ରାଜ୍ୟର ୧୩ ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା: ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା

Published: Dec 23, 2020, 11:39 am IST

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି। ରାଜ୍ୟର ୧୩ ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଫୁଲବାଣୀରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିଅସ ତାପମାତ୍ରା ଥିବା ବେଳେ ଦାରିଙ୍ଗିବାଡ଼ିରେ ୫ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ।

ସେହିପରି ଅନୁଗୁଳରେ ୫.୬, କୋରାପୁଟରେ ଓ ସୁନ୍ଦରଗଡ଼ରେ ୭, ଝାରସୁଗୁଡ଼ାରେ ୭.୮, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବାରିପଦା ଓ ବୌଦ୍ଧରେ ୯, ବଲାଙ୍ଗିର ୯.୨, ସୋନପୁର ୯.୪ ଓ ମାଲକାନଗିରିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ତେବେ କଟକରେ ୧୧ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଆଗାମୀ ଦୁଇ ଦିନ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Related posts