ଓଡିଶାର ଛାତି ଥରାଇଲା ତାତି, ଏକାଥରେ ୯ ସହରର ତାପମାତ୍ରା ୪୩ ଡ଼ିଗ୍ରୀ ଉପରେ

Published: Apr 27, 2022, 12:30 am IST

ଭୁବନେଶ୍ବର: ପ୍ରତ୍ୟେକ ଦିନ ରାଜ୍ୟର ତାପମାତ୍ରା ବଢିବାରେ ଲାଗିଛି। ଯାହା ପରିବେଶବିତଙ୍କୁ ଚକିତ କରିଛି। ମଙ୍ଗଳବାରରେ ଓଡିଶାର ୯ ସହରର ତାପମାତ୍ରା ୪୩ ଡ଼ିଗ୍ରୀ ରହିଛି। ଏକାଥରେ ଗୋଟିଏ ଦିନରେ ଏତେ ସହରରେ ଏତେ ତାପମାତ୍ରା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସେହିପରି ମଙ୍ଗଳବାରରେ ୪୪.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟପକ୍ଷରେ ଝାରସୁଗୁଡା ରେ ୪୩.୯ ଡ଼ିଗ୍ରୀ, ବଲାଙ୍ଗୀର ୪୩.୮ ଡ଼ିଗ୍ରୀ , ସୋନପୁର ରେ ୪୩.୬ ଡ଼ିଗ୍ରୀ ଏବଂ ଟିଟଲାଗଡ ରେ ୪୩.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Related posts