥିବା ରକ୍ତବାହୀକୁ ବିସ୍ତାର କରିପାରେ। ଏହା ଆପଣଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରୁ ଉତ୍ତାପକୁ ବାହାର କରି ଗରମ ଅନୁଭବ କରିପାରିବ। ସେହିଭଳି, ଧୂମପାନ ଆଥେରୋସ୍କ୍ଲେରୋସିସ୍ ସୃଷ୍ଟି କରେ। କେବଳ ଏତିକି ନୁହେଁ, ଧୂମପାନକାରୀମାନେ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ଧୂମପାନ କେବଳ ହୃଦୟରେ ଅମ୍ଳଜାନର ପ୍ରବାହକୁ ହ୍ରାସ କରେ ନାହିଁ ବରଂ ଆପଣଙ୍କ ହୃଦସ୍ପନ୍ଦନ ଏବଂ ରକ୍ତଚାପ ବୃଦ୍ଧି ପାଇଁ ମଧ୍ୟ ଦାୟୀ ଅଟେ।

ମୁଣ୍ଡ ଏବଂ ହାତକୁ ଆଚ୍ଛାଦନ କରନ୍ତୁ:

ଡାକ୍ତରମାନେ ପ୍ରାୟତଃ ହୃଦଘାତ ରୋଗୀଙ୍କୁ ଥଣ୍ଡା ସମୟରେ ଘର ବାହାରେ ଅଧିକ ସମୟ ନଦେବାକୁ କୁହନ୍ତି। ତାଙ୍କ କହିବାନୁସାରେ, ବାହାରକୁ ଯିବାକୁ ହେଲେ ମଧ୍ୟ ଅନେକ ସ୍ତରରେ ଗରମ ପୋଷାକ ପିନ୍ଧିବା ଉଚିତ୍। ବିଶେଷକରି ହାତ ଏବଂ ମୁଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଘୋଡାନ୍ତୁ, ଗରମ ମୋଜା ଏବଂ ଜୋତା ପିନ୍ଧନ୍ତୁ।

Categories
ଆଜିର ଖବର ଜୀବନ ଶୈଳୀ ରାଜ୍ୟ ଖବର

ଆଜି 21ଟି ଜିଲ୍ଲାରେ ପ୍ରବଳ ଗରମ, ପାଣିପାଗ ବିଭାଗ ତରଫରୁ କରାଗଲା ସତର୍କ

ଭୁବନେଶ୍ବର, ଆଜି ରାଜ୍ୟର 21 ଜିଲ୍ଲାରେ ପ୍ରବାଳ ଖରା ଅନୁଭୂତ ହେବ। ସେଥିପାଇଁ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛନ୍ତି। ଏହି ଜିଲ୍ଲାଗୁଡିକ ପାଇଁ ୱେଲୋ ୱାର୍ଣ୍ଣି ଦିଆଯାଇଛି। ଗତକାଲି ରାଜ୍ୟରେ ପ୍ରବଳ ଉତ୍ତାପ ଅନୁଭୂତ ହୋଇଥିଲା। ଭୁବନେଶ୍ବରରେ ସର୍ବାଧିକ 44.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ହେଲା ସବୁଠୁ ଉତ୍ତପ୍ତ ସହର, ଗତକାଲି ରେକର୍ଡ ଭାଙ୍ଗିଲା ତାତି

ଭୁବନେଶ୍ବର, ଭୁବନେଶ୍ବରର ବର୍ତ୍ତମାନ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କାରଣ ଗତକାଲି ଯେପରି ତାତି ରହିଥିଲା ତାହା କେବେ ବି ହୋଇ ନ ଥିଲା। ତେବେ ଭାରତରେ ନୁହେଁ ବିଶ୍ବରେ କେଉଁଠି ବି ଏପରି ତାତି ଅନୁଭୂତ ହୋଇ ନ ଥିଲା। ପାଣିପାଗ ବିଭାଗ ଅନୁସାରେ ଗତକାଲି ଭୁବନେଶ୍ବର ତାପମାତ୍ର ଥିଲା 44.2 ଡିଗ୍ରୀ ସେଲସିୟସ। ଏହା ଏକ ରେକର୍ଡ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ପୂର୍ବରୁ 2016 ମସିହା ମାର୍ଚ୍ଚ 21 ତାରିଖରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ର ରେକର୍ଡ କରାଯାଇଥିଲା। ସେଦିନ ରାଜଧାନୀର ତାପମାତ୍ରା ଥିଲା 42.2 ଡିଗ୍ରୀ ସେଲସିୟସ।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ତାପମାତ୍ରା ବଢିବ: ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର: ଏବର୍ଷ ତାପମାତ୍ରା ବଢିବ। ସ୍ଵାଭାବିକ ତାପମାତ୍ରା ଠାରୁ ଚଳିତ ବର୍ଷ ତାପମାତ୍ରାରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ମାର୍ଚ୍ଚ ମାସଠାରୁ ମେ’ ମାସ ପର୍ଯ୍ୟନ୍ତ ଦିନର ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଭାରତୀୟ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଦେଇଛି। ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁରରେ ପ୍ରବଳ ଖରା ଅନୁଭୂତ ହେବ।

ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ପାଇଁ ମଧ୍ୟ ଆଇଏମଡ଼ି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅଂଶୁଘାତର ସମ୍ଭାବନା ଥିବାରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଉଭୟ ଦିନ ଏବଂ ରାତିର ତାପମାତ୍ରା

ଭୁବନେଶ୍ୱର: ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପବନର ଗତି ବଙ୍ଗୋପ ସାଗରରୁ ଆଦ୍ରତା ଆହରଣ ଏହା ନିରୂପଣ କରିଥାଏ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ରାତ୍ରିରେ ସାଧାରଣତଃ ପୃଥିବୀ ପୃଷ୍ଠର ବିକିରଣ ଦ୍ୱାରା ଓ ଉତ୍ତର ଭାରତରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଦ୍ୱାରା ତାପମାତ୍ରା କମିଥାଏ। ଏହି ଅବସ୍ଥା ଓଡ଼ିଶାରେ ଡ଼ିସେମ୍ବର ଶେଷ ପର୍ଯ୍ୟନ୍ତ ରହିଥିଲା।

ଜାନୁଆରୀ ୧୫ ତାରିଖରୁ ରାତିର ତାପମାତ୍ରା କମିବାର ସମ୍ଭାବନା ଥିବାବେଳେ ଉତ୍ତର ଭାରତରେ ଏହା ବୃଦ୍ଧି ପାଇବା ସମ୍ଭାବନା ଦୃଷ୍ଟିରୁ ରାତିର ତାପମାତ୍ରା ସାମାନ୍ୟ ଅବା ତାଠାରୁ ଅଧିକ ହୋଇପାରେ।

ସେହିପରି ଦିନରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ରହିଥିବାବେଳେ ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ଏହା ୩୨ ରୁ ୩୪ ଡିଗ୍ରୀ ରହିପାରେ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ୧୩ ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା: ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି। ରାଜ୍ୟର ୧୩ ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଫୁଲବାଣୀରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିଅସ ତାପମାତ୍ରା ଥିବା ବେଳେ ଦାରିଙ୍ଗିବାଡ଼ିରେ ୫ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ।

ସେହିପରି ଅନୁଗୁଳରେ ୫.୬, କୋରାପୁଟରେ ଓ ସୁନ୍ଦରଗଡ଼ରେ ୭, ଝାରସୁଗୁଡ଼ାରେ ୭.୮, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବାରିପଦା ଓ ବୌଦ୍ଧରେ ୯, ବଲାଙ୍ଗିର ୯.୨, ସୋନପୁର ୯.୪ ଓ ମାଲକାନଗିରିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ତେବେ କଟକରେ ୧୧ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଆଗାମୀ ଦୁଇ ଦିନ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବଢୁଛି ଥଣ୍ଡା: ଜାଣନ୍ତୁ କେଉଁ ସହରରେ ରହିଛି କେତେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢିବାରେ ଲାଗିଛି। ଆଜି ରାଜ୍ୟର ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି। ସବୁଠୁ ଥଣ୍ଡା ସହର ଭାବେ ସୋନପୁର ସହରର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୯ ଓ ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି।

ସେହିପରି ଦାରିଙ୍ଗିବାଡ଼ିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ, ଭବାନୀପାଟଣା ୧୦.୫ ଡିଗ୍ରୀ, ଅନୁଗୁଳ ୧୦.୬ ଡିଗ୍ରୀ, ତାଳଚେର ୧୧.୭ ଡିଗ୍ରୀ, ଝାରସୁଗୁଡା ୧୨.୨, ସୁନ୍ଦରଗଡ ୧୨.୫, କେନ୍ଦୁଝର ୧୨.୬, ବଲାଙ୍ଗିର ୧୨.୮, ସମ୍ବଲପୁରରେ ୧୩.୬ ଏବଂ ବୌଦ୍ଧରେ ସର୍ବନିମ୍ନ ତାପମାତ୍ରା ୧୩.୫ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ କଟକର ସର୍ବନିମ୍ନ ତାପାମାତ୍ରା ୧୪.୮ ଡିଗ୍ରୀ ସେଲସିୟସ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୧୬.୯ ଡ଼ିଗ୍ରୀ ସେଲସିୟସ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୧୧ଟି ସହରରେ ତାପମାତ୍ରା

ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି। ୧୧ଟି ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ସୋନପୁରର ତାପମାତ୍ରା ସର୍ବନିମ୍ନ ୯ ଡିଗ୍ରୀ ଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨.୦, ବାରିପଦା ୧୨.୪ ଡିଗ୍ରୀ ସେଲସିୟସ୍ ରହିଛି। ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩.୨, ବଲାଙ୍ଗିରରେ ୧୪ ଓ କଟକରେ ୧୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଭୁବନେଶ୍ୱରର ଟପାମାତ୍ର ୧୬ ଡିଗ୍ରୀ ସେଲସିୟସ୍ ରହିଛି।